Author: Samikhsya Bureau

ଭୁବନେଶ୍ବର : ଆଜି ରାଜ୍ୟରେ 736 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  25ଟି ଜିଲ୍ଲାରୁ ମୋଟ୍‌ 736 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 247 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 107, କୋରାପୁଟରୁ 45, ଜଗତସିଂହପୁର ଓ ଯାଜପୁରରୁ 40 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଗଜପତିରୁ 39, ବାଲେଶ୍ବରରୁ 33, କଟକରୁ 27, ସମ୍ବଲପୁରରୁ 25, ଅନୁଗୁଳୁରୁ 22, ମାଲ୍‌କାନଗିରିରୁ 18,  ସୁନ୍ଦରଗଡରୁ 17 , ପୁରୀରୁ 14, ମୟୂରଭଞ୍ଜରୁ 12, ନୟାଗଡରୁ10, ରାୟଗଡା ଓ ବୌଦ୍ଧରୁ 8 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡାରୁ 7,  ଭଦ୍ରକରୁ 5, ବଲାଙ୍ଗିରରୁ 4 ଜଣ ଚିହ୍ନଟ ହୋଇଛନ୍ତି । ବରଗଡରୁ 3, କଳାହାଣ୍ଡିରୁ 2 ଜଣ ରହିଛନ୍ତି । ସେହିପରି ନବରଙ୍ଗପୁର, କେଉଁଝର, ଢେଙ୍କାନାଳରୁ ଜଣେ ଲେଖାଏଁ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 736 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 481ଜଣ ଚିହ୍ନଟ ହୋଇଥିବାବେଳେ 255ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 17 ହଜାର 437କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 5ହଜାର 381ଜଣ । ସେହିପରି ସୁସ୍ଥ ହୋଇଛନ୍ତି 11 ହଜାର937 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 86ଜଣ । ସେହିପରି 26 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ଡ୍ୟୁଟିରେ ଯୋଗଦେବାକୁ ଆସିଥିବା ମହିଳା ଏସ୍‌ଆଇଙ୍କୁ କରୋନା । ଖୋର୍ଦ୍ଧା ଅବକାରୀ ଅଧୀକ୍ଷକଙ୍କ ଭୁବନେଶ୍ବର ଅଫିସ୍‌ରେ ଯୋଗଦେବାକୁ ଆସିଥିଲେ। ଦୁଇଦିନ ତଳେ ଯୋଗଦେବାକୁ ଆସିଥିଲେ ସମ୍ପୃକ୍ତ ମହିଳା ଏସ୍‌ଆଇ । ଦେହ ଖରାପ ଲାଗୁଛି ବୋଲି କହିବାରୁ ତାଙ୍କର ସ୍ବାବ୍‌ ଟେଷ୍ଟ କରାଯାଇଥିଲା ଓ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା । ରିପୋର୍ଟ ଆସିବା ପରେ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ସାନିଟାଇଜ୍‌ କରାଯିବ ବୋଲି ସୂଚନା ମିଳିଛି ।

Read More

କେଦାର ମିଶ୍ର ଆମ ଲାଗି ଜୀବନ ବଞ୍ଚାଇବା ବହୁତ ଗୁରୁତ୍ୱପୂର୍ଣ୍ଣ- ବାରମ୍ବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକଥା କହି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଭିନ୍ନ ସମୟରେ ଭିଡିଓ ବାର୍ତ୍ତା ଜରିଆରେ କରୋନା ଭୂତାଣୁରୁ ପ୍ରତିଟି ଜୀବନ ବଞ୍ଚାଇବା ଲାଗି ତାଙ୍କ ସରକାର ପ୍ରତିବଦ୍ଧ ବୋଲି କହୁଛନ୍ତି। ତେବେ ସରକାରଙ୍କର କଥା ଓ କାମ ଭିତରେ ବହୁତ ବଡ ଫାଙ୍କ ଦେଖିବାକୁ ମିଳୁଛି। ମାର୍ଚ୍ଚ ମାସରେ ଯେତେବେଳେ ସରକାର ଲୋକଙ୍କ ଉପରେ ଲକ ଡାଉନ ଲଦିଦେଲେ, ସେତେବେଳେ ବାରମ୍ବାର ଲୋକଙ୍କୁ ପ୍ରତିଶ୍ରୁତି  ଦିଆଗଲା ଯେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା କଥା ସରକାର ଚିନ୍ତା କରିବେ। ସମୟ କ୍ରମେ କରୋନା ଜନିତ କଟକଣା ବଢିଲା ଓ ଲକ ଡାଉନ ଯୋଗୁଁ ଦେଶ ତଥା ରାଜ୍ୟର ଅର୍ଥନୀତି ଭୁଶୁଡିବା ଆରମ୍ଭ କଲା। ସଂକ୍ରମଣର  ଚାରି ମାସ ପରେ ମଧ୍ୟ ଓଡିଶାରେ ଅର୍ଥନୈତିକ ଗତିବିଧି ଓ ଜନଜୀବନ ସ୍ଵାଭାବିକ…

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା : ରାଜ୍ୟରେ କରୋନା ସ୍ଥିତି ଏବେ ବେଶ୍‌ ଗମ୍ଭୀର ରହିଛି । ବିଶେଷ କରି ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହା ମଧ୍ୟରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଏକ ସୂଚନାକୁ ତର୍ଜମା କଲେ ସ୍ଥାନୀୟ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଦେଖାଯାଇଛି । ବଡକୁଳ ପଞ୍ଚାୟତ ଅଫିସରେ ଡୁଙ୍ଗମାଳ ପଞ୍ଚାୟତର ପୂର୍ବତନ ପିଇଓଙ୍କ ବିଦାୟକାଳୀନ ଭୋଜି ଯୋଗୁଁ ଚିଲିକା ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ଆଶଙ୍କା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତ ୩୧ ତାରିଖରେ ବଡକୁଳ-ଡୁଙ୍ଗମାଳ ପଞ୍ଚାୟତ ଅଫିସ୍‌ରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଦାୟକାଳୀନ ଭୋଜିରେ ପ୍ରାୟ ୫୦ ଜଣ ଲୋକ ସାମିଲ୍‌ ହୋଇଥିଲେ । ଏହି ଭୋଜିରେ ସାମିଲ୍‌ ହୋଇଥିବା ଡୁଙ୍ଗମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧିଙ୍କର ଗତ ୬ ତାରିଖରେ ପଜିଟିଭ୍‌ ରିପୋର୍ଟ ମିଳିବା ପରେ ତାଙ୍କର…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲରେ ଦୁଇ ଦିନରେ ୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅଂଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟିହୋଇଛି। ଦିନକୁ ଦିନ ଅଂଚଳ ସଙ୍ଗୀନ ହୋଇ ପଡିଛି। ଜିଲ୍ଲାପାଳ ରେଢାଖୋଲ ଗସ୍ତରେ ଆସି ସମୀକ୍ଷା କରି ଫେରିଯାଇଛନ୍ତି। ଗତକାଲି ଆଉ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣା ପଡିଛି। ରେଢାଖୋଲରେ ଗୋଷ୍ଠି ସଂକ୍ରମଣର ଆଶଙ୍କା କରି ରେଢାଖୋଲ ସହରର କଇଥ ସାହି , ଗଣେଶ ନଗର , ନୂଆଁ ସାହି ଓ କୁହି ଗ୍ରାମକୁ କଂଟେନମେଂଟ୍ ଜୋନ୍ ଭାବରେ ଘୋଷଣା କରାଯାଇଛି। ସମ୍ବଲପୁର ଜିଲ୍ଲାପାଳ ସୁଭମ୍ ସାକସେନା ରେଢାଖୋଲ ଡାକ୍ତରଖାନା ବୁଲି ଅଧିକାରୀମାନଙ୍କୁ ଏହାର କଡାମୁକାବିଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସମେତ ରେଢାଖୋଲ ସବ୍‌ଡିଭିଜନର ବିଭିନ୍ନ ପଦାଧିକାରୀ ଯୋଗଦେଇଥିଲେ। ଗତ୧୮ ତାରିଖରେ ରେଢାଖୋଲରେ ୫ଜଣ ପୁରୁଷ ଓ…

Read More

ଢେଙ୍କାନାଳ, ପ୍ରତି ଶନିବାର ଓ ରବିବାରରେ ଘୋଷଣା ହୋଇଥିବା ସର୍ଟଡାଉନକୁ ଢେଙ୍କାନାଳ ସହରବାସୀ ବେଶ୍ ସମର୍ଥନ ପ୍ରଦାନ କରିଛନ୍ତି। ଫଳରେ ପୁରୀ ସହର ଶୂନଶାନ ହୋଇପଡିଛି।

Read More

ନୂଆଦିଲ୍ଲା : ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ 84 ବର୍ଷୀୟ ବୃଦ୍ଧଙ୍କ ଡିଏନ୍‌ଏ ଟେଷ୍ଟ ପାଇଁ ସୁପ୍ରିମ୍‌କୋର୍ଟ ଆଦେଶ ଦେଇଛନ୍ତି । କୋର୍ଟ ଆଦେଶ ଦେଇଛନ୍ତି କି ଶିଶୁର ପିତାର ଠିକଣା ପାଇଁ ଶିଶୁ ଓ ଅଭିଯୁକ୍ତ ବୃଦ୍ଧଙ୍କ ଡିଏନ୍‌ଏ ଟେଷ୍ଟ କରାଯିବ । ପଶ୍ଚିମବଙ୍ଗର ମୋଟିଗରା ଅଞ୍ଚଳରେ  2012 ମସିହାରେ ଏହି ଦୁଷ୍କର୍ମ ଘଟଣାଟି ଘଟିଥିଲା । 14 ବର୍ଷର ଝିଅକୁ ଜଣେ  84 ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ଦୁଷ୍କର୍ମ ପରେ ଝିଅଟି ଏକ ଶିଶୁକୁ ଜନ୍ମ ଦେଇଥିଲେ । ସୁପ୍ରିମ୍‌କୋର୍ଟ ଶିଶୁଟିର ପିତାର ଠିକଣା ଜାଣିବା ପାଇଁ ଶିଶୁ ଓ ଅଭିଯୁକ୍ତଙ୍କର ଡିଏନ୍‌ଏ ଟେଷ୍ଟ କରାଇବାକୁ ଆଦେଶ ଦେଇଛନ୍ତି । ତେବେ ଏହି ଘଟଣାରେ ବରିଷ୍ଠ ଓକିଲ କପିଲ୍‌ ଶିବଲ୍‌ ଅଭିଯୁକ୍ତଙ୍କ ପକ୍ଷ ନେଇ କହିଥିଲେ ଯେ, ଅଭିଯୁକ୍ତଙ୍କ ବୟସ ଓ ସ୍ବାସ୍ଥ୍ୟ ଦୁଷ୍କର୍ମ ପରି ଏକ କାର୍ଯ୍ୟ କରିବାକୁ ଅସମର୍ଥ…

Read More

ରମେଶ ମହାନ୍ତି ଜଗତସିଂହପୁର : ମଣିଜଙ୍ଗା ଜଳସେଚନ ବିଭାଗରେ ମହାଦୁର୍ନୀତିର ଅଭିଯୋଗ। ଠିକାଦାରଙ୍କ ପ୍ରେମରେ ବିଭାଗୀୟ ଯନ୍ତ୍ରୀମାନେ ଉବୁଟୁବୁ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତିର୍ତ୍ତୋଲ ବ୍ଳକ ଅଧିନସ୍ଥ ନୂଆପଡ଼ା ଠାରୁ ମୁଖ୍ୟ ତାଳଦଣ୍ଡା କେନାଲରୁ ବାହାରିଥିବା ଶାଖା ୧୨ ନଂ କେନାଲ ଭିତର ସଫେଇ ନାଁରେ କେତେକ ଠିକାଦାର ଅର୍ଥ ହଡ଼ପ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁଯାୟୀ ଏହି ୧୨ନଂ କେନାଲରୁ ବାହାରିଥିବା ଶାଖା କେନାଲ ଗୁଡିକୁ ସଫେଇ କରିବାକୁ ଟେଣ୍ଡର ନେଇଥିବା ଠିକାଦାର କେନାଲ ସଫେଇ ନକରି ବିଭାଗୀୟ ଯନ୍ତ୍ରୀଙ୍କ ସହ ସଲାସୁତୁରା କରି ଜାଲ୍ ବିଲ୍ କରିବାକୁ ଉଦ୍ୟମ ଚଳାଇଥିବା ନେଇ ଅଭିଯୋଗ ହେବା ପରେ କେନାଲ ଭିତର ଫଟୋ ସହ ଖବର ପ୍ରସାର ହେବା ପରେ ଦୁର୍ନୀତି ଚପାଇବାକୁ ଯାଇ ବିଭାଗୀୟ କର୍ତ୍ତୃପକ୍ଷ ଏବେ ଉକ୍ତ କେନାଲରେ ପାଣି ଛାଡି ଦେଇଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ…

Read More

ଭୁବନେଶ୍ବର,ଆଜି ରାଜ୍ୟରେ ମୋଟ 608 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ 279 ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଯାଜପୁରରୁ 84, ଖୋର୍ଦ୍ଧାରୁ 50, କଟକରୁ 42, କେନ୍ଦୁଝରରୁ 23, ମାଲକାନଗିରିରୁ 21, ପୁରୀ ଓ ସୁନ୍ଦରଗଡ଼ରୁ 15 ଲେଖାଏଁ, ମୟୂରଭଂଜରୁ 12, ବରଗଡ଼ରୁ 11, କୋରାପୁଟରୁ 9, କନ୍ଧମାଳରୁ 8, ଜଗତସିଂହପୁରରୁ 7 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳ,ବାଲେଶ୍ବର ଓ ନବରଙ୍ଗପୁରରୁ 6 ଲେଖାଏଁ, ଭଦ୍ରକରୁ 5, ଗଜପତିରୁ 3, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ 2 ଲେଖାଏଁ ଓ ଢେଙ୍କାନାଳରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଯାବତ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା 11 ହଜାର 938ରେ ପହଞ୍ଚିଛି।

Read More

ନୂଆଦିଲ୍ଲୀ, ବିଶ୍ବ ମହାମାରୀ କରୋନା ଭୂତାଣୁ ରୋକିବା ଲାଗି ସାରା ବିଶ୍ବରେ ବ୍ୟାପକ ପରୀକ୍ଷା ନୀରିକ୍ଷା, ଗବେଷଣା ଜାରି ରହିଛି। ଅନେକ ଦେଶରେ ଟୀକାର ମାନବ ପରୀକ୍ଷଣ ଆଗୁଆ ପର୍ଯ୍ୟାୟରେ ରହିଛି। ଇତିମଧ୍ୟରେ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ICMR ଓ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ଟୀକା କୋଭାକ୍ସିନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇ ଯାଇଛି। ଘରୋଇ ଉଦ୍ୟମରେ ପ୍ରସ୍ତୁତ କରାଯାଉଥିବା କୋଭାକ୍ସିନ ଟୀକାର ସଫଳତା ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସେ ଏହି ସୂଚନା ଦେବା ସହ ଆଗକୁ କୋଭାକ୍ସିନର ସଫଳତା ନେଇ ଆଶା ବ୍ୟକ୍ତ କରିଛନ୍ତି। ଏହାର ଦୁଇ ପର୍ଯ୍ୟାୟ ମାନବ ପରୀକ୍ଷଣରେ ବିଶେଷ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ବାୟୋଟେକନୋଲୋଜି ବିଭାଗ ଦ୍ବାରା ମଧ୍ୟ ଗବେଷଣା ଚାଲିଛି। ବିଶ୍ବସ୍ତରରେ ଦେଖିଲେ ଚୀନ କମ୍ପାନି…

Read More

ନୂଆଦିଲ୍ଲୀ, ଆମ୍ ଆଦମୀ ପାର୍ଟି (ଆପ୍) ନେତା ଆତିସି ଆଜି ଦିଲ୍ଲୀର ବସନ୍ତ କୁଞ୍ଜଠାରେ ଥିବା ଇନିଷ୍ଟିଚ୍ୟୁଟ ଅଫ୍ ଲିଭର ଏଣ୍ଡ ବିଲିଆରୀ ସାଇନସେସ୍ (ILBS) ରେ ରକ୍ତ ପ୍ଲାଜମା ଦାନ କରିଛନ୍ତି। ସେ ନିକଟରେ କୋଭିଡ-19 ସଂକ୍ରମଣରୁ ସୁସ୍ଥ ହୋଇଥିଲେ। ଗତ ମାସରେ ପଜିଟିଭ ଜଣାପଡ଼ିବା ପରେ ସେ ଚିକିତ୍ସିତ ହୋଇ ନିକଟରେ ସୁସ୍ଥ ହୋଇଥିଲେ। ପ୍ଲାଜମା ଦାନ କରି କାଲକାଜି ବିଧାୟକ କହିଛନ୍ତି ଯେ, ଯେଉଁମାନେ କରୋନାରେ ଗୁରୁତର ଅଛନ୍ତି ସେମାନଙ୍କୁ ବଞ୍ଚାଇବା ପାଇଁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରିବା ହେଉଛି ତାଙ୍କର ଉଦ୍ଦେଶ୍ୟ। ଟୀକା ବାହାରିବା ଯାଏଁ ଆମକୁ ଏହିପରି ଭାବେ କୋଭିଡ-19 ଭୂତାଣୁର ମୁକାବିଲା କରିବାକୁ ହିଁ ପଡିବ। ତେଣୁ କରୋନାରୁ ସୁସ୍ଥ ହୋଇଥିବା ସମସ୍ତଙ୍କୁ ସେ ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି।

Read More

ଭୁବନେଶ୍ବର, କରୋନା ଜାଲରୁ ଏବେ ବି ମୁକୁଳି ପାରୁନାହିଁ ରାଜଧାନୀ ଭୁବନେଶ୍ବର। ପ୍ରାୟ ପ୍ରତିଦିନ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ସହରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହେଉଛନ୍ତି। ଆଜି ରାଜଧାନୀରୁ 87 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟିନକୁ 41 ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ 46 ଜଣ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟିନ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଲୋକାଲ କଣ୍ଟ୍ରାକ୍ଟ କେସ ସଂଖ୍ୟା ଟପିଯାଇଛି। ନୟାପଲ୍ଲି ତ୍ରିନାଥ ନଗର ବସ୍ତିରୁ 4 ଲୋକାଲ କଣ୍ଟ୍ରାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ଗୌତମନଗର ହରିହର ଏନକ୍ଲେଭରୁ 3 ଜଣ ଲୋକାଲ କେସ୍, ଗଙ୍ଗନଗର ପିଚୁ ପଡିଆ ବସ୍ତିରୁ 2, ଶୈଳଶ୍ରୀ ବିହାରରୁ 2 ,ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଘରୋଇ ହସ୍ପିଚାଲର 2 କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। କାନନବିହାର ଫେଜ-1ରେ ଗୋଟିଏ ପରିବାରରୁ 6 ପଜିଟିଭ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ବ୍ରିଟ୍ କଲୋନୀରୁ 3, ବିଜେବି ନଗରରୁ 3, ଡମଣାରୁ 3, ଲକ୍ଷ୍ମୀସାଗରରୁ…

Read More

ମାଞ୍ଚେଷ୍ଟର, ଓଲଡ ଟ୍ରାଫୋର୍ଡଠାରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଚାଲିଥିବା ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଅଲ ରାଉଣ୍ଡର ବେକ ଷ୍ଟୋକସ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଏହି ଟେଷ୍ଟରେ ସେ ଦଶମ ଟେଷ୍ଟ ଶତକ ହାସଲ କରିବା ସହିତ ଦେଢଶହ ୱିକେଟ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ଟେଷ୍ଟ କ୍ରିକେଟରେ ଏହି ଗୌରବ ହାସଲ କରିବାରେ ଷ୍ଟୋକସ ହେଉଛନ୍ତି ପଞ୍ଚମ ଅଲରାଉଣ୍ଡର। ଦୁଇଟି ଛକା ଓ 17ଟି ଚୌକା ସହାୟତାରେ ସେ 176 କରି ଏକ ଲମ୍ବା ଇନିଂସ ଖେଳିଥିଲେ। ଷ୍ଟୋକସଙ୍କ ପୂର୍ବରୁ ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର ଗ୍ୟାରୀ ସୋବର୍ସ, ପୂର୍ବତନ ଇଂଲଣ୍ଡ କ୍ରିକେଟର ଇଆନ ବୋଥାମ, ପୂର୍ବତନ ଭାରତୀୟ ଅଲରାଉଣ୍ଡର ରବି ଶାସ୍ତ୍ରୀ ଏବଂ ଦକ୍ଷିଣ ଆଫ୍ରିକାର ଜ୍ୟାକ କାଲିସ ଏହି ଗୌରବ ହାସଲ କରିଛନ୍ତି। ବେନ୍ ଷ୍ଟୋକ୍ସ ଏବଂ ଡୋମିନିକ୍ ଶିବଲେଙ୍କ ଦ୍ବିଶତକ ଭାଗୀଦାରି ବଳରେ ଘରୋଇ ଇଂଲଣ୍ଡ ନିଜ ପ୍ରଥମ ପାଳିକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଦେଇଛି। ଦ୍ବିତୀୟ…

Read More

ଗୋଆଲିୟର(ମଧ୍ୟ ପ୍ରଦେଶ),ଗୋଆଲିୟରରେ ଘଟିଥିବା ଏକ ଦୁଃଖଦ ଘଟଣାରେ ଜଣେ ନାବାଳିକାକୁ ଏକ କୋଚିଂ ସେଣ୍ଟରରେ ଦୁଷ୍କର୍ମ କରାଯାଇଛି। କୋଚିଂ ସେଣ୍ଚର ମାଲିକ ଓ ତାର ସହଯୋଗୀ ନାବାଳିକା ଜଣକୁ ବାରମ୍ବାର ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ କୋଚିଂ ସେଣ୍ଟରର ଶିକ୍ଷକଙ୍କ ସହ ମିଶି ନାବାଳିକ ସହିତ ଆପତ୍ତିଜନକ ଭିଡିଓ କରି ତିନି ବର୍ଷ ହେଲା ବ୍ଲାକମେଲିଂ କରି ଆସୁଥିଲେ। ପୀଡିତା ଜଣକ ଦୁଇଥର ଗର୍ଭପାତ କରିଥିବା ମଧ୍ୟ କହିଛି। ଅଭିଯୋଗ ପାଇବାର ତିନି ଘଣ୍ଚା ମଧ୍ୟରେ ପୋଲିସ ଅଭିଯୁକ୍ତ ମୁକେଶ ଯାଦବ ଓ ରାହୁଲ ଯାଦବଙ୍କୁ ଚିହ୍ନଟ କରିବା ସହ ଗିରଫ କରିଛି।

Read More

ଭୁବନେଶ୍ବର, ସତ୍ୟନଗର ଲେଡିଜ୍ ଫୋରମ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ମହିଳା କମିଶନ କାର୍ଯ୍ୟାଳୟ ନିକଟରେ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କରୋନା ମହାମାରୀକୁ ଭୟ ନକରି ନିଜ କର୍ତ୍ତବ୍ୟରେ ଅଟଳ ରହିଥିବା କିଛି ସୈନିକଙ୍କୁ ଏହି ସମ୍ମାନ ଜଣାଇଛି ଲେଡିଜ୍ ଫୋରମ । କର୍ତ୍ତବ୍ୟରତ ଡାକ୍ତର, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି, ଆଇନଜୀବି ଏବଂ କିଛି ରାଜନେତାଙ୍କୁ ଦିଆଯାଇଛି ଏହି ସମ୍ମାନ । ଲେଡିଜ୍ ଫୋରମର ସମ୍ପାଦିକା ଅନୁରାଧା ଦାଶ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେଇ ସମାଜରେ ଏହି ବ୍ୟକ୍ତିବିଶେଷଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଫୋରମ ପକ୍ଷରୁ ଭୁବନେଶ୍ବରରେ ଚଳପ୍ରଚଳ କରୁଥିବା କିଛି ଅଟୋ ଚାଳକଙ୍କୁ ମାସ୍କ, ସାନିଟାଇଜର୍, ସାବୁନ୍ ଓ ଗ୍ଲୋବସ୍ ଦିଆ ଯାଇଥିଲା । ଏହି ସମ୍ମାନ ସଭାରେ ଟ୍ବିନ୍ ସିଟିର ବହୁ ସମ୍ମାନନୀୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । କରୋନାର ଭୟାବହତା ସମୟରେ ଲେଡିଜ୍ ଫୋରମ ପକ୍ଷରୁ ଭୁବନେଶ୍ବରର…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମାଛ ମାର୍କେଟରୁ ଗତକାଲି ଜଣେ ସ୍ଥାନୀୟ ମାଛ ବେପାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଘଟଣାକୁ ଗୁରୁତର ଭାବେ ନେଇ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ୱାଇଁ, ଉପଜିଲ୍ଲାପାଳ ଅଶୋକ ବେଉରିଆ ଏବଂ ଡ଼ି.ଏସ.ପି ସତୀଶ ପାଢ଼ୀ ଆଦି ବାଲୁଗାଁ ଚିଲିକା କୁଳ ସ୍ଥିତ ମାଛ ମାର୍କେଟ ଏବଂ ଖୋର୍ଦ୍ଧା ଜିଲ୍ଲା ଓ ଗଞ୍ଜାମ ଜିଲ୍ଲା ବଡ଼ର ନାଭାଲ ଛକ ପରିଦର୍ଶନ ପାଇଁ ଆସିଥିଲେ । ଜିଲ୍ଲାପାଳ ଚିଲିକା କୁଳ ମାଛ ମାର୍କେଟକୁ ଆଜିଠାରୁ ୭ ଦିନ ଯାଏଁ ସଟ ଡ଼ାଉନ ଘୋଷଣା କରିବା ସହ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମ୍ପୃକ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କ ମାଛ ଗୋଦାମ ଏବଂ ତାଙ୍କର  ସମସ୍ତ ବରଫ ଫାକ୍ଟ୍ରି କୁ ସିଲ କରାଯାଇଛି । ବାଲୁଗାଁ ମାଛ ମାର୍କେଟକୁ ବିଶୋଧନ କରାଯାଇଥିବାବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ଗୋଦାମରେ ଥିବା ସମସ୍ତ…

Read More

ମୁମ୍ବାଇ, କୋଭିଡ-19 ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବଲିଉଡ ମହାନାୟକ ଅମିତାଭ ବଚ୍ଚନ କ୍ରମଶଃ ସୁସ୍ଥ ହେଉଛନ୍ତି। ସୁସ୍ଥ ହେବା ପରେ କୋଭିଡ ହସ୍ପିଟାଲରେ ମେଗାଷ୍ଟାର ପୁରୁଣା ଦିନର ସ୍ମୃତି ସବୁ ମନେ ପକାଇ ତାଙ୍କର ସମୟ ବିତାଉଛନ୍ତି। ସେ ତାଙ୍କର ଅତୀତର କଥା ସବୁ ସୋସିଆଲ ମିଡିଆର ବିଭିନ୍ନ ମାଧ୍ୟମରେ ପୋଷ୍ଟ ବି କରୁଛନ୍ତି। ବିଗ ବି ତାଙ୍କର ବ୍ଲଗରେ କରିଥିବା ଏକ ପୋଷ୍ଟରେ ତାଙ୍କ ବାପା ସ୍ବର୍ଗତ କବି ହରିବଂଶ ରାୟ ବଚ୍ଚନ ଲେଖିଥିବା କିଛି ଧାଡ଼ି ଉଲ୍ଲେଖ କରିଛନ୍ତି। ଏଥିସହ ତାଙ୍କଦ୍ବାରା ସେ କିପରି ପ୍ରଭାବିତ ହୋଇଥିଲେ ତାହା କହିଛନ୍ତି। ବିଗ୍ ବି’ ତାଙ୍କ ପୋଷ୍ଟ ଆରମ୍ଭ କରିଛନ୍ତି ଏପରି, ” ବ୍ୟସ୍ତବହୁଳ ଜୀବନ ଭିତରେ ମୁଁ ଯେତେବେଳେ ବି ସମୟ ପାଏ, କେଉଁଠି ବସିବାକୁ, କିଛି ସମୟ ପାଇଁ ଚିନ୍ତା କରିବାକୁ…କଣ ମୁଁ କରିଛି ଏବଂ ମୁଁ କେଉଁଥିରେ ବିଶ୍ବାସ…

Read More

କଟକ : କଟକ ସହରରୁ ଆଜି ଆଉ 11 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 6 ସରକାରୀ କ୍ବାରେଣ୍ଟାଇନରୁ ହୋମ୍‌ କ୍ବାରେଣ୍ଟାଇନ୍‌ରୁ 3ଜଣ, 2 ଜଣ ଲୋକାଲ୍‌ କେସ୍‌ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ପୁରୁଣା ରାଉସାପାଟଣାରୁ 2 ଜଣ ରହିଥିବାବେଳେ ଖପୁରିଆରୁ ଜଣେ ଚିହ୍ନଟ ହୋଇଛନ୍ତି ।  ସେହିପରି ବକ୍ସିବଜାରରୁ ଜଣେ ଥିବାବେଳ ଯୋବା ପାରେଶ୍ବର ସାହିରୁ ଜଣେ । ଏସ୍‌ସିବି ମେଡ଼ିକାଲ ଆଇସୋଲେସନ୍‌ ଓ୍ବାର୍ଡରୁ ଜଣେ ଚିହ୍ନଟ ହୋଇଛି । ଅନ୍ୟ ଜିଲ୍ଲାରୁ ଫେରି କ୍ବାରେଣ୍ଟିନ୍‌ରେ ଥିବା 5 ଆକ୍ରାନ୍ତ ଚିହ୍ନଟ । ଆଜି ନୂତନ 11 ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତ 334ରେ ପହଞ୍ଚିଛି । ସୁସ୍ଥ ହୋଇଛନ୍ତି 188 ଜଣ । ସେହିପରି ଏହି ଜିଲ୍ଲାରେ 7ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ରହିଛନ୍ତି 139 ଜଣ ।

Read More

ମୁମ୍ବାଇ, ଆଜିର ବାର୍ଥ ଡେ ଗାର୍ଲ ପ୍ରିୟଙ୍କା ଚୋପ୍ରା। ବଲିଉଡର ଗ୍ଲାମର ଗାର୍ଲ ପ୍ରିୟଙ୍କା ଆଜି 38ରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବଲିଉଡରୁ ସୋସିଆଲ ମିଡିଆ ସବୁଠି ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ତାଙ୍କ ସହିତ ଫିଲମ “ଏତରାଜ”ରେ କାମ କରିଥିବା କରିନା କପୁର “କଫି ଉଇଥ୍ କରନ”ଙ୍କ ସେଟ୍ ରୁ ଏକ ଫଟୋ ପୋଷ୍ଟ କରି ତାଙ୍କ ସହଅଭିନେତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ସେ ଫଟୋ କ୍ୟାପସନରେ ଲେଖିଛନ୍ତି, ସାରା ବିଶ୍ବରୁ ମିଳୁଛି ଶୁଭେଚ୍ଛା, ଆପଣଙ୍କ ପ୍ରେରଣା ସବୁଦିନ ରହିଥାଉ। ଅନୁଷ୍କା ଶର୍ମା ହ୍ୟାପି ବାର୍ଥ ଡେ ଜଣାଇବା ସହ ତାଙ୍କୁ ଜଣେ ଦୃଢମନା, ଲଢୁଆ ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ଭାବେ ବର୍ଣ୍ଣନା କରିଛନ୍ତି। ଏଥିସହିତ “ଦିଲ୍ ଧଡକନ ଦୋ”ର ଏକ ଫଟୋ ପୋଷ୍ଟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୋନମ କପୁର, ରାକୁଲ ପ୍ରୀତ ସିଂହ, ମନିଷ ପଲ୍ ପ୍ରମୁଖ ପ୍ରିୟଙ୍କାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।…

Read More

ନୂଆଦିଲ୍ଲୀ, ବିଜେପି ରାଜସ୍ଥାନ ଅଡିଓ ଟେପ୍ ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଏଥିସହିତ ଓଲଟା ରାଜସ୍ଥାନର ଅଶୋକ ଗେହଲଟ୍ ସରକାରଙ୍କୁ ପ୍ରଶ୍ନ କରିଛି ତାଙ୍କ ରାଜ୍ୟରେ କ’ଣ ଫୋନ ଟ୍ୟାପିଂ କରାଯାଉଛି। ଆଜି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ ଉଠାଇ କଂଗ୍ରେସକୁ ପାଲଟା ପ୍ରଶ୍ନ ପଚାରିଛନ୍ତି। କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଅଡିଓ ଟେପ୍‌ ଗତ ଦୁଇ ଦିନ ହେବ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। କଂଗ୍ରେସ ଅଭିଯୋଗ ଆଣିଛି ଯେ ଗେହଲଟ୍‌ ସରକାର ଭାଙ୍ଗିବା ପାଇଁ ବିଧାୟକ ଭନୱର ଲାଲ୍‌ ଶର୍ମା ବିଜେପି ସହ କଥା ହେଉଥିବା ବେଳର ଅଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ହେଲେ ବିଜେପି ଏହାର ସିବିଆଇ ତଦନ୍ତ ଦାବି କରିଛି। ବିଜେପି ମୁଖପାତ୍ର ପାତ୍ର କହିଛନ୍ତି କି ‘ବିଜେପି କଥାରେ କ’ଣ ସବୁ କିଛି ହଉଛି? ନିଶ୍ଚିତ ଭାବେ ନା, ଯାହା…

Read More