ନୂଆଦିଲ୍ଲୀ: ୨୦୨୩ ସୁଦ୍ଧା ନର୍ଥ ଇଷ୍ଟ ରାଜ୍ୟଗୁଡିକର ସବୁ ରାଜଧାନୀକୁ ରେଳପଥରେ ସଂଯୋଗ କରାଯିବ। ଏଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ଯୋଜନା ଆରମ୍ଭ ହୋଇଯାଇଛି। ଆଜି ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବିନୋଦ କୁମାର କହିଛନ୍ତି, ‘ଆମେ ଏକ ପ୍ରକଳ୍ପ ଆରମ୍ଭ କରିଛୁ ଯାହାକି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିର ସମସ୍ତ ରାଜଧାନୀକୁ ସଂଯୋଗ କରିବ। ଆସାମର ରାଜଧାନୀ ତ୍ରିପୁରା ଓ ଅରୁଣାଚଳ ଦେଶକୁ ଯୋଡ଼ା ଯାଇସାରିଛି। ମଣିପୁର, ମିଜୋରାମ ନାଗାଲାଣ୍ଡ ଏବଂ ମେଘାଳୟ ଆଦିକୁ ଯୋଡ଼ିବା ପାଇଁ କାମ ଆରମ୍ଭ ହୋଇଛି। ୨୦୨୨ ସୁଦ୍ଧା ମଣିପୁର, ମେଘାଳୟ ,ସିକିମ ସହ ସଂଯୋଗ ହେବ ହେବ ବୋଲି ଆଶା ରହିଥିବା ବେଳେ ୨୦୨୩ ସୁଦ୍ଧା ମିଜୋରାମ, ନାଗାଲାଣ୍ଡକୁ ସଂଯୋଗ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ସେ ଆହୁରି କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ରେଳ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଅନେକ…
Author: Samikhsya Bureau
ସୁଶାନ୍ତ କୁମାର ମହାରଣା କରୋନା ମହାମାରୀ ଦେଶରେ ଏମିତି ସମୟରେ ପ୍ରକୋପ ଦେଖାଇଛି ଯେ, ଲାଗୁଛି ସବୁ କିଛି ଅଟକି ଯାଇଛି। ମହାମାରୀ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ବଡ ବଡ ଆହ୍ୱାନ ସୃଷ୍ଟି ହେବା ସହ ଆମ ଶିକ୍ଷା ବ୍ୟବସ୍ଥାକୁ ବି ଶକ୍ତ ଝଟ୍କା ଲାଗିଛି । ଠିକ୍ ମାର୍ଚ୍ଚ ମାସରେ ଦେଶରେ ଆରମ୍ଭ ହୋଇଥିଲା କରୋନା ପ୍ରକୋପ, ଯେଉଁ ସମୟରେ କି ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷାବର୍ଷର ଶେଷ ପରୀକ୍ଷା ହୋଇଥାଏ । କରୋନାର କାୟା ବିସ୍ତାର ଭୟରେ ଦେଶରେ ସରକାର ନୂଆ ନୂଆ ନିଷ୍ପତ୍ତି ନେଲେ । ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରୁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରିଥିଲେ କେନ୍ଦ୍ର ସରକାର । ପ୍ରଥମ ପର୍ଯ୍ୟାୟରେ ୨୧ ଦିନିଆ ଥିଲା ଲକ୍ଡାଉନ । କେବେ ନ ଘଟିଥିବା ଘଟଣା ଘଟୁଥିବାର ଦେଖି ଦେଶବାସୀ ଭୟରେ କରୋନା ମହାମାରୀରୁ ବଂଚିବା ପାଇଁ ସରକାରଙ୍କ ଘୋଷଣାକୁ ସ୍ୱାଗତ କରିବା…
କିଏଭ, ୟୁକ୍ରେନରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଏକ ଯାତ୍ରୀବାହୀ ବସକୁ ଅପହରଣ କରିନେଇ ସେଥିରେ ଥିବା ୨୦ ଜଣ ଯାତ୍ରୀଙ୍କୁ ମୁଣ୍ଡଜାମିନ ରଖିଛି । ୟୁକ୍ରେନର ରାଜଧାନୀ କିଏଭଠାରୁ ୪୦୦ କିଲୋମିଟର ଦୂରରେ ଥିବା ସହର ଲସ୍କରେ ଘଟିଛି ଏହି ଘଚଣା । ଆଜି ସକାଳେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଏକ ଥିଏଟର ନିକଟରେ ଥିବା ଏକ ବସରେ ହଠାତ ପଶି ଯାତ୍ରୀମାନଙ୍କୁ ମୁଣ୍ଡଜାମିନ ରଖିଥିଲା । ଖବର ପାଇ ପୁଲିସ ବସକୁ ଘେରିଯିବା ସହ ସଂପୃକ୍ତ ଅଞ୍ଚଳକୁ ସିଲ କରିଦେଇଛି । ଉକ୍ତ ଅଞ୍ଚଳକୁ ସଂଯୋଗ କରିଥିବା ରାସ୍ତାଗୁଡ଼ିକୁ ବନ୍ଦ କରିଦିଆଯାଇଛି । ତେବେ ଏପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିର ଦାବି ସଂପର୍କରେ କିଛି ଜଣାପଡ଼ି ନାହିଁ । ସ୍ଥାନୀୟ ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ ପୁଲିସ ଓ ଉକ୍ତ ବ୍ୟକ୍ତି ମଧ୍ୟରେ ଗୁଳିବିନିମୟ ଶୁଣାଯାଇଛି । ତେବେ କେହି ମୃତାହତ ହୋଇଥିବା ଜଣାପଡ଼ିନାହିଁ । ଉକ୍ତ ବ୍ୟକ୍ତି ନିଜେ ପୁଲିସକୁ କହିଛି…
ଜୟପୁର, ରାଜସ୍ଥାନ ହାଇକୋର୍ଟରୁ କଂଗ୍ରେସ ବିଦ୍ରୋହୀ ନେତା ସଚିନ ପାଇଲଟ ଏବଂ ଅନ୍ୟ 18 ବିଧାୟକଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ଏମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବିଧାନସଭା ବାଚସ୍ପତି ସି.ପି. ଜୋଷୀଙ୍କ ପକ୍ଷରୁ ଜାରି ନୋଟିସ ମାମଲାର ବିଚାର କରି ଏହାର ଶୁଣାଣିକୁ ଆସନ୍ତା 24 ତାରିଖ ଯାଏଁ ଘୁଞ୍ଚାଇ ଦେଇଛନ୍ତି। କୋର୍ଟ କହିଛନ୍ତି, ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ପ୍ରକାଶ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଆସନ୍ତା ଜୁଲାଇ ୨୪ ଶୁଣାଇବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ଏହି ସମୟ ମଧ୍ୟରେ ବିଦ୍ରୋହୀ ବିଧାୟକମାନଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନ ନେବାକୁ କୋର୍ଟ ବାଚସ୍ପତିଙ୍କୁ କହିଛନ୍ତି । ପାଇଲଟ ଗୋଷ୍ଠୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଓ ହରିଶ ସାଲଭେ ଯୁକ୍ତି ଉପସ୍ଥାପନ କରିଥିଲେ । ମୁକୁଲ ରୋହତଗୀ…
କଟକ, କଟକରୁ ଆଜି ଆଉ 32 କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ 5 ଲୋକାଲ କଣ୍ଟାକ୍ଟ କେସ୍ ରହିଥିବା ବେଳେ ଅନ୍ୟମାନେ କ୍ବାରେଣ୍ଟିନରୁ ବୋଲି କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଦେୱାନ ବଜାର, ଜଗତପୁରରୁ, ଟୋଲ୍ ପ୍ଲାଜା ନିକଟ ଗୋପାଳପୁର, ନରାଜ ଓ କାଳୀଗଳିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 398 ଥିବା ବେଳେ 225 ଜଣ ସୁସ୍ଥ ହୋଇଛନ୍ତି। କଟକରେ କରୋନାରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 165 ରହିଛି।
ଭୁବନେଶ୍ବର, ଭୁବନେଶ୍ବରରୁ ଆଜି 21 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧରୁ 16ଟି ମାମଲା ଆସିଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ 5ଟି ରହିଛି। କ୍ବାରେଣ୍ଟିନରୁ ଚିହ୍ଟଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲିରୁ ଜଣେ, ଆମ୍ରି ହସ୍ପିଟାଲ ନିକଟ ଶରଧାପଲ୍ଲି ବସ୍ତିରୁ ଜଣେ, ବଡ଼ଗଡ଼ ବ୍ରିଟ କଲୋନୀରୁ ଜଣେ, ଏକ ଘରୋଇ ହସ୍ପିଟଲରୁ ଜଣେ, ରସୁଲଗଡ଼ ଅଞ୍ଚଳରୁ 2 ଜଣ, କୋଳଥିଆରୁ ଜଣେ ଘରୋଇ ହସ୍ପିଟାଲ କର୍ମଚାରୀ, କଳିଙ୍ଗ ନଗର କେ-8ରୁ ଗୋଟିଏ ପରିବାରର 2 ଜଣ, ଭୁବନେଶ୍ବର କ୍ଲବ୍ ପାଖ ୟୁନିଟ 6ରୁ ଜଣେ, ଆଇଆରସି ଭିଲେଜରୁ ଜଣେ, ଏକ ଘରୋଇ ହସ୍ପିଟାଲରୁ 3 ଜଣ, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ଗୋଟିଏ ପରିବାରର 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟାକ୍ଟ କେସ୍ ଭାବରେ ସତ୍ୟ ନଗର କାଳି ମନ୍ଦିର ନିକଟରୁ…
ସୀତାରାମ ଅଗ୍ରୱାଲ ବାଣପୁର, କରୋନା ପଜିଟିଭ ଚିହ୍ନଟ ପରେ ବାଣପୁର ଏନଏସିର ୯ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଆଦେଶ ଆଜି ୨୧ ତାରିଖ ସନ୍ଧ୍ୟା ୭ଟାରୁ ଆସନ୍ତା ୨୪ ତାରିଖ ସନ୍ଧ୍ୟା ୭ଟା ଯାଏଁ ବଳବତ୍ତର ରହିବ। ଖୋର୍ଦ୍ଧା ଜିଲ୍ଲାପାଳ ଜାରି କରିଥିବା ଆଦେଶନାମା ଅନୁଯାୟୀ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୯ ନମ୍ବର ୱାର୍ଡରେ ଥିବା ସାଜିଦ୍ ଚିକେନ ସେଣ୍ଟରଠାରୁ ସତ୍ୟ ସାଇ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ୫୦ ଟି ପରିବାରର ୨୦୦ ଲୋକ ରହୁଛନ୍ତି। ଏହି ସମୟରେ କଣ୍ଟେନମେଣ୍ଟ ଜୋନର ଭିତରକୁ ବାହାରୁ କେହି ଯାଇ ପାରିବେ ନାହିଁ ଏବଂ ଜୋନ ଭିତରେ ରହିଥିବା ଲୋକଙ୍କୁ ବାହାରକୁ ଯିବା ଲାଗି ଅନୁମତି ଦିଆଯିବ ନାହିଁ। କଣ୍ଟେନମେଣ୍ଟ ଜୋନ୍ ଭିତରେ ଥିବା ସମସ୍ତ ଲୋକଙ୍କୁ ଘର ଭିତରେ ରହିବା ପାଇଁ କୁହାଯାଇଛି। ଏହି ଜୋନରେ…
ରମେଶ ମହାନ୍ତି ଜଗତସିଂହପୁର: ବିଗତ ଦିନରେ କ୍ୟାସ୍ବୁକ୍ ଅଡିଟ୍ ଯୋଗୁଁ ଜଗତସିଂହପୁର ବ୍ଲକରେ ହୋଇଥିବା ୨୦ ଲକ୍ଷ ଟଙ୍କାର ହେରଫେର ଲୋକଲୋଚନକୁ ଆସିପାରିଥିଲା, ତଥାପି ଏପରି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଜଗତସିଂହପୁର ଜିଲ୍ଲାର ବ୍ଲକ ଅଧିକାରୀମାନେ ପୁନଶ୍ଚ ଏହି କାର୍ଯ୍ୟକୁ ବିଳମ୍ବ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାନୁଯାୟୀ ଭାରତ ସରକାରଙ୍କର ଇ ଗ୍ରାମ ସ୍ୱରାଜ ଅନଲାଇନ୍ ପୋର୍ଟାଲ ତଥ୍ୟରୁ ଜାଣିବାକୁ ମିଳିଛି ଯେ ଜଗତସିଂହପୁର ଜିଲ୍ଲାରେ ଥିବା ୧୯୮ଟି ଗ୍ରାମପଞ୍ଚାୟତ ମଧ୍ୟରୁ ପ୍ରାୟ ୧୮୦ଟି ଗ୍ରାମପଞ୍ଚାୟତରେ କେବଳ ୨୦୧୯-୨୦ ଆର୍ଥିକ ବର୍ଷର କ୍ୟାସ୍ ବୁକ୍ ଲେଖା ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଥିବା ୮ଟି ବ୍ଲକରେ ଏପର୍ଯ୍ୟନ୍ତ ଲେଖା ସରିନଥିବା ଜଣାପଡିଛି। କୁଜଙ୍ଗ, ରଘୁନାଥପୁର ଓ ଏରସମା ବ୍ଲକକୁ ଛାଡିଦେଲେ ଅନ୍ୟ ବ୍ଲକରେ ଏହି କ୍ୟାସବୁକ୍ ଲେଖା ଅତି ମନ୍ଥର ଗତିରେ ଚାଲୁଥିବା ଜଣାପଡିଛି। ଏଠି ପ୍ରଶ୍ନ ଉଠୁଛି ଭୟଙ୍କର କରୋନା ଯୁଦ୍ଧରେ ଆଗ ଧାଡିରେ ଥିବା…
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ବେଶ୍ ଜଟିଳ ଥିବାବେଳେ ସେହି ଜିଲ୍ଲାରୁ ଏକ ଆଶ୍ବସ୍ତିକର ଖବର ମିଳିଛି । ଗଞ୍ଜାମ ଜିଲ୍ଲାର 95 ବର୍ଷୀୟ ବୃଦ୍ଧ ଉଦୟନାଥ କରୋନାକୁ ମାତ୍ ଦେଇଛନ୍ତି । କରୋନାରୁ ସୁସ୍ଥ ହୋଇଛନ୍ତି ଉଦୟନାଥ । ଉଦୟନାଥ ସୁସ୍ଥ ହେବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନାକୁ ହରାଇଥିବାରୁ ଉଦୟନାଥଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଦୟନାଥଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 95 ବର୍ଷ ବୟସରେ କରୋନା ମାତ୍ ଦେଇ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବୋଲି ନବୀନ କହିଛନ୍ତି । ସୋରଡା ବ୍ଲକର ଚାକୁଣ୍ଡା ଗ୍ରାମର 95 ବର୍ଷୀୟ ଉଦୟନାଥ ବିଷୋୟୀ କୋଭିଡ୍ ଯୁଦ୍ଧରେ ବିଜୟୀ ହୋଇଛନ୍ତି । ସେ ଜୁଲାଇ 18 ତାରିଖରେ ଟାଟା କୋଭିଡ୍ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି ।ପୂର୍ବରୁ କେନ୍ଦ୍ରାପଡାର ଜଣେ ବୃଦ୍ଧ ଦମ୍ପତି…
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ସଟ୍ଡାଉନ୍ ନିୟମରେ ସଂଶୋଧନ କରାଯାଇଛି । ଏଟିଏମ୍ ଓ ବ୍ୟାଙ୍କ ସକାଳ 8ରୁ ଦିନ 1ଟା ଯାଏଁ ଖୋଲା ରହିବ । ସେହିପରି ଗ୍ରୋସରୀ ଓ କ୍ଷୀର ଦୋକାନ ସକାଳ 6ରୁ ଦିନ 1ଟା ଯାଏଁ ଖୋଲିବ । ପରିବା ଓ ଫଳ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସକାଳୁ 5ରୁ କାଲି ମଧ୍ୟରାତ୍ର ଯାଏଁ ସଟ୍ଡାଉନ୍ ଘୋଷଣା କରାଯାଇଛି ।
ମାଲ୍କାନଗିରି : ଜଙ୍ଗଲ ଜମି ବିବାଦରୁ 2 ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ପରସ୍ପର ହଣାହଣି ହୋଇ 10 ଗୁରୁତର ହୋଇଛନ୍ତି । 10 ଜଣଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଆଜି ସକାଳେ ମାଲ୍କାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ପିଭି – 81ରେ ଜମି ବିବାଦ ଯୋଗୁଁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି । ପୋଲିସ୍ ଦୁଇ ଗୋଷ୍ଠୀର ଲୋକଙ୍କୁ ଅଟକ ରଖିଛି ।
ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଜଟିଳ ଅବସ୍ଥାକୁ ଗତି କରୁଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 18 ହଜାର ପାର୍ କରିଥିବାବେଳେ ମୃତ୍ୟୁ ସଂଖ୍ୟା 100 ଡେଇଁ ସାରିଛି । ସେହିପରି ଅନ୍ୟ 30 ଜଣେ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି । ବିଶେଷ କରି ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି, ଯାଜପୁର ଆଦି ଜିଲ୍ଲାଗୁଡିକରେ କରୋନାସ୍ଥିତି ବେଶ୍ ଚିନ୍ତାଜନକ ରହିଛି । ତେବେ ସବୁଠୁ ଆଶ୍ବସ୍ତିର କଥା ହେଉଛି ରାଜ୍ୟରେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି । ଅପରପକ୍ଷରେ ରାଜ୍ୟରେ ପ୍ଲାଜ୍ମା ଥେରାପି ମଧ୍ୟ ସଫଳ ହୋଇଛି । ଗତକାଲି 6ଜଣଙ୍କୁ ପ୍ଲାଜମା ଦିଆଯାଇଥିବାବେଳେ 4 ଜଣଙ୍କ କ୍ଷେତ୍ରରେ ଏହା ସଫଳ ହୋଇଛି। ସେହିପରି ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ପ୍ଲାଜ୍ମା ଥେରାପି ଆରମ୍ଭ କରାଯାଇଛି । ତେବେ ଆସନ୍ତୁ ଜାଣିବା ରାଜ୍ୟର 30ଟି ଜିଲ୍ଲାରେ କରୋନା ସ୍ଥିତି କିପରି ରହିଛି…
ବ୍ରହ୍ମପୁର : ଏମ୍କେସିଜି ମେଡ଼ିକାଲରେ ପ୍ଲାଜ୍ମା ଥେରାପି ଆରମ୍ଭ ହେଲା । ଏହାକୁ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ପ୍ରଥମ ପର୍ଯ୍ୟାୟରେ କଟକରୁ ଆସିଛି 6ଟି ପ୍ଲାଜ୍ମା । 6ଟି ପ୍ଲାଜମା ଜିଲ୍ଲାର 4ଟି କୋଭିଡ୍ ହସ୍ପିଟାଲରେ ଦିଆଯିବ । ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଠାରେ ସ୍ଥିତି ବେଶ୍ ସଂକଟଜନକ ରହିଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା 5ହଜାର 991ରେ ପହଞ୍ଚିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 59କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 6ଜଣଙ୍କ ଜୀବନ ନେଇଛି କରୋନା । ଆଜି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 100 ଡେଇଁଛି । 6 ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ 5ଜଣ ପୁରୁଷ ରହିଛନ୍ତି । ଆଜି 6ଟି ଜିଲ୍ଲାରୁ 6ଜଣଙ୍କ ଜୀବନ ଯାଇଛି । ଆଜି 6 ମୃତକଙ୍କ ମଧ୍ୟରେ କେନ୍ଦ୍ରାପଡା, ରାୟଗଡା, ଜଗତସିଂହପୁର, ଗଜପତି, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଆଜି ମୃତ୍ୟୁବରଣ କରିଥିବା 6ଜଣଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ 63 ବର୍ଷୀୟ ପୁରୁଷ ରହିଥିବାବେଳେ ସେ ଡାଇବେଟିସ୍ ଓ ହାଇପର୍ଟେନ୍ସରରେ ପୀଡ଼ିତ ଥିଲେ । ସେହିପରି କଟକ ଜିଲ୍ଲାରୁ 26 ବର୍ଷୀୟା ଯୁବତୀଙ୍କର ମୃତ୍ୟୁ ହୋଇଛି । ଗଜପତି ଜିଲ୍ଲାରୁ 68 ବର୍ଷୀୟ ଜଣେ ପୁରୁଷ ଥିବାବେଳେ ସେ ମଧ୍ୟ ଡାଇବେଟିସ୍ ଓ ହାଇପର୍ଟେନସନ୍ରେ ଥିଲେ । ଜଗତସିଂହପୁରରୁ ଜଣେ 58 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାେବଳେ…
ଭୁବନେଶ୍ବର : ଆଜି 23 ଜିଲ୍ଲାରୁ 647 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 225 ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 84, ଖୋର୍ଦ୍ଧାରୁ 68, ରାୟଗଡାରୁ 47, ବାଲେଶ୍ବରରୁ 40, ଅନୁଗୁଳରୁ 37, କୋରାପୁଟରୁ 28, ସୁନ୍ଦରଗଡରୁ 22, କେନ୍ଦ୍ରାପଡାରୁ 13, ଭଦ୍ରକରୁ 12, ସମ୍ବଲପୁର, ମାଲକାନଗିରି ଓ ଢେଙ୍କାନାଳରୁ 10 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କେଉଁଝରରୁ 8, ଜଗତସିଂହପୁରର 7, ବଲାଙ୍ଗିର ଓ କନ୍ଧମାଳରୁ 5ଜଣ ଲେଖାଏଁ ରହିଛନ୍ତି । ସେହିପରି ନୟାଗଡ ଓ ବରଗଡରୁ 4ଜଣ ଲେଖାଏଁ ରହିଥିବାବେଳେ ମୟୂରଭଞ୍ଜରୁ 3, ଯାଜପୁର ଓ ନବରଙ୍ଗପୁରର 2 ଜଣ ଲେଖାଏଁ ରହିଛନ୍ତି । ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 647 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 431ଜଣ ଚିହ୍ନଟ ହୋଇଥିବାବେଳେ 216ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର 757କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 5ହଜାର 715ଜଣ । ସେହିପରି ସୁସ୍ଥ ହୋଇଛନ୍ତି 12 ହଜାର909ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 97ଜଣ । ସେହିପରି 28 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଗଜପତି : ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ପରଲୋକ ହୋଇଯାଇଛି । ସେ ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟର ପରିଚାଳନା ଦାୟିତ୍ବରେ ଥିଲେ । ଆଜି ଭୋରରୁ ବ୍ରହ୍ମପୁର ଏମକେସିଜିରେ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗ ଆଉ ତିନି ପାଇଁ ବନ୍ଦ ରହିବ। ଚିକିତ୍ସାଳୟର କର୍ମଚାରୀ ଓ ରୋଗୀ କରୋନା ସଂକ୍ରମିତ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଓପିଡି ତିନିଦିନ ବନ୍ଦ ନେଇ ରେଢାଖୋଲ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବରୁ ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗ 2 ଦିନ ପାଇଁ ବନ୍ଦ ଥିଲା।
କେଦାର ମିଶ୍ର ଗତ ରବିବାର ଆମେରିକାର ଗଣମାଧ୍ୟମ ଇତିହାସରେ ଏକ ଐତିହାସିକ ଦିନ ଥିଲା। ଯେଉଁମାନେ ଆମେରିକା ଗଣମାଧ୍ୟମକୁ ଜାଣନ୍ତି ସେମାନଙ୍କ ପାଇଁ “ଫକ୍ସ ନ୍ଯୁଜ” ଏକ ରକ୍ଷଣଶୀଳ-ଦକ୍ଷିଣପନ୍ଥୀ ସଂଗଠନ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଉଗ୍ର ଦକ୍ଷିଣପନ୍ଥୀ ରାଜନୀତିର ଦୃଢ ସମର୍ଥକ ଭାବରେ ଫକ୍ସ ନ୍ଯୁଜ କୁ ଗମ୍ଭୀରତାର ସହିତ କେହି ନିଅନ୍ତି ନାହିଁ। ତେବେ ଗତ ରବିବାର ଦିନ ଫକ୍ସ ନ୍ଯୁଜ ର ସାମ୍ବାଦିକ କ୍ରିସ ୱାଲେସ ଯେତେବେଳେ ରାଷ୍ଟ୍ରପତି ଟ୍ରମ୍ଫଙ୍କ ସହିତ ନେଇଥିବା ସାକ୍ଷାତ୍କାର ଗଣମାଧ୍ୟମର ସ୍ଵାଧୀନତା ଆଗରେ ପୃଥିବୀର ସବୁଠୁ କ୍ଷମତାଶାଳୀ ରାଷ୍ଟ୍ରପତି ଯେ କେତେ ଅସହାୟ ସେ କଥା, ସ୍ପଷ୍ଟ ବାରି ହୋଇପଡୁଥିଲା। କ୍ରିସ ୱାଲେସ ରାଷ୍ଟ୍ରପତି ଟ୍ରମ୍ଫଙ୍କୁ କେବଳ ଗୁଡେଇ ତୁଡେଇ ପ୍ରଶ୍ନ ପଚାରି ନଥିଲେ, ରାଷ୍ଟ୍ରପତିଙ୍କ ଉତ୍ତରରେ ରହିଥିବା ଭୁଲ ତଥ୍ୟକୁ ସିଧା ସିଧା ଖଣ୍ଡନ କରିଥିଲେ। କରୋନା ମୁକାବିଲା କ୍ଷେତ୍ରରେ ଟ୍ରମ୍ଫ ପ୍ରଶାସନର ଅସହାୟତାକୁ ଅତି ନିର୍ଦ୍ଦୟ ଭାବରେ ଖୋଲିଦେବାର ସାହସ…
ଭୁବନେଶ୍ବର : ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଛି । ଆଜି ସକାଳ 7ଟା 30 ମିନିଟ୍ରେ ପ୍ରିୟବ୍ରତଙ୍କ ପରଲୋକ ହୋଇଥିବାର ସୂଚନା ରହିଛି । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ 67 ବର୍ଷ ବୟସରେ ପ୍ରିୟବ୍ରତ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । କ୍ୟାନ୍ସରରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ ପ୍ରିୟବ୍ରତ । ପ୍ରିୟବ୍ରତଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଲେ ତାଙ୍କ ସମ୍ପର୍କୀୟ । ତାଙ୍କ ମରଶରୀର ଓଡ଼ିଶା ଆଣିବାକୁ ପ୍ରୟାସ କରାଯାଉଥିବା ସୂଚନା ରହିଛି ।
ଭୋପାଳ : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍ଜୀ ଟଣ୍ଡନଙ୍କ ପରଲୋକ ହୋଇଛି । 85 ବର୍ଷ ବୟସରେ ଲାଲାଜୀ ଟଣ୍ଡନ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଲାଲ୍ଜୀଙ୍କ ପୁଅ ଆଶୁତୋଷ ଟଣ୍ଡନ । ବିଗତ କିଛି ଦିନ ହେବ ଲାଲ୍ଜୀ ଟଣ୍ଡନ ଅସୁସ୍ଥ ଥିଲେ । ଲକ୍ଷ୍ନୌଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ବିଳମ୍ବିତ ରାତ୍ରିରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିଲା । ଗମ୍ଭୀର ଅବସ୍ଥାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଆଜି ସକାଳ 5ଟା35 ମିନିଟ୍ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଜୁନ୍ 11 ତାରିଖରେ ଲାଲ୍ଜୀ ଟଣ୍ଡନ୍ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲାଲ୍ଜୀଙ୍କ ଅସୁସ୍ଥତା ଯୋଗୁଁ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ୍ଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତି ଦାୟିତ୍ବ ଦିଆଯାଇଛି । 1935 ମସିହା ଅପ୍ରେଲ୍ 12 ତାରିଖରେ…

