ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର ପରମାନପୁର ପଞ୍ଚାୟତର ଶିରିଆପାଲି ଗାଁରେ ଦୁଇଟି ଦନ୍ତା ହାତୀ ଉପଦ୍ରବ କରୁଛନ୍ତି। ଗତକାଲି ରାତିରେ ଗାଁରେ ପଶି ଦୁଇଟି ଦନ୍ତା 6ଟି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଗାଁରେ ପହଞ୍ଚି ଦନ୍ତା ଦୁଇଟିଙ୍କୁ ଗାଁରୁ ଘୋଡ଼ାଇଥିଲେ। ତେବେ ହାତୀ ଉପଦ୍ରବ ଯୋଗୁ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
Author: Samikhsya Bureau
ଥିରୁଭନନ୍ତପୁରମ: କେରଳ ସରକାର ଆଜିଠାରୁ ଥିରୁଅନନ୍ତପୁରମ କର୍ପୋରେସନ ଲିଃରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରିପଲ ଲକଡାଉନ ଲାଗୁ କରିଛନ୍ତି। ଏହା ଆଜି ସକାଳ 6ଟାରୁ ଆରମ୍ଭ ହୋଇ ସପ୍ତାହେ ପର୍ଯ୍ୟନ୍ତ ଜାରି ରହିବ। ଟ୍ରିପଲ ଲକଡାଉନ ସାଧାରଣ ଲକଡାଉନଠାରୁ ସଂପୂର୍ଣ୍ଣ ଭିନ୍ନ ବୋଲି କେରଳ ସରକାର କହିଛନ୍ତି। ଏହି ସମୟରେ କାହାକୁ ବି ବାହାରକୁ ଆସିବାକୁ ଅନୁମତି ମିଳିବ ନାହିଁ। ଯଦି କେହି ଅଯଥାରେ ବାହାରେ ବୁଲିବ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟ୍ରିପଲ ଲକଡାଉନ ବେଳେ କେବଳ ଜରୁରୀ ସେବାକୁ ହିଁ ଅନୁମତି ମିଳିବ। ସାଧାରଣ ପରିବହନ ଓ ଯାତାୟାତକୁ ସଂପୂର୍ଣ୍ଣ ଭାବେ ସପ୍ତାହ ଯାଏ ବନ୍ଦ କରାଯାଇଛି। ତେବେ ଜରୁରୀ ସାମଗ୍ରୀ ଦୋକାନ ଓ ହସ୍ପିଟାଲ ଖୋଲା ରହିବ। ଲୋକମାନେ ପ୍ରେସକ୍ରିପସନ ଦେଖାଇ ଔଷଧ ଦୋକାନକୁ ଯାଇ ପାରିବେ। ଏହି ସମୟରେ ରାଜ୍ୟ ସଚିବାଳୟ ଓ ସରକାରୀ ଅଫିସ ମଧ୍ୟ ବନ୍ଦ ରହିବ…
Mangaluru: Rescue operation underway after a landslide occurred at Banglagudde in Gurupur near Mangaluru on July 5, 2020. (Photo: IANS)
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ି ଚାଲିଛି। ଏବେ ସୁଦ୍ଧା ଦେଶର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇଲେ ବିଶ୍ୱର ତୃତୀୟ ନମ୍ୱରରେ ପହଞ୍ଚିଛି। ରୁଷିଆକୁ ପଛରେ ପକାଇ ଭାରତ ତିନି ନମ୍ୱର ହୋଇଛି। ଆମେରିକା ପ୍ରଥମରେ ଥିବାବେଳେ ଦ୍ୱିତୀୟରେ ରହିଛି ବ୍ରାଜିଲ । ଏହାପରେ ତୃତୀୟ ସ୍ଥାନରେ ଭାରତ ରହିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 97 ହଜାର 413ରେ ପହଞ୍ଚିଛି । ସେହିପରି ଦେଶରେ କରୋନ ଜନିତ ମୃତ୍ୟୁସଂଖ୍ୟା 19 ହଜାର 693କୁ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 24 ହଜାର 248ଜଣ ଆକ୍ରାନ୍ତ ହୋଇଥିବାବେଳେ 425ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ଆକ୍ଟିଭ୍ କେସ୍ 2 ଲକ୍ଷ 53 ହଜାର 287 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 4 ଲକ୍ଷ 24…
କେଦାର ମିଶ୍ର ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତର କରୋନା ସଂଘର୍ଷ କ୍ଷେତ୍ରରେ ଅନେକ ସୁବିଧା ରହିଥିଲା। ଭାରତରେ ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ଚୀନ, ଦକ୍ଷିଣ କୋରିଆ, ଇରାନ, ଇଟାଲି ଓ ସ୍ପେନରେ କରୋନାର ଭୟାବହତା ଆମେ ଦେଖି ସାରିଥିଲୁ। ଭାରତରେ ସଂକ୍ରମଣର ପ୍ରାଥମିକ ପର୍ଯ୍ୟାୟ ବେଳକୁ ଆମେରିକାରେ କରୋନା ବ୍ୟାପକ ହେବା ଆରମ୍ଭ କରିଥିଲା। ଏପ୍ରିଲ ଓ ମଇ ମାସରେ ଆମର ସଂକ୍ରମଣ ସ୍ତର ସେତେବେଶୀ ବଢି ନ ଥିଲା, ତାର କାରଣ ଲକ ଡାଉନ ନୁହେଁ, ବରଂ ଅଳ୍ପ ପରୀକ୍ଷା ଯୋଗୁଁ ଆମର ସଂକ୍ରମଣ ହାର କମ ଜଣା ପଡୁଥିଲା। ଏପ୍ରିଲ ୩୦ ତାରିଖ ସୁଦ୍ଧା ଆମେ ମାତ୍ର ୯ ଲକ୍ଷ ଲୋକଙ୍କର ପରୀକ୍ଷା କରିଥିଲେ। ଅଥଚ ଏହା ଥିଲା ଲକ ଡାଉନର ସବୁଠୁ ସଫଳ ପର୍ଯ୍ୟାୟ। ଲୋକେ ଘରୁ ପଦାକୁ ବାହାରିବା ଲାଗି ସେତେବେଳେ ସଂପୂର୍ଣ୍ଣ କଟକଣା ରହିଥିଲା। ଲକ ଡାଉନ ସମୟରେ ଆମର ଦୁଇଟି ବଡ…
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମୀର୍ଜାପୁର ଗାଁରେ ଗତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନିଜଣଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ମା’ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାପା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ଶିକ୍ଷୟିତ୍ରୀ ତରୁଲତା ବିଶ୍ୱାଳ। ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଓ ଝିଅ ଗୁରୁତର ହୋଇଛନ୍ତି । ତେବେ ଏହି ଆକ୍ରମଣ ପଛରେ କାହା ହାତ ଅଛି ଓ କିଏ, କାହିଁକି ଏପରି ଆକ୍ରମଣ କଲା ତାହା ଅସ୍ପଷ୍ଟ ରହିଛି।
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ 11ତାରିଖରୁ ପୁଣି ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। ଭାରତରୁ ଆମେରିକା ମଧ୍ୟରେ ଜୁଲାଇ 17ତାରିଖ ଭିତରେ ଚଳାଚଳ କରିବ ପ୍ରାୟ 36ଟି ଏୟାର ଇଣ୍ଡିଆ ବିମାନ। ବନ୍ଦେ ଭାରତ ମିଶନ୍ରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶକୁ ଫେରାଇ ଅଣାଯିବ। ଏୟାର ଇଣ୍ଡିଆ ୱେବସାଇଟରୁ କାଲି ରାତି 8ଟା ପରଠୁ ଟିକେଟ୍ ଉପଲବ୍ଧ ହେବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଏୟାର ଇଣ୍ଡିଆ। ଏହା ପୂର୍ବରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ବନ୍ଦେ ଭାରତ ମିଶନରେ ବିଭିନ୍ନ ଦେଶରୁ ପ୍ରବାସୀ ଭାରତୀୟଙ୍କୁ ଅଣାଯାଇଥିଲା। ମହାମାରୀ କରୋନା କଟକଣା ପାଇଁ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ବିମାନ ସେବା ବନ୍ଦ ରହିଛି।
ଚୌଦ୍ବାର : କଟକ ଚୌଦ୍ବାର ଜେଲ୍ର ଜଣେ ଓ୍ବାର୍ଡର କରୋନା ସଂକ୍ରମିତ । ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଡ୍ୟୁଟି ବେଳେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଜଣେ କଏଦୀଙ୍କ ଚିକିତ୍ସା ବେଳେ 4ଜଣ ଓ୍ବାର୍ଡର ଡ୍ୟୁଟି କରିଥିଲେ । ଡ୍ୟୁଟି କରିଥିବା 4 ଓ୍ବାର୍ଡରଙ୍କ ମଧ୍ୟରୁ ଜଣଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ଚୌଦ୍ବାର ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର । ଏହାପରେ ଜେଲ୍ ଓ ବାରାକ୍ ଷ୍ଟାଫ୍ଙ୍କ ସ୍ବାବ ଟେଷ୍ଟ ପାଇଁ ପ୍ରଶାସନକୁ ଚିଠି ଲେଖିଛନ୍ତି ଜେଲ୍ ଅଧୀକ୍ଷକ। ସେହିପରି ନୂଆ ଅନ୍ତେବାସୀଙ୍କୁ ଜେଲ୍ ପ୍ରବେଶ ପୂର୍ବରୁ ସ୍ବାବ ଟେଷ୍ଟ ହେବ ବୋଲି ସୂଚନା ରହିଛି ।
ଭିନ୍ଦ(ମଧ୍ୟପ୍ରଦେଶ): ଦୃଢ ଇଚ୍ଛାଶକ୍ତି ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଏହା ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ଭିନ୍ଦ ଜିଲ୍ଲା ଅଜନୋଲ ଗାଁର ୧୫ ବର୍ଷର ଜଣେ ଝିଅ। ଝିଅଟିର ନାଁ ରୋଶନୀ। ଆଉ ପ୍ରକୃତରେ ସେ ନିଜ ନାଁର ଯଥାର୍ଥତା ପ୍ରତିପାଦିତ କରିଛନ୍ତି। ଦୈନିକ ୨୪ କିଲୋମିଟର ସାଇକେଲରେ ଯିବା ଆସିବା କରି ସ୍କୁଲରେ ପାଠ ପଢନ୍ତି ରୋଷନୀ। ଆଉ ଶେଷରେ ଦଶମ ବୋର୍ଡ ପରୀକ୍ଷାରେ ୯୮.୫ ପ୍ରତିଶତ ମାର୍କ ରଖି ଟପ୍ ଟେନରେ ସ୍ଥାନ ପାଇଛନ୍ତି ସେ। ରୋଶନୀଙ୍କର ଏହି ସଫଳତାରେ ତାଙ୍କ ଗାଁ ଆଜି ଗର୍ବିତ। ତାଙ୍କ ବାପା ଜଣେ ଚାଷୀ। ହେଲେ ତାଙ୍କର ପାଠପଢାର ନିଶା ଏତେ ଜୋର ଥିଲା ସେ, ଖରା ବର୍ଷା ଶୀତ କେବେ ବି ସ୍କୁଲ ଯିବା ବନ୍ଦ କରିନାହାଁନ୍ତି। ବୋର୍ଡ ପରୀକ୍ଷାରେ ସଫଳତା ପରେ ସେ ଏବେ ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି। ରୋଶନୀ ତାଙ୍କ ଗାଁର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ…
ନୂଆଦିଲ୍ଲୀ: ଦିଲ୍ଲୀରେ ମୋଟ ସାଂସଦ ଅଛନ୍ତି ୧୦ ଜଣ। ଲୋକସଭାର ସମସ୍ତ ୭ ଜଣ ଯାକ ସାଂସଦ ହେଉଛନ୍ତି ଶାସକ ବିଜେପିର। ୩ ଜଣ ଯାକ ରାଜ୍ୟସଭା ସାଂସଦ ହେଉଛନ୍ତି ଆମ୍ ଆଦମୀ ପାର୍ଟିର। ହେଲେ ଏମାନଙ୍କୁ ଆଜି ଭେଟି ଦାବିପତ୍ର ଦେବାକୁ ଯାଇଥିଲେ ଦିଲ୍ଲୀ କଂଗ୍ରେସର ସଭାପତି ଅନିଲ କୁମାର ଚୌଧୁରୀ। ହେଲେ କାର କିମ୍ବା ମୋଟରସାଇକେଲ ନୁହେଁ, ସେ ସାଇକେଲରେ ଦିଲ୍ଲୀ ସାରା ବୁଲି ସମସ୍ତ ସାଂସଦଙ୍କ ଘରେ ପହଞ୍ଚି ଯାଇଥିଲେ। ତୈଳ ଦର ବୃଦ୍ଧିର ପ୍ରତିବାଦ କରି ଏକ ପତ୍ର ସମସ୍ତ ସାଂସଦଙ୍କୁ ଦେଇଥିଲେ। ଦାବି କରିଥିଲେ ଯେ, ସାଂସଦମାନେ ନିଜ ନିଜ ଦଳର ସରକାରଙ୍କୁ ଜଣାଇ ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ରୀୟ ଶୁଳକ ଓ ଭାଟ୍ କମାଇବାକୁ ଦାବି ଉପସ୍ଥାପନ କରନ୍ତୁ। ଭାଟ୍ ଉଠିବା ଦ୍ବାରା ସାଧାରଣ ଲୋକେ କିଛିଟା ଆଶ୍ବସ୍ତ ହେବେ। ହେଲେ କେବଳ ବିଜେପିର ମନୋଜ ତିୱାରୀ ଏବଂ ଆପ୍ ର…
ନୂଆଦିଲ୍ଲୀ: ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ମୁଖ୍ୟତଃ ସୋସିଆଲ ମିଡିଆରେ ହିଁ ଜୋରଦାର ହେବ। କରୋନା ସଂକ୍ରମଣ ଯଦି ଜାରି ରହେ, ତେବେ ସବୁ ଦଳ ସୋସିଆଲ ମିଡିଆ ଜରିଆରେ ହିଁ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବେ। ଏବେ ସୁଦ୍ଧା ରାଜ୍ୟରେ ହେଉଥିବା ସୋସିଆଲ ମିଡିଆ ପ୍ରଚାରରେ ବିଜେପି ଅନ୍ୟ ସବୁ ଦଳଠାରୁ ଆଗରେ ରହିଛି। ଅବଶ୍ୟ ଜନତା ଦଳ (ସଂଯୁକ୍ତ) ବି ବିଜେପି ଭଳି ସୋସିଆଲ ମିଡିଆର ବ୍ୟବହାର କରୁଛି ଏବଂ ଭର୍ଚୁଆଲ ରାଲି ଆୟୋଜନ କରୁଛି। ଦେଶବ୍ୟାପୀ ୬୦ଟି ଭର୍ଚୁଆଲ ରାଲି ସଫଳତାର ସହ ଆୟୋଜନ କରିବା ପରେ ବିଜେପି ଏବେ ବିହାର ଉପରେ ଫୋକସ୍ କରିଛି। ଏଥିପାଇଁ କେବଳ ବିହାରରେ ୯ ହଜାର ୫୦୦ ଆଇଟି ସେଲ୍ ମୁଖ୍ୟ ନିଯୁକ୍ତ କରିଛି। ଏମାନେ ସମସ୍ତେ ଆସନ୍ତା ବିଧାନସଭା ନିର୍ବାଚନ ସମୟରେ ଦଳ ପାଇଁ ପ୍ରଚାର କରିବେ। ଏହାବାଦ୍ ବିଜେପି ନିର୍ବାଚନ ମଣ୍ଡଳୀର…
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ବାଣପୁର ବ୍ଲକ ସାନହନ୍ତୁଆଡ଼ ଗାଁର ଅରୁଣିମା କ୍ଲବ୍ ହାତକୁ ନେଇଛି ଏକ ନିଆରା କାର୍ଯ୍ୟକ୍ରମ। ଆଜିଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମର ପ୍ରଥମ ଦିନରେ ତିନିଟି ପଞ୍ଚାୟତ ଗାଲୁଆ, ବିଷ୍ଣୁଡିହ, କୁମାରଙ୍ଗରେ ସରପଞ୍ଚ ଓ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା ସମାଜସେବୀ ଓ ସମାଜସେବିକା ମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଗାଲୁଆ ସରପଞ୍ଚ ପ୍ରତିନିଧି ଚିତ୍ତରଂଜନ ସାମନ୍ତରାୟ, ବିଷ୍ଣୁଡିହ ସରପଞ୍ଚ ଶେଷଦେବ ପ୍ରଧାନ, କୁମାରାଙ୍ଗ ସରପଞ୍ଚ ମନୋଜ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ଆୟୋଜକ ଅରୁଣିମା କ୍ଲବ ପକ୍ଷରୁ ସଭାପତି ଶେଷଦେବ ବରାଳ, ଉପଦେଷ୍ଟା ମୁକୁନ୍ଦ ମହାନ୍ତି, ମୁଖ୍ୟ ଉପଦେଷ୍ଟା ପର୍ଶୁରାମ ପଟ୍ଟନାୟକ, ସଂଯୋଜକ ଦୀପକ ଜେନା, ବରିଷ୍ଠ ଉପଦେଷ୍ଟା ବସନ୍ତ ବରାଳ, ନିରଞ୍ଜନ ପ୍ରଧାନ, ଗିରିଜା ପ୍ରସାଦ ନାୟକ ବର୍ମା, ସଂପାଦକ ସୁନିଲ ପାଇକରାୟ, ସତ୍ୟନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଗକୁ କ୍ଲବ ପକ୍ଷରୁ ବାଣପୁର ବ୍ଲକର ଅନ୍ୟ…
ପିଣ୍ଟୁ ବିଶୋୟୀ ବେଗୁନିଆପଡା: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ କରୋନା ସଂକ୍ରମଣ ସାମ୍ନାକୁ ଆସିବାରେ ଲାଗିଛି। ଏଥିଲାଗି ବିଭିନ୍ନ ପଞ୍ଚାୟତ ଗୁଡିକୁ ସରପଞ୍ଚମାନେ ସଟଡାଉନ ଘୋଷଣା କରିଛନ୍ତି। ତେବେ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମରେ ସାତ କରୋନା ପଜେଟିଭ ଚି଼ହ୍ନଟ ହେବା ପରେ ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ। ଏଥିସହ ତାଳସର ପଞ୍ଚାୟତର ଗୋପାଳପୁର, ଭାବିନୀପୁର, ତାଳସର ଓ ସଣ୍ଡମୂଳ ପଞ୍ଚାୟତର ରାହାଡା ଏବଂ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ଼, ଫାରକାପଲି ଓ କୁମ୍ଭାରଗାଁ ପଞ୍ଚାୟତର ତାଳଗାଁକୁ ବଫର ଜୋନ ଭାବେ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ। ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରଯାଇଛି। ଏଥି ସହ ଆଜି ହଂସତୁଳି ଗ୍ରାମକୁ କୋଦଳା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ…
କଟକ, କରୋନା ମୁକାବିଲା ପାଇଁ ମଙ୍ଗଳବାରଠାରୁ କଟକରେ ଆରମ୍ଭ ହେବ ଆଣ୍ଟିଜେନ୍ ଟେଷ୍ଟ। ସବୁ ରୋଗୀଙ୍କର କୋଭିଡ ଟେଷ୍ଟ ପରେ ନୂଆ ରୋଗୀ ଆଡମିଶନ କରିବାକୁ ସ୍ଥିର ହୋଇଛି। ମଙ୍ଗଳବାରଠାରୁ ଗୁରୁତର ରୋଗୀଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ। ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏସସିବି ଓ କ୍ୟନସର ହସ୍ପିଟାଲରେ କରୋନା ପଜିଟିଭ ସଂଖ୍ୟା ବଢୁଥିବା ଦୃଷ୍ଟିରୁ ବସିଥିବା ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସଟଡାଉନ ବେଳେ ଜରୁରୀ ନଥିଲେ ହସ୍ପିଟାଲ ଆଉଟଡୋର ନଆସିବାକୁ ରୋଗୀଙ୍କୁ ପରାମର୍ଶ ଦିଆଯାଇଛି। ସଟଡାଉନ ସମୟରେ ଦୁଇ ହସ୍ପିଟାଲକୁ ବିଶୋଧନ କରାଯିବ। ବୈଠକ ପରେ ସ୍ବାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଜୟନ୍ତ ପଣ୍ଡା ଏହି ସୂଚନା ଦେଇଛନ୍ତି। ପଜିଟିଭଙ୍କ ସଂଖ୍ୟା ବଢୁଥିବାରୁ କଟକ ସହରରେ 8 ତାରିଖ ଯାଏଁ ସଟ୍ ଡାଉନ୍ ଲାଗୁ କରାଯାଇଛି।
ଭୁବନେଶ୍ବର, ମିଳିତ ଜାତିସଂଘରେ ନୀତି ଅଧିକାରୀ ଭାବେ ଯୋଗଦେଇ ରାଜ୍ୟ ପାଇଁ ଗୌରବ ଆଣିଥିବା ଓଡ଼ିଆ ଝିଅ ବୈଶାଳୀ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ବୈଶାଳୀ ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ରେ ଶ୍ରେଷ୍ଠ ଗ୍ରାଜୁଏଟ ବିବେଚିତ ହୋଇ ରାଜ୍ୟ ପାଇଁ ଗୌରବ ଆଣିବା ପରେ ଏବେ ଜୁଲାଇ ୧ରୁ ଜାତିସଂଘର ନୀତି ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ପଦରେ ନିଯୁକ୍ତି ପାଇବାରେ ସେ ପ୍ରଥମ ଓଡ଼ିଆ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବୈଶାଳୀ ୨୦୧୮ରେ ୟୁଏନ୍ ମିସନ୍ରେ ଓଆଇଏମ୍ ଅଧିକାରୀ ଭାବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ କାମ କରୁଥିଲେ। ପୂର୍ବତନ ମୁଖ୍ୟଯନ୍ତ୍ରୀ ରାଧାବିନୋଦ ମହାନ୍ତି ଓ ମହିଳା ସାମାଜିକ କର୍ମୀ ତଥା ଲେଖିକା ମାନସୀ ପ୍ରଧାନଙ୍କ ଝିଅ ବୈଶାଳୀଙ୍କ ଜନ୍ମ ପୁରୀରେ। ପୁରୀର ବ୍ଲେସ୍ଡ ସେକ୍ରାମେଣ୍ଟ ହାଇସ୍କୁଲ୍ ଓ ଭୁବନେଶ୍ବରର କିଟ୍ ଇଣ୍ଟରନାସନାଲ ସ୍କୁଲ୍ରୁ ସ୍କୁଲ୍ଶିକ୍ଷା ଶେଷ କରି ସେ ଦିଲ୍ଲୀର ଲେଡି…
ଚଣ୍ଡିଗଡ଼, ପଂଜାବର ଲୁଧିଆନା ସେଣ୍ଟ୍ରାଲ ଜେଲରେ 26 ଜଣ ଅନ୍ତେବାସୀ ରବିବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍ବାବ ନମୁନା ପରୀକ୍ଷା ପୂର୍ବରୁ ସେମାନଙ୍କ ନିକଟରେ କୋଭିଡ-19ର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ପଜିଟିଭ ରିପୋର୍ଟ ଆସିବା ପରେ ସେମାନଙ୍କୁ ଜେଲର ଏକ ସ୍ବତନ୍ତ୍ର ବାରାକରେ ରଖାଯାଇଛି। ଏହି ଘଟଣା ଜଣା ପଡ଼ିବା ପରେ ଅନ୍ୟ 32 ଜଣ ଅନ୍ତେବାସୀଙ୍କୁ ନିକଟରେ ଥିବା ଅନ୍ୟ ଏକ ଜେଲର ସ୍ବତନ୍ତ୍ର ସେଲକୁ ପଠାଇ ଦିଆଯାଇଛି। (ଏଜେନସୀ)
ଭୁବନେଶ୍ବର, ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରୁ ଆଉ 290 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 99 ଓ ଗଜପତିରୁ 56 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଝାରସୁଗୁଡ଼ାରୁ 33, କଟକ ଓ ନବରଙ୍ଗପୁରରୁ 16 ଲେଖାଏଁ ସୁସ୍ଥ ହୋଇଥିବାର ସୂଚନା ମିଳିଛି। ବାଲେଶ୍ବରରୁ 15,ସମ୍ବଲପୁରରୁ 11, ଖୋର୍ଦ୍ଧାରୁ 10 ସୁସ୍ଥ ହୋଇଛନ୍ତି । ମୟୂରଭଞ୍ଜରୁ 8, କେନ୍ଦୁଝର ଓ ପୁରୀରୁ 6 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଜଗତସିଂହପୁରରୁ 5 ଓ ନୟାଗଡ଼ରୁ 3 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବରଗଡ଼ ଓ କୋରାପୁଚରୁ 2 ଲେଖାଏଁ, ଯାଜପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।ଏହାକୁ ମିଶାଇ ଆଜିଯାଏଁ ରାଜ୍ୟରେ ମୋଟ 6 ହଜାର 224 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆଦିଲ୍ଲୀ : 1984 ମସିହାର ଶିଖ୍ ଦଙ୍ଗା ମାମଲାରେ 10 ବର୍ଷର କାରଦାଣ୍ଡ ଭୋଗୁଥିବା ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବଙ୍କ ତିହାର ଜେଲ୍ରେ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 70 ବର୍ଷ ବୟସ ହୋଇଥିଲା । ମହେନ୍ଦ୍ର ପାଲମ୍ ବିଧାନସଭା କ୍ଷେତ୍ରରୁ ବିଧାୟକ ହୋଇଥିଲା । ଏବଂ 84 ମସିହା ଦଙ୍ଗା ମାମଲାରେ ସିବିଆଇ ଦ୍ବାରା ତଦନ୍ତ କରାଯିବା ଯିବା ପରେ ଏକ ମାମଲାରେ ସେ ଦୋଷୀ ହୋଇଥିଲେ। କୋର୍ଟ ତାଙ୍କୁ 10 ବର୍ଷ ପାଇଁ ସଜ୍ଜା ଶୁଣାଇଥିଲେ । ତେବେ ତିହାର୍ ଜେଲ୍ରେ ଏହା ହେଉଛି କରୋନା ଯୋଗୁଁ ଦ୍ବିତୀୟ ମୃତ୍ୟୁ । ମିଳିଥିବା ସୂଚନା ଅନୁସାରେ ମହେନ୍ଦ୍ର ଯାଦବ ତିହାଡ ଜେଲ୍ର ସବ୍ ଜେଲ୍ ମଣ୍ଡୋଲୀ ଜେଲ୍ରେ ଜେଲ ନମ୍ବର 14ରେ ବନ୍ଦୀ ରହିଥିଲେ । ପୂର୍ବରୁ ଏହି ଜେଲ୍ରେ କ୍ବଓ୍ବର ସିଂ ନାମକ ଜଣେ କଏଦୀର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ…
ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଖପାଖରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲା ପାଇଁ ଅରେଞ୍ଜ ଆଉ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଦେବଗଡ଼ମୟୂରଭଞ୍ଜ, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡିରେ ପ୍ରବଳ ବର୍ଷିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଭଦ୍ରକ ଓ ଯାଜପୁରରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
ଭୁବନେଶ୍ବର : ଖଣ୍ଡଗିରି, ଉଦୟଗିରି ସମେତ 9ଟି ଐତିହ୍ୟ କୀର୍ତ୍ତିରାଜି ଏବେ ଖୋଲିବନି ବୋଲି ସୂଚନା ରହିଛି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଜୁଲାଇ 31 ପର୍ଯ୍ୟନ୍ତ ଖୋଲିବନି ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏହି ସମସ୍ତ କୀର୍ତ୍ତିରାଜିକୁ ନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ଏଏସ୍ଆଇ ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଦେଇଛନ୍ତି । ଆସନ୍ତା 6ରୁ ଐତିହ୍ୟ କୀର୍ତ୍ତିରାଜି ଖୋଲିବାକୁ କହିଥିଲେ ଏଏସ୍ଆଇ ଓଡ଼ିଶା ସର୍କଲ । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରାଜ୍ୟରେ ସର୍ବମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 9 ହଜାର ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଅନ୍ଲକ୍ 2.0ରେ ଧାର୍ମିକ ଅନୁଷ୍ଠାନକୁ ଜୁଲାଇ 31 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଶ୍ରାବଣ ମାସରେ ଆୟୋଜିତ…
କଟକ : କଟକ ସହରରେ ଆଜି 74 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ 46 ସରକାରୀ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ 28 ଜଣ ହୋମ୍ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଆଉ 38 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ ସରକାରୀ କ୍ବାରେଣ୍ଟିନ୍ରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ତିନି କରୋନା ଯୋଦ୍ଧା ରହିଛନ୍ତି । ହୋମ୍ କ୍ବାରେଣ୍ଟାଇନ୍ରୁ ମାଳିସାହିରୁ ସର୍ବାଧିକ 13 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଣିକ ଘୋଷ ବଜାରରୁ11 ଜଣ, ସିଡିଏରୁ 3 ଜଣ, ବମ୍ଫକୁଦରୁ ଜଣେ ଚିହ୍ନଟ ହୋଇଛନ୍ତି । ନୂତନ 74ଜଣ ଚିହ୍ନଟ ପରେ କଟକ ସହରରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 190ରେ ପହଞ୍ଚିଛି । କଟକ ସହରରୁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 22 ଜଣ । ଏବେ ସୁଦ୍ଧ କଟକ ସହରରେ 166ଟି ସକ୍ରିୟ ମାମଲା ରହିଛି ।

