Author: Samikhsya Bureau

ପୁରୀ, ଆଜି ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ, ସେଥିପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ କରିଛନ୍ତି ବାଲୁକା କଳା। ଧୋନିଙ୍କ ଜନ୍ମଦିନ ପାଇଁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ହେଲେ ସୁଦର୍ଶନଙ୍କ ଏହି ବାଲୁକା କଳା ସେ ମଧ୍ୟରୁ ଭିନ୍ନତା ରଖିଛି। ସୁଦର୍ଶନ ତାଙ୍କ କଳାରେ ଏକ ବାଲୁକା ବ୍ୟାଟ ତିଆରି କରିଛନ୍ତି। ସେହି ବ୍ୟାଟ ଭିତରେ ଧୋନିଙ୍କ ପ୍ରତିକୃତିକୁ ସ୍ଥାନିତ କରିଛନ୍ତି। ବ୍ୟାଟ ଶେଷରେ ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ଲେଖିଛନ୍ତି।

Read More

ଭୁବନେଶ୍ବର : ସ୍ବେଚ୍ଛାସେବୀ ଆଦିତ ଦାସଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ସୋସିଆଲ ମିଡିଆରେ ଜଣାଶୁଣା ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତଦେହ ଲିଙ୍ଗରାଜ ରେଳଲାଇନ କଡରୁ ଉଦ୍ଧାର ହୋଇଛି। ଗତ ମାସ 9 ତାରିଖରେ କଟକର ଖପୁରିଆଠାରେ ଆଦିତ୍ୟ ଦାସ ବିବାହ କରିଥିବାବେଳେ ଆଜି ତାଙ୍କର ମୃତଦେହ ଉଦ୍ଧାର ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାକୁ ନେଇ ଏବେ ସସ୍‌ପେନ୍ସ ଲାଗି ରହିଛି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛ । ତେବେ ଗତକାଲି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। ଆଦିତ୍ୟ ରାଗରେ ଘର ଫ୍ରିଜ୍‌ ଭିତରେ ମୋବାଇଲ୍‌  ଓ ଚାବି ରଖି ସନ୍ଧ୍ୟାବେଳେ ଘରୁ ବାହାରି ଆସିଥିଲେ ବୋଲି ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ। ତେବେ ଆଜି ସକାଳୁ ତାଙ୍କ ମୃତଦେହ ରେଳଧାରଣାରୁ ଉଦ୍ଧାର ହୋଇଥିବାବେଳେ ଏହା ଆତ୍ମହତ୍ୟା…

Read More

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଡାକ୍ତରଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଡାକ୍ତରଜଣକ ହେଉଛନ୍ତି ବୀରମିତ୍ରପୁର ସରକାରୀ ଡାକ୍ତରଖାନାର ଡାକ୍ତର ଦେବାଶିଷ ଘୋଷ। ନାବାଳିକାଙ୍କ ଗର୍ଭପାତ କରାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି  କ୍ରାଇମବ୍ରାଞ୍ଚ।  ଆଜି ସକାଳେ  କ୍ରାଇମବ୍ରାଞ୍ଚ ଟିମ୍‌ ସମ୍ପୃକ୍ତ ଡାକ୍ତରଙ୍କୁ ପଚରାଉଚରା ପାଇଁ ବୀରମିତ୍ରପୁର ଥାନାକୁ ଡାକିଥିଲା। ସେଠାରେ ଦୀର୍ଘ ସମୟ ଜେରା ପରେ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୀରମିତ୍ରପୁରର ବହିଷ୍କୃତ ପୂର୍ବତନ ଥାନା ଅଧିକାରୀ ଆନନ୍ଦ ମାଝି ପୂର୍ବରୁ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ଏବେ ଅଭିଯୁକ୍ତ ଡାକ୍ତର ଗିରଫ ହୋଇଛନ୍ତି।

Read More

କଟକ : କଟକ ଜିଲ୍ଲାର ନୂଆ 29 ଆକ୍ରାନ୍ତଙ୍କ ମଧ୍ୟରୁ ସିଏମ୍‌ସିରୁ 5 ଜଣ ଚିହ୍ନଟ ହୋଇଛନ୍ତି । କଟକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଟାଙ୍ଗୀରୁ ଜଣେ ରହିଥବାବେଳେ କଟକ ସଦରରୁ ଜଣେ, ବାଙ୍କୀରୁ 12 ଜଣ, ବଡ଼ମ୍ବାରୁ 5 ଜଣ, ନରସିଂହପୁର ଦୁଇଜଣ, ନିଆଳିରୁ 2ଜଣ, ସାଲେପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 855ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 544 ଜଣ ସୁସ୍ଥ ହୋଇ ସାରିଥିବା ବେଳେ 303 ଜଣ ଚିକିତ୍ସାଧୀନ ଅଛନ୍ତି। କରୋନା ଯୋଗୁ କଟକ ଜିଲ୍ଲାରେ ସମୁଦାୟ 5 ଜଣଙ୍କ ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ଚାରିଜଣଙ୍କର ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ତିନି ଜଣ ଥିବାବେଳେ କଟକରୁ ଜଣେ ରହିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ମଧ୍ୟରେ ଜଣେ 70 ବର୍ଷୀୟ ଆକ୍ରାନ୍ତ ଥିବାବେଳେ ସେ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ । ଅନ୍ୟ ଜଣଙ୍କ ବୟସ 60 ବର୍ଷ ରହିଥିବାବେଳେ ସେ ମଧ୍ୟ ଡାଇବେଟିସ୍‌ରେ ପୀଡ଼ିତ ଥିଲେ । ଅନ୍ୟ ଜଣେ 53 ବର୍ଷର ବୋଲି ସୂଚନା ରହିଛି ।ସେହିପରି କଟକରୁ ଆଜି କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 48 ବର୍ଷ । ସେ ଲିଭର ଓ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା 42କୁ ବୃଦ୍ଧି ହୋଇଛି ।  ସେହିପରି ଗଞ୍ଜାମରେ ମୃତ୍ୟୁ ସଂଖ୍ୟା 24କୁ…

Read More

ଭୁବନେଶ୍ବର : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ 571 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 21 ଜିଲ୍ଲାରୁ ଆଜି 571 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 273 ଚିହ୍ନଟ ହୋଇଥିବାବେଳେ ଗଜପତିରୁ 56, ସୁନ୍ଦରଗଡରୁ 51, ଖୋର୍ଦ୍ଧାରୁ 37, କଟକରୁ 29, ବାଲେଶ୍ବରରୁ 28,  ଜଗତସିଂହପୁରରୁ 17, ଯାଜପୁରରୁ 16, ମୟୂରଭଞ୍ଜରୁ 14,ରାୟଗଡାରୁ 10,  କେଉଁଝର ଓ ନବରଙ୍ଗପୁରରୁ  7, ସମ୍ବଲପୁରରୁ 6, ବଲାଙ୍ଗିରରୁ 5, ଅନୁଗୁଳ ଓ ପୁରୀରୁ 4, କେନ୍ଦ୍ରାପଡାରୁ 3,  ଝାରସଗୁଡା, ନୟାଗଡ, ଭଦ୍ରକ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 571 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 403 ଜଣ ଚିହ୍ନଟ ହୋଇଥିବାବେଳେ 168ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 10ହଜାର 97 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3ହଜାର 557ଜଣ । ସେହିପରି ସୁସ୍ଥ ହୋଇଛନ୍ତି 6ହଜାର4864 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 38ଜଣ । ସେହିପରି10ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ରାଉରକେଲା : କରୋନା ପାଇଁ ରାଉରକେଲା ମହାନଗର ନିଗମ ଅଫିସ୍‌ରେ କଟକଣା ଲାଗୁ କରାଯାଇଛି । ଆସନ୍ତା 31 ପର୍ଯ୍ୟନ୍ତ ଆରଏମ୍‌ସି ନ ଆସିବା ପାଇଁ କମିଶନର  ପରାମର୍ଶ ଦେଇଛନ୍ତି । ଆପ୍ଲିକେସନ/ ଅଭିଯୋଗ ଇମେଲ୍‌ ଯୋଗେ ପଠାଇବାକୁ ନିର୍ଦ୍ଦେଶ ରହିଛି । ଏପରିକି ଅଭିଯୋଗ ଜଣାଇବାକୁ ଟୋଲ୍‌ ଫ୍ରି ନମ୍ବରକୁ ଫୋନ୍‌ ପାଇଁ ସୂଚନା ଦିଆଯାଇଛି । ପୂର୍ବରୁ 14ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲଗାଯାଇଥିଲା । ଏହି ଜିଲ୍‌ଲା ଗୁଡିକ ମଧ୍ୟରେ ରହିଛି – ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଗଜପତି, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲା । ଏହି ସମସ୍ତ ଜିଲ୍ଲାର ଲୋକେ ରାଉରକେଲା ଆସିଲେ 14 ଦିନ ସରକାରୀ କ୍ୱାରେଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଏହି ସବୁ ଜିଲ୍ଲା ଗୁଡ଼ିକୁ ରାଉରକେଲାରୁ କୌଣସି ବ୍ୟକ୍ତି 5 ଘଣ୍ଟା ପାଇଁ ଗଲେ…

Read More

କେଦାର ମିଶ୍ର ଯେ କୌଣସି ସଫଳତାର ତାଲିକାରେ ପ୍ରଥମ ତିନୋଟି ସ୍ଥାନରେ ରହିବାର ଅଲଗା ଆନନ୍ଦ ରହିଛି। ହେଲେ କରୋନା ସଂକ୍ରମଣ ର ତାଲିକାରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିବା, କେବଳ ଚିନ୍ତାଜନକ ନୁହେଁ, ଏହା ଅନେକାଂଶରେ ବିପଜ୍ଜନକ। ପୃଥିବୀର ସବୁଠୁ କଠୋର ଲକ ଡାଉନ ଓ ସରକାର କୃତ ମାନବୀୟ ସଙ୍କଟ ପରେ ମଧ୍ୟ ଆମେ କରୋନା ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଲେ କେମିତି? ଆଜି ପୃଥିବୀର ଯେଉଁ ତିନୋଟି ଦେଶ ପ୍ରଥମ ତିନୋଟି ସ୍ଥାନରେ ରହିଛନ୍ତି, ସେହି ତିନୋଟି ଦେଶର ନେତୃତ୍ଵ ସବୁବେଳେ କୋଭିଡ-୧୯ ମୁକାବିଲାକୁ ଏକ ଯୁଦ୍ଧ ବୋଲି କହି ଆସିଛନ୍ତି। କରୋନା ମୁକାବିଲାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ, ବ୍ରାଜିଲ ରାଷ୍ଟ୍ରପତି ଜୈର ବଲସାନାରୋ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ୟଶୈଳୀ ପ୍ରାୟ ସମାନ। ଏମାନେ ମହାମାରୀ ମୁକାବିଲାରେ ବିଜ୍ଞାନ ତୁଳନାରେ ରାଜନୀତିକୁ ଅଧିକ ପ୍ରାଧାନ୍ଯ ଦେଇଛନ୍ତି। ଲୋକଙ୍କୁ ସତର୍କ ଓ ସଚେତନ କରିବା…

Read More

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ନିହତ ମାଓବାଦୀ ଜଣକ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ସଦସ୍ୟ ବୋଲି କୁହାଯାଉଛି। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ଏହାସହ ଶିର୍ଲା ଅଞ୍ଚଳରେ ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ସୂଚନାଥାଉ କି, ଦିନକ ପୂର୍ବରୁ ଶିର୍ଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିରେ ଚାରି ଜଣ ମାଓବାଦୀ ପ୍ରାଣ ହରାଇଥିଲେ।

Read More

ନୂଆଦିଲ୍ଲୀ : ଭାରତରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତ ସାରା ବିଶ୍ୱରେ କରୋନା ପ୍ରଭାବିତ ଦେଶ ତାଲିକାରେ ଋଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଂଚିଛି ।  ଆଜି ପୁଣି 22 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ଲକ୍ଷ ପାର ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 20 ହଜାର ଡେଇଁଛି  । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 19 ହଜାର 665ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 20 ହଜାର ଟପିଛି । ଦେଶରେ କରୋନ ମୃତ୍ୟୁସଂଖ୍ୟା 20 ହଜାର 160କୁ ବୃଦ୍ଧି ହୋଇଛି । ଗତ 24 ଘଣ୍ଟାରେ 22ହଜାର 252 ଜଣ ଆକ୍ରାନ୍ତ ହୋଇଥିବାବେଳେ 467ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି…

Read More

ଦେବଗଡ଼ :ଭିଜିଲାନ୍ସ ଜାଲରେ ପଡିଛନ୍ତି ଦେବଗଡ ପୌର ପରିଷଦର ଜଣେ ନିର୍ବାହୀ ଅଧିକାରୀ । ଭିଜିଲାନ୍ସ ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ଦାଶରଥୀ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ଚାଲିଛି।  କୁଞ୍ଜବନଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ 4 ଟି ସ୍ଥାନରେ ଭିଜିଲାନ୍ସଟିମ୍‌ ଚଢ଼ଉ କରୁଛି। ତାଙ୍କ ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ସ୍ଥିତ ଶ୍ୱଶୁର ଘର ଓ ଗଣ୍ଡଗରା ସ୍ଥିତ ପୈତୃକ ଘରେ ବି ଚଢଉ ଚାଲିଛି।

Read More

କଟକ: ଆଜିଠାରୁ କଟକ ଓ ଗଞ୍ଜାମରେ ହେବ ଆଣ୍ଟିଜେନ ଟେଷ୍ଟ। କଟକ ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ। ପରୀକ୍ଷା ପରେ ହିଁ ନୂଆ ରୋଗୀଙ୍କୁ ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଡମିଶନ କରାଯିବ। କଟକ ଓ ଏହି ସହରର ୩ଟି ପ୍ରମୁଖ ହସ୍ପିଟାଲ ଏସ୍‌ସିବି, ଆଚାର୍ଯ୍ୟ ହରିହର କ୍ୟାନସଲ ହସ୍ପିଟାଲ ଓ ଶିଶୁ ଭବନରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ରବିବାର ଏହି ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟରେ 5 ହଜାର ଆଣ୍ଟିଜେନ କିଟ୍ ମଧ୍ୟ ପହଞ୍ଚି ଯାଇଛି। ଆଣ୍ଟିଜେନ କିଟ୍ ଜରିଆରେ କରୋନା ସଂକ୍ରମଣ ହୋଇଛି କି ନାହିଁ, ତାହା ଶୀଘ୍ର ଜଣାପଡ଼ିବ । ଅଳ୍ପ ଦିନ ଭିତରେ ଆଉ ୨୦ ହଜାର ଆଣ୍ଟିଜେନ କିଟ୍…

Read More

ନୂଆଦିଲ୍ଲୀ, ଭାରତୀୟ ରେଳବାଇ ଇନ୍ଧନ ବ୍ୟବହାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ଏକ ନୂଆ ଯୁଗରେ ପଦାର୍ପଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଥିପାଇଁ ରେଳବାଇ ମନ୍ତ୍ରଣାଳୟ ମିଶନ ମୋଡରେ କାମ କରୁଛି। ସବୁ ରେଳ ଷ୍ଟେସନକୁ ସୌରଶକ୍ତିରେ ଆତ୍ମନିର୍ଭରଶୀଳ କରିବା ଏବଂ ଏଥିପାଇଁ ଖାଲି ପଡିଥିବା ନିଜସ୍ୱ ଜମିରେ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ କାଯ୍ୟକାରୀ ହେଉଛି। ରେଳବାଇ ଏହାର ଟ୍ରାକ୍‌ସନ ପାୱାର ବାବଦ ଆବଶ୍ୟକତା ପୂରଣ କରିବା ସହିତ ସଂପୂର୍ଣ୍ଣଭାବେ ପ୍ରଦୂଷଣମୁକ୍ତ ପରିବହନ ବ୍ୟବସ୍ଥାରେ ପରିଣତ ହେବାକୁ ଅଙ୍ଗୀକାରବଦ୍ଧ। ରେଳ ମନ୍ତ୍ରଣାଳୟ ନିଜର ଖାଲି ସ୍ଥାନଗୁଡିକରେ ସୌରଶକ୍ତି କେନ୍ଦ୍ରମାନ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ବୃହତ୍ ପ୍ରକଳ୍ପମାନ ସ୍ଥାପନ କରାଯିବ । ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ରେଳବାଇକୁ ସଂପୂର୍ଣ୍ଣ ପ୍ରଦୂଷଣମୁକ୍ତ ଏବଂ ଅଙ୍ଗାରକ ନିରୋଧ ବ୍ୟବସ୍ଥାରେ ପରିଣତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ ତାହାକୁ ଏହି ସୌରଶକ୍ତି ଅଭିଯାନ ସାକାର…

Read More

ନୂଆଦିଲ୍ଲୀ, କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦେଶରେ ଥିବା ରାଜପଥଗୁଡିକର ପ୍ରଦର୍ଶନ ଆକଳନ କରି ସେଗୁଡିକର ବର୍ଗ ନିର୍ଣ୍ଣୟ କରିବ। ଯେଉଁ ରାଜପଥ ଯେତେ ଉନ୍ନତ ମାନର ସେବା ଓ ସୁବିଧା ପ୍ରଦାନ କରୁଥିବ ତଦନୁସାରେ ତାହାର ବର୍ଗ ବା ରାଙ୍କ ନିର୍ଦ୍ଧାରିତ ହେବ। ଏହାଦ୍ୱାରା ସଡ଼କଗୁଡିକର ମାନ ବଢିବା ଘେନି ପ୍ରାଧିକରଣ ଆଶା ରଖିଛି। ଆହୁରି ମଧ୍ୟ ସଡ଼କର ଉତ୍ତମ ମାନ ରକ୍ଷା ପାଇଁ ଆବଶ୍ୟକସ୍ଥଳେ ସଂଶୋଧନ ବ୍ୟବସ୍ଥା ଓ ଉନ୍ନୟନ କାର‌୍ୟ୍ୟ କରିବାର ସୁଯୋଗ ସୃଷ୍ଟି ହେବ। ବ୍ୟବହାରକାରୀଙ୍କୁ ସର୍ବଶ୍ରେଷ୍ଠ ସଡକ ବ୍ୟବସ୍ଥା ଯୋଗାଇବା ଏହି କାର‌୍ୟ୍ୟକ୍ରମର ଲକ୍ଷ୍ୟ। ବିଭିନ୍ନ ଆନ୍ତର୍ଜାତିକ ବ୍ୟବସ୍ଥା ଓ ମାନକ ଆଦିକୁ ବିଚାରକୁ ନେଇ ତଦନୁସାରେ ଦେଶର ଜାତୀୟ ରାଜପଥଗୁଡିକର ବର୍ଗ ଓ ମାନ ଆଦିର ରାଙ୍କ ନିର୍ଦ୍ଧାରଣ କରାଯିବ। ଏଥିପାଇଁ ୩ଟି ପ୍ରମୁଖ ବିଭାଗ କରାଯାଇଛି। ସେଥିରେ ରାଜପଥର…

Read More

ନୂଆଦିଲ୍ଲୀ, ବର୍ତ୍ତମାନ ଭାରତର କୋଭିଡ ପରୀକ୍ଷଣ ସଂଖ୍ୟା ୧୦ ମିଲିୟନ ବା ୧ କୋଟି ଅତିକ୍ରମ କରିଛି। ବ୍ୟାପକ ପରୀକ୍ଷଣ ତଥା କେନ୍ଦ୍ର ଓ ରାଜ୍ୟ ସରକାର ତଥା କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ ସହିତ “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତିର ସଫଳତାକୁ ଏହା ଦର୍ଶାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୩,୪୬,୪୫୯ ନମୁନା ପରୀକ୍ଷା କରାଯାଇଛି। ପରୀକ୍ଷିତ ନମୁନାଗୁଡ଼ିକର ସମୁଦାୟ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧,୦୧,୩୫,୫୨୫। ସମଗ୍ର ଦେଶରେ ନମୁନା ପରୀକ୍ଷାଗାର କ୍ରମାଗତ ଭାବରେ ବୃଦ୍ଧି ପାଇବା ଦ୍ଵାରା ଏହି ସଫଳତା ସମ୍ଭବ ହୋଇଛି। ଆଜି ପଯ୍ୟନ୍ତ, ୧୧୦୫ରୁ ଅଧିକ ପରୀକ୍ଷାଗାର ଲୋକଙ୍କୁ କରୋନା ପରୀକ୍ଷା କରିବାରେ ସକ୍ଷମ ହୋଇଛି। ସରକାରୀ ଭାବେ ୭୮୮ଟି ପରୀକ୍ଷାଗାର ଥିବା ବେଳେ ବେସରକାରୀ ଭାବେ ୩୧୭ଟି ରହିଛି। ଭାରତ ସରକାରଙ୍କ ଦ୍ଵାରା କୋଭିଡ-୧୯ର ଧାରଣ ଏବଂ ପରିଚାଳନା ତଥା କ୍ରମାଗତ ପ୍ରୟାସ ଯୋଗୁଁ କରୋନା ରୋଗୀଙ୍କ ମଧ୍ୟରେ ଆରୋଗ୍ୟ ଲାଭ…

Read More

କନ୍ଦର୍ପ ବେହେରା ରେଢାଖୋଲ: ପହିଲି ଆଷାଢରେ ବର୍ଷା ହେଉଥିଲା ଜୋରଜାର। ପ୍ରଥମ ବର୍ଷାରେ ମାଛ ମାରିବାର ଯେଉଁ ଆନନ୍ଦଥାଏ ତାକୁ ଉପଭୋଗ କରିବା ପାଇଁ କଦଳିଗଡ ପଂଚାୟତର ସମାସିଙ୍ଗା ଗ୍ରାମର ଭୀମସେନ ପ୍ରଧାନ(୬୦) ହାତରେ ଜାଲ ଧରି ବାହାରି ପଡିଲେ ମାଛ ମାରିବା ପାଇଁ କେରାଣ୍ଡି ଜୋରକୁ। ଆନନ୍ଦ ମନରେ ମାଛ ମାରୁଥିବା ସମୟରେ ନିଜର ଅଜାଣତରେ କେରାଣ୍ଡି ଜୋରର ପ୍ରଖର ସ୍ରୋତରେ ଭାସିଗଲେ ଯେ, ଆଜିଯାଏ ତାଙ୍କର ମୃତ ଦେହ ମିଳିପାରିଲା ନାହିଁ। ଏ ଘଟଣା ଟି ଘଟିଛି ଗତ ଜୁନ୍ ମାସ ୨୧ ତାରିଖରେ। ଘଟଣାର ପାଂଚ ଦିନ ପରେ ଧରିଥିବା ମାଛ ଜାଲ କୁ କେବଳ ଜୋରର କୈାଣସି ଏକ ଗଛର ଚେରରେ ଲାଗିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏହାକୁ ଆଧାର କରି ଗ୍ରାମବାସୀ ସେ ମରିଯାଇଥିବା ସନ୍ଦେହରେ ତାଙ୍କ ପରିବାରକୁ ଶୁଦ୍ଧିକ୍ରିୟା କରିବାକୁ ପଡିଛି। ସ୍ୱାମୀର ମୃତ ଦେହ ମିଳି ନ ଥିଲେ ମଧ୍ୟ ସ୍ତ୍ରୀର…

Read More

ଭୁବନେଶ୍ବର, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଆଜି ପରଲୋକ ହୋଇଯାଇଛି। ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ 66 ବର୍ଷ ବୟସରେ ତାଙ୍କର ପରୋକ ହୋଇଛି। 6 ଥର ବିଧାୟକ, ଥରେ ସାଂସଦ ହୋଇଥିବା ବିଷ୍ଣୁ ଦାସ ଥରେ ମନ୍ତ୍ରୀ ହୋଇଥିଲେ। ସେ ଜଗତସିଂହପୁରରୁ 5ଥର, ତିର୍ତ୍ତୋଳରୁ ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ନିର୍ବାଚିତ ହୋଇଥିଲେ। ସ୍ବଳ୍ପକାଳ ପାଇଁ ସେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ବିଷ୍ଣୁଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

Read More

ଚଣ୍ଡିଗଡ଼, ପୁଣି ଚର୍ଚ୍ଚାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂ। ଶିଖ ଧର୍ମଗ୍ରନ୍ଥ ଚୋରି ନେଇ ଏକ ପାଞ୍ଚ ବର୍ଷ ତଳର ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ଏସଆଇଟି ଗୁରୁମିତଙ୍କୁ ଅଭିଯୁକ୍ତ କରିଛି। ଜଣେ ସାମ୍ବାଦିକଙ୍କୁ ହତ୍ୟା ଓ ଧର୍ଷଣ ମାମଲାରେ ଗୁରୁମିତ 20 ବର୍ଷ ପାଇଁ ଜେଲଦଣ୍ଡ ଭୋଗୁଛନ୍ତି। . 2015 ଜୁନ୍ ରେ ପଂଜାବର ବୁର୍ଜ ଜବାହାର ସିଂହ ୱାଲା ଗାଁରୁ ଗୁରୁ ଗ୍ରନ୍ଥ ସାହିବ ଚୋରି କରିବା ଅଭିଯୋଗରେ ଏସଆଇଟି ଡେରା ସଚ୍ଚା ସୌଦାର 7 ଜଣ ସମର୍ଥକଙ୍କୁ ଗିରଫ କରିବା ପରେ ଏକ ମାମଲା ରୁଜୁ କରିଛି। ଏହି ମାମଲାରେ ଗୁରୁମିତ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଗିରଫଙ୍କ ମଧ୍ୟରୁ 5 ଜଣଙ୍କୁ ଜେଲ ପଠାଇ ଦିଆଯାଇଛି। ଏହି ଚୋରି ଘଟଣା ନେଇ 2015ରେ ପଂଜାବର ବିଭିନ୍ନ ସ୍ଥାନରେ ପ୍ରବଳ ହିଂସା ଓ ପୋଡାଜଳା ଘଟିଥିଲା। ପୋଲିସ ଗୁଳିରେ 2 ଜଣଙ୍କ ମୃତ୍ୟୁ…

Read More

ଭୁବନେଶ୍ବର, ଆଜି ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୁଦ୍ଧ ଜିତିବାକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମନ୍ତ୍ର ଦେଇଛନ୍ତି। କୋଭିଡ ଗାଇଡଲାଇନ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସେ ପରାମର୍ଶ ଦେଇ କହିଛନ୍ତି, କରୋନାର ମୁକାବିଲା କରିବା ପାଇଁ ଗହଳି କରନ୍ତୁନି, ଗହଳିକୁ ଯାଆନ୍ତୁନି, ବାହାରକୁ ଗଲା ବେଳେ ସର୍ବଦା ମାସ୍କ ପିନ୍ଧନ୍ତୁ। ଆପଣ ସଂକ୍ରମିତ ହେଲେ ଆପଣଙ୍କ ପରିବାର ସଂକ୍ରମିତ ହେବେ। ସେଥିପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ସାରା ବିଶ୍ବପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ନବୀନ କହିଛନ୍ତି। ପୁରୀବାସୀଙ୍କ ସଂଯମ, ତ୍ୟାଗର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି।

Read More