Author: Samikhsya Bureau

ସୀତାରାମ ଅଗ୍ରୱାଲ ଚିଲିକା: ସମୀକ୍ଷା ନ୍ୟୁଜରେ ଜଣେ ଅସହାୟଙ୍କ ସମ୍ପର୍କରେ ଖବର ପ୍ରକାଶ ପରେ ‘ଇୟୋରସ ହୋପ’ ଫାଉଣ୍ଡେସନ ନାମରେ ଏକ ସ୍ବେଚ୍ଛାସେବୀ ସଂଗଠନ ସହାୟତାର ହାତ ବଢାଇଛି। ଏହି ସଂସ୍ଥାର ସହାୟତାରେ ପକ୍ଷାଘାତରେ ପୀଡିତ ରୋଗୀ ଜଣଙ୍କ ଏବେ କ୍ରମଶଃ ସୁସ୍ଥ ହେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତ ପରବଳ ଗ୍ରାମର ବାସିନ୍ଦା ଶ୍ରୀ ସୁରେନ୍ଦ୍ର ନାଥ ବେହେରା ପକ୍ଷାଘାତ ରୋଗରେ ପୀଡିତ ହୋଇଥିଲେ। ତାଙ୍କ ସମ୍ପର୍କରେ ଗତ ୬ ତାରିଖରେ ଏକ ଖବର ସମୀକ୍ଷା ନ୍ୟୁଜରେ ପ୍ରକାଶିତ ହୋଇଥିଲା। ଏହା ପରେ ବହୁ ଗଣମାଧ୍ୟମର ପ୍ରତିନିଧି ତାଙ୍କ ଘରେ ପହଞ୍ଚିଥିଲେ। ଏବଂ ସେଠାରେ ସୁରେନ୍ଦ୍ର ବିକଳ ହୋଇ କୋହଭରା କଣ୍ଠରେ ସରକାରୀ ସାହାଯ୍ୟ ତଥା କିଛି ବଦାନ୍ୟ ବ୍ୟକ୍ତିଙ୍କଠୁ ସାହାଯ୍ୟ ପାଇଁ ଗଣମାଧ୍ୟମର ପ୍ରତିନିଧିଙ୍କୁ ହାତଯୋଡ଼ି ନିବେଦନ କରିଥିଲେ। ଏହାକୁ ଦେଖି ଓଡ଼ିଶାର ଏକ ସ୍ଵେଚ୍ଛାସେବୀ ସଂଗଠନ ‘ଇୟୋରସ ହୋପ’ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମତୀ…

Read More

ଭୁବନେଶ୍ୱର, ଗତ ଜୁଲାଇ୨୦ ତାରିଖରେ କିଛି ଦୃର୍ବୁତ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତ ବାଗଚୁଆଁ ଗାଁର ଜଣେ ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ କରି ହତ୍ୟା କରିଥିଲେ। ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲାର ବିଜେପି ନେତ୍ରୀ ସୁରଭି ପାଣି ଓ ଅଂଜଳୀ ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧୀ ଦଳ ମୃତା ନାବାଳିକାଙ୍କ ପରିବାର ସଦସ୍ୟକୁ ଭେଟିବା ସହ ଘଟଣାସ୍ଥଳକୁଯାଇ ସରଜମିନ ତଦନ୍ତ କରିଛନ୍ତି। ପ୍ରତିନିଧୀ ଦଳ ପ୍ରଥମେ ମୃତା ନାବାଳିକାଙ୍କ ଗାଁ ବାଗଚୁଆଁ ଠାରେ ପହଂଚି ପରିବାର ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଘଟଣା ସଂପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ। ପରିବାର ଲୋକ ମୃତା ନାବାଳିକା ଶରୀରର ଅନେକ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଥିବା କଥା ଜଣାଇଛନ୍ତି। ପରେ କୋଟପାଡ ଥାନା ଆଇଆଇସିଙ୍କ ସହ ପ୍ରତିନିଧୀ ଦଳ ଆଲୋଚନା କରି ଦୋଷୀଙ୍କ ବିରୁଦ୍ଧରେ…

Read More

ଭୁବନେଶ୍ବର, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମାନ କାମକୁ ସମାନ ଦରମା ନୀତି ରାଜ୍ୟର ଠିକା କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରିବା ପାଇଁ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଦାବି କରିଛି। ରାଜ୍ୟର ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ରାଜ୍ୟରେ ଲାଗୁ ହେବାକୁ ଥିବା ସପ୍ତମ ବେତନ କମିଶନକୁ ନେଇ ଯଥେଷ୍ଟ ଆଶାବାଦୀ ଥିଲେ। କିନ୍ତୁ ୨୦୧୭ରେ ଲାଗୁ ହେଇଥିବା ସପ୍ତମ ବେତନ କମିଶନରେ ସରକାର ସମସ୍ତ ନିୟମିତ କର୍ମଚାରୀଙ୍କ ମୂଳ ଦରମାରେ ବୃଦ୍ଧି କରାଇଥିଲେ। କିନ୍ତୁ ଠିକା କର୍ମଚାରୀ ଏଥିରୁ ବାଦ୍ ପଡିଥିଲେ। ଏହା ବିରୋଧରେ ବହୁ ଥର ଠିକା କର୍ମଚାରୀମାନେ ଅନେକ ଥର ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିଛନ୍ତି। ପୂର୍ବତନ ଅର୍ଥସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପୂର୍ବରୁ ଠିକା କର୍ମଚାରୀଙ୍କ ଦାବିର ବିଚାର କରାଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ ଏହା ହୋଇନଥିଲା। ପୁନଶ୍ଚ ନିର୍ବାଚନ ପୂର୍ବରୁ ଯେଉଁ ତିନିଜଣିଆ କମିଟି ଗଠନ କରାଯାଇଥିଲା ସେ…

Read More

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ସନ୍ଧ୍ୟାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହଠାତ ରାଜ୍ୟପାଳ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ରାଜ୍ୟପାଳ ମେଡ଼ିକାଲରେ ଭର୍ତ୍ତି ହେବା ପରେ ଏହା ଏକ ନିୟମିତ ଚେକ ଅପ୍ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି। ରାଜଭବନ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ ଏନେଇ ସୂଚନା ଦେଇଛନ୍ତି। ସେପଟେ ରାଜ୍ୟପାଳ ରାତିରେ ମେଡ଼ିକାଲରେ ରହି କାଲି (ଶୁକ୍ରବାର) ଫେରି ଆସିବେ ବୋଲି ସେ କହିଛନ୍ତି।

Read More

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 643 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 407 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ 44, ବାଲେଶ୍ବରରୁ 31, ମୟୂରଭଂଜରୁ 28, କଟକରୁ 27, ଜଗତସିଂହପୁରରୁ 15, ବରଗଡ଼ ଓ କନ୍ଧମାଳରୁ 14 ଲେଖାଏଁ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳ ଓ କେନ୍ଦୁଝରରୁ 11 ଲେଖାଏଁ, ଭଦ୍ରକରୁ 8 ସୁସ୍ଥ, ଗଜପତିରୁ 6, ବଲାଙ୍ଗିର ଓ ଝାରସୁଗୁଡ଼ାରୁ 5 ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାଜପୁର ଓ ସୁନ୍ଦରଗଡରୁ 4, କେନ୍ଦ୍ରାପଡ଼ା ଓ କୋରାପୁଟରୁ 3 ଲେଖାଏଁ, ସମ୍ବଲପୁରରୁ 2 ଏବଂ ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏଯାବତ ମୋଟ ଆରୋଗ୍ୟ ସଂଖ୍ୟା 14 ହଜାର 392ରେ ପହଞ୍ଚିଛି।

Read More

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ମାସ୍କ ନ ପିନ୍ଧିଲେ ଲକ୍ଷେ ଟଙ୍କାର ଜରିମାନା ଏବଂ ଆବଶ୍ୟକ ସ୍ଥଳେ ୨ ବର୍ଷ ଯାଏଁ ଜେଲଦଣ୍ଡର ବ୍ୟବସ୍ଥା ଘୋଷଣା କରାଯାଇଛି। ଶୁଣିଲେ ଏହା ଆଶ୍ଚର୍ଯ୍ୟ ଲାଗୁଛି। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମାସ୍କ ପିନ୍ଧିବା ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି। କେତେକ ରାଜ୍ୟରେ ଏଥିପାଇଁ ଜରିମାନା ବ୍ୟବସ୍ଥା ରହିଛି। ଓଡ଼ିଶାରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା ଆଦାୟ କରାଯାଉଛି। କିନ୍ତୁ ପଡ଼ୋଶୀ ଝାଡ଼ଖଣ୍ଡରେ ରାଜ୍ୟ ସରକାର ମାସ୍କ ପିନ୍ଧୁନଥିବା ଲୋକମାନଙ୍କ ପାଇଁ ଏପରି ଦଣ୍ଡର ବ୍ୟବସ୍ଥା କରିଛନ୍ତି, ଯେ ତାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଝାଡ଼ଖଣ୍ଡ କ୍ୟାବିନେଟ ବୁଧବାର ଦିନ ସଂକ୍ରାମକ ରୋଗ ଅଧ୍ୟାଦେଶ ୨୦୨୦ ଜାରି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅନୁସାରେ ସର୍ବସାଧାରଣ ସ୍ଥାନରେ…

Read More

ଓଡିଶାର ଜଣେ ଜଣାଶୁଣା ଗୀତିକବି, ଶିଶୁ ସାହିତ୍ୟିକ ଓ ସାହିତ୍ୟ ସଂଗଠକ ଦିଲୀପ ବେହୁରାଙ୍କର ଅକାଳ ବିୟୋଗ ଘଟିଛି। ଗତକାଲି ରାତିରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି ବୋଲି ପରିବାର ସୂତ୍ରରୁ ପ୍ରକାଶ। ଶ୍ରୀ ବେହୁରା ରାଜଧାନୀର ବିଭିନ୍ନ ସାହିତ୍ୟ ସଂଗଠନ ଓ ପାତ୍ର ପତ୍ରିକା ସହିତ ଜଡିତ ରହିଥିଲେ। ୨୪, ଜାନୁଆରୀ ୧୯୬୫ ରେ ଭୁବନେଶ୍ଵରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ବେହୁରା ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ଥିଲେ। ବହୁ ପ୍ରମୁଖ ସାହିତ୍ୟ ସଂଗଠନର କର୍ମକର୍ତ୍ତା ଓ ସାହିତ୍ୟ ଉତ୍ସବର ଆୟୋଜକ ଭାବରେ ତାଙ୍କର ଏକ ପ୍ରମୁଖ ଭୂମିକା ରହିଥିଲା। ରାଜଧାନୀର ସର୍ବ ପୁରାତନ ସାହିତ୍ୟ ଖଟି  ଭାବେ ପରିଚିତ ପୁରୁଣା ବସଷ୍ଟାଣ୍ଡ ସାହିତ୍ୟିକ ଖଟିର ସେ ଥିଲେ ଜଣେ ସକ୍ରିୟ ସଦସ୍ୟ। ତାଙ୍କ ଅକାଳ ବିୟୋଗରେ ବହୁ ଲେଖକ ଓ ସାହିତ୍ୟିକ ଶୋକ ପ୍ରକାଶ କରିଛନ୍ତି।

Read More

ଭୁବନେଶ୍ବର, ରାଜ୍ୟରେ କରୋନା ସ୍ଥିତି ନେଇ ଚିନ୍ତା ନ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢୁଥିଲେ ବି ରାଜ୍ୟବାସୀ ଚିନ୍ତା କରିବା ଅନାବଶ୍ୟକ ବୋଲି ସେ କହିଛନ୍ତି। କରୋନା ସଂକ୍ରମଣକୁ ଠାବ କରାଯାଉଛି, ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ଗୋଟିଏ ବି କେସ୍ ଯେପରି ରହି ନଯାଉ, ସେ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେସିଂ ବଢୁଥିବାରୁ ରୋଗୀଙ୍କ ସଂଖ୍ୟା ବଢୁଛି। ସବୁ ଲକ୍ଷଣଯୁକ୍ତ କେସ୍ ଧରିପାରିଲେ ନିଶ୍ଚିତ ଭାବେ କରୋନା ନିୟନ୍ତ୍ରଣ କରାଯାଇ ପାରିବ। ଓଡ଼ିଶାରେ ଆରୋଗ୍ୟ ହାର 65 ପ୍ରତିଶତ ଓ ମୃତ୍ୟୁହାର ଦଶମିକ 54 ପ୍ରତିଶତ ରହିଥିବା ସେ କହିଛନ୍ତି। ସର୍ଭେ କରୁଥିବା କର୍ମଚାରୀ, ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପାଇଁ ପ୍ରୋତ୍ସାହିତ ପାଇ ବ୍ୟବସ୍ଥା ହୋଇଛି।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନା ସ୍ଥିତି ନେଇ ଆଜି ଖୋର୍ଦ୍ଧା ଉପ ଜିଲ୍ଲାପାଳ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଆଗକୁ କରୋନା ମହାମାରୀ ରୋକିବା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରିଛନ୍ତି। ଉପ ଜିଲ୍ଲାପାଳ ଅଶୋକ ବେଉରିଆ ବାଣପୁର ଏନ.ଏ.ସି ଗସ୍ତ କରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର ସଭାଗୃହରେ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ଉପଜିଲ୍ଲାପାଳ ବାଣପୁର ସହରାଞ୍ଚଳରେ ବଢୁଥିବା କରୋନା ସଂକ୍ରମଣର ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବାଣପୁର ଏନ.ଏ.ସି ରେ କଣ୍ଟାକ୍ଟ ଟ୍ରେସିଙ୍ଗ ପ୍ରକ୍ରିୟା ତ୍ୱରାନ୍ୱିତ ହେବ, କଣ୍ଟେନମେଣ୍ଟ ଜୋନ ଗଠନ ଠିକ୍ ଭାବେ ହେବ, ପୋଲିସ ମୁତୟନ ଏବଂ ପାଟ୍ରୋଲିଂ କଡ଼ାକଡ଼ି ହେବ, ୱାର୍ଡ କମିଟି ମେମ୍ବର ମାନେ ପ୍ରତି ୱାର୍ଡର ଘରେ ଘରେ ବୁଲି କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚି଼ହ୍ନଟ କରି କୋଭିଡ କେୟାର…

Read More

ଭୁବନେଶ୍ବର, ରାଜଧାନୀ ଭୁବନେଶ୍ବରରେ କରୋନା କମିବା ନାଁ ନେଉନାହିଁ। ଆଜି ପୁଣି ଥରେ ଭୁବନେଶ୍ବର ସହରରୁ ଆଉ 126 ପଜିଟିଭ ଚିହ୍ନଟ ହୋଇଛନ୍ତି। ଲକଡାଉନ ସତ୍ତ୍ବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପିବାରେ ଲାଗିଛି। ଆକ୍ରାନ୍ତ 126 ଜଣଙ୍କ ମଧ୍ୟରୁ 93 ଜଣ କ୍ବାରେଣ୍ଟିନ ଏବଂ 33 ଲୋକାଲ କଣ୍ଟାକ୍ଟ କେସ୍ ରହିଛନ୍ତି। ମଞ୍ଚେଶ୍ବରରେ ଥିବା ଏକ ଅଟାକଳର ଆଉ 35 କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏହି ଅଟାକଳରୁ 26 କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଦୁଇଦିନରେ ଏହି ନିର୍ଦ୍ଦିଷ୍ଟ ଅଟାକଳରୁ 61 ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସମ୍ପୃକ୍ତ ଅଟାକଳକୁ ସିଲ୍ କି ଦିଆଯାଇଛି।ଚନ୍ଦ୍ରଶେଖରପୁରରୁ 9, ୟୁନିଟ-2 ଅଞ୍ଚଳରୁ 7 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରସୁଲଗଡରୁ 4, ଏକ ଘରୋଇ ହସ୍ପିଟାଲର 4 କର୍ମଚାରୀ, ରିଜର୍ଭ ପୋଲିସ କଲୋନିରୁ 3, ନୟାପଲ୍ଲୀ ଅଞ୍ଚଳରୁ 2 ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ନୂଆସାହିରୁ ଜଣେ ୫୦ ବର୍ଷୀୟ…

Read More

ନୂଆଦିଲ୍ଲୀ, ବଲିଉଡ୍ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇରୁ ନିଜକୁ ଦୂରେଇ ରଖୁ ବୋଲି ବିଜେପି କହିଛି। ସୋସିଆଲ ମିଡିଆ ଏବଂ ଦେଶ ବାହାରେ ଭାରତ ବିରୋଧୀ କିଛି ବ୍ୟକ୍ତିଙ୍କ ସହ ବଲିଉଡର କିଛି କଳାକାର ଫଟୋ ପ୍ରଦର୍ଶିତ ହେଉଥିବାରୁ ବିଜେପି ଏହା କହିଛି। କାଲିଫର୍ଣ୍ଣିଆରେ ରହୁଥିବା କାଶ୍ମୀର ବିଚ୍ଛିନ୍ନତାବାଦୀ ଟୋନି ଆସାଇଙ୍କ ସହ ଶାହାରୁଖ ଖାଁ ଏବଂ ତାଙ୍କ ପତ୍ନୀ ଗୌରୀ ଖାଁଙ୍କ ଫଟୋକୁ ନେଇ ବିବାଦ ପରେ ବିଜେପି ଏଭଳି ମତ ରଖିଛି। ଭାରତ ବିରୁଦ୍ଧରେ ଲଢେଇ ପାଇଁ ଟୋନା ଆସାଇ କାଶ୍ମୀର ଯୁବକମାନଙ୍କୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ ରହିଛି। ଆହୁରି ବି ଅନେକ ବଲିଉଡ କଳାକାରଙ୍କର ପାକିସ୍ତାନୀ ଓ ଭାରତ ବିରୋଧୀ ତତ୍ତ୍ବଙ୍କ ସହିତ ବ୍ୟାବସାୟିକ ସମ୍ପର୍କ ରହୁଥିବା ନେଇ ଅନେକ ଅଭିଯୋଗ ରହିବା ସହ ଏ ନେଇ ନାନା ପ୍ରଚାର ମଧ୍ୟ ହେଉଛି। ଏସବୁକୁ ଲକ୍ଷ୍ୟ କରି ବିଜେପି ଉପସଭାପତି ଏକ ପ୍ରତିକ୍ରିୟରେ ବଲିଉଡ ଜଗତକୁ ଭାରତ…

Read More

କଟକ, କଟକ ସହରରୁ ଆଜି 34 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 34 ଆକ୍ରାନ୍ତଙ୍କ ମଧ୍ୟରେ 8 ଲୋକାଲ କେସ୍ ଥିବା ଜଣାଯାଇଛି। ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦେୱାନ ବଜାରରୁ 5 ସଂକ୍ରମିତ ହୋଇଛନ୍ତି। ରାଉସପାଟଣାରୁ 3 ମହିଳାଙ୍କ ସମେତ 4 ପଜିଟିଭ ଚିହ୍ନଟ ହୋଇଛନ୍ତି। ଗମାଡିଆ ଓ ଦେୱାନ ବଜାରରୁ 3 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସସିବି ମେଡିକାଲରୁ ଆଜି ଆଉ ଜଣେ କରୋନା ଯୋଦ୍ଧା ନିଜେ କୋଭିଡ ସଂକ୍ରମିତ ହୋଇଥିବା କଟକ ମହାନଗର ନିଗମ ସୂତ୍ରରୁ ଜଣାପଡିଛି।

Read More

ନୂଆଦିଲ୍ଲୀ: ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ହାଇକୋର୍ଟର ରାୟ ଆସିବା ପରେ ଆସନ୍ତା ସୋମବାର ଏହାର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି। ସେହିପରି ବିଧାୟକମାନେ ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଛନ୍ତି । ତେଣୁ ସେମାନଙ୍କ ଅସନ୍ତୋଷର କଣ୍ଠରୋଧ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ରାଜସ୍ଥାନ ବାଚସ୍ପତିଙ୍କ ଏସଏଲପି ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା କହିଛନ୍ତି । ଏହାସହ ହାଇକୋର୍ଟର ରାୟ ଆସିବାକୁ ମାତ୍ର ଗୋଟିଏ ଦିନ ହିଁ ରହିଛି ଆପଣ କାହିଁକି ଅପେକ୍ଷା କରୁନାହାଁନ୍ତି ବୋଲି ମଧ୍ୟ ବାଚସ୍ପତିଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ କପିଲ ସିବଲଙ୍କୁ ପ୍ରଶ୍ନ କରିଛନ୍ତି । ସୂଚନାଥାଉକି, ମଙ୍ଗଳବାର ବିଦ୍ରୋହୀ ବିଧାୟକଙ୍କ ଉପରେ 24 ତାରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ବାଚସ୍ପତି ସିପି ଜୋଶୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜସ୍ଥାନ ହାଇକୋର୍ଟ । ତେବେ ବାଚସ୍ପତିଙ୍କ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଶାଳଜଙ୍ଗ ପଞ୍ଚାୟତର ମାଳିତୋଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ନିଶାସକ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ଏକ କାଠ ଫାଳିଆ ରେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ ମାଳିତୋଟା ଗ୍ରାମର ଶାରଦା ଆଚାର୍ଯ୍ୟ ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀ ପିଙ୍କି ଆଚାର୍ଯ୍ୟଙ୍କୁ ଚାହା କରିବାକୁ କହିଥିଲେ। କିନ୍ତୁ ପିଙ୍କି ଚାହା ନ କରିବାରୁ ଶାରଦା ଉତକ୍ଷିପ୍ତ ହୋଇ ଏକ କାଠଫଳିଆ ସାହାଯ୍ୟରେ ପିଙ୍କିକୁ ବାଡେଇ ମାରିଦେଇଥିବା ତାର କୁନିପିଲା ଦୁଇଟି ପ୍ରକାଶ କରିଥିବା ଜଣାପଡିଛି। ଶାରଦାର କିଛି ରୋଜଗାର ନଥିବା ବେଳେ ସେ ପ୍ରଚୁର ମାତ୍ରାରେ ନିଶାଦ୍ରବ୍ୟ ସେବନ କରୁଥିବା ଓ ନିଶାସକ୍ତ ଅବସ୍ଥାରେ ସେ ବାରମ୍ବାର ସ୍ତ୍ରୀ ଉପରେ ଅତ୍ୟାଚାର କରୁଥିଲା ବୋଲି ସ୍ଥାନିୟ ଅଞ୍ଚଳରୁ ଶୁଣିବାକୁ ମିଳୁଛି। ତାଙ୍କର ଦୁଇଟି ଛୋଟ ପିଲା ଗୋଟିଏ ୫ବର୍ଷର ପୁଅ ଓ ଅନ୍ୟଜଣେ ୩ବର୍ଷର ଝିଅ ଥିବା…

Read More

ରମେଶ ମହାନ୍ତି ଜଗତସିଂହପୁର: ଖରିଫ୍ ଋତୁ ପାଇଁ କୃଷକ ମାନଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ କୃଷକମାନଙ୍କର ଅନ୍ ଲାଇନ୍‌ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଚାଲିବ। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଜଗତସିଂହପୁର ଜିଲ୍ଲାରେ କୃଷକମାନଙ୍କର ଅନ୍‌ଲାଇନ ପଞ୍ଜିକରଣ କରାଯିବା ପାଇଁ କ୍ଷେତ୍ରୀୟ କର୍ମଚାରୀଙ୍କ ମଧ୍ୟରେ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଶିବିର ଜଗତସିଂହପୁର ଆର.ଏମ୍‌.ସି ଏବଂ ରାହାମା ଆର.ଏମ୍‌.ସି ସମ୍ମିଳନୀ କକ୍ଷରେ ତା ୨୭.୭.୨୦ ରିଖ ଠାରୁ ତା ୩୧.୭.୨୦ ରିଖ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରାପ୍ତ ସୂଚନା ଅନୁଯାୟୀ ଜଗତସିଂହପୁର ଆର.ଏମ୍‌.ସି ସମ୍ମିଳନୀ କକ୍ଷରେ ୨୭ ତାରିଖ ଦିବା ୧୧ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଜଗତସିଂହପୁର ବ୍ଲକର ୧୬ ଗୋଟି ସମବାୟ ସମିତି ଏବଂ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ବିରିଡି ବ୍ଲକର ୬…

Read More

ପାଲମପୁର : କରୋନା ପାଇଁ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଥିବାବେଳେ ଅନ୍‌ଲାଇନ୍‌ରେ କ୍ଳାସ୍‌ କରାଯାଉଛି । ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ସ୍ମାର୍ଟଫୋନ୍‌ର ଆବଶ୍ୟକତା ରହିଛି । ତେବେ ଗରିବ ଲୋକଙ୍କ ପାଖରେ ସ୍ମାର୍ଟଫୋନ୍‌ କେଉଁଠୁ ଆସିବ । ସ୍ମାର୍ଟଫୋନ୍‌ ପାଇଁ ଗାଈ ବିକ୍ରି କରିଥିବାର ଘଟଣା ସାମ୍ନାକୁ ଆସିଛି ।  ଅସହାୟ ପିତା ଜଣକ ଘରର ଏକମାତ୍ର ରୋଜଗାର ମାଧ୍ୟମ ଥିବା ଗାଈକୁ ପିଲାର ପାଠ ପଢିବା ଲାଗି ଏକ ସ୍ମାର୍ଟ ଫୋନ୍‌ କିଣିବା ପାଇଁ ବିକ୍ରି  କରିଛନ୍ତି । ମାତ 6 ହଜାର ଟଙ୍କାରେ ଗାଈକୁ ବିକ୍ରି କରି ଏକ ଫୋନ୍‌ ନେଇଛନ୍ତି । ତେବେ ଏହି ପରିବାରର ଏକମାତ୍ର ସମ୍ବଳ ଗାଈଥିବାବେଳେ ଏବେ ସେହି ପରିବାର କିପରି ଚଳିବେ ସେନେଇ ଚିନ୍ତା ଘାରିଛି । ହିମାଚଳ ପ୍ରଦେଶର ପାଲମପୁର ଜିଲ୍ଲାର ଜ୍ବାଲାମୁଖୀସ୍ଥିତ ଗୁମେର ଗ୍ରାମରେ କୁଲଦୀପ କୁମାରଙ୍କର ଏହା ହେଉଛି କାହାଣୀ । ମାର୍ଚ୍ଚରେ ଲକ୍‌ଡାଉନ୍‌ ଜାରି ହେବା ପରେ…

Read More

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି 2 ଦିନ ପାଇଁ ସ୍‌ଟଡାଉନ୍‌ ରହିବ। ଆଜିଠାରୁ ଏହି କଟକଣା ଲାଗୁ ହୋଇଥିବା ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଗତ 20 ତାରିଖରେ ଭୁବନ ଅଞ୍ଚଳରେ 3 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ 2 ଜଣ ପଜିଟିଭ୍‌ ବିଭିନ୍ନ ଦୋକାନରେ କିଣାକିଣି କରିବା ସହ ବ୍ୟାଙ୍କ ଓ ପେଟ୍ରୋଲ୍‌ ପମ୍ପ ଯାଇଥିଲେ । ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ 7ଟି  ଦୋକାନ, ଗୋଟିଏ ବ୍ୟାଙ୍କ ଓ ପେଟ୍ରୋଲ୍‌ ପମ୍ପକୁ ସିଲ୍‌ କରାଯାଇଛି । ଭୁବନ ଏନଏସିକୁ ଦୁଇଦିନ ପାଇଁ ଶଟ୍‌ଡାଉନ୍‌ କରାଯାଇଥିବାବେଳେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ । ଫଳରେ ଭୁବନ ଏନଏସିରେ ଲଗାତାର 4 ଦିନ ପାଇଁ ଭୁବନ ଏନଏସିରେ ଶଟ୍‌ଡାଉନ୍‌ କଟକଣା ଜାରି ରହିବ । ଢେଙ୍କାନାଳ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 150ରେ ପହଞ୍ଚିଥିବାବେଳେ 59 ସୁସ୍ଥ ହୋଇଛନ୍ତି । 91…

Read More

ଆସାମ :  ଜଣେ ପିଲା ଜନ୍ମ ହେବା ପରେ ମାତା-ପିତା, ପରିବାର ତଥା ସମୁଦାୟ ତରଫରୁ ତାଙ୍କୁ ସର୍‌ନେମ୍‌ ବା ସାଜ୍ଞିଆ ମିଳିଥାଏ । ନିଜ ଜନ୍ମ ତଥା ଜାତିର ଏକ ପ୍ରମାଣ ରୂପେ ସର୍‌ନେମ ସର୍ବଦା ନିଜ ନାମର ଶେଷରେ ରହିଥାଏ । କିନ୍ତୁ ଆସାମର ଜଣେ ମହିଳାଙ୍କୁ ସରନେମ୍‌ ତାଙ୍କ ପାଇଁ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି। ସେ ଯେଉଁଠିକି ବି ଚାକିରି ପାଇଁ ଆବେଦନ କରୁଛନ୍ତି, ତାଙ୍କ ନାମକୁ ଦେଖି ତାଙ୍କ ଆବେଦନ ପତ୍ରକୁ ପ୍ରତ୍ୟାଖାନ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଗୌହ୍ବାଟୀର ପ୍ରିୟଙ୍କା ନାମ୍ନୀ ଜଣେ ମହିଳା ସରକାରୀ କମ୍ପାନୀ ଏନ୍‌ଏସଏଲ୍‌ରେ ଚାକିରି ପାଇଁ ଅନ୍‌ଲାଇନ୍‌ ଆବେଦନ କରୁଥିଲେ । କିନ୍ତୁ ତାଙ୍କ ସରନେମ୍‌ ପାଇଁ ଓ୍ବେବସାଇଟ୍‌ ଓ ସପ୍ଟଓ୍ବୟାର ଏହି ଆବେଦନକୁ ଗ୍ରହଣ ନ କରି ରିଜେକ୍ଟ କରିଦେଉଛି । ଏହି ମହିଳାଙ୍କ ସରନେମ୍‌ ଚୁତିଆ ଥିବାରୁ ଓ୍ବେବସାଇଟ୍‌ରେ ଏହି…

Read More

ରମେଶ ମହାନ୍ତି ଜଗତସିଂହପୁର : କଲେଜରେ ପାଠପଢିବାକୁ ଆସୁଥିବା ଯୁବପିଢିଙ୍କୁ ଉଚିତ୍ ଶିକ୍ଷାଦାନ କରି ଗଢିତୋଳିବା ଭଳି ଗୁରୁଦାୟିତ୍ୱରେ ଥିବା ଅଧ୍ୟାପକ ନିଜେ ଯଦି ନିଶାସକ୍ତ ଅବସ୍ଥାରେ ମଦ ଦୋକାନରେ ହଙ୍ଗାମା କରନ୍ତି ତେବେ ତାଙ୍କଠାରୁ ଶିକ୍ଷାପ୍ରାପ୍ତ ପାଇଁ ଆସୁଥିବା ଯୁବପିଢିଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହିପରି ଏକ ଅଧ୍ୟାପକଙ୍କ କାରନାମା ଏବେ ତିର୍ତ୍ତୋଲ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଭାଇରାଲ୍ ହେଉଥିବା ଉକ୍ତ ଭିଡିଓରେ ହଙ୍ଗାମା କରୁଥିବା ଏହି ବ୍ୟକ୍ତି ଜଣକ ତିର୍ତ୍ତୋଲ କଲେଜର ଇଂରାଜୀ ଅଧ୍ୟାପକ ବୋଲି କୁହାଯାଉଛି। ମଣିଜଙ୍ଗା ସ୍ଥିତ ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନରେ ତିର୍ତ୍ତୋଲ କଲେଜର ଏହି ଅଧ୍ୟାପକ ଜଣକ ହଙ୍ଗାମା କରୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୂଚନାନୁଯାୟୀ ତିର୍ତ୍ତୋଲ କଲେଜର ଏହି ଅଧ୍ୟାପକ ଜଣକ ନିଶାସକ୍ତ ଅବସ୍ଥାରେ କିଛି ଯୁବକଙ୍କୁ ସାଥିରେ ନେଇ ମଣିଜଙ୍ଗା ସ୍ଥିତ ଏକ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନରେ…

Read More

ଭୁବନେଶ୍ବର : ଆଜି ପୁଣି 6ଜଣଙ୍କ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରୁ ପାଞ୍ଚଜଣ କରୋନାରେ ଥିବାବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ମୃତକଙ୍କ ମଧ୍ୟରେ 3 ଜଣ ପୁରୁଷ ଓ 2 ଜଣ ମହିଳା ରହିଛନ୍ତି । ଗଞ୍ଜାମରେ ମୃତ୍ୟୁବରଣ କରିଥିବା ପାଞ୍ଚଜଣଙ୍କ ମଧ୍ୟରେ 4 ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ଗଞ୍ଜାମ ଜିଲ୍ଲାର 41 ବର୍ଷୀୟ ଜଣେ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ସେ ହାଇପର୍ଟେସନରେ ପୀଡ଼ିତ ଥିଲେ । ସେହିପରି ଅନ୍ୟ ଜଣେ ମୃତକଙ୍କ ବୟସ 63 ବର୍ଷ ହୋଇଥିବାବେଳେ ସେ ମଧ୍ୟ ହାଇପରର୍ଟେନସନ୍‌ରେ ପୀଡ଼ିତ ଥିଲ । 51 ବର୍ଷୀୟା ମହିଳାଙ୍କର ମୃତ୍ୟୃୁ ହୋଇଛି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତଙ୍କ ବୟସ 69 ବର୍ଷ ବୋଲି ସୂଚନା ରହିଛି । ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲାରୁ…

Read More