ଭୁବନେଶ୍ବର : ଆଜି ରାଜ୍ୟରେ 149 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 49 ଜଣ ରହିଥବାବେଳେ ଖୋର୍ଦ୍ଧାରୁ 24ଜଣ, ମୟୂରଭଞ୍ଜରୁ 14 ଜଣ, କଟକରୁ 13 ଜଣ, କଳାହାଣ୍ଡି ଓ କେନ୍ଦ୍ରାପଡାରୁ 6ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡାରୁ 5ଜଣ ରହିଥିବାବେଳେ ଅନୁଗୁଳ, ଝାରସୁଗୁଡା ଓ ସୁନ୍ଦରଗଡରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବଲାଙ୍ଗିର, ଭଦ୍ରକ, ଯାଜପୁର ଓ ପୁରୀରୁ ତିନି ଜଣ ଲେଖାଏଁ ରହିଛନ୍ତି । ବାଲେଶ୍ବର, ଜଗତସିଂହପୁର ଓ ନୟାଗଡରୁ 2 ଜଣ ଲେଖାଏଁ ରହିଛନ୍ତି । ସେହିପରି ବରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ରହିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 5 ହଜାର 502ରେ ପହଞ୍ଚିଛି ।
Author: Samikhsya Bureau
ନୂଆଦିଲ୍ଲୀ : ଆଜି କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍ 15ଟି ରାଜ୍ୟ ତାଲିକା ପ୍ରକାଶିତ ହୋଇଛି । ଏହି ତାଲିକାରେ ଓଡ଼ିଶା 11ତମ ସ୍ଥାନରେ ରହିଛି । କରୋନା ସଂକ୍ରମଣରୁ ଆରୋଗ୍ୟ କ୍ଷେତ୍ରରେ ଓଡ଼ିଶା 11ତମ ସ୍ଥାନରେ ରହିଛି । ତେବେ ଏହି ତାଲିକାରେ ପ୍ରଥମରେ ରହିଛି ଚଣ୍ଡୀଗଡ, ଦ୍ବିତୀୟରେ ମେଘାଳୟ, ତୃତୀୟରେ ରାଜସ୍ଥାନ ରହିଛି । ଦେଶରେ କରୋନା ମାମଲା ବୃଦ୍ଧି ଚାଲିଥିବାବେଳେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ହୋଇଛି । ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ ଭଳି ରାଜ୍ୟରୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସୁଥିବାବେଳେ ତେବେ ଦେଶରେ ଏବେ ଏମିତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛି ଯେଉଁଠାରେ କରୋନା ଯୋଗୁଁ ଗୋଟିଏ ବି ମୃତ୍ୟୁ ହୋଇନାହିଁ । ସେହି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅନ୍ୟ ରାଜ୍ୟ ତୁଳନାରୁ କମ୍ ସଂଖ୍ୟକ କରୋନା ମାମଲା ରହିଛି । ସେହି…
ଭୁବନେଶ୍ବର : ସପ୍ତାହାନ୍ତ ସଟ୍ଡାଉନ୍ ହେବାକୁ ଥିବା ଜିଲ୍ଲାରେ ଏବେ ବରଗଡ ଓ ବଲାଙ୍ଗିର ସାମିଲ୍ ହୋଇଛି । ଆସନ୍ତା ଶନିବାର ଓ ରବିବାର ବରଗଡ ଜିଲ୍ଲା ସଟ୍ଡାଉନ୍ । କରୋନା ପାଇଁ ସପ୍ତାହାନ୍ତ ସଟ୍ଡାଉନ୍ କରିବାକୁ ପ୍ରଶାସନ ଘୋଷଣା କରିଛି । ସେହିପରି ବଲାଙ୍ଗିରରେ ମଧ୍ୟ ସପ୍ତାହାନ୍ତ ସଟ୍ଡାଉନ୍ ହେବ । କରୋନା ସଂକ୍ରମଣ ରୋକିବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କ ନୂଆ ନିଷ୍ପତ୍ତି । ପ୍ରତି ଶନିବାର ଓ ରବିବାର ବଲାଙ୍ଗିର ଜିଲ୍ଲା ସଟ୍ଡାଉନ୍ ରହିବ । ଜୁଲାଇ ଶେଷ ପର୍ଯ୍ୟନ୍ତ ଜିଲ୍ଲାରେ ହୋଟେଲ୍, ଫାଷ୍ଟଫୁଡ୍ ଦୋକାନ, ଚା’ପାନ ଦୋକାନ, ରାସ୍ତାକଡ ଜଳଖିଆ ଓ ଲସି ଦୋକାନ ବନ୍ଦ ରହିବ । ଏହି କଟକଣା ଆସନ୍ତାକାଲିଠାରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଲାଗୁ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଅନଲକ୍2.0ରେ 10ଟି ଜିଲ୍ଲାକୁ ଜୋନ୍ 1ରେ ରଖାଯାଇ ସେଠାରେ ସପ୍ତାହନ୍ତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ବ୍ଲକରେ ଦିନ ଦ୍ବିପ୍ରହରରେ ଗୁଳିମାଡ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଆଜି ଦିନ ଦ୍ବିପ୍ରହରରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ହୋଇଛି। ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କାହ୍ନୁ ପରିଡା। ବୟସ ତାଙ୍କର 37 ବର୍ଷ ବୋଲି ଜଣାପଡିଛି। ଗୁଳିଟି ତାଙ୍କର ନାକରେ ବାଜି ଭିତରେ ରହିଥିବାର ସୂଚନା ରହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। କିନ୍ତୁ ଅବସ୍ଥା ବେଶ୍ ଗୁରୁତର ରହିଥିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ପାଇ ବାଣପୁର ପୋଲିସ୍ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଏହି ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି। ତେବେ ଘରୋଇ ଝଗଡା କାରଣରୁ ଏହି ଗୁଳିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି।
କେଉଁଝର : ମୋବାଇଲ୍ ପାଇଁ ନାବାଳକ ଜଣକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ଘଟଗାଁ ଥାନା ପଲାଣ ଘାଟି ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ରହିଛି । ଭଉଣୀ ମୋବାଇଲ୍ ନ ଦେବାରୁ 14 ବର୍ଷର ସାନଭାଇ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ଘର ଫ୍ୟାନ୍ରେ ବେକରେ ଶାଢି ଗୁଡାଇ ଝୁଲି ପଡିଥିବା ସୂଚନା ମିଳିଛି । ଗତକାଲି ଭଉଣୀକୁ ସେ ମୋବାଇଲ୍ ମାଗିଥିଲେ । ଭଉଣୀ ତାକୁ ଦେଇନଥିବାରୁ ସେ ଏପରି ଏକ କାଣ୍ଡ ଘଟାଇଥିବାର ସୂଚନା ରହିଛି ।
କନ୍ଦର୍ପ ବେହେରା ରେଢାଖୋଲ : ଗତ କିଛି ଦିନ ତଳେ ଚାରମାଳ ଅଂଚଳରୁ ଏକ ବାଲ୍ୟ ବିବାହକୁ ପ୍ରଶାସନ ଓ ଚାଇଲଡ୍ ଲାଇନ୍ ବନ୍ଦ୍ କରିଥିବା ବେଳେ ପୁଣି ନାକଟିଦେଉଳ ଥାନା କେଲୋବେନି ଗ୍ରାମରେ ଆଉ ଏକ ବାଲ୍ୟ ବିବାହ ଚାଲିଥିବା ବେଳେ ଚାଇଲଡ୍ ଲାଇନ୍ ଓ ପ୍ରଶାସନ ତାକୁ ପ୍ରତିରୋଧ କରିଥିବା ଘଟଣା ହସ୍ତଗତ ହୋଇଛି । ପ୍ରକାଶ ଯେ , ଗତ କାଲି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା କେଲୋବେନି ଗ୍ରାମରେ ଏକ ବାଲ୍ୟ ବିବାହ ହେବାକୁ ପ୍ରସ୍ତୁତି ଚାଲିଥିଲା ହେଲେ ଝିଅର ବାପା,ମାଆ ଚାଇଲଡ୍ ଲାଇନ୍ ଓ ପ୍ରଶାସନ ଆସୁଥିବା ଜାଣି ନିଜର ବଡ ଝିଅକୁ ବେଦିରେ ବସାଇ ବାହାଘର କରିବାକୁ ସଜବାଜ ହେଉଥିଲେ ଓ ନାବାଳିକାକୁ ଲୁଚାଇ ରଖିଥିଲେ । ହେଲେ ଝିଅର ଘର ଚାଲାକିକୁ ଚାଇଲଡ୍ ଲାଇନ୍ ଓ ପ୍ରଶାସନ ଚେଲେଞ୍ଜ ଦେଇ ଝିଅର ବାହାଘର ହେବା ପର୍ଯ୍ୟନ୍ତ ବସି ରହିଥିଲେ । ହେଲେ…
ଭୋପାଳ: ଆଜି ମଧ୍ୟପ୍ରଦେଶ କ୍ୟାବିନେଟ୍ର ସମ୍ପ୍ରସାରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏହି ଅବସରରେ 28 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହି 28 ଜଣଙ୍କ ମନ୍ତ୍ରୀରେ 20ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବାବେଳେ 8 ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । ତେବେ ଆଜି ଶିବରାଜଙ୍କ କ୍ୟାବିନେଟ୍ରେ ଶପଥ ଗ୍ରହଣ କରିଥିବା 28 ଜଣ ମନ୍ତ୍ରୀଙ୍କ ମଧ୍ୟରେ 9 ଜଣ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ରହିଛନ୍ତି । ସିନ୍ଧିଆଙ୍କ ମୋଟ୍ 11 ଜଣ ସମର୍ଥକ ଏବେ ଶିବରାଜଙ୍କ କ୍ୟାବିନେଟରେ ମନ୍ତ୍ରୀ ହୋଇଛନ୍ତି ।ଆଜି ଶପଥ ନେଇଥିବା ସିନ୍ଧିଆଙ୍କ ସମର୍ଥକଙ୍କ ମଧ୍ୟରେ ରହିଛନ୍ତି ଗୋପାଳ ଭାର୍ଗବ, ବିଜୟ ଶାହା, ଯଶୋଧାରା ରାଜେ ସିନ୍ଧିଆ ସମେତ ଅନେକ ବଡ ବଡ ନେତା ସାମିଲ୍ ରହିଛନ୍ତି । ତେବେ ଏହି ଶପଥ ଗ୍ରହଣ ସମାରୋହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ରହିଥିଲେ । କ୍ୟାବିନେଟ୍ ସମ୍ପ୍ରସାରଣ…
ଖୋର୍ଦ୍ଧା : ଖୋର୍ଦ୍ଧା ପୌର ପରିଷଦ ଅଫିସ୍ରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି । କର୍ମଚାରୀଙ୍କ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବାରୁ ଆସନ୍ତା 5 ଯାଏଁ ପୌର କାର୍ଯ୍ୟାଳୟ ବନ୍ଦ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । କଣ୍ଟାକ୍ଟ ଟ୍ରେସିଂରେ 33 କର୍ମଚାରୀଙ୍କ ସ୍ବାବ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଚିହ୍ନଟ ବ୍ୟକ୍ତି ରହୁଥିବା ସାହି 5 ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ । 15 ନମ୍ବର ଓ୍ବାର୍ଡର ତେଲେଙ୍ଗାସାହି ମଧ୍ୟ 5 ତାରିଖ ସକାଳ ପର୍ଯ୍ୟନ୍ତ କଣ୍ଟେନେମଣ୍ଟ ଜୋନ୍ରେ ରହିବ । ଏବେ କଣ୍ଟାକ୍ଟ ସର୍ଭେଲାନ୍ସ ହେବ ଓ ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟିନ୍ରେ ରଖାଯିବ । କଣ୍ଟାକ୍ଟ ଟ୍ରେସିଂରେ…
ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ଗଡ଼ିବ ୧୫୧ଟି ଘରୋଇ ଟ୍ରେନ୍ । ତେଜସ ଏକ୍ସପ୍ରେସ ଭଳି ଏସବୁ ଟ୍ରେନ ଚଳ।ଇବ।କୁ ଭ।ରତୀୟ ରେଳବ।ଇ ଯୋଜନ। ଆରମ୍ଭ କରିଛି । ୧୦୯ଟି ରୁଟରେ ଏହିସବୁ ଟ୍ରେନ ଚଳ।ଇବ।କୁ ରେଳବ।ଇ ପକ୍ଷରୁ ଟେଣ୍ଡର ମଗ।ଯ।ଇଛି । ଏଥିପ।ଇଁ ଘରୋଇ ଉଦ୍ୟୋଗ ପକ୍ଷରୁ ପ।ଖ।ପ।ଖି ୩୦ ହଜ।ର କୋଟି ଟଙ୍କ।ର ପୁଞ୍ଜି ବିନିଯୋଗ କର।ଯିବ । ଭ।ରତୀୟ ରେଳରେ ଘରୋଇ ପୁଞ୍ଜିନିବେଶ କ୍ଷେତ୍ରରେ ଏହ। ହେବ ପ୍ରଥମ ପଦକ୍ଷେପ । ଗତବର୍ଷ IRTC ପକ୍ଷରୁ ଲକ୍ଷ୍ନୌ-ଦିଲ୍ଲୀ ମଧ୍ୟରେ ତେଜସ ଏକ୍ସପ୍ରେସ ଚଳ।ଚଳ କରିଥିଲ। । ବର୍ତ୍ତମ।ନ IRTC ପକ୍ଷରୁ ତିନିଟି ରୁଟରେ କ।ଶୀ-ମହ।କ।ଳ ଏକ୍ପପ୍ରେସ, ଲକ୍ଷ୍ନୌ-ଦିଲ୍ଲୀ ତେଜସ ଏକ୍ସପ୍ରେସ, ଅହମ୍ମଦ।ବ।ଦ-ମୁମ୍ବ।ଇ ତେଜସ ଏକ୍ସପ୍ରେସ ଟ୍ରେନ ଚଳ।ଚଳ କରୁଛି । ଅତ୍ୟ।ଧୁନିକ ଜ୍ଞ।ନକୌଶଳର ପ୍ରୟୋଗ, ସମୟ।ନୁବର୍ତ୍ତିତ।,ଯୁବବର୍ଗଙ୍କ ପ।ଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏହ।ର ମୂଳ ଲକ୍ଷ୍ୟ ବୋଲି ରେଳବ।ଇ ପକ୍ଷରୁ କୁହ।ଯ।ଇଛି । (ଏଜେନ୍ସି)
ଭୁବନେଶ୍ବର : ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲ ସିଲ୍ କଲା ବିଏମ୍ସି । ବରମୁଣ୍ଡା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ସିଲ୍ କରିଛି ବିଏମ୍ସି । କରୋନା କଟକଣା ଠିକ୍ ଭାବେ ପାଳନ ନ ହେବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମ୍ସି । ଅନଲକ୍ 2,.0ରେ ରାଜ୍ୟସରକାର ଘରୋଇ ହସ୍ପିଟାଲ ପାଇଁ ନୂତନ ଏସ୍ଓପି ଜାରି କରିଛନ୍ତି । ନିକଟରେ ଘରୋଇ ହସ୍ପିଟାଲଗୁଡିକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏନେଇ କଡା କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରାଯାଉଛି। ନିକଟରେ ମଞ୍ଚେଶ୍ବର ବ୍ଲୁ ହ୍ବିଲ୍ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍ସି ପକ୍ଷରୁ ସିଲ୍ କରାଯାଇଥିଲା । ଗତକାଲି ମଧ୍ୟ ସାମାଜିକ ଦୂରତ୍ବ ତଥା କରୋନା କଟକଣା ଠିକ୍ ରୂପେ ପାଳନ ନ ହେଇଥିବା ନେଇ ଜିମ୍ ସମେତ ତିନୋଟି ବଡ ବଡ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିଏମ୍ସି । ସୂଚନାଯୋଗ୍ୟ, ଭୁବନେଶ୍ବର ସହରରେ…
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ପୁଣି 13 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି 13 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ୍ କ୍ବାରେଣ୍ଟଇନ୍ରୁ 8 ଜଣ ଥିବାବେଳେ ଲୋକାଲ୍ କେସ୍ 5ଟି ରହିଛି ବୋଲି ବିଏମସି ଟୁଇଟ୍ ଯୋଗେ ସୂଚନା ଦେଇଛି । ହୋମ୍କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଟଙ୍କପାଣି ରୋଡ୍, ରାଜାରାଣୀ ମନ୍ଦିର ପୂର୍ବ ସଂକ୍ରମିତଙ୍କଠାରୁ ତିନି ଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଏହି ତିନିଜଣଙ୍କ ମଧ୍ୟରେ 24 ବର୍ଷୀୟ ଯୁବକ ଥିବାବେଳେ ଜଣେ 28 ବର୍ଷୀୟା ଯୁବତୀ ରହିଛନ୍ତି, ସେହିପରି 32 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ଟଙ୍କପାଣି ରୋଡ୍ରୁ ଅନ୍ୟ ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 44 ବର୍ଷୀୟ ପୁରୁଷ ଥିବାବେଳେ 30 ବର୍ଷୀୟ ମହିଳା ଥିଲେ । ନୂଆଗାଁଠାରୁ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁହେଁ ପୁରୁଷ ହୋଇଥିବାବେଳେ ଦୁହିଁଙ୍କ ବୟସ ଯଥାକ୍ରମେ 30 ଓ 32 ବର୍ଷ । ସେହିପରି…
ଲିଙ୍ଗରାଜ ମିଶ୍ର ମନ୍ଦିର ମାଳିନୀ ଭୁବନେଶ୍ବର । କିଛି ବର୍ଷ ହେଲା ଏହା ଦେଶର ଅନ୍ୟତମ ଏଡୁକେସନାଲ ହବ୍ ବା ଶିକ୍ଷା ନଗରୀ ଭାବେ ସୃଷ୍ଟି କରି ପାରିଛି ତାର ନୂଆ ପରିଚୟ। ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷ ଆଗ୍ରହ ଯୋଗୁଁ ଆଇଆଇଟି, ଟ୍ରିପଲ ଆଇଟି, ଏମସ ଆଦି ସର୍ବଭାରତୀୟ ସଂସ୍ଥା ପ୍ରତିଷ୍ଠା ହୋଇଛି । ଏସବୁ ସଂସ୍ଥାର ଖ୍ୟାତି ମଧ୍ୟ ଜାତୀୟସ୍ତରରେ ଦିନକୁ ଦିନ ବଢିବାରେ ଲାଗିଛି । ଏଥିସହିତ ବୈଷୟିକ ଶିକ୍ଷା କ୍ଷେତ୍ରରେ ଘରୋଇ ଉଦ୍ୟମରେ ପରିଚାଳିତ ଦୁଇ ଦୁଇଟି ୟୁନିଭର୍ସିଟିର ସୁନାମ ମଧ୍ୟ ରହିଛି । ରାଜସ୍ଥାନର କୋଟା ଭଳି ଭୁବନେଶ୍ବର ମଧ୍ୟ ମେଡିକାଲ ଓ ଇଂଜିନିୟରିଂ କୋଚିଂ ପ୍ରଦାନରେ ପୂର୍ବ ଭାରତର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି । ଉଚ୍ଚଶିକ୍ଷା ଓ ଉନ୍ନତ ମାନର କୋଚିଂ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶହ ଶହ ଛାତ୍ରଛାତ୍ରୀ ଭୁବନେଶ୍ବର ଉପରେ ନିର୍ଭର କରିଥାନ୍ତି…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ବ୍ଲକ୍ ଭବାନୀପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲେଡ଼ିହ ଗ୍ରାମରେ ସରକାରଙ୍କ ତରଫରୁ ଏକ ଖେଳପଡିଆ ପାଇଁ ପ୍ରକଳ୍ପ ମଂଜୁର ହୋଇଛି । ବର୍ତ୍ତମାନ ଉକ୍ତ ଖେଳ ପଡିଆ ନିର୍ମାଣ କାର୍ଯ୍ୟ ଗ୍ରାମର ଏକ ଘରୋଇ ବିଦ୍ୟାଳୟର ପରିସର ମଧ୍ୟରେ ଚାଲୁଥିବାର ଅଭିଯୋଗ ହେଉଛି । ଏହାକୁ ନେଇ ଵାଲେଡ଼ିହ ଗ୍ରାମର କିଛି ଯୁବକ ଓ ଗ୍ରାମବାସୀ ମାନେ ବାଣପୁର ବି.ଡ଼ି.ଓ, ବ୍ଲକ ଅଧ୍ୟକ୍ଷା, ତେର ନମ୍ବର ଜୋନ ଜିଲ୍ଲା ପରିଷଦ, ଭବାନୀପୁର ପଞ୍ଚାୟତ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏବଂ ଲିଖିତ ଆକାରରେ ଅଭିଯୋଗ ମଧ୍ୟ କରିଛନ୍ତି । ଦୁଇଦିନ ପୂର୍ବରୁ ଏହାକୁ ନେଇ ବିଭିନ୍ନ ବାଦ ବିବାଦ ସୃଷ୍ଟି ହେବାରୁ ବାଧ୍ୟହୋଇ ଗ୍ରାମବାସୀ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଏବଂ ବେସରକାରୀ ଜମିରେ କିପରି ସରକାରୀ ଖେଳ ପଡିଆ ନିର୍ମାଣ ହେଉଛି ବୋଲି ପ୍ରଶାସନକୁ ପ୍ରଶ୍ନ କରିଥିଲେ…
ବଣାଇ : ବଣାଇଠାରେ ଏକ ସଡକ ଦୁର୍ଘଟଣା ହୋଇଛି । ଏଠାରେ ଏକ ଟ୍ରାକ୍ଟର ଓଲଟି ଜଣକର ମୃତ୍ୟୁ ହୋଇଥିବାବେଳେ 7 ଜଣ ଗୁରୁତର ହୋଇଛନ୍ତି। ଗୁରୁଣ୍ଡିଆ ଥାନା କେଲଗ୍ରାମ ନିକଟରେ ଏକ ଚାଉଳ ବୋଝେଇ ଟ୍ରାକ୍ଟର ଓଲଟି ପଡିଥିବାର ସୂଚନା ମିଳିଛି । ଭାରସାମ୍ୟ ହରାଇ ଟ୍ରାକ୍ଟରଟଇ ଓଲଟି ପଡିବାରୁ ଜଣକର ମୃତ୍ୟୁ ହୋଇଛି । ପିଡିଏସ୍ ଚାଉଳ ନେଇ କେଲଗାମରୁ ଜଟା ପଞ୍ଚାୟତ ଯିବାବେଳେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ରହିଛି । ସେହିପରି ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା 7 ଜଣଙ୍କୁ ବଣାଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ ବଢିବାରେ ଲାଗିଛି ମହାମାରୀ କରୋନା। ଏଠାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ହଜାର ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 15ରେ ପହଞ୍ଚିଲାଣି । ଜିଲ୍ଲାରେ କରୋନା ସ୍ଥିତିକୁ ନଜରରେ ରଖି ଜୁଲାଇ 31 ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ,ସ୍ୱାସ୍ଥ୍ୟ ଓ କୃଷି ଉଦ୍ଦେଶ୍ୟରେ ଯାନବାହାନ ଚଳାଚଳକୁ ଅନୁମତି ଦିଆଯିବ। କେବଳ ଉପଯୁକ୍ତ ପରିଚୟ ପତ୍ର ଥିବା ଦୁଇ ଚକିଆ ଯାନର ଚାଳକଙ୍କୁ ଅନୁମତି ଦିଆଯିବ ବୋଲି ଜଣାଯାଇଛି। ଏ ନେଇ ଜିଲ୍ଲାପାଳ ଆଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି। ବରିଷ୍ଠ ନାଗରିକମାନେ ଘରେ ରହିବା ଜରୁରୀ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।
ନୂଆଦିଲ୍ଲୀ: ଦେଶରେ ବେକାବୁ ସ୍ଥିତିରେ ପହଞ୍ଚିଲାଣି କରୋନା। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ ଟପିଲା । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଗତ 24 ଘଣ୍ଟାରେ19 ହଜାର 148 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 434 ଜଣଙ୍କ ମୃତ୍ୟୁ ହୋଇଛି ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 4 ହଜାର 641କୁ ବୃଦ୍ଧି ପାଇଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 17 ହଜାର 834ରେ ପହଞ୍ଚିଛି । 2ଲକ୍ଷ 26 ହଜାର 947ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ 3ଲକ୍ଷ 59 ହଜାର 860ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ 1ଲକ୍ଷ 80 ହଜାର 298 ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 8 ହଜାର 53 ମୃତ୍ୟୁ ହୋଇଛି । କ୍ରମାଙ୍କ ରାଜ୍ୟର ନାମ ପଜିଟିଭ୍ ସୁସ୍ଥ ମୃତ 1 ଆଣ୍ଡାମାନ ନିକୋବର 100…
କେଦାର ମିଶ୍ର କରୋନା ଭୂତାଣୁର ଯେତେବେଳେ ନାମକରଣ ବି ହୋଇ ନଥିଲା ଓ ଏହା ଚୀନର ହୁୱେଇ ପ୍ରଦେଶରେ ସୀମିତ ରହିଥିଲା, ସେହି ସମୟରୁ ଏହି ଭୂତାଣୁକୁ ନେଇ ଆମେରିକାରେ ରାଜନୀତି ଆରମ୍ଭ ହୋଇ ସାରିଥିଲା। ଜାନୁଆରୀ-ଫେବୃଆରୀ ମାସରେ ଆମେରିକା ପାଇଁ କରୋନା ଥିଲା ଚୀନକୁ ବୁଡେଇ ଦେଉଥିବା ଏକ ଭୂତାଣୁ। ଚୀନର କର୍ପୋରେଟ ରାଜଧାନୀ ଭାବେ ପରିଚିତ ୱୁହାନ ସହର ଯେତେବେଳେ ଭୁତ ସହର ପାଲଟି ଗଲା ସେତେବେଳେ ତାକୁ ଦେଖି ଆମେରିକା ବେଶ ଆନନ୍ଦ ଅନୁଭବ କରୁଥିଲା। ଚୀନ ପରେ ଇରାନରେ ମଧ୍ୟ କରୋନା ସଂକ୍ରମଣ ଆରମ୍ଭ ହେଲା। ସେତେବେଳେ ଆମେରିକା ଓ ଇରାନ ମଧ୍ୟରେ ସମ୍ପର୍କ ଅତି ତିକ୍ତ ଅବସ୍ଥାରେ ପହଞ୍ଚି ସାରିଥିଲା। ଇରାନର ଜଣେ ପ୍ରଭାବଶାଳୀ ସେନାପତିଙ୍କୁ ଆମେରିକା ହତ୍ୟା କରିବାର ପରିଣତି ସ୍ୱରୂପ ପୂରା ଇରାନରେ ଆମେରିକା ବିରୋଧୀ ବାତାବରଣ ତିଆରି ହୋଇଥିଲା। ଏହି ସମୟରେ କରୋନା ଦ୍ଵାରା ସର୍ବାଧିକ ଆକ୍ରାନ୍ତ ଚୀନ ଓ…
ମୁମ୍ବାଇ : ଅର୍ଥ ତୋଷରପାତ ଅଭିଯୋଗରେ ଜିଭିକେ ଗ୍ରୁପ୍ ଅଫ କମ୍ପାନିଜର ଅଧ୍ୟକ୍ଷ ଜି.ଭି.କ୍ରିଷ୍ଣା ରେଡ୍ଡି ଓ ତାଙ୍କ ପୁଅଙ୍କ ନାଁରେ ସିବିଆଇର ମାମଲା ରୁଜୁ । ବିମାନବନ୍ଦର ପରିଚାଳନାରେ 705 କୋଟି ଟଙ୍କାର ଆର୍ଥିକ ହେରଫେର କରିଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏହି ମାମଲା ରୁଜୁ କରିଛି । ଜି.ଭି.କ୍ରିଷ୍ଣା ରେଡ୍ଡି ଜିଭିକେ ଗୃପ ଅଫ କମ୍ପାନିଜର ଅଧ୍ୟକ୍ଷ ଥିବା ବେଳେ ତାଙ୍କ ପୁଅ ଜି.ଭି.ସଂଜୟ ରେଡ୍ଡି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ନିର୍ଦେଶକ ରହିଛନ୍ତି । (ଏଜେନ୍ସି)
କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଘରେ ପଣସ , କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନରେ ପଣସ, ମନ୍ତ୍ରୀ ସକାଳୁ ସକାଳୁ ଦେଖି ବେଶ ଖୁସ
ରମେଶ ମହାନ୍ତି ଜଗତସିଂହପୁର : କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତର ଦୁଆଡ଼ିଆ ଗ୍ରାମରେ ବୁଧବାର ସଂଧ୍ୟାରେ ଦୁଇଜଣ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ସ୍କୁଲ୍ ପଛପଟେ ଥିବା ଏକ ଡିମିରିବଣ ମଧ୍ୟରେ ଏହି ଘଟଣା ଘଟିଥିବା ବେଳେ ଡିମିରି ଗଛରେ ଝିଅର ମୃତଦେହ ଝୁଲୁଥିବା ବେଳେ ପୁଅର ମୃତଦେହ ତଳେ ପଡିଥିବାର ଜଣାପଡିଛି। ମୃତ୍ୟୁର ଦିନକ ପୁର୍ବରୁ ସେମାନେ ଫେରାର୍ ଥିଲେ ବୋଲି କୁଜଙ୍ଗ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।ସୂଚନାନୁଯାୟୀ ପୁର୍ବରୁ ଉକ୍ତ ଦୁଇ ମୃତ ପୁଅଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ ବୁଧବାର ଦିନ ଝିଅର ଅନ୍ୟତ୍ର ନିର୍ବନ୍ଧ ହେବାନେଇ ସ୍ଥିର ହୋଇଥିବାରୁ ଏପରି ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି।ଯେଉଁଦିନ ଝିଅର ଅନ୍ୟତ୍ର ନିର୍ବନ୍ଧ ହୋଇଥାନ୍ତା ସେହିଦିନ ମିଳିଲା ଝିଅର ଝୁଲନ୍ତା ମୃତଦେହ ବୋଲି ଶୁଣିବାକୁ ମିଳୁଛି। ସୂଚନାନୁଯାୟୀ ଦୁଇ ମୃତ ଯୁବକ ଯୁବତୀ ହେଲେ ଦୁଆଡ଼ିଆ ଗ୍ରାମର ପାଣ୍ଡବ ଦାସଙ୍କ ଝିଅ ବେବି ଦାସ (୨୬)…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଲକ ଡାଉନ ସମୟରେ ବେଧଡକ ଚାଲୁଛି ଦେଶୀ ମଦ ବେପାର । ଏହା ବେଆଇନ ହୋଇଥିଲେ ମଧ୍ୟ ବାଣପୁର-ବାଲୁଗାଁ ଅଞ୍ଚଳରେ ଏହାକୁ ବେଖାତିର କରି ସକ୍ରିୟ ଭାବେ ଦେଶୀ ମଦକୁ ଚୋରାରେ ବିକ୍ରି କରୁଛନ୍ତି ବେପାରୀ । ବାରମ୍ବାର ପୋଲିସ ଏବଂ ଅବକାରୀ ବିଭାଗ ଦ୍ୱାରା ଧରା ପଡ଼ି ଗିରଫ ହେଲେ ମଧ୍ୟ ଏମାନେ ସୁଧୁରିବାର ନାଁ ନେଉନାହାନ୍ତି । ଲକ ଡ଼ାଉନ ସମୟରେ ବିଦେଶୀ ମଦର ଦାମ ଅହେତୁକ ବୃଦ୍ଧି ପାଇଥିବାସ୍ଥଳେ ଦେଶୀ ମଦକୁ ଏହାର ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି ଚୋରା ବେପାରୀ । ଏହି ପରିପ୍ରେକ୍ଷୀରେ ଆଜି ସକାଳ ୮ ଘଟିକା ସମୟରେ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ମନୋଜ ବାରିକ ବାଲୁଗାଁ ଥାନା ଅନ୍ତର୍ଗତ ବଡକୁଳ ବଜାର ନିକଟରୁ ୫୧ ଲିଟର ଦେଶୀ ମଦ ସହ ଦୁଇ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛନ୍ତି ।…

