Author: Samikhsya Bureau

ରଞ୍ଜିତ୍‌ କୁମାର ପଣ୍ଡା କୁଜଙ୍ଗ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍‌ ଥାନା ଅନ୍ତର୍ଗତ ଗରେଇ ପଞ୍ଚାୟତ କୋଠମୁଳଠାରେ ଦୁର୍ବୃତ୍ତମାନେ ଛାଡି ପଳାଇଥିବା ଏକ ଆଇ ଟ୍ବେଣ୍ଟି କାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍‌ ଥାନା ଅନ୍ତର୍ଗତ ଗରେଇ ପଞ୍ଚାୟତ କୋଠମୁଳ ରାସ୍ତା ପାର୍ଶ୍ବରେ ପୋଲିସ୍‌ ପାଟ୍ରୋଲିଂ କରୁଥିବା ସମୟରେ କିଛି ଦୁର୍ବୃତ୍ତ ଏହି ଗାଡିଟିକୁ ଛାଡି ପଳାୟନ କରିଛନ୍ତି। ତେବେ ଏହି ଗାଡିଟିକୁ ଜଙ୍ଗଲିଆ ରାସ୍ତାରେ ଛାଡି ଦୁର୍ବୃତ୍ତମାନେ ପଳାୟନ କରିଥିବାବେଳେ ଅପରପକ୍ଷରେ ଜନୈକ ବ୍ୟକ୍ତି ଏହି ଗାଡିଟି ତାଙ୍କର ବୋଲି ଦାବି କରିଛନ୍ତି। ଗାଡି ଚୋରି ହୋଇଥିବାର ନେଇ ସେ ଦୁଇ  ଦିନ ଆଗରୁ  କୁଜଙ୍ଗ ଥାନାରେ ଅଭିଯୋଗ କରିଥିବାର କହିଛନ୍ତି। କିନ୍ତୁ ଗାଡି ଚୋରି ନେଇ କୁଜଙ୍ଗ ଥାନାରେ କୌଣସି ଲିଖିତ ପ୍ରମାଣ ନଥିବାବେଳେ ଗାଡି ଚୋରିକୁ ନେଇ ଫୋନ୍ ଯୋଗେ ଅଭିଯୋଗ କରିଥିବାର କହିଛନ୍ତି କୁଜଙ୍ଗ ଥାନା ଅଧିକାରୀ…

Read More

ଭୁବନେଶ୍ବର, ଓଡିଶାରେ ବିଭିନ୍ନ ସ୍ଥାନରେ ଫସିରହିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟ କରାଯାଉଛି। ସେମାନଙ୍କୁ ରାଜ୍ୟ ଶ୍ରମ ବିଭାଗର ଅଧିକାରୀମାନେ ଉଦ୍ଧାର କରି ନିଜ ରାଜ୍ୟକୁ ଛାଡିବା ପାଇଁ ଉଦ୍ୟମ କରୁଛନ୍ତି। ସେହି ପରିପ୍ରେକ୍ଷୀରେ ଆଜି ରାଜସ୍ଥାନର 74 ଜଣ ଶ୍ରମିକଙ୍କୁ ଦୁଇଟି ବସରେ ତାଙ୍କ ରାଜ୍ୟକୁ ପଠାଯାଇଛି। ଯିବା ପୂର୍ବରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ବସକୁ ସାନିଟାଇଜେସନ ମଧ୍ୟ କରାଯାଇଛି। ଏଥିସହିତ ସେମାନଙ୍କର ରାସ୍ତାରେ ଆବଶ୍ୟକତା ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ମଧ୍ୟ ଭୁବନେଶ୍ବର ଶ୍ରମ ବିଭାଗ  ଏବଂ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି। ପୂର୍ବରୁ ମଧ୍ୟ ଶ୍ରମ ବିଭାଗ ତରଫରୁ କୋଲକାତା, ରାଜସ୍ଥାନ ଏବଂ ବିହାର ପରି ରାଜ୍ୟକୁ ବସ ଯୋଗେ ଶ୍ରମିକଙ୍କୁ ପଠାଯାଇଛି।

Read More

ଅନୁଗୁଳୁ : ଅନୁଗୁଳ ମଝିକା ନିକଟରେ ଟ୍ରେନ୍‌ ଅଟକାଇଛନ୍ତି ପ୍ରବାସୀ ଶ୍ରମିକ। ଚେନ୍‌ ପୁଲିଂ କରି ଖସି ଯିବାକୁ ଟ୍ରେନ୍‌ ଅଟକାଇଥିବାର ଅଭିଯୋଗ ହୋଇଛି।  ଏନେଇ ସାତ ଜଣଙ୍କୁ ଅଟକ ରଖି କ୍ବାରେଣ୍ଟିନ୍‌ କେନ୍ଦ୍ରକୁ ନେଇଛି ଜିଲ୍ଲା ପ୍ରଶାସନ । ଆଉ କିଛି ପ୍ରବାସୀ ଲୁଚି ପଳାଇଥିବା ସନ୍ଦେହ ରହିଥିବାରୁ ଏନେଇ ପୋଲିସ୍‌ ତନାଘନା ଜାରି ରଖିଛି । ରାଜ୍ୟର କରୋନା ମାନଚିତ୍ରରେ ଅନୁଗୁଳ ଜିଲ୍ଲା ଆଜି ଯୋଡ଼ିହୋଇଛି। ଆଜି ସକାଳେ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକକାଳୀନ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସନ୍ଧ୍ୟାବେଳେ ଆଉ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ଏବେ ଏହା 15ରେ ପହଞ୍ଚିଛି । ଜିଲ୍ଲାରେ ଏକକାଳୀନ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କରିଛନ୍ତି ଅନୁଗୁଳ ଜିଲ୍ଲାପାଳ । ଏହି ଜିଲ୍ଲାକୁ ରେଡ୍‌ ଜୋନ୍‌ର ଘୋଷଣା କରିବା ସହ ରେଡ୍‌ ଜୋନ ଭଳି…

Read More

ନୂଆଦିଲ୍ଲୀ, ବର୍ତ୍ତମାନ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ଟ୍ରେନରେ ଆସୁଥିବା ପ୍ରବାସୀମାନଙ୍କୁ ଆରଏସଏସ ତରଫରୁ ପ୍ରଦାନ କରାଯାଉଛି ବିଭିନ୍ନ ଖାଦ୍ୟ ସାମଗ୍ରୀ। ଏପରିକି ପାଣି ପ୍ୟାକେଟ ମଧ୍ୟ ସେମାନଙ୍କ ବଗିରେ ଏହି ସ୍ବୟଂ ସେବକମାନେ ରଖୁଛନ୍ତି।

Read More

ଭୁବନେଶ୍ବର : ମେ 12ରୁ ପାସେଞ୍ଜର ଟ୍ରେନ୍‌ ଯାତ୍ରା ନେଇ ରେଲ୍‌ଓ୍ବେ ଯୋଜନା ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ 15 ଯୋଡା ଟ୍ରେନ୍‌ ଯାତ୍ରା ଆରମ୍ଭ କରିବ। ଏ ସମସ୍ତ ଟ୍ରେନ୍‌ ସ୍ପେଶାଲ ଟ୍ରେନ୍‌ ରୂପେ ଭୁବନେଶ୍ବର ସମେତ ଦେଶର ଅଲଗା ଅଲଗା 15ଟି ସ୍ଥାନକୁ ଏହି ଟ୍ରେନ୍‌ ଯାତ୍ରା କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଅଧିକ ଟ୍ରେନ୍‌ ଯାତ୍ରା କରିବ । ଦିଲ୍ଲୀ, ମୁମ୍ବାଇ, ରାଞ୍ଚି ଓ ପାଟନା ପାଇ ସ୍ପତନ୍ତ୍ର ଟ୍ରେନ୍‌ ଚଳାଇବାକୁ ପ୍ରସ୍ତୁତି ଚାଲିଛି। ରେଳମନ୍ତ୍ରୀ ପୀୟୂଷ ଗୋଏଲ୍‌ ଟୁଇଟ୍‌ କରି ଏହା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଯୋଜନା ଅନ୍ତର୍ଗତ ନୂଆ ଦିଲ୍ଲୀରୁ 15ଟି ସହରକୁ ଟ୍ରେନ୍‌ ଯାତ୍ରା କରିବ। ଦିଲ୍ଲୀରୁ ବାଙ୍ଗାଲୋର ପାଇଁ ମଧ୍ୟ 12 ମଇଠାରୁ ଟ୍ରେନ୍‌ ଚାଲିବା ନେଇ ପ୍ରସ୍ତୁତି ଚାଲିଛି। ସେହିପରି ଏହି ଟ୍ରେନରେ ଯାତ୍ରା କରିବା ପାଇଁ କାଲି ଅପରାହ୍ନ 4ଟାରୁ ରିଜର୍ଭେସନ୍‌ ସୁବିଧା ମିଳିବା ନେଇ ସୂଚନା…

Read More

ଉତ୍ତରପ୍ରଦେଶ : କରୋନା ଭାଇରସ୍‌ କାରଣରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ଲକ୍ ଡାଉନ୍‌ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ଗରିବ ତଥା ଶ୍ରମିକମାନେ। ଏବେ ଉତ୍ତରପ୍ରଦେଶର ମହୋବାରେ ୟୁପି-ମଧ୍ୟପ୍ରଦେଶ ବର୍ଡରଠାରେ ପ୍ରାୟ ପାଞ୍ଚ ହଜାର ଶ୍ରମିକମାନେ ଫସି ଯାଇଛନ୍ତି । ନିଜ ଘରକୁ ଯିବା ପାଇଁ  ଅନ୍ୟ ରାଜ୍ୟରୁ ଚାଲି ଚାଲି ଆସି ଏବେ ଏହି ଶ୍ରମିକମାନ ଏଠାରେ ପହଞ୍ଚିଛନ୍ତି । କିନ୍ତୁ ଉତ୍ତରପ୍ରଦେଶରେ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ । ଉତ୍ତରପ୍ରଦେଶରେ  ମହୋବା ଜିଲ୍ଲାର ମଧ୍ୟପ୍ରଦେଶ ସୀମାଠାରେ ଏକ ହୃଦୟ ଥରା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଗୁଜୁରାତ, ମହାରାଷ୍ଟ୍ରର ଆସିଥିବା ଅନେକ ଶ୍ରମିକ ଫସି ଯାଇଛନ୍ତି । ଲକ୍‌ ଡାଉନ୍‌ କାରଣରୁ ଏହି ଶ୍ରମିକମାନେ ନାଚାର ହୋଇପଡିଛନ୍ତି । ପ୍ରବଳ ଗ୍ରୀଷ୍ମ ସତ୍ତ୍ବେ ସେମାନେ ଖୋଲା ଆକାଶ ତଳେ ବସି ରହିଛନ୍ତି । ଏହି ଶ୍ରମିକମାନେ ମହିଳା ଓ…

Read More

ଚୀନ୍‌ : ଚୀନ୍‌ର ବୁହାନ ସହରରୁ କରୋନା ସାରା ବିଶ୍ବରେ ତାଣ୍ଡବ ରଚୁଥିବାବେଳେ ପୁଣି ଥିରେ ବୁହାନରେ ଏହି ଭାଇରସର ପ୍ରଭାବ ଦେଖିବାକୁ ମିଳିଛି। ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୁହାନରେ ପୁଣି 14 ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବାର ସୂଚନା ରହିଛି। 2019 ମସିହାରେ ସର୍ବପ୍ରଥମେ ଏଠାରୁ ହିଁ ଏହି ଭାଇରସ୍‌ ଦେଖିବାକୁ ମିଳିଥିବା ପରେ ଚଳିତ ବର୍ଷ ଏପ୍ରିଲ୍‌ 3 ତାରିଖ ପରଠାରୁ ଏଠାରେ କରୋନା  ସଂକ୍ରମଣର ମାମଲା ଆଉ ଆସିନଥିଲା। ସ୍ବାଭାବିକ ଅବସ୍ଥାକୁ ବୁହାନ୍‌ ଫେରିଆସିଥିବାବେଳ ସାରା ବିଶ୍ବ କିନ୍ତୁ କରୋନା କବଳରେ ଛଟପଟ ହେଉଛି। କିନ୍ତୁ 37 ଦିନ ପରେ ବୁହାନରେ ପୁର୍ନବାର କରୋନାର ପ୍ରଭାବ ଅନୁଭୂତ ହୋଇଛି। 2019 ମସିହାରେ ୱୁହାନରୁ ଏହି ଭାଇରସ୍ ଆରମ୍ଭ ହେବା ପରେ, ଚଳିତ ବର୍ଷ ଏପ୍ରିଲ୍ 3 ତାରିଖ ପରଠାରୁ ସେଠାରେ କୌଣସି ସଂକ୍ରମଣର ଘଟଣା ଦେଖିବାକୁ ମିଳି ନଥିଲା।…

Read More

ବିହାର, ବିହାର ରାଜ୍ୟରେ ଅଟକି ରହିଥିବା ଶହଶହ ଶ୍ରମିକ ନିଜ ରାଜ୍ୟକୁ ଫେରିବା ପାଇଁ ରେଳ ଷ୍ଟେସନ ଟିକେଟ କାଉଣ୍ଟର ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି। ଏହି ସମୟରେ ସେମାନେ ଯେପରି ସାମାଜିକ ଦୂରତା ବଜାଇ ରଖିବେ ସେଥି ପ୍ରତି ଦିଆଯାଇଛି ଧ୍ୟାନ।

Read More

ଭୁବନେଶ୍ବର : ରାଜ୍ୟରେ ଆହୁରି 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 15 ଜଣଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 377ରେ ପହଞ୍ଚିଛି । ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାକୁ ଛୁଇଁଛି କରୋନା । ବୌଦ୍ଧ ଜିଲ୍ଲାର 3 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 7 ଜଣ ଆକ୍ରାନ୍ତ ବାହାରିଥିବା ବେଳେ ଅନୁଗୁଳ ଏବଂ ପୁରୀରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆଜି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 377ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କର ପ୍ରାଣହାନି ଘଟିଛି ।

Read More

କନ୍ଦର୍ପ ବେହେରା ରେଢାଖୋଲ : ବର୍ତ୍ତମାନ ସାରା ବିଶ୍ୱରେ କରୋନା ମହାମାରୀ କାୟାବିସ୍ତାର କରିଥିବା ବେଳେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ଅବସରରେ ଭାରତ ସ୍କାଉଟ ଗାଇଡ ମାନଙ୍କ ଦ୍ୱାରା ଭିନ୍ନଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସ୍କାଉଟ ଗାଇଡ୍ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳୀପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଜିଲ୍ଲା ଆୟୋଜକ ସଚିବ ନରେନ୍ଦ୍ର କୁମାର ଦେହୁରୀଙ୍କ ନେତୃତ୍ୱରେ ରେଢାଖୋଲ ଉପଖଣ୍ଡର ତେରବେଡା, ମୁଟୁରୁମୁଣ୍ଡା, ଡଇଁଚା, ପାଇକମାଳ, ଶିମିଳିପାଳ ଆଦି ଅଂଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ବାଇକ ରାଲି ମାଧ୍ୟମରେ ଲୋକମାନଙ୍କୁ କରୋନା ଭାଇରସର ଭୟାବହତା ସଂପର୍କରେ ସଚେତନତା କରାଯାଇଥିଲା । ଏପରିକି ହାତ ଧୋଇବାର କୌଶଳ, ସାମାଜିକ ଦୂରତ୍ୱରକ୍ଷା, ମାସ୍କ ବ୍ୟବହାର ଆବଶ୍ୟକତା ସମ୍ବନ୍ଧରେ ସଚେତନତା କରାଯାଇଥିଲା । ଲକ୍ ଡାଉନ୍ ସମୟରେ ନିଜ ପରିବାର କଥା ଚିନ୍ତା ନ…

Read More

ହାଇଦ୍ରାବାଦ, ଆଉ ଚିନ୍ତା କରିବାର ନାହିଁ। କାରଣ ଟଙ୍କା, ମୋବାଇଲ ଫୋନ, ଲ୍ୟାପଟପ କିମ୍ବା ଆଇପାଡ ସବୁକୁ ଭୂତାଣୁ ମୁକ୍ତ କରିବା ବାହାରିଲା ଦୁଇଟି ଯନ୍ତ୍ର। ଯାହାକୁ କୁହାଯାଉଛି ‘ଧ୍ରୁବସ’ ଏବଂ ‘ନୋଟକ୍ଲିନସ’। ଏହି ଯନ୍ତ୍ରକୁ ନ ଛୁଇଁ ଆପଣ ଆପଣଙ୍କ ମୋବାଇଲ, ଲ୍ୟାପଟପ କିମ୍ବା ନୋଟ୍ କୁ ସାନାଟାଇଜସନ କରିପାରିବେ। ଏହି ଦୁଇଟି ଯନ୍ତ୍ରକୁ ବାହାର କରିଛନ୍ତି ହାଇଦ୍ରାବାଦସ୍ଥିତ ଡିଫେନସ ରିସର୍ଚ୍ଚ ଡେଭଲପ ଅରଗାନାଇଜେସନ ବା ଡିଆରଡିଓ। ଜାଣନ୍ତୁ ସେ ମେସିନ ଦ୍ବୟ କଣ କିପରି କାମ କରେ। ଧ୍ରୁବସ ଯନ୍ତ୍ରଟି କଣ ? ଡିଆରଡିଓର ‘ଧ୍ରୁବସ’ ଯନ୍ତ୍ରଟି ହେଉଛି ସ୍ପର୍ଶ ବିହୀନ ବିଶୋଧନ ଯନ୍ତ୍ର ବା କ୍ୟାବିନ ଯାହା ଇଲଟ୍ରୋନିକ୍ ଉପକରଣ ବିଶୋଧନ କରିବ। ଏହି ମେସିନ ଭିତରେ ଲାପଟପ, ମୋବାଇଲ କିମ୍ବା ଆଉପାଡ ଭର୍ତ୍ତ କଲେ କିଛି ସମୟ ଭିତରେ ତାହା ବିଶୋଧିତ ହୋଇ ବାହାରିବ। ଏହି ସଂସ୍ଥାର ଗବେଷକମାନେ ବହୁ ଦିନ ଧରି ସାଧାରଣ ଲୋକଙ୍କ…

Read More

କୋଲକାତା : ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ନେବା ପାଇଁ ସହାୟତା କରାଯାଉନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ କରାଯିବା ପରେ ରବିବାର ଟିଏମ୍‌ସି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଭିଯୋଗ କରାଯିବାର କିଛି ଦିନି ପୂର୍ବରୁ ବିଭିନ୍ନ ଟ୍ରେନ୍‌ ଗୁଡିକୁ ଅନୁମତି ପ୍ରଦାନ କରାଯାଇଥିଲା । ଏ ସମ୍ପର୍କିତ ଲିଖିତ କାଗଜପତ୍ର ଟ୍ବିଟ୍‌ କରିଛନ୍ତି ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ । ରାଜସ୍ଥାନ, କେରଳ, ତାମିଲନାଡୁ ଏବଂ ତେଲେଙ୍ଗାନାରୁ ଆସିବାକୁ ଥିବା 4ଟି ଟ୍ରେନ୍‌କୁ ଅନୁମତି ପ୍ରଦାନ କରାଯାଇଛି । ଗୃହମନ୍ତ୍ରୀ ଦୀର୍ଘ 40 ଦିନ ଧରି ନୀରବତା ଅବଲମ୍ବନ କରିଥିବା ବେଳେ ସାଧାରଣ ଲୋକଙ୍କୁ ମିଛ କହି ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବାନାର୍ଜୀ କହିଛନ୍ତି । (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୀଳାଦ୍ରିପ୍ରସାଦରେ କରୋନା ମୁକାବିଲାରେ ଯୋଦ୍ଧା ସାଜିଛି ପିପୁଲ୍‌ ଫଣ୍ଡ ଅଫ୍‌ ଅରାଙ୍ଗ ସ୍ବେଚ୍ଛାସେବୀ ସଙ୍ଗଠନ। ଆଦିବାସୀ ବହୁଳ ଏହି ଅଞ୍ଚଳରେ ସରକାରୀ ସହାୟତା ପହଞ୍ଚୁ ନଥିବା ବେଳେ ଲକ୍‌ଡାଉନ୍‌ରେ ଅନାହାରଙ୍କୁ ରାସନଠୁ ଆରମ୍ଭ କରି ରନ୍ଧାଖାଦ୍ୟ ପ୍ରଦାନ କରୁଛି ଏହି ସଙ୍ଗଠନ। ନିଳାଦ୍ରିପ୍ରସାଦ ଅନ୍ତର୍ଗତ ଅରାଙ୍ଗ ଗ୍ରାମର କିଛି ଯୁବକ ନିଜ ନିଜ ପକେଟ ଖର୍ଚ୍ଚରୁ କାଟି ନିୟମିତ ଭାବରେ ଗରିବ ଓ ଅସହାୟ ଲୋକଙ୍କୁ ସହାୟତା କରୁଛନ୍ତି। ଗାଁରେ ବୁଲି ବୁଲି ରାସନ ଏବଂ ରନ୍ଧାଖାଦ୍ୟ ବାଣ୍ଟିବା ସହିତ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଉଛନ୍ତି। ସଙ୍ଗଠନ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଜରୀପଡା, ମୁଦୁଲିଡିହ, ଖୁଣ୍ଟପଲ୍ଲୀ, ନିଳାଦ୍ରୀ, ବ୍ରହ୍ମପଡା, ହାତୀବାରି, କଶୀପଡା ଏବଂ କରଞ୍ଜପଲ୍ଲି ଅଞ୍ଚଳରେ ସହାୟତା କରାଯାଉଛି। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପରଠାରୁ ପ୍ରତ୍ୟହ ଯୁବକ ମାନେ ଏହି ମହନୀୟ କାର୍ଯ୍ୟ କରୁଛନ୍ତି। ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ…

Read More

ନୂଆଦିଲ୍ଲୀ, ଚୁଟି, ନିଶଦାଢି କାଟିବା ପାଇଁ ହରିୟାନର ଗୁରୁଗାଁଓର ଏକ ସାଲୁନ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଏହି ସାଲୁନର କର୍ମଚାରୀମାନେ ପିପିଇ ବା ପର୍ସନାଲ ପ୍ରୋଟେକସନସ ଇକ୍ୟୁପମେଣ୍ଟସ୍ ପିନ୍ଧି କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ହେବାର ଭୟ ଥିବାରୁ ସାଲୁନ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଲକ ଡାଉନର କଡା ନିୟମ ଅନୁସାରେ ବର୍ତ୍ତମାନ ସାଲୁନ ଖୋଲିବା ପାଇଁ ବାରଣ କରାଯାଇଛି। ହେଲେ ଏହି ସାଲୁନ ତରଫରୁ ଯେଉଁ ପଦକ୍ଷେପ ନିଆଯାଇଛି ସେଥିରେ ତାଙ୍କୁ କେହି ମନା କରିପାରିବ ନାହିଁ ବୋଲି ଜଣେ ଗ୍ରାହକ କହିଛନ୍ତି। ବର୍ତ୍ତମାନ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସେଠାକୁ ଆସୁଥିବା ଗ୍ରାହକମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି। ଦୀର୍ଘ ଦୁଇମାସ ଧରି ସାରା ଭାରତ ଲକଡାଉନରେ ରହିବା ପରେ ଲୋକମାନେ ଚୁଟି କାଟିବା ଏକ ସମସ୍ୟା ସୃଷ୍ଟି ହୋଇଛି। ସେହି ସମସ୍ୟାକୁ ବର୍ତ୍ତମାନ ଏହି ସାଲୁନ ମାଲିକ କିଛିଟା ହାଲକା କରିଦେଇଛନ୍ତି।

Read More

ଗୁରୁପଦ ବେରା କେନ୍ଦ୍ରାପଡା : କରୋନା ଜନିତ ଲକ୍ ଡାଉନ ସମୟରେ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ । କେନ୍ଦ୍ରାପଡ଼ାର ଜାତୀୟ ରାଜପଥ ଓ ସହରରେ ଭିକ୍ଷା ବୃତ୍ତି କରି ଚଲୁଥିବା କିନ୍ନର ମାନେ ମଧ୍ୟ ନିଜା ରୋଜଗାର ହରାଇ ଭୋକ ଉପାଶରେ କାଳାତିପାତ କରୁଛନ୍ତି । ଏନେଇ ସମାଜସେବୀ ସୁନୀଲ ମହାପାତ୍ରଙ୍କ ଠାରୁ ଖବର ପାଇ ପାରାଦ୍ୱୀପ ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ସେମାନଙ୍କୁ ସହାୟତାର ହାତ ବଢ଼ାଇଛି । ଟ୍ରଷ୍ଟର ସଭାପତି ସଚିତ୍ର କୁମାର ରାଉତ, ସୁରେଶ ଚନ୍ଦ୍ର ଦାସ, ଓ ସ୍ମୃତିରେଖା ପାତ୍ର ପ୍ରମୁଖ ଏମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ସାବୁନ, ମାସ୍କ, ସାନିଟାଇଜ ବଣ୍ଟନ କରିଥିଲେ। ଡିଏସ୍‌ପି କାର୍ତିକ ଚନ୍ଦ୍ର ମଲ୍ଲିକ, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ କିନ୍ନର ମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ସେମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ରହିବା ପାଇଁ ନିଜସ୍ୱ…

Read More

ରମେଶ ମହାନ୍ତି ଜଗତସିଂହପୁର : କରୋନା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତି ମାନଙ୍କୁ ସ୍ୱାବ ସଂଗ୍ରହ ପରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ ଦିଗରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଗୁରୁତ୍ବ ଦେଇଛନ୍ତି। ଗତକାଲି ସୁଦ୍ଧା ଜିଲ୍ଲାର ୧୯୮ଟି ପଞ୍ଚାୟତରେ ୨୮୮ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୧୦,୨୩୩ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ ଜଗତସିଂହପୁର ଓ ପାରାଦ୍ୱୀପ ପୌରାଞ୍ଚଳରେ ୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୧୧୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଏଥିସହିତ ୯ ତାରିଖ ୧୦୫ଜଣ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଆସିଛନ୍ତି। ତାମିଲନାଡୁରୁ ୫ଜଣ, ଝାଡ଼ଖଣ୍ଡରୁ୍ ୩ଜଣ,ପଶ୍ଚିମବଙ୍ଗରୁ ୧୯ଜଣ, ମଧ୍ୟପ୍ରଦେଶରୁ ୨ଜଣ, ଛତିଶଗଡ଼ରୁ ୪ଜଣ,ତେଲେଙ୍ଗାନାରୁ ୬୫ଜଣ, ଆନ୍ଧ୍ରପ୍ରଦେଶରୁ ୨ଜଣ, ଉତ୍ତରପ୍ରଦେଶରୁ ୧ଜଣ, ମହାରାଷ୍ଟ୍ରରୁ ୨ଜଣ, ଗୁଜୁରାଟରୁ ୧ଜଣ, କେନ୍ଦୁଝରରୁ ୧ଜଣଙ୍କ ସହ ୫ଜଣ ସ୍ୱାସ୍ଥ୍ୟବିଭାଗ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଗତସିଂହପୁର ମ୍ୟୁନିସିପାଲିଟିରୁ…

Read More

ନୂଆଦିଲ୍ଲୀ/ଭୁବନେଶ୍ବର : ସୁଦୂର ଆମେରିକାରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡିଆଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆମେରିକାର ବିଭିନ୍ନ ପ୍ରମୁଖ ସହରରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡିଆଙ୍କ ସହିତ ଧର୍ମେନ୍ଦ୍ରଏହି ଭିଡିଓ କନ୍‌ଫରେନ୍ସିଂରେ ସାମିଲ ହୋଇଥିଲେ । https://www.youtube.com/watch?v=Em6FCheG3bY କରୋନା ମହାମାରୀ ସମୟରେ ଦେଶ ତଥା ରାଜ୍ୟର ବିକାଶ ପାଇଁ ନୂତନ ରାସ୍ତା ବାହାର କରିବା ପାଇଁ ଏଥିରେ ଆଲୋଚନା ହୋଇଥିଲା । ଆମେରିକାର 8ଟି ପ୍ରମୁଖ ସହର ହ୍ୟୁଷ୍ଟନ, ସାନଫ୍ରାନସିସ୍କୋ, କାଲିଫର୍ଣ୍ଣିଆ, ଓ୍ବାଶିଂଟନ୍‌, ଫ୍ଲୋରିଡା, ମିନିସାଟୋ, ଆଲବାମାଳ ନ୍ୟୁୟର୍କରେ ବସବାସ କରୁଥିବା 18ରୁ ଅଧିକ ପ୍ରତିଷ୍ଠିତ ଓଡିଆଙ୍କ ସହିତ ଧର୍ମେନ୍ଦ୍ର ଆଲୋଚନା କରିଥିଲେ । ଓଡିଆ ମାନେ ବିଭିନ୍ନ ପ୍ରଭାବଶାଳୀ ପଦ ପଦବୀରେ ରହିଥିବା ବେଳେ କରୋନା ଭଳି ଘଡିସନ୍ଧି ମୂହୂର୍ତ୍ତରେ ମିଳିତ ପ୍ରଚେଷ୍ଟା ଜରିଆରେ ଓଡିଶାକୁ ଏକ ନୂତନ ଶିଖରରେ ପହଞ୍ଚାଇବା ଉଚିତ୍‌ ବୋଲି ଧର୍ମେନ୍ଦ୍ର ମତ ଦେଇଥିଲେ । ସେହିପରି…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 10 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଏବଂ ଯାଜପୁରରୁ ଏହି 10ଟି ଯାକ ପଜିଟିଭ୍‌ କେସ୍‌ ସାମ୍ନାକୁ ଆସିଛି । ଭଦ୍ରକରୁ 6ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ 4 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 31ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 59ରେ ପହଞ୍ଚିଛି । ଏହି ନୂତନ 10 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା 362ରେ ପହଞ୍ଚିଛି ।

Read More

ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଆସନ୍ତା କାଲି ଏହାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୋଦି ଏହି ଆଲୋଚନା କରିବେ । ସୋମବାର ମେ,11 ତାରିଖ 3ଟା ସମୟରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଲକ୍‌ଡାଉନ୍‌ ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 63 ହଜାର ଅତିକ୍ରମ କରିସାରିଥିବା ବେଳେ ବିଗତ 24 ଘଣ୍ଟା ମଧ୍ୟରେ 127 ଜଣଙ୍କର ପ୍ରାଣହାନି ଘଟିଛି ।(ଏଜେନ୍ସି)

Read More