ଭୁବନେଶ୍ବର : ରାଜ୍ୟରେ ଆଜି 229 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 193ଜଣ ଚିହ୍ନଟ ହୋଇଥିବାବେଳେ 36ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 7 ହଜାର 545କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 2 ହଜାର 157ଜଣ । ସେହିପରି ସୁସ୍ଥ ହୋଇଛନ୍ତି 5 ହଜାର 353 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 25ଜଣ । ସେହିପରି 8 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
Author: Samikhsya Bureau
ପୁରୀ : ପୁରୀରେ ଆଜି ସନ୍ଧ୍ୟା 6ଟାରୁ ରାତ୍ରି 9ଟା ପର୍ଯ୍ୟନ୍ତ କ୍ଫ୍ୟୁ କୋହଳ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବଲଓ୍ବନ୍ତ ସିଂହ । ତେବେ ରାତି 9ଟାରୁ ସକାଳ 5ଟ ଯାଏଁ କର୍ଫ୍ୟୁ ଜାରି ରହିବ । କାଲି ସକାଳ 5ଟାରୁ ଅପରାହ୍ନ 3ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । କାଲି ଅପରାହ୍ନ 3ଟାରୁ ରାତି 10ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ତିନି ରଥ ଥିବାରୁ କାଲି ଦିନ ତମାମ ସିଂହଦ୍ବାର ଆଗରେ କର୍ଫ୍ୟୁଜାରି ରହିବ । ଦିନ ତମାମ ମାର୍କେଟ୍ ଛକରୁ ସିଂହଦ୍ବାର ଯାଏଁ କର୍ଫ୍ୟୁ ଲାଗୁ ରହିବ । କରୋନା ପାଇଁ ଚଳିତ ଥର ବିନା ଭକ୍ତରେ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା କରାଯାଇଛି । ନେଗେଟିଭ୍ ଆସିଥିବା ସେବାୟତଙ୍କ ଦ୍ବାରା ରଥ ଟଣା ହୋଇଛି । ବାହୁଡା ପାଇଁ ମଧ୍ୟ ରାଜ୍ୟ ସରକାର ବିଶେଷ ପ୍ରସ୍ତୁତି କରିଛନ୍ତି । ବିନା ଭକ୍ତରେ…
ଅନୁଗୁଳ : ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ । ଆନନ୍ଦ ମାଝୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟିମ୍ । ଆନନ୍ଦ ମାଝୀଙ୍କୁ ଗିରଫ କରାଯିବା ନେଇ ପୋଲିସ୍ ଡିଜିଙ୍କ ସୂଚନା । ଅନୁଗୁଳ ହଣ୍ଡପା ଅଞ୍ଚଳରୁ ଗିରଫ କରାଯାଇଥିବାର ସୂଚନା ଦେଇଛନ୍ତି ଡିଜିପି । ହଣ୍ଡପା ଥାନାର ଏକ ଜଙ୍ଗଲିଆ ଅଞ୍ଚଳରୁ କ୍ରାଇମବାଞ୍ଚ ଧରିଥିବାର ସୂଚନା ରହିଛି । ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଅଭିଯୁକ୍ତ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜଣେ ନାବାଳିକାଙ୍କୁ ଥାନା ଭିତରେ ରଖି ଦୁଷ୍କର୍ମ ଏବଂ ପରେ ଗର୍ଭପାତ କରାଇଥିବା ଅଭିଯୋଗରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ । କିଛି ଦିନ ତଳେ ତାଙ୍କୁ ନିଲମ୍ୱନ କରାଯାଇଥିବା ବେଳେ ଆଜି ସକାଳେ ଚାକିରିରୁ…
କର୍ଣ୍ଣାଟକ : ଦେଶରେ କରୋନାର ପ୍ରକୋପ ବଢି ଚାଲିଛି । ଏହା ମଧ୍ୟରେ କର୍ଣ୍ଣାଟକରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ଏଠାରେ ଏକ ଗ୍ରାମରେ ଜଣେ ଗାଈଚରାଳି (ମେଷପାଳକ) କରୋନା ପଜିଟିଭ୍ ଚିହ୍ନଟ ହେବା ପରେ 50 ଛେଳି ଓ ମେଣ୍ଢାକୁ କ୍ବାରେଣ୍ଟାଇନ୍ କରାଯାଇଛି । କର୍ଣ୍ଣାଟକର କର୍ଣ୍ଣାଟର ତୁମୁକୁରୁ ଗ୍ରାମରେ ଜଣେ ଗାଈ ଚରାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ପରେ ତାଙ୍କର 50ଟି ଛେଳି ଓ ମେଣ୍ଢାକୁ କ୍ବାରେଣ୍ଟାଇନ୍ କରାଯାଇଛି । ଏହି ପଶୁଜନ୍ତୁଗୁଡିକୁ ଗତ କିଛି ଦିନ ହେବ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବାର ସୂଚନା ରହିଥିଲା । ଏହା ପରେ ଏହି ଛେଳି ଓ ମେଣ୍ଢାଗୁଡିକର କରୋନା ଟେଷ୍ଟ କରାଯାଉଛି । ଏହି ଖବର ସାମ୍ନାକୁ ଆସିବା ପରେ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପଶୁପାଳନ ବିଭାଗର ଅଧିକାରୀ ମାନେ ପିପିଇ ପିନ୍ଧି ଏହି ଛେଳି ଓ ମେଣ୍ଢାର ସାମ୍ପଲ୍…
ଭୁବନେଶ୍ବର : ଆଜି ରାଜ୍ୟରୁ ଆଉ 164 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 48 ଜଣ ରହିଥିବାବେଳେ ଜଗତସିଂହପୁରରୁ 31, ବାଲେଶ୍ବରରୁ 26, କଟକରୁ 25, ଯାଜପୁର ଓ ଖୋର୍ଦ୍ଧାରୁ 12 ଜଣ ଲେଖାଏଁ ରହିଛନ୍ତି । ସେହିପରି କେନ୍ଦ୍ରାପଡା ଓ ସୁନ୍ଦରଗଡରୁ 3 ଜଣ ଲେଖାଏଁ ରହିଥିବାବେଳେ କେଉଁଝରର 2 ଜଣ ରହିଛନ୍ତି । ସେହିପରି ଭଦ୍ରକ ଓ ନୟାଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 5 ହଜାର 353କୁ ବୃଦ୍ଧି ହୋଇଛି । ସୂଚନାଯୋଗ୍ୟ, ରାଜ୍ୟରେ ଆଜି ନୂତନ 251ଟି ପଜିଟିଭ୍ ମାମଲା ଆସିଥିବାବେଳେ ରାଜ୍ୟରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 7 ହଜାର 316 ରହିଛି । ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛ । ଏବେ ସୁଦ୍ଧା ରାଜ୍ୟରେ 25ଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବାବେଳେ 8ଜଣ କରୋନା ଆକ୍ରାନ୍ତ ହୋଇ ସୁଦ୍ଧା…
ପିଣ୍ଟୁ ବିଷାେୟୀ ବେଗୁନିଆପଡା : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ତାର କାୟା ବିସ୍ତାର କରିଚାଲିଛି ତେବେ ବେଗୁନିଆପଡା ବ୍ଲକର ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ବେଗୁନିଆପଡ଼ା ବଜାର। ଏହି ବଜାରରେ ଦୈନଦିନ ହଜାର ହଜାର ଲୋକ ଭିଡ ଜମାଉ ଥିଲେ। ବଜାରରେ ଅନେକ ଲୋକ ବିନା ମାସ୍କ ଓ ସାମାଜିକ ଦୂରତ୍ୱ ଅବମାନନା କରୁଥିଲେ । ଯାହାକି ପ୍ରଶାସନ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟି ଥିଲା। କରୋନା ସଂକ୍ରମଣ ନ ବ୍ୟାପିବା ଏବଂ ବଜାରରେ ଭିଡ କମାଇବା ଆଦିକୁ ନଜରରେ ରଖି ନୁଆଁ ସାହି ନିକଟବର୍ତ୍ତୀ ହନୁମାନ ମନ୍ଦିର ଠାରୁ ଶୌଚାଳୟ ପଯ୍ୟନ୍ତ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଆଗାମୀ 7 ଦିନ ପାଇଁ ବନ୍ଦ କଲେ ସରପଞ୍ଚ ଅରୁଣ କୁମାର ମାଝୀ । ତେବେ ବ୍ୟବସାୟୀ ମାନେ ଯଦି ଆବଶ୍ୟକ ମନେ କରନ୍ତି ତେବେ ଠେଲା ଗାଡି ବା ଟ୍ରଲି ଗାଡି ମାଧ୍ୟମରେ…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ସମସ୍ତ କଳ୍ପନାଜଳ୍ପନା , ବାଦ ବିବାଦ ପରେ ଶେଷରେ ଘଣ୍ଟନିଧି ପାଣି ପଞ୍ଚାୟତର ସଭାପତି ହେଲେ ଗିରିଜା ପ୍ରସାଦ ନାୟକ ବର୍ମା ଓରଫ ଟିକୁ ନାୟକ । ସମ୍ପାଦକ ଭାବେ ବିଷ୍ଣୁ ପ୍ରସାଦ ଦାଶ (ଟୁନା) ଓ କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ଛାଟେଇ ବିଜୟ ଲାଭ କରିଛନ୍ତି । ଲକ ଡାଉନ ଫଳରେ ବାଣପୁର ବ୍ଳକ 3 ନମ୍ବର ଜୋନ ଘଣ୍ଟନିଧି ପାଣି ପଞ୍ଚାୟତର ନିର୍ବାଚନ ସ୍ଥଗିତ ରହିଥିଲା । ଚକ ଓ ସୋଠ ନିର୍ବାଚନ ପରେ ସମସ୍ତଙ୍କ ଆଖି ରହିଥିଲା ଜୋନ ସଭାପତି ପଦବୀ ଉପରେ । କିନ୍ତୁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଅଚାନକ ପାଣିପାଗ ବଦଳି ଯାଇଥିଲା । ଶାସକ ଦଳ ସମର୍ଥିତ ଦୁଇ ପ୍ରାର୍ଥୀ ପାଣି ପଞ୍ଚାୟତର ସଭାପତି ପଦ ହାତେଇବା ଲାଗି ନିଜ ଭିତରେ ଲାଗି ପଡ଼ିଥିଲେ ଓ ନିଜ ନିଜ ସମରସଜ୍ଜାରେ ଲାଗି ପଡ଼ିଥିଲେ ।…
ଭୁବନେଶ୍ବର : ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ନିଯୁକ୍ତ ହୋଇଛନ୍ତି । 8 ବରିଷ୍ଠ ଉପସଭାପତି, 9 ଉପସଭାପତି ଓ ଜଣେ ସାଧାରଣ ସମ୍ପାଦକ ନିଯୁକ୍ତି ହୋଇଛନ୍ତି । ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି କ୍ରମରେ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମରିକା, ଅନନ୍ତ ଦାସ ଏବଂ ବିମ୍ବାଧର କୁଅଁର ପ୍ରମୁଖଙ୍କୁ ବରିଷ୍ଠ ଉପସଭାପତି ରୂପେ ନିଯୁକ୍ତି ଦିଆଯାଇଥିବାବେଳେ 9ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି – ମଙ୍ଗଳା କିଷାନ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ମିଶ୍ର, ବିକ୍ରମ ଆରୁଖ, ଉଷାଦେବୀ, ପ୍ରମିଳା ମଲ୍ଲିକ, ବଦ୍ରି ପାତ୍ର, ପ୍ରଦୀପ କୁମାର ଅମାତ ଏବଂ ପଦ୍ମନାଭ ବେହେରା। ସେହିପରି ବିଜୁଜଜନତା ଦଳର ସାଧାରଣ ସମ୍ପାଦକ ମୁଖ୍ୟାଳୟ ରୂପେ ସଞ୍ଜୟ ଦାସ ବର୍ମାଙ୍କୁ ନିଯୁକ୍ତି ଦିଆଯାଇଛି…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଆଜିଠାରୁ ଦେଶରେ ଅନଲକ୍ 2.0 ଜାରି ହୋଇଛି । ଏହି ନିୟମ ଆଧାରରେ ରାଜ୍ୟରେ କଟକଣାକୁ କିଛି କୋହଳ କରାଯାଇଛି । ତେବେ ଏହି ନୂତନ ନିୟମକୁ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି ବାଣପୁର ବ୍ୟବସାୟୀ ସଂଘ। ପୂର୍ବରୁ ଅନଲକ୍ 1ରେ ସରକାର ଘୋଷଣା କରିଥିବା ଗାଇଡଲାଇନ୍କୁ ଜିଲ୍ଲାପାଳଙ୍କ ଚିଠି ଜରିଆରେ ଜଣାଇଥିବାବେଳେ ସ୍ଥାନୀୟ ପ୍ରଶାସନ ସୁବିସ୍ତୃତ ଭାବେ ଏହାକୁ ମାଇକ୍ ଯୋଗେ ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ । କିନ୍ତୁ ବର୍ତ୍ତମାନ ଅନଲକ୍ 2ରେ ଯୋଉ ଗାଇଡ ଲାଇନ୍ ଆସିଲା ତାକୁ ବାଣପୁର ପ୍ରଶାସନ ତରଫରୁ ସୁବିସ୍ତୃତ ଭାବେ ଘୋଷଣା କରାଯାଇନଥିବାରୁ ବାଣପୁର ବ୍ୟବସାୟୀ ସଂଘ ଦ୍ବନ୍ଦ୍ବରେ ପଡିଛନ୍ତି । ତେବେ ଅନଲକ୍ 2.0ର ଗାଇଡଲାଇନ୍ ଅନୁସାରେ ଏଣିକି ସବ୍ ଡିଭିଜନରେ ସକାଳ 5ଟାରୁ ସନ୍ଧ୍ୟା 7ଟା ଯାଏ ଖୋଲା ରହିବ ଦୋକାନ ବଜାର। ହେଲେ ରାତି 9ଟାରୁ ସକାଳ 5ଟା ଯାଏ ବଳବତ୍ତର ରହିବ କର୍ଫ୍ୟୁ…
ଜଗତସିଂହପୁର : ଜିଲ୍ଲାପାଳ କାର୍ଯ୍ୟାଳୟ ରେକର୍ଡରୁମ୍ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ-ତଥା-କର୍ମଚାରୀ କ୍ଷତିପୂରଣ କମିଶନରଙ୍କ କାର୍ଯ୍ୟାଳୟର ନୂତନ ଗୃହ ଓଡିଶାର ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଦ୍ୱାରା ଶୁଭ ଉଦ୍ଘାଟିତ ହୋଇଯାଇଅଛି । ଜିଲ୍ଲାରେ ରେକର୍ଡରୁମ୍ ଓ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ ଜିଲ୍ଲାରେକର୍ଡ ରୁମ୍ ନୂତନ ଗୃହ ପ୍ରତିଷ୍ଠା ଦ୍ୱାରା ଜିଲ୍ଲାବାସୀଙ୍କ ଜମିଜମା ସଂକ୍ରାନ୍ତୀୟ ରେକର୍ଡ ଏଠାରେ ଉପଲବ୍ଧ ହେବ। ଜଗତସିଂହପୁର ଜିଲ୍ଲା ବିଭାଜନ ପରେ ସମସ୍ତ ରେକର୍ଡ ସେଟଲ୍ମେଣ୍ଟ କାର୍ଯ୍ୟାଳୟ,ଜୋବ୍ରା ଓ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅଣାଯାଇ ଜଗତସିଂହପୁର ଠାରେ ଉପଲବ୍ଧ ହେବ । ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଦ୍ୱାରା ଜିଲ୍ଲାର ଶ୍ରମିକ ମାନଙ୍କର ଉନ୍ନତିରେ ସହାୟକ ହେବ । ଏହି କାର୍ଯ୍ୟାଳୟରେ ଅଧିକରୁ ଅଧିକ ନିର୍ମାଣ ଶ୍ରମିକଙ୍କର ପଂଜିକରଣ କରାଯାଇ ସରକାରଙ୍କ ଉପଲବ୍ଧ ସୁରକ୍ଷା ଉପକରଣ,ସାଇକେଲ,ବିବାହ ସହାୟତା ରାଶି,ଶ୍ରମିକଙ୍କ ଦୁର୍ଘଟଣା ଓ…
ଭୁବନେଶ୍ବର : ଆଜି ଭୁବନେଶ୍ବର ସହରରୁ 12 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି 12 ଜଣଙ୍କର ମଧ୍ୟରୁ 4 ଜଣ ହୋମ୍ କ୍ବାରେଣ୍ଟାଇନ୍ ଥିବାବେଳେ ଅନ୍ୟ 8 ଜଣ ଲୋକାଲ୍ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ହୋମ୍ କ୍ବାରେଣ୍ଟିନ୍ରେ ଥିବା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ଟଙ୍କପାଣି ରୋଡ୍ରୁ ଚିହ୍ନଟ ହୋଇଥିବାବେଳେ ଜଣକ ବୟସ 26 ବର୍ଷ ଓ ଅନ୍ୟ ଜଣେ 17 ବର୍ଷ ବୋଲି ସୂଚନା ରହିଛି । ଦୁହେଁ ପୁରୁଷ ହୋଇଥିବାବେଳେ ସେମାନେ ପଶ୍ଚିମବଙ୍ଗରୁ ଫେରିଥିବାର ସୂଚନା ରହିଛି । ସେହିପରି ଅନ୍ୟ ଜଣେ ଶୈଳଶ୍ରୀବିହାରର 26 ବର୍ଷୀୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ପେଡ୍ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ସେ ବାଙ୍ଗାଲୋରରୁ ଫେରିଥିବାର ସୂଚନା ରହିଛି । ଅନ୍ୟ ଜଣେ ଆକ୍ରାନ୍ତ ଜଣକ ଖଣ୍ଡଗିରିରୁ ଚିହ୍ନଟ ହୋଇଛନ୍ତି । 25ବର୍ଷୀୟ ଯୁବକ ଜଣକ ପୁନେରୁ…
ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ଚାଲିଥିବାବେଳେ ଆଜି ବସ୍ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର। କି.ମି ପିଛା 2ରୁ 4 ପଇସା ବସ୍ ଭଡା ବଢିଛି। ଅର୍ଡିନାରୀ ବସ୍ ଭଡ଼ା କିମି ପିଛା 70ରୁ 72 ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା 73ରୁ 75 ପଇସାକୁ ବଢ଼ିଛି। ଡିଲକ୍ସ ବସ୍ ଭଡ଼ା1ଟଙ୍କା 1 ପଇସାରୁ 1 ଟଙ୍କା 5 ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ 1ଟଙ୍କା 23ରୁ 1ଟଙ୍କା 27 ପଇସାକୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ଘରୋଇ ମାଲିକ ବସ୍ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ।
କଟକ : ଆଜି କଟକ ସହରରେ ସାତ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସମସ୍ତ ପଜିଟଇଭ୍ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି । 7 ଜଣଙ୍କ ମଧ୍ୟରୁ 6 ଜଣ କ୍ୟାନସର ହସ୍ପିଟାଲ ଲିଙ୍କରେ ସଂକ୍ରମିତ ହୋଇଥିବାର ସିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ କାଠଗଡ଼ା ସାହିରୁ ଜଣେ ମହିଳା, ଥୋରିଆ ସାହିରୁ ଜଣେ ପୁରୁଷ, ନୂଆପାଟଣାରୁ ଦୁଇ ଜଣ ମହିଳା, ମଙ୍ଗଳାବାଗରୁ ଜଣେ ଯୁବକ ଓ ଜଗତପୁରରୁ ଜଣେ ବ୍ୟକ୍ତି କ୍ୟାନସର ହସ୍ପିଟାଲ ଲିଙ୍କରେ ସଂକ୍ରମିତ ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ମହାନଦୀବିହାରରୁ ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଆଜିର ନୂତନ 7ଟି ପଜିଟିଭ୍ ଚିହ୍ନଟ ପରେ କଟକ ସହରରେ ମୋଟ୍ ସଂକ୍ରମିତଙ୍କସଂଖ୍ୟା 46କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 22 । ସେହିପରି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 22 ଟି ସକ୍ରିୟ…
ଭୁବନେଶ୍ବର : ରାଜ୍ୟରେ ବାତିଲ୍ ହେଲା ଯୁକ୍ତ ଦୁଇ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟର ବାକିଥିବା ପରୀକ୍ଷାକୁ ବାତିଲ୍ କରାଯାଇଥିବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । କରୋନା ସଂକ୍ରମଣ ରାଜ୍ୟରେ ବଢୁଥିବାରୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛି। କରୋନା ସ୍ଥିତିକୁ ଦେଖି ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ମାର୍ଚ୍ଚ 23ରୁ 28 ମଧ୍ୟରେ ହେବାକୁ ଥିବା ପରୀକ୍ଷା ବାତିଲ୍ ହୋଇଛି । ସିବିଏସ୍ଇ ଢାଞ୍ଚାରେ ମାର୍କିଂ ହେବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ପିଲାମାନେ ଦେଇଥିବା ପରୀକ୍ଷାକୁ ଦେଖି ଆଭରେଜ ଦେଖି ମାର୍କିଂ କରାଯିବ ବୋଲି ସୂଚନା ରହିଛି । ଯେଉଁମାନେ 5ଟି ପରୀକ୍ଷା ଦେଇଥିବେ, ତାଙ୍କର ଶ୍ରେଷ୍ଠ 3ଟିରୁ ଆଭରେଜ 3ଟି…
କୋରାପୁଟ : ପଟ୍ଟାଙ୍ଗୀ ଟିଏମ୍ସିରେ ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳୁଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଟିଏମ୍ସି କେନ୍ଦ୍ରରେ ଶୋଇଥିବା ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ସୂଚନା ରହିଛି। ମୃତ ମହିଳା ଆନ୍ଧ୍ର ଫେରନ୍ତା ହୋଇଥିବାବେଳେ ସ୍ବାବ୍ ଟେଷ୍ଟ ପାଇଁ ଯାଇଥିଲା। ତେବେ ତାଙ୍କର ରିପୋର୍ଟ ଆସିନଥିବାବେଳେ ମହିଳାଙ୍କ ଜଣକଙ୍କର ମୃତ୍ୟୁ ହୋଇଥିବାର ପରିସ୍ଥିତିକୁ ଗମ୍ଭୀର କରିଛି ।
ରମେଶ ମହାନ୍ତି ଜଗତସିଂହପୁର : ଦ୍ରୁତ ଗତିରେ ବ୍ୟାପିଚାଲିଥିବା କରୋନା ମହାମାରୀ କବଳରୁ ଲୋକମାନେ ସୁରକ୍ଷିତ ରହିବାକୁ ହେଲେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ସହିତ ମନ୍ଦିର ମସଜିଦ୍ ଆଦି ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରଖିବା ପରି ବିଭିନ୍ନ ନିୟମ ପାଳନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ କିନ୍ତୁ ଏହାକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସମୂହ ନମାଜ୍ ପାଠକୁ ବିରୋଧ କରିବାରୁ ପୋଲିସ୍ କର୍ମୀଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବାର ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିନ ଆଖୁନମହଲା ମସଜିଦ୍ ରେ ସମୂହ ନମାଜ୍ ପାଠକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ ମଙ୍ଗଳବାର ସଂଧ୍ୟାରେ ଆଖୁନମହଲା ମସଜିଦ୍ ରେ ସମୂହ ନମାଜ୍ ପାଠ ହେଉଥିବା ଖବର ପାଇ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୁହଁରେ ମାସ୍କ ବାନ୍ଧିବା…
ପୁରୀ : ଜନ୍ମବେଦୀ ଗୁଣ୍ଡିଚା ଘରେ ଶେଷ ହୋଇଯାଇଛି ମହାପ୍ରଭୁଙ୍କ ଲୀଳାଖେଳା । ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡୁଛନ୍ତି ମହାବାହୁ । ସକାଳୁ ମଙ୍ଗଳ ଆଳତି, ମଇଲମ, ଅବକାଶ, ବଲ୍ଲଭ, ସକାଳ ଧୂପରେ ଖେଚୁଡି ଖାଇ ବାହୁଡୁଛନ୍ତି ଜଗତପତି । ବାହୁଡ଼ାଯାତ୍ରାର ନୀତି ନିର୍ଘଣ୍ଟ ଅନୁଯାୟୀ ପହଣ୍ଡି ଆରମ୍ଭ ହୋଇ ଛେରା ପହଁରା ଶେଷ ହୋଇଥିବାବେଳେ ନିର୍ଘଣ୍ଟ ସମୟ ଆଗରୁ ରଥଟଣା ଆରମ୍ଭ ହୋଇଛି । 12ଟାରେ ରଥଟଣା ଆରମ୍ଭ ହେବା ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ ଧାର୍ଯ୍ୟ ସମୟର35 ମିନିଟ୍ ପୂର୍ବରୁ ରଥଟଣା ଆରମ୍ଭ ହୋଇଛି । 11ଟା 25ରେ ଗଡିଲା ବଡଠାକୁର ବଳଭଦ୍ରଙ୍କ ରଥଟଣା ହୋଇଥିଲା । ଧାର୍ଯ୍ୟ ସମୟର 35 ମିନିଟ୍ ପୂର୍ବରୁ ଆରମ୍ଭ ହୋଇଛି ରଥଟଣା । ବାହୁଡ଼ା ଯାତ୍ରା ପାଇଁ ରଥଯାତ୍ରା ଭଳ କୋଭିଡ କଟକଣା ଜାରି କରାଯାଇଛି । ପୁରୀ ସହରରେ ଗତକାଲି ରାତି 10ଟାରୁ କର୍ଫ୍ୟୁ ଜାରି ହୋଇଛି। ରଥଯାତ୍ରା ପାଇଁ 70…
ରମେଶ ମହାନ୍ତି ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ଶାରଳା ମନ୍ଦିର ନିକଟସ୍ଥ କନକପୁର ବଜାର ଗ୍ରାମ୍ୟବ୍ୟାଙ୍କ ନିକଟରେ ଥିବା ନୁଆପୋଖରୀରୁ ମଙ୍ଗଳବାର ସଂଧ୍ୟାରେ ଏକ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ସୂଚନାନୁଯାୟୀ ସଂନ୍ଧ୍ଯା ସମୟରେ ଜନୈକ ସ୍ଥାନୀୟ ଲୋକ ଉକ୍ତ ପୋଖରୀକୁ ସୌଚ ହେବାକୁ ଯାଇଥିବା ବେଳେ ଉକ୍ତ ଯୁବକର ମୃତଦେହ ପୋଖରୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ଘଟଣାସ୍ଥଳରେ କନକପୁର ପୋଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ବୋଲି କୁହାଯାଉଛି। ମୃତ ଯୁବକର ଘର ନିକଟସ୍ଥ କୋଷ୍ଟିମଲ୍ଲିକାପୁର ପଞ୍ଚାୟତ ସ୍ଥିତ ବାଖରପୁର୍ ଗ୍ରାମର ଅକ୍ଷୟ ପଣ୍ଡାଙ୍କ ବଡପୁଅ ନାରାୟଣ ପଣ୍ଡା (ବୁଲୁ) ୩୫ ବୋଲି କୁହାଯାଉଛି। ସେ କନକପୁର ସ୍ଥିତ ଏକ କୋଚିଙ୍ଗ ସେଣ୍ଟରରେ ପିଲାଙ୍କୁ ପାଠ ପଢାଉଥିଲେ ବୋଲି କୁହାଯାଉଛି। ସୂଚନାନୁଯାୟୀ ବୁଲୁ ସଂନ୍ଧ୍ୟା ପ୍ରାୟ ୫ଟା ବେଳେ କନକପୁର ବଜାର ମାର୍କେଟ୍ କମ୍ପ୍ଲେକ୍ସ ସ୍ଥିତ ଏକ ବ୍ୟାଙ୍କ ଫ୍ରାନ୍ଚାଇଜରୁ ଟଙ୍କା ଉଠାଇବା…
କେଦାର ମିଶ୍ର ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରି ଆମକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ, ଆସନ୍ତା ନଭେମ୍ବର ଯାଏ ଆମକୁ କରୋନା ଭୂତାଣୁର ମୁକାବିଲା ଲାଗି ଏକ ପ୍ରକାର ସତର୍କ ରହିବାକୁ ପଡିବ। ପୂର୍ବରୁ ୨୧ ଦିନରେ ଯୁଦ୍ଧ ଜିଣିଯିବାର ଯେଉଁ ଦମ୍ଭ ସେଟା ଅନ୍ତତଃ ଗତ କାଲି ନଥିଲା। ମହାମାରୀର ସଂକ୍ରମଣ ରୋକିବା ଦିଗରେ ଆମକୁ ଅଧିକ ବାସ୍ତବବାଦୀ ଓ ବୈଜ୍ଞାନିକ ଆଧାର ଉପରେ କଥାବାର୍ତ୍ତା କରିବାକୁ ପଡିବ। କରୋନା ଭୂତାଣୁର ସଂକ୍ରମଣ, ଏହାର ପ୍ରଭାବ ଓ ଭବିଷ୍ୟତ ବିଷୟରେ କିଛି ବି ସ୍ପଷ୍ଟ ଆକଳନ କରିବା ସମ୍ଭବ ନୁହେଁ। ପୃଥିବୀର ଏକ କୋଟି ପାଞ୍ଚ ଲକ୍ଷ ଲୋକ ଏହି ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇ ସାରିଲେଣି ଓ ପ୍ରାୟ ୫.୭୦ ଲକ୍ଷ ଲୋକ ମୃତ୍ୟୁ ବରଣ କଲେଣି। ତା ସତ୍ତ୍ୱେ ଗତ ସୋମବାର ଦିନ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ…
ଭୁବନେଶ୍ବର : ରାଜ୍ୟରୁ ପୁଣି ଆଉ ଜଣକର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ ଜରିଆରେ ସୂଚନା ଦେଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ 52 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେ ଫୁସ୍ଫୁସ୍ କ୍ୟାନସର ସହିତ ବ୍ରେନ୍ ମେଟାଷ୍ଟାସିସ୍ ରୋଗରେ ପୀଡ଼ିତ ଥିଲେ । ତେବେ ତାଙ୍କର ମୃତ୍ୟୁ କ୍ୟାନସର ଯୋଗୁଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ମାମଲା ବେଶ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆଜି ଜିଲ୍ଲାରେ ସର୍ବାଧିକ 102ଟି ମାମଲା ସାମ୍ନାକୁ ଆସିଛି । ସେହିପରି ଗଞ୍ଜାମରେ ମଧ୍ୟ ସର୍ବାଧିକ କରୋନା ଜନିତ ମୃତ୍ୟୁହୋଇଛି । ଗଞ୍ଜାମରେ ସର୍ବାଧିକ 15 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 26ରେ ପହଞ୍ଚିଥିବାବେଳେ କରୋନାରେ…
ଭୁବନେଶ୍ବର : ରାଜ୍ୟରେ ଆଜି 251 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ଫାନ୍ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଜଣେ ଏନ୍ଡିଆରଏଫ୍ କର୍ମଚାରୀ ରହିଛନ୍ତି । ଆଜି 19ଟି ଜିଲ୍ଲାରୁ 251 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 102 ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ 32, ଖୋର୍ଦ୍ଧା ଜିଲ୍ଲାରୁ 26, ନୟାଗଡରୁ 14 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀ ଓ ବରଗଡରୁ 12 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ମାଲକାନଗିରିରୁ 10, ସୁନ୍ଦରଗଡରୁ 7, ଗଜପତିରୁ 6, ଝାରସୁଗୁଡା ଓ ମୟୂରଭଞ୍ଜରୁ 5, ବାଲାଙ୍ଗିର, ଦେବଗଡ ଓ କେନ୍ଦ୍ରାପଡାରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁର ଓ ବାଲେଶ୍ବରରୁ 2 ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳ, ସୋନପୁର, ଯାଜପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

