ସାମ୍ନାକୁ ଆସିଲା ରାଣା ଦଗ୍ଗୁବତୀଙ୍କ ବିବାହ ଫଟୋ

Published: Aug 9, 2020, 10:25 am IST

ତାମିଲନାଡୁ : ବାହୁବଲୀର ଭଲାଲ୍‌ ଦେବ ତଥା ସାଉଥ ସୁପରଷ୍ଟାର ରାଣା ଦଗ୍ଗୁବତୀ ଗତକାଲି ମିହିକା ବଜାଜଙ୍କୁ ବାହା ହୋଇଛନ୍ତି । ଦୁହିଁଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ଏହି ଫଟୋରେ ଦୁହେଁ ବେଶ୍‌ ଆକର୍ଷକ ଲାଗୁଛନ୍ତି । ଫଟୋରେ ରାଣା ଧୋତି ଓ କର୍ତ୍ତାପିନ୍ଧିଥିବାବେଳେ ଗୋଲେଡ୍ନ କଲରର୍‌ ଏକ ଦୁପଟା ପକାଇ ମଥାରେ ଟୀକା ଲଗାଇ ବେଶ୍‌ ହ୍ୟାଣ୍ଡସମ୍‌ ଲାଗୁଛନ୍ତି । ସେହିପରି ତାଙ୍କ ପାଖରେ ବସିଥିବା ମିହିକା ହ୍ବାଇଟ୍‌ ଏଣ୍ଡ୍‌ ଗୋଲ୍ଡେନ୍‌ କମ୍ପିନେସନ୍‌ର ଏକ ଲେହେଙ୍ଗା ପିନ୍ଧିଛନ୍ତି । ଏହା ସହିତ ହେଭୀ ଜୁଏଲରୀ ପିନ୍ଧିଛନ୍ତି। ରାଣାଙ୍କ ପଛରେ ଅଭିନେତା ରାମଚରଣ ଓ ଉପାସନା ଠିଆ ହୋଇଥିବାର ଦେଖାଯାଇଛନ୍ତି ।

ପୂର୍ବରୁ ଉଭୟ ରାଣା ଓ ମିହିକା ନିଜର ମେହେନ୍ଦୀ ସେରିମନିର ଫଟୋ ମଧ୍ୟ ସେୟାର କରିଥିଲେ । (ଏଜେନ୍ସି)

Related posts