Author: Samikhsya Bureau

ନୂଆଦିଲ୍ଲୀ : କରୋନା ମହାମାରୀ ସହ ଲଢେଇ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଲକ୍‌ଡାଉନ କୁ କୋହଳ କରିଛନ୍ତି । ଏବେ ଦେଶରେ ଅନ୍‌ଲକ୍‌ 2.0 ଜାରି ହୋଇଛି । ଆଜି ଦେଶବାସୀଙ୍କ ଷଷ୍ଠଥର ପାଇଁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଚାଷୀ ଓ ଗରିବ ଲୋକଙ୍କୁ ଆଗାମୀ ପାଞ୍ଚ ମାସ ପର୍ଯ୍ୟନ୍ତ ମାଗଣା ରାସନ ସାମଗ୍ରୀ ମିଳିବ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଜରିଆରେ 80କୋଟିର ଅଧିକ ଲୋକଙ୍କୁ ମାଗଣା ରାସନ ପାଇବେ। ପରିବାରର ପ୍ରତି ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ କିମ୍ବା ଗହମ ଓ 1 କେଜି ଡାଲି ମିଳିବ । ଏଥିପାଇଁ 90 ହଜାର କୋଟି ଖର୍ଚ୍ଚ ହେବ ବୋଲି କହିଛନ୍ତି ମୋଦି  ।ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ନଭେମ୍ବର ମାସ ଯାଏଁ କାର୍ଯ୍ୟ କରିବ ବୋଲି କହିଛନ୍ତି ମୋଦି ।

Read More

ନୂଆଦିଲ୍ଲୀ :  କରୋନା ମହାମାରୀ ସମୟରେ ଦେଶବାସୀଙ୍କୁ ଆଜି ଷଷ୍ଠଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରୁଛନ୍ତି । କରୋନା ସହ ଲଢେଇ କରି କରି ଆମେ ଅନ୍‌ଲକ୍‌-2ରେ ପ୍ରବେଶ କଲେଣି । ଏହା ସହିତ ଆମେ ବର୍ଷା ଋତୁରେ ମଧ୍ୟ ପହଞ୍ଚିଛେ । ଏହି ସମୟରେ ଆମକୁ ଅଧିକ ସଚେତନ ହେବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅନଲକ -1 ପରଠାରୁ ଲୋକେ ଅସତର୍କ ହୋଇଛନ୍ତି । କିନ୍ତୁ ଏବେ ଅଧିକ ସତର୍କତା ଜରୁରୀ ହୋଇପଡିଛି । ଲକ୍‌ଡାଉନ୍‌ ପାଇଁ ଅନେକ ଜୀବନ ରକ୍ଷା ହୋଇପାରିଛି । କଣ୍ଟନମେଣ୍ଟ ଜୋନରେ ଅଧିକ ସତର୍କତା ରହିବା ଉଚିତ୍‌ । ଆସନ୍ତା 5 ମାସ ଯାଏ ମାଗଣାରେ ମିଳିବ ରାସନ ସାମଗ୍ରୀ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । 80କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ମିଳିବ । ସେହିପରି ନଭେମ୍ବର ମାସ ଯାଏ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ…

Read More

କଟକ : ଆଜି କଟକ ସହରରୁ ଦୁଇ ପଜିଟିଭ୍‌ ଚିହ୍ନଟ ହୋଇଛି । ସିଏମ୍‌ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଣିହାଟ ଅଞ୍ଚଳର ଜଣେ 52 ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ କଟକ ବଡ଼ ମେଡିକାଲରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ବ୍ୟତୀତ ସିଡିଏ ସେକ୍ଟର 9ର ଜଣେ 37 ବର୍ଷୀୟା ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ସିଡିଏ 9ରେ ପୂର୍ବରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ବୋଲି ଜଣାଯାଇଛି। ସେହିଭଳି କଟକ ବଡ଼ମ୍ବା ଅଞ୍ଚଳରୁ ଆଉ 6 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 5 ପୋଲିସ କର୍ମଚାରୀ ଏବଂ ଜଣେ ସାମ୍ବାଦିକଙ୍କୁ କରୋନା ହୋଇଥିବା ନେଇ ବଡ଼ମ୍ବା ବିଡିଓ ଉତ୍କଳ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳର ପୂର୍ବତନ ସଭାପତି ତଥା ଜିଲ୍ଲାରୁ ୬ଥର ବିଧାୟକ ହୋଇଥିବା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଶରୀର ଏବେ ଗୁରୁତର ଅସୁସ୍ଥ ଥିବାବେଳେ ସେ ଏବେ ଭୂବନେଶ୍ବର ଆପୋଲ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ବିଧାୟକ ଶ୍ରୀ ଦାସଙ୍କ ଆସୁଆରୋଗ୍ୟ କାମନା କରି ବାଲିକୁଦା ବ୍ଲକର ଯୁବଛାତ୍ର ସଂଗଠନ ପକ୍ଷରୁ ଆଜି ସକାଳେ ବାଲିକୁଦା ବଜାରର ଅଧିଷ୍ଠାତ୍ରୀ ମା’ଥାନପତି ମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପଦାନ କରାଯାଇଛି। ଯୁବନେତା ତାପସ ରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସକାଳୁ ୫୦ରୁ ଉର୍ଦ୍ଧ୍ବ ଛାତ୍ର ଓ ଯୁବନେତା ଏକାଠି ହୋଇ ସମୂହ ଦୀପଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ଦଳାଇ , ରଶ୍ମିରଂଜନ ବାରିକ ,ମାନସ ଜେନା ,ଶ୍ରୀକାନ୍ତ ମହାନ୍ତି, ସଚିନ ସ୍ୱାଇଁ,ସମ୍ବିତ ମହାନ୍ତି , ଅଭିଜିତ ବିଶ୍ଵାଳ, ଶ୍ରୀନାଥ ମହାନ୍ତି, ରଞ୍ଜିତ ପରିଡା,ବାବୁ ନାଥ ,ସୋମନାଥ ପରିଡା , ସତ୍ୟଜିତ ବିଶ୍ୱାଳ, ସଂଜୀବ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର:  ସାନଖେମୁଣ୍ଡି ବ୍ଲକ ସାହାସପୁର ମେଡିକାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ସୂଚନା ମୁତାବକ ଗତକାଲି ସାହାସପୁର ଗ୍ରାମର ବଡସାହିର ଏକ ପରିବାରର ୪ସଦସ୍ଯ ଝାଡାବାନ୍ତି ରୋଗରେ ପୀଡିତ ହୋଇ ମେଡିକେଲ ଯାଇଥିଲେ। ସଂପୃକ୍ତ ଡାକ୍ତର ଔଷଧ ପ୍ରଦାନ କରି ବିଦା କରିଦେଇଥିଲେ। ୪ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଆଡକୁ ଗତିକରିବା ସହ ପରିବାରର ୧୦ବର୍ଷର ପିଲାଟି ମୃତ୍ଯୁବରଣ କରିବା ଯୋଗୁଁ ଗ୍ରାମରେ ଉତ୍ତେଜନା ଲାଗିରହିଛି। ଡାକ୍ତରଙ୍କ ଅପାରଗତା ଯୋଗୁଁ ପିଲାଟିର ମୃତ୍ଯୁ ହୋଇଥିବାର ଅଭିଯୋଗ କରି ମେଡିକେଲରେ ଶତାଧିକ ଲୋକ ଜମା ହୋଇ ପ୍ରତିବାଦ କରୁଛନ୍ତି  ତେବେ ଏହି ଘଟଣାରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରିବା ପାଇଁ ସ୍ଥାନୀୟରେ ଦାବି ହୋଇଛି ।

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 6ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଏହି 6 ଆକ୍ରାନ୍ତଙ୍କ ମଧ୍ୟରୁ 5ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ଥିବାବେଳେ ଜଣେ ହୋମ୍‌ କ୍ବାରେଣ୍ଟିନ୍‌ ଥିବାର ସୂଚନା ରହିଛି । ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିବା ଆକ୍ରାନ୍ତ ଜଣକ ରେଲ୍‌ଓ୍ବେ କର୍ମଚାରୀ ବୋଲି ସୂଚନା ରହିଛି । ସେ ନିକଟରେ ନୂଆଦିଲ୍ଲୀରୁ ଫେରିଥିଲେ ।  ସେହିପରି ଅନ୍ୟ 5 ଜଣ ଲୋକାଲ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ 3 ଜଣ ରହିଛନ୍ତି । ଏହି ତିନି ଜଣଙ୍କ ମଧ୍ୟରେ ଜଣେ 60 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 15 ବର୍ଷୀୟା ବାଳିକା ଥିବାବେଳେ ଅନ୍ୟ ଜଣେ 15 ବର୍ଷୀୟା ବାଳକ ରହିଛନ୍ତି । ଏହି ତିନି ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି । ସେହିପରି ବମିଖାଲ କେନାଲ୍‌ ରୋଡ୍‌ଣୁ ଜଣେ 13 ବର୍ଷୀୟ…

Read More

ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 17 ଜଣ ଆକ୍ରାନ୍ତଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ 15 ଜଣ ପ୍ରବାସ ଫେରନ୍ତା ହୋଇଥିବାବେଳେ ଦୁଇ ଜଣ କ୍ୟାନସର ରୋଗୀ ରହିଛନ୍ତି  ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଜଗତସିଂହପୁର ବ୍ଲକରୁ 7 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ତେଲେଙ୍ଗାନାରୁ  5ଜଣ, ମହାରାଷ୍ଟ୍ରରୁ ଜଣେ ଓ ଦିଲ୍ଲୀରୁ ଜଣେ ଫେରିଥିବାର ସୂଚନା ରହିଛି । ଏହି ସମସ୍ତ 7 ଆକ୍ରାନ୍ତ ଟିଏମ୍‌ସିର ଚିହ୍ନଟ ହୋଇଛନ୍ତି । ସେହିପରି ତିର୍ତ୍ତୋଲରୁ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି 9 ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ତିନିଜଣ ଫେରିଥିବାବେଳେ ପଶ୍ଚିମବଙ୍ଗରୁ ଜଣେ, କର୍ଣ୍ଣାଟକରୁ ଜଣେ, ଦିଲ୍ଲୀରୁ ଜଣେ ରହିଛନ୍ତି । ଏହି ଛଅ ଜଣ ଯାକ ଟିଏମ୍‌ସିରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଦୁଇଜଣ ହୋମ୍‌କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକରୁ ଫେରିଥିବାବେଳେ ଗୁଜୁରାଟରୁ ଜଣେ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ପଞ୍ଚାୟତର ଭେଟିନାଥଦେବ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଟିଏମ୍‌ସିରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଛି।ମିଳିଥିବା ସୂଚନା ଅନୁସାରେ ଭେଟେଶ୍ବର ପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିବା ରମେଶ ଚନ୍ଦ୍ର ଭୋଳଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ତଦନ୍ତରୁ ହୃଦଘାତ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଥିବାବେଳେ ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିଲେ ତାଙ୍କର ମୃତ୍ୟର କାରଣ ସ୍ପଷ୍ଟ ରୂପେ ଜଣାପଡିବ। ତେବେ ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା ବୋଲି ସୂଚନା ରହିଛି। ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ଥିବା ଶ୍ରୀ ଭୋଳ କରୋନା ଯୁଦ୍ଧରେ ସାମିଲ୍‌ ହୋଇଥିଲେ। ସ୍ଥାନୀୟ ଟିଏମ୍‌ସିରେ ସେ ପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିଲେ। ମେଳାପୀ ତଥା ପରୋପକାରୀ ଶ୍ରୀ ଭୋଳଙ୍କ ଅଚାନକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି ହୋଇଛି। ବାଁଳୋଇ ଗ୍ରାମ ନିବାସୀ ଶ୍ରୀଭୋଳଙ୍କ ଦୁଇ…

Read More

ମୁମ୍ବାଇ : ଦେଶରେ କରୋନା ମାମଲା ବୃଦ୍ଧି ଚାଲିଥିବାବେଳେ ଏବେ ଏହାର ପ୍ରଭାବ ବଲିଉଡ୍‌ରେ ମଧ୍ୟ ଦେଖିବାକୁ ମିଳିଛି । ଏବେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ଘରେ ଏବେ କରୋନା ପହଞ୍ଚିଛି । ଆମୀର ଖାନଙ୍କ ଟିମ୍‌ର 7 ଜଣ ସଦସ୍ୟ ଏବେ କରୋନାରେ ସଂକ୍ରମିତ ହୋଇଥିବାର ଖବର ମିଳିଛି । ଆମୀର ଖାନ୍‌ଙ୍କ ଜଣେ ଡ୍ରାଇଭର, ଦୁଇ ସୁରକ୍ଷା କର୍ମୀ ଓ ଜଣେ ରୋଷେୟା ରହିଛନ୍ତି । ଏହାପରେ ଆମୀର ଖାନ୍‌ ନିଜକୁ ସେ୍ଲଫ୍‌ କ୍ବାରେଣ୍ଟାଇନ୍‌ କରିଛନ୍ତି । ଆମୀରଙ୍କ ପରିବାରର ସମସ୍ତ ସଦସ୍ୟଙ୍କର ମଧ୍ୟ କରୋନା ଯାଞ୍ଚ ହୋଇଛି । ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ତାଙ୍କ ମା’ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ଆମୀର ଖାନ୍‌ ନିଜ ମା’ଙ୍କ ପାଇଁ ପ୍ରାର୍ଥନ କରିବାକୁ ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି । ଏହି ଅବସରରେ ଆମୀର ବିଏମ୍‌ସିକୁ ଧନ୍ୟବାଦ ଜଣାଇଛନ୍ତି । (ଏଜେନ୍ସି)

Read More

ସମ୍ବଲପୁର : ଭିସୁଟ୍‌ରେ ଜଣେ ଅଧ୍ୟାପିକାଙ୍କ ସ୍ବାମୀ କରୋନାରେ ମୃତ୍ୟୁବରଣ କରିବା ପରେ ଭିସୁଟ୍‌କୁ ବନ୍ଦ କରାଯାଇଛି । ତେବେ ଆଜି ଗୋଟିଏ ଦିନ ପାଇଁ ଭିସୁଟ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଭିସୁଟ୍‌କୁ ଅଧିକ ଦିନ ବନ୍ଦ କରାଯିବ କି ନାହିଁ ସେ ସମ୍ପର୍କରେ ଆଜି ନିଷ୍ପତ୍ତି ନିଆଯିବ । ସମ୍ପୃକ୍ତ ଅଧ୍ୟାପିକାଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ଅଧ୍ୟାପିକାଙ୍କ ସ୍ବାମୀ ଅନୁଗୁଳ ନାଲ୍‌କୋର ବରିଷ୍ଠ ଅଧିକାରୀ ରହିଥବା ସୂଚନା ରହିଛି । ସମ୍ପୃକ୍ତ ଅଧ୍ୟାପିକାଙ୍କ ସ୍ବାବ୍‌ ଟେଷ୍ଟ ମଧ୍ୟ କରାଯାଇଛି ।

Read More

ଭୁବନେଶ୍ବର : ଆସନ୍ତାକାଲିଠାରୁ ମଦ ଦୋକାନ କାଉଣ୍ଟରରେ ମିଳିବ ମଦ । ବିଦେଶୀ ମଦ, ବିୟର ଦୋକାନ କାଉଣ୍ଟରରେ ମିଳିବ । ସକାଳ 7ଟାରୁ ସନ୍ଧ୍ୟା 6ଟା ଯାଏ ପର୍ଯ୍ୟନ୍ତ ଦୋକାନ ଖୋଲାଯିବ ବୋଲି ସୂଚନା ରହିଛି । ସେହିପରି ଓ୍ବାଇନ୍‌, ବିୟର୍‌, ଦେଶୀ ଓ ବିଦେଶୀ ମଦ ବିକ୍ରି କିଣିପାରିବେ ଗ୍ରାହକ । ଧାର୍ଯ୍ୟ ମୂଲ୍ୟ ଅନୁସାରେ ମଦ ବିକ୍ରି ହେବ । ସନ୍ଧ୍ୟାକାଳୀନ ଭିଡକୁ ଏଡାଇବା ପାଇଁ 6ଟା ପର୍ଯ୍ୟନ୍ତ ମିଳିବ । ହୋମ୍‌ ଡେଲିଭରିରେ ବି ମଦ ମିଳିବ । ସେହିପରି ଦେଶୀ ମଦ ମଧ୍ୟ ଏବେ ହୋମ୍‌ ଡେଲିଭରୀ ହୋଇପାରିବ ବୋଲି ସୂଚନା ରହିଛି । ଆବଶ୍ୟକ ପଡିଲେ ବ୍ୟାରିକେଡ୍‌ ଲଗାଯାଇ ମଦ ବିକ୍ରି ହେବ ବୋଲି ସୂଚନା ରହିଛି । ସେହିପରି କାଉଣ୍‌ଟରରେ ଭିଡ କମାଇବାକୁ ଇ-ଟୋକନ୍‌ ବ୍ୟବସ୍ଥା କରାଯାଇଛି । ପୋର୍ଟାଲ୍‌ରେ ସ୍ଲଟ ବୁକିଂ କରି ଟୋକନ୍‌ ପାଇ ପାରିବେ । ଟୋକନ୍‌…

Read More

ଭୁବନେଶ୍ବର : ବିଏମ୍‌ସି  କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା। ରାଜଧାନୀରେ ସଂକ୍ରମଣ ବୃଦ୍ଧି ପାଇବା ପରେ ବିଏମ୍‌ସିର ପଦକ୍ଷେପ । ଆଜିଠୁ ରାଜଧାନୀରେ କଡା ହେବ ଏନ୍‌ଫୋର୍ସମେଣ୍ଟ ।ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯିବ। ଅମାନିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର । ସହରରେ ଲୋକାଲ୍‌ କେସ୍‌ ବଢୁଥିବାରୁ ବିଏମ୍‌ସି ଏନେଇ ପଦକ୍ଷେପ ଗ୍ରହଣ କରିଛି । ବସ୍ତି ଅଞ୍ଚଳରେ କରୋନା ମାମଲା ବୃଦ୍ଧି ହେଉଥବାର ଲକ୍ଷ୍ୟ କରାଯାଉଛି । ସେହିପରି ଗତକାଲି ଘରୋଇ ହସ୍ପିଟାଲ ପାଇଁ ନୂତନ ଗାଇଡ ଲାଇନ ଜାରି କରିଛି ବିଏମ୍‌ସି ।

Read More

ପାଟନା : ବିହାରର ରାଜଧାନୀ ପାଟନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଏକାସାଙ୍ଗରେ 95 ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ବରର ମୃତ୍ୟୁ ଘଟିଛି । ପାଟନାରୁ ପ୍ରାୟ 50 କିଲୋମିଟର ଦୂର ପାଲିଗଞ୍ଜ ଅଞ୍ଚଳରେ ଏଭଳି ଘଟଣା ମିଳିଛି । ଜୁନ୍‌ 15ରେ ଏଠାରେ ବିବାହ କାର୍ଯ୍ୟକ୍ରମ ହୋଇଥିବାବେଳେ ଏହି ବାହାଘରରେ 95 ଜଣ ଅତିଥି ଯୋଗ ଦେଇଥିଲେ । ଏଥିରୁ 80 ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା । 30 ବର୍ଷୀୟ ବର ଜଣକ ଗୁରୁଗାଓଁଠାରେ ସପ୍ଟଓ୍ବେୟାର ଇଞ୍ଜିନିୟର ରୂପେ କାର୍ଯ୍ୟ କାର୍ଯ୍ୟରତ ଥିବା ବର ମେ 12କୁ ପାଟନାସ୍ଥିତ ନିଜ ଗ୍ରାମ ଡିହପାଲିକୁ ଆସିଥିଲେ । ତେବେ ବରଙ୍କ ନିକଟରେ ପୂର୍ବରୁ କୋଭି୍ଡ୍‌ର ଲକ୍ଷଣ ଦେଖିବାକୁ ମିଳିଥିଲେ ହେଁ ପରିବାର ଲୋକେ ତାଙ୍କର ନମୁନା ପରୀକ୍ଷା ନ କରି ବାହାଘର କରିଦେଇଥିଲେ । ବାହାଘରର ଦୁଇ ଦିନ ପରେ ତାଙ୍କ ଦେହ ଅସୁସ୍ଥ…

Read More

ଭୁବନେଶ୍ୱର:  ମାଲକାନଗିରିରୁ ଚିହ୍ନଟ 36 ପଜିଟିଭ ମଧ୍ୟରେ 29 ଜଣ ବିଏସ୍‌ଏଫ୍‌ ଯବାନ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଉ 3 ଜଣ ହୋମ୍ କ୍ୱାରେଣ୍ଟିନ୍ ଓ 4ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ। ସେହିପରି ଆଜି ଚିହ୍ନଟ 206 ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଏନଡିଆରଏଫ୍‌ ଯବାନ ରହିଛନ୍ତି । ସେ ନିକଟରେ  ପଶ୍ଚିମବଙ୍ଗର ଆମ୍ଫାନ ଉଦ୍ଧାର କାର୍ଯ୍ୟରୁ ଫେରିଥିଲେ । 

Read More

ନୂଆଦିଲ୍ଲୀ: ଆପ୍‌ ଷ୍ଟୋର୍‌ରୁ ହଟିଲା ଚାଇନିଜ୍‌ ଆପ୍‌ ଟିକ୍‌ଟକ୍‌। ଟିକ୍ ଟକ୍ ଆପ୍‌କୁ ଉଭୟ ଆପଲ୍ ଆପ୍ ଷ୍ଟୋର ଓ ଗୁଗଲ୍ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ଗତକାଲି ଟିକ୍‌ଟକ୍ ସମେତ 59ଟି ଚୀନ୍ ଆପ୍‌କୁ ଭାରତ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଥିଲା।  ଏହି ଆପ୍ ଦ୍ୱାରା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଥିବା ଜଣାପଡ଼ିଥିଲା। ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ରେ ବ୍ୟବହୃତ ଏହି ଆପ୍‌ଗୁଡ଼ିକ ଦ୍ୱାରା ଦେଶ ବାହାରକୁ ତଥ୍ୟ ଯାଉଥିବା ମଧ୍ୟ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ନିକଟରେ ଏକାଧିକ ଅଭିଯୋଗ ହୋଇଥିଲା। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକ୍‌ଟକ୍ ଆପ୍‌କୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ଗଲଓ୍ବାନ୍‌ ଭ୍ୟାଲିରେ ଭାରତ ଚୀନ ମଧ୍ୟରେ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଦେଶ ସାରା ଚୀନ ସାମଗ୍ରୀ ବର୍ଜନ ସହିତ ଚୀନ ଜିନିଷ ଭଙ୍ଗାରୁଜା କରାଯାଉଥିବାର ଦେଖାଯାଉଛି। ତେବେ ଏହି ଆପ୍‌ଗୁଡ଼ିକ ଭାରତର ତଥ୍ୟ…

Read More

କେଦାର ମିଶ୍ର ଆମେ ଆମର ମାନ୍ୟବର ବିଚାରପଟିମାନଙ୍କୁ ସବୁବେଳେ ଗମ୍ଭୀର ଓ ସ୍ଥିତପ୍ରଜ୍ଞ ବୋଲି ଭାବି ଆସିଛୁ। ତେଣୁ ହଠାତ ଆମେ ଯେତେବେଳେ ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେଙ୍କର ହଲିଉଡ ମାର୍କା ଫଟୋଟିଏ ଦେଖିଲୁ, ଆମକୁ ଟିକେ ଅଡୁଆ ଲାଗିବା ସ୍ଵାଭାବିକ। କି କଥା, ସବୁ ବିଚାରପତି କଣ ସମାନ ଭାବରେ ଗମ୍ଭୀର ହେବାକୁ ବାଧ୍ୟ ନା କଣ!! ବିଚାରପତି ହେଲେ ବ୍ୟକ୍ତିଗତ ସଉକ ସବୁ ଛାଡିବାକୁ ପଡିବ ବୋଲି ସେମିତି କିଛି ନିୟମ ଅବଶ୍ୟ ନାହିଁ! ବିଚାରପତି ମହାଶୟଙ୍କର ବାଇକ ଚଢା ସଉକି ଅଛି ବୋଲି ସେ ବାରମ୍ବାର କହି ଆସିଛନ୍ତି। ତେଣୁ ତାଙ୍କୁ ଗୋଟେ ନୂଆ ମୋଡ଼େଲର ହାର୍ଲେ ଡାଭିଡସନ ବାଇକରେ ବସିଥିବାର ଦେଖି କେହି କେହି କହିଲେ, ଆମ ମୁଖ୍ୟ ବିଚାରପତି ସତରେ “ସୁପର କୁଲ”। ଏ “କୁଲ” ଶବ୍ଦ ଟି ଆଜିକାର ଆମେରିକୀୟ ଇଂରାଜୀ ରେ ସର୍ବାଧିକ ବ୍ୟବହାର…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି । ଆଜି ପୁଣି ରାଜ୍ୟରୁ ଦୁଇଟି ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ମୃତକ ଦ୍ବୟ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି । ଦୁହେଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ 48 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 39 ବର୍ଷୀୟା ମହିଳା ବୋଲି ଜଣାପଡିଛି । ଏହି ମହିଳା ଜଣକ କିଡ୍‌ନୀ ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ । ଗଞ୍ଜାମରେ ଏବେ ମୃତକଙ୍କ ସଂଖ୍ୟା 14ରେ ପହଞ୍ଚିଛି । ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 25ରେ ପହଞ୍ଚିଛି । ସେହିପରି ଅନ୍ୟ 7 ଜଣ କରୋନାରେ ଆକ୍ରାନ୍ତଙ୍କ ହୋଇ ମଧ୍ୟ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ଆଜି ଚିହ୍ନଟ 206 ଆକ୍ରାନ୍ତଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ଆମ୍ଫାନ୍ ମୁକାବିଲାରୁ ଫେରିଥିବା ଜଣେ ଏନ୍‌ଡିଆର୍‌ଏଫ୍‌  ଯବାନ ରହିଛନ୍ତି । 206 ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ 36 ଚିହ୍ନଟ ହୋଇଥିବା ବେଳେ ଯାଜପୁର- 28, କୋରାପୁଟ- 18, କଟକ ଓ ଜଗତସିଂହପୁରରୁ 17, ବଲାଙ୍ଗିରରୁ 16, ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡ଼-15, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ 7 ଲେଖାଏଁ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର ଓ ଅନୁଗୁଳୁରୁ  6, ବଲେଶ୍ବରରୁ 5,  ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ ଓ ସମ୍ବଲପୁରରୁ 4 ଲେଖାଏଁ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡାରୁଓ ଗଞ୍ଜାମରୁ 3, ସୁନ୍ଦରଗଡରୁ 2,  ନୟାଗଡ, ପୁରୀ, ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ 206 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ1192 ଜଣ ଚିହ୍ନଟ ହୋଇଥିବାବେଳେ 14 ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 7 ହଜାର 65 କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 2087 ଜଣ। ସେହିପରି ସୁସ୍ଥ ହୋଇଛନ୍ତି 4ହଜାର 946 ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 25 ଜଣ। ସେହିପରି 7 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

Read More

Dharakote Police in Ganjam organized a candle rally & requested citizens of Dharakote to maintain Social distancing & to use Mask whenever you are going outside, amid lock down in which people are following the guidelines by d government. Show your responsibility towards society.

Read More

ବାଙ୍ଗାଲୋର, ଦେଶରେ ଯେପରି ଡିଜେଲ ପେଟ୍ରୋଲ ଦର ବୃଦ୍ଧି ହେବାରେ ଲାଗିଛି, ତା ବିରୋଧରେ କର୍ଣ୍ଣାଟକ କଂଗ୍ରେସ ଅଭିନବ ପ୍ରତିବାଦ।

Read More