Author: Samikhsya Bureau

ଭୁବନେଶ୍ବର, ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨ଲକ୍ଷ ୭୪ ହଜାର ୬ ଶହ ୭୨ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୭,୫୪୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୫୫୦୨ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ମୋଟ ୧୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨୭ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା୨,୦୦୮ ରହିଛି । ବର୍ତ୍ତମାନ ସୁଦ୍ଧା ୨,୧୫୭ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି। ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁଲାଇ ୧ରୁ ଜୁଲାଇ ୨ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୩ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୯ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୩ଟି…

Read More

ଭୁବନେଶ୍ବର, କୋଭିଡ୍‌-୧୯ ପରିସ୍ଥିତିରେ ରାଜ୍ୟରେ କୁକୁଡ଼ା ଚାଷକୁ ପ୍ରୋତ୍ସାହିତ କରିବା, ମାଂସ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି କରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ଲୋକମାନଙ୍କ ରୋଜଗାର ସୁଯୋଗ ସୃଷ୍ଟି ନିମନ୍ତେ ପ୍ରାଣୀସଂପଦ ବିଭାଗ ଦ୍ୱାରା ଅନେକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ରାଜ୍ୟ ଯୋଜନାରେ ୬୫୬ ଜଣ ଚାଷୀଙ୍କୁ ଅଣ୍ଡାଦିଆ କୁକୁଡ଼ା ଚାଷ ନିମନ୍ତେ ୪୦ ପ୍ରତିଶତ ରିହାତିରେ ପ୍ରୋତ୍ସାହନ ପ୍ରଦାନ କରାଯିବ। ୧୦୦୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଡିପ୍‌ଲିଟର ପଦ୍ଧତିରେ ଅଣ୍ଡାଦିଆ କୁକୁଡ଼ା ଚାଷ ପାଇଁ ୫୦ ପ୍ରତିଶତ ରିହାତିରେ ଋଣ ଯୋଗାଇ ଦିଆଯିବ ଏବଂ ୪୦ ପ୍ରତିଶତ ରିହାତିରେ ବ୍ରଏଲର କୁକୁଡ଼ା ଚାଷ ପାଇଁ ପ୍ରବାସୀ ଶ୍ରମିକ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

Read More

ଭୁବନେଶ୍ବର, ଦୈତନଗରୀ ଭୁବନେଶ୍ୱର ଓ କଟକବାସୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧୀ ଭୂତଳ କେବୁଲ୍‌ ଯୋଗେ ବିଦ୍ୟୁତ ସେବା ଯୋଗାଇଦେବା ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ୧୩୦୦ ମେଗାୱାଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ଶକ୍ତି ଚାହିଦା ପୂରଣ ହୋଇପାରିବ ଏବଂ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସମ୍ଭବ ହେବ । ଏହି ପ୍ରକଳ୍ପ ପାଇଁ ୧୬୦୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି ଓ ଆଗାମୀ ଡିସେମ୍ବର ମାସ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଗତ ଫନି ବାତ୍ୟା ବେଳେ ଭୁବନେଶ୍ବର କଟକରେ ବିଦ୍ୟୁତ ସେବା ପୁରା ବିପର୍ଯ୍ୟସ୍ତ ହୋଇ ପଡିଥିଲା। ଫଳରେ ମହାନଗରବାସୀ ଦୀର୍ଘଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଥିଲେ। ମୁଖ୍ୟତଃ ପ୍ରବଳ ବେଗରେ ପବନ ଯୋଗୁଁ ରାସ୍ତାରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥାଏ। ତାହାକୁ ଦୃଷ୍ଟିରେ ରଖି…

Read More

ଭୁବନେଶ୍ବର, ଓଡ଼ିଶାରେ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ପ୍ଲାଜ୍‌ମା ଥେରାପି ଉପଳବ୍ଧ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଚିକିତ୍ସା ପଦ୍ଧତି ନିରୁପଣ ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ। ଏହାର ସଫଳ ରୂପାୟନ ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତି, ଜନସଚେତନତା ସୃଷ୍ଟି ଓ ଏଥିରେ କେଉଁ ରୋଗୀ ଉପକୃତ ହେବେ ସେ ସଂପର୍କରେ କମିଟି ସବିଶେଷ ତଥ୍ୟ ପ୍ରଦାନ କରିବେ । ରାଜ୍ୟର ୪ଟି ପ୍ରମୁଖ ଚିକିତ୍ସାନୁଷ୍ଠାନ ଯଥା କଟକସ୍ଥିତ ଏସ୍‌ସିବି ମେଡିକାଲ୍‌ କଲେଜ, ଅଶ୍ୱିନୀ ହସ୍‌ପିଟାଲ୍‌ ଓ ଭୁବନେଶ୍ୱରର ସମ୍‌ ଓ କିମସ୍‌ ହସ୍‌ପିଟାଲ୍‌ରେ ପ୍ରାଥମିକ ସ୍ତରରେ ଏହି ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇ ଚିକିତ୍ସା ଆରମ୍ଭ କରାଯିବ। ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ଓଡିଶାର ଦୁଇ ପ୍ରମୁଖ ଡାକ୍ତରଖାନା ଆଚାର୍ୟ ହରିହର କର୍କଟ କେନ୍ଦ୍ର ଓ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଆଜି ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍କଟକେନ୍ଦ୍ରରେ ଆଜି ୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ବଡ ମେଡିକାଲରୁ ୧୧ ଜଣ ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି। ତେବେ କର୍କଟ କେନ୍ଦ୍ରର ଅବସ୍ଥା ଅତ୍ୟନ୍ତ ଉଦବେଗଜନକ ମନେ ହେଉଛି। ଗତ କିଛିଦିନ ଭିତରେ ଏହି କେନ୍ଦ୍ରରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ଗତ କିଛି ଦିନ ହେଲାଣି ଓଡିଶାର ବିଭିନ୍ନ ସ୍ୱାସ୍ଥ୍ୟକର୍ମୀ ଓ ପୋଲିସ କର୍ମୀ କାରୋନା ଦ୍ଵାରା ଆକ୍ରାନ୍ତ ହେଉଛନ୍ତି। କର୍କଟ ରୋଗୀଙ୍କ କ୍ଷେତ୍ରରେ କୋଭିଡ ସଂକ୍ରମଣ ମାରାତ୍ମକ ହୋଇଥିବାରୁ, ଏ କ୍ଷେତ୍ରରେ ଅଧିକ ସତର୍କତାର ଆବଶ୍ୟକତା ରହିଛି।

Read More

ମାଲାକାନାଗିରି ପୋଲିସ୍ କ୍ୟାଣ୍ଟିନ୍‌ରେ କାମ କରୁଥିବା ଜନୈକ ମହିଳାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ମାନାବାଧିକାରଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ । ଆଜି ଅବସରପ୍ରାପ୍ତ ଡିଜି ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ଅନୁସୂଚିତ ଜନଜାତି ବିଭାଗର ଜାତୀୟ ଉପସଭାପତି  ଶ୍ୟାମସୁନ୍ଦର ହାଂସଦାଙ୍କ ନେତୃତ୍ୱରେ ଏକ ୭ଜଣିଆ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିଶନଙ୍କ ଅଧ୍ୟକ୍ଷ ଶ୍ରୀ ଜଷ୍ଟିସ୍ ବି.ପି ଦାସଙ୍କୁ ଭେଟି ଏହି ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ ସମେତ ଦୋଷୀଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ପରିବାରଙ୍କୁ କ୍ଷତିପୂରଣ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ଗତ ୭ମଇ ୨୦୨୦ ରିଖ ଦିନ ପୋଲିସ୍ କ୍ୟାଣ୍ଟିନ୍‌ରେ କାମକରୁଥିବା ସଂପୃକ୍ତ ମହିଳା ମୁମୂର୍ଷ ଅବସ୍ଥାରେ ପଡିଥିବା ଅବସ୍ଥାରେ ତାଙ୍କ ସ୍ୱାମୀ ଦେଖିବାକୁ ପାଇଥିଲେ । ପତ୍ନୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ସହ ସମ୍ବେଦନଶୀଳ ଅଙ୍ଗରେ ଗଭୀର କ୍ଷତ ହୋଇଥିବା…

Read More

ରମେଶ ମହାନ୍ତି ଜଗତସିଂହପୁର : ଏବେ ଦେଶରେ ଅନଲକ୍‌ 2.0 ଜାରି ହୋଇଛି । ଏନେଇ ଗାଇଡଲାଇନ୍‌ ମଧ୍ୟ ଜାରି କରାଯାଇଛି । ଜାତୀୟ କାର୍ଯ୍ୟକାରିଣୀ କମିଟିର ନିର୍ଦ୍ଦେଶ କ୍ରମେ ଭରତ ସରକାରଙ୍କ ତରଫରୁ କଣ୍ଟେନମେଣ୍ଟ ଜୋନ ରେ ଲକ ଡାଉନ ଅବଧି କୁ ଜୁଲାଇ 31 ଯାଏ ବୃଦ୍ଧି ଏବଂ କଣ୍ଟେନମେଣ୍ଟ ଅଞ୍ଚଳ ବାହାରେ ଥିବା କଟକଣା କୁ କୋହଳ କରିବା ଏବଂ ରାଜ୍ୟ ସରକାରଙ୍କର ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଆସନ୍ତା 31 ଜୁଲାଇ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆ ଯାଇଛି । ତେବେ ରାଜ୍ୟ ସରକାର ମଧ୍ୟ ଅନ୍‌ଲକ୍‌ 2.0 ଜାରି କରିଛନ୍ତି । ଏହି କ୍ରମରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ମଧ୍ୟ ଅନଲକ୍‌ 2.0ର ନିୟମାବଳୀ ଜାରି କରାଯାଇଛି । ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଜାରି ହୋଇଛି ନିର୍ଦ୍ଦେଶାବଳୀ । ବିଭିନ୍ନ ନିର୍ଦ୍ଦେଶାବଳି ସହ ସାମାଜିକ ଦୁରତ୍ଵ କୁ କଡାକଡି ପାଳନ କରିବା…

Read More

ପୁରୀ : ଆଜି ପବିତ୍ର ଆଷାଢ ମାସ ଶୁକ୍କ ପକ୍ଷ ଏକାଦଶୀ ତିଥି । ବଡଦାଣ୍ଡରେ ତିନି ରଥ ଉପର ଶ୍ରୀଜୀଉଙ୍କ ଆକର୍ଷୀଣୀୟ ସୁନାବେଶ ଅନୁଷ୍ଠିତ ହୋଇଛି । ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ । ଆଜି ମଧ୍ୟାହ୍ନ ଧୂପ­ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କର ସୁନାବେଶ । ଭଣ୍ଡାର ଘରୁ ପୋଲିସ ପ୍ରଶାସନ ଏବଂ ଭଣ୍ଡାର ସେବକଙ୍କ ଦ୍ୱାରା ରଥକୁ ଆସିଥିଲା ମହାପ୍ରଭୁକଙ୍କର ମହଣ ମହଣ ସୁନା । ରଥ ଉପରେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଚତୁର୍ଦ୍ଧାମୂରତୀ। ମହଣ ମହଣ ସୁବର୍ଣ୍ଣରେ ନିର୍ମିତ ଶ୍ରୀପୟର ,ଶ୍ରୀଭୁଜ,କିରଟ,ଓଡ଼ିଆଣୀ ପ୍ରଭୃତି ଭିନ୍ନ ଭିନ୍ନ ସ୍ଵର୍ଣ ଅଳଙ୍କାରରେ ଅଳଙ୍କୃତ ହୋଇଛନ୍ତି ଶ୍ରୀଜିଉ। ବର୍ଷକୁ ପାଞ୍ଚଥର ଶ୍ରୀଜୀଉଙ୍କ ଏହି ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଥାଏ । ହେଲେ ରଥ ଉପରେ ଥରଟିଏ ଏହି ସୁନା ବେଶ ଅନୁଷ୍ଠିତ ହେଉଥିବାରୁ ଏହାର ମହତ୍ୱ ବେଶ୍‌ ଅଧିକ ରହିଛି | କିନ୍ତୁ ଚଳିତ ଥର କରୋନା ମହାମାରୀକୁ ଦୃଷ୍ଟିରେ…

Read More

ଭୁବନେଶ୍ବର : ଆସନ୍ତା ଜୁଲାଇ 13 ତାରିଖରୁ ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଆରମ୍ଭ ହେବ ଅନ୍‌ଲାଇନ୍‌ କ୍ଲାସ୍‌ । ଅନଲାଇନ୍‌ କ୍ଲାସ୍‌ ନେଇ ଗାଇଡଲାଇନ୍‌ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ପାଇଁ ଉଚ୍ଚଶିକ୍ଷା ସଚିବ ଗାଇଡଲାଇନ୍‌ ଜାରି କରିଛନ୍ତି । ଜୁଲାଇ 13ରୁ ଅନଲାଇନ କ୍ଳାସ ଆରମ୍ଭ ପାଇଁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗୁଗୁଲ୍‌ ମିଟ୍‌/ ଜୁମ୍‌/ ସ୍କାଇପ୍‌ ଜରିଆରେ କଲେଜ ପିଲାଙ୍କ ଅନ୍‌ଲାଇନ୍‌ କ୍ଲାସ ହେବ। ଦିନକୁ 2ରୁ 3 ଘଣ୍ଟା କ୍ଲାସ୍‌ ହେବ । ଅନ୍‌ଲାଇନ୍‌ କ୍ଲାସ କରୁଥିବା ପିଲାଙ୍କ ଉପସ୍ଥାନ ନେବେ ସମ୍ପୃକ୍ତ ଶିକ୍ଷକ । ହ୍ବାଟସ୍‌ଆପ୍‌ରେ ପିଲାଙ୍କ ଗ୍ରୁପ୍ ହେବ, ସର୍ବାଧିକ 32 ପିଲା ରହିବେ । ଘରେ ପଢିବାକୁ ହ୍ବାଟସ୍‌ଆପ୍‌/ ମେଲ୍‌ରେ ନୋଟସ୍‌ ଦେବେ ଶିକ୍ଷକ । ସପ୍ତାହକୁ ତିନି ଦିନ ପାଠ ପଢା ହେବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ, କରୋନା…

Read More

ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତକୁ ଦେଖି ରାଜ୍ୟ ସରକାର ପ୍ଲାଜମା ଥେରାପିକୁ ଆପଣେଇବାକୁ ଯାଉଛନ୍ତି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପ୍ଲାଜମା ଥେରାପିରେ ଚିକିତ୍ସା ପଦ୍ଧତି ନିରୂପଣ ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ। ଏହି କମିଟି ଚିକିତ୍ସା ପଦ୍ଧତି ନିରୂପଣ ଓ ସଫଳ ରୂପାୟନ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବ। ରାଜ୍ୟର ଚାରୋଟି ପ୍ରମୁଖ ହସ୍ପିଟାଲରେ ଆରମ୍ଭ କରାଯିବ ଏହି ପ୍ଲାଜମା ଥେରାପି। କଟକ ଏସ୍‌ସିବି, ଅଶ୍ୱିନୀ, ଭୁବନେଶ୍ୱରରେ ସମ୍‌ ଓ କିମ୍ସରେ ଏହି ଚିକିତ୍ସା ବ୍ୟବସ୍ଥା କରାଯିବ। ଏଥିସହ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ ଓଡ଼ିଶାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 7 ହଜାର 545 ଥିବାବେଳେ ମୃତ୍ୟୁ ସଂଖ୍ୟା 27କୁ ବୃଦ୍ଧି ହୋଇଛି । ଏବେସୁଦ୍ଧା ରାଜ୍ୟରେ 2008ଟି ସକ୍ରିୟ ମାମଲା ରହିଛି ।

Read More

କାଠମାଣ୍ଡୁ: ଗତ କିଛି ଦିନ ଧରି ଭାରତ ବିରୋଧୀ ମନୋଭାବ ପୋଷଣ କରିଥିବା ନେପାଳର ପ୍ରଧାନମନ୍ତ୍ରୀ କେପିିଏସ୍ ଓଲିଙ୍କ ସ୍ଥିତି ଏବେ ଟଳମଳ। ନିଜ ଆସନ ବଞ୍ଚାଇବା ତାଙ୍କ ପାଇଁ ଏବେ କାଠିକର ପାଠ ହୋଇ ପଡ଼ିଛି। ଓଲିଙ୍କ କ୍ୟାବିନେଟରେ ଥିବା ଦଳଗୁଡ଼ିକ ଆଣିଥିବା ପାର୍ଟିସନ ଅର୍ଡିନାନସକୁ କେନ୍ଦ୍ର କରି ସଂକଟ ଉପୁଜିଛି। ମ୍ୟାପ୍ ପ୍ରସଙ୍ଗକୁ ନେଇ ଭାରତ ସହିତ ବିବାଦ ବଢିବା ପରଠାରୁ ନେପାଳରେ ରାଜନୈତିକ ସଂକଟ ଘନୀଭୂତ ହେବାରେ ଲାଗିଛି। ବିରୋଧୀମାନେ ଏଥିପାଇଁ ଓଲିଙ୍କୁ ଦାୟୀ କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଓଲି ଗୁରୁବାର ଦିନ ଡାକିଥିବା କ୍ୟାବିନେଟ ବୈଠକ ପୂର୍ବରୁ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କୁ ଭେଟିଥିଲେ। ପରେ ବସିଥିବା ଜରୁରୀ କ୍ୟାବିନେଟ ବୈଠକରେ ସଂସଦର ଚଳିତ ବଜେଟ ଅଧିବେଶନ ବାତିଲ କରିଦେବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ସହିତ ମ୍ୟାପ୍ ବିବାଦ ପରେ ଦଳର ନେତାମାନେ ପ୍ରଥମେ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହିଁଥିଲେ, ଏହାପରେ ସେମାନେ ଦଳର ମୁଖ୍ୟଙ୍କ…

Read More

ଭୁବନେଶ୍ବର : ଆଜି ରାଜ୍ୟରେ 149 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 49 ଜଣ ରହିଥବାବେଳେ ଖୋର୍ଦ୍ଧାରୁ 24ଜଣ, ମୟୂରଭଞ୍ଜରୁ 14 ଜଣ, କଟକରୁ 13 ଜଣ, କଳାହାଣ୍ଡି ଓ କେନ୍ଦ୍ରାପଡାରୁ 6ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡାରୁ 5ଜଣ ରହିଥିବାବେଳେ ଅନୁଗୁଳ, ଝାରସୁଗୁଡା ଓ ସୁନ୍ଦରଗଡରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବଲାଙ୍ଗିର, ଭଦ୍ରକ, ଯାଜପୁର ଓ ପୁରୀରୁ ତିନି ଜଣ ଲେଖାଏଁ ରହିଛନ୍ତି । ବାଲେଶ୍ବର, ଜଗତସିଂହପୁର ଓ ନୟାଗଡରୁ 2 ଜଣ ଲେଖାଏଁ ରହିଛନ୍ତି ।  ସେହିପରି ବରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ରହିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 5 ହଜାର 502ରେ ପହଞ୍ଚିଛି ।

Read More

ନୂଆଦିଲ୍ଲୀ : ଆଜି କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍‌ 15ଟି ରାଜ୍ୟ ତାଲିକା ପ୍ରକାଶିତ ହୋଇଛି । ଏହି ତାଲିକାରେ ଓଡ଼ିଶା 11ତମ ସ୍ଥାନରେ ରହିଛି । କରୋନା ସଂକ୍ରମଣରୁ ଆରୋଗ୍ୟ କ୍ଷେତ୍ରରେ ଓଡ଼ିଶା 11ତମ ସ୍ଥାନରେ ରହିଛି । ତେବେ ଏହି ତାଲିକାରେ ପ୍ରଥମରେ ରହିଛି ଚଣ୍ଡୀଗଡ, ଦ୍ବିତୀୟରେ ମେଘାଳୟ, ତୃତୀୟରେ ରାଜସ୍ଥାନ ରହିଛି । ଦେଶରେ କରୋନା ମାମଲା ବୃଦ୍ଧି ଚାଲିଥିବାବେଳେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ହୋଇଛି । ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ ଭଳି ରାଜ୍ୟରୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସୁଥିବାବେଳେ ତେବେ ଦେଶରେ ଏବେ ଏମିତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛି ଯେଉଁଠାରେ କରୋନା ଯୋଗୁଁ ଗୋଟିଏ ବି ମୃତ୍ୟୁ ହୋଇନାହିଁ । ସେହି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅନ୍ୟ ରାଜ୍ୟ ତୁଳନାରୁ କମ୍‌ ସଂଖ୍ୟକ କରୋନା ମାମଲା ରହିଛି । ସେହି…

Read More

ଭୁବନେଶ୍ବର : ସପ୍ତାହାନ୍ତ ସଟ୍‌ଡାଉନ୍‌ ହେବାକୁ ଥିବା ଜିଲ୍ଲାରେ ଏବେ ବରଗଡ ଓ ବଲାଙ୍ଗିର ସାମିଲ୍‌ ହୋଇଛି । ଆସନ୍ତା ଶନିବାର ଓ ରବିବାର ବରଗଡ ଜିଲ୍ଲା ସଟ୍‌ଡାଉନ୍‌ । କରୋନା ପାଇଁ ସପ୍ତାହାନ୍ତ ସଟ୍‌ଡାଉନ୍‌ କରିବାକୁ ପ୍ରଶାସନ  ଘୋଷଣା କରିଛି । ସେହିପରି ବଲାଙ୍ଗିରରେ ମଧ୍ୟ ସପ୍ତାହାନ୍ତ ସଟ୍‌ଡାଉନ୍‌ ହେବ । କରୋନା ସଂକ୍ରମଣ ରୋକିବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କ ନୂଆ ନିଷ୍ପତ୍ତି । ପ୍ରତି ଶନିବାର ଓ ରବିବାର ବଲାଙ୍ଗିର ଜିଲ୍ଲା ସଟ୍‌ଡାଉନ୍‌ ରହିବ । ଜୁଲାଇ ଶେଷ ପର୍ଯ୍ୟନ୍ତ ଜିଲ୍ଲାରେ ହୋଟେଲ୍‌, ଫାଷ୍ଟଫୁଡ୍‌ ଦୋକାନ, ଚା’ପାନ ଦୋକାନ, ରାସ୍ତାକଡ ଜଳଖିଆ ଓ ଲସି ଦୋକାନ ବନ୍ଦ ରହିବ । ଏହି କଟକଣା ଆସନ୍ତାକାଲିଠାରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଲାଗୁ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଅନଲକ୍‌2.0ରେ 10ଟି ଜିଲ୍ଲାକୁ ଜୋନ୍‌ 1ରେ ରଖାଯାଇ ସେଠାରେ ସପ୍ତାହନ୍ତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ବ୍ଲକରେ ଦିନ ଦ୍ବିପ୍ରହରରେ ଗୁଳିମାଡ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଆଜି ଦିନ ଦ୍ବିପ୍ରହରରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ହୋଇଛି। ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କାହ୍ନୁ ପରିଡା। ବୟସ ତାଙ୍କର 37 ବର୍ଷ ବୋଲି ଜଣାପଡିଛି। ଗୁଳିଟି ତାଙ୍କର ନାକରେ ବାଜି ଭିତରେ ରହିଥିବାର ସୂଚନା ରହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। କିନ୍ତୁ ଅବସ୍ଥା ବେଶ୍‌ ଗୁରୁତର ରହିଥିବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ପାଇ ବାଣପୁର ପୋଲିସ୍‌ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଏହି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି। ତେବେ ଘରୋଇ ଝଗଡା କାରଣରୁ ଏହି ଗୁଳିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି।

Read More

କେଉଁଝର : ମୋବାଇଲ୍‌ ପାଇଁ ନାବାଳକ ଜଣକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ଘଟଗାଁ ଥାନା ପଲାଣ ଘାଟି ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ରହିଛି । ଭଉଣୀ ମୋବାଇଲ୍‌ ନ ଦେବାରୁ 14 ବର୍ଷର ସାନଭାଇ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ଘର ଫ୍ୟାନ୍‌ରେ ବେକରେ ଶାଢି ଗୁଡାଇ ଝୁଲି ପଡିଥିବା ସୂଚନା ମିଳିଛି । ଗତକାଲି ଭଉଣୀକୁ ସେ ମୋବାଇଲ୍‌ ମାଗିଥିଲେ । ଭଉଣୀ ତାକୁ ଦେଇନଥିବାରୁ ସେ ଏପରି ଏକ କାଣ୍ଡ ଘଟାଇଥିବାର ସୂଚନା ରହିଛି ।

Read More

କନ୍ଦର୍ପ ବେହେରା ରେଢାଖୋଲ : ଗତ କିଛି ଦିନ ତଳେ ଚାରମାଳ ଅଂଚଳରୁ ଏକ ବାଲ୍ୟ ବିବାହକୁ ପ୍ରଶାସନ ଓ ଚାଇଲଡ୍ ଲାଇନ୍ ବନ୍ଦ୍ କରିଥିବା ବେଳେ ପୁଣି ନାକଟିଦେଉଳ ଥାନା କେଲୋବେନି ଗ୍ରାମରେ ଆଉ ଏକ ବାଲ୍ୟ ବିବାହ ଚାଲିଥିବା ବେଳେ ଚାଇଲଡ୍ ଲାଇନ୍ ଓ ପ୍ରଶାସନ ତାକୁ ପ୍ରତିରୋଧ କରିଥିବା ଘଟଣା ହସ୍ତଗତ ହୋଇଛି । ପ୍ରକାଶ ଯେ , ଗତ କାଲି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା କେଲୋବେନି ଗ୍ରାମରେ ଏକ ବାଲ୍ୟ ବିବାହ ହେବାକୁ ପ୍ରସ୍ତୁତି ଚାଲିଥିଲା ହେଲେ ଝିଅର ବାପା,ମାଆ ଚାଇଲଡ୍ ଲାଇନ୍ ଓ ପ୍ରଶାସନ ଆସୁଥିବା ଜାଣି ନିଜର ବଡ ଝିଅକୁ ବେଦିରେ ବସାଇ ବାହାଘର କରିବାକୁ ସଜବାଜ ହେଉଥିଲେ ଓ ନାବାଳିକାକୁ ଲୁଚାଇ ରଖିଥିଲେ । ହେଲେ ଝିଅର ଘର ଚାଲାକିକୁ ଚାଇଲଡ୍ ଲାଇନ୍ ଓ ପ୍ରଶାସନ ଚେଲେଞ୍ଜ ଦେଇ ଝିଅର ବାହାଘର ହେବା ପର୍ଯ୍ୟନ୍ତ ବସି ରହିଥିଲେ । ହେଲେ…

Read More

ଭୋପାଳ: ଆଜି ମଧ୍ୟପ୍ରଦେଶ କ୍ୟାବିନେଟ୍‌ର ସମ୍ପ୍ରସାରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏହି ଅବସରରେ 28 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହି 28 ଜଣଙ୍କ ମନ୍ତ୍ରୀରେ 20ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଥିବାବେଳେ 8 ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି ।  ତେବେ ଆଜି ଶିବରାଜଙ୍କ କ୍ୟାବିନେଟ୍‌ରେ ଶପଥ ଗ୍ରହଣ କରିଥିବା 28 ଜଣ ମନ୍ତ୍ରୀଙ୍କ ମଧ୍ୟରେ 9 ଜଣ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ରହିଛନ୍ତି । ସିନ୍ଧିଆଙ୍କ ମୋଟ୍‌ 11 ଜଣ ସମର୍ଥକ ଏବେ ଶିବରାଜଙ୍କ କ୍ୟାବିନେଟରେ ମନ୍ତ୍ରୀ ହୋଇଛନ୍ତି ।ଆଜି ଶପଥ ନେଇଥିବା ସିନ୍ଧିଆଙ୍କ ସମର୍ଥକଙ୍କ ମଧ୍ୟରେ ରହିଛନ୍ତି ଗୋପାଳ ଭାର୍ଗବ, ବିଜୟ ଶାହା, ଯଶୋଧାରା ରାଜେ ସିନ୍ଧିଆ ସମେତ ଅନେକ ବଡ ବଡ ନେତା ସାମିଲ୍‌ ରହିଛନ୍ତି । ତେବେ ଏହି ଶପଥ ଗ୍ରହଣ ସମାରୋହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ରହିଥିଲେ । କ୍ୟାବିନେଟ୍‌ ସମ୍ପ୍ରସାରଣ…

Read More

ଖୋର୍ଦ୍ଧା : ଖୋର୍ଦ୍ଧା ପୌର ପରିଷଦ ଅଫିସ୍‌ରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି । କର୍ମଚାରୀଙ୍କ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବାରୁ ଆସନ୍ତା 5 ଯାଏଁ ପୌର କାର୍ଯ୍ୟାଳୟ ବନ୍ଦ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । କଣ୍ଟାକ୍ଟ ଟ୍ରେସିଂରେ 33 କର୍ମଚାରୀଙ୍କ ସ୍ବାବ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଚିହ୍ନଟ ବ୍ୟକ୍ତି ରହୁଥିବା ସାହି 5 ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ । 15 ନମ୍ବର ଓ୍ବାର୍ଡର ତେଲେଙ୍ଗାସାହି ମଧ୍ୟ  5 ତାରିଖ ସକାଳ ପର୍ଯ୍ୟନ୍ତ କଣ୍ଟେନେମଣ୍ଟ ଜୋନ୍‌ରେ ରହିବ । ଏବେ କଣ୍ଟାକ୍ଟ ସର୍ଭେଲାନ୍ସ ହେବ ଓ ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟିନ୍‌ରେ ରଖାଯିବ । କଣ୍ଟାକ୍ଟ ଟ୍ରେସିଂରେ…

Read More