ଭୁବନେଶ୍ବର : ଆସନ୍ତା ଜୁନ୍ 22 ସୁଦ୍ଧା ରଥ କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏ ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାର ବିଚାର କରି ଓଡିଶା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ରଥ ନିର୍ମାଣ ତ୍ବାରାନ୍ବିତ ଗତିରେ ଚାଲିଥିବା ନେଇ ଏଜିଙ୍କ ରିପୋର୍ଟ ପରେ ହାଇକୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ କାରଣରୁ ରଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିବା ବେଳେ ଗୃହ ବିଭାଗର ଅନୁମତି ପରଠାରୁ ସାମାଜିକ ଦୂରତ୍ବ ସହିତ ରଥ କାମ ଆରମ୍ଭ କରାଯାଇଛି ।
Author: Samikhsya Bureau
ଭୁବନେଶ୍ବର : ଭୁବନେଶ୍ବର ଅନ୍ତର୍ଗତ ବାପୁଜୀ ନଗର ମାର୍କେଟ୍କୁ ସିଲ୍ କରି ଦିଆଯାଇଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଏମ୍ସି ପକ୍ଷରୁ ଏହି ମାର୍କଟ୍କୁ ସିଲ୍ କରିଦିଆଯାଇଛି । ଜରୁରୀ ସାମଗ୍ରୀ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । । ବିଏମ୍ସି ଡେପୁଟୀ ଜେନେରାଲ ଅଂଶୁମାନ ରଥ ଏହି ସୂଚନା ଦେଇଛନ୍ତି । ବାପୁଜୀ ନଗର ମାର୍କେଟ୍ରେ ସାମାଜିକ ଦୂରତ୍ବର ଉଲ୍ଲଂଘନ କରାଯାଉଥିବା ଅଭିଯୋଗର ବିଏମ୍ସି ପକ୍ଷରୁ ଏହାକୁ ସିଲ୍ କରି ଦିଆଯାଇଛି ।
ନୂଆଦିଲ୍ଲୀ : କରୋନାରେ ପ୍ରାଣ ହରାଇଥିବା ଜଣେ ଶିକ୍ଷୟିତ୍ରୀଙ୍କ ପରିବାରକୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଦିଲ୍ଳୀ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଙ୍ଗଳବାର ଦିନ ଏହି ଘୋଷଣା କରିଛନ୍ତି । ଦିଲ୍ଲୀ ମହାନଗର ନିଗମ ସହିତ କାର୍ଯ୍ୟ କରୁଥିବା ଏହି ଶିକ୍ଷୟିତ୍ରୀ ଜଣକ କରୋନାରେ ଖାଦ୍ୟ ବଣ୍ଟନ କରୁଥିବା ସମୟରେ ପ୍ରାଣ ହରାଇଥିଲେ । ଖାଦ୍ୟ ବିତରଣ କରୁଥିବା ଏହି ଠିକା ଶିକ୍ଷୟିତ୍ରୀ ଜଣକ ମେ 2 ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମେ 4 ତାରିଖରେ ପ୍ରାଣ ହରାଇଥିଲେ । ଅର୍ଥ ଯଦିଓ ଜୀବନ ଠାରୁ ମୂଲ୍ୟବାନ ନୁହେଁ ତଥାପି କରୋନା ଯୋଦ୍ଧାଙ୍କମ ସମ୍ମାନରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି 8ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଲକ୍ଡାଉନ୍ର ତୃତୀୟ ପର୍ଯ୍ୟାୟ ଆସନ୍ତା 17 ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ମୋଦି ଏହାକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିପାରନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି । ଗତକାଲି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଆଜି ସମ୍ବୋଧିତ କରିବାକୁ ଯାଉଛନ୍ତି ମୋଦି । ଲକ୍ଡାଉନ୍ 3.0 ପରେ କଣ କଣ ନିୟମାବଳୀ ଲାଗୁ କରାଯିବ ତାହା ମୋଦି ସ୍ପଷ୍ଟ କରିବା ନେଇ ଆାଶ କରାଯାଉଛି । (ଏଜେନ୍ସି)
ଭଦ୍ରକ : ଭଦ୍ରକରେ 24 ଘଣ୍ଟିଆ କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ। ଭଦ୍ରକ ଚରମ୍ପା ଅଞ୍ଚଳରେ 24 ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି । ଆଜି ଦିନ 2ଟାରୁ ଆସନ୍ତାକାଲି ଦିନ 2ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ଡଗରାସାହି ସ୍କୁଲ ଛକରୁ ଗୁଣୁଣିଆ ବଜାର ଛକ ବଜାର ରାସ୍ତାରେ କର୍ଫ୍ୟୁ ଜାରି କରାଯାଉଛି। ପ୍ରବାସୀଙ୍କୁ ନେଇ 2ଟି ଟ୍ରେନ୍ ଆସୁଥିବାରୁ ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ଗ୍ରହଣ କରିବା ସହିତ କର୍ଫ୍ୟୁ ଜାରି କରିଛି । ଭଦ୍ରକ ଚରମ୍ପା ଷ୍ଟେସନରେ 500 ମିଟର ଅଞ୍ଚଳ ଭିତରେ କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ। ଯାତ୍ରୀଙ୍କ ସ୍କ୍ରିନିଂ କରାଯିବା ସହ ସେମାନଙ୍କ ସ୍ବାବ ସଂଗ୍ରହ କରାଯିବ। ସେହିପରି ଯାତ୍ରୀମାନଙ୍କ ନାମ ପଞ୍ଜୀକରଣ ହୋଇଛି କି ନାହା ତାହା ତଦାରଖ କରାଯିବ। ଏଠାରେ ପ୍ରାୟ 4ଟି ଜିଲ୍ଲାର ଯାତ୍ରୀମାନେ ପହଞ୍ଚିବେ। ଯାତ୍ରୀମାନଙ୍କ ଯିବା ପାଇଁ ଚାରୋଟି ଜିଲ୍ଲାର ଅଲଗା ଅଲଗା ବସ୍ର…
ଭୁବନେଶ୍ବର : ଆଜିଠୁ ପ୍ରଥମ ପର୍ଯ୍ୟାୟ ରେଳ ସେବା ଆରମ୍ଭ ହେଉଛି । ଲକ୍ ଡାଉନ୍ ଯୋଗୁଁ ଫସି ରହିଥିବା ଲୋକେ ନିଜ ନିଜ ରାଜ୍ୟକୁ ଯାଇପାରିବେ । ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ଗଡିବ ଟ୍ରେନ୍ । ସେହିପରି ଆସନ୍ତା କାଲିଠାରୁ ଭୁବନେଶ୍ବରରୁ ଦିଲ୍ଲୀକୁ ଟ୍ରେନ୍ ଗଡିବ । ପାସେଞ୍ଜର ଟ୍ରେନ୍ ଚଳାଚଳ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ରେଳଯାତ୍ରୀଙ୍କ ପାଇଁ ଗାଇଡ୍ ଲାଇନ୍ ପ୍ରସ୍ତୁତ ହେବ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ଯେଉଁମାନେ ଟ୍ରେନ୍ରେ ଆସିବେ ସେମାନେ ଗାଇଡ୍ ଲାଇନ୍ ମାନିବାକୁ ବାଧ୍ୟ ହେବେ। ଟ୍ରେନ୍ ଯୋଗେ ପ୍ରାୟ ଭିଆଇପି ମାନେ ଆସୁଛନ୍ତି, ସେମାନେ ନିଜ ସୁବିଧାରେ ଯିବେ । ଯେଉଁମାନେ ଯାଇପାରିବେନି ସରକାର ସେମାନଙ୍କ ପାଇଁ ବ୍ୟବସ୍ଥା କରିବେ। ସେହିପରି ଅନ୍ୟ ରାଜ୍ୟରୁ ଆସୁଥିବା ଲେକେ ପଞ୍ଜୀକରଣ କରିବାକୁ ବାଧ୍ୟ । ଯଦି…
ଭୁବନେଶ୍ବର: ଗ୍ରୀନ୍ ଜୋନ୍ରେ ବସ୍ ଚାଲିବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଗ୍ରୀନ୍ ଜୋନ୍ରେ ବସ୍ ଚାଲିବାର ବ୍ୟବସ୍ଥା କରାଯାଉଛି। କିନ୍ତୁ ଭଡା ଦୁଇଗୁଣ କରାଯିବ ବୋଲି ସୂଚନା ରହିଛି। ବସ୍ରେ ସାମାଜିକ ଦୂରତ୍ବକୁ ପାଳନ କରାଯିବା ପୂର୍ବକ ବସ୍ର କ୍ଷମତା ମୁତାବକ ସିଟ୍ରେ ଅଧା ଲୋକେ ବସିବାର ନିର୍ଦ୍ଦେଶ ରହିଥିବାରୁ କ୍ଷତି ହ୍ରାସ ପାଇଁ ଭଡା ଦୁଇଗୁଣା କରାଯିବ ବୋଲି ସୂଚନା ରହିଛି। ଭଡା ଦୁଇଗୁଣ ଦ୍ବାରା ମାଲିକମାନେ ଆଉ କ୍ଷତିଗ୍ରସ୍ତ ହେବେ ନାହିଁ। ସେପରି ଜରୁରୀ କାମ ଥିବା ଲୋକ ବି ଦୁଇଗୁଣ ଭଡା ଦେବାକୁ ପଛେଇବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ପରିବହନ ବିଭାଗ ପକ୍ଷରୁ ଗ୍ରୀନ୍ ଜୋନ୍ରେ ବସ୍ ଚାଲିବାକୁ ନେଇ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଦିନେ ଦୁଇ ଦିନ ଭିତରେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ଗ୍ରୀନ୍ ଜୋନ୍ରେ…
ଭୁବନେଶ୍ବର : କାଲିଠାରୁ କଟକ ଭୁବନେଶ୍ବର ମଧ୍ୟରେ ବସ୍ ଚାଲିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସରକାରୀ ଚାକିରିଆଙ୍କ ସୁବିଧା ପାଇଁ ଏହି ବସ୍ ଚାଲିବ। ସରକାରୀ ଚାକିରିଆଙ୍କ ପାଇଁ ଗୋଟିଏ ବସ୍ ଚଳାଇବେ ରାଜ୍ୟ ସରକାର । ରାଜ୍ୟ ସଡକ ପରିବହନ କର୍ତ୍ତୃପକ୍ଷଙ୍କ ଗୋଟିଏ ବସ୍ ଚାଲିବ ବୋଲି ସୂଚନା ରହିଛି । ଏହି ବସ୍ଟି ଅଫିସ୍ ଟାଇମ୍ରେ ଯା’ ଆସ କରିବ । ସରକାରୀ କର୍ମଚାରୀମାନେ ଏହି ବସ୍ରେ ଯିବା ଆସିବା କରିପାରିବେ । ଏନେଇ ଭଡା 30 ଟଙ୍କା ଧାର୍ଯ୍ୟ କରାଯାଇଛି ।
ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଦେଶ ସାରା ଲାଗୁ ରହିଛି ଲକ୍ ଡାଉନ୍ । ଏହି ଲକ୍ ଡାଉନ୍ରେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ପ୍ରବାସୀ ଶ୍ରମିକମାନେ । ଲକ୍ ଡାଉନ୍ ଯୋଗୁଁ ରୋଜଗାର ନ ଥିବାବେଳେ ପେଟ ପାଇଁ ନାନା ହଇରାଣ ହରକତ ହେଉଛନ୍ତି । ଏପରି ସମୟରେ ସେମାନେ ନିଜ ନିଜ ଭିଟାମାଟିକୁ ଫେରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଚାରିଆଡେ ଲକ୍ ଡାଉନ୍ ଚାଲିଥିବାବେଳେ ଯାତାୟତର ମାଧ୍ୟମ ମଧ୍ୟ ବନ୍ଦ ରହିଛି । ଏପରି ସମୟରେ କିଏ ଚାଲି ଚାଲି ତ କିଏ ଟ୍ରକ୍ ପଛରେ କିଏ ସାଇକେଲରେ ନିଜ ଗ୍ରାମକୁ ଫେରୁଛନ୍ତି । ତେବେ ଫେରିବା ସମୟରେ ଅନେକେ ଦୁର୍ଘଟଣାର ଶିକାର ହେଉଛନ୍ତି । ସେହିପରି ଘରକୁ ଫେରୁଥିବା ଚାରି ପ୍ରବାସୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଏହି ପ୍ରବାସୀଙ୍କ ମଧ୍ୟରେ ମା-ଝିଅଙ୍କ ସମେତ ଅନ୍ୟ ଦୁଇଜଣ ରହିଛି । ତିନି ପୃଥକ…
ଭୁବନେଶ୍ବର : ସୁରତ୍ ଫେରନ୍ତାଙ୍କୁ ନେଇ ଚିନ୍ତା ବଢୁଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ଅଧିକାଂଶ ସୁରତ ଫେରନ୍ତା ବୋଲି ଜଣାପଡିଛି ।କାଲିଠୁ ଏଯାବତ ଚିହ୍ନଟ 46 ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର। ଅଧିକାଂଶ ଆକ୍ରାନ୍ତ ସୁରତ ଫେରନ୍ତା ରହିଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ ସେଣ୍ଟରରେ 42 ଜଣ, କଣ୍ଟେନମେଣ୍ଟ ଜୋନ୍ର 2 ଜଣ ଓ ଅନ୍ୟ ସ୍ଥାନରୁ ଆଉ ଦୁଇ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି। 46ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 38 ଜଣ ସୁରତ ଫେରନ୍ତା ରହିଛନ୍ତି ବୋଲି ସୂଚନା ରହିଛି। ସେହିପରି ଗଞ୍ଜାମରୁ ସର୍ବାଧିକ 21 ଆକ୍ରାନ୍ତ ସୁରତ ଫେରନ୍ତା। ବୌଦ୍ଧ, କଟକ, ପୁରୀ, ମୟୂରଭଞ୍ଜର ଜଣେ ଲେଖାଏଁ ଆକ୍ରାନ୍ତ ସୁରତ ଫେରନ୍ତା। ସେହିପରି ଆଜି ଚିହ୍ନଟ ବାଲେଶ୍ବରର 15 ଆକ୍ରାନ୍ତଙ୍କ ମଧ୍ୟରୁ 13 ଜଣ ସୁରତ ଫେରନ୍ତା ରହିଥିବାବେଳେ ଜଣେ ପଶ୍ଚିମବଙ୍ଗ ଫେରନ୍ତା। ଯାଜପୁରର ଚିହ୍ନଟ 4…
ଅଜମେର : କରୋନା ସନ୍ଦେହରେ ଜଣେ ଯୁବକ ଆତ୍ମହତ୍ୟା କରିଥିବାର ଖବର ଶୁଣିବାକୁ ମିଳିଛି । ଜେଏଲ୍ଏନ୍ ହସ୍ପିଟାଲର କରୋନା ଓ୍ବାର୍ଡରେ ଭର୍ତ୍ତି ହୋଇଥିବା ଜଣେ ଯୁବକ କରୋନା ସନ୍ଦେହର ହସ୍ପିଟାଲ ଶୌଚାଳୟରେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । କରୋନା ସନ୍ଦେହରେ ଆତ୍ମହତ୍ୟା କରିଥିବା ଯୁବକ ଜଣକ ୟୁପିର ରାୟବରେଲୀର ବୋଲି ହୋଇଥିବାବେଳେ ତାଙ୍କର ବୟସ 30 ବର୍ଷ ବୋଲି ଜଣାପଡିଛି । ସେ ରବିବାର ସକାଳୁ ଗୁଜୁରାଟରୁ ନିଜ ଘର ରାୟବରେଲୀ ଯାଉଥିଲେ । ବସ୍ରେ ଯାଉଥିବା ସମୟରେ ଯୁବକଙ୍କୁ ଥଣ୍ଡା ଓ କାଶ ହୋଇଥିଲା । ଏହାପରେ ବସ୍ରେ ଥିବା ଯାତ୍ରୀମାନେ ତାଙ୍କୁ କରୋନା ପଜିଟିଭ୍ ଭାବି ତାଙ୍କୁ ପର୍ବତପୁରା ବାଇପାସ୍ ନିକଟରେ ପୋଲିସ୍ ହାତରେ ଜିମା ଦେଇଥିଲେ । ଏହାପରେ ପୋଲିସ୍ ତାଙ୍କୁ ଜେଏଲ୍ଏନ୍ ହସ୍ପିଟାଲ ନେଇଥିଲେ । ଏଠାରେ ତାଙ୍କୁ ବାରମ୍ବାର କାଶ ଓ ଥଣ୍ଡା ଥିବା ଯୋଗୁଁ କରୋନା…
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତ ସଂଖ୍ୟା ସତୁରୀ ହଜାର ଅତିକ୍ରମ କରିଛି ।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 3604ଟି ମାମଲା ସାମ୍ନାକୁ ଆସିଥିବାବେଳେ 87ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ସର୍ବମୋଟ୍ 70 ହଜାର 756ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି 46 ହଜାର 8 ଜଣ ଚିକିତ୍ସାଧୀନ ରହିଥିବାବେଳେ 22 ହଜାର 455 ଜଣ ସୁସ୍ଥ ହୋଇଛନ୍ତି ଓ 2293ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ 23 ହଜାର 401 ଜଣ ଆକ୍ରାନ୍ତ ଥିବାବେଳେ 868ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗୁଜୁରାଟରେ 513, ମଧ୍ୟପ୍ରଦେଶରେ 221, ପଶ୍ଚିମବଙ୍ଗରେ190, ରାଜସ୍ଥାନରେ 113, ଦିଲ୍ଲୀରେ 73, ଉତ୍ତରପ୍ରଦେଶରେ 80, ଆନ୍ଧ୍ରପ୍ରଦେଶରେ 45, ତାମିଲନାଡୁରେ 53, ତେଲେଙ୍ଗାନାରେ 30, କର୍ଣ୍ଣାଟକରେ 31, ପଞ୍ଜାବରେ 31, ଜମ୍ମୁକାଶ୍ମୀରରେ 10, ହରିୟାଣାରେ11, ବିହାରରେ 6, କେରଳରେ 4, ଝାଡଣ୍ଡରେ 3, ଓଡ଼ିଶାରେ 3, ଚଣ୍ଡୀଗଡରେ…
ଢେଙ୍କାନାଳ : ଢେଙ୍କାନାଳଠାରେ ଏକ ହାତୀ ଯୁବକଙ୍କୁ ଦଳି ଦେଇଥିବାର ସୂଚନା ମିଳିଛି । ବାଇକ୍ରେ ଯାଉଥିବାବେଳେ ଯୁବକଙ୍କୁ ଦଳି ଦେଇଛି ହାତୀ । ହିନ୍ଦୋଳ ରେଞ୍ଜ ଜାମୁଚକଡା ଗାଁରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ବାଇକ୍ରେ ଢେଙ୍କାନାଳ ହସ୍ପିଟାଲ ଯାଉଥିବାବେଳେ ହାତୀ ଦଳିଦେଇଥିବାର ଖବର ମିଳିଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ହିନ୍ଦୋଳ ରେଞ୍ଜ ସମେତ ଢ଼େଙ୍କାନାଳ ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଦେଖାଯାଉଛି । ହାତୀ ଆକ୍ରମଣରେ ପ୍ରତିବର୍ଷ ଅନେକ ଲୋକଙ୍କର ଜୀବନ ଯାଉଛି । କେବଳ ଢ଼େଙ୍କାନାଳ ଜିଲ୍ଲା ନୁହେଁ ବରଂ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ହାତୀ ଆକ୍ରମଣରେ ଲୋକେ ପ୍ରାଣ ହରାଉଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ପୁଣି 23 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାଲେଶ୍ବରରୁ ସର୍ବାଧିକ 15ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଓ ଯାଜପୁରରୁ ତିନିଜଣ ଲେଖାଏଁ ପୁରୀ ଓ ବୌଦ୍ଧରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 437କୁ ବୃଦ୍ଧି ହୋଇଛି । ଗତକାଲି37 ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ସକାଳୁ 23 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା 157ରେ ପହଞ୍ଚିଥିବାବେଳେ ବାଲେଶ୍ବରରେ ଏହା 57କୁ ବୃଦ୍ଧି ହୋଇଛି । ସେହିପରି ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 64ରେ ପହଞ୍ଚିଛି । ପୁରୀ ଓ ବୌଦ୍ଧରେ ଯଥାକ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା 4 ଓ 5କୁ ବୃଦ୍ଧି…
କୋଣାର୍କ : ଡଙ୍ଗା ଯୋଗେ ଚନ୍ଦ୍ରାଭାଗାରେ ପହଞ୍ଚିଛନ୍ତି 16 ମତ୍ସ୍ୟଜୀବୀ। ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ନିକଟ ଟୁନିରୁ ଡଙ୍ଗାରେ ଏହି ମତ୍ସ୍ୟଜୀବୀମାନେ ଫେରିଛନ୍ତି। ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରେ ପୁରୀ ପେଣ୍ଠକଟାର 5 ଜଣ ଓ ଚନ୍ଦ୍ରଭାଗା ନୋଳିଆ ସାହିର 11 ଜଣ ରହିଛନ୍ତି ବୋଲି ଜଣାପଡିଛି। ଏହି ମତ୍ସଜୀବୀମାନେ ଡଙ୍ଗା କିଣି ବିଶାଖପାଟଣାରୁ ରବିବାର ବାହାରିଥିଲେ ଆଜି ଭୋର ସମୟରେ ଚନ୍ଦ୍ରଭାଗାରେ ପହଞ୍ଚିଛନ୍ତି। ଲକଡାଉନ୍ ଯୋଗୁଁ ଦୀର୍ଘ ଦିନ ଧରି ଫସି ରହିଥିଲେ 16 ମତ୍ସ୍ୟଜୀବୀ। ତେବେ ସମସ୍ତ ମତ୍ସଜୀବୀଙ୍କୁ କୋଣାର୍କ ମେଡିକାଲ ପରିସରରେ ଥିବା କ୍ବାରେଣ୍ଟିନ୍ ସେଣ୍ଟରକୁ ପଠାଯାଇଛି। ସମସ୍ତ 16 ମତ୍ସଜୀବୀଙ୍କ ସ୍ବାବ୍ ପରୀକ୍ଷା କରାଯିବ ବୋଲି କହିଛନ୍ତି ତହସିଲଦାର।
ବାଲେଶ୍ବର : 48 ଘଣ୍ଟା ପାଇଁ ଖଇରା ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ବାଲେଶ୍ବର ଜିଲ୍ଲା ଖଇରା ପଞ୍ଚାୟତକୁ ଆଜି ସକାଳ 6ଟାରୁ ଖଇରା ପଞ୍ଚାୟତରେ 48 ଘଣ୍ଟା ପାଇଁ ଶଟ୍ଡାଉଊନ୍ ପାଇଁ ଘୋଷଣା କରିଛନ୍ତି ସରପଞ୍ଚ। ବହୁ ସଂଖ୍ୟାରେ ପ୍ରବାସୀ ଫେରୁଥିବାରୁ ସଂକ୍ରମଣ ଆଶଙ୍କାରେ ପଦକ୍ଷେପ ନିଆଯାଇଛି। ତେବେ ଏହି ସମୟରେ ଜରୁରୀକାଳୀନ ସେବା ଚାଲିବ। ଶଟ୍ ଡାଉନ୍ ନେଇ ପଞ୍ଚାୟତର ସମସ୍ତ ଗାଁରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି। ଏହି ସମୟରେ ଡାକ୍ତରଖାନା ଓ ଔଷଧ ଦୋକାନ ଖୋଲା ରହିବ ବୋଲି ଘୋଷଣା କରାଯାଇଛି।
କେଦାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଠିକ କହିଥିଲେ, କରୋନା ପୂର୍ବର ସମାଜ ଓ ପରବର୍ତ୍ତୀ ସମାଜ ଭିତରେ ଆକାଶ ପାତାଳ ପ୍ରଭେଦ ରହିବ। ତେବେ ତାଙ୍କ କଥା କରୋନା ପ୍ରକୋପ ସମୟରେ ହିଁ ସତ ହୋଇ ଯାଇଛି। କରୋନା ଭୂତାଣୁର ଭୟ ଭାରତୀୟ ସମାଜର ମାନସିକ ଚେହେରାକୁ ଅଧିକ କୃର ଓ ନିର୍ଦ୍ଦୟ କରି ଦେଇଛି। “ଆପେ ବଞ୍ଚିଲେ ବୋପାର ନାଁ” ବୋଲି ଓଡିଆରେ ଯେଉଁ କଥାଟି ରହିଥିଲା, ତାହା ଆଜି ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହୋଇଛି। କୋଟି କୋଟି ଲୋକ ଯେଉଁମାନେ ଖଟିଲେ ଖାଉଥିଲେ, ସେମାନେ ଆଜି ଭାରତୀୟ ସମାଜର ନୂଆ ଅପରାଧୀ। ସେମାନେ ଆଜି ଚୋରଙ୍କ ଭଳି ଲୁଚି ବୁଲୁଛନ୍ତି। ପୋଲିସର ଡର ଓ ନିଜ ଲୋକଙ୍କ ଘୃଣା, ତା ସହିତ ଜୀବିକା ଚାଲି ଯାଇଥିବାର ଦୁର୍ଭାଗ୍ୟ, ଏହାରି ଭିତରେ ପୂରା ଶ୍ରମଜୀବୀ ସମାଜ ଆଜି ଅପରାଧୀ ପାଲଟି ଯାଇଛି। ସେମାନେ ଲକ ଡାଉନର ନିୟମ…
ଭୁବନେଶ୍ୱର, ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ମୃତ୍ୟୁ ପରେ ତାଙ୍କ ଶରୀର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ଦାନ କରିବେ । ସୋମବାରେ ତାଙ୍କର ୯୯ ତମ ଜନ୍ମ ଦିବସ ଅବସରରେ ପଟ୍ଟନାୟକ ଏହି ଇଚ୍ଛା ବ୍ୟକ୍ତ କରିଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ବାସ ଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରିପ୍ରେକ୍ଷୀରେ ପଟ୍ଟନାୟକ ମନ୍ତ୍ରୀଙ୍କୁ ତାଙ୍କର ଏହି ଇଚ୍ଛା ଜଣାଇଥିଲେ। ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମଇ ୧୧ ତାରିଖରେ ପୁରୀ ଜିଲ୍ଲାର ନିମାପଡାଠାରେ ଜନ୍ମଗ୍ରହଣ କରିଥିଲେ। ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଥିବା ଶ୍ରୀ ପଟ୍ଟନାୟକ ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗଦାନ କରିଥିଲେ। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜଣେ ଅନ୍ତରଙ୍ଗ ସହଯୋଗୀ ଭାବେ ସେ…
ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର କରୋନା ସ୍ଥିତି ବଢିବାରେ ଲାଗିଛି, ଏପରି ପରିସ୍ଥିତିରେ ଲକ ଡାଉନ ହଟାଇବା ପରିବର୍ତ୍ତେ ବୃଦ୍ଧି କରାଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଭିଡିଓ କନଫ୍ରେସିଂ ବେଳେ ଏପରି ଦାବୀ କରିଛନ୍ତି 4ଟି ରାଜ୍ୟର ମୁଖ୍ୟମନ୍ତ୍ରୀ। ସେହି ରାଜ୍ୟଗୁଡିକ ହେଲା ପଶ୍ଚିମ ବଂଗ, ପଂଜାବ, ମହାରାଷ୍ଟ୍ର ଏବଂ ତେଲାଙ୍ଗାନା। ବର୍ତ୍ତମାନ ଲକଡାଉନ ଯୋଗୁଁ କରୋନା ଭାଇରସ ବ୍ୟାପିବାରେ ହ୍ରାସ ଘଟିଛି। ଏହି ଲକଡାଉନ ଠିକ କାମ ଦେଉଥିବାରୁ ଏହାକୁ ଆହୁରି ବୃଦ୍ଧି କରାଯାଉ ବୋଲି ଏହି 4 ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ କୋଭିଡ ମୁକାବିଲା ନେଇ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ, ବର୍ତ୍ତମାନ ତାଙ୍କ ରାଜ୍ୟର ସ୍ଥିତି ବହୁ ଖରାପ। ମୁଖ୍ୟତଃ ଗୋଷ୍ଠୀ ସଂକ୍ରାମଣ ହେବାରେ ଲାଗିଛି। ଯଦି ଲକଡାଉନ ନିର୍ଦ୍ଧାରିତ ସମୟରେ ଉଠାଇ ଦିଆଯାଏ…
ଭୁବନେଶ୍ବର : କରୋନା ଯୋଗୁଁ ଆବୁଧାବିରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଆବୁଧାବିରେ ସମ୍ପୃକ୍ତ ଯୁବକ ଲେବର ସୁପରଭାଇଜର କାମ କରୁଥିଲେ । ଆବୁଧାବି ଅଲ୍ ଏନ୍ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡେଥ୍ ସାର୍ଟିଫିକେଟ୍ ମିଳିଛି । ଡେଥ୍ ସାର୍ଟିଫିକେଟ୍ରେ ତାଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ଉଲ୍ଲେଖ ରହିଛି । ଯୁବକ ଜଣକ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ୍ ଚନ୍ଦନ ନଗରର ବୋଲି ଜଣାପଡିଛି ।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାକୁ ଗତ ତିନି ତାରିଖ ଠାରୁ ପ୍ରବାସୀ ଓଡ଼ିଆ ପର୍ଯ୍ୟାୟ କ୍ରମେ ଆସି ବିଭିନ୍ନ ବ୍ଲକରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବସ୍ଥାନ କରୁଛନ୍ତି। ଏହି କ୍ରମରେ ୧୦ ତାରିଖରେ ଆନ୍ଧ୍ରପ୍ରଦେଶରୁ ୨୬ଜଣ, ତାମିଲନାଡୁରୁ ୧୮ଜଣ, ତେଲେଙ୍ଗାନାରୁ ୨୯ଜଣ, ଝାଡଖଣ୍ଡରୁ ୪ଜଣ, ପଶ୍ଚିମବଙ୍ଗରୁ ୨୪ଜଣ, ମହାରାଷ୍ଟ୍ରରୁ ୪ଜଣ, ରାଜସ୍ଥାନରୁ ୧ଜଣ, ଉତ୍ତରପ୍ରଦେଶରୁ ୧ଜଣ, କର୍ଣାଟକରୁ ୨ଜଣ, ଭୁବନେଶ୍ବରରୁ ୩ଜଣ, ମୟୁରଭଞ୍ଜରୁ ୨ଜଣ, ଗଞ୍ଜାମରୁ ୧ଜଣ ଆସିଥିଲେ। ସମସ୍ତ ପ୍ରବାସୀଙ୍କର ସ୍ଥାନୀୟ ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ସ୍ୱାବ ସଂଗ୍ରହ କରାଯାଇ ଜିଲ୍ଲାରେ ଥିବା ବିଭିନ୍ନ କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ଜଗତସିଂହପୁର ପୌରାଞ୍ଚଳକୁ ୨ଜଣ, ଜଗତସିଂହପୁର ବ୍ଲକକୁ ୩୫ଜଣ, ବିରିଡି ବ୍ଲକକୁ ୪ଜଣ, ବାଲିକୁଦା ବ୍ଲକକୁ ୨୫ଜଣ, ନାଉଗାଁ ବ୍ଲକକୁ ୭ଜଣ, ରଘୁନାଥପୁର ବ୍ଲକକୁ ୩ଜଣ, ତିର୍ତ୍ତୋଲ ବ୍ଲକକୁ ୧୧ଜଣ, କୁଜଙ୍ଗ ବ୍ଲକକୁ ୯ଜଣ, ଏରସମା ବ୍ଲକକୁ ୧୪ଜଣ, ପାରାଦ୍ଵୀପ ପୌରାଞ୍ଚଳକୁ ୫ଜଣଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ…