ଭୁବନେଶ୍ବର : ରାଜ୍ୟରୁ ପୁଣି ଆଉ ଜଣକର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ ଜରିଆରେ ସୂଚନା ଦେଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ 52 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେ ଫୁସ୍ଫୁସ୍ କ୍ୟାନସର ସହିତ ବ୍ରେନ୍ ମେଟାଷ୍ଟାସିସ୍ ରୋଗରେ ପୀଡ଼ିତ ଥିଲେ । ତେବେ ତାଙ୍କର ମୃତ୍ୟୁ କ୍ୟାନସର ଯୋଗୁଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ମାମଲା ବେଶ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆଜି ଜିଲ୍ଲାରେ ସର୍ବାଧିକ 102ଟି ମାମଲା ସାମ୍ନାକୁ ଆସିଛି । ସେହିପରି ଗଞ୍ଜାମରେ ମଧ୍ୟ ସର୍ବାଧିକ କରୋନା ଜନିତ ମୃତ୍ୟୁହୋଇଛି । ଗଞ୍ଜାମରେ ସର୍ବାଧିକ 15 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 26ରେ ପହଞ୍ଚିଥିବାବେଳେ କରୋନାରେ…
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରେ ଆଜି 251 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ଫାନ୍ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଜଣେ ଏନ୍ଡିଆରଏଫ୍ କର୍ମଚାରୀ ରହିଛନ୍ତି । ଆଜି 19ଟି ଜିଲ୍ଲାରୁ 251 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 102 ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ 32, ଖୋର୍ଦ୍ଧା ଜିଲ୍ଲାରୁ 26, ନୟାଗଡରୁ 14 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀ ଓ ବରଗଡରୁ 12 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ମାଲକାନଗିରିରୁ 10, ସୁନ୍ଦରଗଡରୁ 7, ଗଜପତିରୁ 6, ଝାରସୁଗୁଡା ଓ ମୟୂରଭଞ୍ଜରୁ 5, ବାଲାଙ୍ଗିର, ଦେବଗଡ ଓ କେନ୍ଦ୍ରାପଡାରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁର ଓ ବାଲେଶ୍ବରରୁ 2 ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳ, ସୋନପୁର, ଯାଜପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ବର : ରାଜ୍ୟରେ ଆଜି 251 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 208ଜଣ ଚିହ୍ନଟ ହୋଇଥିବାବେଳେ 43ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 7 ହଜାର 316କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 2ହଜାର 94 ଜଣ । ସେହିପରି ସୁସ୍ଥ ହୋଇଛନ୍ତି 5 ହଜାର 189ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 25ଜଣ । ସେହିପରି7ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ଭାରତରେ ବଢୁଛି କରୋନା ପ୍ରଭାବ। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ପୁଣି 18 ହଜାର 653 ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 5 ଲକ୍ଷ 85 ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 17 ହଜାର 400 ଛୁଇଁଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୋଟ୍ ସଂକ୍ରମିତ ମଧ୍ୟରୁ 3ଲକ୍ଷ 47 ହଜାର 979 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ2 ଲକ୍ଷ 20 ହଜାର 114 ସକ୍ରିୟ ଅଛନ୍ତି। କେଉଁ ରାଜ୍ୟରେ କିପରି ଅଛି ସ୍ଥିତି : କ୍ରମାଙ୍କ ରାଜ୍ୟର ନାମ ମୋଟ୍ ପଜିଟିଭ୍ ସୁସ୍ଥ ମୃତ 1 ଆଣ୍ଡାମାନ ନିକୋବର 97 50 0 2 ଆନ୍ଧ୍ରପ୍ରଦେଶ 14595 6511 187 3 ଅରୁଣାଚଳପ୍ରଦେଶ 191 62 1 4 ଆସାମ 8227 5647 12…
ଭୁବନେଶ୍ବର, କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଏସଏମଇ) ପକ୍ଷରୁ ପୂର୍ବର ଜୁନ 26, 2020 ତାରିଖ ଦିନ ପ୍ରକାଶିତ ବିଜ୍ଞପ୍ତିରେ କରାଯାଇଥିବା ଘୋଷଣା ଅନୁସାରେ ଜୁଲାଇ 1, 2020 ଠାରୁ ଉଦ୍ୟୋଗଗୁଡ଼ିକର ବର୍ଗୀକରଣ ଏବଂ ପଞ୍ଜିକରଣର ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଉଛି। ଏଥିପାଇଁ ଗୋଟିଏ ଉଦ୍ୟୋଗକୁ ଉଦ୍ୟବ ବୋଲି ଧରାଯିବ ଏବଂ ତାହାର ପଞ୍ଜିକରଣ ପ୍ରକ୍ରିୟା “ଉଦ୍ୟମ ପଞ୍ଜିକରଣ” ନାମରେ ନାମିତ ହେବ। ଉଦ୍ୟୋଗୀମାନେ www.udyamregistration.gov.in କୁ ଯାଇ ଏହି ପଂଜୀକରଣ କରିବେ। କିପରି ପଂଜୀକରଣ କରିବେ, କଣ ଆବଶ୍ୟକତା ରହିଛି ଏମଏସଏମଇର ପଞ୍ଜିକରଣ ପ୍ରକ୍ରିୟାକୁ ସଂପୂର୍ଣ ରୂପେ ଅନଲାଇନ କରାଯାଇଛି ଏବଂ ଏହା ଆତ୍ମ ଘୋଷଣା ଆଧାରରେ ସଂପାଦନ କରାଯିବ । ଏମଏସଏମଇ ଭାବେ ପଞ୍ଜିକରଣ ହେବା ସକାଶେ କୌଣସି ନଥି କିମ୍ବା ପ୍ରମାଣପତ୍ରକୁ ଅପଲୋଡ଼ କରିବାକୁ ପଡ଼ିବନାହିଁ; ଏହି ପଞ୍ଜିକରଣ ସକାଶେ ଆଧାର ନମ୍ବର ଆବଶ୍ୟକ ହେବ; ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବାପରେ ଗୋଟିଏ…
ଭୁବନେଶ୍ବର: କରୋନା ଅପଡେଟ୍ ନେଇ ମୁଖ୍ୟ ଶାସନ ସଚିବ ପ୍ରେସ ମିଟ୍ କରିଛନ୍ତି। ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। କରୋନା ମୁକାବିଲା ସହ ଅର୍ଥନୀତିକୁ ସମ୍ଭାଳିବାକୁ ପଡିବ। ସାଢେ ତିନି ମାସ ହେଲାଣି ଆମେ ଅଦୃଶ୍ୟ ଶତ୍ରୁ ସହ ଲଢେଇ ଚାଲିଛି। ସ୍ବାସ୍ଥ୍ୟ ସହ ଅର୍ଥନୀତିକୁ ପରିଚାଳନା କରିବା ଆମ ପାଇଁ ଜରୁରୀ ହୋଇପଡିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ଜୁଲାଇ ମାସ ପାଇଁ ନୂତନ ରଣନୀତି ପ୍ରସ୍ତୁତ ହୋଇଛି। ଗ୍ରାମାଞ୍ଚଳରେ କୋଭିଡ୍ ମ୍ୟାନେଜମେଣ୍ଟ କମିଟି ଗଠନ ହେବ। ପ୍ରତି ପଞ୍ଚାୟତରେ କୋଭିଡ୍ କେୟାର ହୋମ ହେବ। ସରପଞ୍ଚମାନେ ଏହାର ଦାୟିତ୍ବ ନେବେ। ସେହିପରି ଘରୋଇ ହସ୍ପିଟାଲ ପାଇଁ ଏସ୍ଓପି ଜାରି ହୋଇଛି। ସେହିପରି ମାସ୍କ ନ ପିନ୍ଧିଲେ କିମ୍ବା ସାମାଜିକ ଦୂରତ୍ବା ନ ମାନିଲେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯିବ। ରାତ୍ରୀକାଳୀନ କର୍ଫ୍ୟୁକୁ ମଧ୍ୟ କୋହଳ କରାଯାଇଛି। ରାତ୍ରି 9 ଟାରୁ ସକାଳ 5ଟା ପର୍ଯ୍ୟନ୍ତ…
ଭୁବନେଶ୍ବର : ଆଜି ରାଜ୍ୟରୁ 243 ଜଣ ସୁସ୍ଥ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥଙ୍କ ମଧ୍ୟରେ ଗଜପତିରୁ ସର୍ବାଧିକ 59 ଜଣ ରହିଛନ୍ତି । ସେହିପରି ଆଜି ଗଞ୍ଜାମରୁ 41 ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ 38, କନ୍ଧମାଳରୁ 17, ଝାରସୁଗୁଡାରୁ 15, ସୁନ୍ଦରଗଡରୁ 10, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରୁ 8ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟରୁ 7, ବରଗଡ ଓ ମୟୂରଭଞ୍ଜରୁ 6 ଜଣ ଲେଖାଏଁ ରହିଛନ୍ତି । ଜଗତସିଂହପୁରରୁ 5, କଟକ, ମାଲକାନଗିରି ଓ ନବରଙ୍ଗପୁରରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବାଲେଶ୍ବରରୁ 2 ଜଣ ଓ କଳାହାଣ୍ଡିରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଜଳେଶ୍ବର : ଟିଏମ୍ସି ପରିସରରୁ ଜଣେ ପ୍ରବାସୀ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ଭୋଗରାଇ ବ୍ଲକ ଜଇରାମପୁର ଟିଏମ୍ସିରେ ରହୁଥିଲେ ପ୍ରବାସୀ ମହିଳା। ଗତ 20 ତାରିଖରେ ହାଇଦ୍ରାବାଦରୁ ଫେରି କ୍ବାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିଲେ ମହିଳା ଜଣକ । ଟିଏମସି ପରିସରରେ ଥିବା ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ୍ୟୁର କାରଣ ଜଣାପଡିନାହିଁ ।ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ : କରୋନା ମହାମାରୀ ସହ ଲଢେଇ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଲକ୍ଡାଉନ କୁ କୋହଳ କରିଛନ୍ତି । ଏବେ ଦେଶରେ ଅନ୍ଲକ୍ 2.0 ଜାରି ହୋଇଛି । ଆଜି ଦେଶବାସୀଙ୍କ ଷଷ୍ଠଥର ପାଇଁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀ ଓ ଗରିବ ଲୋକଙ୍କୁ ଆଗାମୀ ପାଞ୍ଚ ମାସ ପର୍ଯ୍ୟନ୍ତ ମାଗଣା ରାସନ ସାମଗ୍ରୀ ମିଳିବ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଜରିଆରେ 80କୋଟିର ଅଧିକ ଲୋକଙ୍କୁ ମାଗଣା ରାସନ ପାଇବେ। ପରିବାରର ପ୍ରତି ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ କିମ୍ବା ଗହମ ଓ 1 କେଜି ଡାଲି ମିଳିବ । ଏଥିପାଇଁ 90 ହଜାର କୋଟି ଖର୍ଚ୍ଚ ହେବ ବୋଲି କହିଛନ୍ତି ମୋଦି ।ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ନଭେମ୍ବର ମାସ ଯାଏଁ କାର୍ଯ୍ୟ କରିବ ବୋଲି କହିଛନ୍ତି ମୋଦି ।
ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଦେଶବାସୀଙ୍କୁ ଆଜି ଷଷ୍ଠଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରୁଛନ୍ତି । କରୋନା ସହ ଲଢେଇ କରି କରି ଆମେ ଅନ୍ଲକ୍-2ରେ ପ୍ରବେଶ କଲେଣି । ଏହା ସହିତ ଆମେ ବର୍ଷା ଋତୁରେ ମଧ୍ୟ ପହଞ୍ଚିଛେ । ଏହି ସମୟରେ ଆମକୁ ଅଧିକ ସଚେତନ ହେବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅନଲକ -1 ପରଠାରୁ ଲୋକେ ଅସତର୍କ ହୋଇଛନ୍ତି । କିନ୍ତୁ ଏବେ ଅଧିକ ସତର୍କତା ଜରୁରୀ ହୋଇପଡିଛି । ଲକ୍ଡାଉନ୍ ପାଇଁ ଅନେକ ଜୀବନ ରକ୍ଷା ହୋଇପାରିଛି । କଣ୍ଟନମେଣ୍ଟ ଜୋନରେ ଅଧିକ ସତର୍କତା ରହିବା ଉଚିତ୍ । ଆସନ୍ତା 5 ମାସ ଯାଏ ମାଗଣାରେ ମିଳିବ ରାସନ ସାମଗ୍ରୀ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । 80କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ମିଳିବ । ସେହିପରି ନଭେମ୍ବର ମାସ ଯାଏ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ…
କଟକ : ଆଜି କଟକ ସହରରୁ ଦୁଇ ପଜିଟିଭ୍ ଚିହ୍ନଟ ହୋଇଛି । ସିଏମ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଣିହାଟ ଅଞ୍ଚଳର ଜଣେ 52 ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ କଟକ ବଡ଼ ମେଡିକାଲରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ବ୍ୟତୀତ ସିଡିଏ ସେକ୍ଟର 9ର ଜଣେ 37 ବର୍ଷୀୟା ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ସିଡିଏ 9ରେ ପୂର୍ବରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ବୋଲି ଜଣାଯାଇଛି। ସେହିଭଳି କଟକ ବଡ଼ମ୍ବା ଅଞ୍ଚଳରୁ ଆଉ 6 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 5 ପୋଲିସ କର୍ମଚାରୀ ଏବଂ ଜଣେ ସାମ୍ବାଦିକଙ୍କୁ କରୋନା ହୋଇଥିବା ନେଇ ବଡ଼ମ୍ବା ବିଡିଓ ଉତ୍କଳ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳର ପୂର୍ବତନ ସଭାପତି ତଥା ଜିଲ୍ଲାରୁ ୬ଥର ବିଧାୟକ ହୋଇଥିବା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଶରୀର ଏବେ ଗୁରୁତର ଅସୁସ୍ଥ ଥିବାବେଳେ ସେ ଏବେ ଭୂବନେଶ୍ବର ଆପୋଲ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ବିଧାୟକ ଶ୍ରୀ ଦାସଙ୍କ ଆସୁଆରୋଗ୍ୟ କାମନା କରି ବାଲିକୁଦା ବ୍ଲକର ଯୁବଛାତ୍ର ସଂଗଠନ ପକ୍ଷରୁ ଆଜି ସକାଳେ ବାଲିକୁଦା ବଜାରର ଅଧିଷ୍ଠାତ୍ରୀ ମା’ଥାନପତି ମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପଦାନ କରାଯାଇଛି। ଯୁବନେତା ତାପସ ରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସକାଳୁ ୫୦ରୁ ଉର୍ଦ୍ଧ୍ବ ଛାତ୍ର ଓ ଯୁବନେତା ଏକାଠି ହୋଇ ସମୂହ ଦୀପଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ଦଳାଇ , ରଶ୍ମିରଂଜନ ବାରିକ ,ମାନସ ଜେନା ,ଶ୍ରୀକାନ୍ତ ମହାନ୍ତି, ସଚିନ ସ୍ୱାଇଁ,ସମ୍ବିତ ମହାନ୍ତି , ଅଭିଜିତ ବିଶ୍ଵାଳ, ଶ୍ରୀନାଥ ମହାନ୍ତି, ରଞ୍ଜିତ ପରିଡା,ବାବୁ ନାଥ ,ସୋମନାଥ ପରିଡା , ସତ୍ୟଜିତ ବିଶ୍ୱାଳ, ସଂଜୀବ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସାନଖେମୁଣ୍ଡି ବ୍ଲକ ସାହାସପୁର ମେଡିକାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ସୂଚନା ମୁତାବକ ଗତକାଲି ସାହାସପୁର ଗ୍ରାମର ବଡସାହିର ଏକ ପରିବାରର ୪ସଦସ୍ଯ ଝାଡାବାନ୍ତି ରୋଗରେ ପୀଡିତ ହୋଇ ମେଡିକେଲ ଯାଇଥିଲେ। ସଂପୃକ୍ତ ଡାକ୍ତର ଔଷଧ ପ୍ରଦାନ କରି ବିଦା କରିଦେଇଥିଲେ। ୪ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଆଡକୁ ଗତିକରିବା ସହ ପରିବାରର ୧୦ବର୍ଷର ପିଲାଟି ମୃତ୍ଯୁବରଣ କରିବା ଯୋଗୁଁ ଗ୍ରାମରେ ଉତ୍ତେଜନା ଲାଗିରହିଛି। ଡାକ୍ତରଙ୍କ ଅପାରଗତା ଯୋଗୁଁ ପିଲାଟିର ମୃତ୍ଯୁ ହୋଇଥିବାର ଅଭିଯୋଗ କରି ମେଡିକେଲରେ ଶତାଧିକ ଲୋକ ଜମା ହୋଇ ପ୍ରତିବାଦ କରୁଛନ୍ତି ତେବେ ଏହି ଘଟଣାରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରିବା ପାଇଁ ସ୍ଥାନୀୟରେ ଦାବି ହୋଇଛି ।
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 6ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ଏହି 6 ଆକ୍ରାନ୍ତଙ୍କ ମଧ୍ୟରୁ 5ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ଥିବାବେଳେ ଜଣେ ହୋମ୍ କ୍ବାରେଣ୍ଟିନ୍ ଥିବାର ସୂଚନା ରହିଛି । ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିବା ଆକ୍ରାନ୍ତ ଜଣକ ରେଲ୍ଓ୍ବେ କର୍ମଚାରୀ ବୋଲି ସୂଚନା ରହିଛି । ସେ ନିକଟରେ ନୂଆଦିଲ୍ଲୀରୁ ଫେରିଥିଲେ । ସେହିପରି ଅନ୍ୟ 5 ଜଣ ଲୋକାଲ୍ ଆକ୍ରାନ୍ତଙ୍କ ମଧ୍ୟରୁ ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ 3 ଜଣ ରହିଛନ୍ତି । ଏହି ତିନି ଜଣଙ୍କ ମଧ୍ୟରେ ଜଣେ 60 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 15 ବର୍ଷୀୟା ବାଳିକା ଥିବାବେଳେ ଅନ୍ୟ ଜଣେ 15 ବର୍ଷୀୟା ବାଳକ ରହିଛନ୍ତି । ଏହି ତିନି ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି । ସେହିପରି ବମିଖାଲ କେନାଲ୍ ରୋଡ୍ଣୁ ଜଣେ 13 ବର୍ଷୀୟ…
ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 17 ଜଣ ଆକ୍ରାନ୍ତଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ 15 ଜଣ ପ୍ରବାସ ଫେରନ୍ତା ହୋଇଥିବାବେଳେ ଦୁଇ ଜଣ କ୍ୟାନସର ରୋଗୀ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଜଗତସିଂହପୁର ବ୍ଲକରୁ 7 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ତେଲେଙ୍ଗାନାରୁ 5ଜଣ, ମହାରାଷ୍ଟ୍ରରୁ ଜଣେ ଓ ଦିଲ୍ଲୀରୁ ଜଣେ ଫେରିଥିବାର ସୂଚନା ରହିଛି । ଏହି ସମସ୍ତ 7 ଆକ୍ରାନ୍ତ ଟିଏମ୍ସିର ଚିହ୍ନଟ ହୋଇଛନ୍ତି । ସେହିପରି ତିର୍ତ୍ତୋଲରୁ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି 9 ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ତିନିଜଣ ଫେରିଥିବାବେଳେ ପଶ୍ଚିମବଙ୍ଗରୁ ଜଣେ, କର୍ଣ୍ଣାଟକରୁ ଜଣେ, ଦିଲ୍ଲୀରୁ ଜଣେ ରହିଛନ୍ତି । ଏହି ଛଅ ଜଣ ଯାକ ଟିଏମ୍ସିରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଦୁଇଜଣ ହୋମ୍କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକରୁ ଫେରିଥିବାବେଳେ ଗୁଜୁରାଟରୁ ଜଣେ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ପଞ୍ଚାୟତର ଭେଟିନାଥଦେବ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଟିଏମ୍ସିରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଛି।ମିଳିଥିବା ସୂଚନା ଅନୁସାରେ ଭେଟେଶ୍ବର ପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିବା ରମେଶ ଚନ୍ଦ୍ର ଭୋଳଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ତଦନ୍ତରୁ ହୃଦଘାତ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଥିବାବେଳେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିଲେ ତାଙ୍କର ମୃତ୍ୟର କାରଣ ସ୍ପଷ୍ଟ ରୂପେ ଜଣାପଡିବ। ତେବେ ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା ବୋଲି ସୂଚନା ରହିଛି। ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ଥିବା ଶ୍ରୀ ଭୋଳ କରୋନା ଯୁଦ୍ଧରେ ସାମିଲ୍ ହୋଇଥିଲେ। ସ୍ଥାନୀୟ ଟିଏମ୍ସିରେ ସେ ପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିଲେ। ମେଳାପୀ ତଥା ପରୋପକାରୀ ଶ୍ରୀ ଭୋଳଙ୍କ ଅଚାନକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି ହୋଇଛି। ବାଁଳୋଇ ଗ୍ରାମ ନିବାସୀ ଶ୍ରୀଭୋଳଙ୍କ ଦୁଇ…
ମୁମ୍ବାଇ : ଦେଶରେ କରୋନା ମାମଲା ବୃଦ୍ଧି ଚାଲିଥିବାବେଳେ ଏବେ ଏହାର ପ୍ରଭାବ ବଲିଉଡ୍ରେ ମଧ୍ୟ ଦେଖିବାକୁ ମିଳିଛି । ଏବେ ବଲିଉଡ୍ ଅଭିନେତା ଆମୀର ଖାନ୍ଙ୍କ ଘରେ ଏବେ କରୋନା ପହଞ୍ଚିଛି । ଆମୀର ଖାନଙ୍କ ଟିମ୍ର 7 ଜଣ ସଦସ୍ୟ ଏବେ କରୋନାରେ ସଂକ୍ରମିତ ହୋଇଥିବାର ଖବର ମିଳିଛି । ଆମୀର ଖାନ୍ଙ୍କ ଜଣେ ଡ୍ରାଇଭର, ଦୁଇ ସୁରକ୍ଷା କର୍ମୀ ଓ ଜଣେ ରୋଷେୟା ରହିଛନ୍ତି । ଏହାପରେ ଆମୀର ଖାନ୍ ନିଜକୁ ସେ୍ଲଫ୍ କ୍ବାରେଣ୍ଟାଇନ୍ କରିଛନ୍ତି । ଆମୀରଙ୍କ ପରିବାରର ସମସ୍ତ ସଦସ୍ୟଙ୍କର ମଧ୍ୟ କରୋନା ଯାଞ୍ଚ ହୋଇଛି । ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ ତାଙ୍କ ମା’ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ଆମୀର ଖାନ୍ ନିଜ ମା’ଙ୍କ ପାଇଁ ପ୍ରାର୍ଥନ କରିବାକୁ ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି । ଏହି ଅବସରରେ ଆମୀର ବିଏମ୍ସିକୁ ଧନ୍ୟବାଦ ଜଣାଇଛନ୍ତି । (ଏଜେନ୍ସି)
ସମ୍ବଲପୁର : ଭିସୁଟ୍ରେ ଜଣେ ଅଧ୍ୟାପିକାଙ୍କ ସ୍ବାମୀ କରୋନାରେ ମୃତ୍ୟୁବରଣ କରିବା ପରେ ଭିସୁଟ୍କୁ ବନ୍ଦ କରାଯାଇଛି । ତେବେ ଆଜି ଗୋଟିଏ ଦିନ ପାଇଁ ଭିସୁଟ୍କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଭିସୁଟ୍କୁ ଅଧିକ ଦିନ ବନ୍ଦ କରାଯିବ କି ନାହିଁ ସେ ସମ୍ପର୍କରେ ଆଜି ନିଷ୍ପତ୍ତି ନିଆଯିବ । ସମ୍ପୃକ୍ତ ଅଧ୍ୟାପିକାଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ଅଧ୍ୟାପିକାଙ୍କ ସ୍ବାମୀ ଅନୁଗୁଳ ନାଲ୍କୋର ବରିଷ୍ଠ ଅଧିକାରୀ ରହିଥବା ସୂଚନା ରହିଛି । ସମ୍ପୃକ୍ତ ଅଧ୍ୟାପିକାଙ୍କ ସ୍ବାବ୍ ଟେଷ୍ଟ ମଧ୍ୟ କରାଯାଇଛି ।
ଭୁବନେଶ୍ବର : ଆସନ୍ତାକାଲିଠାରୁ ମଦ ଦୋକାନ କାଉଣ୍ଟରରେ ମିଳିବ ମଦ । ବିଦେଶୀ ମଦ, ବିୟର ଦୋକାନ କାଉଣ୍ଟରରେ ମିଳିବ । ସକାଳ 7ଟାରୁ ସନ୍ଧ୍ୟା 6ଟା ଯାଏ ପର୍ଯ୍ୟନ୍ତ ଦୋକାନ ଖୋଲାଯିବ ବୋଲି ସୂଚନା ରହିଛି । ସେହିପରି ଓ୍ବାଇନ୍, ବିୟର୍, ଦେଶୀ ଓ ବିଦେଶୀ ମଦ ବିକ୍ରି କିଣିପାରିବେ ଗ୍ରାହକ । ଧାର୍ଯ୍ୟ ମୂଲ୍ୟ ଅନୁସାରେ ମଦ ବିକ୍ରି ହେବ । ସନ୍ଧ୍ୟାକାଳୀନ ଭିଡକୁ ଏଡାଇବା ପାଇଁ 6ଟା ପର୍ଯ୍ୟନ୍ତ ମିଳିବ । ହୋମ୍ ଡେଲିଭରିରେ ବି ମଦ ମିଳିବ । ସେହିପରି ଦେଶୀ ମଦ ମଧ୍ୟ ଏବେ ହୋମ୍ ଡେଲିଭରୀ ହୋଇପାରିବ ବୋଲି ସୂଚନା ରହିଛି । ଆବଶ୍ୟକ ପଡିଲେ ବ୍ୟାରିକେଡ୍ ଲଗାଯାଇ ମଦ ବିକ୍ରି ହେବ ବୋଲି ସୂଚନା ରହିଛି । ସେହିପରି କାଉଣ୍ଟରରେ ଭିଡ କମାଇବାକୁ ଇ-ଟୋକନ୍ ବ୍ୟବସ୍ଥା କରାଯାଇଛି । ପୋର୍ଟାଲ୍ରେ ସ୍ଲଟ ବୁକିଂ କରି ଟୋକନ୍ ପାଇ ପାରିବେ । ଟୋକନ୍…
ଭୁବନେଶ୍ବର : ବିଏମ୍ସି କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା। ରାଜଧାନୀରେ ସଂକ୍ରମଣ ବୃଦ୍ଧି ପାଇବା ପରେ ବିଏମ୍ସିର ପଦକ୍ଷେପ । ଆଜିଠୁ ରାଜଧାନୀରେ କଡା ହେବ ଏନ୍ଫୋର୍ସମେଣ୍ଟ ।ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯିବ। ଅମାନିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍ସି କମିଶନର । ସହରରେ ଲୋକାଲ୍ କେସ୍ ବଢୁଥିବାରୁ ବିଏମ୍ସି ଏନେଇ ପଦକ୍ଷେପ ଗ୍ରହଣ କରିଛି । ବସ୍ତି ଅଞ୍ଚଳରେ କରୋନା ମାମଲା ବୃଦ୍ଧି ହେଉଥବାର ଲକ୍ଷ୍ୟ କରାଯାଉଛି । ସେହିପରି ଗତକାଲି ଘରୋଇ ହସ୍ପିଟାଲ ପାଇଁ ନୂତନ ଗାଇଡ ଲାଇନ ଜାରି କରିଛି ବିଏମ୍ସି ।
ପାଟନା : ବିହାରର ରାଜଧାନୀ ପାଟନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଏକାସାଙ୍ଗରେ 95 ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ବରର ମୃତ୍ୟୁ ଘଟିଛି । ପାଟନାରୁ ପ୍ରାୟ 50 କିଲୋମିଟର ଦୂର ପାଲିଗଞ୍ଜ ଅଞ୍ଚଳରେ ଏଭଳି ଘଟଣା ମିଳିଛି । ଜୁନ୍ 15ରେ ଏଠାରେ ବିବାହ କାର୍ଯ୍ୟକ୍ରମ ହୋଇଥିବାବେଳେ ଏହି ବାହାଘରରେ 95 ଜଣ ଅତିଥି ଯୋଗ ଦେଇଥିଲେ । ଏଥିରୁ 80 ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । 30 ବର୍ଷୀୟ ବର ଜଣକ ଗୁରୁଗାଓଁଠାରେ ସପ୍ଟଓ୍ବେୟାର ଇଞ୍ଜିନିୟର ରୂପେ କାର୍ଯ୍ୟ କାର୍ଯ୍ୟରତ ଥିବା ବର ମେ 12କୁ ପାଟନାସ୍ଥିତ ନିଜ ଗ୍ରାମ ଡିହପାଲିକୁ ଆସିଥିଲେ । ତେବେ ବରଙ୍କ ନିକଟରେ ପୂର୍ବରୁ କୋଭି୍ଡ୍ର ଲକ୍ଷଣ ଦେଖିବାକୁ ମିଳିଥିଲେ ହେଁ ପରିବାର ଲୋକେ ତାଙ୍କର ନମୁନା ପରୀକ୍ଷା ନ କରି ବାହାଘର କରିଦେଇଥିଲେ । ବାହାଘରର ଦୁଇ ଦିନ ପରେ ତାଙ୍କ ଦେହ ଅସୁସ୍ଥ…

