Author: Samikhsya Bureau

ମୁମ୍ବାଇ, 125 ଦିନ ଲକଡାଉନରେ ରହିବା ପରେ ତାଙ୍କର ଲୋକପ୍ରିୟ କମେଡି ଧାରାବାହିକ ‘କପିଳ ଶର୍ମା ସୋ’ ପାଇଁ ସୁଟିଂ ସେଟକୁ ଫେରିଛନ୍ତି କମେଡିଆନ କପିଲ ଶର୍ମା । ସେ ତାଙ୍କର ସହ କଳାକାର ପହଞ୍ଚୁଥିବା କିଛି ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଗୋଟିଏ ପୋଷ୍ଟରେ ଭାରତୀ ସିଂ ସାନିଟାଇଜ କରୁଥିବା ଦୃଶ୍ୟ ରହିଛି। ସମସ୍ତ ଅଭିନେତା ସୁଟିଂ ସେଟରେ କର୍ମଚାରୀଙ୍କ ସହ ସହଯୋଗ କରିଥିଲେ। (ଏଜେନସି)

Read More

ନୂଆଦିଲ୍ଲୀ, କରୋନା ଭୂତାଣୁର ଭୟ ଭିତରେ ଯିଏ ସାହସର ସହିତ କୋଭିଡ-19 ମୃତକଙ୍କ ଅନ୍ତିମ ସଂସ୍କାର ଭଳି ମହତ କାମ କରି ଆସିଛନ୍ତି, ସେ କରୋନା ସଂକ୍ରମିତ ହେବା ପରେ ଆଜି ତାଙ୍କ ପାଖରେ କେହି ନାହାଁନ୍ତି। ଏପରିକି ସରକାର ମଧ୍ୟ ଆଖି ବୁଜି ଦେଇଛନ୍ତି। ଏ ହେଉଛନ୍ତି ଦିଲ୍ଲୀର ଜିତେନ୍ଦ୍ର ସିଂ ସୁଣ୍ଟି। କୋଭିଡ-19 ମୃତକଙ୍କ ପାଖକୁ କେହି ଯିବାକୁ ସାହସ କରୁନଥିବା ବେଳେ ଜିତେନ୍ଦ୍ର ଏଥିପାଇଁ ଆଗେଇ ଆସି ସେମାନଙ୍କର ଶେଷକୃତ୍ୟ କରିବାରେ ମୁଖ୍ୟ ଭୂମିକା ତୁଲାଇଛନ୍ତି। ଏହାବାଦ୍ ଅନେକ କୋଭିଡ ରୋଗୀଙ୍କୁ ସେ ହସ୍ପିଟାଲ ନେବା ଓ ସୁସ୍ଥ ହେବା ପରେ ଘରେ ଛାଡ଼ିବା ଭଳି ମହତ କାମ କରିଛନ୍ତି। ଏହି କାମ କରି କରି ଏବେ ସେ ଓ ତାଙ୍କ ପରିବାର କରୋନାରେ ଆକ୍ରାନ୍ତ। ହେଲେ ଏବେ ତାଙ୍କଠାରୁ ସମସ୍ତେ ଦୂରେଇ ଯାଇଛନ୍ତି। ଏପରିକି ଦିଲ୍ଲୀ ସରକାରଙ୍କ ପକ୍ଷରୁ ତାଙ୍କୁ କିଛି ସହାୟତା ମିଳୁନାହିଁ। ଚାରିମାସ…

Read More

ରମେଶ ମହାନ୍ତି ଜଗତସିଂହପୁର, କରୋନା ପ୍ରତିଷେଧକମୂଳକ ବ୍ୟବସ୍ଥାକ୍ରମେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦୀପ ସ୍ଥିତ ଆଇ.ଓ.ସି.ଏଲର ରିଫାଇନେରି, ତାହାର ଚତୁଃପାର୍ଶ୍ବ ଏବଂ ଏଲ ଏଣ୍ଡ ଟିର ଦୁଇଟି କଲୋନୀ ଅଭୟଚନ୍ଦ୍ରପୁର ଓ ବଗଡିଆରେ 144 ଧାରା ଜାରି କରିଛନ୍ତି। ଏଲ ଏଣ୍ଡ ଟି କମ୍ପାନିରେ କାମ କରୁଥିବା କିଛି ଲୋକ ପ୍ରାଶାସନିକ ନିର୍ଦ୍ଦେଶ ମାନୁ ନଥିବାରୁ ସେଠାରେ 144 ଧାରା ଲାଗୁ କରାଯାଇଛି ବୋଲି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ଏହି ସମୟରେ 144 ଧାରା ଜାରି କରାଯାଇଥିବା ଅଞ୍ଚଳରେ ବାହାରୁ କାହାରିକୁ ଯାତାୟତ ଅନୁମତି ଦିଆଯିବ ନାହିଁ ଏବଂ ସେଠାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମଧ୍ୟ ମୁତୟନ କରାଯାଇଛି। ଅଞ୍ଚଳ ପ୍ରତି ନିୟମିତ ନଜର ରଖିବାକୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ସେଠାରେ ରହି ସ୍ଥିତି ତଦାରଖ କରୁଛନ୍ତି। ଏଥିରେ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲାପାଳ…

Read More

ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ଗୁରୁତର ଆକାର ଧାରଣ କରିଛି। ରାଜ୍ୟରେ ଏ ବର୍ଷର ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ୧୦୭ରେ ପହଞ୍ଚିଛି। ୮୧ ଜଣଙ୍କର ବନ୍ୟାରେ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଭୂସ୍ଖଳନ କାରଣରୁ ମୃତ୍ୟୁ ବରଣ କରିଛନ୍ତି। ପ୍ରଳୟଙ୍କରୀ ବନ୍ୟାରେ ଆସମର ୩୩ଟି ଜିଲ୍ଲାରୁ ୨୬ଟି ଜିଲ୍ଲାର ୨୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଶହ ଶହ ଘରଦ୍ବାର, ରାସ୍ତା ଓ ସେତୁ ଏବଂ ଫସଲ ବନ୍ୟାରେ ନଷ୍ଟ ହୋଇ ଯାଇଛି। କାଜିରଙ୍ଗା ଜାତୀୟ ପାର୍କରେ ବନ୍ୟା ଜଳ ପ୍ରବେଶ କରିବା ଯୋଗୁଁ ଶତାଧିକ ପଶୁଙ୍କ ପ୍ରାଣହାନୀ ଘଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ୟା ପରିସ୍ଥିତି ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍‌ଙ୍କ ସହ କଥାବାର୍ତ୍ତା ହୋଇ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ସହ ଫୋନ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ବନ୍ୟା ପରିସ୍ଥିତି ବିଷୟରେ ଆଲୋଚନା କରିବା ସହ…

Read More

ନୂଆଦିଲ୍ଲୀ, ବିଗତ ଶହେ ଦିନରେ 15 ଲକ୍ଷ କୋଟି ଟଙ୍କାର କ୍ଷତି। ଏହି କ୍ଷତିର ହିସାବ କେବଳ ଖୁଚୁରା ବଜାର କ୍ଷେତ୍ରରେ। କରୋନା ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତିର ପ୍ରତିଟି କ୍ଷେତ୍ରକୁ ବ୍ୟାପକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି। ଅଖିଳ ଭାରତ ବାଣିଜ୍ୟିକ ମହାସଂଘ CAIT ଦେଇଥିବା ଏକ ବିବୃତିରେ ଏହା ଦର୍ଶାଇଛି। ମହାସଂଘ କହିଛି ଯେ, ଦେଶବ୍ୟାପୀ ବ୍ୟବସାୟୀମାନେ ତିନି ମାସ ହେଲା ଠିକ୍ ଭାବେ ବ୍ୟବସାୟ କରି ନପାରି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି। କର୍ମଚାରୀ ଅଭାବ, କାରବାରରେ ମାନ୍ଦା, ଆର୍ଥିକ ନିଅଣ୍ଟ ବ୍ୟବସାୟୀମାନଙ୍କ ମନୋବଳ ଭାଙ୍ଗି ଦେଇଛି। ଏ ଦୁର୍ଦ୍ଦିନରେ ସରକାରଙ୍କ ପକ୍ଷରୁ ଯାହା ବି ସହଯୋଗ ମିଳିବା କଥା ତାହା ମିଳୁନଥିବାରୁ ବ୍ୟବସାୟ କରି ଚଳୁଥିବା ଲୋକଙ୍କ ମନୋବଳ ଭାଙ୍ଗି ଗଲାଣି। ପୂର୍ବରୁ ଏଭଳି ସଂକଟ ଦେଇ କେବେ ବି କେହି ଗତି କରି ନଥିଲେ। ଏହି ଧାରା ଜାରି ରହିଲେ ଦେଶରେ 20 ପ୍ରତିଶତ…

Read More

ଜାମସେଦପୁର, ନନ୍ଦିତା ହରିପାଲ। ଜାମସେଦପୁର ମହିଳା ମହାବିଦ୍ୟାଳୟର ଛାତ୍ରୀ। ବାପା ହେଉଛନ୍ତି ଜଣେ ଦରଜୀ, ମାଆ ଘରୋଇ ସହାୟିକା ଭାବେ କାମ କରନ୍ତି। ପ୍ରତିକୂଳ ପରିସ୍ଥିତିରେ ପାଠପଢାରେ ଯେ ନନ୍ଦିତା କେତେ ଆଗରେ ତାହା ସଦ୍ୟ ପ୍ରକାଶିତ ପରୀକ୍ଷା ଫଳରୁ ଜଣାପଡ଼ିଛି। ନନ୍ଦିତା ଝାଡଖଣ୍ଡ ଆକେଡେମିକ କାଉନସିଲର ଦ୍ବାଦଶ ଶ୍ରେଣୀ ପରୀକ୍ଷା କଳା ବିଭାଗରେ ରାଜ୍ୟରେ ଟପ୍ପର ହୋଇଛନ୍ତି। ଆଉ ଆଗକୁ ସେ ଜଣେ ସାମ୍ବାଦିକ ହେବାକୁ ଆଶା ରଖିଛନ୍ତି। ପରୀକ୍ଷା ଫଳ ଶୁଣି ସେ ବି ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି। କାରଣ, ସେ ଭାବିନଥିଲେ ଯେ ରାଜ୍ୟରେ ଟପ୍ପର ହେବେ। ତାଙ୍କର ସଫଳତା ସମ୍ପର୍କରେ ନନ୍ଦିତା କହନ୍ତି, ସେ ନିୟମିତ ଭାବେ ଶ୍ରେଣୀରେ ଉପସ୍ଥିତ ରହୁଥିଲେ ଏବଂ ନିୟମିତ ଭାବେ ଘରେ ପାଠ ପଢୁଥିଲେ। ଏଥିସହିତ ସେ କୋଚିଂ କ୍ଲାସ ବି କରୁଥିଲେ। ପାଠପଢାରେ ତାଙ୍କ ବାପା ମାଆ କେବେ ବି କୌଣସିଟିରେ ଅଭାବ କରିନାହାଁନ୍ତି। ପାଠପଢାକୁ ନିୟମିତ କରିବା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟରେ ଫଲୋୱର୍ସଙ୍କ ସଂଖ୍ୟା ୬୦ ମିଲିୟନ ଅର୍ଥାତ୍ ୬କୋଟିକୁ ବୃଦ୍ଧି ପାଇଛି। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ଆଉ ଏକ ବଡ ସଫଳତା। ଟ୍ୱିଟରରେ ଟକ୍କର ଦେଇଥିବା ଭାରତର ପ୍ରଥମ ନେତାମାନଙ୍କ ମଧ୍ୟରୁ ନରେନ୍ଦ୍ର ମୋଦୀ ଅନ୍ୟତମ। ସେ ୨୦୦୯ରେ ଟ୍ୱିଟରରେ ନିଜର ଆକାଉଣ୍ଟ ଖୋଲିଥିଲେ। ଏଥି ସହିତ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଟ୍ୱିଟରରେ ଆସିଥିଲେ, କିନ୍ତୁ ଫଲୋୱର୍ସମାନଙ୍କ କ୍ଷେତ୍ରରେ ନରେନ୍ଦ୍ର ମୋଦୀ ଶଶି ଥରୁରଙ୍କୁ ବହୁ ପଛରେ ପକାଇ ଦେଇଥିଲେ। ସେପ୍ଟେମ୍ବର ୨୦୧୯ରେ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଲୋୱର୍ସଙ୍କ ସଂଖ୍ୟା ୫କୋଟିରେ ପହଞ୍ଚିଥିଲା। ଏବେ ମାତ୍ର ୧୦ ମାସ ମଧ୍ୟରେ ଟ୍ୱିଟରରେ ତାଙ୍କୁ ୧କୋଟି ଲୋକ ଅନୁସରଣ କରିଛନ୍ତି। ଏହି ସମୟରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ଟ୍ୱିଟରରେ ସବୁଠାରୁ ଅଧିକ ଫଲୋୱର୍ସ ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୁଳନାରେ ଓବାମାଙ୍କର ଦୁଇଗୁଣ…

Read More

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମସ)ରେ ଦେଶର ପ୍ରଥମ କରୋନା ଟିକା ‘କୋଭାକ୍ସିନ’ର ମାନବ ପରୀକ୍ଷଣ ଆରମ୍ଭ ହେବ। ଏମ୍ସ ର ଏକ ବିଶେଷ କମିଟି ଶନିବାର ଦିନ କରୋନା ଭୂତାଣୁ ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନର ମାନବ ପରୀକ୍ଷଣକୁ ଅନୁମତି ଦେଇ ସାରିଛି। ଏମ୍ସରେ କମ୍ୟୁନିଟି ମେଡିସିନ୍ ସେଣ୍ଟରର ପ୍ରଫେସର ସଞ୍ଜୟ ରାୟ କହିଛନ୍ତି ଯେ, ଡାକ୍ତରଖାନାରେ ସୋମବାରଠାରୁ ଏହି ପରୀକ୍ଷା ପାଇଁ ସୁସ୍ଥ ଲୋକଙ୍କୁ ପଞ୍ଜୀକରଣ କରାଯିବ। ‘କୋଭାକ୍ସିନ’ର ମାନବ ପରୀକ୍ଷଣ ପାଇଁ ଅନୁମୋଦନ ମିଳିସାରିଛି | ଯେଉଁମାନେ ଏ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇନାହାନ୍ତି ସେମାନଙ୍କୁ ନେଇ ପରୀକ୍ଷା କରାଯିବ | ଏହି ଅନୁସନ୍ଧାନରେ ୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତି ପଞ୍ଜିକୃତ ହୋଇପାରିବେ। ପ୍ରଫେସର ସଞ୍ଜୟ ରାୟଙ୍କ କହିବା ମୁତାବକ, ଯେ କୌଣସି ସୁସ୍ଥ ବ୍ୟକ୍ତି ଯିଏ ଏହି ପରୀକ୍ଷଣରେ ଭାଗ ନେବାକୁ ଚାହାଁନ୍ତି, ସେ ତାଙ୍କ ଆବେଦନକୁ ଇମେଲ ମାଧ୍ୟମରେ ପଠାଇ…

Read More

ଭୁବନେଶ୍ବର, ଲଗାତର ଦୁଇ ତିନି ଦିନ ହୁ ହୁ ହୋଇ ବଢିବା ପରେ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସାମାନ୍ୟ କମିଛି। ଦିନକରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଆଜି ଆଉ 52 ଜଣ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟ୍ରାକ୍ସ କେସ ସଂଖ୍ୟା ବି ଦୁଇ ଦିନ ତୁଳନାରେ ତଳକୁ ଖସିଛି। ଆଜି ସଂଗରୋଧରୁ 34 ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ସଂଖ୍ୟା ରହିଛି 18। ପୂର୍ବରୁ କିଛି ଦିନ ହେଲା ଲୋକାଲ କଣ୍ଟ୍ରାକ୍ଟ କେସ ସଂଗରୋଧଠାରୁ ଅଧିକ ରହୁଥିଲା।  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି।ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୩୪ଜଣଙ୍କ ମଧ୍ୟରୁ ଆଇଆରସି ଭିଲେଜ୍‌ ଏନ୍‌-୩ ଅଞ୍ଚଳରୁ ଜଣେ ପୁରୁଷ, ଘରୋଇ ହସ୍‌ପିଟାଲର ଜଣେ ମହିଳା କର୍ମଚାରୀ, ନୀଳାଦ୍ରି ବିହାର ଇସାନେଶ୍ୱର ବସ୍ତି ଅଞ୍ଚଳରୁ ଜଣେ ମହିଳା, ନୂଆଗାଁ ଅଞ୍ଚଳରୁ ଜଣେ ପୁରୁଷ, ଘରୋଇ ହସ୍‌ପିଟାଲରୁ…

Read More

ଅମୃତସର, ଜାଲିଆନାୱାଲା ବାଗ ଗ୍ୟାଲେରିରେ ଅର୍ଦ୍ଧ ନଗ୍ନ ଦୁଇ ମହିଳାଙ୍କ ବିଭିନ୍ନ ଭଙ୍ଗୀର ଫଟୋ ଲାଗିଥିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଅଜନ୍ତା ଓ ଏଲୋରା କେଭରେ ଥିବା ନଗ୍ନ ଫଟୋ ସଦୃଶ ରହିଛି ଏହି ଫଟୋ। ସବୁଠାରୁ ବଡ଼ କଥା ହେଲା ନୂଆ କରି ତିଆରି ହୋଇଥିବା ଫଟୋ ଗ୍ୟାଲେରିରେ ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଅନେକ ସଂଗ୍ରାମୀ ଏବଂ ପ୍ରଥମ ଶିଖ ଗୁରୁ ,ଗୁରୁ ନାନକ ଦେବଙ୍କ ଫଟୋ ଭିତରେ ରହିଛି ଏଭଳି ଆପତ୍ତିଜନକ ଫଟୋଚିତ୍ର। ଅନ୍ତର୍ଜାତୀୟ ସର୍ବ କମ୍ବୋଜ ସମାଜ ଏ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ଦୃଢ ପ୍ରତିବାଦ କରିଛି। ପ୍ରଧାନମନ୍ତ୍ରୀ ଜାଲିଆନାୱାଲାବାଗ୍ ଜାତୀୟ ସ୍ମାରୀ ଟ୍ରଷ୍ଟର ସଭାପତି ରହିଛନ୍ତି। ତୁରନ୍ତ ଅର୍ଦ୍ଧ ନଗ୍ନ ମହିଳାଙ୍କ ଫଟୋ ଗ୍ୟାଲେରିରୁ ହଟାଇବା ପାଇଁ ସଂସ୍ଥା ପକ୍ଷରୁ ଦାବି କରାଯାଇଛି।

Read More

ଅଯୋଧ୍ୟା (ଉତ୍ତର ପ୍ରଦେଶ), ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପ୍ରସ୍ତାବିତ ଶ୍ରୀରାମ ମନ୍ଦିର ଉଚ୍ଚତା 161 ଫୁଟ ରହିବ। ଏହାର ପାଞ୍ଚଟି ଗଂବୁଜ ରହିବ। ମନ୍ଦିର ନିର୍ମାଣ ସଂକ୍ରାନ୍ତରେ ବସିଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ ଟ୍ରଷ୍ଟ ବୈଠକରେ ଏହା ନିଷ୍ପତ୍ତି ହୋଇଛି। ଗତକାଲି ମହନ୍ତ ନୃତ୍ୟ ଗୋପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଟ୍ରଷ୍ଟର ସଦସ୍ୟ କାମେଶ୍ବର ଚୌପାଲ କହିଛନ୍ତି ମନ୍ଦିର ଭୂମି ପୂଜା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରସ୍ତାବ ପଠାଯାଇଛି। ଅଗଷ୍ଟ 3 କିମ୍ବା 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରିପାରନ୍ତି। ମନ୍ଦିର ନିର୍ମଣ କିପରି ହେବ ଏହାର କଣ ଡିଜାଇନ ରହିବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବିଶ୍ବ ହିନ୍ଦୁ ପରିଷଦ ଦେଇଥିବା ନକସା ଆକାରରେ ମନ୍ଦିର ନିର୍ମାଣ ହେବ। କିନ୍ତୁ ଏହାର ଲମ୍ବା, ଚୌଡ଼ା, ଉଚ୍ଚତାରେ ବୃଦ୍ଧି କରାଯିବ। ମନ୍ଦିର ନିର୍ମାଣ…

Read More

ଗଞ୍ଜାମ : କରୋନା ଭୟ ଆମକୁ କେବଳ ଭୟାଳୁ ନୁହେଁ ଅସଭ୍ୟ ମଧ୍ୟ କରିଦେଉଛି ଏହାର ଏକ ନଗ୍ନ ଉଦାହରଣ ଆମକୁ ଗଞ୍ଜାମ ଜିଲ୍ଲାରୁ ଦେଖିବାକୁ ମିଳିଛି । କରୋନା ଭୟରେ ଜଣେ ମହିଳାଙ୍କ ଶବକୁ କେହି ନ ଛୁଇଁବାରୁ ଗାଁ ଦାଣ୍ଡରେ ପଡି ରହିଥିଲା । କରୋନା ସନ୍ଦେହରେ ଶବକୁ କେହି ନ ଛୁଇଁବାରୁ ଗାଁ ଦାଣ୍ଡରେ 14 ଘଣ୍ଟା ଧରି ଜଣେ ମହିଳାଙ୍କ ମୃତଦେହ ପଡି ରହିଲା । ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୋଲପଡା ଗ୍ରାମରେ ଘଟିଛି । ସୂଚନାଯୋଗ୍ୟ, ଗତକାଲି ସକାଳେ ଏହି ମହିଳାଙ୍କର ହଠାତ୍‌ ମୃତ୍ୟୁ ଘଟିଥିଲା । ତେବେ ତାଙ୍କୁ କରୋନା ଆକ୍ରାନ୍ତ ସନ୍ଦେହ କରି ଗ୍ରାମବାସୀମାନେ କେହି ତାଙ୍କ ଶବକୁ ଛୁଇଁନଥିଲେ। 14 ଘଣ୍ଟା ଧରି ମୃତଦେହ ଗାଁ ଦାଣ୍ଡରେ ପଡି ରହିବା ପରେ ବିଳମ୍ବିତ ରାତ୍ରିରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ୍‌ ସହାୟତାରେ ଉକ୍ତ ମହିଳାଙ୍କ…

Read More

କଟକ : କଟକ ସହରରୁ ଆଜି ନୂତନ 16 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସିଏମସି ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ଏହି 16 ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 2ଟି ଲୋକାଲ୍‌ କେସ୍‌ ରହିଛି । ଦୁଇ ଲୋକାଲ୍‌ କେସ୍‌ ମଧ୍ୟରୁ ଜଣେ କ୍ୟାଣ୍ଟନମେଣ୍ଟ ରୋଡ୍‌ର ଏଆଇଆର୍‌ କଲୋନୀରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଜଣେ ମଙ୍ଗଳବାଗରୁ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ 14 ହୋମ୍‌ କ୍ବାରେଣ୍ଟାଇନ୍‌ ଆକ୍ରାନ୍ତଙ୍କ ମଧ୍ୟରେ ରାଉସପାଟଣାରୁ 5 ଜଣ, ଗଣେଶ ଘାଟରୁ 3 ଜଣ,  ଗୋପାଳ ସାହିରୁ 2 ଜଣ ଆକ୍ରାନ୍ତ,  ବାଲୁ ବଜାର, ବାଦାମବାଡିର ଶଙ୍କରପୁର ପରିଡା ସାହି, ପୁରୀ ଘାଟ ଓ ରାଣୀ ହାଟ ଅଞ୍ଚଳରୁ ଜଣେ ଲେଖାଏଁ ରହିଥିବାର ସୂଚନା ରହିଛି । ନୂତନ 16 ଆକ୍ରାନ୍ତଙ୍କ ପରେ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 350ରେ ପହଞ୍ଚିଯାଇଛି…

Read More

ବରଗଡ : ବରଗଡ ଜିଲ୍ଲା  ମୁଖ୍ୟ ହସ୍ପିଟାଲ 48 ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରାଇଛି । 48 ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜଣେ ଡାକ୍ତରଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ଯିବା ପରେ ସଟ୍‌ଡାଉନ୍‌ ଘୋଷଣା । ଚିକିତ୍ସାଧୀନ ରୋଗୀଙ୍କୁ ବୁର୍ଲା ଓ ବରଗଡ ପୁରୁଣା ଡାକ୍ତରଖାନାକୁ ସ୍ଥାନାନ୍ତର । ସୂଚନାଯୋଗ୍ୟ, ବରଗଡ ଜିଲ୍ଲାରୁ 274 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 68ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ଜିଲ୍ଲାରେ 178 ଜଣ ସୁସ୍ଥ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ସଫଳ ହେଲା ପ୍ଲାଜମା ଥେରାପୀ । 6 ଗୁରୁତର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 4ଜଣଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି । ଏହି ଚାରି ଗୁରୁତର ଆକ୍ରାନ୍ତ ଖୁବଶୀଘ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ ବୋଲି ସୂଚନା ରହିଛି । ସୁସ୍ଥ ହେଉଥିବା ଏହି ଚାରି ଆକ୍ରାନ୍ତଙ୍କର ଆଉ ଅକ୍ସିଜେନ୍‌ ସପୋର୍ଟର ଆବଶ୍ୟକ ନାହିଁ ବୋଲି ସୂଚନା ରହିଛି । ଅନ୍ୟ 2ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ ଦୁହେଁ ଖୁବ ଶୀଘ୍ର ବିପଦମୁକ୍ତ ହେବେ ବୋଲି ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ଗତ ଜୁଲାଇ 15 ତାରିଖରେ ରାଜ୍ୟରେ ପ୍ଲାଜମା ଥେରାପିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଥିଲେ । ରାଜ୍ୟର 4ଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ଯଥା କଟକ ଏସ୍‌ସିବି ମେଡିକାଲ କଲେଜ, ଅଶ୍ବିନୀ ହସ୍ପିଟାଲ, ଆଇଏମ୍‌ଏସ୍ ସମ୍ ହସ୍ପିଟାଲ ଓ କିମ୍‌ସ ହସ୍ପିଟାଲରେ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଆରମ୍ଭ କରାଯାଇଛି…

Read More

ଗଜପତି : ଗଜପତି ଜିଲ୍ଲାର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଲକ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। 20 ତାରିଖ ସକାଳ 5ରୁ 31 ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକଡାଉନ୍‌ ଜାରି ରହିବ। ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ପାଇଁ ଲାଗୁ ହେବ ଲକ୍‌ଡାଉନ୍‌ କଟକଣା । ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନଏସିରେ ମଧ୍ୟ ଲକ୍‌ଡାଉନ୍‌ ରହିବ । 8ଟି ବ୍ଲକର 11ଟି ପଞ୍ଚାୟତରେ ମଧ୍ୟ ଲକ୍‌ଡାଉନ୍‌ କଟକଣା ରହିବ ବୋଲି ସୂଚନା ରହିଛି ।

Read More

ଭଦ୍ରକ : ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନ୍‌ଏସି ଲକ୍‌ଡାଉନ୍‌ । ଆସନ୍ତାକାଲିଠୁ ଶୁକ୍ରବାର ପର୍ଯ୍ୟନ୍ତ ପାଞ୍ଚଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ 31 ଯାଏଁ ସପ୍ତାହାନ୍ତ ସଟ୍‌ଡାଉନ୍‌ ସହ ଲାଗୁ ହେବ 5 ଦିନିଆ ଲକ୍‌ଡାଉନ୍‌ । ତେବେ ପୂର୍ବ ଭଳି ଶନିବାର ଓ ରବିବାର ସଟ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ସୂଚନା ରହିଛି । ଲକ୍‌ଡାଉନ୍‌ରେ ସକାଳ 5ରୁ ଦିନ 1ଟା ଯାଏଁ ଦୋକାନ ବଜାର ଖୋଲା ରହିବ । କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନେଇଛି ।

Read More

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଳୀ ସମେତ ଏନ୍‌ସିଆରରେ ରବିବାର ସକାଳେ ଖୁବ୍‌ ଜୋର୍‌ରେ ବର୍ଷା ହେବାରୁ କିଛି ଅଞ୍ଚଳରେ ଜଳାର୍ଣ୍ଣବ ହୋଇଥିବାବେଳେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଛି ।  ଲଗାତାର ବର୍ଷା ଯୋଗୁଁ ରାଜଧାନୀ ଦିଲ୍ଳୀ ମିଣ୍ଟୋ ରୋଡ୍‌ ଅଞ୍ଚଳ ଜଳବନ୍ଦୀ ହୋଇଛି । ଫଳରେ ଜଣକର ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ରବିବାର ମିଣ୍ଟୋ ରୋଡ୍‌ସ୍ଥିତ ପୋଲ ତଳେ ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ମୁତାବକ, ପ୍ରବଳ ବର୍ଷା ଯୋଗୁଁ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବା ବେଳେ ଏକ ଡିଟିସ ବସ୍‌ ଏବଂ ଏକ ଅଟୋ ରିକ୍ସା ପାଣିରେ ଫସି ରହିଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବସ୍‌ ଭିତରେ ଫଶି ରହିଥିବା ଡ୍ରାଇଭର, କଣ୍ଡକ୍ଟର ଓ ଅଟୋ ଡ୍ରାଇଭରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା…

Read More

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଲକ୍ଷ୍ନୌ – ଆଗ୍ରା ଏକ୍ସପ୍ରେସ୍‌ ଓ୍ବେରେ ଆଜି ଭୋର୍‌ ପ୍ରାୟ 5ଟା ସମୟରେ ଦୁର୍ଘଟଣା ହୋଇଛି । ମିଳିଥିବା ସୂଚନା ଅନୁସାରେ  ଏକ କାର୍‌କୁ ବସ୍‌ଟିଏ ଧକ୍କା ଦେଇ ଓଲଟି ପଡିବାରୁ 5 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 18ଜଣ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସ୍‌ଟି ବିହାରର ଦରଭଙ୍ଗାରୁ ଦିଲ୍ଲୀରୁ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାଗସ୍ତ ହୋଇଛି । ବସ୍‌ଟିରେ ପ୍ରାୟ 40ରୁ 50 ଜଣ ଯାତ୍ରୀ ରହିଥିଲେ ।

Read More

ବେଙ୍ଗାଲୁରୁ : କରୋନାଠାରୁ ଦୂରେଇ ରହିବାକୁ  ସାମାଜିକ ଦୂରତା ଆଳରେ ଆମ ସମାଜ ଅଧିକ ଅମାନବୀୟ ଓ ଅସଭ୍ୟ ହେବାକୁ ଲାଗିଛି । କରୋନା ସଂକଟ ଯୋଗୁଁ  ମାନବିକତାର ହତ୍ୟା ହେଉଛି । । ଏଠାରେ ରୋଗ ସହ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଘୃଣା କରାଯାଉଛି । ଏପରି ଏକ ଘଟଣା ବାଙ୍ଗାଲୋରରୁ ସାମ୍ନାକୁ ଆସିଛି । । କରୋନା ସଂକଟ କାଳରେ କର୍ଣ୍ଣାଟକର ବେଲଗ୍ରାମରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ସ୍ବାମୀଙ୍କ ଶବକୁ ଏକ ଠେଲାଗାଡିରେ ନେଇ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଯାଉଥିବାର ଦେଖିବାକୁ ମିଳିଛି । ଏହି ମହିଳାଙ୍କୁ ସାହାଯ୍ୟ କରିବାକୁ ପାଖ ପଡୋଶୀ ତ ଦୂରର କଥା ନିଜ ସମ୍ପର୍କୀୟମାନେ ମଧ୍ୟ ଆସିନାହାନ୍ତି । କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହର କେହି ଶବକୁ କାନ୍ଧ ଦେବାକୁ ଆସୁନାହାନ୍ତି । ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ମହିଳା…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ 5ଟି ମୁଣ୍ଡ ନେଇଛି କରୋନା । ଆଜି ପାଞ୍ଚ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 3, ଜଗତସିଂହପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟବରଣ କରିଥିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜମାରୁ ମୃତ୍ୟୁବରଣ କରିଥିବା ତିନି ମୃତକଙ୍କ ମଧ୍ୟରେ ଜଣେ 70 ବର୍ଷୟା ବୃଦ୍ଧା ଥିବାବେଳେ 44 ବର୍ଷୀୟ ପୁରୁଷ ଓ ଆଉ ଜଣେ 39 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଜଗତସିଂହପୁରରୁ ଆଜି ପ୍ରଥମ ମୁଣ୍ଡ ନେଇଛି କରୋନା । ମୃତକଙ୍କ ବୟସ 67 ବର୍ଷ ବୋଲି ସୂଚନା ରହିଛି । ସେ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଜଣେ ମୃତକ ସୁନ୍ଦରଗଡ ଜିଲ୍ଲାର ସେ 65 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । 5 ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 91କୁ…

Read More