Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି । ଆଜି ପୁଣି ରାଜ୍ୟରୁ ଦୁଇଟି ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ମୃତକ ଦ୍ବୟ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି । ଦୁହେଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ 48 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 39 ବର୍ଷୀୟା ମହିଳା ବୋଲି ଜଣାପଡିଛି । ଏହି ମହିଳା ଜଣକ କିଡ୍‌ନୀ ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ । ଗଞ୍ଜାମରେ ଏବେ ମୃତକଙ୍କ ସଂଖ୍ୟା 14ରେ ପହଞ୍ଚିଛି । ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 25ରେ ପହଞ୍ଚିଛି । ସେହିପରି ଅନ୍ୟ 7 ଜଣ କରୋନାରେ ଆକ୍ରାନ୍ତଙ୍କ ହୋଇ ମଧ୍ୟ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ଆଜି ଚିହ୍ନଟ 206 ଆକ୍ରାନ୍ତଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ଆମ୍ଫାନ୍ ମୁକାବିଲାରୁ ଫେରିଥିବା ଜଣେ ଏନ୍‌ଡିଆର୍‌ଏଫ୍‌  ଯବାନ ରହିଛନ୍ତି । 206 ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ 36 ଚିହ୍ନଟ ହୋଇଥିବା ବେଳେ ଯାଜପୁର- 28, କୋରାପୁଟ- 18, କଟକ ଓ ଜଗତସିଂହପୁରରୁ 17, ବଲାଙ୍ଗିରରୁ 16, ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡ଼-15, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ 7 ଲେଖାଏଁ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର ଓ ଅନୁଗୁଳୁରୁ  6, ବଲେଶ୍ବରରୁ 5,  ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ ଓ ସମ୍ବଲପୁରରୁ 4 ଲେଖାଏଁ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡାରୁଓ ଗଞ୍ଜାମରୁ 3, ସୁନ୍ଦରଗଡରୁ 2,  ନୟାଗଡ, ପୁରୀ, ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ 206 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ1192 ଜଣ ଚିହ୍ନଟ ହୋଇଥିବାବେଳେ 14 ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 7 ହଜାର 65 କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 2087 ଜଣ। ସେହିପରି ସୁସ୍ଥ ହୋଇଛନ୍ତି 4ହଜାର 946 ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 25 ଜଣ। ସେହିପରି 7 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

Read More

Dharakote Police in Ganjam organized a candle rally & requested citizens of Dharakote to maintain Social distancing & to use Mask whenever you are going outside, amid lock down in which people are following the guidelines by d government. Show your responsibility towards society.

Read More

ବାଙ୍ଗାଲୋର, ଦେଶରେ ଯେପରି ଡିଜେଲ ପେଟ୍ରୋଲ ଦର ବୃଦ୍ଧି ହେବାରେ ଲାଗିଛି, ତା ବିରୋଧରେ କର୍ଣ୍ଣାଟକ କଂଗ୍ରେସ ଅଭିନବ ପ୍ରତିବାଦ।

Read More

ଭୁବନେଶ୍ୱର: ଓଡ଼ିଶା ବଜାରରେ ଧିରେ ଧିରେ ରିଲାଏନ୍ସ ଜିଓ ତାହାର ସ୍ଥିତି ସୁଦୃଢ କରିବାରେ ଲାଗିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୦ ଫେବ୍ରୁଆରିରେ ରିଲାଏନ୍ସ ଜିଓ ଓଡ଼ିଶାରେ ଦୁଇ ଲକ୍ଷ ତେୟାଳିଶ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି । ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱ ବଜାର ଅଂଶ ଦୃଷ୍ଟିରୁ ଓଡ଼ିଶାର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ଭାବେ ୨୦୨୦ ଫେବ୍ରୁଆରି ୨୯ ସୁଦ୍ଧା ରାଜ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ୧ କୋଟି ୨୩ ଲକ୍ଷରୁ ଅଧିକ ରହିଥିବା ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି । ଫେବ୍ରୁଆରି ମାସରେ ଓଡ଼ିଶାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ପାଖାପାଖି ୨.୦୬ ଲକ୍ଷ ବୃଦ୍ଧି ଘଟିଛି ଏବଂ ଏହା ସହିତ ରାଜ୍ୟର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩.୩୪ କୋଟିରେ ପହଞ୍ଚିଥିବା ଜଣାପଡିଛି । ଟ୍ରାଇ…

Read More

ପିଣ୍ଟୁ ବିଶୋୟୀ ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବେଗୁନିଆପଡ଼ା ଗ୍ରାମରେ ଏକ ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ। ବାହାଘର ପୂର୍ବରୁ ସ୍ଥାନୀୟ ପ୍ରଶାସନ ପହଞ୍ଚି ବର କନ୍ୟା ଓ ପରିବାର ସଦସ୍ୟଙ୍କୁ ବୁଝେଇ ଶୁଝେଇ ବାହାଘରକୁ ଅଟକାଇଛନ୍ତି। ଝିଅର ବୟସ ବର୍ତ୍ତମାନ ୧୭ ତେଣୁ ଝିଅ ସାବାଳିକା ହେବାପରେ ହିଁ ବାହାଘର ହେବ ବୋଲି ବୁଝାଇଛି ପ୍ରଶାସନ। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ଜଣେ ନାବାଳିକା ଝିଅର ବାହାଘର ତିରିଡା ଗ୍ରାମର ଜୈନକ ଯୁବକ ସହିତ ଠିକ୍ ହୋଇଥିଲ। ଆଜି ସନ୍ଧ୍ୟାରେ ତାହାର ବାହାଘର ହୋଇଥାନ୍ତା। ଏଥି ନିମନ୍ତେ ଭୋଜିଭାତ ସହିତ ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟା ସରିଥିଲା। ଏବଂ ବିବାହ ନିମନ୍ତେ ଝିଅ ମଧ୍ୟ ପୁଅ ଘରକୁ ପଳାଇ ଥିଲା କିନ୍ତୁ କୌଣସି ସୂତ୍ର ରୁ ଖବର ପାଇ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ବେଗୁନିଆପଡ଼ା ଫାଣ୍ଡି ପୋଲିସର କର୍ମକର୍ତ୍ତା, ପରିଦର୍ଶିକା ରଞ୍ଜିତା ବିଶୋୟୀ,…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଦିନକୁ ଦିନ ବାଣପୁର-ବାଲୁଗାଁ ଅଞ୍ଚଳରେ ବିଦ୍ୟୁତ ବିଭାଗର ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ମାନବିକତା ହରେଇ ବସିଲାଣି ବିଦ୍ୟୁତ ବିଭାଗ। ସାରା ରାଜ୍ୟରେ ଲକ ଡାଉନ ଓ ୧୧ ଟି ଜିଲ୍ଲାରେ ସାପ୍ତାହିକ ସଟଡାଉନ ଜାରି ରହିଥିବା ସ୍ଥଳେ ନାଗରିକ ମାନେ ଘରେ ରହୁଛନ୍ତି ଏବଂ ଅତି ଜରୁରୀ ହେଲେ ପଦାକୁ ବାହାରୁଛନ୍ତି। ଏପରି ସ୍ଥଳେ କିଛିଦିନ ହେବ ବାଣପୁର-ବାଲୁଗାଁ ଅଞ୍ଚଳରେ ଘନ ଘନ ଅଘୋଶିତ ବିଦ୍ୟୁତ କାଟ ହେଉଛି। ଲକ ଡାଉନ ସମୟରେ ବିଦ୍ୟୁତ କାଟ ନ କରିବାପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ଥିଲାବେଳେ ବାଣପୁର ବାଲୁଗାଁରେ ଏହାର ବ୍ୟତିକ୍ରମ ଘଟୁଛି। ବର୍ତ୍ତମାନ ଲକ ଡାଉନ ଲାଗି ନାଗରିକ ମାନେ ଅନେକ କାମ ଘରେ ରହି କରିବାକୁ ବାଧ୍ୟ ହେଉଛନ୍ତି ଯେଉଁଥିରେ ବିଦ୍ୟୁତ ପ୍ରମୁଖ ମାଧ୍ୟମ ଅଟେ। ଛାତ୍ର ଛାତ୍ରୀଙ୍କ ପାଇଁ ଅନଲାଇନ କ୍ଲାସ ହେଉ କିମ୍ବା ଘରୋଇ କର୍ମଚାରୀଙ୍କ ଅନଲାଇନ କାମ ସବୁଠି ବିଦ୍ୟୁତ…

Read More

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଟିକ ଟକ ସମେତ ୫୯ ଚାଇନୀଜ ଆପ ଉପରେ କଟକଣା ଲଗାଇଛି। ଭାରତ-ଚାଇନା ସୀମା ବିବାଦ ପରେ ସମଗ୍ର ଦେଶରେ ଏବେ ଚାଇନା ବିରୋଧରେ ଆକ୍ରୋଶ ଦେଖାଦେଇଛି। ଚାଇନା ସାମଗ୍ରୀ  ବ୍ୟାନ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସଂଗଠନ ପକ୍ଷରୁ ସମଗ୍ର ଦେଶରେ ଆନ୍ଦୋଳନ ବଢିଚାଲିଛି। ହେଲୋ ଆପ, କାମ ସ୍କାନର ଆପ ପରି ୫୯ ଟି ଆପ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଡାଟା ଚୋରୀ ହେବା ସନ୍ଦେହରେ ଏହି ସବୁ ଆପ ଗୁଡିକୁ ବ୍ୟାନ ଲଗାଇଛି କେନ୍ଦ୍ର ସରକାର।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦେଢ ମାସ ମଧ୍ୟରେ ଜୁନାଗଡ ଆରଏମସିର ଦୁର୍ନୀତି ଅଭିଯୋଗର ତଦନ୍ତ କରିବା ପାଇଁ ମାନ୍ୟବର ହାଇକୋର୍ଟ ଡବଲୁ୍ୟପିସି ୨୬୩୯୯/୨୦୧୯ ରେ ନିଦେ୍ର୍ଦଶ ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳ ଗତ ୨୮.୦୨.୨୦୨୦ ଦିନ ତଦନ୍ତ କରିବା ପରେ ତାହା ଶୀତଳ ଭଣ୍ଡାରରେ ପଡିରହିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ଜୁନାଗଡ ଆରଏମସିରେ ନିୟମିତ ଭାବେ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି, ସରକାରୀ ଗୋଚର ଜମିରେ ଆରଏମସି ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ତରବରିଆ ନିର୍ମାଣ, ସିସିଡିଟିଏଫ ଯୋଜନାରେ ଆରଏମି ପାଣ୍ଢିରୁ ଖଳା ନିର୍ମାଣ, ସରକାରୀ ନିୟମକୁ ଆଖିଠାର ମାରି କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ପାଣ୍ଠି ପ୍ରଦାନ, ଗୋଦାମ ମରାମତି ଓ ବାଉଣ୍ଢ୍ରି ମରାମତି ନାମରେ ଫଲ୍ସ ବିଲ ପ୍ରଦାନ, ସଭ୍ୟ ମାନଙ୍କୁ ଷ୍ଟଡିଟୁର ନାମରେ ନିଜ ପସନ୍ଦର କର୍ମଚାରୀଙ୍କୁ ଭ୍ରମଣ କରାଇବା, ବିନା କୌଣସି ଟେଣ୍ଡର କଲ ନୋଟିସ କରାଯାଇ ନିଜ…

Read More

ଭୁବନେଶ୍ବର :ରାଜ୍ୟରେ କରୋନା ମାମଲା ବଢୁଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ଏହି ଅବସରରେ  ରାଜ୍ୟରେ କରୋନା ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମନ୍ତ୍ର ଦେଇଛନ୍ତି । ଆଜି ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ଆଲୋଚନା ବେଳେ 9ଟି ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । କୋଭିଡ୍‌ କେୟାର କମିଟି ଗଠନ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ପ୍ରତିଷ୍ଠା ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  କୋଭିଡ କେୟାର ଯୋଦ୍ଧାଙ୍କ ପ୍ରତି ଯତ୍ନଶୀଳ ହେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । କ’ଣ କରିବା ଉଚିତ/ ଅନୁଚିତ ସେନେଇ ଷ୍ଟାଫ୍‌ମାନଙ୍କୁ ସଚେତନ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ଓ ସାମାଜିକ ଦୂରତ୍ବ ଉଂଲ୍ଲଘନକାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ । ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ପୋଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି…

Read More

ଭୁବନେଶ୍ବର :  ମଦର ହୋମ୍‌ ଡେଲିଭରିକୁ ଅନୁମତି ମିଳିବା ପରେ ଏବେ ଦେଶୀ ମଦକୁ ଆପଣ ଘରେ ବସି ମଗାଇପାରିବେ । ଏଣିକି ଦେଶୀ ମଦର ବି ହେବ ହୋମ୍‌ ଡେଲିଭରି । ଦେଶୀ ମଦ ଓ ଆଉଟ ଷ୍ଟିଲ୍‌ ମଦ ହୋମ୍‌ ଡେଲିଭରି କରିବାକୁ ନିଷ୍ପତ୍ତି  ନିଆଯାଇଛି। ହୋମ୍‌ ଡେଲିଭରି ନିଷ୍ପତ୍ତି ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ସକାଳ 7ଟାରୁ ସନ୍ଧ୍ୟା 6ଟା ମଧ୍ୟେର ଏହି ମଦର ହୋମ୍‌ ଡେଲିଭରି ହୋଇପାରିବ ବୋଲି ସୂଚନା ରହିଛି । ବୋତଲ ବା ପାଉଚ ପିଛା 10ଟଙ୍କା ଡେଲିଭରି ଚାର୍ଜ ପଡିବ ବୋଲି ସୂଚନା ରହିଛି । ସର୍ବାଧିକ ଡେଲିଭରି ଚାର୍ଜ 50 ଟଙ୍କା ପର୍ଯ୍ୟନ୍ତ ରହିବ ବୋଲି ସୂଚନା ରହିଛି।  ତେବେ କାଉଣ୍ଟରରେ ଦେଶୀ ମଦ ବିକ୍ରି ପାଇଁ ଏଯାବତ୍‌ ଅନୁମତି ମିଳିନାହିଁ।

Read More

ଆଠଗଡ : କଟକ ଗ୍ରାମାଞ୍ଚଳ ଜିଲ୍ଲାର ଜଣେ ପୋଲିସ୍‌ ଡିଏସ୍‌ପିଙ୍କୁ କରୋନା । ଡିଏସ୍‌ପିଙ୍କ ସହ ଏକ ଥାନାର 5 କର୍ମଚାରୀ ମଧ୍ୟ କରୋନା ପଜିଟିଭ୍‌ । ଆଠଗଡ ଏସ୍‌ଡିଏମ୍‌ଓ ବିଜୟ କୁମାର ମିଶ୍ରଙ୍କ ସୂଚନା ରହିଛି । କାଲି ଉକ୍ତ ଥାନାର ଆଇଆଇସି ପଜିଟିଭ ଚିହ୍ନଟ ହୋଇଥିଲେ । ସମ୍ପ୍ରତି ରାଜ୍ୟରେ ଏବେ କରୋନା ମାମଲା ବଢି ଚାଲିଥିବାବେଳେ କୋଭିଡ୍‌ ଯୋଦ୍ଧାମାନେ ଏବେ  କରୋନାରେ ଆକ୍ରାନ୍ତ ହେଉଛନ୍ତି।

Read More

କଟକ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆଉ 6 କରୋନା ପଜିଟିଭ୍‌  ଚିହ୍ନଟ ହୋଇଥିବା ନେଇ ସିଡିଏମ୍‌ଓ ସତ୍ୟବ୍ରତ ଛୋଟରାୟ ସୂଚନା ଦେଇଛନ୍ତି । ଏହି 6 ଆକ୍ରାନ୍ତଙ୍କ ମଧ୍ୟରେ 4ଜଣ କ୍ୟାନସର ରୋଗୀ ରହିଥିବାବେଳେ ଜଣେ ଆଟେଣ୍ଡାଣ୍ଟ ଓ ଅନ୍ୟ ଜଣେ ଆକ୍ରାନ୍ତ ଆହାର କେନ୍ଦ୍ର କର୍ମଚାରୀ ହୋଇଥିବାର ସୂଚନା ରହିଛି । ପୂର୍ବରୁ ହସ୍ପିଟାଲରୁ 3 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗତକାଲି ଦୁଇ ଜଣ ନର୍ସ ଚିହ୍ନଟ ହୋଇଥିବାବେଳେ ପୂର୍ବରୁ ଜଣେ ରୋଗୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।

Read More

ଭୁବନେଶ୍ବର : ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି ବିଏମ୍‌ସି । ସେହିପରି ଭୁବନେଶ୍ବର ବସ୍ତି ଅଞ୍ଚଳରେ ରହୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଗାଇଡଲାଇନ୍‌ ଜାରି  କରିଛି । ବସ୍ତି ଅଞ୍ଚଳରେ ରହୁଥିବା ସବୁ କର୍ମଚାରୀଙ୍କ ଡାଟାବେସ୍‌ ପ୍ରସ୍ତୁତ ହେବ । ଏନେଇ ସବୁ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରିଛି ବିଏମ୍‌ସି। ବସ୍ତିରେ ରହୁଥିବା କର୍ମଚାରୀ ଏକାଦିକ୍ରମେ 14 ଦିନ ଡ୍ୟୁଟି କରିବେ।ହସ୍ପିଟାଲ ପରିସରରେ ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ରହଣି ବ୍ୟବସ୍ଥା ହେବ । ହସ୍ପିଟାଲ ପରିସରରେ ସମ୍ପୃକ୍ତ କର୍ମଚାରୀଙ୍କପାଇଁ ରହଣି ବ୍ୟବସ୍ଥା ହେବ। 14 ଦିନ ଡ୍ୟୁଟି ପରେ ନେଗେଟିଭ ରିପୋର୍ଟ ଦେଖି ରିଲିଜ୍‌ କରାଯିବ । ପ୍ରଥମ ଦଫା କର୍ମଚାରୀଙ୍କ ଡ୍ୟୁଟି ପରେ ଦ୍ବିତୀୟ ଦଫା କର୍ମଚାରୀଙ୍କୁ ଡ୍ୟୁଟି ମିଳିବ। ଜଣେ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବେ ହସ୍ପିଟାଲ କର୍ତ୍ତୃପକ୍ଷ। ନୋଡାଲ ଅଧିକାରୀ କର୍ମଚାରୀଙ୍କ ତଥ୍ୟ ବିଏମ୍‌ସିକୁ ନିୟମିତ…

Read More

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର କ୍ବାରେଣ୍ଟିନ୍‌ରେ ଗଲେ । ଜଣେ ଡାକ୍ତରଙ୍କ ସମେତ 5 ଜଣ କର୍ମଚାରୀ କ୍ବାରେଣ୍ଟାଇନ୍‌ ରହିବାକୁ ନିର୍ଦ୍ଦେଶ ରହିଛି । ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାନିଟାଇଜ୍‌ କରାଯାଉଛି । ଚିକିତ୍ସା ପାଇଁ ଆସିଥିବା ଜଣେ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ୍‌ ହେବା ପରେ ଏନେଇ ପଦକ୍ଷେପ ଦିଆଯାଇଛି । ଚିହ୍ନଟ କର୍ମଚାରୀ ଯାଇଥିବା 2ଟି କ୍ଲିନିକ୍‌, 2ଟି ମେଡିସିନ୍‌ ଷ୍ଟୋର୍‌ ସିଲ୍‌ କରାଯାଇଛି । ଏକ ନର୍ସିଂହୋମର ଜଣେ ଡାକ୍ତରଙ୍କୁ ମଧ୍ୟ କ୍ବାରେଣ୍ଟାଇନ୍‌ ପଠାଯାଇଛି । ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ମୋଟ୍‌ 25 ଜଣଙ୍କୁ କ୍ବାରେଣ୍ଟିନ୍‌ ପଠାଯାଇଛି ।

Read More

ୟୁଏଇ : ଧୋକ୍କା ଦେବା ଅଭିଯୋଗରେ ଜଣେ ମହିଳାଙ୍କୁ 10 ହଜାର ଟଙ୍କାର ଜରିମାନା ଦେବାକୁ ପଡିଛି । ଜଣେ ମହିଳାଙ୍କୁ ପ୍ରତାରଣା କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିପାଇଁ ସେ ତାଙ୍କ ସ୍ବାମୀଙ୍କୁ 10 ଲକ୍ଷ 28 ହଜାର ଟଙ୍କା ଦେବେ ବୋଲି ସୂଚନା ରହିଛି । ୟୁଏଇର ଫୁଜେରାର ଅଦାଲତ ଏନେଇ ଶୁଣାଣି କରି ମହିଳାଙ୍କୁ ଦୋଷୀ ଦର୍ଶାଇ ତାଙ୍କ ସ୍ବାମୀଙ୍କୁ ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ସ୍ବାମୀ ଜଣକ ଗତ କିଛି ଦିନହେବ ମହିଳାଙ୍କ ବ୍ୟବହାରରେ ପରିବର୍ତ୍ତନ ନେଇ ଚିନ୍ତିତ ଥିଲେ । ପରେ ସ୍ବାମୀ ଜଣକ ଏହା ପଛର କାରଣ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । ଏହା ପରେ ସ୍ବାମୀ ଜଣକ ତାଙ୍କ ସ୍ତ୍ରୀଙ୍କର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଥିଲେ । ପରେ ମହିଳା ଜଣକର ଅନ୍ୟ ଜଣକ ସହିତ ସମ୍ବନ୍ଧ…

Read More

ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁରରୁ 9 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛି ଜିଲ୍ଳା ପ୍ରଶାସନ ।  ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସମେସ୍ତ ପ୍ରବାସ ଫେରନ୍ତା ରହିଥିବାବେଳେ ସମସ୍ତ ଆକ୍ରାନ୍ତ ଟିଏମ୍‌ସିରୁ  ଚିହ୍ନଟ ହୋଇଛନ୍ତି । କୁଜଙ୍ଗରୁ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ଦୁଇଜଣ ଓ ଦିଲ୍ଲୀରୁ ଜଣେ ଫେରିଥିଲେ । ସେହିପରି ନୂଆଗାଁରୁ ମଧ୍ୟ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ତାମିଲନାଡୁ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ତିର୍ତ୍ତୋଲରୁ  ତିନିଜଣ ଚିହ୍ନଟ ହୋଇଥିବା ସ୍ଥଳେ ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଫେରିଛନ୍ତି । ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ସାଉଦି ଆରବରୁ ଫେରିଥିବାବେଳେ ଅନ୍ୟ ଜଣକ ପଶ୍ଚିମବଙ୍ଗରୁ ଫେରିଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 281ରେ…

Read More

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 203 ଜଣ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 60 ଜଣ ସୁସ୍ଥ ହୋଇଥିବାବେଳେ ଗଜପତି 20ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ 19, କଟକରୁ 18, ଭଦ୍ରକରୁ 14, କେଉଁଝରରୁ 13, ନୟାଗଡରୁ 12, ମୟୂରଭଞ୍ଜରୁ 10, ଯାଜପୁରରୁ 9 ଜଣ, ବାଲେଶ୍ବରରୁ 8 ଜଣ, କେନ୍ଦ୍ରାପଡାରୁ 7ଜଣ, ଅନୁଗୁଳରୁ 4ଜଣ, ଢେଙ୍କାନାଳରୁ 3 ଜଣ, ବଲାଙ୍ଗିର ଓ ଜଗତସିଂହପୁରର 2 ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ଦେବଗଡ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 4ହଜାର946ରେ ପହଞ୍ଚିଛି ।

Read More

ମୁମ୍ବାଇ : ମହାରାଷ୍ଟ୍ର ସରକାର ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି କରାଇଛନ୍ତି । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଜୁଲାଇ 31 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ସେହିପରି ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଉଦ୍ଧବ ସରକାର ରାଜ୍ୟରେ ଏବେ ଲକଡାଉନ୍ ଶେଷ ହେବ ନାହିଁ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏବେ ଲକଡାଉନ୍ ଜାରି ରହିବ। ସ୍ଥିତିରେ ପରିବର୍ତ୍ତନ ହେଲେ ନିୟମ ମଧ୍ୟ ବଦଳିବ ବୋଲି କହିଛନ୍ତି ଉଦ୍ଧବ ଠାକ୍‌ରେ । ସୂଚନାଯୋଗ୍ୟ, ଦେଶରେ ସର୍ବାଧିକ କରୋନା ମାମଲା ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ  ଦେଢଲକ୍ଷରୁ ଉର୍ଦ୍ଧ୍ବ କରୋନାରେ ସଂକ୍ରମିତ ହୋଇଥିବାବେଳେ 7 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି ।

Read More

ହାଇଦ୍ରାବାଦ : ହାଇଦ୍ରାବାଦରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ 26 ବର୍ଷୀୟ ଯୁବକ କରୋନାରେ ମୃତ୍ୟୁ ବରଣ କରିବା ପୂର୍ବରୁ ନିଜ ପିତାଙ୍କୁ ଶେଷ ଭିଡିଓ ବାର୍ତ୍ତା ପଠାଇଛନ୍ତି । ଯାହାକୁ ଦେଖି ସମେସ୍ତ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ରୋଗୀ ଜଣକ ଭିଡିଓରେ ତାଙ୍କ ବାପାଙ୍କୁ ଶେଷ ବିଦାୟ ଜଣାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ହାଇଦ୍ରାବାଦର ଏକ ସରକାରୀ ହସ୍ପିଟାଲରେ ଘଟିଛି । ମୃତ୍ୟର କିଛି ସମୟ ପୂର୍ବରୁ ଯୁବକ ଜଣକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ଯୁବକ ଜଣକ କହିଛନ୍ତି ଯେ, ‘ମୁଁ ନିଃଶ୍ୱାସ ନେଇ ପାରୁନାହିଁ,.ଏନେଇ ମୁଁ ତାଙ୍କୁ କେତେ ଅନୁରୋଧ କଲି, ତଥାପି ମତେ ତିନି ଘଣ୍ଟା ପର୍ଯ୍ୟନ୍ତ ଅକ୍ସିଜେନ୍‌ ଦିଆଗଲା ନାହିଁ। ମୁଁ ଆଉ ନିଃଶ୍ୱାସ ନେଇପାରୁ ନି ଡାଡି। ମୋତେ ଏମିତି ଲାଗୁଛି…

Read More