Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସେହି ଦଶଟି ରାଜ୍ୟର କଥା ଓ କରୋନା ଲଢେଇର ସବୁଠୁ କଠୋର ସତ୍ୟ
ବିଶେଷ ଖବର

ସେହି ଦଶଟି ରାଜ୍ୟର କଥା ଓ କରୋନା ଲଢେଇର ସବୁଠୁ କଠୋର ସତ୍ୟ

August 12, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତକାଲି ଦେଶର ସର୍ବାଧିକ କରୋନା ପୀଡିତ ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଏହି ଦଶଟି ରାଜ୍ୟରେ ଆମେ ଯଦି କରୋନା କୁ ନିୟନ୍ତ୍ରଣ କରିପାରିବା ତା ହେଲେ କରୋନା ଉପରେ ଆମର ବିଜୟ ସମ୍ଭବ। ଏହି ୧୦ ଟି ରାଜ୍ୟରେ ବର୍ତ୍ତମାନ ମୋଟ ୮୦% କରୋନା ଆକ୍ରାନ୍ତ ରହିଛନ୍ତି ଓ କରୋନା ଜନିତ ମୃତ୍ୟୁର ୮୨% ଏହି ସବୁ ରାଜ୍ୟରେ ରେକର୍ଡ ହୋଇଛି। ପ୍ରଧାନମନ୍ତ୍ରୀ ଯେଉଁ ଦଶଟି ରାଜ୍ୟ କଥା କହୁଛନ୍ତି ସେସବୁ ରାଜ୍ୟରେ ଆମ ଲୋକ ସଂଖ୍ଯାର ୯୦ କୋଟି ଜନତା ବସବାସ କରନ୍ତି। ତେଣୁ ଏହି ସବୁ ରାଜ୍ୟରେ ସଙ୍କ୍ରମିତଙ୍କ ସଂଖ୍ୟା ଅଧିକ ହେବା ସ୍ଵାଭାବିକ। ଉତ୍ତରପ୍ରଦେଶ ଭଳି ବଡ ରାଜ୍ୟ ଏଥିରେ ରହିଛି ଯେଉଁଠି ଆମର ୨୨ କୋଟିରୁ ଅଧିକ ଲୋକ ରୁହନ୍ତି।ଉତ୍ତର ପ୍ରଦେଶ  ମହାରାଷ୍ଟ୍ର, ବିହାର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଗୁଜରାଟରେ ଦେଶର ସର୍ବାଧିକ ସଂକ୍ରମିତ ଏବେ ବଢୁଛନ୍ତି। ଗତ କିଛିଦିନ ହେଲା ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ପ୍ରତିଦିନ ହାରାହାରି ୧୦ ହଜାର ନୂଆ ଆକ୍ରାନ୍ତ ବାହାରୁଛନ୍ତି। ଏହି ଦୁଇ ରାଜ୍ୟରେ ଅଧିକ ପରୀକ୍ଷା ହେଉଛି, ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି।

ଏହି ଦଶଟି ରାଜ୍ୟ ଭିତରୁ ବିହାର, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ଗୁଜରାଟ ଓ ପଶ୍ଚିମବଙ୍ଗରେ କରୋନା ପରୀକ୍ଷାର ସ୍ଥିତି ସେତେ ଉତ୍ସାହ ଜନକ ନୁହେଁ। ଉତ୍ତର ପ୍ରଦେଶ ଦେଶର ସବୁଠୁ ଜନବହୁଳ ରାଜ୍ୟ ହୋଇଥିଲେ ମଧ୍ୟ ସେଠାରେ ଆବଶ୍ଯ ସଂଖ୍ୟକ ପରୀକ୍ଷା ବଢୁନାହିଁ। ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ୧୪,୭୩୨ ପରୀକ୍ଷା ସେଠାରେ ହେଉଛି। ଉତ୍ତର ପ୍ରଦେଶରେ ମୂଳରୁ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ରହିଥିଲା। ଏବେ ଏହା ୧.୭% ରେ ପହଞ୍ଚିଲାଣି। ଗୋଟେ ସମୟରେ ଉତ୍ତର ପ୍ରଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦୦ ଭିତରେ ସୀମିତ ରହିଛି ଓ ଏହା ଏକ ବଡ ଉପଲବ୍ଧି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏବେ ସେହି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୧୭୬ରେ ପହଞ୍ଚିଲାଣି। ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଉତ୍ତର ପ୍ରଦେଶ ଲାଗି ଏକ ଭିନ୍ନ ରଣନୀତିର ଆବଶ୍ୟକତା ରହିଛି।

ବିହାର ରାଜ୍ୟରେ ସ୍ଥିତି ଆରମ୍ଭରୁ ଜଟିଳ ରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଥମ ତିନିମାସ କରୋନା ପରୀକ୍ଷାକୁ ଗୁରୁତ୍ଵ ଦେଇ ନଥିଲେ। ଆଜି ମଧ୍ୟ ୧୦ ଲକ୍ଷ ଲୋକରେ ମାତ୍ର ୯୧୮୦ ପରୀକ୍ଷା ବିହାରରେ ହେଉଛି। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ବିହାର ରେ ଜାଣିଶୁଣି ପରୀକ୍ଷା କରିବାକୁ ସରକାର ଚାହୁଁ ନାହାନ୍ତି। ୧୨ କୋଟି ଲୋକ ସଂଖ୍ୟା ବିଶିଷ୍ଟ ବିହାର ରାଜ୍ୟରେ ଆଜି ଯାଏ ମାତ୍ର ୧୧ ଲକ୍ଷ ପରୀକ୍ଷା ହୋଇଛି। ବିହାର ରେ ମୃତ୍ୟୁ ହାର ସେତେବେଶୀ ନୁହେଁ। ଏହା ୦.୫% ରେ ସୀମିତ ରହିଛି। ତେବେ ସମୟ କ୍ରମେ ସଂଖ୍ୟା ବଢିଲେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବ। ଓଡିଶାରେ ଗୋଟେ ସମୟରେ ମୃତ୍ୟୁହାର ସବୁଠୁ କମ ରହିଥିଲା। ଏବେ ଏହା ୦.୭% ରେ ପହଞ୍ଚିଲାଣି। ପରୀକ୍ଷା ନ ବଢିଲେ ସ୍ଥିତି ଅଧିକ ଜଟିଳ ହେବ। ସଂକ୍ରମଣ ରୋକିବାକୁ ହେଲେ ବ୍ୟାପକ ପରୀକ୍ଷା ଜରୁରୀ।

ଦିଲ୍ଲୀ ସରକାର ନିଜର ବ୍ୟାପକ ପରୀକ୍ଷା ଯୋଜନା ମାଧ୍ୟମରେ ସେଠାରେ ସ୍ଥିତିକୁ ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇ ଆସିଛନ୍ତି। ଯଦି ଗୋଟିଏ ରାଜ୍ୟ ଯେଉଁଠି ସଂକ୍ରମଣ ଆଖି ଦୃଶିଆ ଭାବରେ କମିଛି, ତାହା ହେଉଛି ଦିଲ୍ଲୀ। ଦିଲ୍ଲୀରେ ପ୍ରତି ଦଶ ଲକ୍ଷ ଲୋକରେ ୬୦,୭୮୫ ପରୀକ୍ଷା କରାଯାଇଛି। ଏହା ଏକ ଉତ୍ସାହ ଜନକ ସଂଖ୍ୟା। ମହାରାଷ୍ଟ୍ର ରେ ସଂକ୍ରମଣ ର ସ୍ଥିତି ଗମ୍ଭୀର ଥିଲେ ମଧ୍ୟ ସେଠିକାର ସରକାର ବ୍ୟାପକ ପରୀକ୍ଷା ଅବ୍ଯାହତ ରଖିଛନ୍ତି। ଉଭୟ ମହାରାଷ୍ଟ୍ର ଓ ତାମିଲନାଡୁରେ ପରୀକ୍ଷା ଦଶ ଲକ୍ଷ ଲୋକରେ ଯଥାକ୍ରମେ ୨୩,୨୫୯ ଓ ୪୩,୫୦୩ ରହିଛି। ଏହି ସଂଖ୍ଯାରେ ପରୀକ୍ଷା ଅବ୍ଯାହତ ରହିଲେ ଏକ ନିର୍ଦ୍ଦିଷ୍ଟ ସମୟ ସୀମାରେ ସଂକ୍ରମଣକୁ ଚିହ୍ନଟ କରିହେବ। ଇତିମଧ୍ୟରେ ଆନ୍ଧ୍ର ପ୍ରଦେଶ ସରକାର ପରୀକ୍ଷା ହାରକୁ ପ୍ରାୟ ତିନିଗୁଣ ବଢାଇଛନ୍ତି। ସେଥିଲାଗି ଆନ୍ଧ୍ରରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦିଲ୍ଲୀ ପରେ ଏବେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୪୮,୫୩୦ ଲୋକଙ୍କର ପରୀକ୍ଷା କରାହେଉଛି।

ପରୀକ୍ଷାରେ ସବୁଠୁ ଖରାପ ଅବସ୍ଥାରେ ବିହାର ସରକାର ରହିଛନ୍ତି। ଏକ ବିଚିତ୍ର ରଣନୀତିରେ ବିହାର ସରକାର ନିଜର ପରୀକ୍ଷା ନୀତି ସ୍ଥିର କରିଛନ୍ତି। ପ୍ରାୟ ୭ କୋଟି ଜନସଂଖ୍ୟା ବିଶିଷ୍ଟ ଗୁଜରାଟ ମାତ୍ର ୧୦ ଲକ୍ଷ ପରୀକ୍ଷା କରିଛି। ଏକ ବିଚିତ୍ର ପରିସଙ୍ଖ୍ୟାନ ଆମେ ଗୁଜରାଟରୁ ଦେଖିବା। ଗତ କିଛିମାସ ହେଲା ସେଠାରେ ପରୀକ୍ଷା ହାର ସ୍ଥିର ରହିଛି। ଅଧିକ ସଂକ୍ରମଣ ହେଉଥିବା ରାଜ୍ୟ ଗୁଡିକ ଅଧିକ ପରୀକ୍ଷା କରୁଥିବା ବେଳେ ଗୁଜରାଟ ହାତୀ ଭଳି ଦିନକୁ ପଚାଶ/ଶହେ ଅଧିକ ସଂକ୍ରମିତ ଠାବ କରୁଛି। ଅନ୍ୟ ରାଜ୍ୟ ତୁଳନାରେ ଗୁଜରାଟର ମୃତ୍ୟୁହାର ଉଦବେଗଜନକ। ସେଠାରେ ମୃତ୍ୟୁହାର ୩.୭% ରହିଛି। ଏହି ଦଶଟି ରାଜ୍ୟ ଭିତରୁ ସର୍ବାଧିକ ମୃତ୍ୟୁହାର ଗୁଜରାଟରେ ରହିଛି। ତେଣୁ ପ୍ରଧାନମନ୍ତ୍ରୀ ଜାତୀୟ ମୃତ୍ୟୁହାର କୁ ୧% ରୁ କମ ରଖିବାର ଯେଉଁ ଲକ୍ଷ୍ୟ କଥା କହୁଛନ୍ତି, ସେଥିରେ ଗୁଜରାଟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିହାର, ପଶ୍ଚିମବଙ୍ଗ, ଗୁଜରାଟ, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ କୁ ଏହି ଦଶ ରାଜ୍ୟଠୁ ଅଲଗା କରି ଦେଖିବାକୁ ପଡିବ।

ଦଶଟି ରାଜ୍ୟ ବୋଲି କହି ଆମେ ଦେଶର ସ୍ଥିତି ଠିକ ଅଛି ବୋଲି କହିବା ଆଦୌ ଠିକ ହେବନାହିଁ। କାରଣ ଯେଉଁ ଦଶଟି ରାଜ୍ୟ କଥା ପ୍ରଧାନମନ୍ତ୍ରୀ କହିଛନ୍ତି, ସେଥିରେ ଆମ ଦେଶର ୮୦% ଜନତା ବସବାସ କରନ୍ତି।

corona covid-19 india Kedar Mishra
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣା: ମୁଖମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

April 28, 2026

ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼

April 28, 2026

ଆୟୁର୍ବେଦ, ହୋମିଓପାଥିକ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.