ଭୁବନେଶ୍ବର : ଆଜି 27ଟି ଜିଲ୍ଲାରୁ ମୋଟ୍ 1264 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ 540 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 137, ରାୟଗଡାରୁ 84, ଗଜପତିରୁ 74,ନୟାଗଡରୁ 61, ସୁନ୍ଦରଗଡରୁ 60, କଟକରୁ 47, ଭଦ୍ରକରୁ 30, କନ୍ଧମାଳରୁ 29, କୋରାପୁଟୁର 27, କେଉଝରରୁ 25, ବରଗଡରୁ 24, ପୁରୀରୁ 22, ସମ୍ବଲପୁର 20, ଯାଜପୁରରୁ 17, ମୟୂରଭଞ୍ଜରୁ15, ବାଲେଶ୍ବରରୁ 9 ଜଣ, କେନ୍ଦ୍ରାପଡାରୁ 8, କଳାହାଣ୍ଡି ଓ ଅନୁଗୁଳରୁ 7ଜଣ ଲେଖାଏଁ ରହିଥିବାବେଳେ ଢେଙ୍କାନାଳରୁ 6, ଜଗତସିଂହପୁର ଓ ନବରଙ୍ଗପୁରରୁ 4, ଜଣ ଲେଖାଏଁ ରହିଛନ୍ତି । ସେହିପରି ଝାରସୁଗୁଡାରୁ 3, ବୌଦ୍ଧରୁ 2ଜଣ ରହିଛନ୍ତି । ନୂଆପଡା,ବଲାଙ୍ଗିର ଜଣେ ଲେଖାଏଁ ରହିଛନ୍ତି ।
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରେ ଆଜି 1264 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 847ଜଣ ଚିହ୍ନଟ ହୋଇଥିବାବେଳେ 417ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 21ହଜାର 099କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 7ହଜାର 205ଜଣ । ସେହିପରି ସୁସ୍ଥ ହୋଇଛନ୍ତି 13 ହଜାର749ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 108ଜଣ । ସେହିପରି 31 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଜି. ଉଦୟଗିରି: କରୋନା ଯୋଦ୍ଧାରେ କୋଭିଡ୍ ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇ ଦେଉଥିବାବେଳେ କୋଭିଡ୍ ଯୋଦ୍ଧାଙ୍କୁ ଅସମ୍ମାନ କରାଯାଉଛି। ଏପରିକି ତାଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ମଶାନରେ ଜାଗା ଦେଲେ ନାହିଁ ଲୋକେ। କରୋନାରେ ମୃତ୍ୟୁ ହୋଇଥିବା ଆଶଙ୍କା କରି ଜଣେ ଡାକ୍ତରଙ୍କ ଶେଷକୃତ୍ୟ ନିଜ ଗାଁ ମଶାଣିରେ କରିବାକୁ ଅନୁମତି ମିଳିଲାନି। କରୋନା ଯୁଦ୍ଧରେ ଆଗ ଧାଡିରେ ଯୋଦ୍ଧା ସାଜିଥିବା ଜଣେ ଡାକ୍ତରଙ୍କ ମୃତ୍ୟୁ ପରେ ଏପରି ଅସମ୍ମାନ ପ୍ରଦର୍ଶନ ସତରେ ଲଜ୍ଜ୍ୟାଜନକ। ଏପରି ଏକ ଅଭାବନୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ। କରୋନାରେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ଗାଁ ଲୋକେ କାନ୍ଧ ଦେବାକୁ ତ ଆସିଲେ ନାହିଁ, ଗାଁ ମଶାଣିରେ ଶେଷକୃତ୍ୟ କରିବା ପାଇଁ ଅନୁମତି ମଧ୍ୟ ଦେଲେ ନାହିଁ। ଗାଁ ଦାଣ୍ଡରେ 12 ଘଣ୍ଟା ଧରି ଶବ ପଡିବା ପରେ ସ୍ଥାନୀୟ ପ୍ରଶାସନର ସହଯୋଗରେ ମୃତ ଡାକ୍ତରଙ୍କୁ ଅନ୍ୟ…
ବ୍ରହ୍ମପୁର : କରୋନା ଆଗରେ ଆମର ମାନବିକତା ବଳି ପଡିଯାଉଛି । ଏହି ମହମାରୀ ଯୋଗୁଁ ଲୋକଙ୍କ ମଧ୍ୟରେ ଘୃଣା ଓ ତିକ୍ତତା ବୃଦ୍ଧି ପାଉଛି । ମୃତଦେହ ଘଣ୍ଟା ଘଣ୍ଟା ଧରି ପଡିରହିଥିଲେ ବି କରୋନା ଡରରେ କେହି କାନ୍ଧ ଦେଉନାହାନ୍ତି । ଗଞ୍ଜାମ ଜିଲ୍ଲାର ଶେରଗଡ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିରହିଥିବାବେଳେ କେହି ସାହାଯ୍ୟ କରିନଥିଲେ । ଏହି ସମୟରେ ଚାରି ଜଣ ସାମ୍ବାଦିକ ଶବକୁ କାନ୍ଧେଇ ସତ୍କାର ପାଇଁ ଆଗେଇ ଆସିଥିଲେ । ମିଳିଥିବା ସୂଚନା ଅନୁସାରେ ଶେରଗଡ ଗ୍ରାମର ବଡଦାଣ୍ଡ ସାହି ବାସିନ୍ଦା ତଥା ପୂର୍ବତନ ପ୍ରଧାନ ଶିକ୍ଷକ 10/15 ଦିନ ଧରି ଜ୍ବର କାଶରେ ପୀଡ଼ିତ ଥିଲେ । ମଙ୍ଗଳବାର ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଓ ତାଙ୍କ ପତ୍ନୀ ରହୁଥିବାବେଳେ ତାଙ୍କର ଦୁଇ ପୁଅ ଅନ୍ୟ ରାଜ୍ୟରେ ଚାକିରି କରିଛନ୍ତି । କରୋନା କଟକଣା ଯୋଗୁଁ ଦୁଇ ପୁଅ…
ଚୌଦ୍ବାର : ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଏବେ ଜେଲ୍ଗୁଡିକରେ କରୋନା ମାମଲା ସାମ୍ନାକୁ ଆସୁଛି । ନିକଟରେ ବାଣପୁର ଜେଲ୍ର କଏଦୀମାନେ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଆଜି ଚୌଦ୍ବାର ଜେଲ୍ର ଜଣେ ଅଭିଯୁକ୍ତଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି । ସେହିପରି ବ୍ରହ୍ମପୁର ମଣ୍ଡଳ କାରାଗାରରୁ 33 ଜଣ କଏଦୀ ଓ 10ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚୌଦ୍ବାର ଜେଲ୍କୁ ପଠାଯାଇଥିବା ଜଣେ ଅଭିଯୁକ୍ତ କରୋନାରେ ଆକ୍ରାନ୍ତ। ଦୁଇ ଦିନ ତଳେ ବାରଙ୍ଗ ଅଞ୍ଚଳରୁ ଗିରଫ ହୋଇଥିଲା ଅଭିଯୁକ୍ତ । ସ୍ବାବ୍ ରିପୋର୍ଟ ପଜିଟିଭ୍ ବାହାରିଛି, ବାରଙ୍ଗ ଥାନାକୁ ସାନିଟାଇଜ୍ କରାଯିବ । ବାରଙ୍ଗ ଥାନା ଓ ଫାଣ୍ଡିର ସମସ୍ତ ପୋଲିସ୍ କର୍ମଚାରୀଙ୍କ ସ୍ବାବ୍ ସଂଗ୍ରହ ହୋଇଛି । ସମସ୍ତ ଷ୍ଟାଫ୍ ହୋମ୍ ଆଇସୋଲେସନ୍ରେ ଥିବା ନେଇ କଟକ ଡିସିପି ସୂଚନା ଦେଇଛନ୍ତି ।
ବିନିକା : ବିନିକାରେ ଟ୍ରିପଲ୍ ମର୍ଡର ହୋଇଛି । ବାପା ମାଆ ସହ 25 ବର୍ଷର ପୁଅକୁ ନିର୍ମମ ହତ୍ୟା । ଘର ଭିତରେ ପଡିଛି ବାପା ମାଆଙ୍କ ମୃତଦେହ । ଘର ବାହାରେ ପଡିଛି ପୁଅର ରକ୍ତାକ୍ତ ମୃତଦେହ । ତିନିଜଣଙ୍କ ଶରୀରରେ ଏକାଧିକ କ୍ଷତଚିହ୍ନ ରହିଥିବାର ସୂଚନା ରହିଛି । ଟ୍ରିପଲ୍ ମର୍ଡର ନେଇ ସିଲାଟି ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପୋଲିସ୍ ତନାଘନା କରିଛି । ଘରେ ପଶି କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବାର ସନ୍ଦେହ ସୃଷ୍ଟି ହୋଇଛି ।
ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ 1129ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 29 ହଜାର 861କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 38 ହଜାର 635ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ ସର୍ବାଧିକ 45 ହଜାର 720 ଆକ୍ରାନ୍ତ ରହିଥିବାବେଳେ 1129 ଜଣ ମୃତ୍ୟୁବରଣ କରିଛନ୍ତି । ଦେଶରେ ସକ୍ରିୟ ଆକ୍ରାନ୍ତ 4 ଲକ୍ଷ 26 ହଜାର 167 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 7 ଲକ୍ଷ 82 ହଜାର 606ଜଣ । ମହାରାଷ୍ଟ୍ରରେ ସର୍ବାଧିକ 3 ଲକ୍ଷ 37 ହଜାର 607 ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 12 ହଜାର 556କୁ ବୃଦ୍ଧି ହୋଇଛି । ଦିଲ୍ଲୀରେ ସେହିପରି 3 ହଜାର 619ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 3 ହଜାର 144 ଜଣଙ୍କର ମୃତ୍ୟୁ ହୋଇଛି…
ବରଗଡ : ବରଗଡ ଜିଲ୍ଲାରେ ଦିନକୁ ଦିନକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ଅଧା ଜିଲ୍ଲାକୁ ଶଟ୍ଡାଉନ୍ ଘୋଷଣା କରାଯାଇଛି । ଆଜି ରାତି 9ରୁ 28 ତାରିଖ ରାତି 9ଟା ଯାଏ ସଟ୍ଡାଉନ୍ ଘୋଷଣା କରାଯାଇଛି । ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 299କୁ ବୃଦ୍ଧି ପାଇଛି । ବରଗଡ ସବ୍ଡିଭିଜନର 6ଟି ବ୍ଲକ – ଅତାବିରା, ଭେଡେନ, ଭଟଲି, ବରଗଡ, ଅମ୍ବାଭୋନା, ବରପାଲି, ବରଗଡ ମ୍ୟୁନିସିପାଲଟି, ଅତାବିରା ଏନ୍ଏସି, ବରପାଲି ଏନଏସି ଶଟ୍ଡାଉନ୍ ରହିବ । ପଦ୍ମପୁର ଉପଖଣ୍ଡର ପୂରା ସୋହେଲା ବ୍ଲକ, ବିଜେପୁର ବ୍ଲକ ବିଜେପୁର ଏନ୍ଏସି ପଦ୍ମପୁର ଏନ୍ଏସିରେ ଏହି କଟକଣା ଲାଗୁ ହେବ । ଏହି ସମୟରେ ଡାକ୍ତରଖାନା, ନର୍ସିଂହୋମ୍, ପେଟ୍ରୋଲ୍ ପମ୍ପ, କ୍ଷୀର ଦୋକାନ, ଔଷଧ ଦୋକାନ, ଫଳ ଦୋକାନ, ପନିପରିବା ଓ ଗ୍ରୋସେରୀ ଦୋକାନ ଖୋଲା ରହିବ । ଏହି ସବୁ ଦୋକାନ…
କେଦାର ମିଶ୍ର ଟିକେ ପଛକୁ ଫେରି ଚାହିଁଲେ, ଆମକୁ ଆଶ୍ଚର୍ଯ୍ୟ ଲାଗିବ। ମାର୍ଚ୍ଚ- ଏପ୍ରିଲ ବେଳକୁ ଯେତେବେଳେ ମହାରାଷ୍ଟ୍ର କିମ୍ବା ରାଜସ୍ଥାନରେ ୫୦୦/୧୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ, ତାକୁ ଦେଖି ଆମେ ଆଶ୍ଵସ୍ତ ହେଉଥିଲୁ। କାରଣ ଓଡିଶାରେ ସେତେବେଳେ ୪୦/୫୦ ବହୁତ ବଡ ସଂଖ୍ୟା ଥିଲା। ଯେଉଁ ଦିନ ଭୁବନେଶ୍ବରରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେଦିନ ପୂରା ଗୋଟେ କୋକୁଆ ଭୟର ବାତାବରଣ ଭୁବନେଶ୍ବରରେ ରହିଥିଲା। ମାତ୍ର ଦୁଇ ମାସ ଭିତରେ ସ୍ଥିତି ପୂରା ବଦଳି ଯାଇଛି। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ଆଉ ବିଚଳିତ କରୁନି। ଲୋକେ ଭାବିନେଲେଣି ଯେ କାରୋନା ସହିତ ଆମକୁ ବଞ୍ଚିବାକୁ ପଡିବ। ସରକାର ଯେତେ ଲୋକଙ୍କୁ ଡରାଇବାକୁ ଚାହୁଁଛନ୍ତି ଲୋକ ସେତେ ଅଧିକ ନିର୍ଭୀକ ହେବା ଆରମ୍ଭ କଲେଣି। ସରକାର ଯେତେ ବାହାସ୍ଫୋଟ ମାରିଲେ ମଧ୍ୟ କରୋନା ସଂକ୍ରମଣ ରୋକିବାରେ ଯେ ବିଫଳ ହୋଇଛନ୍ତି, ଏକଥା ଆଜି ଆଉ ପ୍ରମାଣ ଦେଇ…
ଭୁବନେଶ୍ବର,ଏବେ ଭୁବନେଶ୍ବରର ଜନଗହଳି ଅଞ୍ଚଳରେ ବୁଲିଲେ ଦେଖିବାକୁ ପାଇବେ ବିଭିନ୍ନ ସ୍ଥାପତ୍ୟ ଓ କାନ୍ଥଚିତ୍ର। ତେବେ ଏହା ରାଜଧାନୀର ସୌନ୍ଦର୍ଯ୍ୟକରଣ ପାଇଁ ନୁହେଁ ବରଂ କରୋନା ସଚେତନତା ପାଇଁ ଏପରି କରାଯାଇଛି। କରୋନାର ଭୟବହତାକୁ ନଜରରେ ରଖି ବିଏମସି ତରଫରୁ ନିଆଯାଇଛି ଏହି ଅଭିନବ ପଦକ୍ଷେପ। ରାଜଧାନୀର ବିଭିନ୍ନ ଜନଗହଳି ସ୍ଥାନ ଏବଂ ବଜାର ଅଞ୍ଚଳଗୁଡିକରେ ଶୋଭାପାଉଛି ଏହି ସଚେତନତା ସ୍ଥାପତ୍ୟ। କେତେକ ସ୍ଥାନରେ କରୋନା ଭାଇରସର ଯେଉଁ ରୂପ ତାହାକୁ ସ୍ଥାପତ୍ୟ ଭାବେ ନିର୍ମାଣ କରି ରାସ୍ତା କଡରେ ରଖାଯାଇଛି। ଫଳରେ ଯେ କେହି ସେହି ରାସ୍ତାରେ ଗଲେ ତାହା ଦେଖି ସଚେତନ ହୋଇପାରିବ। ସେହିପରି ବିଭିନ୍ନ ପାଚେରୀରେ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାଇ ରଖିବା, ହାତ ଧୋଇବା ପରି ବିଭିନ୍ନ କାନ୍ଥଚିତ୍ର କରାଯାଇଛି।
ଜଗତସିଂହପୁର : ସ୍ବାମୀ- ସ୍ତ୍ରୀଙ୍କ ସମ୍ପର୍କ ସାତ ଜନ୍ମ ପାଇଁ । ସ୍ନେହ, ପ୍ରେମ ଓ ବିଶ୍ବାସର ଅତୁଟ ବନ୍ଧନ। ମାତ୍ର ସାମାନ୍ୟ କିଛି କାରଣ ପାଇଁ ଏହି ସମ୍ପର୍କ ଆଜି କଳଙ୍କିତ । ସାମାନ୍ୟ ଚା’ ପାଇଁ ଆଜି ଜଣେ ସ୍ତ୍ରୀର ଜୀବନ ନେଇଛି ଜଣେ ସ୍ବାମୀ । ଜଗତସିଂହପୁର ଜିଲ୍ଲା ମାଳିତୋଟା ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଚା’ ନ ମିଳିବାରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ଚା’ ନ ଦେବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ନୃଶଂସ ସ୍ବାମୀ ।
କୋଲକାତା : କୋଲକତାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ । ଏଠାରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ଅବୈଧ ସମ୍ପର୍କ ଜାଣିବା ପରେ 100 କୋଟିର ନୋଟିସ୍ ପଠେଇଛନ୍ତି । ସ୍ବାମୀ ଜଣକ ନିଜ ସ୍ତ୍ରୀଙ୍କ ଅବୈଧ ସମ୍ପର୍କ ସମ୍ପର୍କରେ ଜାଣିବା ପାଇଁ ଜାସୁସୀ ଲଗାଇଥିବାବେଳେ ସାମ୍ନାକୁ ଆଶ୍ଚର୍ଯ୍ୟଜନକ ସତ୍ୟ ଆସିଥିଲା । ତାଙ୍କ ସ୍ତ୍ରୀଙ୍କର ଜଣେ କିମ୍ବା ଦୁଇଜଣ ନୁହେଁ ବରଂ 14 ଜଣଙ୍କ ସହ ଅବୈଧ ସମ୍ପର୍କଥିଲା । ଏହା ପରେ ସ୍ବାମୀ ଯାହା କଲେ, ତାହା ସବୁଠୁ ଆଶ୍ଚର୍ଯ୍ୟର କଥା । ସ୍ତ୍ରୀଙ୍କର 14 ଜଣ ପୁରୁଷଙ୍କ ସହିତ ଅବୈଧ ସମ୍ପର୍କ ଜଣାପଡିବା ପରେ ସ୍ବାମୀ ଜଣକ ସମସ୍ତ 14 ଜଣଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି । ଏହି ନୋଟିସ୍ରେ 14 ଜଣ ପୁରୁଷଙ୍କଠୁ 100 କୋଟି ଟଙ୍କା ଦାବି କରିଛନ୍ତି । ସେ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ ଏବେ କରୋନା କାୟା ବିସ୍ତାର କରି ଚାଲିଛି। କରୋନାକୁ ନେଇ ରାଜ୍ୟସରକାର ଅନେକ କଡା ପଦକ୍ଷେପ ଗ୍ରହଣ କରୁଥିବାବେଳେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଏବେ ପ୍ରଶ୍ନର ବିଷୟ। ବାଣପୁର ସହରରେ କରୋନା ଯୋଦ୍ଧା କରୋନାରେ ପୀଡ଼ିତ ଥିବାବେଳେ ସେମାନଙ୍କ ସୁରକ୍ଷାକୁ ନେଇ ସ୍ଥାନୀୟ ପ୍ରଶାସନ କେତେ ସଚେତନ, ତାହାକୁ ନେଇ ପ୍ରଶ୍ନ ଉଠିଛି। କୋଭିଡ୍ ଯୋଦ୍ଧାଙ୍କ କ୍ଷେତ୍ରରେ ବାଣପୁର ପ୍ରଶାସନର ଚରମ ଅବହେଳା ଏବେ ସାମ୍ନାକୁ ଆସିଛି। ଆଜି ଚିହ୍ନଟ ହୋଇଥିବା ତିନିଜଣ ଆକ୍ରାନ୍ତ କୋଭିଡ୍ ହସ୍ପିଟାଲ ଯାଇପାରିନାହାନ୍ତି। ଏହି ତିନିଜଣଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ହୋମ୍ କ୍ବାରେଣ୍ଟାଇନ୍ରେ ଥିବାବେଳେ ଗୋଦାବରୀଶ ବିଦ୍ୟାପୀଠ କ୍ବାରେଣ୍ଟାଇନ୍ରେ କାର୍ଯ୍ୟରତ ଜଣେ କରୋନା ଯୋଦ୍ଧା ବାରଣ୍ଡାରେ ଅନ୍ଧାରରେ ପଡି ରହିଛନ୍ତି। ସେହିପରି ତୃତୀୟ ଆକ୍ରାନ୍ତ ଜଣଙ୍କ ସହିଦ କୃତ୍ତିବାସ କ୍ବାରେଣ୍ଟାଇନ୍ ହଲ ବାରଣ୍ଡାରେ ପଡି ରହିଛନ୍ତି। ଗାଡି ନଥିବାରୁ ଆକ୍ରାନ୍ତମାନେ ନାହିଁ…
ମିରଟ୍, ଏକ ଲୋମହର୍ଷଣକାରୀ ଘଟଣା। ଜଣେ ମହିଳା ଓ ତାର 10 ବର୍ଷର ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ଦୁଇ ମୃତଦେହକୁ ନିଜ ଘରେ ପୋତି ସେଠାରେ ନିର୍ବିଘ୍ନରେ ବାସ କରୁଥଲା। ଏହି ଘଟଣା ପ୍ରାୟ ଚାରି ମାସ ତଳର ଅର୍ଥାତ ମାର୍ଚ୍ଚ 28ର। ଶାମସାଦ ନାମକ ଅଭିଯୁକ୍ତ ସହିତ ମହିଳା ଜଣଙ୍କର ଲିଭ୍-ଇନ୍ ସମ୍ପର୍କ ରହିଥିଲା। ଜୁଲାଇ 14ରେ ପୀଡିତା ମହିଳାଙ୍କର ଜଣେ ବନ୍ଧୁଙ୍କ ଠାରୁ ସେ ନିଖୋଜ ଥିବା ଖବର ପାଇଥିଲା ପୋଲିସ। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ପୋଲିସ ଶାମସାଦ ଘର ହତାରୁ ଦୁଇ ଜଣଙ୍କର କଙ୍କାଳ ଉଦ୍ଧାର କରିବା ପରେ ଘଟଣାର ରହସ୍ୟ ପଦାକୁ ଆସିଥିଲା। ପାର୍ତ୍ତପୁର ଅଞ୍ଚଳରେ ଶାମସାଦଙ୍କ ସହିତ ବାନ୍ଧବୀ ମହିଳା ତାର ପୂର୍ବ ସ୍ବାମୀଠାରୁ ଜାତ ଝିଅ ସହିତ ପ୍ରାୟ 4 ବର୍ଷ ହେଲା ରହି ଆସୁଥିଲା। ବର୍ଷେ ହେଲା ଶାମସାଦ ମହିଳା ଜଣଙ୍କୁ ତାର ଧର୍ମ ପରିବର୍ତ୍ତନ କରିବାକୁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି କୋଭିଡ ଯୁଦ୍ଧ ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାକୁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । କୋଭିଡ ଚିକିତ୍ସାରେ ପ୍ଲାଜ୍ମା ଥେରାପି ସଫଳତାର ସହ କାମ କରୁଛି । କଟକ ଏସସିବି ପରେ ଏବେ ପଶ୍ଚିମ ଓଡିଶା ପାଇଁ ରାଉରକେଲାର ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ଗୁରୁତର ରୋଗୀ ମାନଙ୍କୁ ରାଉରକେଲାର ଆଇଜିଏଚ ହସ୍ପିଟାଲରୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ। ଏଥିସହିତ ରାଉରକେଲାର କୋଭିଡ କେୟାର ସେଣ୍ଟର ଗୁଡିକର ଶଯ୍ୟା ସଂଖ୍ୟା ୭୦୦ରୁ ୧୭୦୦କୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି…
ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 440 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ 83, ଗଂଜାମରୁ 68, ବାଲେଶ୍ବରରୁ 49, ମାଲକାନଗିରିରୁ 40, ଜଗତସିଂହପୁରରୁ 23, ଭଦ୍ରକରୁ 21, ମୟୂରଭଂଜରୁ 20, କୋରାପୁଟରୁ 18, ପୁରୀରୁ 17, କଟକରୁ 11, ବରଗଡ଼ରୁ 10 ଜଣ ସୁସ୍ଥ ହୋଇଛନ୍ତି। ଝାରସୁଗୁଡା, କେନ୍ଦୁଝର ଓ ନବରଙ୍ଗପୁରରୁ 12 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାଜପୁର ଓ ଅନୁଗୁଳରୁ 9 ଲେଖାଏଁ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ 6 ଲେଖାଏଁ ସୁସ୍ଥ ହୋଇଛନ୍ତି। ବଲାଙ୍ଗିର ଓ ସମ୍ବଲପୁରରୁ 5 ଜଣ ଲେଖାଏଁ ଏବଂ ନୟାଗଡ଼ରୁ 4 ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 13 ହଜାର 749ରେ ପହଞ୍ଚିଛି।
ନୂଆଦିଲ୍ଲୀ, ବର୍ତ୍ତମାନ ସୁଦ୍ଧା ଦେଶରେ 7.5 ଲକ୍ଷରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର 63 ପ୍ରତିଶତ ଅତିକ୍ରମ କରିଛି। 19ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର 63.13 ପ୍ରତିଶତରୁ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଗୋଟିଏ ଦିନରେ ସର୍ବାଧିକ 28,472 ଜଣ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହା ଗତ 24 ଘଣ୍ଟା ମଧ୍ୟରେ କୋଭିଡ-19 ସଂକ୍ରମଣରୁ ଆରୋଗ୍ୟ ହୋଇ ଘରକୁ ଫେରିଥିବା ସର୍ବୋଚ୍ଚ ସଂଖ୍ୟା। ଏହା ସହିତ ସମୁଦାୟ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା 7,53,049ରେ ପହଞ୍ଚିଛି। ଏହା ସୁସ୍ଥତା ହାର 63.13%କୁ ବୃଦ୍ଧି କରିଛି। କ୍ରମାଗତ ଭାବରେ ବୃଦ୍ଧି ପାଇଥିବା ଆରୋଗ୍ୟ ଓ ସକ୍ରିୟଙ୍କ ସଂଖ୍ୟା (ଆଜି 4,11,133) ମଧ୍ୟରେ ପାର୍ଥକ୍ୟ ସଂଖ୍ୟା 3,41,916କୁ ବୃଦ୍ଧି ପାଇଛି । ଏହି ପାର୍ଥକ୍ୟ ଧୀରେ ଧୀରେ ବୃଦ୍ଧି ପାଉଥିବା ଧାରାକୁ ଦର୍ଶାଉଛି। ଜାତୀୟ ସୁସ୍ଥତା…
ତେଲାଙ୍ଗାନା- ବର୍ତ୍ତମାନ ଆଉ ସ୍କୁଲ ଖୋଲାବା ସମ୍ଭାବନା ନ ଥିବାରୁ ତେଲଙ୍ଗାନା ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀମାନେ ଘରେ ପାଠ ପଢିବା ପାଇଁ କୋଭିଡ କଟକଣା ଭିତରେ ବହି ପ୍ରଦାନ କରିଛନ୍ତି।
ନୂଆଦିଲ୍ଲୀ, ବର୍ତ୍ତମାନ କରୋନା ପାଇଁ ଦେଶର ଗଣମାଧ୍ୟମ ଶିଳ୍ପ ବେଶ୍ ବାଧାପ୍ରାପ୍ତ ହେବାରେ ଲାଗିଛି। ଘରକୁ ଖବରକାଗଜ ଆସିଲେ କରୋନା ଆସିବ ବୋଲି ଭୟରେ ଅନେକ ଆଉ ଖବରକାଗଜ ମଗାଉ ନାହିଁନ୍ତି। ଏପରି ପରିସ୍ଥିତିରେ ଜାମ୍ମୁକାଶ୍ମୀରରୁ ପ୍ରକାଶିତ ଏକ ଉର୍ଦ୍ଦୁ ଖବର କାଗଜ ‘ରୋଶନୀ’ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ତାହା ହେଲା କଂପାନୀ ତରଫରୁ ଖବରକାଗଜ ସହିତ ଦିଆଯାଉଛି ଏକ ମାସ୍କ। ପାଠକମାନଙ୍କୁ ଆକୃଷ୍ଟ କରିବା ପାଇଁ କଂପାନୀ ଏହି ପଦକ୍ଷେପ ନେଇଛି। ଏଥିରେ କଂପାନୀ ତାହାର ପ୍ରଥମ ପୃଷ୍ଟାରେ ଏହି ମାସ୍କକୁ ସ୍ବତନ୍ତ୍ର ଭାବେ ସଂଯୋଗ କରିଛି। ସେଥିପାଇଁ ପ୍ରଥମ ପୃଷ୍ଠାରେ କଂପାନୀ କିଛି ସ୍ଥାନ ଏହି ମାସ୍କ ପାଇଁ ଛାଡିଛି। ହକର ପେପର ବାଣ୍ଟିବା ବେଳେ ଯେପରି ମାସ୍କଟି ନ ଖସିବ ସେଥିପାଇଁ ତାହାକୁ ସ୍ବତନ୍ତ୍ର ଅଠାରେ ସଂଯୋଗ କରାଯାଇଛି। ଏହା ଦ୍ବାରା ଲୋକମାନେ ପେପର ଘରକୁ ନେଇ ଯେଉଁ ଭୟ ରହୁଥିବା ତାହା ଦୂର ହେବା…
ଭୁବନେଶ୍ବର, ରାଉରକେଲାରେ ଖୁବ୍ ଶୀଘ୍ର ଆରମ୍ଭ ହେବ ପ୍ଲାଜମା ଥେରାପି। ରାଉରକେଲା ଆଇଡିଏଚରେ ଏହି ଥେରାପି ବ୍ୟବସ୍ଥା ଆରମ୍ଭ କରାଯିବ। ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। କରୋନା ପାଇଁ ଏଯାବତ 19 ଶହ କୋଟି ଟଙ୍କା ଖର୍ଚ୍ଚ ହେଲାଣି ବୋଲି ମୁଖ୍ୟ ସଚିବ କହିଛନ୍ତି। କରୋନା ସ୍ଥିତି ଏବଂ ମୁକାବିଲା କିପରି କରାଯାଉଛି ତାହାର ପଦ୍ଧତି ସମ୍ପର୍କରେ ମନ୍ତ୍ରୀ ପରିଷଦକୁ ବୈଠକରେ ଅବଗତ କରାଯାଇଛି। କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 340 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି। ଏସଡିଆରଏଫରୁ 624 କୋଟି, ପଞ୍ଚାୟତିରାଜ ବିଭାଗର 875 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଧାୟକମାନଙ୍କ ହାତପାଣ୍ଠି ଅର୍ଥ ମଧ୍ୟ 73 କୋଟି ଟଙ୍କା ଖର୍ଚ୍ଚ ହୋଇଛି। କରୋନା ମୁକାବିଲାରେ 8023 ଜଣ…
ପୁରୀ, ଚଳିତ ବର୍ଷ ପୁରୀରେ ମହାପ୍ରଭୁଙ୍କ ତିନି ରଥ ଭଙ୍ଗାଯିବ ନାହିଁ। ଏହି ତିନି ରଥ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଏକ ମ୍ୟୁଜିୟମରେ ରଖିବାକୁ ଆପାତତଃ ସ୍ଥିର ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୁଧବାର ଦିନ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହା ସ୍ଥିର ହୋଇଛି। ମହାରଣା, ଭୋଇ ସେବାୟତମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟମାନେ ଆଲୋଚନା କରିଥିଲେ। ବିଶେଷ କରି ଗତ ପରିଚାଳନା କମିଟି ଓ ଛତିଶା ନିଯୋଗର ମିଳିତ ବୈଠକର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ଯେଉଁ ତିନିଟି ରଥ ରହିଛି ତାକୁ ସଂରକ୍ଷଣ କରାଯିବାକୁ ଏକ ପ୍ରକାର ନିଷ୍ପତ୍ତି ହୋଇଥିବା ବେଳେ ଏହା ଉପରେ ଅଧିକ ଆଲୋଚନା କରା ଯାଉଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

