Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଘୁନାଥପୁରରେ ଉଦଘାଟନ ହେଲା ନୂତନ ଗ୍ରାମ ନ୍ୟାୟାଳୟ
ଆଜିର ଖବର

ରଘୁନାଥପୁରରେ ଉଦଘାଟନ ହେଲା ନୂତନ ଗ୍ରାମ ନ୍ୟାୟାଳୟ

August 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ରଘୁନାଥପୁର ଠାରେ ବୁଧବାର ପୂର୍ବାହ୍ନରେ ନୂତନ ଭାବେ ପ୍ରସ୍ତାବିତ ଗ୍ରାମ ନ୍ୟାୟାଳୟର ଶୁଭ ଉଦଘାଟନ କରିଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ କୁମାରୀ ସଞ୍ଜୁ ପଣ୍ଡା। ନୂତନ ଭାବେ ଉକ୍ତ ଗ୍ରାମ ନ୍ୟାୟାଳୟକୁ ଉଦଘାଟନ କରି ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ କୁମାରୀ ସଞ୍ଜୁ ପଣ୍ଡା କହିଲେ ଗ୍ରାମ ନ୍ୟାୟାଳୟର ପ୍ରତିଷ୍ଠା ଦ୍ୱାରା ଗ୍ରାମାଞ୍ଚଳ ଲୋକମାନଙ୍କୁ ତୁରନ୍ତ ନ୍ୟାୟ ପାଇବାରେ ସୁଗମ ହେବ। ଏହି ନ୍ୟାୟାଳୟ ପ୍ରତିଷ୍ଠା ଦ୍ୱାରା ଗ୍ରାମାଞ୍ଚଳର ଲୋକମାନଙ୍କୁ ତ୍ୱରିତ ନ୍ୟାୟ ସେମାନଙ୍କ ଦ୍ୱାରଦେଶରେ ଉପଲବ୍ଧ ହୋଇପାରିବ।

ଏହି ଉତ୍ସବରେ ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର (ପ୍ରଶାସନ) ଶ୍ରୀ ଆର୍ କେ ତୋଷ ଜଗତସିଂହପୁର ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା, ପରିବାର ଅଦାଲତ ଜଜ୍ ଡଃ ଜୀବନ ଜ୍ୟୋତି ରଥ, ଅତିରିକ୍ତ ଜିଲ୍ଲା ଜଜ୍ ଇତିଶ୍ରୀ ମାଳବିକା ରାୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ସୁଦାମ ଚନ୍ଦ୍ର ଦାଶ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ସବ୍ ଜଜ୍ ଶଶୀରେଖା ମିଶ୍ର, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର୍, ଜିଲ୍ଲା ଆଇନସେବା ପ୍ରାଧିକରଣ ସେକ୍ରେଟାରୀ କମଳାକାନ୍ତ ରାଉତ, ସିଭିଲ୍ ଜଜ୍ (ମହିଳା କୋର୍ଟ) ଅନ୍ନପୂର୍ଣ୍ଣା ନାୟକ, ସିଭିଲ୍ ଜଜ୍ ଜୁନିୟର୍ ଡିଭିଜନ ବିଭୂତି ଭୂଷଣ ନାୟକ, ସିଭିଲ୍ ଜଜ୍ ଜୁନିୟର୍ ଡିଭିଜନ ତିର୍ତ୍ତୋଲ ସୁଶାନ୍ତ କୁମାର ନାୟକ, ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ ମହମ୍ମଦ୍ ଶାହା ଫଇଜଲ୍, ଅତିରିକ୍ତ ଜିଲ୍ଲା ଜଜ୍ କୁଜଙ୍ଗ ତପନ କୁମାର ରାଉତରାୟ, ରଘୁନାଥପୁର ଗ୍ରାମ ନ୍ୟାୟାଳୟର ଜଜ୍ ଡଃ ସୁମିତ୍ରା ବିଶ୍ୱାଳ ପ୍ରମୁଖ ସମ୍ମାନୀୟ ଅତିଥିଭାବେ ଯୋଗଦେଇଥିଲେ। ବରିଷ୍ଠ ଆଇନଜୀବୀ ରାଜକିଶୋର ଖଟୁଆ, ଦୋଳଗୋବିନ୍ଦ ଦାଶ, ଭଜହରି କର, ରବିନ୍ଦ୍ର ନାଥ ମହାନ୍ତି, ରଘୁନାଥପୁର ବିଡିଓ ଓ ତହସିଲଦାର ପ୍ରମୁଖ ଯୋଗଦେଇଥିଲେ।

ଗ୍ରାମ ନ୍ୟାୟାଳୟ ଜଗତସିଂହପୁର ରଘୁନାଥପୁର
Share. Facebook Twitter LinkedIn Email WhatsApp Copy Link

Related Posts

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026

ଓଡ଼ିଶାରେ ଏସଆଇଆର ଅଭିଯାନରେ ୪୩.୪୭ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ

June 6, 2026

କଂଗ୍ରେସର ନୂଆ ଗେମ୍‌ପ୍ଲାନ୍: ପାଇଲଟ୍‌ଙ୍କ ହାତକୁ ଯାଇପାରେ କମାଣ୍ଡ

June 6, 2026

କନେଷ୍ଟବଳଙ୍କ ଆତ୍ମାହୁତି ଉଦ୍ୟମ: ସ୍ଥିତି ସଙ୍କଟାପନ୍ନ

June 6, 2026
Latest News

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026

ଓଡ଼ିଶାରେ ଏସଆଇଆର ଅଭିଯାନରେ ୪୩.୪୭ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ

June 6, 2026

ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଖୁସି ଖବର!: ଆଣ୍ଡାମାନରେ ଆବିଷ୍କୃତ ହେଲା ବିଶାଳ ଗ୍ୟାସ୍ ରିଜର୍ଭ 

June 6, 2026

ଟାଟାର ଜୁନ୍ ଧମାକା: ହଜାର ହଜାର ଟଙ୍କା ସଞ୍ଚୟର ସୁଯୋଗ, ଗ୍ରାହକଙ୍କ ପାଇଁ ବଡ଼ ଅଫର

June 6, 2026

କଂଗ୍ରେସର ନୂଆ ଗେମ୍‌ପ୍ଲାନ୍: ପାଇଲଟ୍‌ଙ୍କ ହାତକୁ ଯାଇପାରେ କମାଣ୍ଡ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.