ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଳରାମପୁର ସାହିକୁ କଂକ୍ରିଟ୍ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନା କରାଯାଇଛି। ଭିଡିଓ କନଫେରେନସ୍ ମାଧ୍ୟମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପସ୍ଥିତିରେ ଏହି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନା କରାଯାଇଛି। ଭୁବନେଶ୍ୱର ସାଂସଦଙ୍କ ହାତ ପାଣ୍ଠିରୁ ମଂଜୁର ହୋଇଥିବା ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶ୍ରୀ ଶ୍ରୀ ବଳରାମ ଦେବଙ୍କ ମନ୍ଦିର ନିକଟରୁ ବଳରାମ ପୁର ସାହିକୁ ଏହି କଂକ୍ରିଟ୍ ରାସ୍ତା ନିର୍ମାଣ କରାଯିବ। ଆସନ୍ତା ସେପ୍ଟେମ୍ବର ମାସ ୫ ତାରିଖରେ ଏହି ରାସ୍ତାର ଶୁଭ ଉଦଘାଟନ ହେବାକୁ ସ୍ଥିର କରାଯାଇଛି। ଦୀର୍ଘ ବର୍ଷ ହେଲା ଏହି ରାସ୍ତା ନିର୍ମାଣ କରାଯିବା ପାଇଁ ସ୍ଥାନୀୟ ଲୋକ ମାନେ ଦାବି କରି ଆସୁଥିଲେ। ମାତ୍ର କୌଣସି ରାଜନେତା କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି କେହି ଦୃଷ୍ଟି ଦେଉ ନଥିବା ସାହି ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି। ଆଜିର ଏହି…
Author: Samikhsya Bureau
ନୂଆଦିଲ୍ଲୀ, ଗତ 24 ଘଣ୍ଟା ମଧ୍ୟରେ ଦେଶ କରୋନା ସୁସ୍ଥତା ହାରରେ ରେକର୍ଡ ସୃଷ୍ଟି କରିଛି। ଗୋଟିଏ ଦିନରେ 51,706 ଜଣ ରୋଗୀ ସୁସ୍ଥ ହେବାରୁ ସୁସ୍ଥତା ହାର ଏପର୍ଯ୍ୟନ୍ତର ସର୍ବାଧିକ 67.19 ପ୍ରତିଶତରେ ପହଞ୍ଚିଛି । ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ 12,82,215 ଜଣ ସୁସ୍ଥ ହୋଇଛନ୍ତି ଯାହାକି ସକ୍ରିୟ ମାମଲାଠାରୁ ଦୁଇଗୁଣରୁ ମଧ୍ୟ ଅଧିକ। ରୋଗୀମାନଙ୍କ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି। ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ପଦ୍ଧତିକୁ ପାଥେୟ କରିବାରୁ ଏହି ଆକାଂକ୍ଷିତ ଫଳ ମିଳିପାରିଛି। ଦ୍ରୁତ ନମୁନା ପରୀକ୍ଷା, ହସ୍ପିଟାଲ ଭିତ୍ତିଭୂମିର ବିକାଶ ଯୋଗୁଁ ସୁସ୍ଥତା ହାର ଗତ 14 ଦିନ ମଧ୍ୟରେ ଶତକଡା 63 ରୁ 67କୁ ବୃଦ୍ଧି ପାଇଛି। ସୁସ୍ଥତା ହାରରେ ନିୟମିତ ଉନ୍ନତି ଯୋଗୁଁ ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ପାଖାପାଖି 7 ଲକ୍ଷରେ ପହଞ୍ଚିଛି। ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ରୋଗୀ…
ରମେଶ ମହାନ୍ତି ଜଗତସିଂହପୁର: କୋଭିଡ୍ ଯୋଦ୍ଧାମାନଙ୍କର ନିଷ୍ଠା, ଅହର୍ନିସୀ ସେବା ଓ ସର୍ବୋଚ୍ଚ ତ୍ୟାଗକୁ ପୁନଃସ୍ମରଣ ତଥା ସମ୍ମାନ ପ୍ରଦର୍ଶନ ପୂର୍ବକ ଆଜି ସଂନ୍ଧ୍ୟା ୬ଟା ସମୟରେ ଜିଲ୍ଲା ଓସୱାନ୍ ଭିଡିଓ କନଫରେନ୍ସି ରୁମ୍ ଓ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ୧ମିନିଟ୍ ନିରବ୍ ପାର୍ଥନା ସହ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓସୱାନ୍ ଭିଡିଓ କନଫରେନ୍ସିଂ କକ୍ଷରେ ଓଡିଶାର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ପ୍ରମୁଖ ଉପସ୍ଥିତ ରହି ୧ମିନିଟ୍ ନୀରବ ପ୍ରାର୍ଥନା ଓ ଶପଥପାଠ କରିଥିଲେ। ସେହିପରି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଜିଲ୍ଲାପାଳ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ନିରବ…
In response to HCM call, all ranks of Berhampur Police participated in the one minute prayer and oath taking function. DIG (SR) Sri. Satyabrata Bhoi, IPS and SP, Berhampur, Sri Pinak Mishra graced the function.
ଦେଶରେ କରୋନା ସଂକ୍ରମଣ ଓ ତଜ୍ଜନିତ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନାହିଁ। ଆଜି ବିଭିନ୍ନ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁଯାୟୀ ଦେଶର କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦,୦୦୦ ଟପିଛି।ଆଜି ମହାରାଷ୍ଟ୍ରରେ ୩୩୪, ତାମିଲନାଡୁରେ ୧୧୨, କର୍ଣ୍ଣାଟକରେ ୧୦୦, ଆନ୍ଧ୍ରପ୍ରଦେଶରେ ୭୭, ପଶ୍ଚିମବଙ୍ଗରେ ୬୧ ଓ ଉତ୍ତର ପ୍ରଦେଶରେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ବୋଲି ସମ୍ପୃକ୍ତ ରାଜ୍ୟ ସରକାର ଜଣାଇଛନ୍ତି। (ସମୀକ୍ଷା ବ୍ଯୁରୋ)
A Silent Prayer followed by Oath taking Was Organised At DPO, Panikoili to honour and commemorate the supreme sacrifice of our Covid warriors and to remind all of us to act responsibly and strictly follow the Covid guidelines to keep ourselves and our families safe.
Khallikote PS in Ganjam paying homage through One minute Silent Prayer and oath taking to honour the supreme sacrifice of our COVID warriors at 6.00 PM today.
କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ବିଏମସି ତରଫରୁ ନିରବ ପ୍ରାର୍ଥନା ଏବଂ ଶପଥ ଗ୍ରହଣ
ଭୁବନେଶ୍ବର, ଗତ ୫ ମାସ ଧରି ଓଡିଶା କୋଭିଡ ବିରୁଦ୍ଧରେ ଲଢେଇ ଜାରି ରହିଛି। ଏହି ଲଢେଇର ଆଗଧାଡିରେ ରହିଥିବା କୋଭିଡ ଯୋଦ୍ଧା ମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ଆଜି ରାଜ୍ୟର କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଛି। ଏହାକୁ କୋଭିଡ ଯୁଦ୍ଧର ଏକ ମହତ୍ବପୂର୍ଣ୍ଣ ଘଟଣା ବୋଲି ବର୍ଣ୍ଣନା କରି ଏହାର ସବୁ ଶ୍ରେୟ କୋଭିଡ ଯୋଦ୍ଧା ଓ ଓଡିଶାବାସୀଙ୍କର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଜୀବନକୁ ବାଜି ଲଗାଇ ସେମାନେ ଯେପରି ସେବା କରିଚାଲିଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା ମଧ୍ୟ କରିଛନ୍ତି। ଏହି ଲଢେଇରେ ୨୫ ଜଣ କୋଭିଡ ଯୋଦ୍ଧା ସେମାନଙ୍କ ଜୀବନ ବଳିଦାନ ଦେଇ ସେବା, ତ୍ୟାଗ ଓ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ସେହି ଯୋଦ୍ଧା ମାନଙ୍କର ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ସାରା ରାଜ୍ୟ ଆଜି ସଂଧ୍ୟା ୬ଟାରେ ଏକ ମିନିଟ…
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ନାନ କ୍ରମେ ଆଜି ସଂଧ୍ୟା ୬ ଘଣ୍ଟିକାରେ ବିଜେଡି କାର୍ଯ୍ୟାଳୟରେ ନିରବ ପ୍ରାର୍ଥନା ସହିତ ଶପଥ ପାଠ ହୋଇଯାଇଛି। ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ୧ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ, ସତ୍ୟବ୍ରତ ପାତ୍ର, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଜନ୍ମଜୟ ଲେଙ୍କା, ଛାତ୍ର ଜନତା ଦଳ ରାଜ୍ଯ ସଭାପତି ରାଣାପ୍ରତାପ ପାତ୍ର, ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ,ମହିଳା ଜନତା ଦଳର ସାଧାରଣ ସମ୍ପାଦକ ସୁଲତ ଦେଓ,ଭାରତୀ ସିଂ, ସଂଯୁକ୍ତା ମହାନ୍ତି, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଯୁବ ବିଜେଡିର ଦୁର୍ଗା ସାମନ୍ତରାୟ,ମଳୟ ପତି, ଧୃତି ମାର୍ଥ।,ସୁନୀଲ ନାୟକ,ତାରିଣୀ ନାୟକଙ୍କ ସହ ଛାତ୍ର ବିଜେଡି ର ମନୋଜ ସେନାପତି, ସୁଜିତ…
ଅହମଦାବାଦ୍, ଅଯୋଧ୍ୟାରେ ଏକ ଭବ୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜାନ ଉତ୍ସବରେ ଯୋଗ ଦେବା ବେଳେ ତାଙ୍କ ମା ଘରେ ଟିଭିରେ ତାଙ୍କୁ ଦେଖଉଥିଲେ। ମୋଦି ପ୍ରଥମେ ଯେତେବେଳେ ହନୁମାନ ମନ୍ଦିରରେ ପୂଜା ଅର୍ଚ୍ଚନା କଲେ ସେତେବେଳେ ତାଙ୍କ ମା ହୀରାବେନ୍ ହାତ ଯୋଡି ନମସ୍କାର ମାରୁଥିଲେ। ସେହିପରି ମୋଦି ଭୂମିପୂଜନ କରିବାଠାରୁ ଆରମ୍ଭ କରି ଭାଷଣ ଦେବା ପର୍ଯ୍ୟନ୍ତ ତାଙ୍କ ମା ସିଧାପ୍ରସାରଣ ଦେଖୁଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ତାହା ଭାଇରାଲ ହେବାରେ ଲାଗିଛି।
ହାଇଦ୍ରାବାଦ : ଜାତୀୟ ପୁରସ୍କାର ପ୍ରାପ୍ତ ତଥା ଅଭିନେତା ଆୟୁଷ୍ମାନ ଖୁରାନା, ତବୁ ଓ ରାଧିକ ଆପ୍ତେଙ୍କ ଅଭିନୀତ ହିନ୍ଦୀ ଚଳଚିତ୍ର ଅନ୍ଧାଧୁନ୍ର ରିମେକ ହେଉଛି । ଏହି ରିମ୍ରେ ନଜର ଆସିବାକୁ ଯାଉଛନ୍ତି ତେଲୁଗୁ ସୁପରଷ୍ଟାର ନିତିନ୍ ଏବଂ ନୟନତାରା। ଏହି ରିମ୍କେ ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ଭୂମିକାରେ ନିତିନ୍ ନଜର ଆସିବାକୁ ଯାଉଛନ୍ତି । ତେବେ ତବୁଙ୍କ ଭୂମିକା ପାଇଁ ନୟନତାରାଙ୍କୁ ମନୋନୀତ କରାଯାଇଛି । ନୟନତାରାଙ୍କ ପକ୍ଷରୁ ସମ୍ମତି ମିଳିନଥିବା ବେଳେ ବାହୁବଲୀ ଫେମ୍ ରମ୍ୟା କ୍ରିଷ୍ଣନଙ୍କୁ ମଧ୍ୟ ଏହି ରୋଲ୍ ଅଫର୍ କରାଯାଇଛି । ନିତିନ ଏହି ଭୂମିକା ପାଇଁ ନୟନତାରାଙ୍କୁ ଅନୁରୋଧ କରିଛନ୍ତି । ତେବେ ନୟନତାରାଙ୍କ ପ୍ରତିକ୍ରିୟା ଜଣାପଡିନାହିଁ । ପ୍ରାରମ୍ଭରୁ ତବୁଙ୍କୁ ଏହି ଚରିତ୍ର ଅଫର କରାଯାଇଥିଲେ ମଧ୍ୟ ସେ ଏହି ଅଫରକୁ ମନା କରି ଦେଇଥିଲେ । ନିତିନଙ୍କ ପ୍ରଡକ୍ସନ୍ ହାଉସ୍ ଶ୍ରେଷ୍ଠ ମୁଭିଜ୍ 3.5 କୋଟି ଟଙ୍କାରେ ଫିଲ୍ମର…
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ସଂଧ୍ୟା 6ଟା ବେଳେ ସାରା ଓଡିଶା ଗୋଟିଏ ମିନିଟ ପାଇଁ ନିରବି ଯାଇଥିଲା। କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ଗତକାଲି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ। ସେହି କ୍ରମରେ ଆଜି ଓଡିଶାର ପୁରପଲ୍ଲୀରେ ଆୟୋଜିତ ହୋଇଛି ଏହି ନିରବ ପ୍ରାର୍ଥନା। ରାଜ୍ୟ ସଚିବାଳୟର ବିଭିନ୍ନ ବିଭାଗ, ବିଭିନ୍ନ ନିର୍ଦ୍ଦେଶାଳୟ, ଜିଲ୍ଲା ଅଫିସ ପ୍ରଭୁତିରେ କର୍ମଚାରୀମାନେ ଏହି ନିରବ ପ୍ରାର୍ଥନାରେ ଭାଗ ନେଇଥିଲେ। ନିରବ ପ୍ରାର୍ଥନା ପରେ ମୁଖ୍ୟମନ୍ତ୍ରୀ ଶପଥପାଠ କରାଇଥିଲେ। ଏଥିରେ ସମସ୍ତେ ଟେଲିଭିଜନ ଏବଂ ସାମାଜିକ ଗଣମାଧ୍ୟମରୁ ସିଧାପ୍ରସାରଣ ଦେଖି ଏହି ଶପଥ କରିଥିଲେ। ବର୍ତ୍ତମାନ କରୋନା ପରିସ୍ଥିତି ଯେପରି ହୋଇଛି ସେଥିରେ କୋଭିଡ ଯୋଦ୍ଧାଙ୍କ ଭୂମିକା ନିହାତି ଆବଶ୍ୟକ। ବର୍ତ୍ତମାନ ରାଜ୍ୟରେ ପ୍ରାୟ 25 ଜଣ କୋଭିଡ ଯୋଦ୍ଧା ମୃତ୍ୟୁବରଣ କରିସାରିଲେଣି। ଏଫରି କ୍ଷେତ୍ରରେ ସେମାନଙ୍କ ମନୋବଳ ବଢାଇବା ପାଇଁ ନବୀନ ଏହି ଶପଥ…
ଖୋର୍ଦ୍ଧା: ଖୋର୍ଦ୍ଧାର ଜଣେ ଜନୈକ ସାମ୍ବାଦିକ ଖୋର୍ଦ୍ଧା ସହରରେ ଚାଲିଥିବା ଏକ ନିର୍ମାଣ କାର୍ଯ୍ୟର ନିମ୍ନମାନର ହେଉଥିବା ଅଭିଯୋଗ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିଲେ। କିନ୍ତୁ ଉକ୍ତ କାର୍ଯ୍ୟ ସବିଶେଷ ବିବରଣୀ ନ ପାଇବାରୁ ଆରଟିଆଇ ଆକ୍ଟ ଅନୁସାରେ ତଥ୍ୟ ମାଗିଥିଲେ। ଏହାକୁ ନେଇ ନିର୍ମାଣ କରୁଥିବା ଠିକାଦାରଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଜୁଲାଇ 29 ତାରିଖରେ ଚକ୍ରାନ୍ତ କରି ଘଟଣାର ସମ୍ପୃକ୍ତ ନଥାଇ ସମ୍ପୃକ୍ତ ସାମ୍ବାଦିକଙ୍କ ବିରୋଧରେ ମିଥ୍ୟା ଏତଲା ଦିଆଯାଇଥିଲା। ଏତଲା ଦାଏର ହେବା ପରେ ଗତ ଜୁଲାଇ 30 ତାରିଖରେ ସାମ୍ବାଦିକ ଜଣକ ଅନୁପସ୍ଥିତ ଥିବା ସମୟରେ ସାମ୍ବାଦିକଙ୍କ ଘର ଉପରକୁ ବୋମାମାଡ ହୋଇଥିଲା। ଏନେଇ ସାମ୍ବାଦିକଙ୍କ ସ୍ତ୍ରୀ ଆଦର୍ଶ ଥାନାରେ ଏତଲା ଦେଇଥିଲେ ସୁଦ୍ଧା ବୋମାମାଡ ହେବାର 7 ଦିନ ଅତିବାହିତ ହୋଇଥିଲେ ସୁଦ୍ଧା ଅପରାଧୀଙ୍କୁ ଗିରଫ କରାଯାଇନାହିଁ। ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ମିଥ୍ୟା ଅଭିଯୋଗ ସହିତ ବୋମାମାଡ ଘଟଣାରେ…
ତାଞ୍ଜାନିଆ : ଭାଗ୍ୟ ଯଦି ତୁମ ସାଥ୍ରେ ରହିଛି ତେବେ ତୁମେ ମାଟି ଧରିଲେ ବି ତାହା ସୁନା ହୋଇଯିବ । କିନ୍ତୁ ତାଞ୍ଜାନିଆଠାରେ ଜଣେ ଶ୍ରମିକଙ୍କ ଭାଗ୍ୟ ଏମିତି ବଦଳିଛି ଯେ, ସେ ମାଟି ଖୋଳୁ ଖୋଳୁ ସୁନା ନୁହେଁ, ସୁନାଠାରୁ ବହୁ ମୂଲ୍ୟବାନ ରତ୍ନପଥର ପାଇଛନ୍ତି । ତେବେ ଏହି ଶ୍ରମିକ ଜଣକ ପ୍ରଥମ ଥର ପାଇଁ ଏହି ଏଭଳି ଦୁର୍ଲଭ ରତ୍ନପଥର ପାଇନାହାନ୍ତି । ଏହା ପୂର୍ବରୁ ଦୁଇଥର ମଧ୍ୟ ସେ ଏପରି ରତ୍ନପଥର ପାଇଥିଲେ । ତୃତୀୟ ଥର ପାଇଁ ତାଞ୍ଜାନିଆର ଖଣିରେ କାମ କରୁଥିବା ଶ୍ରମିକ ସାନିନ୍ୟୁୟ ଲେଜର୍ ରତ୍ନ ପଥର ପାଇ କୋଟିପତି ପାଲଟିଛନ୍ତି । ସାନିନ୍ୟୁୟ ଙ୍କୁ ପୂର୍ବରୁ ମିଳିଥିବା 2ଟି ରତ୍ନପଥର ମଧ୍ୟରୁ ଗୋଟିକର ଓଜନ 9.27 କିଲୋ ଥିଲା ଏବଂ ଅନ୍ୟଟିର ଓଜନ 51.03 କିଲୋ । ଏହି 2ଟି ପଥର ବଦଳରେ ସେଠାକାର ସରକାର ତାଙ୍କୁ 7.74…
ସଂପଦ ଦଳାଇ ଆଜି ହିନ୍ଦୁ କ୍ୟାଲେଣ୍ଡରରେ ସେମିତି କିଛି ବଡ ତିଥି ନାହିଁ। ସେମିତି କିଛି ବଡ ପୂଜା ବି ନାହିଁ। ହେଲେ ଆଜି ଅଯୋଧ୍ୟାରେ ଯେପରି ଏକ ସମାରୋହର ଆୟୋଜନ ହେଲା ତାହା ହିନ୍ଦୁ କ୍ୟାଲେଣ୍ଡରରେ ଏକ ବଡ ତିଥି ଭାବେ ଯୋଡି ହୋଇଗଲା। ଗତ ଚାରି ଦିନ ଧରି ଭୂମିପୂଜା ପାଇଁ ଯେପରି ଆୟୋଜନ ଚାଲିଥିଲା, ସେଥିରେ ପ୍ରତିଟି ହିନ୍ଦୁ ଭାବେ ନେଲେ ଯେ, ଅଗଷ୍ଟ 5 ତାରିଖ ଏକ ପବିତ୍ର ଦିନ। ସେଥିପାଇଁ ଆଜି ଆମିଶ ବାର ହୋଇଥିଲେ ମଧ୍ୟ ଅନେକ ତାହା ଭକ୍ଷଣ କଲେ ନାହିଁ। ଆମିଶ ନ ଖାଇବା ପାଇଁ କେହି ନିର୍ଦ୍ଦେଶ ଦେଇ ନ ଥିଲେ ମଧ୍ୟ ଭୂମିପୂଜନ ପାଇଁ ସାରା ଭାରତର ଅନେକ ଲୋକେ ସ୍ବତଃପ୍ରୁତ ଭାବେ ଏହାକୁ ଏକ ବ୍ରତଦିନ ବୋଲି ଧରି ନେଲେ। ଭୂମିପୂଜା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ପହଁଚିବାଠାରୁ ଆରମ୍ଭ କରି ପୂଜା ଶେଷ ପର୍ଯ୍ୟନ୍ତ…
ୱାଶିଂଟନ୍ : ୟୁଏସ୍ ଓପନରୁ ଓହରି ଯାଇଛନ୍ତି ବିଶ୍ୱର ଦୁଇ ନମ୍ବର ମାନ୍ୟତା ପ୍ରାପ୍ତ ଟେନିସ୍ ଖେଳାଳୀ ରାଫେଲ୍ ନାଦାଲ । ଚଳିତ ମାସର ୩୧ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ୟୁଏସ୍ ଓପନ୍ରୁ ନାଦାଲ୍ ଓହରିବା ନେଇ ଟ୍ୱିଟ୍ କରି ଘୋଷଣା କରିଛନ୍ତି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଏପରି ସମୟରେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ବୁଦ୍ଧିମତାର ପରିଚାୟକ ନୁହେଁ । କରୋନା କାରଣରୁ ବିଗତ ଚାରି ମାସ ଧରି କୋର୍ଟରୁ ଦୂରେଇ ରହିବାକୁ ପଡିଛି, ତେଣୁ ଆଉ କିଛି ଦିନ ଧୈର୍ଯ୍ୟ ଧରି ରହିବାକୁ ପଡିବ ବୋଲି କହିଛନ୍ତି ରାଫେଲ୍ । ଚାରିଥର ୟୁଏସ୍ ଓପନ୍ ବିଜେତା ନାଦାଲ ୟୁଏସ୍ ଓପନ୍ରୁ ଓହରିବା ସମ୍ପର୍କରେ ଟୁଇଟ୍ରେ ଘୋଷଣା କରିଛନ୍ତି । ନିକଟରେ ନାଦାଲ ଓହରି ଯିବା ପରେ ମାଦ୍ରିଦ୍ ଓପନ୍ ମଧ୍ୟ ବନ୍ଦ ରଖାଯାଇଥିଲା ।
ଭୁବନେଶ୍ବର : ରାଜ୍ୟରେ ଆଉ 2ଟି ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟିତ ହୋଇଛି । ବ୍ରହ୍ମପୁର ଏମ୍କେସିଜି ଓ ବୁର୍ଲା ଭୀମସାରରେ ଦୁଇଟି ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଦୁଇ ପ୍ଲାଜ୍ମା ଉଦ୍ଘାଟନ କରିଛନ୍ତି । ପୂର୍ବରୁ କଟକ, ଭୁବନେଶ୍ବର, ରାଉରକେଲାରେ ପ୍ଲାଜ୍ମା ବ୍ୟାଙ୍କ ସ୍ଥାପିତ ହୋଇଛି । କରୋନା ଚିକିତ୍ସାରେ ପ୍ଲାଜ୍ମା ବରଦାନ ସାଜିଛି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଓ ଫାଇଭ୍ ଟି ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଭୁବନେଶ୍ବର : ଆଜି ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର ରହିଛି । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟରୁ 1255 ଜଣ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁସାରେ ଗଞ୍ଜାମରୁ ସର୍ବାଧିକ 485 ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 125, ସୁନ୍ଦରଗଡରୁ 122, ସମ୍ବଲପୁରରୁ 107, ପୁରୀରୁ 75, ମୟୂରଭଞ୍ଜରୁ 43, କଟକରୁ 40, ଜଗତସିଂହପୁରରୁ 29, କନ୍ଧମାଳରୁ 28, ବାଲେଶ୍ବରରୁ 27, ବଲାଙ୍ଗିରରୁ 24, କୋରାପୁଟରୁ 22, ଅନୁଗୁଳରୁ 20, ନବରଙ୍ଗପୁରରୁ 18, ଗଜପତିରୁ 16, ନୟାଗଡରୁ 14, କେନ୍ଦ୍ରାପଡାରୁ 12, ମାଲ୍କାନଗିରିରୁ 11, ଭଦ୍ରକରୁ 10, କଳାହାଣ୍ଡିରୁ 8, ନୂଆପଡାରୁ 6, ଯାଜପୁରରୁ 5, ଢେଙ୍କାନାଳରୁ 4, ଝାରସୁଗୁଡାରୁ 3, କେଉଁଝରରୁ ଜଣେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ୍ ସୁସ୍ଥଙ୍କସଂଖ୍ୟା 25 ହଜାର 737ରେ ପହଞ୍ଚିଛି…
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 137 ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଏହି ନୂତନ 137ଜଣଙ୍କ ମଧ୍ୟରୁ 113 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 24ଟି ଲୋକାଲ୍ କେସ୍ ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ଆଜି ଚିହ୍ନଟ 113 କ୍ବାରେଣ୍ଟାଇନ୍ରୁ ଏକ ଘରୋଇ ହସ୍ପିଟାଲର 4ଜଣ କର୍ମଚାରୀ ରହିଥିବାବେଳେ ସାଲିଆ ସାହିରୁ 10 ଜଣ, ଭୀମପୁରରୁ 9 ଜଣ, ଗଙ୍ଗନଗର ବସ୍ତିରୁ 8 ଜଣ, ଓସିସି ବସ୍ତିରୁ 7 ଜଣ ରହିଛନ୍ତି । ବଡଗଡରୁ 6 ଜଣ, ଚନ୍ଦ୍ରଶେଖର ପୁର ବିଡିଏ କଲୋନୀରୁ 5 ଜଣ, ୟୁନିଟ୍ -9ରୁ 5 ଜଣ, ସତ୍ୟନଗରରୁ 4 ଜଣ ରହିଛନ୍ତି । ସେହିପରି ଆଜି ଲୋକାଲ୍ 24 ଜଣଙ୍କ ମଧ୍ୟରୁ ଆଇଆରସି ଭିଲେଜରୁ 2 ଜଣ,ଚିନ୍ତାମଣିଶ୍ବରରୁ ଜଣେ, ଟଙ୍କପାଣି ରୋଡ୍ରୁ ଜଣେ, ନୟାପଲ୍ଲୀରୁ ଜଣେ, ଓଲ୍ଡ ଟାଉନ୍ ବ୍ରହ୍ମେଶ୍ବର ପାଟଣାରୁ ଜଣେ, ଝାରପଡାରୁ ଜଣେ, ସତ୍ୟ…
ୱାଶିଂଟନ୍ : କରୋନା ମହାମାରୀ ଯୋଗୁଁ ପୃଥିବୀର ଅର୍ଥନୀତି ଭୁଶୁଡି ପଡିଛି । କରୋନା ସଂକଟ ଯୋଗୁଁ ପ୍ରାୟ ପ୍ରତ୍ୟେକ ଦେଶରେ ଅର୍ଥନୀତି ଏବେ ଦୋଦୁଲ୍ୟମାନସ୍ଥିତିରେ । ଆମେରିକାରେ କରୋନା କାଳ ଅର୍ଥନୈତିକ ସଂକଟ ଭାବେ ମଧ୍ୟ ଉଭା ହୋଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରାୟ ସବୁ ଦେଶ ନିଜ ନାଗରିକମାନଙ୍କୁ ସହାୟତା କରୁଛନ୍ତି । ତେବେ କରୋନା ମହାମାରୀ ସମୟରେ କରୋନା ଅର୍ଥରେ କାର୍ କିଣି ବେଶ୍ କ୍ଷତିରେ ପଡିଛନ୍ତି ଜଣେ ଯୁବକ । ଏପରିକି ତାଙ୍କୁଜେଲ୍ ଯିବାକୁ ପଡିଛି । ପୃଥିବୀରେ କରୋନା ମହମାରୀ ଯୋଗୁଁ ଜୀବନ ଓ ଜୀବିକାର ସଂଘର୍ଷ ଚାଲିଥିବାବେଳେ ଜଣେ ଯୁବକ କରୋନା ରିଲିଫ୍ ଅର୍ଥରେ ଏକ ବିଳାସ ପୂର୍ଣ୍ଣ କାର୍ କିଣି ଜେଲ୍ ଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ କରୋନା ରିଲିଫ୍ ଅର୍ଥରେ ଏକ ବିଳାସପୂର୍ଣ୍ଣ କାର୍ କିଣିବା ଅଭିଯୋଗରେ ଜଣେ ଯୁବକଙ୍କୁ ଜେଲ୍ ଯିବାକୁ ପଡିଛି ।…

