Author: Samikhsya Bureau

ଭୁବନେଶ୍ବର : ଆଜି ଭୁବନେଶ୍ବରରେ ନୂତନ 16 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ ରହିଥିବାବେଳେ ଅନ୍ୟ 14 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି ବିଏମ୍‌ସି ଟୁଇଟ୍‌ ଜରିଆରେ ସୂଚନା ଦେଇଛି । ଦୁଇ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯଦୁପୁରରୁ ଜଣେ 35ବର୍ଷୀୟ ଯୁବକ ରହିଛନ୍ତି । ସେ ନିକଟରେ କୋଲକାତାରୁ ଫେରିଥିବାର ସୂଚନା ରହିଛି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ୟୁନିଟ୍‌ -8 ଡେଲ୍‌ଟା କଲୋନୀରୁ ଚିହ୍ନଟ ହୋଇଛନ୍ତି । 21 ବର୍ଷୀୟା ଏହି ଯୁବତୀ ଜଣକ ବିଜୟଓ୍ବାଡାରୁ ଫେରିଥିବାର ସୂଚନା ରହିଛି । ସେହିପରି ଅନ୍ୟ 14 ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରେ ସୁନ୍ଦରପଦାର ଅଭିରାମ ବସ୍ତିରୁ ଜଣେ 50 ବର୍ଷୀୟା ମହିଳା ଚିହ୍ନଟ ହୋଇଛନ୍ତି। ଓଲ୍ଡ ଟାଉନ୍‌ ମହତାବ ରୋଡ୍‌ରୁ ଜଣେ 61 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି ଘରୋଇ ହସ୍ପିଟାଲରୁ 9ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

Read More

ଭୁବନେଶ୍ବର : ଆଜି ରାଜ୍ୟରେ 131 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଗଞ୍ଜାମରୁ ସର୍ବାଧିକ 43 ଜଣ ସୁସ୍ଥ ହୋଇଥିବାବେଳେ ପୁରୀରୁ 28 ଜଣ, ଖୋର୍ଦ୍ଧାରୁ 21 ଜଣ, କନ୍ଧମାଳରୁ 12, ଜଗତସିଂହପୁରରୁ 7, ନବରଙ୍ଗପୁରରୁ 6 ଜଣ, କେନ୍ଦ୍ରାପଡାରୁ 5 ଜଣ, ବାଲେଶ୍ବର ଓ କଟକରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ବରଗଡ, ବଲାଙ୍ଗିର, ଝାରସୁଗୁଡା, କେଉଁଝର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 4,422ରେ ପହଞ୍ଚିଛି ।

Read More

ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁରରୁ 29 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଛନ୍ତି ଜିଲ୍ଲା ପ୍ରଶାସନ ।  ଆଜି ଚିହ୍ନଟ 29 ଆକ୍ରାନ୍ତଙ୍କ ମଧ୍ୟରୁ 28 ଜଣ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ଜଣେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି । ବିରିଡି ବ୍ଲକରୁ 10 ଜଣ ଚିହ୍ନଟ ହୋଇଥିବାବେଳେ  ଚିହ୍ନଟ 10 ଜଣଙ୍କ ମଧ୍ୟରୁ ଝାଡଖଣ୍ଡରୁ ଜଣେ, ତେଲେଙ୍ଗାନାରୁ ଜଣେ, ସାଉଦି ଆରବରୁ ଜଣେ, ତାମିଲନାଡୁରୁ ଜଣେ ଓ ମହାରାଷ୍ଟ୍ରରୁ ତିନିଜଣ ଚିହ୍ନଟ ହୋଇଛନ୍ତି । ସେହପରି ତିର୍ତ୍ତୋଲ୍‌ ବ୍ଲକରୁ ଚିହ୍ନଟ ହୋଇଥିବା 7 ଜଣ ମଧ୍ୟ ପ୍ରବାସ ଫେରାନ୍ତା । ଏହି ସାତଜଣଙ୍କ ମଧ୍ୟରେ ମହାରାଷ୍ଟ୍ରରୁ 5 ଜଣ ଫେରିଥିବାବେଳେ ତାମିଲନାଡରୁ ଜଣେ ଓ ଓମାନରୁ ଜଣେ ଜଣେ ଫେରିଛନ୍ତି । ସେହିପରି ରଘୁନାଥପୁର…

Read More

ପାରଳାଖେମୁଣ୍ଡି : ତିନିଦିନ ପାଇଁ ପାରଳାଖେମୁଣ୍ଡି ସହରକୁ ସଟ୍‌ଡାଉନ୍‌ ଘୋଷଣା କଲେ ଗଜପତି ଜିଲ୍ଲାପାଳ । 28 ତାରିଖରୁଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ ରହିବ । କେବଳ ଜରୁରୀ ମେଡ଼ିକାଲ କାର୍ଯ୍ୟ ଓ କ୍ଷୀର ପାଇଁ ଅନୁମତି । କରୋନା ଲକ୍ଷଣ ଯାଞ୍ଚ ପାଇଁ 40 ମେଡ଼ିକାଲ ଟିମ୍‌ କାର୍ଯ୍ୟ କରିବେ। ସଟ୍‌ଡାଉନ୍‌ ସମୟରେ  ଜନସାଧାରଣଙ୍କୁ ସହଯୋଗ ପାଇଁ ଟୁଇଟ୍‌ ଯୋଗେ ଜିଲ୍ଲାପାଳ ନିବେଦନ କରିଛନ୍ତି । କାଶୀନଗର ବ୍ଲକ ରାଣୀପେଣ୍ଠ ପଞ୍ଚାୟତ ସଟ୍‌ଡାଉନ୍‌ ରହିବ । ଗୋଷଣୀ ଓ ଗୁମ୍ମା, ବ୍ଲକ ମଧ୍ୟ ସଟ୍‌ଡାଉନ୍‌ ରହିବ। ସ୍ଥାନୀୟ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର ସହରକୁ 4 ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ହେତୁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଛି ।

Read More

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ଗୁରୁତ୍ବାରୋପ କରିଛନ୍ତି। ଭିଡିଓ କନ୍‌ଫରେନ୍‌ସିଂ ଦ୍ବାରା ଆୟୋଜିତ ଏହି ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟ, ବିରୋଧୀଦଳ ନେତା, ସାଂସଦ, ବିଧାୟକଗଣ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ବିପର୍ଯ୍ୟୟରେ ଯୋଗୁ ଜନସାଧାରଣଙ୍କ ଉପରକୁ ଆସୁଥିବା ବିପଦକୁ କମ୍‌ କରିବା ପାଇଁ ରାଜ୍ୟ ସରକାର ଅନେକ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ଆମର ପ୍ରସ୍ତୁତି ଗତିଶୀଳ, ସାମଗ୍ରିକ ଏବଂ ଭାଗିଦାରୀ ମୂଳକ ହେବା ଉଚିତ। ସେ କହିଥିଲେ ଯେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଏବଂ ପୁନର୍ଗଠନ ପାଇଁ ବିଭିନ୍ନ ପଦକ୍ଷେପ ସହିତ ଦୀର୍ଘକାଳୀନ ମୁକାବିଲା କାର୍ଯ୍ୟକ୍ରମ ହେଉଛି ଆମର ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗୀର ମୂଳନୀତି । ରାଜ୍ୟ ପ୍ରଶାସନକୁ ଅଭିଜ୍ଞତା ପ୍ରସୂତ ଏସ୍‌ଓପି ପାଳନ ସହ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ  ପରାମର୍ଶ ଦେଇଛନ୍ତି।…

Read More

ଭୁବନେଶ୍ବର :  ସୁରକ୍ଷିତ ହାତୀ ଚଳପ୍ରଚଳ ନେଇ ବନବିଭାଗ ଗାଇଡଲାଇନ୍‌ ଜାରି କରିଛି । ସବୁ ଡିଏଫ୍‌ଓଙ୍କୁ ଗାଇଡଲାଇନ୍‌ ପ୍ରଦାନ କଲେ ଅତିରିକ୍ତ ପିସିସିଏଫ୍‌ । ହାତୀ ଗତିବିଧି ଦେଖି ଦୈନିକ ରିପୋର୍ଟ ଦେବାକୁ କଡା ନିର୍ଦ୍ଦେଶ  ଦେଇଛନ୍ତି । ଫରେଷ୍ଟ ଗାର୍ଡରୁ ପିସିସିଏଫ୍‌ ପର୍ଯ୍ୟନ୍ତ ସମନ୍ବୟ ନେଇ ଗାଇଡଲାଇନରେ ବ୍ୟବସ୍ଥା କରାଯାଇଛି । ନିଜ ଅଞ୍ଚଳରେ ହାତୀ ସ୍ଥିତି ନେଇ ରେଞ୍ଜରକୁ ଦୈନିକ ଜଣାଇବେ ଫରେଷ୍ଟ ଗାର୍ଡ । ହାତୀ ଗତିବିଧି ନେଇ ରେଞ୍ଜ ସ୍ତରରେ ମନିଟରିଂ ପାଇଁ ବ୍ୟବସ୍ଥା କରାଯାଇଛି । ଡିଭିଜନ ସ୍ତରରେ 24 ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ହେବ । ଏଥିପାଇଁ ଜଣେ ଏସିଏଫ୍‌ ଦାୟିତ୍ବରେ ରହିବେ ବୋଲି ସୂଚନା ରହିଛି ।

Read More

ନୂଆଦିଲ୍ଲୀ: କରୋନା ଯୋଗୁଁ ସିଟିଇଟି ପରୀକ୍ଷା ବାତିଲ୍‌ କରାଯାଇଛି।  ଆଜି ସିଟିଇଟି ପରୀକ୍ଷାକୁ ବାତିଲ କରାଯାଇଥିବା ସୂଚନା ମିଳିଛି। କରୋନା ସ୍ଥିତିକୁ ଦେଖି ପରବର୍ତ୍ତୀ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ସିଟିଇଟି ପକ୍ଷରୁ କୁହାଯାଇଛି। ପୂର୍ବରୁ ଜୁଲାଇ 5 ତାରିଖରେ ସିଟିଇଟି ପରୀକ୍ଷା ହେବ ବୋଲି ସ୍ଥିର କରାଯାଇଥିଲା। ତେବେ ଖୁବ ଶୀଘ୍ର ପରୀକ୍ଷା ଲାଗି ଦିନ ଧାର୍ଯ୍ୟ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ରହିଛି । ଚଳିତ ବର୍ଷ 30 ଲକ୍ଷରୁ ଉର୍ଦ୍ଧ୍ବ  ସିଟିଇଟି ପରୀକ୍ଷା ଦେଇଥାନ୍ତେ। ଗତକାଲି ଗୁରୁବାର ଦିନ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସିବିଏସ୍‌ଇ ଓ ଆଇସିଏସ୍‌ଇର ଦଶମ ଓ ଦ୍ବାଦଶ ଶ୍ରେଣୀର ବାକି ଥିବା ସମସ୍ତ ପରୀକ୍ଷାକୁ ବାତିଲ୍‌ କରାଯାଇଛି । ସିବିଏସ୍‌ଇ, ଆଇସିଏସ୍‌ଇର ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ଜୁଲାଇ 15 ସୁଦ୍ଧା ବାହାରିବ ବୋଲି ସୂଚନା ରହିଛି ।

Read More

ଭୁବନେଶ୍ବର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପାଞ୍ଚ ଶହ ଟଙ୍କାର ଜରିମାନା ହୋଇଛି । ବିକ୍ଷୋଭ ସମୟରେ ସାମାଜିକ ଦୂରତା କଟକଣା ଉଲ୍ଲଂଘନ ପାଇଁ ତଣ୍ଡ ଗଣିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନଙ୍କ ସମେତ ମୋଟ୍‌ 7ଜଣ ନେତାଙ୍କୁ ଜରିମାନା ହୋଇଛି । ସପ୍ତଗିରି ଉଲାକା, ଅଳି ପଟ୍ଟନାୟକ, ନିଶିକାନ୍ତ ମହାପାତ୍ର ପ୍ରମୁଖଙ୍କ ଜରିମାନା ଆଦାୟ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ୍‌ରେ କଂଗ୍ରେସ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ ହେଉଥିଲା । କରୋନା ପରିଚାଳନାରେ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ପରିଚାଳନାଗତ ବିଫଳତା ଅଭିଯୋଗରେ ବିକ୍ଷୋଭ ହେଉଥିଲା । କଂଗ୍ରେସ ସମେତ 13ଟି ରାଜନୈତିକ ଦଳ ବିକ୍ଷୋଭ କରୁଥିଲେ ।

Read More

କେନ୍ଦୁଝର : ଜଣେ ଶିଶୁ ନିଜ ପିତାମାତାଙ୍କ ପାଖରେ ସୁରକ୍ଷିତ ରହିଥାଏ ।  ସନ୍ତାନକୁ ସମସ୍ତ ବିପଦରୁ ତା’ର ପିତା ତାକୁ ରକ୍ଷା କରିଥାଏ । କିନ୍ତୁ ରକ୍ଷକ ଏବେ ଭକ୍ଷକ ସାଜିଛି । ଜଣେ ଶିଶୁ କନ୍ୟାର ସୁରକ୍ଷା ଢାଲ ହୋଇଥାଏ ତା’ର ପିତା । କିନ୍ତୁ ସେହି ପିତା ଆଜି ନିରୀହ ଶିଶୁର ହତ୍ୟା କରିବାକୁ ବି ପଛଉ ନାହିଁ । ଏହିପରି ଏକ ଘଟଣା କେନ୍ଦୁଝର ଘଟଣାକୁ ଦେଖିବାକୁ ମିଳିଛି । 8 ବର୍ଷ ଝିଅର ତଣ୍ଟି ଚିପି ବାପା ହତ୍ୟା କରିଥିବାର ଅଭିଯୋଗ ହୋଇଛି । ରାଙ୍କି ମୁଣ୍ଡାସାହି ନିକଟ ପଡିଆରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ବାପା ଶିଶୁ କନ୍ୟାଟିର ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଝିଅର ମାମୁଁ। ଅଭିଯୋଗ ପରେ ଶିଶୁ କନ୍ୟାର ବାପାକୁ ଟାଉନ୍‌ ଥାନାରେ ଅଟକ ରଖାଯାଇଛି ।

Read More

ବୀରମିତ୍ରପୁର: ବୀରମିତ୍ରପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଓ ବେଆଇନ୍ କାର୍ଯ୍ୟ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ରେଂଜ ଡିଆଇଜି କବିତା ଜଲାନ୍।ଏହି ଘଟଣାର ତଦନ୍ତ ଭାର ଜଣେ ମହିଳା ଡିଏସ୍‌ପିଙ୍କୁ ଦିଆଯାଇଛି ବୋଲି ସୂଚନା ରହିଛି । ଏହି ମାମଲାରେ ଥାନାଧିକାରୀଙ୍କ ସମେତ 6ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

Read More

ବବୁଲୁ ସାହୁ କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଫାଣ୍ଡି ଅଧୀନରେ ଥିବା ଡହଗାଁ ରାସ୍ତା ପାର୍ଶ୍ୱରେ ନିଜ ବିଲରେ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି କୁସୁମଖୁଣ୍ଟି ଗ୍ରାମର ଜୟକୃଷ୍ଣ ରାଉତ । ବୟସ ତାଙ୍କର 20 ବର୍ଷ ବୋଲି ଜଣାପଡିଛି । ମିଳିଥିବା ସୂଚନାରୁ ପ୍ରକାଶ ଯେ, ଗତ କାଲି ସନ୍ଧ୍ୟାରେ ବାପ ପୁଅଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ତେବେ ଆଜି ଉକ୍ତ ଯୁବକ ଆତ୍ମହତ୍ୟା କରିଥବା ଦେଖାଯାଇଛି । ଘଟଣା ସ୍ଥଳରେ ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ ପହଞ୍ଚି ଶବ ଜବତ କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠେଇ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରୀ ରହିଥିବା ପ୍ରକାଶ କରିଛନ୍ତି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ତୁମ୍ବୁରାପୁଟ ପଞ୍ଚାୟତଠାରେ ଶତାଧିକ ମହିଳା ତୁମୁରାପୁଟ ସରପଞ୍ଚ ଏବଂ ବାଣପୁର ବ୍ଲକ ପ୍ରଶାସନ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତୁମୁରାପୁଟ ପଞ୍ଚାୟତରେ ଚାଲିଥିବା ସରକାରୀ ଅର୍ଥ ହଡପକୁ ନେଇ ଏହି ମହିଳାମାନେ ଅଭିଯୋଗ କରିଛନ୍ତି। ରାଜ୍ୟସରକାର ନାରୀ ସଶକ୍ତିକରଣ ଓ ମହିଳାଙ୍କ ହାତମୁଠା ଟାଣ କରିବା ପାଇଁ ଅନେକ ଯୋଜନା ମାନ ତିଆରି କରିଛନ୍ତି। ସେହି ଅନୁସାରେ ଏନ.ଆର.ଜି.ଏସରେ ଅନ୍ତର୍ଗତ ତୁମୁରାପୁଟ ପଂଚାୟତର ଦେବନ୍ଧ  ପୋଖରୀ ଖୋଳା ଓ ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିବା କାର୍ଯ୍ୟକୁ ସମ୍ପୃକ୍ତ ପଞ୍ଚାୟତର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ନେବାପାଇଁ ସରପଞ୍ଚ ଙ୍କୁ ଜଣାଇଥିଲେ। କିନ୍ତୁ ସରପଞ୍ଚଙ୍କଠୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ମହିଳାମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରୁ ସୂଚନା ଅଧିକାର ଆଇନ ବଳରେ ଉକ୍ତ ପୋଖରୀ ପାଇଁ ଆସିଥିବା ଅର୍ଥ ଓ ସବିଶେଷ ବିବରଣୀ ମାଗିଥିଲେ । ଜିଲ୍ଲାପାଳ ଉକ୍ତ ବିଷୟର ଉତ୍ତର…

Read More

ଭୁବନେଶ୍ବର : ରାଜ୍ୟରେ ଆଜି ନୂତନ 218 ଜଣ ଚିହ୍ନଟ ହୋଇଛନ୍ତି । 21ଟି ଜିଲ୍ଲାରୁ ଆଜି 218 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆମ୍ପାନ୍‌ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା 7 ଜଣ ଏନ୍‌ଡିଆରଏଫ୍‌ କର୍ମଚାରୀ ରହିଛନ୍ତି । ସେହିପରି ଗଞ୍ଜାମରୁ ସର୍ବାଧିକ 49ଜଣ, ଜଗତସିଂହପୁରରୁ 29,  ଗଜପତିରୁ 27, ଭଦ୍ରକରୁ 25, ଖୋର୍ଦ୍ଧାରୁ 17, ସୁନ୍ଦରଗଡରୁ 11, ପୁରୀରୁ 10, ମୟୂରଭଞ୍ଜରୁ 9, ବାଲେଶ୍ବରରୁ 7, କେନ୍ଦ୍ରାପଡରୁ 6, କଟକରୁ 5, ଝାରସୁଗୁଡାରୁ 4 ଜଣ ଚିହ୍ନଟ ହୋଇଥିବାବେଳେ କେଉଁଝର, ନୂଆପଡା ଓ ସମ୍ବଲପୁରୁର 2 ଜଣ ଲେଖାଏଁ ରହିଛନ୍ତି । ସେହିପରି କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, ଯାଜପୁର, କୋରାପୁଟ, ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 218 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 198 ଜଣ ଚିହ୍ନଟ ହୋଇଥିବାବେଳେ 20ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 6 ହଜାର 180କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1865ଜଣ । ସେହିପରି ସୁସ୍ଥ ହୋଇଛନ୍ତି 4291ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 17ଜଣ । ସେହିପରି7 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ବାହାର ଜିଲ୍ଲା ପୋଲିସ୍‌ଙ୍କୁ ପୁରୀ ଯିବାକୁ ବାରଣ କରାଯାଇଛି । ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶାନୁସାରେ ଭକ୍ତଶୂନ୍ୟ ରଥଯାତ୍ରା ଆୟୋଜିତ ହୋଇଥିବାବେଳେ ନବଦିନାତ୍ମକ ଯାତ୍ରା ପାଇଁ ମଧ୍ୟ ବେଶ୍‌ କଡାକଡି ନିୟମ ପ୍ରଣୟନ କରାଯାଇଛି। ଶ୍ରୀଜୀଉଙ୍କୁ ଦର୍ଶନରେ ସ୍ବଚ୍ଛତା ଅବଲମ୍ବନ ଲାଗି ଡିଜିପି ନୂଆ ଏସ୍‌ଓପି ଜାରି କରିଛନ୍ତି । ଅଫିସ୍‌ କାମ ବାହାନାରେ ବାହାର ଜିଲ୍ଲାର ପୋଲିସ୍‌ କର୍ମଚାରୀ ଯାଇପାରିବେନି । ଆବଶ୍ୟକ ହେଲେ ପୋଲିସ୍‌ ମୁଖ୍ୟାଳୟରୁ ଅନୁମତି ନେବାକୁ ପଡିବ । ପୁରୀ ଜିଲ୍ଲା ପୋଲିସ୍‌ ଅଧୀନରେ କାମ କରୁନଥିଲେ ଯିବା ମନା । ଜୁଲାଇ 4 ତାରିଖ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନିୟମ କଡାକଡି ରହିବ ବୋଲି ସୂଚନା ରହିଛି ।

Read More

କେଦାର ମିଶ୍ର ଅର୍ଥନୀତି ଆମ ସାଧାରଣ ଜୀବନରେ ଖୁବ ବେଶୀ ଚର୍ଚ୍ଚାର ବିଷୟ ନୁହେଁ। ଆମେ ଯେଉଁମାନେ ପରିଶ୍ରମ କରି ସାମାନ୍ଯ ଆୟ ଓ ସାଧାରଣ ବ୍ୟୟ ରେ ଜୀବନ କାଟିଥାଉ, ଆମ ଲାଗି ଅର୍ଥନୀତିର ଜଟିଳ ଗଣିତ ସବୁବେଳେ ଅବୁଝା। ତେଣୁ ଯେତେବେଳେ ଅର୍ଥନୀତିଜ୍ଞମାନେ ଦେଶର ଜିଡିପି ବଢୁଛି ବା କମୁଛି ବୋଲି କହନ୍ତି, ସେଥିରେ ସାଧାରଣ ଲୋକ ମୁଣ୍ଡ ଖେଳାଏ ନାହିଁ। ତେବେ ଅର୍ଥନୀତିର ପ୍ରତିଟି ପଦକ୍ଷେପ ସାଧାରଣ ଲୋକର ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଜିଡିପି ବା ସକଳ ଘରୋଇ ଉତ୍ପାଦନକୁ ଆମେ ମୋଟାମୋଟି ଆମେ ଦେଶର ଚଳନ୍ତି ସମ୍ପତ୍ତି ବୋଲି କହିପାରିବା। ଦେଶର ପ୍ରତ୍ଯେକ ଲୋକର ଆୟ-ବ୍ୟୟ, ଉତ୍ପାଦନ, କିଣାବିକା ଓ ବିଳାସ ବ୍ୟସନର ହିସାବ ଜିଡିପିରେ ମିଶିକି ରହିଥାଏ। ଜିଡିପି ବଢୁଛି ମାନେ ଆମେ ଅଧିକ ଭଲରେ ଅଛୁ। ଆମର ଆୟ ଓ ବ୍ୟୟ ସମ୍ପ୍ରସାରିତ ହେଉଛି। ଆମେ ଅଧିକ ଖାଉଛୁ, ଅଧିକ…

Read More

ନୂଆଦିଲ୍ଲୀ : ଭାରତରେ କରୋନାସ୍ଥିତି ସଂଘାତିକ ହେଉଛି । ଦେଶରେ  ପ୍ରତିଦିନ ଦେଶରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ପୁଣି ଦେଶରେ 17 ହଜାରରୁ ଅଧିକ ମାମଲା ଚିହ୍ନଟ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪ ଲକ୍ଷ ୯୦ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ ହଜାର ପାର ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି ।  17 ହଜାର 296 ନୂଆ ମାମଲା ସାମନାକୁ ଆସିଛି। ୪୦୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 4 ଲକ୍ଷ 90 ହଜାର 401 ରେ ପହଂଚିଛି।  ଏପର୍ଯ୍ୟନ୍ତ ଭାରତରେ ମୃତ୍ୟୁ ସଂଖ୍ୟା 15 ହଜାର 301କୁ ବୃଦ୍ଧି ହୋଇଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 85 ହଜାର…

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଉ 50 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 13 ଜଣ କୋଭିଡ୍‌ ଯୋଦ୍ଧା ଅଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ 33 ଜଣ ପୂର୍ବ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାବେଳେ 4 ଜଣଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 1138ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 768 ଜଣ ସୁସ୍ଥ ହୋଇସାରିଥିବା ବେଳେ 312ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଜିଲ୍ଲାରେ ସର୍ବାଧିକ 8 ଜଣଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାରେ କରୋନା ସ୍ଥିତିକୁ ଦେଖି ବ୍ରହ୍ମପୁର ସହରକୁ ଚାରି ଦିନ ପାଇଁ ସଟ୍‌ଡାଉନ୍ କରାଯାଇଛି। ବ୍ରହ୍ମପୁର ସହରକୁ ଚାରି ଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । କରୋନା ସଂକ୍ରମଣ…

Read More

ହାଇଦ୍ରାବାଦ: ୧୨ ବର୍ଷର ବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ହାଇଦ୍ରାବାଦ ପୋଲିସର ଜଣେ କନଷ୍ଟେବଳଙ୍କୁ ଗୁରୁବାର ଗିରଫ କରାଯାଇଛି। କନଷ୍ଟେବଳ ଭି ଏସ ଉମେଶ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖବର ମୁତାବକ, ଶିଖ ଗ୍ରାମରେ ପୀଡିତାଙ୍କ ଘର ପାଖରେ ରହୁଥିବା ୩୩ ବର୍ଷୀୟ କନଷ୍ଟେବଳ ଜଣକ ଝିଅଟି ଏକୁଟିଆ ଥିବାବେଳେ ତାଲା ପକାଇ ଏପରି ଜଘନ୍ୟ  ଅପରାଧ କରିଥିଲା। ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣକ ଝିଅଟିକୁ ଧମକ ଦେଇଥିଲା ଯେ ଯଦି ସେ କାହାକୁ ଜଣାନ୍ତି ତେବେ ତାଙ୍କୁ ହତ୍ୟା କରାଯିବ। ତେବେ ପୀଡିତାଙ୍କ ପରିବାର ବୋଡେନପାଲି ପୋଲିସ ଷ୍ଟେସନରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲା। ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜାନି କୁମାର ଅଭିଯୁକ୍ତ କନଷ୍ଟେବଳକୁ ଗିରଫ ଘୋଷଣା କରିଛନ୍ତି। ପୀଡିତାଙ୍କ ବକ୍ତବ୍ୟକୁ ଭିତ୍ତି କରି ପୋଲିସ ଭାରତୀୟ ପେନାଲ କୋଡର ଧାରା ୩୭୬ (୩), ୫୦୬ ଏବଂ ଶିଶୁମାନଙ୍କୁ ଯୌନ ଅପରାଧ ସୁରକ୍ଷା (ପୋସ୍କୋ) ଅଧିନିୟମ ଅନୁଯାୟୀ…

Read More

ଚଣ୍ଡିଗଡ: ଗୋଟିଏ ପରିବାରର ଚାରିଜଣଙ୍କ ସମେତ ପାଞ୍ଚ ଜଣଙ୍କୁ ହତ୍ୟା କରାଯାଇଛି। ପଞ୍ଜାବର ତାରନ ତାରନ ଜିଲ୍ଲାର କାୟରନ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ପରିବାରର ମୁଖ୍ୟ ବ୍ରିଜ ଲାଲ(୬୫)ଙ୍କ ସମେତ ଚାରି ଜଣଙ୍କୁ ହତ୍ୟା କରାଯାଇଥିବା ପଞ୍ଜାବ ପୋଲିସ କହିଛି। ବ୍ରିଜ ଲାଲ ମଧ୍ୟ ନିଶା କାରବାର ମାମଲାରେ ସମ୍ମୁଖୀନ ହୋଇଥିଲେ। ବ୍ରିଜ ଲାଲଙ୍କ ଦୁଇ ବୋହୂ ଜସପ୍ରୀତ କୌର, ଅମାନଦୀପ କୌର ଏବଂ ତାଙ୍କ ସମ୍ପର୍କୀୟ ଦଲଜିତ ସିଂ ଏବଂ ଡ୍ରାଇଭର ଗୁରୁସାହିବ ସିଂ ସବାଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଏହି ଅପରାଧରେ ଅତି କମରେ ଚାରି ଜଣଙ୍କ ସମ୍ପୃକ୍ତି ଥିବା ଏବଂ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ରରେ ପୀଡିତଙ୍କ ଗଳା କାଟି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଉଲ୍ଲେଖଯୋଗ୍ୟ ଯେ, ଡ୍ରଗ୍ ଅଭିଯୋଗରେ ଅମୃତସରର ସେଣ୍ଟ୍ରାଲ ଜେଲରେ ଥିବାବେଳେ ବ୍ରିଜ ଲାଲଙ୍କ ପତ୍ନୀ ଏକ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ଦୁଇ ପୁଅ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗରିବଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଘର ନଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉଛି। କିନ୍ତୁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବା ନେଇ କୁଜି ନେତାମାନେ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରୁ ଆସିଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାତର ରତନପୁର ଗ୍ରାମ ନିବାସୀ ସୁକାନ୍ତ ବେହେରା ଜଣେ ଦିନ ମଜୁରିଆ। ମା’ ବାପା ଓ ପିଲାପିଲିଙ୍କୁ ନେଇ ସମୁଦାୟ ୬ ପ୍ରାଣୀ କୁଟୁମ୍ବ ତାଙ୍କର। ଅଭାବ ଅସୁବିଧାରେ ଜୀବନ ବଞ୍ଚୁଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ଘରେ ପକ୍କା ଘରଟେ ନାହିଁ। ବର୍ତ୍ତମାନ ବର୍ଷାଋତୁ ଆସି ଯାଇଥିବା ବେଳେ ଟିକେ ବର୍ଷା ହେଲେ ଭଙ୍ଗା କୁଡ଼ିଆ ଘରେ ପାଣି ଭର୍ତ୍ତି ହୋଇଯାଉଛି। ଘରର ଉପର ଭାଗରେ ପାଲ ପଡ଼ିଥିବା ବେଳେ ଆଉ ଅନ୍ୟ ସ୍ଥାନ…

Read More