Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ରାଜ୍ୟରୁ 4ଟି ମୁଣ୍ଡ ନେଲା କରୋନା
ଆଜିର ଖବର

ଆଜି ରାଜ୍ୟରୁ 4ଟି ମୁଣ୍ଡ ନେଲା କରୋନା

July 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ରାଜ୍ୟରୁ ଚାରିଜଣଙ୍କର ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ତିନି ଜଣ ଥିବାବେଳେ କଟକରୁ ଜଣେ ରହିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି ।

ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ମଧ୍ୟରେ ଜଣେ 70 ବର୍ଷୀୟ ଆକ୍ରାନ୍ତ ଥିବାବେଳେ ସେ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ । ଅନ୍ୟ ଜଣଙ୍କ ବୟସ 60 ବର୍ଷ ରହିଥିବାବେଳେ ସେ ମଧ୍ୟ ଡାଇବେଟିସ୍‌ରେ ପୀଡ଼ିତ ଥିଲେ । ଅନ୍ୟ ଜଣେ 53 ବର୍ଷର ବୋଲି ସୂଚନା ରହିଛି ।ସେହିପରି କଟକରୁ ଆଜି କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 48 ବର୍ଷ । ସେ ଲିଭର ଓ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି ।

ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା 42କୁ ବୃଦ୍ଧି ହୋଇଛି ।  ସେହିପରି ଗଞ୍ଜାମରେ ମୃତ୍ୟୁ ସଂଖ୍ୟା 24କୁ ବୃଦ୍ଧି ହୋଇଥିବାବେଳେ କଟକ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା5କୁ ବୃଦ୍ଧି ହୋଇଛି ।

ସେହିପରି ରାଜ୍ୟରୁ ଆଉ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା କ୍ୟାନସର ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି ମୃତକ ଦ୍ବୟଙ୍କ ମଧ୍ୟରୁ ଜଣେ କଟକର 80 ବର୍ଷୀୟ ପୁରୁଷ ହୋଇଥିବାବେଳେ ସେ ପ୍ରାେଟେଷ୍ଟ କ୍ୟାନସରରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନ୍ୟ  ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର 45 ବର୍ଷୀୟ ପୁରୁଷ ।ସେ ମଧ୍ୟ କ୍ୟାନସର ଯୋଗୁଁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ସେହିପରି ରାଜ୍ୟରେ 12 ଜଣ କରୋନା ଆକ୍ରାନ୍ତରେ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ରାଜ୍ୟରେ ଏବେସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦଶହଜାର ଟପିସାରିଛି ।

କଟକ ଗଞ୍ଜାମ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମୟୀ ମିଶ୍ରଙ୍କ ଅଭିନିତ ଚଳଚ୍ଚିତ୍ର “ପଶାପାଲି-ଖେଳ ରାଜନୀତିର” ପୋଷ୍ଟର ଉନ୍ମୋଚନ

August 18, 2026

“ହରମୁଜ୍ ଉପରେ ଆମର ସମ୍ପୂର୍ଣ୍ଣ ନିୟନ୍ତ୍ରଣ”: ଦାବି କଲେ ଟ୍ରମ୍ପ୍

August 18, 2026

“ମତେ ଫାଶୀ ଦିଅ ନଚେତ୍ ଜେଲ୍ ପଠାଅ”: “ବନ୍ଦେ ମାତରମ୍” ପ୍ରସଙ୍ଗରେ କଂଗ୍ରେସ ନେତାଙ୍କ ବିବୃତ୍ତି

August 18, 2026

CJP ପ୍ରତିବାଦ ମାମଲା: ଜାଣନ୍ତୁ FIR ରଦ୍ଦ କରିବା ଦାବି ଉପରେ କ’ଣ କହିଲେ CJI?

August 18, 2026
Latest News

ସରକାରୀ କାର୍ଯ୍ୟାନୁଷ୍ଠାନ ପରେ ହାର ମାନିଲା ମେଟା!: ହଟାଗଲା ଶିଶୁ ଯୌନ ନିର୍ଯାତନା ସାମଗ୍ରୀ

August 18, 2026

ଶ୍ରୀମୟୀ ମିଶ୍ରଙ୍କ ଅଭିନିତ ଚଳଚ୍ଚିତ୍ର “ପଶାପାଲି-ଖେଳ ରାଜନୀତିର” ପୋଷ୍ଟର ଉନ୍ମୋଚନ

August 18, 2026

“ହରମୁଜ୍ ଉପରେ ଆମର ସମ୍ପୂର୍ଣ୍ଣ ନିୟନ୍ତ୍ରଣ”: ଦାବି କଲେ ଟ୍ରମ୍ପ୍

August 18, 2026

“ମତେ ଫାଶୀ ଦିଅ ନଚେତ୍ ଜେଲ୍ ପଠାଅ”: “ବନ୍ଦେ ମାତରମ୍” ପ୍ରସଙ୍ଗରେ କଂଗ୍ରେସ ନେତାଙ୍କ ବିବୃତ୍ତି

August 18, 2026

CJP ପ୍ରତିବାଦ ମାମଲା: ଜାଣନ୍ତୁ FIR ରଦ୍ଦ କରିବା ଦାବି ଉପରେ କ’ଣ କହିଲେ CJI?

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.