Author: Samikhsya Bureau

ନୂଆଦିଲ୍ଲୀ :  ଦେଶରେ ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି କରୋନା । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସମକ୍ରମିତ ମୋଟ ରୋଗୀଙ୍କ ସଂଖ୍ୟା 5 ଲକ୍ଷ ପାର କରିସାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ 19 ହଜାର 906ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 402ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ 2 ଲକ୍ଷ 3 ହଜାର 51ଆକ୍ଟିଭ ମାମଲା ରହିଥିବାବେଳେ ମୋଟ୍ 3 ଲକ୍ଷ 09 ହଜାର 713 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 28 ହଜାର 859କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ 1 ଲକ୍ଷ 59 ହଜାର 133 ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 7 ହଜାର 273କୁ ବୃଦ୍ଧି ହୋଇଛି । କ୍ର.ସଂ: ରାଜ୍ୟର ନାମ ପଜିଟିଭ୍‌…

Read More

ଆଠଗଡ : ଆଠଗଡ ସବ୍‌ଡିଜିଭଜନ୍‌ ଅଧୀନ ଏକ ଥାନାର ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଆଇଆଇସିଙ୍କ ସ୍ବାବ୍‌ ରିପୋର୍ଟ ପଜିଟଇଭ୍‌ ପରେ ସମ୍ପୃକ୍ତ ଥାନାକୁ କଣ୍ଟେନମେଣ୍ଟ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଆଠଗଡ ଏସ୍‌ଡିପିଓ ଆଲୋକ ରଞ୍ଜନ ରାୟ । ସେହିପରି ଥାନାର ଆଉ 7ରୁ 8 ଜଣ କର୍ମଚାରୀଙ୍କୁ ଜ୍ବର ହେଉଥିବାର ସୂଚନା ମଧ୍ୟ ରହିଛି । ଥାନାର ମୋଟ୍‌ 22 କର୍ମଚାରୀଙ୍କ ସ୍ବାବ୍‌ ସଂଗ୍ରହ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । କାଲିଠୁ ଥାନା ଭିତରେ ସମସ୍ତ କର୍ମଚାରୀମାନେ ରହିଛନ୍ତି । ଥାନାକୁ ଆସିଥିବା ଆଠଗଡ ଏସ୍‌ଡିପିଓଙ୍କ ସ୍ବାବ୍‌ ମଧ୍ୟ ଟେଷ୍ଟ କରାଯିବ । ଏପରିକି ଦୁଇ ଡ୍ରାଇଭରଙ୍କର ମଧ୍ୟ ସ୍ବାବ ଟେଷ୍ଟ ହେବ ବୋଲି କହିଛନ୍ତି ଏସ୍‌ଡିପିଓ ।

Read More

ସୀତରାମ ଅଗ୍ରଓ୍ବାଲ କୁହୁଡି: ଜାତୀୟ ରାଜପଥ କୁହୁଡି ଫାଣ୍ଡି ନିକଟସ୍ଥ ଜୟମଙ୍ଗଳପୁର ଠାରେ ଦୁଇଟି ଟ୍ରକ ସହ ଗୋଟିଏ ବସର ସିରିଜି ଦୁର୍ଘଟଣା ହେବାରୁ ଚାରି ଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଟାଙ୍ଗି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଗୋଟାଏ ଟ୍ରକ ଚକା ପମ୍ପଚର ହେଇଥିବାରୁ ସେ ଗତକାଲି ରାତ୍ର ୨ଘଟିକାରୁ ରାସ୍ତାରେ ଛିଡା ହୋଇଥିଲା। ଆଜି ସକାଳୁ ପାଖାପାଖି ୭ ଘଟିକାରେ ଗୋଟିଏ ଆଇରନ ବୋଝେଇ ହାଇୱା ଟ୍ରକକୁ ବିହାରରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଆନ୍ଧ୍ର ପ୍ରଦେଶ ଯାଉଥିବା ଗୋଟାଏ ବସ ପଛପଟୁ ପିଟି ଦେବାରୁ ଉକ୍ତ ହାଇଓ୍ବା ପମ୍ପଚର ହୋଇଥିବା ଟ୍ରକକୁ ଅନୁରୂପ ଭାବେ ଧକ୍କା ଦେଇଥିଲା ଯାହାଦ୍ୱାରା ଘଟଣାଟି ସିରିଜ ଦୁର୍ଘଟଣାର ମୋଡ ନେଇଥିଲା। ଘଟଣା ସ୍ଥଳରେ କୁହୁଡି ଫାଣ୍ଡି ଅଧିକାରୀ ତୁରନ୍ତ ପହଁଚି ଆହତଙ୍କୁ ୧0୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲକୁ ପଠାଇଥିଲେ ଏବଂ ରାଜ ରାସ୍ତାରୁ ତୁରନ୍ତ ଟ୍ରାଫିକ…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଶିକ୍ଷକ ମାନେ ଟଙ୍କା ଦାନ କରିଥିବା ଜଣାପଡିଛି। ଶିକ୍ଷକ ସଂଘ ତରଫରୁ ସମସ୍ତ ଶିକ୍ଷକ ମୋଟ ଚାରିଲକ୍ଷ ବୟାଅସୀ ହଜାର ସାତ ଶହ ସତାଅଶୀ ଟଙ୍କା ଦାନ କରିଛନ୍ତି। ଏହି ଟଙ୍କା ସରକାର କରୋନା ବାବଦରେ ଖର୍ଚ୍ଚ କରିବା ପାଇଁ ପଠାଯାଇଛି। ରେଢାଖୋଲ ବ୍ଲକ୍ ଶିକ୍ଷା ଅଧିକାରୀ ଭଗବାନ ବାଙ୍କିଆ, ଶିକ୍ଷକ ସଂଘର ସନ୍ତୋଷ କୁମାର ମହାପାତ୍ର, ଲୋଚନ ଦ୍ୱିବେଦୀ, ସନ୍ତୋଷ କୁମାର ପ୍ରଧାନ,ଏବଂ ଅନୀଲ କୁମାର ମେହେର ପ୍ରମୁଖ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଚେକ୍ ମାଧ୍ୟମରେ ପଠାଇଥିବା ଜଣା ପଡିଛି।

Read More

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କଟକ ଜିଲ୍ଲାର କୋଭିଡ୍‌ ପର୍ଯ୍ୟବେକ୍ଷକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଏବଂ କଟକ ମହାନଗର ନିଗମର କମିଶନର ଶ୍ରୀମତୀ ଅନନ୍ୟା ଦାସ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କମିଶନରଙ୍କ ଅନୁସାରେ ବର୍ତ୍ତମାନ କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ କଟକ ମହାନଗର ନିଗମ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଟକ ସହରର ୫୯ଟି ୱାର୍ଡରେ ୱାର୍ଡ ଅଫିସରମାନଙ୍କୁ ନେଇ ୱାର୍ଡ କମିଟି ଗଠନ କରାଯାଇଛି। ପ୍ରତି କମିଟିରେ ଟ୍ୟାକ୍ସ କଲେକ୍ଟର, କନିଷ୍ଠ ଯନ୍ତ୍ରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ପ୍ରତି ସାହି ପୂଜା କମିଟିରୁ ୩/୪ ଜଣ ସଦସ୍ୟ ଭାବେ ରଖାଯାଇଛି। ସେମାନେ କୋଭିଡ୍‌19 ସୁରକ୍ଷା ପାଇଁ ଉତ୍ତମ ଅଭ୍ୟାସ ସଂପର୍କରେ ସଚେତନତା ସୃଷ୍ଟି କରିବେ ଏବଂ ସନ୍ଦିଗ୍ଧ…

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବନାଂଚଳରେ ଦିନକୁ ଦିନ ହାତୀ ଉପଦ୍ରବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକମାନେ ପଦାକୁ ବାହାରିବାକୁ ସୁରକ୍ଷା ମଣୁନାହାନ୍ତି। କିଛି ଦିନ ବ୍ୟବଧାନରେ ପୁଣି ଆଜି ନାକଟିଦେଉଳ ରେଞ ଅଧିନସ୍ଥ ଜାମୁଜୋରୀ ପଂଚାୟତର ବିନ୍ଧପୁର ଗ୍ରାମ ନିକଟସ୍ଥ ଚଡଚଡି ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ବିନ୍ଧପୁର ଗ୍ରାମର ଓାର୍ଡ ସଭ୍ୟ ସୁରେଶ୍ ପ୍ରଧାନ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ। ନିଜକୁ ବଂଚାଇବା ପାଇଁ ଚେଷ୍ଟା କରି ମଧ୍ୟ ସେ ବିଫଳ ହୋଇ ଶେଷରେ ମୃତ୍ୟୁ ମୁଖରୁ କୌଣସି ମତେ ବଂଚିଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ସଂଗେ ସଂଗେ ବୁର୍ଲା ଡାକ୍ତରଖାନାକୁ ନେଇଯାଇଥିଲେ। ନାକଟିଦେଉଳ ରେଞ ଅଫିସରଙ୍କୁ ଏ ସଂପର୍କରେ ଯୋଗାଯୋଗ କରିବାରୁ ଏହାର ଏକ ତଦନ୍ତ କରାଯାଉଛି ବୋଲି ପ୍ରକାଶ କରିଥିଲେ। ସରକାରଙ୍କ ନିୟମ ଅନୁସାରେ…

Read More

ଭୁବନେଶ୍ୱର: ପ୍ରତିବର୍ଷ କଳିଙ୍ଗ ସାହିତ୍ୟ ମହୋତ୍ସବ ଓ ଓଡିଶା ଡାଏରୀ ଫାଉଣ୍ଡେସନ୍ (ଓଡିଏଫ୍)ର ମିଳିତ ଆନୁକୂଲ୍ୟରେ କନ୍ଧମାଳ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ  ହୋଇ ଆସୁଅଛି। ବର୍ତ୍ତମାନର ଅଭାବିତ ସଙ୍ଗରୋଧ ସମୟ ଯୋଗୁଁ ଏପରି ଅନଲାଇନ୍ ସାହିତ୍ୟ ମହୋତ୍ସବର ଆୟୋଜନ କରାଯାଉଛି, ଯାହା ଓଡ଼ିଶାରେ ପ୍ରଥମ। ଏହା ଓଡିଶାର ଜନଜାତିର କଥା,ଭାଷା,ସାହିତ୍ୟ, ସଂସ୍କୃତି, ସ୍ୱଦେଶୀପଣ,ପ୍ରକୃତି ଆଦିକୁ ପ୍ରୋତ୍ସାହିତ କରିବ ଏବଂ ନୂତନ ପିଢ଼ିକୁ ଆମର ଐତିହ୍ୟ ଓ ବିଶାଳ ପରମ୍ପରା ସହ ପରିଚିତ କରାଇବାରେ ସହାୟକ ହେବ। ଏହି ଅଧିବେଶନ ୨୮ଜୁନ୍, ୨୦୨୦ରେ କଳିଙ୍ଗ ସାହିତ୍ୟ ମହୋତ୍ସବର ଫେସବୁକ୍, ଟ୍ୱିଟର,ୟୁଟ୍ୟୁବ୍  ପରି ସମସ୍ତ ଅଫିସିଆଲ୍ ଫୋରମ୍ ରେ ସିଧା ପ୍ରସାରିତ ହେବ। ଓଡ଼ିଶା  ଡାଏରୀ ଫାଉଣ୍ଡେସନ ଏବଂ କଳିଙ୍ଗ ସାହିତ୍ୟ ମହୋତ୍ସବର ଏପରି ଭିନ୍ନ ଓ ଜରୁରୀ ପଦକ୍ଷେପ ସ୍ଵରୂପ କନ୍ଧମାଳ  ସାହିତ୍ୟ ମହୋତ୍ସବକୁ ଅନ୍ ଲାଇନ୍ ପ୍ଲାଟଫର୍ମକୁ ଆଣିବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମଗ୍ର  ବିଶ୍ଵରେ ଆମର ସ୍ଥାନୀୟତାକୁ,  ଆମର…

Read More

କୋଲକାତା : ମହାମାରୀ କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ 5.0ରେ ଗଙ୍ଗାନଦୀରେ ମତ୍ସ୍ୟଜୀବୀମାନେ ମାଛ ଧରିବା କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି।

Read More

ଅମ୍ରିତସର: କଂଗ୍ରେସ କର୍ମୀମାନେ ଗଲଓ୍ବାନ ସଂଘର୍ଷରେ ଶହୀଦ ହୋଇଥିବା 20 ଭାରତୀୟ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ।

Read More

ନୂଆଦିଲ୍ଲୀ : ସାମାନ୍ୟରୁ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଶନିବାର ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଡେକ୍ସାମେଥାସନ୍‌କୁ ବ୍ୟବହାର ଅନୁମତି ଦେଇଛି ଡବ୍ଲୁଏଚ୍‌ଓ । ଷ୍ଟେରଏଡ୍‌ ଡେକ୍ସାମେଥାସନ୍‌ ଫୁସ୍‌ଫୁସ୍‌ ଜନିତ ରୋଗ ପାଇଁ ବ୍ୟବହାର ହୋଇଥାଏ । ପୂର୍ବରୁ ମିଥାଇଲ ପ୍ରେଡନିସୋଲୋନ୍ ଔଷଧ କରୋନା ଆକ୍ରାନ୍ତଙ୍କୁ ଦିଆଯାଉଥିଲା। ଏବେ ଗ୍ଲୁକୋକୋର୍ଟିକୋଷ୍ଟେରାଇଡ ଡେକ୍ସାମେଥାସୋନକୁ ଏହାର ବିକଳ୍ପ ଭାବରେ ଦିଆଯିବ। ଏହା ସହ ଆର୍ଥରାଇଟିସ୍ ଭଳି ରୋଗର ପ୍ରଭାବକୁ ହ୍ରାସ କରିବା ସହ ଅମ୍ଳଜାନ ସହାୟତା ଆବଶ୍ୟକ କରୁଥିବା ରୋଗୀ ମଧ୍ୟ ଡେକ୍ସାମେଥାସୋନରେ ବ୍ୟବହାର କରିପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ଆଉ 184 ଜଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମରୁ ରହିଛନ୍ତି । ଗଞ୍ଜାମରୁ 48, ଖୋର୍ଦ୍ଧାରୁ 45, ବାଲେଶ୍ବରରୁ 31, ଗଜପତିରୁ 12, ଭଦ୍ରକରୁ 10, ଜଗତସିଂହପୁର ଓ ଝାରସୁଗୁଡାରୁ 6 ଜଣ ଲେଖାଏଁ ରହିଛନ୍ତି । ସେହିପରି କେନ୍ଦ୍ରାପଡା ଓ ପୁରୀରୁ 5 ଜଣ ଲେଖାଏଁ ରହିଛନ୍ତି । ସୁନ୍ଦରଗଡରୁ ଚାରିଜଣ ସୁସ୍ଥ ହୋଇଥିବାବେଳେ ବଲାଙ୍ଗିର ଓ କେନ୍ଦୁଝରରୁ 3 ଜଣ ଲେଖାଏଁ ରହିଛନ୍ତି । ସେହିପରି କଟକରୁ ଆଜି 2 ଜଣ ସୁସ୍ଥ ହୋଇଛନ୍ତି । ଅନୁଗୁଳୁ ଓ ଯାଜପୁର, କନ୍ଧମାଳ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 4606ରେ ପହଞ୍ଚିଛି ।

Read More

ନୂଆଦିଲ୍ଲୀ : ଷ୍ଟରଲିଂ ବାୟୋଟିକେ ଲିମିଟେଡର ପାଞ୍ଚହଜାର କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ମାମଲାରେ କଂଗ୍ରେସର ବରିଷ୍ଠ ନେତା  ଅହମଦ ପଟେଲଙ୍କ ଘରେ ଇଡି ପହଞ୍ଚିଛି । ଏନେଇ ଯାଞ୍ଚ ମଧ୍ୟ କରିଛି ।  ପଟେଲଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ଇଡି ପୂର୍ବରୁ ନୋଟିସ୍ କରିଥିଲା। କିନ୍ତୁ କରୋନା ପାଇଁ ସେ ହାଜର ହୋଇନଥିଲେ। ଏହାପରେ ଇଡି ପଟେଲଙ୍କ ଘର ପହଞ୍ଚିଛି। ଏବେ ଇଡି ତାଙ୍କର ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି। ଷ୍ଟରଲିଂ ବାୟୋଟେକ୍ ଆନ୍ଧ୍ରାବ୍ୟାଙ୍କରୁ 5 ହଜାର କୋଟି ଟଙ୍କାର ଋଣ ନେଇଥିଲା। ହେଲେ ଋଣ ନସୁଝିବାରୁ ଏହି ଟଙ୍କା ଏନପିଏରେ ପରିଣତ ହୋଇଛି। ଷ୍ଟରଲିଂ ବାୟୋଟେକର ମୁଖ୍ୟ ସନ୍ଦେଶରା ବ୍ରଦର୍ସ ନୀତୀନ ଏବଂ ଚେତନ ଦେଶରୁ ପଳାୟନ କରି ଉଭୟ ଏବେ ନାଇଜେରିଆରେ ଲୁଚିଛନ୍ତି। ଏହି ଦୁଇ ପଳାତକଙ୍କ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଆରମ୍ଭ କରିଛି। ଅହମଦ ପଟେଲ ସନ୍ଦେଶରା ବ୍ରଦର୍ସଙ୍କ ଅତି ନିକଟତମ…

Read More

କନ୍ଧମାଳ, କନ୍ଧମାଳ ପୋଲିସର ଏକ ବଡ ସଫଳତା ହାସଲ କରିଛି। ଏହି ଜିଲ୍ଲାର ଗୋଛାପଡା ଥାନା ଏକକାଳିନ ବହୁ ପରିମାଣର ଗଂଜେଇ ଜବତ କରି କରିଛି ଏକ ରେକର୍ଡ

Read More

ପୁରୀ: ଆଜି ହେରା ପଞ୍ଚମୀ। ଆଷାଢ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା’ ଲକ୍ଷ୍ମୀ  ଠାକୁରାଣୀ କଳାଠାକୁରଙ୍କୁ ଦେଖା କରିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ଆସୁଥିବାରୁ ଏହାର ନାମ ହେରାପଞ୍ଚମୀ ରଖାଯାଇଛି । ମହାଲକ୍ଷ୍ମୀଙ୍କୁ  ଶ୍ରୀମନ୍ଦିରରେ ଛାଡିଦେଇ  ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ଭାଉ ଭଉଣୀଙ୍କୁ ଧରି ଜନ୍ମବେଦୀକୁ ଆସିଥାନ୍ତି । ଏଥିରେ ଅଭିମାନ କରି ହେରା ପଞ୍ଚମୀ ଦିନ ମହାଲକ୍ଷ୍ମୀ  ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥାନ୍ତି ।  ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥାନ୍ତି ।  ଅଭିମାନରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିଥାନ୍ତି । ସେଠାରେ ମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ । ପରେ ଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ ।  ଏହାପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ହେରା ଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥାନ୍ତି। ଏହାପରେ ଆଡପ ମଣ୍ଡପରେ…

Read More

ଆସିକା : ଗଞ୍ଜାମର ଗୋଟିଏ ପଞ୍ଚାୟତରେ ତିନି ଜଣଙ୍କର ମୃତ୍ୟୁ ହେବା ଖବରକୁ ଜିଲ୍ଲା ପ୍ରଶାସନ ଖଣ୍ଡନ କରିଛନ୍ତି । ଧରାକୋଟ ବ୍ଲକରେ ତିନିଜଣଙ୍କର ନୁହେଁ ବରଂ ଜଣକର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଧରାକୋଟ ବ୍ଲକ ଜାହଡା ବ୍ଲକରୁ କେବଳ ଜଣକର ମୃତ୍ୟୁ ହୋଇଛି । ତିନିଜଣଙ୍କ ମୃତ୍ୟୁ ଖବର ଏକ ଗୁଜବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏନେଇ ଏକ ଟୁଇଟ୍‌ କରିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ । ସୂଚନାଯୋଗ୍ୟ,  ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ ତିନିଦିନରେ ତିନିଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଥିଲା । ଧରାକୋଟ ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ବାଇଁଙ୍କ ସହ ତିନିଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ମୃତକଙ୍କ ଭାଇ ହୋଇଥିବାର ସୂଚନା ରହିଥିଲା । ତେବେ ଗଞ୍ଜାମରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ମୃତ୍ୟୁ ମଧ୍ୟ ହୋଇଛି ।

Read More

ଭୁବନେଶ୍ବର  : ଆଜି ଭୁବନେଶ୍ବରରୁ 9 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି 9 ଜଣଙ୍କ ମଧ୍ୟରୁ ଜଣେ ହୋମ୍‌ କ୍ବାରେଣ୍ଟିନରେ ରହିଥିବାବେଳେ  8 ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି ବୋଲି ବିଏମସି ସୂଚନା ଦେଇଛି । ହୋମ୍‌ କ୍ବାରେଣ୍ଟିନରେ ଥିବା ଆକ୍ରାନ୍ତ ଜଣକ 26 ବର୍ଷୀୟା ଯୁବତୀ ଜଣକ ଏୟାରପୋର୍ଟ କଲୋନୀରୁ ଚିହ୍ନଟ ହୋଇଛନ୍ତି । ସେ ନିକଟରେ ଦିଲ୍ଲୀରୁ ଫେରିଥିବାର ସୂଚନା ରହିଛି । ଶିରିପୁରରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ମହିଳାଙ୍କ ବୟସ 38 ବର୍ଷ ହୋଇଥିବାବେଳେ ପୁରୁଷଙ୍କ ବୟସ ଯଥାକ୍ରମେ 31, 50 ଓ 18 ବର୍ଷ ରହିଛି । ଏହି ଆକ୍ରାନ୍ତମାନଙ୍କର ଲକ୍ଷ୍ମୀବଜାର ବସ୍ତିର ଲିଙ୍କ୍‌ ରହିଥିବାର ସୂଚନା ରହିଛି । ସେହିପରି ଜଣେ 52 ବର୍ଷୀୟ ଘରୋଇ ସିକ୍ୟୁରିଟି ଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି…

Read More

ଭୁବନେଶ୍ବର : ଭୁବନେଶ୍ବରରର ଶ୍ରୀବିହାର ଅଞ୍ଚଳରେ ଏକ ବିଲ୍‌ଡିଂ କାମ ବନ୍ଦ କଲା ବିଏମ୍‌ସି । ବାହାର ରାଜ୍ୟରୁ ଆସିଥିବା ଶ୍ରମିକ କାମ କରୁଥିବାରୁ କାମ ବନ୍ଦ କଲା ବିଏମ୍‌ସି । ମୁର୍ସିଦାବାଦରୁ ଆସିଥିବା 21 ଶ୍ରମିକ କ୍ବାରେଣ୍ଟିନ୍‌ରେ ନ ରହି କାମ କରୁଥିଲେ । ବିଲ୍‌ଡିଂ କାମ କରିବା ସହ ପାଖ ଦୋକାନକୁ ଯାଇ କିଣାକିଣି କରୁଥିଲେ। ବିଲ୍ଡିଂ କାମ ବନ୍ଦ ସହ ସମସ୍ତଙ୍କୁ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ । ରାଜ୍ୟର ରାଜଧାନୀ ଭୁବନେଶ୍ବରରେ କରୋନା କ୍ରମାଗତ ବଢ଼ୁଥିବାର ଦେଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି)କଡା କଟକଣା ଜାରି କରିଛି । ପୂର୍ବରୁ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଉଥିବାବେଳେ ଏବେ  ହଟସ୍ପଟ ଅଞ୍ଚଳରୁ ଆସିଲେ ସରକାରୀ କ୍ବାରେଣ୍ଟିନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛି । ଏଣିକି 5 ହଟସ୍ପଟ୍ ଜିଲ୍ଲାରୁ ଯଦି କେହି ଭୁବନେଶ୍ୱର ଆସିଲେ, ତାହେଲେ ସେମାନେ ସରକାରୀ କ୍ୱାରେଣ୍ଟିନ୍‌ରେ ରହିବେ। ସେହି 5…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ବ୍ଲକର ଗମ୍ଭାରୀମୁଣ୍ଡା ଗ୍ରାମରେ ପୋଖରୀ ଖୋଳା କାର୍ଯ୍ୟକୁ ନେଇ ଦୁର୍ନୀତି ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।  ମିଳିଥିବା ସୂଚନା ଅନୁସାରେ ଗମ୍ଭାରୀମୁଣ୍ଡା ଗ୍ରାମରେ ଶରତ ବରାଳଙ୍କ ନାମରେ ଏନ୍‌ଆରଜିଏସ୍‌ ସ୍କିମ୍‌ ଅନୁଯାୟୀ ‘ମୋ ପୋଖରୀ’ ଖୋଳିବା ନିମେନ୍ତ କାର୍ଯ୍ୟାଦେଶ ମିଳିଥିଲା। କିନ୍ତୁ ଏହି କାର୍ଯ୍ୟରେ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି । ଜେସିବି ଦ୍ବାରା ପୋଖରୀ ଖୋଳା କାର୍ଯ୍ୟକରାଯାଇଥିବାବେଳେ ଜବ୍‌କାର୍ଡଧାରୀ ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଇସା ଯାଉଛି । ଏଭଳି ଘଟଣା ଗମ୍ଭାୀରମୁଣ୍ଡାଠାରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ମୋ’ ପୋଖରୀ କାର୍ଯ୍ୟ ପାଇଁ ସରକାରଙ୍କ ଆଇନଗତ ଅନୁସାରେ ଯାହା ନିୟମ କରାଯାଇଅଛି, ସେହି ଅନୁସାରେ କାର୍ଯ୍ୟ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି । ପୋଖରୀ ଖୋଳିବା କାର୍ଯ୍ୟ ପାଇଁ 3,50,000.00 ଅନୁଦାନ କରାଯାଇଥିବାବେଳେ ବାଣପୁର ବ୍ଲକ ଜେଇ, ପିଇଓ ଏବଂ ଜିଆରଏସଙ୍କ ନିର୍ଦ୍ଦେଶ କ୍ରମେ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ନାନେ୍ଦାଳ-କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳେ ପଡିଯାଇ ଜଣେ ଆଇଆରବି ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଜାତୀୟ ରାଜପଥ ୨୬ ପାଶ୍ୱର୍ସ୍ଥ ଜାରିଙ୍ଗ ମେଡିକାଲ କଲେଜ ପରିସରରେ ଆଇଆରବି ଯବାନମାନଙ୍କ କ୍ୟାମ୍ପ୍‌ ରହିଛି। ସେହି କ୍ୟାମ୍ପର ଯବାନ ବିଶ୍ୱଜିତ ମଙ୍ଗରାଜ ଗତକାଲି ନିଜ ଗାଁ ଗୋଲାମୁଣ୍ଡାକୁ ବାଇକ୍‌ରେ ଯାଇଥିବା ସହକର୍ମୀମାନଙ୍କଠାରୁ ଜଣାପଡିଥିବା ବେଳେ ଶନିବାର ସକାଳୁ କେନ୍ଦୁପାଟି ନିକଟସ୍ଥ ଏକ ପୋଲତଳୁ ଶବ ପଡିଥିବାର ଜଣାପଡିଥିଲା। ବାଇକକୁ ଦେଖି ତାହା ଆଇଆରବି ଯବାନଙ୍କ ବୋଲି ଚିହ୍ନଟ ହୋଇଥିବା ପ୍ରକାଶ। ଜୁନାଗଡ ପୋଲିସ ଘଟଣାସ୍ଥଳରେ ଅନୁସନ୍ଧାନ କରିବା ସହିତ ଶବ ବ୍ୟବଛେଦ କରିବାକୁ ପଠାଇ ଦେଇଥିବା ଜଣାପଡିଛି। ରାତି ସମୟରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିବାର ଅନୁମାନ କରାଯାଇଛି। ପୋଲ ତଳକୁ ଖସିପଡିବା ପରେ ପୋଲ ତଳେ…

Read More

କୋଲକାତା: ଦୁନିଆରେ ବହୁ ଆଶ୍ଚର୍ଯ୍ୟ କଥା ଘଟିଥାଏ। ପଶ୍ଚିମବଙ୍ଗରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ୩୦ ବର୍ଷ ପରେ ମହିଳା ନୁହଁନ୍ତି ବରଂ ସେ ଜଣେ ପୁରୁଷ ବୋଲି ଜଣାପଡିଛି। ବିବାହର ୯ ବର୍ଷ ପରେ ତାଙ୍କ ସ୍ବାମୀ ଜାଣିବାକୁ ପାଇଛନ୍ତି ଯେ ସେ ଯାହାକୁ ବିବାହ କରିଛନ୍ତି ସେ ଜଣେ ମହିଳା ନୁହଁନ୍ତି ବରଂ ଜଣେ ପୁରୁଷ।  ପଶ୍ଚିମବଙ୍ଗର ବୀରଭୂମିରେ ଏହି ଘଟଣାଟି ଘଟିଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ମହିଳାଙ୍କର ତଳି ପେଟରେ ଦରଜ ହେଉଥିଲା। ଏଣୁ ସେ ଡାକ୍ତରଖାନା ଯାଇଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ରିପୋର୍ଟ ଆସିବା ପରେ  ଘଟଣାଟି ଜାଣି ସମସ୍ତଙ୍କ ହୋସ୍‌ ଉଡିଗଲା। ଏହି ରିପୋର୍ଟରେ ମହିଳା ଜଣକ ମହିଳା ନୁହନ୍ତ ବରଂ ସେ ଜଣେ ପୁରୁଷ ବୋଲି ସୂଚନା ରହିଥିଲା। ତାଙ୍କର ଅଣ୍ଡକୋଷରେ କ୍ୟାନସର ହୋଇଥିବାର ଡାକ୍ତର ଜଣାଇଥିଲେ। ଏବେ ମହିଳାଙ୍କର…

Read More