ରାଜ୍ୟରେ ଆରୋଗ୍ୟ ଲାଭ କାଲେ ୧୫୪୩ ଜଣ କରୋନା ଆକ୍ରାନ୍ତ

Published: Aug 9, 2020, 8:34 pm IST

ଭୁବନେଶ୍ବର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୫୪୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ କାରୋନାରୁ ଆରୋଗ୍ଯ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଆଜି  ୩୧,୭୮୪ରେ ପହଞ୍ଚିଛି।   ଆଜି ଗଞ୍ଜାମରୁ ସର୍ବାଧିକ ୪୦୨ ଜଣ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି।  ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ  ଖୁର୍ଦ୍ଧାରୁ ୨୧୦, କଟକରୁ ୧୩୧, କୋରାପୁଟରୁ ୧୨୮, ଗଜପତିରୁ ୧୧୧, ବାଲେଶ୍ବରରୁ ୮୩, ଯାଜପୁରରୁ ୫୮,  ସମ୍ବଲପୁରରୁ ୪୯, ମାଲକାନଗିରିରୁ ୪୭, କନ୍ଧମାଳରୁ ୪୬, ରାୟଗଡାରୁ ୩୫, ନୟାଗଡରୁ ୩୩, ଭଦ୍ରକରୁ ୩୧, , ଜଗତସିଂପୁରରୁ ୨୭, କଳାହାଣ୍ଡିରୁ ୨୫,  କେନ୍ଦୁଝରରୁ ୨୩, ଢେଙ୍କାନାଳରୁ ୨୧, ନବରଙ୍ଗପୁରରୁ ୧୫, ମୟୂରଭଞ୍ଜରୁ ୧୫, ପୁରୀରୁ ୧୪, ବଲାଙ୍ଗୀରିରୁ ୧୦, କେନ୍ଦ୍ରାପଡାରୁ ୧୦, ସୋନପୁରରୁ ୭, ଝାରସୁଗୁଡାରୁ ୫, ସୁନ୍ଦରଗଡରୁ ୪, ବରଗଡରୁ ୨, ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related posts