Author: Samikhsya Bureau

ନୂଆଦିଲ୍ଲୀ : ଦୁଇଦିନିଆ ଲଦାଖ ଓ ଜମ୍ମୁକାଶ୍ମୀର ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏଲ୍‌ଏସି ସ୍ଥିତି ସମୀକ୍ଷା ପାଇଁ ଲଦାଖ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଲଦାଖ ପରେ ଜମ୍ମୁ-କାଶ୍ମୀର ଯିବେ ବୋଲି ସୂନା ରହିଛି । ସୀମାରେ ନିୟୋଜିତ ଯବାନଙ୍କୁଭେଟି ଆଲୋଚନା କରିବେ ବୋଲି ସୂଚନା ରହିଛି । ତେବେ ପ୍ରତିରକ୍ଷାମନ୍ତ୍ରୀଙ୍କ ଗସ୍ତ ଅବସରରେ ସିଡିଏସ୍‌ ବିପିନ ରାଓ୍ବତ୍‌ ଓ ସ୍ଥଳସେନା ମୁଖ୍ୟ ନର୍ଭାଣେ ଉପସ୍ଥିତ ରହିଛନ୍ତି ।  ମେ’ରେ ଏଲଏସି ରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ପ୍ରଥମ ଲଦାଖ ଗସ୍ତ। (ଏଜେନ୍ସି)

Read More

ଭୁବନେଶ୍ବର : ନୟାପଲ୍ଲୀ ସୀତାପୁର ଓ ତ୍ରିନାଥ ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଅଧିକ କରୋନା  କରୋନା ସଂକ୍ରମିତ ଚିହ୍ନଟ ହେବାରୁ ଏହି ଅଞ୍ଚଳକୁ ବିଏମ୍‌ସି କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ କରିଛି । ଆଜିଠୁ ଏହି ଅଞ୍ଚଳରେ କଟକଣା ଲାଗୁ ହୋଇଛି । ଏଠାରେ  ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ବିଏମ୍‌ସି ।ଏଠାରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବାରୁ  ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 919ରେ ପହଞ୍ଚିଛି। ସେଥିମଧ୍ୟରୁ 403 ସୁସ୍ଥ ଘରକୁ ଫେରିଥିବାବେଳେ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ହୋଇଛି। ସେହିପରି ଏବେସୁଦ୍ଧା 504 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ଭୁବନେଶ୍ବର : ଭୁବନେଶ୍ବର ୟୁନିଟ୍‌ -4 ମାର୍କେଟକୁ ବନ୍ଦ ରଖିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି । ୟୁନିଟ୍‌ -4 ମାର୍କେଟ୍‌କୁ ଲାଗି ରହିଥିବା ମାର୍କେଟ୍‌ ବି ବନ୍ଦ ରହିବ ବୋଲି ସୂଚନା ରହିଛି । କରୋନା ସଂକ୍ରମଣ ରୋକିବା ପାଇଁ କଟକଣା ଜାରି କରିଛି ବିଏମ୍‌ସି । ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ବିଏମ୍‌ସି ସୂଚନା ଦେଇଛି । ଭୁବନେଶ୍ବର ସହରରେ ଲୋକାଲ୍‌ କେସ୍‌ ବଢୁଥିବାରୁ କଡା ପଦକ୍ଷେପ ଗ୍ରହଣ କରୁଛି ବିଏମ୍‌ସି । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ଆଜି ରାତ୍ରି 9 ଘଟିକାଠାରୁ ଗଞ୍ଜାମ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମକୁ 14 ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ।

Read More

କେଦାର ମିଶ୍ର “ଏ ପରିସ୍ଥିତିରୁ କେବଳ ଭଗବାନ ହିଁ ଆମକୁ ବଞ୍ଚାଇ ପାରିବେ, ସରକାର ଆଉ କଣ ବା କରିପାରିବେ” – ଏ ଉକ୍ତି କୌଣସି ସାଧାରଣ ଲୋକର ନୁହେଁ। ଖୋଦ କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ ବି. ଶ୍ରୀରାମୁଲୁ ଏହି ବକ୍ତବ୍ୟ ରଖିଛନ୍ତି। ଗଣମାଧ୍ୟମରେ ଏହାକୁ ଏକ ବିବଦମାନ ବକ୍ତବ୍ୟ ବୋଲି କୁହା ଯାଉଛି, ହେଲେ ବାସ୍ତବରେ ଆଜିର ପରିସ୍ଥିତିରେ ଏହା ହିଁ ସତ୍ୟ। ସାରାଦେଶରେ ୧୦ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି ଓ ଏ ସଂଖ୍ୟା ଆଗକୁ ହୁ ହୁ ହୋଇ ବଢିବାର ସମ୍ଭାବନା ରହିଛି। ଗତ କାଲି ପ୍ରାୟ ୩୩ ହଜାର ଆକ୍ରାନ୍ତ ଦେଶରେ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପଛରେ ଏକ ଭୟଙ୍କର ସତ୍ୟ ଲୁଚି ରହିଛି, ଯାହାକୁ ଜାଣିବା ନିତାନ୍ତ ଜରୁରୀ। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କରୋନା ରୋଗୀଙ୍କ ଲାଗି ମୋଟ ୮ ଲକ୍ଷ ୯୧ ହଜାର ସ୍ଵତନ୍ତ୍ର…

Read More

ଗୋରଖପୁର : ଉତ୍ତରପ୍ରଦେଶର କୁଶୀନଗର ଅଞ୍ଚଳରେ ଦେଖିବାକୁ ମିଳିଛି  ‘ଟୟଲେଟ୍‌ ଏକ ପ୍ରେମ୍‌ କଥା’ର କାହାଣୀ । ସ୍ବଚ୍ଛଭାରତ ସୁସ୍ଥ ଭାରତର ବାର୍ତ୍ତା ବହନ କରୁଥିବା ତଥା ଅକ୍ଷୟ କୁମାର ଓ ଭୂମି ପେଣ୍ଡେନକର୍‌ଙ୍କ ଅଭିନୀତ ‘ଟୟଲେଟ୍‌ – ଏକ ପ୍ରେମ କଥା’ରେ ନାରୀର ସମ୍ମାନ ଓ ଶୌଚାଳୟକୁ ନେଇ ପ୍ରସ୍ତୁତ କରାଯାଇଥିଲା । ଏହି ଫିଲ୍ମରେ ଜଣେ ନାରୀ ଶୌଚାଳୟ ନଥିବାରୁ ଶାଶୁ ଘର ଛାଡିବା ସହିତ ସବୁ ନାରୀଙ୍କ ସମ୍ମାନ ପାଇଁ ଲଢିଥିଲେ । ଠିକ୍‌ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କୁଶୀନରଗ ପଡରୌନା ବ୍ଲକ୍‌ରେ । ଶାଶୁଘରେ ଶୌଚାଳୟ ନଥିବାରୁ ନବବିବାହିତ ବଧୂମାନେ ଶାଶୁଘର ଛାଡିଛନ୍ତି । କୁଶୀନଗରର ପଡରୌନା ବ୍ଲକର ଜଗଦୀଶପୁର ଗ୍ରାମରେ ଏପରି ଏକ ଘଟଣା ଦେଖିବାକୁମିଳିଛି । ଏଠାକାର ମହିଳାମାନେ ଶୌଚାଳୟ ନଥିବାରୁ ଶାଶୁଘର ଛାଡି ନିଜ ବାପଘରକୁ ଚାଲିଆସିଛନ୍ତି । ମିଳିଥିବା ସୂଚନା ଅନୁସାରେ ଶୌଚାଳୟ ପାଇଁ ଶାଶୁଘର ଛାଡି…

Read More

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା 4ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି 9ଟାରୁ 14ଦିନିଆ ଲକ୍‌ଡାଉନ୍ କଟକଣା‌ ଲାଗୁ ହେବ। ଆଜି ରାତି 9ଟାରୁ ଜୁଲାଇ 31ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଜାରି ରହିବ। ତେବେ ଏହି 4 ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ସପ୍ତାହାନ୍ତ(ପ୍ରତି ସପ୍ତାହର ଶନିବାର ଓ ରବିବାର)ସଟ୍‌ଡାଉନ୍‌ କଟକଣାକୁ ହଟାଇ ଦିଆଯାଇଛି। ବାକି ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା ପୂର୍ବଭଳି ବଳବତ୍ତର ରହିବ। ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ୱର ଓ କଟକ ଭିତରକୁ ଜରୁରୀ କାରଣ ନ ଥିଲେ କୌଣସି ଗାଡ଼ିକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଖାଲି କଟକ-ଭୁବନେଶ୍ୱର ନୁହେଁ ବରଂ ଏହି ଲକ୍‌ଡାଉନ୍‌ ସମୟରେ ବିନା…

Read More

କନ୍ଦର୍ପ ବେହେରା ରେଢାଖୋଲ: ଚାରି ଦିନ ଦିନ ତଳେ ରେଢାଖୋଲ ଡାକ୍ତରଖାନାରେ ଏକ ଶିଶୁର ମୃତ୍ୟୁକୁ ନେଇ ଶିଶୁର ପିତା ମାତା ରେଢାଖୋଲ ଥାନାରେ ଓ ଏସ୍‌ଡିଏମ୍‌ଓ ଙ୍କ ଠାରେ ଅଭିଯୋଗ କରିଥିଲେ। ଯାହାକି ଡାକ୍ତର ମହାଶୟ ଏହା ମିଥ୍ୟା ଓ କପୋଳକଳ୍ପିତ ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ରେଢାଖୋଲ ବ୍ଲକ୍ ତ୍ରିବଣପୁର ଅଂଚଳର ଜନୈକ ପିତା ମାତା ଙ୍କର ଏକ ସନ୍ତାନ କିଛି ଦିନ ତଳେ ବୁର୍ଲା ମେଡିକାଲରେ ଜନ୍ମ ହୋଇଥିଲା। ଶିଶୁଟିର ଜନ୍ମ ହେବାର ସମୟ ମଧ୍ୟ ହୋଇ ନ ଥିଲା। ହେଲେ ଶିଶୁଟିକୁ ସେମାନେ ଘରକୁ ଧରିଆସିଥିଲେ। ଚାରିଦିନ ଦିନ ତଳେ ଶିଶୁଟି ଅତି ଗୁରୁତର ହେବାରୁ ତାକୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରେଢାଖୋଲ ଡାକ୍ତରଖାନାରେ ପତି ନାମକ ଡାକ୍ତରଙ୍କ ଅବହେଳାରେ ଶିଶୁଟି ମୃତ୍ୟୁ ବରଣ କରିଥିବା ଶିଶୁଟିର ପିତାମାତା ଅଭିଯୋଗ କରିଥିଲେ। ଯାହାକି ଡାକ୍ତର ପତି ଏହା ମିଥ୍ୟା ଓ କପୋଳକଳ୍ପିତ ବୋଲି…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି ଜିଲ୍ଲା: କଲମପୁର ବ୍ଲକ , ବିଜମରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦୁଲକୀବନ୍ଧ M/S – ISWAR AGRO SALES ଦୋକାନ ମାଲିକଙ୍କ ନାମରେ ଆସିଛି ବଡ଼ ସଙ୍ଗୀନ ଅଭିଯୋଗ। କଲମପୁର , କୋକସରା , ଜୟପାଟଣା ବ୍ଲକର ୩୭ ଜଣ ଚାଷୀଙ୍କୁ ରିହାତି ଦରରେ ପାୱାର ଟିଲର ଯୋଗାଇଦେବା ପାଇଁ ଚୁକ୍ତି କରି ଜଣ ଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ପାୱାର ଟିଲର ଯୋଗାଇପାରୁ ନ ଥିବା ଅଭିଯୋଗ ଆଣିଛନ୍ତି ଚାଷୀମାନେ। ବର୍ତ୍ତମାନ ଧାନ ଚାଷ ପାଇଁ, ତଳି ରୁଆ ଶେଷ ହୋଇଥିଲେ ମଧ୍ୟ ସେମାନଙ୍କ ପାଖକୁ ପାୱାର ଟିଲର ପହଞ୍ଚି ପାରିଲା ନାହିଁ। ଏନେଇ ଚାଷୀମାନେ ଦୋକାନ ମାଲିକ ପାଖକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ଦୋକାନ ସମ୍ମୁଖରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବର ପାଇ ବଡ଼କୁଟରୁ ଫାଣ୍ଡି ଅଧିକାରୀ କୃତିବାସ ପୁଝାରୀ ଘଟଣାସ୍ଥଳକୁ ପହଞ୍ଚି ଚାଷୀମାନଙ୍କୁ ବୁଝା ସୁଝା କରିବା…

Read More

କଲମ୍ବିଆ : କରୋନା ମହାମାରୀ ସହ ଲଢେଇ ପାଇଁ ଦୁନିଆରେ ଅର୍ଦ୍ଧାଧିକ ଜାଗାରେ ଏବେ ଲକ୍‌ଡାଉନ୍‌ ଜାରି ରହିଛି। ପରିସ୍ଥିତିକୁ ଦେଖି କେତେକ ଜାଗାରେ ଲକ୍‌ଡାଉନ୍‌ କୋହଳ କରାଯାଇଥିବାବେଳେ ଆଉ କୋଉଠି ଏହାକୁ ଆହୁରି କଡାକଡି କରାଯାଇଛି । କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ଲକ୍‌ଡାଉନ୍‌ ନିୟମ ନ ମାନିଲେ ସେଠାରେ ନିୟମ ଉଲ୍ଲଂଘନକାରୀଙ୍କୁ ହତ୍ୟା କରାଯାଉଛି। ତେବେ ସବୁଠୁ ଅବସୋସର କଥା ହେଉଛି ଯେ, ଏହି ଦେଶର ସରକାର ଏଭଳି ହତ୍ୟାକୁ ରୋକିବାରେ ମଧ୍ୟ ଅସଫଳ ହେଉଛନ୍ତି। ତେବେ ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କୁ ହତ୍ୟା କରୁଥିବା ଦେଶର ନାମ ହେଉଛି କଲମ୍ବିଆ ।  ଏଠାରେ ସରକାରଙ୍କ ତରଫରୁ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଏଠାକାର ଡ୍ରଗ୍‌ ମାଫିଆ ଅଲଗା ପ୍ରକାରର ଲକଡାଉନ୍‌ ଘୋଷଣା କରିଛନ୍ତି । ଯିଏ ଏହି ଲକ୍‌ଡାଉନ୍‌କୁ ମାନୁ ନାହାନ୍ତି ତାଙ୍କୁ ଏହି ମାଫିଆ ହତ୍ୟା କରୁଛନ୍ତି। ଏପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଯୋଗୁଁ 8 ଜଣଙ୍କ ହତ୍ୟା କରାଯାଇଥିବାର…

Read More

ନୂଆଦିଲ୍ଲୀ, ଆସନ୍ତାକାଲି ଠାରୁ ଭାରତରୁ ଫ୍ରାନ୍ସ ଏବଂ ଆମେରିକାକୁ ବିମାନ ଉଡାଣ କରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହା ଘୋଷଣା କରିଛନ୍ତି। ଦୁଇ ଦେଶ ସହ “ଏୟାର ବବଲ୍ସ” ଘୋଷଣା କରିଛି ଭାରତ। ଏୟାର ବବଲ୍ସ ହେଉଛି ଏକ ଦ୍ୱିପାକ୍ଷିକ ବ୍ୟବସ୍ଥା ଯାହା ଦ୍ବାରା କିଛି ନିୟମ ଏବଂ ପ୍ରତିବନ୍ଧକ ସହିତ ଦୁଇ ଦେଶର ବିମାନ କମ୍ପାନି ଅନ୍ତର୍ଜାତୀୟ ବିମାନ ଚଳାଚଳ କରିପାରିବେ। ଏବେ ଭାରତ ଫ୍ରାନ୍ସ ଏବଂ ଆମେରିକା ସହ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଦ୍ୱିପାକ୍ଷିକ ଚୁକ୍ତିନାମାରେ ଭାରତରୁ ଏହି ଦୁଇ ଦେଶକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବା ସହ ଦୁଇ ଦେଶରୁ ବିମାନ ଭାରତକୁ ଉଡ଼ାଣ କରି ପାରିବ। ଏହା ସହ ଜର୍ମାନୀ ଏବଂ ବ୍ରିଟେନକୁ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଚାଲିଛି ବୋଲି ‌ପୁରୀ କହିଛନ୍ତି। ଜୁଲାଇ ୧୭ରୁ ଜୁଲାଇ ୩୧…

Read More

ଭୁବନେଶ୍ବର : ଲକ୍‌ଡାଉନ୍‌ କଟକଣା ନେଇ ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି। ଏହି ଲକ୍‌ ଡାଉନ୍‌ ସମୟରେ  କଟକଣାରୁ ପ୍ରତିରକ୍ଷା, କେନ୍ଦ୍ରୀୟ ସୁରକ୍ଷା ବଳ ବାଦ୍‌ ରହିବେ। ସେହିପରି ଟେଲିକମ୍‌, ପୋଷ୍ଟ ଅଫିସ୍‌ ଓ ଟ୍ରେଜେରୀ ଖୋଲା ରହିବ। ସେହିପରି ପାଣିପାଗ ବିଭାଗ ଓ ଜାତୀୟ ସୂଚନା କେନ୍ଦ୍ର ଖୋଲା ରହିବ। ସବୁ ସରକାରୀ ଓ ଘରୋଇ ଡାକ୍ତରଖାନା ଖୋଲା ରହିବ। କ୍ଲିନିକ୍‌, ନର୍ସିଂହୋମ୍‌ ଓ ଔଷଧ ଦୋକାନ ଖୋଲା ରହିବ। ଆମ୍ବୁଲାନ୍ସ, ଡାକ୍ତର, ପାରା ମେଡ଼ିକାଲ୍‌ ଓ ସ୍ବାସ୍ଥ୍ୟକର୍ମୀ କଟକଣାମୁକ୍ତ। ପରିମଳ, ଜଳଯୋଗାଣ, ସ୍ବରେଜ କାର୍ଯ୍ୟ କଟକଣାମୁକ୍ତ ରହିବ। ସେହିପରି ବିଭିନ୍ନ ସଂସ୍ଥା ମାଧ୍ୟମରେ ଘରକୁ ଖାଦ୍ୟ ହୋମ୍‌ ଡେଲିଭରୀ ହୋଇପାରିବ ବୋଲି ସୂଚନା ରହିଛି। ଏହି ସମୟରେ ଗ୍ରୋସେରୀ, ପରିବା, ଅଣ୍ଡା, ମାଛ, ମାଂସ ଆଦି ହୋମ୍‌ ଡେଲିଭରୀ ହୋଇପାରିବ ବୋଲି ସୂଚନା ରହିଛି। ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମ କଟକଣାମୁକ୍ତ ରହିଥିବାବେଳେ କମିଶନରେଟ୍‌ ଓ…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଅଂଚଳରୁ ଚୋରା ବେପାରୀମାନେ କେନ୍ଦୁପତ୍ର ଚାଲାଣ କରୁଥିବା ସମୟରେ ବନବିଭାଗ ହାତରେ ଧରା ପଡିଛନ୍ତି। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଗୋଗୁଆ ପଂଚାୟତର ଲାଇଜା ପାଖରେ ଆଜି ଭୋରରୁ ଏକ ହାଇଭା ଗାଡିରେ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ବନ କର୍ମଚାରୀମାନଙ୍କୁ ଦେଖି ଚୋରା ବେପାରୀମାନେ ଫେରାର ହୋଇଯିବାକୁ ସକ୍ଷମ ହୋଇ ପାରି ନ ଥିଲେ। ଗାଡିରୁ ୨୭.୯ କ୍ୱିଂଟାଲ କେନ୍ଦୁପତ୍ର ଜବତ କରାଯାଇଥିବା ବନବିଭାଗ ପ୍ରକାଶ କରିଛି। ଗିରଫ ହୋଇଥିବା ଚୋରାବେପାରୀ ମୋହନ ପ୍ରଧାନ(୪୦) ଗ୍ରାମ ବଡକସିବାହାଳ ଓ ସୁରେଶ୍ ଜେନା(୪୦)ଗ୍ରାମ ବୈଷ୍ନବଝୋଲୀଙ୍କୁ ଗିରଫ୍ କରିଛି ବନ ବିଭାଗ। ସେମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Read More

ସମୀକ୍ଷା ବ୍ୟୁରୋ: ଆସନ୍ତା କାଲି ସନ୍ଧ୍ୟାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରମୁଖ କୋଭିଡ ପ୍ରବଣ ଜିଲ୍ଲା ଯଥା- ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ଯାଜପୁର ତଥା ରାଉରକେଲା ମ୍ଯୁନିସିପାଲିଟି ଅଞ୍ଚଳରେ ରାଜ୍ୟ ସରକାର ଲକ ଡାଉନ ଲାଗୁ କରିଛନ୍ତି। ରାଜ୍ୟର ମୋଟ କୋଭିଡ ସଂଖ୍ଯାର ୬୬% କେବଳ ଏହି ଅଞ୍ଚଳରୁ ଚିହ୍ନଟ ହେଉଥିବାରୁ ଏହି ଲକ ଡାଉନ ଲାଗୁ କରା ଯାଉଛି ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି କହିଛନ୍ତି। ଆସନ୍ତା କାଲି ରାତି ୯ ଟାରୁ ଦୁଇ ସପ୍ତାହ ଯାଏଁ ଏହି ସବୁ ଅଞ୍ଚଳରେ ଲକ ଡାଉନ ଲାଗୁ ହେବ। ତେବେ ସକାଳ ୬ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଖାଦ୍ଯପଦାର୍ଥ, ପନିପରିବା ଓ କ୍ଷୀର ଦୋକାନ ଖୋଲା ରହିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ସେହିପରି ନିର୍ଦ୍ଦିଷ୍ଟ ଅଫିସ୍‌ ଓ  ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ…

Read More

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 401 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଯାଜପୁର ଜିଲ୍ଲାରୁ ସର୍ବାଧିକ 98 ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ ଗଂଜାମରୁ 84, ସୁନ୍ଦରଗଡ଼ରୁ 46, ଗଜପତିରୁ 36, ଝାରସୁଗୁଡାରୁ 30 ଜଣ ସୁସ୍ଥ ହୋଇଛନ୍ତି। କେନ୍ଦୁଝର, ମାଲକାନଗିରି, ଜଗତସିଂହପୁରରୁ 17 ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ 12,ଅନୁଗୁଳରୁ 8, ସୋନପୁରରୁ 7, ବରଗଡ଼ରୁ 6, ସମ୍ବଲପୁର ଓ କେନ୍ଦ୍ରାପଡ଼ାରୁ 5 ଜଣ ଲେଖାଏଁ, ଢେଙ୍କାନାଳରୁ 4 ଜଣ, ଭଦ୍ରକ ଓ ବାଲେଶ୍ବରରୁ 3 ଲେଖାଏଁ, କଟକରୁ 2 ଓ ପୁରୀରୁ ଜଣେ ସୁସ୍ଥ ହୋଇଛନ୍ତିା। ରାଜ୍ୟରେ ଏଯାବତ କରୋନ ଆରୋଗ୍ୟଙ୍କ ସଂଖ୍ୟା 10 ହଜାର 877କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କେଉଁ ଜିଲ୍ଲାରୁ କେତେ ସୂସ୍ଥ ହୋଇଛନ୍ତି ତାର ସୂଚନା ଦିଆଯାଇଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର, ବାଣପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଠକେଇ ଓ ବ୍ୟାପକ ଜାଲିଆତି ଅଭିଯୋଗ। ଜଣେ ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କର ସମ୍ପର୍କୀୟ ଏପରି କେଳେଙ୍କାରୀରେ ସମ୍ପୃକ୍ତ ଥିବା ମଧ୍ୟ ଅଭିଯୋଗ ଆସିଛି। ବ୍ଲକର ଭବାନୀପୁର ପଞ୍ଚାୟତ ସାହସପୁର ଗାଁରୁ ଏପରି ଅଭିଯୋଗ ଆସିଛି। ଗାଁର ଜନୈକା ବୃଦ୍ଧାଙ୍କ ଠାରୁ ସମସ୍ତ କାଗଜପତ୍ର ଓ ଟିପ ଚିହ୍ନ ନେଇ ତାଙ୍କୁ ଯୋଜନାରେ ବ୍ୟାଙ୍କରୁ ଯେତିକି ଟଙ୍କା ମିଳିବା କଥା ତାହା ମିଳିନାହିଁ। ଆଗକୁ ବିସ୍ତୃତ ଖବର, ପ୍ରଥମେ ଶୁଣି ନିଅନ୍ତୁ ଅଭିଯୋଗକାରିଣୀ ଅହଲ୍ୟାଙ୍କ ବୟାନ, ଏହି ଭିଡିଓକୁ କ୍ଲିକ୍ କରନ୍ତୁ… https://www.youtube.com/watch?v=wRNtDktBLQM ଅଭିଯୋଗ ଆଣିଥିବା ଏହି ବୃଦ୍ଧା ଜଣକ ହେଲେ ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ସାହାସପୁର ଗାଁର ଅହଲ୍ୟା ଦାସ।। ତାଙ୍କର ଦୁଇ ପୁଅ ଅଛନ୍ତି, ବର୍ତ୍ତମାନ ସେ ନିଜ ବଡପୁଅ ପ୍ରକାଶ ଦାସଙ୍କ ଭଡ଼ାଘରେ ରହୁଛନ୍ତି । ବଡ଼ ପୁଅ ପେସାରେ ଚିଲିକା ବ୍ଲକ ଆଙ୍କୁଲା ପଞ୍ଚାୟତର…

Read More

ରାଞ୍ଚି, ରାଜେଶ କୁମାର ସିଂହ। ଦୃଷ୍ଟିହୀନ ହେଲେ ବି କର୍ତ୍ତବ୍ୟ ଆଗରେ କେବେ ବି ହାର୍ ମାନିନାହାଁନ୍ତି। ଝାଡଖଣ୍ଡ ସରକାର ତାଙ୍କୁ ବୋକାରୋ ଜିଲ୍ଲାର ଡେପୁଟୀ କମିଶନର ଭାବେ ଅବସ୍ଥାପିତ କରିଛନ୍ତି, ଏହି ପଦକୁ ଜିଲ୍ଲାପାଳ ବୋଲି ମଧ୍ୟ କୁହାଯାଉଛି। ରାଜେଶ କୁମାର ସିଂହ ବୁଧବାର ଦିନ ବୋକାରୋର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଛନ୍ତି। ଜିଲ୍ଲାର ଦାୟିତ୍ବ ନେବାରେ ସେ ହେଉଛନ୍ତି ପ୍ରଥମ ଦୃଷ୍ଟିହୀନ ଆଇ.ଏ.ଏସ ଅଫିସର। ବିଦାୟୀ ଜିଲ୍ଲାପାଳ ମୁକେଶ କୁମାରଙ୍କ ଠାରୁ ସେ ଦାୟିତ୍ବ ନେଇଛନ୍ତି। ରାଜ୍ୟ ସରକାର ମଙ୍ଗଳବାର ଦିନ 18 ଜଣ ଆଇ.ଏ.ଏସ ଅଫିସର ଏବଂ କେତେକ ଜିଲ୍ଲାର ଡେପୁଟୀ କମିଶନର ପଦରେ ଅଦଳ ବଦଳ କରିଛନ୍ତି। ଏହି ଅବସରରେ ରାଜେଶ କୁମାର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ମୁଖ୍ୟ ଶାସନ ସଚିବ ସୁଖଦେବ ସିଂହ ଜଣେ ଦୃଷ୍ଟିହୀନ ଜଣେ ଅଧିକାରୀଙ୍କୁ ଏକ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି। ଏଥିପାଇଁ ଉଭୟଙ୍କୁ ଧନ୍ୟବାଦ…

Read More

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ 8 ତାରିଖ ଦିନ ହେବ। ବିବାଦ ସହ ସମ୍ପୃକ୍ତ ବିଭାଗ ସବୁ ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ ତାରିଖ ଦିନ ୧୧ଟା ବେଳେ ହେବ ବୋଲି ଟ୍ରିବୁନାଲ୍ ଦିନ ଧାର୍ଯ୍ୟ କରିଛନ୍ତି। ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଟ୍ରିବୁନାଲରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିଚାର ଆଲୋଚନା ଚାଲିଥିବା ବେଳେ ଛତିଶଗଡ଼ ପକ୍ଷରୁ କେନ୍ଦ୍ରୀୟ ଜଳ କମିସନ୍, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଏବଂ ଭାରତୀୟ ପାଣିପାଗ ବିଭାଗର କିଛି ଦଲିଲ୍ ମଗାଯାଇଥିଲା। ଏଥିପାଇଁ ସବୁ କାଗଜପତ୍ର ଦାଖଲ ପରେ ଶୁଣାଣି କରିବାକୁ ଟ୍ରିବୁନାଲ କହିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟ ମଧ୍ୟରେ ସମସ୍ତ ପକ୍ଷ ଦଲିଲପତ୍ର ଯାଞ୍ଚ ଏବଂ ପରସ୍ପର ମଧ୍ୟରେ ବିନିମୟ କରିପାରିବେ ।

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 60 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 60 ଆକ୍ରାନ୍ତଙ୍କ ମଧ୍ୟରୁ  40 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 20ଟି ଲୋକାଲ୍‌ କେସ୍‌ ରହିଛି ବୋଲି ବିଏମ୍ସି ଟୁଇଟ୍‌ ଯୋଗ ସୂଚନା ଦେଇଛି । ଆଜି ଲୋକାଲ୍‌ 20 କେସ୍‌ ମଧ୍ୟରୁ ଭୀମଟାଙ୍ଗି, ଜାଗମରା, ବମିଖାଲରୁ, ନୟାପଲ୍ଲୀ ଆଇଆରସି ଭିଲେଜ, ସାଲିଆ ସାହି, ସମ୍‌ ହସ୍ପିଟାଲ ନିକଟ ଶ୍ୟାମପୁର, ଘାଟିକିଆ, ବମିଖାଲ, ପଟିଆରୁ ଜଣେ  ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଥିବା ବେଳେ ବିଶେଶ୍ବର ବସ୍ତିରୁ 2 ଜଣ ପୁରୁଷ ରହିଛନ୍ତି । ସେହିପରି ଜୟଦେବ ବିହାରରୁ ମଧ୍ୟ ଦୁଇ ଜଣ ରହିଛନ୍ତି । ସରକାରୀ ହସ୍ପିଟାଲରୁ ତିନିଜଣ କର୍ମଚାରୀ ରହିଛନ୍ତି । ସେଣ୍ଟ୍ରାଲ୍‌ ସରକାରୀ ହସ୍ପିଟାଲରୁ ଜଣେ କର୍ମଚାରୀ ରହିଛନ୍ତି । ଆଜି 18 ଜଣ ସୁସ୍ଥ ହୋଇଥିବାବେଳେ ନୂତନ 60 ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ  ସଂଖ୍ୟା 919ରେ ପହଞ୍ଚିଛି । ସେହିପରି…

Read More

ଭୁବନେଶ୍ବର, ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର 36 ଜଣ ନେତାଙ୍କୁ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତି ଦେଇଛନ୍ତି। ଏମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ଦିଆଯାଇଛି। ଆସନ୍ତୁ ନଜର ପକାଇବା କାହାକୁ ମିଳିଛି କେଉଁ ଦାୟିତ୍ବ। ସୁଶାନ୍ତ ସିଂହ(ସଶକ୍ତ ଓଡ଼ିଶା), ଚନ୍ଦ୍ରସାରଥୀ ବେହେରା(ତଫସିଲଭୁକ୍ତ ଜାତି ସଶକ୍ତିକରଣ), ମନୋହର ରନ୍ଧାରୀ(ସଶକ୍ତ ଓଡ଼ିଶା), ପୂର୍ଣ୍ଣଚନ୍ଦ୍ର ସ୍ବାଇଁ(ସାମାଜିକ କଲ୍ୟାଣ), ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ(ତଫସିଲଭୁକ୍ତ ଜାତି ସଶକ୍ତିକରଣ), ଜଗନ୍ନାଥ ସାରକା(ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର), ମହମ୍ମଦ ଆୟୁବ ଖାଁ(ସଂଖ୍ୟାଲଘୁ ବ୍ୟାପାର), ଦେବେଶ ଆଚାର୍ଯ୍ୟ( ଓଡ଼ିଶା ମୋ ପରିବାର) ଉମାକାନ୍ତ ସାମନ୍ତରାୟ(ସାମାଜିକ କଲ୍ୟାଣ), ବ୍ୟୋମକେଶ ରାୟ(ଛାତ୍ର ବ୍ୟାପାର), ଅନନ୍ତ ନାରାୟଣ ଜେନା(ସଶକ୍ତ ଓଡ଼ିଶା), ରାଜଶ୍ରୀ ମଲ୍ଲିକ( ମହିଳା ସଶକ୍ତିକରଣ), ପ୍ରିୟଦର୍ଶୀ ମିଶ୍ର(କଳା, ସଂସ୍କୃତି, ମାନବ ସମ୍ବଳ ବିକାଶ), ଧୃବ ଚରଣ ସାହୁ( ପରିବେଶ), ପ୍ରଣବ କୁମାର ବଲବନ୍ତରାୟ(ଯୁବ ବ୍ୟାପାର), ରାଜେଶ୍ହରୀ ପାଣିଗ୍ରାହୀ(ଆଞ୍ଚଳିକ ବିକାଶ), ରାଜୀବ ଲୋଚନ ପାତ୍ର(ସାମାଜିକ କଲ୍ୟାଣ), ସୁଧୀର କୁମାର ସାମଲ (…

Read More

ଭୁବନେଶ୍ବର : ବିଜେଡି ସଭାପତି ଆଜି 36 ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି କରିଛନ୍ତି । ସୁଶାନ୍ତ ସିଂହ, ଚନ୍ଦ୍ରସାରଥୀ ବେହେରା, ମନୋହର ରନ୍ଧାରୀ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସ୍ନେହାଙ୍ଗିନୀ ଛୁରିଆ, ଜଗନ୍ନାଥ ସାରକା, ହାଜି ମହମ୍ମଦ ଆୟୁବ ଖାଁ, ଦେବେଶ ଆଚାର୍ଯ୍ୟ, ଉମାକାନ୍ତ ସାମନ୍ତରାୟ, ବ୍ୟୋମକେଶ ରାୟ,  ଅନନ୍ତ ନାରାୟଣ ଜେନା, ରାଜଶ୍ରୀ ମଲ୍ଲିକ, ପ୍ରିୟଦର୍ଶୀ ମିଶ୍ର, ଧ୍ରୁବ ସାହୁ, ପ୍ରଣବ ବଳବନ୍ତରାୟ, ରାସେଶ୍ବରୀ ପାଣିଗ୍ରାହୀ, ରାଜୀବ ପାତ୍ର, ସୁଧୀର ସାମଲ୍‌, ସସ୍ମିତ ପାତ୍ର, ବିକ୍ରମ ପଣ୍ଡା, ଯୋଗେଶ ସିଂହ, ବାସନ୍ତୀ ହେମ୍ବ୍ରମ୍‌, ବିଜୟ ନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଗୀତା ବସ୍ତିଆ, ଶ୍ରୀମୟୀ ମିଶ୍ର, ପ୍ରଫୁଲ୍ଲ ସିଂହ, ଦେବାଶିଷ ମାରାଣ୍ଡି, ମାନସ ମଙ୍ଗରାଜ, ଜନ୍ମେଜୟ ଲେଙ୍କା, ବିଶ୍ବଜିତ୍‌ ମହାନ୍ତି, ସତ୍ୟବ୍ରତ ପାତ୍ର, ଶାରଦା ଜେନା, ଗୀତାଞ୍ଜଳି ସେଠୀ, ପ୍ରମୋଦ ଜେନା, ଶ୍ୟାମପ୍ରସାଦ ବେହେରା ପ୍ରମୁଖଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି । 36 ଜଣଙ୍କୁ ସାଧାରଣ ସମ୍ପାଦକ ସହ ବିଭିନ୍ନ ଦାୟିତ୍ବ…

Read More