ବାଣପୁର: ଆଜି ହେଉଛି ଆନ୍ତର୍ଜାତୀୟ ଯୋଗଦିବସ। ଯୋଗ ଦିବସରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତର ଭାପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରହୁଥିବା ୪୧ ଜଣ ପ୍ରବାସୀ ଶ୍ରମିକମାନେ ସକାଳୁ ଯୋଗ ଶିକ୍ଷା ଲାଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଭେଟେଶ୍ୱର ଗ୍ରାମପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଉଦଘାଟନ କରିଥିବା ବେଳେ ଯୋଗଗୁରୁ ପ୍ରସନ୍ନ ମିଶ୍ର ସଂଚାଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପ୍ରବନ୍ଧକ ରମେଶ ଭୋଳ ଉପସ୍ଥିତ ଥିଲେ। ସରପଞ୍ଚଙ୍କ ଉକ୍ତ ପ୍ରୟାସକୁ ପ୍ରବାସୀ ମାନେ ପ୍ରଶଂସା କରିଥିଲେ।
Author: Samikhsya Bureau
ପୁରୀ : ଚଳିତ ବର୍ଷ ରଥଯାତ୍ରାକୁ ସ୍ଥଗିତ ରଖିବା ନେଇ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତ୍ତି ଏବଂ ରାଜ୍ୟସରକାରଙ୍କ କାର୍ଯ୍ୟ ଶୈଳୀ ଉପରେ କ୍ଷୋଭ ପ୍ରକାଶ କଲେ ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ମହାମାରୀ କରୋନା ସଂକ୍ରମଣକୁ ନେଇ ରଥଯାତ୍ରା ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନ୍ୟାୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ଜୁନ୍ 20ରେ ଏହି ରାୟର ପୁର୍ନବିଚାର ପାଇଁ ଏକାଧିକ ପିଟିସନ ଦାଖଲ କରାଯାଇଥିଲା । ସୁପ୍ରିମକୋର୍ଟ ଚାହିଁଥିଲେ ସ୍ବେଚ୍ଛାକୃତ ଭାବେ ଏହି ଆବେଦନ ଗ୍ରହଣ କରିପାରିଥାନ୍ତେ । ବିଶେଷ ପରିସ୍ଥିତିରେ ନ୍ୟାୟାଳୟ ଅବକାଶ ସମୟରେ ମଧ୍ୟ ଚାଲିଥାଏ । କିନ୍ତୁ ରଥଯାତ୍ରା ବନ୍ଦ ପାଇଁ ଏହା ସୁଚିନ୍ତିତ ଯୋଜନା ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। ସେହିପରି ଗଜପତି ମହାରାଜା ମଧ୍ୟ ରଥଯାତ୍ରା କରିବା ନେଇ ଶାସ୍ତ୍ର ସମ୍ପର୍କିତ ତର୍କ ଦେଇଛନ୍ତି…
ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ପରେ ଏବେ ସାରା ଦେଶର ଜନତା ନ୍ୟାୟ ମାଗୁଛି । ସୁଶାନ୍ତଙ୍କ ଫ୍ୟାନ୍ସ ଓ ଅନ୍ୟ ଲୋକମାନେ ବଲିଉଡ୍ର ବଡ ଷ୍ଟାର୍ ଓ ପ୍ରଡକ୍ସନ ହାଉସ୍ ଓ ଡାଇରେକ୍ଟରଙ୍କ ସମେତ ଷ୍ଟାର୍ କିଡ୍ମାନଙ୍କୁ ସମାଲୋଚନା କରିବା ସହିତ ଟ୍ରୋଲ୍ ବି କରୁଛନ୍ତି । ଏବେ ଟୁଇଟ୍ରରେ ସର୍ବଦା ସୁଶାନ୍ତ ରାଜପୁତ୍ଙ୍କ ନାମରେ ହ୍ୟାଜ୍ଟ୍ୟାଗ୍ ଚାଲୁଛି । ପ୍ରାୟ ୟୁଜର୍ସମାନେ ସୁଶାନ୍ତଙ୍କ ମୃତ୍ୟୁର ନ୍ୟାୟ ଦାବି କରୁଛନ୍ତି । ଏଥିପାଇଁ ଅନ୍ୟ ବଡ ଷ୍ଟାର୍ ଓ ଷ୍ଟର୍ କିଡ୍ମାନଙ୍କୁ ବେଶ୍ ଟ୍ରୋଲ୍ ହେବାକୁ ପଡୁଛି । ସଲମାନ ଖାନ୍, କରଣ ଜୋହର୍, ଆଲିଆ ଭଟ୍ଟ ଓ ସୋନମ କପୁର୍ ସମେତ ବହୁ ଷ୍ଟାର୍ଙ୍କୁ ଟ୍ରୋଲ୍ କରାଯାଉଛି । ଏପରି ସମୟରେ ଟୁଇଟ୍ରେ ଜରିଆରେ ବ୍ୟାପୁଥିବା ନକାରାତ୍ମକ ବା ବିଲୋମତାର ଦୂରେଇ ରହିବା ପାଇଁ କିଛି ସେଲିବ୍ରିଟ୍ମାନେ ଚେଷ୍ଟା କରୁଛନ୍ତି ।…
ହେମାଙ୍ଗ ରାଉଳ ଗଞ୍ଜାମ: ଏକ ଟ୍ରକରେ ଭର୍ତ୍ତି ହୋଇ ଗୋ ମାଂସ ଚାଲାଣ ବେଳେ ତାହାକୁ କାବୁ କରିଛନ୍ତି ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀମାନେ। ଟ୍ରକଟି ପଶ୍ଚିମବଙ୍ଗରୁ ଏହି ଗୋମାଂସ ନେଇ ଚେନାଇ ଯାଉଥିବାକୁ ନେଇ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଟ୍ରକଟି ଏନଏଚ 16 ଦେଇ ଆନ୍ଧ୍ର ପଟକୁ ଯାଉଥିବା ବେଳେ ଖବର ପାଇଥିଲେ ବଜରଙ୍ଗ ଦଳକର୍ମୀ ମାନେ ଟ୍ରକଟିର ପିଛା କରିଥିଲେ। ଏନେଇ ଗୋଳନ୍ଥରା ଥାନା ପୋଲିସକୁ ବି ଖବର ଦେଇଥିଲେ କିନ୍ତୁ ପୋଲିସ ଟ୍ରକକୁ ଧରିବାରେ ସଫଳ ହୋଇପାରିନଥିଲା ପରେ ବଜରଙ୍ଗ ଦଳ କର୍ମୀ ମାନେ ପିଛା କରି ଆନ୍ଧ୍ର ଓଡିଶା ସୀମନ୍ତ ପୁରୁଷୋତ୍ତମପୁର ଗ୍ରାମ ନିକଟରେ ଅଟକାଇ ଥିଲେ ଏବଂ ସଙ୍ଗେ ସଙ୍ଗେ ଆନ୍ଧ୍ରପୁଲିସକୁ ଜଣାଇ ଥିଲେ। ଖବର ପାଇ ଇଚ୍ଛାପୁର ପୋଲିସ ସେଠାରେ ପହଂଚି ଟ୍ରକକୁ ଜବତ କରିଛି। ପରେ ଟ୍ରକ ଭିତରେ ଥିବା ପେକେଟ ଗୁଡିକୁ ଖୋଲି ଦେଖିଲା ବେଳକୁ ସେଥିରେ…
ଭୁବନେଶ୍ବର : ଆଜି ରାଜ୍ୟରେ ଦୁଇ ଜଣ କରୋନାର ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ମିଳିଛି । ଏବେ ରାଜ୍ୟରେ କରୋନା ମୃତ୍ୟୁ 14କୁ ବୃଦ୍ଧି ହୋଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ଜଣେ ହୋଇଥିବାବେଳେ ଅନ୍ୟ ଜଣେ ବରଗଡ ଜିଲ୍ଲାର ବୋଲି ସୂଚନା ରହିଛି। ଗଞ୍ଜାମର ଆକ୍ରାନ୍ତ ହୋଇଥିବା ରୋଗୀ ଜଣକ କଟକରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।49 ବର୍ଷୀୟ ଏହି ରୋଗୀ ଜଣକ କଟକର ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ଗଞ୍ଜାମ ଜିଲ୍ଲାର ଏବେ କରୋନା ମୃତ୍ୟୁ ସଂଖ୍ୟା 7ରେ ପହଞ୍ଚିଛି । ସେହିପରି ବରଗଡ ଜିଲ୍ଲାର ମୃତକ ଜଣକ 76 ବର୍ଷୀୟ ବୋଲି ଜଣାପଡିଛି । ସେହିପରି ପୁରୀ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟର କାରଣ ଭିନ୍ନ ବୋଲି କହିଛନ୍ତି ସରକାର । କରୋନାରେ ଆକ୍ରାନ୍ତ ହୋଇଥିବା ଏହି ବ୍ୟକ୍ତିଙ୍କ ମୃତ୍ୟୁ ଭିନ୍ନ କାରଣରୁ ହୋଇଛି ବୋଲି…
ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ 304 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 21ଟି ଜିଲ୍ଲାରୁ 304 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗ ଆମ୍ପାନ୍ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରୁ 42 ଜଣ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ଗଜପତିରୁ ସର୍ବାଧିକ 47, ଗଞ୍ଜାମରୁ 40, ଜଗତସିଂହପୁରର 29, ଝାରସୁଗୁଡାରୁ 25, ଯାଜପୁରରୁ 21, ବାଲେଶ୍ବରରୁ 17, ବରଗଡରୁ 14, କଟକରୁ 13, କନ୍ଧମାଳରୁ 12, ଭଦ୍ରକରୁ 11, ମୟୂରଭଞ୍ଜରୁ 6, କେନ୍ଦ୍ରାପଡା ଓ ଖୋର୍ଦ୍ଧାରୁ 5, ସୋନପୁରରୁ ଜଣ ଚିହ୍ନଟ ହୋଇଛନ୍ତି। ନୟାଗଡ ଓ ପୁରୀରୁ 3 ଜଣ ଲେଖାଏଁ ଆକ୍ରାନ୍ତ ରହିଥିବାବେଳେ, ମାଲକାନଗିରି ଓ ସୋନପୁରରୁ 2 ଜଣ ଲେଖାଏଁ ରହିଛନ୍ତି । ସେହିପରି ବଲାଙ୍ଗିର, ସୁନ୍ଦରଗଡ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପଜିଟିଭ୍ ସୁସ୍ଥ ସକ୍ରିୟ ମୃତ…
ଭୁବନେଶ୍ବର : ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରୁ ସର୍ବାଧିକ 304 ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 272ଜଣ ଚିହ୍ନଟ ହୋଇଥିବାବେଳେ 32ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5,160କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1607। ସେହିପରି ସୁସ୍ଥ ହୋଇଛନ୍ତି 3534 ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 12ଜଣ । ସେହିପରି 4 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଭୁବନେଶ୍ବର : ଆଜି 2020 ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ବିଶ୍ବର ବିଭିନ୍ନ ଦେଶରେ ଏହା ଦୃଶ୍ୟମାନ ହେଉଛି । ଏହି ସୂର୍ଯ୍ୟପାଗ ଅନ୍ୟ ପରାଗଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଜୁନ୍ 21 ତାରିଖ ଅର୍ଥାତ୍ ଆଜି ହେଉଛି ବର୍ଷର ସବୁଠାରୁ ବଡ ଦିନ । ପ୍ରାୟ 900 ବର୍ଷ ପରେ ସୂର୍ଯ୍ୟପରାଗ ସମୟରେ ଏପରି ସଂଯୋଗ ସୃଷ୍ଟି ହୋଇଛି । ଏହି ଗ୍ରହଣ ସମୟରେ ରାହୁ, ବୁଧ ଓ ଚନ୍ଦ୍ରଙ୍କ ସହିତ ସୂର୍ଯ୍ୟଙ୍କ ସଂଯୋଗ ହେବାର ଯୋଗ ବନୁଛି। ଭୁବନେଶ୍ବରରେ ଦିନ 10ଟା 38ରୁ ପରାଗ ସ୍ପର୍ଶ ଆରମ୍ଭ ହୋଇଛି । ଅପରାହ୍ନ 2ଟା9ରେ ସର୍ବମୋକ୍ଷ ହେବା ନେଇ ପ୍ଲାନେଟୋରିୟମ୍ ପକ୍ଷରୁ ସୂଚନା ଦିଆଯାଇଛି ।ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ପରାଗ ସ୍ପର୍ଶ ସମୟ 5/7 ମିନିଟ୍ର ଫରକ ରହିବ । 12ଟା 15ରୁ12ଟା 30 ମଧ୍ୟରେ ସର୍ବାଧିକ ଅଂଶ ଦୃଶ୍ୟମାନ ହେବ । ଭୁବନେଶ୍ବରରେ 12ଟା 26ରେ ସର୍ବାଧିକ 65%…
ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ସାରା ବିଶ୍ବ ଏବେ ସଂକଟରେ । ଦେଶର ବହୁ ଧନୀ ରାଷ୍ଟ୍ରମାନେ ମଧ୍ୟ ଏହି ସଂକଟର ସାମ୍ନା କରୁଛନ୍ତି। ଚୀନ୍ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ସାରା ବିଶ୍ବକୁ ନିଜ ଆୟତ୍ତରେ କରି ସାରିଛି । ଏହି ଭାଇରସ୍ ଯୋଗୁଁ ସାରା ବିଶ୍ବରେ ଏପର୍ଯ୍ୟନ୍ତ 89 ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ସେହିପରି ଏହି ସଂକ୍ରମଣରେ ମୃତକଙ୍କ ସଂଖ୍ୟା ଚାରି ଲକ୍ଷ66 ହଜାର ପାର କରି ସାରିଛି । ବିଶ୍ବରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ଆମେରିକାରେ ହୋଇଛି । ଏହି ମହାମାରୀ ଯୋଗୁଁ ଆମେରିକାରେ ଏକ 20 ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି । ଗତ 24 ଘ୍ଟାରେ ବିଶ୍ବରେ ପାଞ୍ଚ ହଜାରରୁ ଅଧିକ ମୃତ୍ୟୁ ହୋଇଥିବବେଳେ ଗତ ଦୁଇ ଦିନ ମଧ୍ୟରେ ଦୁଇଲକ୍ଷରୁ ଅଧିକ ଲୋକେ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ତେବେ ଏହି…
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ମାମଲା । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ ଟପିଛି । ଦେଶରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 10 ହଜାର 461କୁ ବୃଦ୍ଧି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 13 ହଜାର 254ରେ ପହଞ୍ଚିଲାଣି । ଦେଶରେ ଏଯାବତ୍ 1 ଲକ୍ଷ 69 ହଜାର 451 ଜଣ ଆକ୍ଟିଭ୍ କେସ୍ ରହିଥିବାବେଳେ ସୁସ୍ଥ ହେଲେଣି 2 ଲକ୍ଷ 27 ହଜାର 756 ଜଣ । କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 15 ହଜାର 413 ଆକ୍ରାନ୍ତ ରହିଥିବାବେଳେ 306 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦେଶରେ ସର୍ବାଧିକ କରୋନା ମାମଲା ମହାରାଷ୍ଟ୍ରରୁ ହିଁ ଆସିଛି । ମହାରାଷ୍ଟ୍ରରେ ସର୍ବାଧିକ 1 ଲକ୍ଷ 28 ହଜାର 205 ଜଣ ଆକ୍ରାନ୍ତ ରହିଥିବାବେଳେ 5984ଜଣଙ୍କର ମୃତ୍ୟୁ…
ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ତାଣ୍ଡବ ଚାଲିଥିବାବେଳେ କରୋନାକୁ ନେଇ ଏକ ଆଶ୍ବସ୍ତିକର ଖବର ଶୁଣିବାକୁ ମିଳିଛି। କରୋନା ମୁକ୍ତି ପାଇଁ ବାହାରିଲା ମେଡିସିନ୍। ଭାରତୀୟ କମ୍ପାନୀ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲସ୍ କୋଭିଡ୍ -୧୯ ପାଇଁ ବାହାର କରିଛି ଏହି ମେଡିସିନ୍। କରୋନାରେ ପୀଡ଼ିତ ହୋଇଥିବା ରୋଗୀଙ୍କ ଚିକିତ୍ସା ପାଇଁ ଏହି କମ୍ପାନୀ ଏକ ଆଣ୍ଟିଭାଇରାଲ୍ ଔଷଧ ଆଣିଛନ୍ତି। ଫାଇିପିରାଭିର ଆଣ୍ଟିଭାଇରାଲ୍ ଔଷଧକୁ ଫାଭିଫ୍ଲୁ ବ୍ରାଣ୍ଡ ନାମରେ ଲଞ୍ଚ କରାଯାଇଛି। କମ୍ପାନୀ ପକ୍ଷରୁ ଶନିବାର ଦିନ ଏହା ସମ୍ପର୍କରେ ସୂଚନା ଦିଆଯାଇଛି। କୋଭିଡ୍ -୧୯ ର ଚିକିତ୍ସା ପାଇଁ ଏହି ଟାବଲେଟ୍କୁ ଭାରତୀୟ ଔଷଧ ମହାନିୟନ୍ତ୍ରଣ (ଡିସିସିଆଇ) ସ୍ବୀକୃତି ଦେଇଛି। କରୋନା ସଂକ୍ରମିତ ହେବାର ପ୍ରାଥମିକ ସ୍ତରରେ ଯଦି ଏହି ମେଡିସିନ୍କୁ ରୋଗୀକୁ ଦିଆଯାଏ, ତେବେ ଏହା ଭାଇରସର ପ୍ରଭାବକୁ ହ୍ରାସ କରାଇବା ସହିତ ସଂକ୍ରମଣ ବୃଦ୍ଧିକୁ ମଧ୍ୟ ରୋକିବାରେ ସାହାଯ୍ୟ କରିବ। ତେବେ ଏହି ଟାବଲେଟ୍ର ଦାମ ୧୦୩ ଟଙ୍କା ରହିଛି।…
ନୂଆଦିଲ୍ଲୀ : କରୋନା ସ୍ଥିତି ଭାରତରେ ଜଟିଳ ହେବାକୁ ଲାଗିଥିବାବେଳେ କରୋନା ଯୋଦ୍ଧାଙ୍କ ଜୀବନ ନେବାରେ ଲାଗିଛି ଏହି ମହାମାରୀ । ଦିଲ୍ଲୀ ଏନ୍ଏଚ୍ଏସ୍ଆର୍ସିରେ କାର୍ଯ୍ୟରତ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁହୋଇଥିବାର ସୂଚନା ମିଳିଛି । ମୃତ ଡାକ୍ତର ଜଣକ ହେଉଛନ୍ତି ଅଶ୍ବିନୀ କୁମାର ପ୍ରତାପ । ମାତ୍ର 39 ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ନିଜ ଘରବାଙ୍କୀ ଅଞ୍ଚଳରେ ବୋଲି ଜଣାପଡିଛି । ତେବେ ତାଙ୍କ ସ୍ତ୍ରୀ ଓ ପିଲା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଗତକାଲି ସକାଳ 11ଟା ସମୟରେ ଏହି ଓଡ଼ିଆ ଡାକ୍ତରଙ୍କ ଦିଲ୍ଲୀଠାରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଦିଲ୍ଲୀରେ ଏବେ କରୋନା ସ୍ଥିତି ବେଶ୍ ସଂକଟାପନ୍ନ ରହିଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ କରୋନା ଯୋଗୁଁ ଦୁଇହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଜୁନ୍ 21କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଇଥାଏ । 2015ରେ ପ୍ରଥମ ଥର ପାଇଁ ଯୋଗ ଦିବସ ପାଳନ କରାଯାଇଥିଲା । ଚଳିତ ବର୍ଷ ଯୋଗ ଦିବସର ଥିମ୍ ରହିଛି ‘ୟୋଗା ଆଟ୍ ହୋମ୍ ଆଣ୍ଡ୍ ୟୋଗ୍ ଫର୍ ହେଲଥ୍’ । ତେବେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। କରୋନା ସଂକଟ ସମୟରେ ଯୋଗାଭ୍ୟାସ ଓ ପ୍ରାଣାୟମ ଅତ୍ୟନ୍ତ ଆବଶ୍ୟକ ବୋଲି ମୋଦି କହିଛନ୍ତି । କରୋନାକୁ ହରାଇବା ପାଇଁ ଯୋଗାଭ୍ୟାସ ଜରୁରୀ ବୋଲି କହିଛନ୍ତି ମୋଦି । ଯୋଗ ସାଧକ ସଂକଟ ବେଳେ ଧେର୍ଯ୍ୟଚ୍ୟୁତ ହୁଏ ନାହିଁ । ଯୋଗାଭ୍ୟାସ ଦ୍ବାରା ଘରେ, ପରିବାରରେ ଉର୍ଜାର ସଞ୍ଚାର ହୋଇଥାଏ ବୋଲି ମୋଦି କହିଛନ୍ତି । ସେହିପରି ଇଣ୍ଡୋ ତିବତୀୟ ବୋର୍ଡର ପୋଲିସ (ଆଇଟିବିପି)ର ଯବାନମାନେ ମଧ୍ୟ ଆଜି…
କେଦାର ମିଶ୍ର ଯେତେବେଳେ ଆନ୍ତର୍ଜାତିକ ତୈଳ ବଜାରରେ କଞ୍ଚା ତେଲର ଦର ନେଗେଟିଭ ହୋଇଗଲା ସେତେବେଳେ ଭାରତର ତୈଳ ବଜାର ବନ୍ଦ ଥିଲା। ଲକ ଡାଉନ ଯୋଗୁଁ ତୈଳ ବଜାର ଏକପ୍ରକାର ଭୁଷୁଡି ପଡୁଥିବା ବେଳେ ଭାରତ ସରକାର ଏହାକୁ ଭାରତୀୟ ଜନ ସାଧାରଣଙ୍କ ପିଠିରେ ଏକ କାରୋଡାମାଡ ଭଳି ବ୍ୟବହାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଯେତେବେଳେ ଆନ୍ତର୍ଜାତିକ ବଜାରରେ ତୈଳ ଦର ସବୁଠୁ କମ ଥିଲା ସେହି ସମୟରେ ହଠାତ ଡିଜେଲ ଓ ପେଟ୍ରୋଲ ଉପରେ ଭାରତ ସରକାର ଅବକାରୀ ଟିକସକୁ ଯଥାକ୍ରମେ ୧୩ ଟଙ୍କା ଓ ୧୦ ଟଙ୍କା ବଢାଇ ଦେଲେ। କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାରମାନେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ବଢାଇବା ଆରମ୍ଭ କଲେ। ଆନ୍ତର୍ଜାତିକ ବଜାରରେ କଞ୍ଚା ତେଲର ମୂଲ୍ୟ ନେଗେଟିଭ ସ୍ତରକୁ ଖସି ଆସିଥିଲେ ମଧ୍ୟ ଏହାର ଲାଭ ସାଧାରଣ ଗ୍ରାହକକୁ ମିଳିଲା ନାହିଁ। ଯେତେବେଳେ ଆନ୍ତର୍ଜାତିକ…
ଗଞ୍ଜାମ : ଗଂଜାମ ଜିଲ୍ଲାରେ ପୁଣି ନୂତନ ପଜିଟିଭ ଥିବା 38 ଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି। ଏହି 38 ଜଣ ନୂଆ ପଜିଟିଭଙ୍କ ମଧ୍ୟରୁ 10 ଜଣ କରୋନା ଯୋଦ୍ଧା ସାମିଲ ଅଛନ୍ତି। ଗତ 19 ତାରିଖରେ ମଧ୍ୟ ଜିଲ୍ଲାରୁ 6 ଜଣ କରୋନା ଯୋଦ୍ଧା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଆଜି ଚିହ୍ନଟ ହୋଇଥିବା 10 ଜଣ କରୋନା ଯୋଦ୍ଧାଙ୍କ ମଧ୍ୟରେ ଛତ୍ରପୁରରୁ ଜଣେ, ଚିକିଟିରୁ 2ଜଣ, ଗଂଜାମରୁ ଜଣେ, ପୋଲସରାରୁ 3 ଜଣ, ରଙ୍ଗେଇଲୁଣ୍ଡାରୁ ଜଣେ, ଭଂଜନଗରରୁ ଜଣେ ଓ କବିସୂର୍ଯ୍ୟନଗରରୁ ଜଣେ ରହିଛନ୍ତି । ସେହିଭଳି କରୋନା ସଂକ୍ରମିତଙ୍କ ସଂସର୍ଶରେ ଆସି 20 ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ଆସିକାରୁ 2 ଜଣ, ବେଗୁନିଆପଡ଼ାରୁ 6 ଜଣ, ବେଲଗୁଣ୍ଠାରୁ ଜଣେ, ପୋଲସରାରୁ ଜଣେ, ଗଂଜାମରୁ 2 ଜଣ, କବିସୂର୍ଯ୍ୟନଗରରୁ…
ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ ଗୋପବନ୍ଧୁ ଛକ ସ୍ଥିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।
ପୁରୀ, ରଥଯାତ୍ରା ସଂପର୍କରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରନ୍ତୁ । ଏ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏକ ଲମ୍ବା ଚିଠି ଲେଖିଛନ୍ତି ଗଜପତି ଦିବ୍ୟସିଂହ ଦେବ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର କୋର୍ଟକୁ ଅବଗତ କରାନ୍ତୁ ଯେ, କୋଭିଡ କଟକଣା ମଧ୍ୟରେ ରଥଯାତ୍ରା କରାଯିବ। ବିନା ଭକ୍ତରେ ଏହି ରଥଯାତ୍ରା ମନ୍ଦିର ପ୍ରଶାସନ କରିବ। ଏହା କୁହାଗଲେ ହୁଏତ ସୁପ୍ରିମକୋର୍ଟ ରଥଯାତ୍ରା କରିବା ପାଇଁ ଅନୁମତି ଦେଇପାରନ୍ତି ବୋଲି ଗଜପତି ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଚିଠିରେ ଗଜପତି ରଥଯାତ୍ରା ଇତିହାସ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ, ମନ୍ଦିର ସତ୍ବଲିପିରେ ରଥଯାତ୍ରା କରିବାକୁ ମନ୍ଦିର ପ୍ରଶାସନ ବାଧ୍ୟ। ସେଥିପାଇଁ ପ୍ରାଚୀନ ସମୟରେ ଯେତେ ବାଧା ବିଘ୍ନ ଆସିଥିଲେ ମଧ୍ୟ ରଥଯାତ୍ରା ବନ୍ଦ ହୋଇ ନାହିଁ। ଯେତେବେଳେ ତିନିଠାକୁର ମନ୍ଦିର ଭିତରେ ନ ଥିଲେ ସେତେବେଳେ ରଥଯାତ୍ରା ବନ୍ଦ ହୋଇଛି।…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପିଡିଏସ୍ କିରୋସିନିର ଚୋରା କାରବାର ବହୁଳ ମାତ୍ରାରେ ଚାଲୁଥିବା ଅଭିଯୋଗ ହେଉଛି। ଏମିତିକି ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ଠାରୁ ଆରମ୍ଭ କରି ବାଲିକୁଦା ପର୍ଯ୍ୟନ୍ତ ଥିବା ଅନେକ ଚିଙ୍ଗୁଡ଼ି ଘେରିକୁ ବେଧଡକ ଭାବେ ଚୋରା କିରୋସିନି ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏସବୁ ଘଟଣା ଜିଲ୍ଲା ଯୋଗାଣ ବିଭାଗ ଅଜାଣତରେ ହେଉଥିଲା ନା କିଛି ଅସାଧୁ କର୍ମଚାରୀଙ୍କ ଇଶାରାରେ ହେଉଥିଲା ଏନେଇ ସାଧାରଣରେ ପଶ୍ନବାଚୀ ସୃଷ୍ଟି ହୋଇଛି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସ୍ଥିତ ତେନ୍ତୁଳି ବେଲାରୀ ନଗର ପଡା ଗାଁ ନିକଟରୁ ଏକ ଟାଟା ମ୍ୟାଜିଗରେ ଚୋରା ଚାଲାଣ ହେଉଥିବା ୧୬୦୦ ଲିଟର କିରାସିନି ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଜବତ କରାଯାଇଛି। ସଦେଇପୁର ଅଞ୍ଚଳରୁ ତେନ୍ତୁଳି ବେଲାରୀ ଦେଇ ନିୟମିତ ଭାବରେ ବିଭିନ୍ନ ଚିଙ୍ଗୁଡ଼ି ଘେରିକୁ କିରାସିନି ଚୋରା ଚାଲାଣ ହେଉଥିବା ବେଳେ ଏ ବାବଦରେ…
ଆଗ୍ରା: ଆହ୍ଲାବାଦ-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ମର୍ମଦୂତ ସଡକ ଦୁର୍ଘଟଣା ଘଟିଛି। ଫିରୋଜାବାଦ ଜିଲ୍ଲାର ନାସିରପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ମର୍ମଦୂତ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଅନୁଯାୟୀ ଶନିବାର ଦିନ ଆହ୍ଲାବାଦରୁ ଦ୍ରୁତ ଗତିରେ ଆସୁଥିବା କାରଟି ଆହ୍ଲାବାଦ-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଅଜଣା ଟ୍ରକ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୀଷଣ ଥିଲା ଯେ, କାର ଭିତରୁ ମୃତଦେହ ଉଦ୍ଧାର କରିବା ପାଇଁ କାରକୁ କାଟିବାକୁ ପଡିଥିଲା। ଏସଏସପି ଫିରୋଜାବାଦ ସଚ୍ଚେନ୍ଦ୍ର ପଟେଲ କହିଛନ୍ତି ଯେ ଘଟଣାସ୍ଥଳରେ ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ପଞ୍ଚମ ବ୍ୟକ୍ତି ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ବରଣ କରିଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଷଷ୍ଠ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ପୀଡିତାଙ୍କ ନାମ ରବିନାଶ ପାଣ୍ଡେ, ରୁବି, ଲକ୍ଷ୍ମୀ ଏବଂ କେଶବ ପାଣ୍ଡେଙ୍କ ମୃତ୍ୟୁ ଘଟିଥିବା ବେଳେ ନନ୍ଦିନୀ ଡାକ୍ତରଖାନା ଯିବା…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ସ୍ଥିତ ଶାରଳା ସମବାୟ ସୂତାକଳ ପୁର୍ନବାର କାର୍ଯ୍ୟକ୍ଷମ କରିବାପାଇଁ ଜଗତସିଂହପୁର ଜିଲ୍ଲାର ସଚେତନ ଯୁବକମାନେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ନିଜର ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯଦି ତିର୍ତ୍ତୋଲର ଉକ୍ତ ସୂତାକଳଟି କାର୍ଯ୍ୟକ୍ଷମ ହୁଏ ତାହେଲେ ମହାମାରୀ କରୋନା ସମୟରେ ବିଭିନ୍ନ ରାଜ୍ୟରୁ ଫେରି ଘରେ ବସିରହିଥିବା ପ୍ରବାସୀ ମାନେ ନିଜ ଜିଲ୍ଲାରେ ଚାକିରି କରିବା ସହିତ ଜିଲ୍ଲାର ବେକାରୀ ସମସ୍ୟା ଦୂରହେବ ଓ ଜିଲ୍ଲାର ଆର୍ଥିକ ବିକାଶ ମଧ୍ୟ ହେବ। ଏଥିରେ ଅଜୟ କୁମାର ଗୋଛାୟତ, କାଳୀ କିଙ୍କର ମହାନ୍ତି, ରବିନାରାୟଣ କର, ସୌଭାଗ୍ୟ ସ୍ୱାଇଁ, ରୁଦ୍ର ଆଚାର୍ଯ୍ୟ, କାଳନ୍ଦୀ ଦାଶ, ଅବନୀକାନ୍ତ ଦାଶ, ଶ୍ୟାମ ସୁନ୍ଦର ସାହୁ , ସୁରେଶ ମଲ୍ଲିକ , ଅଂଶୁମାନ ମହାନ୍ତି , ଆଶିଷ ମହାନ୍ତି , ପବିତ୍ର କୁମାର୍ ମହାନ୍ତି , ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଦାବି ଜଣାଇଥିଲେ।
ପିଣ୍ଟୁ ବିଶୋୟୀ କୋଦଳା: କୋଦଳା ଥାନା ଅନ୍ତର୍ଗତ ଦଶ ନଂ ୱାର୍ଡ ବିଷୋୟୀ ସାହିର ଶ୍ରୀ ନିବାସ ପଣ୍ଡା କିଛି ଦିନ ତଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉକ୍ତ ମୃତ୍ୟୁ ବ୍ୟକ୍ତିଙ୍କ ଘରକୁ ଯାଇ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ସରକାରଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଧାୟିକା। ତେବେ ୧୧ କେଭି ବିଦ୍ୟୁତ ତାର ଉକ୍ତ ବ୍ୟକ୍ତିଙ୍କ ଛାତ ଉପର ଦେଇଯାଇଥିବା ଖବର ବିଧାୟିକା ଜାଣିବା ପରେ ସେହି ଦିନହିଁ ବିଧାୟିକା ହସ୍ତକ୍ଷେପ କରି ଛାତ ଉପର ଦେଇ ଯାଇଥିବା ବିଦ୍ୟୁତ ତାର ହସ୍ତାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବିଦ୍ୟୁତ ତାର ହସ୍ତାନ୍ତର କାର୍ଯ୍ୟ ଆରମ୍ବ ହୋଇଥିବା ବେଳେ ସପ୍ତାହ ଭିତରେ କାର୍ଯ୍ୟ…

