ଆଜି ରାଜ୍ୟରେ ସୁସ୍ଥ ହେଲେ ୧୬୭୩ କରୋନା ଆକ୍ରାନ୍ତ

Published: Aug 12, 2020, 8:27 pm IST

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ କୋଭିଡ ସଂକ୍ରମଣ ଓ ଆରୋଗ୍ୟ ହାର ପ୍ରତିଦିନ ପ୍ରାୟ ସମାନ ରହିଛି। ଆଜି ୧୬୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ରାଜ୍ୟ ସରକାର ଦେଇଛନ୍ତି। ଆଜି ଗଞ୍ଜାମରୁ ୩୮୯, ଖୁର୍ଦ୍ଧାରୁ ୧୭୭, ସୁନ୍ଦରଗଡରୁ ୧୬୩, କଟକରୁ ୧୨୬,କୋରପୁଟରୁ ୧୨୦, ପୁରୀରୁ ୧୦୦, ସମ୍ବଲପୁରରୁ ୬୧, ବରଗଡରୁ ୫୦, କେନ୍ଦୁଝର ଓ ରାୟଗଡାରୁ ୪୭, କନ୍ଧମାଳରୁ ୪୬, ନୟାଗଡରୁ ୩୫, ଯାଜପୁରରୁ ୩୪, ଗଜପତିରୁ ୩୩, କେନ୍ଦ୍ରାପଡାରୁ ୩୧, ବାଲେଶ୍ବରରୁ ୩୦, ମାଲକାନଗିରିରୁ ୨୮, ଭଦ୍ରକରୁ ୨୬, ମୟୂରଭଞ୍ଜରୁ ୨୫, ଢେଙ୍କାନାଳରୁ ୨୪, କଳାହାଣ୍ଡିରୁ ୨୧, ବଲାଙ୍ଗୀରରୁ ୧୫, ସୋନପୁରରୁ ୧୪, ନବରଙ୍ଗପୁରରୁ ୧୧, ଜଗତସିଂପୁରରୁ ୮, ଝାରସୁଗୁଡାରୁ ୬, ଅନୁଗୁଳରୁ ୪, ବୌଦ୍ଧ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ରାଜ୍ୟରେ ମୋଟ  ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୩୬୪୭୮ ରେ ପହଞ୍ଚିଛି।

 

Related posts