Author: Samikhsya Bureau

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ସହର ଅନ୍ତର୍ଗତ ୱାର୍ଡ ନଂ.୧୦ ଅଧିନସ୍ଥ ଅର୍କାବାହାଲିପଡାକୁ ଜିଲ୍ଲାପ୍ରଶାସନ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ଜଣାପଡିଛି। ଅର୍କାବାହାଲିପଡାର ଜଣେ ୫୮ ବର୍ଷୀୟ ବ୍ୟକ୍ତି ଜଣକ କରୋନା ପଜିଟିଭ ଚିହ୍ନଟ ହେବାପରେ ଆଠଟି ରାସ୍ତା ସଂଲଗ୍ନ ହେଉଥିବା ଅର୍କାବାହାଲିପଡାର ୩ କି.ମି. ବ୍ୟାସାର୍ଦ୍ଧ ଅଂଚଳକୁ ପ୍ରଶାସନ ପକ୍ଷରୁ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ପ୍ରକାଶ। ସଂପୃକ୍ତ ବ୍ୟକ୍ତି ଜଣକ ଗତ ୧୭ ଜୁନ ଠାରୁ ୨୬ ଜୁନ ମଧ୍ୟରେ ଦୁଇଥର ଭୂବନେଶ୍ୱରସ୍ଥିତ ସମ ହସପିଟାଲ ଓ ଥରେ ବିସମକଟକସ୍ଥିତ ମିଶନାରୀ ହସପିଟାଲକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ଜଣାପଡିଛି। ଗତ ୨୬ ତାରିଖ ଦିନ ସମ ହସପିଟାଲରେ କୋଭିଡ ସନ୍ଦିଗ୍ଧ ଭାବେ ସ୍ୱାବ ପରୀକ୍ଷା କରାଯାଇ ଭୂବନେଶ୍ୱର କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିବାର ପ୍ରକାଶ। ସଂପୃକ୍ତ ବ୍ୟକ୍ତି ଜଣକ କରୋନା ପଜିଟିଭ ବାହାରିବା ପରେ ତାଙ୍କ…

Read More

ପିଣ୍ଟୁ ବିଶୋୟୀ ବେଗୁନିଆପଡା: ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଶନିବାର ଦିନ ବେଗୁନିଆପଡା ବ୍ଲକ ଗସ୍ତ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିଥିଲେ। ପଜିଟିଭି ଥିବା ଅଞ୍ଚଳକୁ ସତର୍କ ରହିବା ସହ ଉକ୍ତ ଅଞ୍ଚଳ ପ୍ରତି ତୀକ୍ଷ୍ଣ ନଜର ରଖିବା ପାଇଁ କହିଥିଲେ। ଏଥି ସହିତ ଦୋକାନ ବଜାରରେ ଯେପରି ଜନ ଗହଳି ନ ହୁଏ ଏବଂ ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର କରିବା ଆଦି ପ୍ରତି କଡା ନଜର ରଖିବା ପାଇଁ କହିଥିଲେ। ଏହି ସମୟରେ ବିଡ଼ିଓ ବେଦବର ପ୍ରଧାନ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ସି ଡି ପି ଓ ସଂଧ୍ୟାରଣୀ ପାଣିଗ୍ରାହୀ, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଂଜନ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Read More

କଟକ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ 2 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି  ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡଙ୍ଗୀ । କ୍ୟାନସର ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଗଞ୍ଜାମର ଚିକିତ୍ସାଧୀନ ଜଣେ ରୋଗୀଙ୍କଠାରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ନର୍ସ ସମ୍ପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି । ହସ୍ପିଟାଲର 52 ଜଣ କର୍ମଚାରୀଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ଯାଇଥିବାବେଳେ 2ଜଣଙ୍କର ପଜିଟିଭ୍‌ ଆସିଥିବାବେଳେ 50 ଜଣଙ୍କର ନେଗେଟିଭ୍‌ ଆସିଛି । ପଜିଟିଭ୍‌ ଜଣାପଡିବା ପରେ ଦୁଇ ନର୍ସ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ହସ୍ପିଟାଲରେ ନୂତନ ରୋଗୀଙ୍କ ଆଡ୍‌ମିସନ୍କୁ ରଦ୍ଦ କରାଯାଇଥିବାବେଳେ ଓପିଡିରେ ପରୀକ୍ଷା ପରେ କେବଳ ଗୁରୁତର ରୋଗୀଙ୍କ ଭର୍ତ୍ତି କରାଯିବ ବୋଲି ସୂଚନା ଦେଇଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ ।

Read More

ଇଜିପ୍ଟ : ଜଣେ ପ୍ରତିଷ୍ଠିତ ବେଲି ଡ୍ୟାନ୍ସରଙ୍କୁ ବେଲି ଡ୍ୟାନ୍ସ କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ଇଜିପ୍ଟର ଜଣେ ପ୍ରତିଷ୍ଠିତ ବେଲି ଡ୍ୟାନ୍ସର ସାମା ଏଲ୍‌ ମୈସିଙ୍କୁ ବେଲି ଡ୍ୟାନ୍ କରିବାକୁ ନେଇ ଜରିମାନା ହୋଇଛି । ମୈସୀ ଅନୈତିକ ଓ ଉତ୍ତେଜିତ ନାଚ ଭିଡିଓ ପୋଷ୍ଟ କରିବା ବେଶ୍‌ ମହଙ୍ଗା ପଡିଛି। କାଇରୋ କୋର୍ଟ ଏନେଇ ତାଙ୍କ ଉପରେ 30ହଜାର ପାଉଣ୍ଡ ଅର୍ଥାତ୍‌ ପ୍ରାୟ 14 ଲକ୍ଷ ଟଙ୍କାର ଜରିମାନା ଲଗାଇଥିବାବେଳେ ତିନି ବର୍ଷର କାରାଦଣ୍ଡ ଶୁଣାଇଛନ୍ତି । ଲୋକଙ୍କ ଭିତରେ ଦୁର୍ବ୍ୟବହାର ତଥା ଅନୈତିକତା ସୃଷ୍ଟି କରିବା ବା ଉସୁକାଇବା ଅଭିଯୋଗରେ ମୈସୀଙ୍କୁ ଏହି ଦଣ୍ଡ ମିଳିଛି । ଅପ୍ରେଲ୍‌ ମାସରେ ସୋସିଆଲ ମିଡିଆରେ ଭିଡିଓ ଫଟୋର ଯାଞ୍ଚ କରିବା ପରେ ମୈସୀଙ୍କୁ ଗିରଫ କରାଯାଇଛି । ମୈସୀ ତାଙ୍କର ସମସ୍ତ ଭିଡିଓ ଲୋକପ୍ରିୟ ଭିଡିଓ ଆପ୍‌ ଟିକ୍‌ଟକ୍‌ରେ ସେୟାର କରିଥିଲେ । ସାର୍ବଜନିକ ରୂପେ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି 137 ଜଣ ସୁସ୍ଥ ହୋଇଛନ୍ତି ବୋଲି ଟୁଇଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଆଜି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 33 ଜଣ ରହିଥିବାବେଳେ ଖୋର୍ଦ୍ଧାରୁ 29 ଜଣ, କଟକରୁ 22 ଜଣ, ବାଲେଶ୍ବରରୁ 13 ଜଣ, ଯାଜପୁରରୁ 9 ଜଣ, କଳାହାଣ୍ଡିରୁ 6 ଜଣ, ଭଦ୍ରକରୁ ଚାରି ଜଣ ଓ ମୟୂରଭଞ୍ଜ, ନୟାଗଡ ଓ ପୁରୀରୁ 3 ଜଣ ଲେଖାଏଁ ରହିଛନ୍ତି । ସେହିପରି ବୌଦ୍ଧ, ବରଗଡ, ଝାରସୁଗୁଡା ଓ କେନ୍ଦ୍ରାପଡାରୁ 2ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳୁ ବଲାଙ୍ଗିର, ଜଗତସିଂହପୁର ଓ ନୂଆପଡାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 4743ରେ ପହଞ୍ଚିଛି । ସୂଚନାଯୋଗ୍ୟ, ଆଜି ରାଜ୍ୟରେ ନୂତନ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 6ହଜାର614 କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ…

Read More

ଭୋପାଳ : ମଧ୍ୟପ୍ରଦେଶର ଗୁଣା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଜଣେ 20 ବର୍ଷୀୟା ଯୁବତୀ ଜଣେ ନାବାଳିକା ସହ ଫେରାର ହୋଇ ବିବାହ କରି ଗିରଫ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗୁଣାର ବୁଢେ ବାଲାଜୀ ଅଂଚଳରେ ଏପରି ଏକ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ଶିବପୁରୀରେ ରୁହଥିବା ଯୁବତୀ ଜଣକ ଗୁନାର ଜଣେ ସମ୍ପର୍କୀୟଙ୍କ ନିକଟକୁ ଆସିଥିଲେ ।  ଜୁନ୍‌ 22 ତାରିଖରେ ଯୁବତୀ ଜଣକ ନାବାଳିକା ସହ ଫେରାର୍‌ ହୋଇଥିଲେ । ଏହି ନାବାଳିକା ଜଣକ ତାଙ୍କର ସମ୍ପର୍କୀୟ ବୋଲି ଜଣାପଡିଛି। ଏହାପରେ ପରିବାର ଲୋକେ ନାବାଳିକାଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍‌ ନାବାଳିକା ଓ ଯୁବତୀଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଥିଲା । ପରିଶେଷରେ ପୋଲିସ୍‌ ଜାଣିବାକୁ ପାଇଥିଲା ଯେ, ଯୁବତୀ ଓ ନାବାଳିକା ଦ୍ବୟ ବିବାହ କରିଛନ୍ତି । ଶିବପୁରୀର ଏହି…

Read More

କଟକ : କଟକ ସହରର ବହୁ ପୁରୁଣା ସିନେମା ହଲ୍‌ ତଥା କଟକ ବାଦାମବାଡି ସ୍ଥିତ ଜୟଶ୍ରୀ ସିନେମା ହଲ୍‌କୁ ସବୁ ଦିନ ପାଇଁ ବନ୍ଦ କରି ଦିଆଯାଇଛି । ଏନେଇ ହଲ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିବାର ଜଣାପଡିଛି ।ଏହା ସମ୍ପର୍କରେ ଓଡ଼ିଶା ଆସେମ୍ଲି ଅଫ୍‌ ସ୍ମଲ୍‌ ଆଣ୍ଡ୍‌ ମିଡିୟମ୍‌ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ) ପକ୍ଷରୁ ଗତକାଲି ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ତେବେ ସିନେମା ହଲ୍‌ଟିକୁ ଏହି ହଲ୍‌ର ମ୍ୟାନେଜମେଣ୍ଟ ବନ୍ଦ କରିଥିବାର ନିଷ୍ପତ୍ତି ନେଇଥିବାର ସୂଚନା ଦିଆଯାଇଛି । ତେବେ ମ୍ୟାନଜେମେଣ୍ଟ  କେଉଁ କାରଣ ପାଇଁ ବନ୍ଦ କରାଗଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି ସିନେମା ହଲ୍‌ରେ ବହୁ ପ୍ରସିଦ୍ଧ ଚଳଚ୍ଚିତ୍ର ମାନ ମୁକ୍ତିଲାଭ କରିଥିଲା ।

Read More

ବ୍ରହ୍ମପୁର : ବ୍ରହ୍ମପୁର ସହରର 6ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କଲା ବ୍ରହ୍ମପୁର ମ୍ୟୁନିସ୍‌ପାଲ୍‌ କର୍ପୋରେସନ୍‌ । କଣ୍ଟେନମେଣ୍ଟ ଅଞ୍ଚଳଗୁଡିକ ମଧ୍ୟରେ ରହିଛି ଓ୍ବାର୍ଡ ନଂ 4ର ସାହୁ କଲୋନୀ, ଭାବାନଗରର ଚତୁର୍ଥ ଲେନ୍‌,  ତୁଳସୀ ନଗରର ଷଷ୍ଠ ଲେନ୍‌, ବ୍ୟାଙ୍କ କଲୋନୀର ପ୍ରଥମ ଲେନ୍‌ କଣ୍ଟେନମେଣ୍ଟ୍‌ । ସେହିପରି ଗାନ୍ଧିନଗରର ଚତୁର୍ଥ ଲେନ୍‌ ଓ ବର୍ମା କଲୋନୀକୁ ମଧ୍ୟ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ସମ୍ପୃକ୍ତ ଅଞ୍ଚଳ କଣ୍ଟେନମେଣ୍ଟ ରହିବ ବୋଲି ସୂଚନା ଦେଇଛନ୍ତି ବିଇଏମ୍‌ସି । ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 1271ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି । ସେହିପରି ଗଞ୍ଜାମରେ କୋଭିଡ୍‌ ଯୋଦ୍ଧାମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି । ଆଜି ମଧ୍ୟ ଚାରି କୋଭିଡ ଯୋଦ୍ଧା କରୋନାରେ ପଜିଟିଭ୍‌ ହୋଇଛନ୍ତି।

Read More

ପାଟନା, ଆଜି ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରେ ଲାଗିଛି। ସେହିପରି ବିହାରରେ ମଧ୍ୟ ଆଜି ପ୍ରବଳ ବର୍ଷା ହୋଇଛି। ତେବେ କୌତୁହଳର କଥା ବିହାରର ରାସ୍ତା ନିର୍ମାଣ ମନ୍ତ୍ରୀ ନନ୍ଦ କିଶୋର ଯାଦବଙ୍କ ବାସଭବନ ଚାରିପଟେ ଆଜି ବର୍ଷା ପାଣି ଜମି ଯାଇଛି।

Read More

ନୂଆଦିଲ୍ଲୀ, ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ୨୦୨୦ ମସିହାରେ “ମନ କି ବାତ” ଏହାର ଅଧା ପଥ ଅତିକ୍ରମ କରିସାରିଛି । ଏହି ସମୟ ମଧ୍ୟରେ ଆମେ ଅନେକ ବିଷୟ ଉପରେ ଆଲୋଚନା କରିଛୁ। ଏବେ ଯେଉଁ ବିଶ୍ୱବ୍ୟାପୀ ମହାମାରୀ ଆସିଛି, ମାନବ ଜାତି ପାଇଁ ଯେଉଁ ସଙ୍କଟ ସୃଷ୍ଟି ହୋଇଛି, ତା’ଉପରେ କିଛି ଅଧିକ ଆଲୋଚନା ହୋଇଥିବା ସ୍ୱାଭାବିକ। କିନ୍ତୁ ଆଜିକାଲି ମୁଁ ଦେଖୁଛି ଗୋଟିଏ କଥାକୁ ନେଇ ଲୋକଙ୍କ ମଧ୍ୟରେ ନିରନ୍ତର ଚର୍ଚ୍ଚା ହେଉଛି ଯେ ଏ ବର୍ଷଟି କେବେ ସରିବ!! କେହି କାହାକୁ ଫୋନ କଲେ ମଧ୍ୟ କଥାବାର୍ତା ଏଇଥିରୁ ହିଁ ଆରମ୍ଭ ହେଉଛି ଯେ, ଏ ବର୍ଷଟା ଜଲ୍‌ଦି ବିତୁନି କାହିଁକି? କେହି ଲେଖୁଛି, ବନ୍ଧୁମାନଙ୍କ ସହ କଥା ହେଉଛି, ତ କହୁଛି, ଏ ବର୍ଷଟି ଭଲ ନୁହେଁ, କିଏ କହୁଛି ୨୦୨୦ ବର୍ଷଟି ଶୁଭ ନୁହେଁ। ବାସ୍‌, ଲୋକ କେବଳ ଏତିକି ଚାହୁଁଛନ୍ତି ଯେ…

Read More

କଟକ : କଟକ ସହରରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ଜଣାପଡିଛି । 46 ବର୍ଷୀୟ ବ୍ୟକ୍ତି ଜଣକ ସିଡିଏର ସେକ୍ଟର 9ରୁ ଜଣାପଡିଛି । ସେ ଜଣେ କୋଭିଡ୍‌ ଯୋଦ୍ଧା ବୋଲି ସୂଚନା ରହିଛି । ସେହିପରି ଆଜି କଟକରୁ ଜଣକର କରୋନା ଯୋଗୁଁ ମୃତ୍ୟୁ ମଧ୍ୟ ହୋଇଛି । ମୃତକ ଜଣକ କ୍ୟାଣ୍ଟନମେଣ୍ଟ ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ ଜୁନ୍‌21ରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ନୂତନ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍‌ ସଂକ୍ରମିତ ମାମଲା 35ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 22 ସେହିପରି ଦୁଇଜଣଙ୍କର ମୃତ୍ୟୁ ହୋଇଥିବବେଳେ ଏବେ ସୁଦ୍ଧା 11ଟି ସକ୍ରିୟ ମାମଲା ରହିଛି ।

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ନୂତନ 6 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 3 ଜଣ ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ସ୍ଥଳେ,  ତିନୋଟି ଲୋକାଲ୍‌ କଣ୍ଟାକ୍ସ କେସ୍‌ ରହିଛି ବୋଲି ବିଏମ୍‌ସି ସୂଚନା ଦେଇଛି । ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଡୁମୁଡୁମାର ଫେଜ୍‌ -1ରୁ 24 ବର୍ଷୀୟ ଯୁବକ ରହିଛନ୍ତି । ସେ ନିକଟରେ ବାଙ୍ଗାଲୋରରୁ ଫେରିଥିଲେ । ସେହିପରି ଅନ୍ୟ ଦୁଇଜଣ କଲିକତାରୁ ଫେରିଥିବାବେଳେ ଜଣେ ଆଇଆରସିରୁ ଭିଲେଜରୁ 41ବର୍ଷୀୟ ବ୍ୟକ୍ତି ଥିବାବେଳେ ଅନ୍ୟ ଜଣେ ବାପୁଜୀ ନଗରରୁ ଜଣେ 38 ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ତିନୋଟି ଲୋକାଲ୍‌ କେସ୍‌ ମଧ୍ୟରେ ଜଣେ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ସୂଚନା ରହିଛି । 24 ବର୍ଷୀୟ ଯୁବତୀ ଜଣକ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନାରହିଛି । ସେହିପରି ଅନ୍ୟ ଜଣେ ଟଙ୍କପାଣି…

Read More

ମେକ୍ସିକୋ : ହ୍ୟାଣ୍ଡ୍‌ ସାନିଟାଇଜର୍‌ ପିଇ ତିନିଜଣଙ୍କର ମୃତ୍ୟୁ ହୋଇଥିବାସ୍ଥଳେ ଜଣକର ଆଖି ନଷ୍ଟ ହୋଇଯାଇଛି । ଏପରି ଏକ ଘଟଣା ନ୍ୟୁ ମେକ୍ସିକୋ ଅଞ୍ଚଳରେ ଘଟିଥିବାର ଜଣାଯାଇଛି । ସିଏନଏନ୍‌ ରିପୋର୍ଟ ଅନୁସାରେ , ହ୍ୟାଣ୍ଡ ସାନିଟାଇଜର୍‌ ପିଇବା ପରେ ଅନ୍ୟ ତିନିଜଣଙ୍କ ସ୍ଥିତି ବେଶ୍‌ ଗମ୍ଭୀର ରହିଛି । ପିଇଥିବା ହ୍ୟାଣ୍ଡ୍‌ ସାନିଟାଇଜର୍‌ରେ ମେଥାନଲ୍‌ ରହିଥିଲା ।  ପ୍ରାୟ ସାତଜ ମଦର ବିକଳ୍ପ ଭାବରେ ସାନିଟାଇଜର୍‌କୁ ପିଇଦେଇଥିଲେ ବୋଲି ଜଣାପଡିଛି । ଶରୀରେ ମିଥାନେଲ୍‌ରୁ ଅଧିକ ମାତ୍ରା ରହିଲେ ମୁଣ୍ଡ ବ୍ୟାଥା, ବାନ୍ତି, ଦେଖାନ ଯିବା ତଥା କୋମାକୁ ଚାଲିଯିବା ପରି ସମ୍ଭାବନା ସୃଷ୍ଟି ହୋଇଥାଏ । କରୋନା ମହାମାରୀ ପୂର୍ବରୁ କିଛି ଜେଲ୍‌ରେ ସାନିଟାଇଜର୍‌ ଉପଯୋଗକୁ ବାରଣ କରାଯାଇଥିଲା । କାରଣ କଏଦୀ ମାନେ ଏହାକୁ ପିଇ ମୃତ୍ୟୁବରଣ କରିବା କିମ୍ବା ଏହାଦ୍ବାରା ନିଆଁ ଲଗାଇ ପାରନ୍ତି ବୋଲି ସମ୍ଭାବନା ରହିଥିବାରୁ ଏହାକୁ ଜେଲ୍‌ରେ ବ୍ୟବହାର କରାଯିବା…

Read More

ରାଜସ୍ଥାନ : କରୋନା କଟକଣାକୁ ଖାତିର୍‌ ନ କରି ବିବାହ ସମାରୋହରେ ଅଧିକ ଲୋକଙ୍କୁ ସାମିଲ୍‌ କରିବା ଏବେ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ରାଜସ୍ଥାନର ଭୀଲଓ୍ବାଡାର ଏକ ବିବାହ ସମାରୋହରେ 250 ଜଣ ଲୋକ ସାମିଲ୍‌ ହୋଇଥିଲେ । ଏହା ଏବେ ବରପକ୍ଷ ଲୋକଙ୍କୁ ବେଶ୍‌ ମହାଙ୍ଗା ସାବ୍ୟସ୍ତ ହୋଇଛି । ବରଯାତ୍ରୀର କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ଜଣକର ମୃତ୍ୟୁ ହୋଇଥିବାସ୍ଥଳେ 15 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବରର ଜେଜେବାପାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାବେଳେ ଅନ୍ୟ 15 ଜଣ ସଂକ୍ରମିତ ହୋଇଛନ୍ତି । ବର ଓ ବରପିତା ସମେତ ସମସ୍ତ 15 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ରାଜସ୍ଥାନ ସରକାର ଅନ୍ୟ 127 ଜଣଙ୍କୁ କ୍ବାରେଣ୍ଟାଇନ୍‌ କରିଛନ୍ତି । ସେହିପରି ଏହି ସମସ୍ତଙ୍କୁ କ୍ବାରେଣ୍ଟିନ୍‌ ସୁବିଧା ଓ ଚିକିତ୍ସାର ସମସ୍ତ ଖର୍ଚ୍ଚକୁ ଜରିମାନା ରୂପେ ବରପିତାଙ୍କୁ ଦେବାକୁ ପଡିଛି ।…

Read More

ବେଙ୍ଗାଲୁରୁ : କର୍ଣ୍ଣାଟକରେ କରୋନା ଭାଇରସ ଦ୍ରୁତ ବୃଦ୍ଧି ଦେଖି ରାଜ୍ୟ ସରକାର ଆସନ୍ତା ଜୁଲାଇ 5 ତାରିଖ ଠାରୁ ପ୍ରତି ରବିବାରକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା କୁହାଯାଇଛି। ଏହି ଲକ୍‌ଡାଉନ ଆଗାମୀ ଆଦେଶ ଯାଏଁ ପ୍ରତି ରବିବାର ଲାଗୁ ହେବ।ସେହିପରି ଜୁଲାଇ 10 ତାରିଖରୁ ଦ୍ବିତୀୟ ଓ ଚତୁର୍ଥ ଶନିବାର ବଦଳରେ ପ୍ରତ୍ୟେକ ଶନିବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ରବିବାର ହେବାକୁ ଥିବା ଲକଡାଉନରେ ଦୋକାନ ଓ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ। ମାତ୍ର ଜରୁରୀ ସେବା ଏବଂ ଯୋଗାଣ ସଂପର୍କିତ ଦୋକାନ, ଷ୍ଟୋର ଏବଂ କାର୍ଯ୍ୟାଳୟ ଖୋଲାଯାଇପାରିବ। ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର ସନ୍ଧ୍ୟାଠାରୁ ସରକାରୀ ଓ ଘରୋଇ ହସ୍‌ପିଟାଲରେ କରୋନା ଭାଇରସରେ ସଂକ୍ରମିତଙ୍କ ଚିକିତ୍ସା ଲାଗି 10  ହଜାର ଶଯ୍ୟା…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : ସାଂପ୍ରତିକ ଲକଡାଉନ ସ୍ଥିତିରେ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଜୁନାଗଡସ୍ଥିତ ସମବାୟ ବ୍ୟାଙ୍କରେ ଏହାକୁ ଅଣଦେଖା କରାଯାଉଥିବା ଦେଖାଯାଉଛି । ଧାନ ଅମଳ ହେବାପରେ ମଣ୍ଡିରେ ଧାନ ବିକି ସାରିବା ପରେ ଚାଷୀର ଜମା ଖାତାରେ ଧାନର ମୂଲ୍ୟ ପଇଠ ହେବାପରେ ଟଙ୍କା ଉଠାଣ ପାଇଁ ସମବାୟ ବ୍ୟାଙ୍କରେ ଚାଷୀଙ୍କ ଭିଡ ହେଉଥିବାର କୁହାଯାଉଛି । ଜୁନାଗଡ ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଥିବା ପୁରୁଣା କୋଠାରେ ବିସିସି ବେଙ୍କର ଜୁନାଗଡ ଶାଖା ପରିଚାଳିତ ହେଉଥିବା ବେଳେ ଗ୍ରାହକ ମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ନଥିବା ଏବଂ ଟଙ୍କା ଉଠାଣ ପାଇଁ ବିଳମ୍ବ ହେଉଥିବା ଦୃଷ୍ଟିରୁ ଏଭଳି ଭିଡ ହେଉଥିବା ପରିଲକ୍ଷିତ ହେଉଛି । ଗ୍ରାହକ ମାନେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରୁନଥିବା କିମ୍ବା ମାସ୍କ ବ୍ୟବହାର କରୁନଥିବା ଦେଖାଯାଉଛି । ଏପରିକି ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ନିକଟସ୍ଥ…

Read More

ଭୁବନେଶ୍ବର : କରୋନା ସଂକ୍ରମଣରେ ରାଜ୍ୟରେ ଆଉ ତିନିଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଏହି ତିନି ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ଜଣେ ଥିବାବେଳେ ଆଉ ଦୁଇଜଣ କଟକ ଓ ଭୁବନେଶ୍ବରର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମ ଜିଲ୍ଲାର 75 ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ସେ ଡାଇବେଟିସ୍‌ ଓ ହାଇପର୍ଟେନସନ୍‌ରେ ପୀଡ଼ିତ ଥିଲେ । ସେହିପରି କଟକ ଜିଲ୍ଲାରୁ ଜଣେ 65 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେ ମଧ୍ୟ ଡାଇବେଟିସ୍‌ ଓ ହାଇପର୍ଟେନସନରେ ପୀଡ଼ିତ ଥିବାବେଳେ ତାଙ୍କର କିଡ୍‌ନୀ ବେମାରୀ ମଧ୍ୟ ଥିଲା । ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ବୟସ 75 ବର୍ଷ ହୋଇଥିବାବେଳେ ସେ ମଧ୍ୟ କିଡ୍‌ନୀ ରୋଗରେ ପୀଡ଼ିତ ଥିବା ସହ ଡାଇବେଟିସ୍‌ରେ ଆକ୍ରାନ୍ତ ଥିଲେ।   ରାଜ୍ୟରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ହୋଇଛି ।…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ନୂତନ 264ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି 23ଟି ଜିଲ୍ଲାରୁ ମୋଟ୍‌ 264ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 76 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 41 ଜଣ ଚିହ୍ନଟ ହୋଇଛନ୍ତି। କେଉଁଝରରୁ 25 ଚିହ୍ନଟ ଜଣ ଚିହ୍ନଟ ହୋଇଥିବା ସ୍ଥଳେ ଝାରସୁଗୁଡା ଓ ବରଗଡରୁ 18 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଓ ମୟୂରଭଞ୍ଜର 15 ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ବର ଓ କଟକରୁ 12 ଜଣ ଲେଖାଏଁ ରହିଛନ୍ତି । ପୁରୀରୁ 7 ଜଣ ଚିହ୍ନଟ ହୋଇଥିବା ସ୍ଥଳେ ସୁନ୍ଦରଗଡ, ଜଗତସିଂହପୁର ଓ ଅନୁଗଳୁରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମାଲ୍‌କାନଗିରି, ନୟାଗଡ ଓ ବଲାଙ୍ଗିରରୁ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କନ୍ଧମାଳ,ସମ୍ବଲପୁର, କଳାହାଣ୍ଡି, ଗଜପତି, ନୂଆପଡା, ଭଦ୍ରକ, କୋରାପୁଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Read More

କେଦାର ମିଶ୍ର   କିଛଦିନ ତଳେ ଯେତେବେଳେ ଆମେରିକାର ମିନିଆପୋଲିସରେ ଜଣେ କୃଷ୍ଣାଙ୍ଗ ଯୁବକ ଜର୍ଜ ଫ୍ଲଏଡଙ୍କୁ ସେଠାକାର ପୋଲିସ ତଣ୍ଟି ଚିପି ନିର୍ମମ ଭାବରେ ହତ୍ୟା କଳା, ତାର ପ୍ରତିବାଦରେ ପୂରା ଆମେରିକାର ଜନ ସାଧାରଣ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସରକାରୀ ନିବାସ ହ୍ଵାଇଟ ହାଉସ ଆଗରେ ଲୋକଙ୍କର ବିକ୍ଷୋଭ ଏତେ ପ୍ରବଳ ହେଲା ଯେ ରାଷ୍ଟ୍ରପତିଙ୍କୁ ଲୋକଭୟରୁ ବର୍ତ୍ତିବାକୁ ବଙ୍କର ଭିତରେ ଲୁଚିବାକୁ ପଡିଲା। ଆଜି ମଧ୍ୟ “କଳାଲୋକଙ୍କର ଜୀବନ ମୂଲ୍ଯବାନ” ବା ବ୍ଲାକ ଲାଇଫ ମେଟର୍ସ ନାମରେ ସାରା ପୃଥିବୀରେ ଆନ୍ଦୋଳନ ଚାଲିଛି। ସେମିତି ସମୟରେ ଆମ ଦେଶରେ ମଧ୍ୟ ସମାନ ଘଟନା ଘଟୁଛି। ଚଳିତ ସପ୍ତାହରେ ତାମିଲନାଡ଼ୁର ତୁଥୁକୁଡି ସହରରେ ଜୟରାଜ ଏବଂ ବେନିକ୍ସ ନାମକ ବାପା-ପୁଅ ଦୁଇ ଜଣଙ୍କୁ ସେଠାକାର ପୋଲିସ ପିଟି ପିଟି ମାରି ଦେଇଥିବାର ଅଭିଯୋଗ ହୋଇଛି। ଏହି ବାପା-ପୁଅଙ୍କର ଏକମାତ୍ର ଭୁଲ ଥିଲା ସେମାନେ କୋଭିଡ-୧୯…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ 264 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 234 ଜଣ ଚିହ୍ନଟ ହୋଇଥିବାବେଳେ 30 ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 6ହଜାର614 କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1980 ଜଣ। ସେହିପରି ସୁସ୍ଥ ହୋଇଛନ୍ତି 4ହଜାର 606ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 21ଜଣ। ସେହିପରି 7 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

Read More