ଭୁବନେଶ୍ବର : ଜୟଦେବ ଭବନରେ କମିଶନରେଟ୍ ପୋଲିସ୍ର ଚଢାଉ । ଜୟଦେବ ଭବନ ଓମ୍ଫେଡ୍ ବୁଥ୍ ନିକଟରେ ଖଟି କରୁଥିବାରୁ ଚଢାଉ। କରୋନା ଗାଇଡଲାଇନ୍ ନ ମାନି ଖଟି କରୁଥିବାରୁ ଚଢାଉ । 12 ଜଣଙ୍କଠାରୁ 5 ହଜାର ଟଙ୍କା ଜରିମାନା ଆଦାୟ କରିଛି ପୋଲିସ୍ । ସୂଚନାଯୋଗ୍ୟ, ଦେଶରେ ଅନ୍ଲକ୍ 2.0 ଜାରି ହେବା ପରେ ରାଜ୍ୟସରକାର ମଧ୍ୟ ଅନଲକ2.0କୁ ନେଇ ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି । ଏହି କ୍ରମରେ କରୋନା ସ୍ଥିତିକୁ ଦେଖି ଜିଲ୍ଲାଗୁଡିକୁ ଜୋନ୍1 ଓ ଜୋନ୍ 2ରେ ବିଭକ୍ତ କରିବା ସହ ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯାଉଛି । ସେହିପରି ସର୍ବସାଧାରଣ ସ୍ଥାନରେ 7ରୁ ଏକାଠି ହେବାକୁ ମଧ୍ୟ ବାରଣ କରାଯାଇଛି । ବିଏମ୍ସି ଓ ବିଡିଏ ପକ୍ଷରୁ ଗତ ତିନିଦିନ ମଧ୍ୟରେ ସାମାଜିକ ଉଲ୍ଲଂଘନ…
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରେ ଆଜି 495 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 355ଜଣ ଚିହ୍ନଟ ହୋଇଥିବାବେଳେ 140ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 8ହଜାର 601କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 2 ହଜାର 853ଜଣ । ସେହିପରି ସୁସ୍ଥ ହୋଇଛନ୍ତି 5 ହଜାର 705ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 29ଜଣ । ସେହିପରି 8 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 48 ହଜାର 315କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 18 ହଜାର 655କୁ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ ସର୍ବାଧିକ 22 ହଜାର 771 ଜଣ ଆକ୍ରାନ୍ତ ହୋଇଥିବାବେଳେ 442ଜଣ ମୃତବରଣ କରିଛନ୍ତି । ଦେଶରେ ମୋଟ୍ ଆକ୍ଟିଭ୍ କେସ୍ 2 ଲକ୍ଷ 35 ହଜାର 433 ଜଣ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 3 ଲକ୍ଷ 94 ହଜାର 226ଜଣ। ମହାରାଷ୍ଟ୍ରରେ ସର୍ବାଧିକ 1 ଲକ୍ଷ 92 ହଜାର 990ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁସଂଖ୍ୟା 8376କୁ ବୃଦ୍ଧି ହୋଇଛି । ସେହିପରି ଦିଲ୍ଲୀରେ 2ହଜାର 923ଜଣ, ଗୁଜୁରାଟରେ 1 ହଜାର 904ଜଣ, ତାମିଲନାଡୁରେ 1…
ପାଟନା : ଶ୍ରାବଣ ମାସ ଉପନୀତ । ଏହି ମାସରେ ଶିବଶଙ୍କରଙ୍କ ଜଳଲାଗି ବା କାଉଡି ଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ କରୋନା ମହାମାରୀ ଯୋଗୁଁ ଏହି ଯାତ୍ରା ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି ବିହାର ସରକାର । ବିହାରରେ କରୋନା ସଂକଟକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ରାଜଧାନୀ ପାଟନା ସହର କରୋନା ସଂକ୍ରମଣ ପ୍ରଭାବିତ ଅଞ୍ଚଳ ଭାବେ ଉଭା ହୋଇଛି । ଏପରି ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ସାଓ୍ବନ ମାସରେ ଶିବ ମନ୍ଦିରରେ ଭିଡକୁ ରୋକିବା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ପାଟନା ଜିଲ୍ଲାରେ ରହିଥିବା ସମସ୍ତ ଶିବ ମନ୍ଦିରରେ ସାଓ୍ବନ ଉପଲକ୍ଷେ ମେଳା, ଜଳାଭିଷେକ ଓ କାଉଡି ଯାତ୍ରା ଆଦି ଆୟୋଜନା କରାଯାଇଥାଏ । କିନ୍ତୁ କରୋନା ସଂକଟକୁ ଦୃଷ୍ଟିରେ ରଖି ବିହାର ସରକାର ମନ୍ଦିରଗୁଡିକୁ ଅଗଷ୍ଟ 4ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ।…
ପୁରୀ, ଗତକାଲି ପ୍ରତିଷ୍ଠିତ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କ ପରଲୋକରେ ସାରା ଦେଶର ଚଳଚିତ୍ର ପ୍ରେମୀଙ୍କୁ ଆଘାତ ଦେଇଛି। ସେହିପରି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମଧ୍ୟ ଏହା ବ୍ୟତିଥ କରିଛି। ତେବେ ସୁଦର୍ଶନ ପୁରୀ ବେଳାଭୂମିରେ ସରୋଜଙ୍କ ସ୍ଥାପତ୍ୟ ନିର୍ମାଣ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ସୁଦର୍ଶନ ତାଙ୍କ କଳାରେ ଏକ ସିନେମା ରିଲ ଭିତରେ ସରୋଜଙ୍କ ଏକ ରଂଗୀନ ସ୍ଥାପତ୍ୟ ନିର୍ମାଣ କରିଛନ୍ତି। ଗତକାଲି ତାଙ୍କ ଦେହାନ୍ତ ପରେ ଗୋଟିଏ ଫଟୋ ବେଶ ଭାଇରାଲ ହୋଇଥିଲା। ସେହି ଫଟୋଟିରେ ସରୋଜ ମେରୁନ କଲରର ଚୁଡିଦାର ସହିତ ସବୁଜ ରଂଗର ଓଢଣୀ ପକାଇଥିଲେ। ସୁଦର୍ଶନ ସେହି ଫଟୋଟିର ଅବିକଳ ନକଲ ତାଙ୍କ ବାଲୁକା କଳାରେ ଫୁଟାଇ ପାରିଛନ୍ତି।
ପିପିଲି, ଆଜି ବିଜେଡି ନେତା, ପୂର୍ବତ୍ତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜନ୍ମଦିନ। ମହାରଥୀ 1955 ମସିହା ଜୁଲାଇ 4 ତାରିଖରେ ପୁରୀ ଜିଲ୍ଲାରେ ଜନ୍ଣ ଗ୍ରହଣ କରିଥିଲେ।
କେଦାର ମିଶ୍ର “ଏଠି ଆଜ୍ଞା କେହି କାହା କଥା ମାନୁ ନାହାନ୍ତି। ପ୍ରଶାସନ ଡାଳେ ଡାଳେ ଗଲେ, ଲୋକେ ପତ୍ରେ ପତ୍ରେ ଯାଉଛନ୍ତି। ସବୁ ସାହାଣମେଲା ହେଇ ପଡିଛି। କଣ୍ଟେନମେଣ୍ଟ କହିଲେ ଲୋକ ବୁଝୁଛନ୍ତି, ଖାଲି ବାଉଁଶ ବାଡ ପଡିଛି, ହେଲେ ଭିତରେ ସବୁ ମୁକୁଳା। ସେଥିରେ କରୋନା ଅଟକିବ କେମିତି?”- ଗଞ୍ଜାମ ଦିଗପହଣ୍ଡିରୁ ଜଣେ ଅଧ୍ୟାପକଙ୍କର ଇଏ ହେଉଛି ଆଖି ଦେଖା ବିବରଣୀ। ଓଡିଶାରେ ଗଞ୍ଜାମ ଜିଲା ଏବେ କରୋନା ଆକ୍ରାନ୍ତଙ୍କର ସବୁଠୁ ବଡ ହଟସ୍ପଟ ପାଲଟିଛି। ରାଜ୍ୟର ମୋଟ ୮୧୦୬ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ଭାଗ ହେଉଛି ୧୮୫୦। ପାଖାପାଖି ୧୮% ଆକ୍ରାନ୍ତ କେବଳ ଗୋଟିଏ ଜିଲାରୁ ବାହାରିଛନ୍ତି। ତେବେ ମୃତ୍ୟୁ ସଂଖ୍ଯାରେ ଗଞ୍ଜାମ ସ୍ଥିତି ଅତ୍ୟନ୍ତ ଉଦବେଗଜନକ। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯ ରହିଥିବା ବେଳେ ସେଥିରୁ ସର୍ବାଧିକ ୧୭ ଜଣ ଗଞ୍ଜାମର। ରାଜ୍ୟର ୫୯% କାରୋନାଜନିତ ମୃତ୍ୟୁ କେବଳ ଗଞ୍ଜାମ ଜିଲ୍ଲାରୁ ରିପୋର୍ଟ ହୋଇଛି।…
ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଅଂଚଳରେ ମଦକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗାଁରେ ଶୁକ୍ରବାର ବିଳମ୍ବିତ ରାତି ମଦ ବିକ୍ରିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଦ ବିକ୍ରିକୁ ବିରୋଧ କରିଥିବାରୁ ମଦ ମାଫିଆର 8 ଜଣ ସହଯୋଗୀ ଉନ୍ମତ୍ତ କାଣ୍ଡ କରିଛନ୍ତି । ଗୁରୁତର ଆହତମାନଙ୍କ ମଧ୍ୟରୁ 3 ଜଣଙ୍କୁ ଖଲ୍ଲିକୋଟ ଦୁଇ ଜଣଙ୍କୁ ବ୍ରହ୍ମପୁର ଓ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନଥିବାର ସୂଚନା ରହିଛି ।
ପୁରୀ, ଆଜି ହେଉଛି ରସଗୋଲା ଦିବସ। ଏହି ଦିବସଟି ମିଠା ବ୍ୟବସାୟୀଙ୍କ ପାଇଁ ଯେତିକି ଗୁରୁତ୍ବ, ଜଗନ୍ନାଥ ପ୍ରେମୀଙ୍କ ପାଇଁ ସେତିକି ଗୁରୁତ୍ବ। କାରଣ ଆଜି ମା ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ପ୍ରଦାନ କରିବେ। ଏହି ପରଂପରା କାହିଁ କେଉଁ କାଳରୁ ଜଗନ୍ନାଥ ସଂସ୍କୃତିରେ ପ୍ରଚଳିତ ହୋଇ ଆସୁଛି। ପ୍ରତି ବର୍ଷ ପ୍ରଭୁଙ୍କ ନୀଳାଦ୍ରୀବିଜେ ବେଳେ ଏହି ପର୍ବ ପାଳିତ ହୋଇଥାଏ। ପରଂପରା ଅନୁସାରେ ପ୍ରତିବର୍ଷ ରଥଯାତ୍ରାରେ ତିନିଠାକୁର ଶ୍ରୀମନ୍ଦିର ପରିତ୍ୟାଗ କରି ଗୁଣ୍ଡିଚା ମନ୍ଦିର ଆସିଥାନ୍ତି। ଏହି ସମୟରେ ମା ଲକ୍ଷ୍ମୀଙ୍କୁ ଜଗନ୍ନାଥ ସାଥୀରେ ଆଣନ୍ତି ନାହିଁ। ଫଳରେ ମା ଲକ୍ଷ୍ମୀ ରାଗିଯାଇ ପ୍ରଭୃଙ୍କ ରଥକୁ ଭାଙ୍ଗି ଦିଅନ୍ତି। ମା ଙ୍କ ଏପରି ରାଗ ଦେଖି ପ୍ରଭୁ ମନ୍ଦିର ପ୍ରତ୍ୟାବର୍ତ୍ତନ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ରାଗକୁ ଶାନ୍ତ କରାନ୍ତି। ରସଗୋଲା ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ…
ବାଙ୍କୀ: କଟକ ଜିଲ୍ଲା ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍ରୁ ଜଣେ ଯୁବକ ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଥିବାର ସୂଚନା ରହିଛି। ନିଖୋଜ ଯୁବକ ଜଣକ ସୁଣ୍ଠିପାଳ ଗ୍ରାମର ବନମାଳୀ ରାଉତ ବୋଲି ସୂଚନା ରହିଛି । ଯୁବକଙ୍କ ବୟସ 25 ବର୍ଷ ହେବ ବୋଲି ସୂଚନା ରହିଛି । କେଉଁ କାରଣ ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ। ନିଖୋଜ ଯୁବକଙ୍କୁ ଖୋଜିବା ନିମନ୍ତେ ଅଗ୍ନିଶମ ବିଭାଗର 2ଟି ଟିମ୍ ନିୟୋଜିତ ଥିବା ବେଳେ ତାଙ୍କ ପତ୍ତା ମିଳି ପାରିନି।
ସମ୍ବଲପୁର : ଆସନ୍ତା 11 ତାରିଖ ଯାଏଁ ବନ୍ଦ ରହିବ ଭିସୁଟ୍ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ କର୍ତ୍ତୃପକ୍ଷ ବନ୍ଦ ଘୋଷଣା କରିଛନ୍ତି । ସମସ୍ତ କର୍ମଚାରୀଙ୍କୁ ହେଡ୍ କ୍ବାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ରହିଛି । ନିୟମ ଉଲ୍ଲଂଘନ କଲେ ଶୃଙ୍ଖାଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ ବୋଲି ସୂଚନା ରହିଛି । ହେଡ୍କ୍ବାର୍ଟର ବାହାରେ କର୍ମଚାରୀ ଥିଲେ ସେମାନେ ଫେରିବା ପରେ ହୋମ୍ କ୍ବାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ରହିଛି । ସୂଚନାଯୋଗ୍ୟ, ଭିସୁଟ୍ର ଜଣେ ଅଧ୍ୟାପିକାଙ୍କ ସ୍ବାମୀ କରୋନାରେ ପ୍ରାଣ ହରାଇବା ପରେ ଭିସୁଟ୍କୁ ଗତ ଜୁନ୍ 30 ତାରିଖରେ କରୋନା ଦିନକ ପାଇଁ ବନ୍ଦ କରି ଦିଆଯାଇ ଭିସୁଟ୍ ପରିସରକୁ ବିଶୋଧନ କରାଯାଇଥିଲା । ସଂପୃକ୍ତ ଅଧ୍ୟାପିକାଙ୍କ ସ୍ୱାବ ମଧ୍ୟ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଭିସୁଟ୍କୁ…
ଭୁବନେଶ୍ୱର : ଚଳିତ ମାସର ସାପ୍ତାହିକ ସଟଡାଉନର ଆଜି ହେଉଛି ପ୍ରଥମ ଦିନ । ଆସନ୍ତାକାଲି ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲା ସଟଡାଉନ ରହିବ । କରୋନା ଭାଇରସ ସଂକ୍ରମଣ ପାଇଁ ଲାଗୁ ହୋଇଥିବା ସାପ୍ତାହିକ ସଟଡାଉନ ସମୟରେ କୌଣସି ଦୋକାନ ବଜାର ଖୋଲିବ ନାହିଁ । ଏ ନେଇ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସଟଡାଉନ ନିୟମ ପାଳନ ପାଇଁ ଜଣାଇଛନ୍ତି । ଅନଲକ୍ 2.0ରେ ରାଜ୍ୟକୁ 2ଟି ଜୋନ ଭାବେ ବିଭକ୍ତ କରିଛନ୍ତି ରାଜ୍ୟ ସରକାର ।ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର କରୋନା ସଂକ୍ରମଣ ଅଧିକ ଥିବା ଜିଲ୍ଲାକୁ ଜୋନ୍1ରେ ପର୍ଯ୍ୟାଭୁକ୍ତ କରି ସପ୍ତାହାନ୍ତ ସଟ୍ଡାଉନ୍ ପାଇଁ ଘୋଷଣା କରିଥିଲେ । ଏହି ଜୋନ-1ରେ ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ମୟୂରଭଂଜ, ଜଗତସିଂହପୁର, ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର ଓ ଯାଜପୁର ଜିଲ୍ଲାକୁ ରଖାଯାଇଥିଲା । ଯେଉଁ ସବୁ ଜିଲ୍ଲାରେ 50ରୁ ଅଧିକ କରୋନା ସକ୍ରିୟ ମାମଲା ରହିଥିଲା,…
ବିଜନ କୁମାର ମହାପାତ୍ର ବିଗତ ଦିନଗୁଡିକରେ ଆମଠାରୁ ବିଦାୟ ନେଇଛନ୍ତି ସିନେମା ଦୁନିଆର ବହୁ ଖ୍ୟାତନାମା ହସ୍ତୀ। ଋଷି କପୁର, ଇରଫାନ ଖାନ ଓ ସଂଗୀତଜ୍ଞ ଓା୍ୱଜିଦ, ନିର୍ଦ୍ଦେଶକ ବାସୁ ଚାଟାର୍ଜୀ, ଉଦୀୟମାନ ଅଭିନେତା ସୁଶାନ୍ତ ସିଂହ ରାଜପୁତ ପ୍ରମୁଖଙ୍କ ବିିୟୋଗର ଦୁଃଖ ଯାଇ ନ ଥିଲା ବେଳେ ଏବେ ଆଉ ଜଣେ ଖ୍ୟାତନାମା କଳାକାର ଆରପାରିକୁ ଚାଲିଯାଇଛନ୍ତି। ବଲିଉଡର ଖ୍ୟାତନାମା ଓ ଲୋକପ୍ରିୟ କୋରିଅଗ୍ରାଫର ଓ ନୃତ୍ୟ ନିର୍ଦ୍ଦେଶିକା ସରୋଜ ଖାନ ଆଉ ନାହାନ୍ତି। ୭୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଭାରତୀୟ ଫିଲ୍ମର ଏହି ମହାନ କୋରିଓଗ୍ରାଫର। ଏହି କିମ୍ବଦନ୍ତୀ କୋରିଓଗ୍ରାଫରଙ୍କ ମୃତ୍ୟୁ ସହ ହିନ୍ଦି ସିନେମା ନୃତ୍ୟ କ୍ଷେତ୍ରରେ ଏକ ଯୁଗର ଅବସାନ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବଲିଉଡର ମାଷ୍ଟରଜୀ ନାମରେ ଜଣାଶୁଣା ସରୋଜ ଖାନ ନିଜର ୪୦ ବର୍ଷ କ୍ୟାରିଅର ମଧ୍ୟରେ ପାଖାପାଖି ୨ ହଜାର ଫିଲ୍ମ ଗୀତର ଥିଲେ କୋରିଓଗ୍ରାଫର। ଶେଷଥର…
ପୁରୀ, ଆଜି ସନ୍ଧ୍ୟାରେ ପୁରୀ ବଡଦାଣ୍ଡରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ବାହୁଡାଯାତ୍ରା ପରେ ରଥରେ ସଂଲଗ୍ନ ଦେବୀ ଦେବତାଙ୍କୁ ମହାପ୍ରଭୁଙ୍କ ଅଧରଲାଗି ପଣା ସମର୍ପଣ କରା ଯାଇଥାଏ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଧର ସ୍ପର୍ଶ କରୁଥିବା ବିଶାଳ ମାଟି ପାତ୍ରରେ ସୁସ୍ଵାଦୁ ପଣା ଭୋଗ ପରେ ଏହି ପାତ୍ରସବୁକୁ ରଥ ଉପରେ ଭାଙ୍ଗି ଦିଆଯାଏ। ପରମ୍ପରା ଅନୁସାରେ ଏହା ରଥର ପାର୍ଶ୍ଵ ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ। ଏହାପରେ ନୀଳାଦ୍ରୀବିଜେରେ ତିନି ଠାକୁର ଶ୍ରୀମନ୍ଦିର ବିଜେ କରିବେ।
ଚେନ୍ନାଇ, : ତାମିଲନାଡୁ ଶୁକ୍ରବାର ପର୍ଯ୍ୟନ୍ତ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି ବୋଲି ତାମିଲନାଡୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି। ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁରେ ୪୩୨୯ ଜଣ ବ୍ୟକ୍ତି କରୋନା ଭାଇରସ୍ ପାଇଁ ପଜିଟିଭ୍ ବାହାରିଥିଲେ ଓ ଏହା ପରେ ରାଜ୍ୟରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୦୨,୭୨୧ ରେ ପହଞ୍ଚିଛି। ତାମିଲନାଡୁରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ ମୃତ୍ୟୁବରଣ କରିବା ପରେ ରାଜ୍ୟର କାରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୮୫ ରେ ପହଞ୍ଚିଛି। (ଆଇଏଏନଏସ)
କୋଲକାତା, : ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟି ସାଂସଦ ତଥା ଅଭିନେତ୍ରୀ ଲକେଟ୍ ଚାଟାର୍ଜୀ ଶୁକ୍ରବାର ଦିନ କୋଭିଡ -19 ପାଇଁ ପଜିଟିଭ୍ ବୋଲି ଜଣା ପଡିଛି। ହୁଗଲିରୁ ବିଜେପି ଲୋକସଭା ସଦସ୍ୟ ଥିବା ଶ୍ରୀମତି ଚାଟାର୍ଜୀ ଶୁକ୍ରବାର ଅପରାହ୍ନରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଟୁଇଟ୍ କରି କହିଛନ୍ତି ଯେ ମୁଁ ଆଜି ସକାଳେ କୋଭିଡ୍ -19 ପାଇଁ ପଜିଟିଭ୍ ପରୀକ୍ଷା କରିଛି। ସାମାନ୍ୟ ଜ୍ୱରରେ ଆକ୍ରାନ୍ତ ହୋଇ ଗତ ଏକ ସପ୍ତାହ ଧରି ସେ ନିଜକୁ ଅଲଗା କରି ରଖିଥିଲେ।
ନୂଆଦିଲ୍ଲୀ,: ଶୁକ୍ରବାର ସନ୍ଧ୍ୟାରେ ରାଜସ୍ଥାନର ଅଲୱାର ଜିଲ୍ଲାରେ ରିଚ୍ଟର ସ୍କେଲରେ 4.7 ମାପ ବିଶିଷ୍ଟ ଏକ ଭୂକମ୍ପ ଘଟିଛି। ଦିଲ୍ଲୀ ଏବଂ ଅନ୍ୟ ସଂଲଗ୍ନ ଅଞ୍ଚଳରେ ମଧ୍ୟ ଏହାର କମ୍ପନ ଅନୁଭୂତ ହୋଇଥିଲା। ରାତି 7 ଟାରେ ଘଟିଥିବା ଏହି ଭୂକମ୍ପ ଭୂପୃଷ୍ଠରୁ 35 କିଲୋମିଟର ଗଭୀରରେ ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ କ କୌଣସି କ୍ଷୟକ୍ଷତି ର ସୂଚନା ନାହିଁ। (ଆଇଏଏନଏସ)
ଭୁବନେଶ୍ୱର ତା ୩.୭- ଓଡ଼ିଶା ସରକାର ଭୂମିହୀନ ଚାଷୀଙ୍କପାଇଁ ପୁଣି ବଳରାମ ଯୋଜନା ନାମରେ ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନା ଏକ ନିର୍ବାଚନୀ ଧୂଆଁ ବାଣ ବୋଲି କହି ଓଡିଶା ପ୍ରଦେଶ କଂଗ୍ରେସ କମିଟି ଏହି ଯୋଜନାକୁ କଟାକ୍ଷ କରିଛି। ପ୍ରକାଶ ଥାଉ କି ଏହି ଯୋଜନାରେ ଆଗାମୀ ୨ ବର୍ଷ ଭିତରେ ୭ଲକ୍ଷ ଚାଷୀ ପରିବାର ୧ ହଜାର ୪୦କୋଟି ଟଙ୍କାର ଋଣ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଠିକ ୧୯ ନିର୍ବାଚନ ପୂର୍ବରୁ ସରକାର କାଳିଆ ନାମରେ ଏକ ଯୋଜନା ପ୍ରଣୟନ କରିଥିଲେ । ଏଥିରେ ୭୫ଲକ୍ଷ ଚାଷୀ ପରିବାରଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ସାହାଯ୍ୟ ଦେବାପାଇଁ ଘୋଷଣା କରିଥିଲେ । ଅଦ୍ୟାବଧି ସରକାର ଏହି ଯୋଜନାରେ ୪୨ଲକ୍ଷ ଚାଷୀ ପରିବାରଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି । ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ ଥିବାର ପ୍ରମାଣ ମିଳିବାପରେ ସରକାର ସେମାନଙ୍କଠାରୁ…
ଭୁବନେଶ୍ବର, ରାଜ୍ୟ ବାହାର ଶ୍ରମିକଙ୍କୁ ଭୁବନେଶ୍ବରରେ କୌଣସି କାମରେ ନିୟୋଜିତ କରିବା ଉପରେ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ବିଏମସି ରୋକ୍ ଲଗାଇଛି। ରାଜ୍ୟ ବାହାରୁ ଆସିଥିବା 34 ଜଣ ଶ୍ରମିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ଏପରି ପଦକ୍ଷେପ ନେଇଛି। ଏପରିକି ରାଜ୍ୟର ପାଞ୍ଚଟି ହଟସ୍ପଟ୍ ଅଞ୍ଚଳର ଶ୍ରମିକଙ୍କ ଉପରେ ମଧ୍ୟ କଟକଣା ଲଗାଯାଇଛି। ଜୁଲାଇ ଶେଷ ସୁଦ୍ଧା ରାଜ୍ୟ ବାହାର ଏବଂ ହଟସ୍ପଟ ଅଞ୍ଚଳର କୌଣସି ଶ୍ରମିକଙ୍କୁ କାମରେ ନଲଗାଇବା ପାଇଁ କଣ୍ଟ୍ରାକଟର ଓ ଠିକାଦାରମାନଙ୍କୁ ନିର୍ଦେଶ ଦେଇଛି ବିଏମସି । ଏପଟେ ଗୋଟିଏ ପରିବାରର ପାଞ୍ଚ ଜଣ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ଶୁକ୍ରବାର ଦିନ ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି। ସୁବାସ ନଗରକୁ କଣ୍ଚେନମେଣ୍ଟ ମୁକ୍ତ କରିଛି ।
ନୂଆଦିଲ୍ଲୀ, ଜୁଲାଇ 31 ତାରିଖ ଯାଏଁ ଉଡ଼ିବନି ଅନ୍ତର୍ଜାତୀୟ ବିମାନ । ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ DGCA ଶୁକ୍ରବାର ଦିନ ଏନେଇ ଏକ ସର୍କୁଲାର ଜାରି କରିିଛି । ଦେଶରେ କରୋନା ସ୍ଥିତି ଦୃଷ୍ଟିରୁ ଅନ୍ତର୍ଜାତୀୟ କମର୍ସିଆଲ ବିମାନ ଚଳାଚଳ ବାତିଲ ଆଦେଶକୁ ଜୁଲାଇ 31 ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ସପ୍ତାହକ ତଳେ ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ ଆଦେଶକୁ ଜୁଲାଇ 15 ଯାଏଁ ବଢାଯାଇଥିଲା । ତେବେ ଆବଶ୍ୟକତାକୁ ଦେଖି DGCA କିଛି ନିର୍ଦ୍ଦିଷ୍ଟ ରୁଟ୍ ରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦିଆଯାଇପାରେ ବୋଲି ସର୍କୁଲାରରେ କୁହାଯାଇଛି । କୋଭିଡ ଭୂତାଣୁ ରୋକିବା ଲାଗି ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା ପରେ ମାର୍ଚ୍ଚ 25ରେ ବିମାନ ସେବା ବାତିଲ କରି ଦିଆଯାଇଥିଲା ।
ନୂଆଦିଲ୍ଲୀ, ତୈଳ ଦର ବୃଦ୍ଧିରେ ବିରତି। ବିଗତ 27 ଦିନ ମଧ୍ୟରୁ 22 ଦିନ ଲଗାତର ପେଟ୍ରୋଲ ଓ ଡିଜେଲ ଦର ବଢିବା ପରେ ଏବେ ଚାରିଦିନ ହେଲା ଏଥିରେ ବିରାମ ଲାଗିଛି । ତୈଳ କମ୍ପାନିଗୁଡ଼ିକ ଗତ ତିନି ଦିନ ପରି ଆଜି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରଖିଛନ୍ତି । ଶୁକ୍ରବାର ଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା 80 ଟଙ୍କା 43 ପଇସା ଏବଂ ଡିଜେଲ ଦର ଲିଟର ପିଛା 80 ଟଙ୍କା 53 ପଇସା ରହିଛି । ଯଦି ଅନ୍ତର୍ଜାତୀୟ ବଜାରରେ ଦର କମ୍ ରହେ, ତେବେ ଆଗାମୀ ଦିନରେ ତୈଳ ଦର କମିବାର ସମ୍ଭାବନା ରହିଛି । ଜୁନ୍ 7 ତାରିଖ ପରଠାରୁ 22 ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା 9 ଟଙ୍କା 17 ପଇସା ଏବଂ ଡିଜେଲ ଦର 11ଟଙ୍କା 14 ପଇସା ବଢିଛି…

