Author: Samikhsya Bureau

କଟକ: ଓଡିଶାର ସର୍ବ ପୁରାତନ ଖବର କାଗଜ ସମାଜର ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ସେହି ଅନୁସାରେ ଓଡିଶାର ବରିଷ୍ଠ ସାମ୍ବାଦିକ ତପନ ମିଶ୍ର ‘ସମାଜ’ର ନୂତନ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସେ ସମାଜ ର ସମ୍ପାଦନା ବିଭାଗରେ ଦୀର୍ଘ ୩୫ ବର୍ଷ କାମ କରିବା ସହ ବାର୍ତ୍ତା ସମ୍ପାଦକ ଭାବେ ଅବସର ଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ ଲୋକସେବକ ମଣ୍ଡଳ ସଂପାଦକ ଭାବେ ନିଯୁକ୍ତ ପ୍ରଦାନ କରିଛି। ସେହିପରି ‘ସମାଜ’ ଡିଜିଟାଲ ମିଡିଆର ସମ୍ପାଦକ ଭାବେ ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ଅଧିକାରୀ ତଥା ଦୂରଦର୍ଶନର ପୂର୍ବତନ ସମାଚାର ବିଭାଗର ନିର୍ଦେଶକ ଗୋପାଳକୃଷ୍ଣ ମହାପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଉଭୟ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

Read More

ଖୋର୍ଦ୍ଧା: ଦୀର୍ଘ ତିନି ବର୍ଷ ପରେ ଆଜି ୧୩ ତାରିଖ ମଙ୍ଗଳ ବାର ପୂର୍ବାହ୍ନ ୧୧ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି ବା ଏସ ପି ସି ଏ ର ବୈଠକ ବସିବ। ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ। ଏଥିରେ ଏସ ପି ସି ଏ ଉପସଭାପତି ଖୋଦ ଜିଲ୍ଲା ପୋଲିସ ଅଧିକ୍ଷକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲାର ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଦେବୀଦତ୍ତ ମାଝି ପ୍ରମୁଖ ଉପସ୍ଥିତ ରହିବେ। ଏଥିରେ ସମସ୍ତ ପ୍ରଶାସନିକ ଅଧିକାରୀ ତଥା ଭୁବନେଶ୍ୱର ମହାନଗର ନିଗମ କମିଶନର, ଭୁବନେଶ୍ୱର ମହାନଗର ନିଗମର ଡେପୁଟିପୋଲିସ କମିଶନର,ଏସ ପି, ଏ ଡ଼ି ଏମ ଖୋର୍ଦ୍ଧା, ଖୋର୍ଦ୍ଧା ମୁନିସିପାଲଟି ମୁଖ୍ୟ କାର୍ଯ୍ୟ ନିର୍ବାହୀ,ଜଟଣୀ, ବାଲୁଗାଁ, ବାଣପୁର ଆଦି ଏନ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ,…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ଅଧୀନରେ ‘ଆଦର୍ଶ ସୌର ଗ୍ରାମ’ର କାର୍ଯ୍ୟକାରିତା ନିମନ୍ତେ ମାର୍ଗଦର୍ଶିକା ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି। ‘ଆଦର୍ଶ ସୌର ଗ୍ରାମ’ ଯୋଜନା ଅଧୀନରେ ସମଗ୍ର ଭାରତରେ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ସୌର ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାର ଲକ୍ଷ୍ୟ ହେଉଛି ସୌର ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମସମୂହମାନଙ୍କୁ ସେମାନଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବାରେ ଆତ୍ମନିର୍ଭରଶୀଳ ହେବାକୁ ସକ୍ଷମ କରିବା । ଏହି ଯୋଜନା ପାଇଁ ମୋଟ ୮୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି, ଯେଉଁଥିରେ ମନୋନୀତ ଆଦର୍ଶ ସୌର ଗ୍ରାମ ପିଛା ୧ କୋଟି ଟଙ୍କା ପ୍ରଦାନ କରାଯିବ । ପ୍ରତିଯୋଗିତା ପଦ୍ଧତିରେ ଏକ ଗ୍ରାମ ଭାବରେ ବିବେଚିତ ହେବା ପାଇଁ, ଗୋଟିଏ ଗ୍ରାମ ଏକ ରାଜସ୍ୱ ଗ୍ରାମ ହେବା ଆବଶ୍ୟକ ଯାହାର ଜନସଂଖ୍ୟା ୫୦୦୦ରୁ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର ଆଜି ନୂଆଦିଲ୍ଲୀର ବଡ଼ଖମ୍ବା ରୋଡ୍ ମଡର୍ଣ୍ଣ ସ୍କୁଲରେ ନିଶା ମୁକ୍ତ ଭାରତ ଅଭିଯାନ (ଏନ୍ ଏମ୍ ବିଏ) ଅଧୀନରେ ନିଶା ନିବାରଣ ବିରୋଧରେ ଦେଶବ୍ୟାପୀ ‘ଗଣ ଶପଥ’ ପାଠ କରାଇଛନ୍ତି। ଏହି ଅବସରରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଆଠୱାଲେ ଉପସ୍ଥିତ ଥିଲେ। ଏଥିସହିତ ଶ୍ରୀ ବି.ଏଲ୍ ବର୍ମା ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ମଡର୍ଣ୍ଣ ସ୍କୁଲର ପ୍ରାୟ ୨୭୦୦ ଛାତ୍ରଛାତ୍ରୀ, ଶିକ୍ଷକ ଉପସ୍ଥିତ ଥିଲେ। ଦେଶର ପ୍ରାୟ ୧୦ ହଜାର ସ୍ଥାନରୁ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ରାଜ୍ୟ/ଜିଲ୍ଲା ପ୍ରଶାସନ ଇତ୍ୟାଦି ବିଭିନ୍ନ ଅଂଶୀଦାର ଭର୍ଚୁଆଲ ମାଧ୍ୟମରେ ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ କାର‌୍ୟ୍ୟକ୍ରମରେ ଦେଶବ୍ୟାପୀ ୧ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିବା ସହ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନ ରାଙ୍କିଙ୍ଗ୍ ଫ୍ରେମୱାର୍କ(ଏନଆଇଆରଏଫ) ଅନ୍ତର୍ଗତ ଇଣ୍ଡିଆ ରାଙ୍କିଙ୍ଗର ନବମ ସଂସ୍କରଣ- ୨୦୨୪କୁ ଉନ୍ମୋଚନ କରିଛନ୍ତି । ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ପୁରସ୍କୃତ କରି ଶୁଭେଚ୍ଛା ଜଣାଇବା ସହ ଦେଶର ସମସ୍ତ ୫୮,୦୦୦ ଉଚ୍ଚ ଶିକ୍ଷାନୁଷ୍ଠାନକୁ ରାଙ୍କିଂ ଓ ରେଟିଂ ଫ୍ରେମଓାର୍କକୁ ଆଣିବା ଜରୁରୀ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଙ୍କିଙ୍ଗ, ରେଟିଂ ଏବଂ ମାନ୍ୟତା ଜାତୀୟ ଶିକ୍ଷା ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସୁପାରିସ । ଏନଆଇଆରଏଫ୍ ମାନ୍ୟତା ଜାତୀୟ ଶିକ୍ଷା ନୀତିର ଭାବନାକୁ ଗଭୀର ଭାବରେ ପ୍ରତିଫଳିତ କରୁଛି । ଅନେକଙ୍କ ଅପେକ୍ଷା କ୍ରମେ ଦେଶର ଏହି ମାନ୍ୟତା ଢାଞ୍ଚାରେ କିଛି ସଂସ୍କାର କରାଯାଇଛି । ଶିକ୍ଷାଦାନ, ଇନୋଭେସନ, ଗବେଷଣା, ସ୍ନାତକ ରେଜଲ୍ଟ ଏବଂ ଅନ୍ୟାନ୍ୟ ମାନଦଣ୍ଡରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ଉତ୍କର୍ଷତା ପ୍ରଦର୍ଶନ କରିବା…

Read More

ଭୁବନେଶ୍ୱର: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଓଡିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର ସମୀକ୍ଷା କରିଛନ୍ତି। ଖାରବେଳ ଭବନରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଗୃହ ନିର୍ମାଣ ବୋର୍ଡର ବର୍ତ୍ତମାନର ସ୍ଥିତି, ଆଗାମୀ ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ରାଜ୍ୟର ୨୧ଟି ଜିଲ୍ଲାରେ ବୋର୍ଡର ଉପସ୍ଥିତି ଥିବାବେଳେ ରାଉରକେଲା ଓ ଭୁବନେଶ୍ୱର ଆଦି ସ୍ଥାନରେ ବହୁଳ ଭାବେ କାର୍ଯ୍ୟ ଜାରି ରହିଛି। ବୋର୍ଡ ତରଫରୁ ବର୍ତ୍ତମାନ ସୁଦ୍ଧା ୩୨,୩୪୩ଟି ବାସଗୃହ ଓ ପ୍ଲଟ ବିକଶିତ କରାଯାଇଥିବା ଜଣାଯାଇଛି। ଭୁବନେଶ୍ୱରର ପଟିଆ, କାନନବିହାର, ଚନ୍ଦ୍ରଶେଖର, ଭିଏସଏସନଗର, ସତ୍ୟନଗର, ଲୁଇସରୋଡ, ଭିମଟାଙ୍ଗୀ, ବରମୁଣ୍ଡା, ମୈତ୍ରୀବିହାର ଓ ଶୈଳଶ୍ରୀବିହାର ଆଦିରେ ପ୍ରାୟ ୨୦ହଜାର ବାସଗୃହ ନିର୍ମାଣ କରାଯାଇଛି। ଓଡିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଏବେ ଋଣ ମୁକ୍ତ ସଂସ୍ଥା ହୋଇପାରିଛି। ବର୍ତ୍ତମାନ ବୋର୍ଡ ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱରରେ ଖାରବେଳ ଏନକ୍ଲେଭ,…

Read More

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତାକାଲି ସେ ପୂର୍ବାହ୍ନରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକରେ ଯୋଗ ଦେବେ। ଏଥିସହିତ ମୁଖ୍ୟମନ୍ତ୍ରୀ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଓଡିଶାର ବିଭିନ୍ନ ପ୍ରକଳ୍ପ ଉପରେ ସେ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀ ଅଗଷ୍ଟ ୧୪ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

Read More

ଭୁବନେଶ୍ବର: ଆଜି ବିଂଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ଙ୍କ ନେତୃତ୍ୱରେ ବିଂଝାରପୁର ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟ ର ନେତା ମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କୁ ଭେଟି ୱାକଫ ବୋର୍ଡ ସଂଶୋଧନ ବିଲ ସମ୍ପର୍କ ରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସଂଖ୍ୟଲଘୁ ସମ୍ପ୍ରଦାୟର ସ୍ୱାର୍ଥ ର ସୁରକ୍ଷା ପାଇଁ ବିଜେଡି ଲଢେଇ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରୁ ସଂଖ୍ୟା ଲଘୁ ସଂପ୍ରଦାୟ ନବୀନଙ୍କୁ ଭେଟି ବିଲ ଉପରେ ସେମାନଙ୍କର ମତ ପ୍ରକାଶ କରିଥିଲେ। ତେବେ ଏ ନେଇ ବିଜେଡି ତରଫରୁ କୌଣସି ନିଷ୍ପତି ନିଆଯାଇ ନାହିଁ।

Read More

ଖୋର୍ଦ୍ଧା: ଆଜି ଟାଙ୍ଗୀ ଚାନ୍ଦପୁର ରାସ୍ତାର ପ୍ରଶସ୍ତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ବାଚସ୍ପତି ତଥା ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢୀ, ପୁରୀ ସାଂସଦ ସଂବିତ ପାତ୍ର, ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯୋଗ ଦେଇଥିଲେ। ଏହି ପ୍ରକଳ୍ପ ଦ୍ବାରା ଖୋରଧା ନିର୍ବାଚନ ମଣ୍ଡଳୀ ଓ ରଣପୁର ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ମାନେ ବହୁ ମାତ୍ରାରେ ଉପକୃତ ହେବେ।

Read More

ଭୁବନେଶ୍ବର: ଆଜି ନବୀନ ନିବାସ ରେ ପୁରୀ ଓ ନବରଙ୍ଗପୁର ର ବ୍ଲକ ଓ ପଂଚାୟତ ପ୍ରତିନିଧି ତଥା ଭଦ୍ରକ ର ପୌର ପରିଷଦ ର ସଭ୍ୟ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ବିଜୁ ଜନତା ଦଳ ର ସଭାପତି ଶ୍ରୀ ନବୀନ ପଟନାୟକ ଙ୍କ ସହ ଆଲୋଚନା କରିଥିଲେ। ବିଜୁ ଜନତା ଦଳ କୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ସେମାନେ କାମ ଜାରି ରଖିବେ ବୋଲି ସଭାପତି ଙ୍କୁ ଜଣାଇଥିଲେ। ଲୋକଙ୍କ ସାଥିରେ ରହି ଦଳ ର କାର୍ଯ୍ୟକ୍ରମ କୁ ଆଗେଇ ନେବା ପାଇଁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି ପ୍ରତିନିଧି ଦଳରେ ପୁରୀ ବିଧାୟକ ଶ୍ରୀ ସୁନୀଲ ମହାନ୍ତି କାକଟପୁର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ନବରଙ୍ଗପୁର ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ପୂବର୍ତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ ସାମଲ, ଶ୍ରୀ ସଞ୍ଜୟ ଦାସବର୍ମା, ଶ୍ରୀ ରମେଶ ମାଝୀ, ପୂର୍ବତନ…

Read More

ଭୁବନେଶ୍ବର: ଆଜି ସକାଳୁ ଆର ଆଣ୍ଡ ବି ର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଘରେ ଚଢାଉ କରାଯାଇଥିଲା। ଏହି ଚଢାଉ ବେଳେ ତାଙ୍କ ଘରୁ ଯାହା ମିଳିଛି ତାହାଲ ଦେଖି ଭିଜିଲାନ୍ସ ତାଜୁବ ହୋଇଛି। ସକାଳୁ ଚଢାଉ କରାଯାଇଥିବା ବେଳେ ଜିନିଷ ଗଣତିରେ ଲାଗିଗଲା ଘଣ୍ଟଘଣ୍ଟା ସମୟ। ତାଙ୍କର ଏତେ ପରିମାଣରେ ଆୟ ବର୍ହିଭୂତ ସଂପତ୍ତି ଥିବା ତାହା କେହି କଳନା କରିପାରି ନ ଥିଲେ। ଭିଜିଲାନ୍ସ ସୂଚନା ଅନୁସାରେ ତାଙ୍କ ଘରୁ ଯାହା ଜବତ କରାଯାଇଛି ତାହା ହେଲା ୧- ଭୁବନେଶ୍ବର, କଟକ, ଝାରସୁଗୁଡାରେ ୧୦ଟି ଫ୍ଲାଟ ୨-ଭୁବନେଶ୍ବର, କଟକ, ଜଟଣୀରେ ଥିବା ସାତୋଟି ପ୍ଲଟ ୩- ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ୪- ଦେଢ କେଜି ସୁନା ଅଳଙ୍କାର ୫- ୬ ଲକ୍ଷ ନଗଦ ଟଙ୍କା ୬- ୧୩ ଲକ୍ଷ ଟଙ୍କାର ରୋଲେକ୍ସ ହାତ ଘଣ୍ଟା ୭- ଆମେରିକା, ଭିଏତନାମ, ୟୁଏଇ,…

Read More

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ଏହି ଅଭିଯାନରେ ଦେଶର କୋଣ ଅନୁକୋଣରୁ ପ୍ରତ୍ୟେକ ଭାରତୀୟ ସାମିଲ ହୋଇଛନ୍ତି। ଏହି କ୍ରମରେ, ଆଜି ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ର କାନ୍‌ଭାସ୍‌ରେ ‘ଜୟ ହିନ୍ଦ୍’ ନାରା ସହ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିଥିଲେ। ଏହା ସହିତ ଜାତୀୟ ପତାକାକୁ ଲହରାଇ ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଜାତୀୟ ପତାକା ଆମ ପାଇଁ ବହୁ ସମ୍ମାନ ଓ ଗୌରବର ବିଷୟ। ପ୍ରତ୍ୟେକ ଦେଶବାସୀଙ୍କୁ ଜାତୀୟ ପତାକାର ମହତ୍ୱ ବିଷୟରେ ସଚେତନ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ, ଏହି ଅଭିଯାନରେ ପ୍ରତ୍ୟେକ ଓଡିଶାବାସୀ ଆଗଭର ହୋଇ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।…

Read More

ଭୁବନେଶ୍ବର: ଆଜି ସକାଳୁ ଜଣେ ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରେ ଚଢାଉ ଆରମ୍ଭ ହୋଇଛି। ଏହି ଚଢାଉ ବେଳେ ତାଙ୍କ ଘରୁ ପୁଳପୁଳା ସୁନା ମିଳୁଥିବାର ଜଣାପଡିଛି। ତେବେ ସେ ହେଉଛନ୍ତି ଆର ଆଣ୍ଡ ବି ର ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର। ତାଙ୍କର ଭୁବନେଶ୍ବର, କଟକ ଏବଂ ଝାରସୁଗୁଡାର 9ଟି ସ୍ଥାନରେ ଚଢାଉ ଚାଲିଛି। ଏଥିରେ 12 ଜଣ ଡିଏସପି, 12 ଜଣ ଇନସ୍ପେକ୍ଟର, 16 ଜଣ ଏଏସଆଇ ସହ ଅନ୍ୟମାନେ ନିୟୋଜିତ ଅଛନ୍ତି। ତାଙ୍କର 9 ଟି ସ୍ଥାନରେ ହେଉଥିବା ଚଢାଉରେ ରହିଛି 6 ଟି ଫ୍ଲାଟ, ତାଙ୍କର କଟକ ଆଠଗଡରେ ଥିବା ପୈତୃକ ଘର ଏବଂ ସଂପର୍କୀୟ ଘରେ ରେଡ କରାଯାଇଛି। 6ଟି ଫ୍ଲାଟ ମଧ୍ୟରୁ ଦୁଇଟି ଭୁବନେଶ୍ବରର କସମପୋଲିରେ ଥିବା ବେଳେ ଝାରସୁଗୁଡାରେ ଆଉ ତିନୋଟି ରହିଛି। ବର୍ତ୍ତମାନ ଚଢାଉ ଜାରୀ ରହିଥିବାରୁ ସଂପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ।

Read More

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବୈଧ ମାପ ଓ ଓଜନ ବିଭାଗ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱରର ଡମଣା, ନୀଳାଦ୍ରୀ ବିହାର ମାଛ ମାର୍କେଟ, ଲେବର କଲୋନୀ, ସୁନ୍ଦରପଦା ଓ ହାଇଟେକ ଛକ ଅଞ୍ଚଳର ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇ ଓଜନ ମାପର ସଠିକତା ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ସମୟରେ ଲାଇସେନ୍ସ ନବୀକରଣ କରିନଥିବା ଅଭିଯୋଗରରେ ୯୩୦୯ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଚାରୋଟି ଦୋକାନର ଓଜନ ମାପ ଉପକରଣକୁ ଜବତ କରାଯାଇଛି। ଏଥିସହ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଂଚଳର ବିଭିନ୍ନ ଆଳୁ ଗୋଦାମ ଓ ଦୋକାନରେ ମଧ୍ୟ ଚଢ଼ାଉ କରାଯାଇଛି। ଅଧିକ ଦାମରେ ଆଳୁ ବିକୁଥିବା ଅସାଧୁ ବ୍ୟବସାୟୀଙ୍କୁ ସଚେତନତା କରାଯିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କୁହାଯାଇଛି। ଗତକାଲି ୟୁନିଟ- ୧ ହାଟରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ଅବସରରେ ଉଭୟ ବିଭାଗର…

Read More

କେନ୍ଦ୍ରାପଡା: ବଳଦେବ ସେନା ପକ୍ଷରୁ ବାଂଲାଦେଶରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ଭଙ୍ଗା ରୁଜା କରାଯିବା ଓ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ ସ୍ୱରୂପ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେନା ର ସଦସ୍ୟ ଓ ମନ୍ଦିର ସେବକ ବୃନ୍ଦ ଏହି କାର୍ଯ୍ୟକ୍ରମ ରେ ସାମିଲ୍ ହୋଇଥିଲେ। ବିଗତ କିଛି ଦିନ ପୂର୍ବେ  ବାଂଲାଦେଶ ରେ  ଛାତ୍ର ଆନ୍ଦୋଳନ ରୁ ଆରମ୍ଭ ହୋଇଥିବା ହିଂସା କାଣ୍ଡ ଉଗ୍ର ରୂପ ନେଇଅଛି। କୋଟି ଓଡ଼ିଆ ଙ୍କ ମଉଡମଣି  ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ମନ୍ଦିର ସହ ଅନ୍ୟ   ହିନ୍ଦୁ ଦେବା ଦେବୀ ମନ୍ଦିର ଭଙ୍ଗାଯିବ ର ଦୃଶ୍ୟ ସାମ୍ନା କୁ ଆସିଅଛି ,ଯାହାକି ହିନ୍ଦୁ ସମାଜ କୁ ଆଘାତ ଦେଇଅଛି ,ଏହା ସହ ହିନ୍ଦୁ ମାନଙ୍କୁ ବର୍ବରତା ସହ ଅତ୍ୟାଚାର କରାଯାଉଅଛି। ତେଣୁ ଏହି ପରିପ୍ରେକ୍ଷୀରେ ସେନା କେନ୍ଦ୍ର ସରକାରଙ୍କୁ ତୁରନ୍ତ ଏହି…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନ ଯୋଗେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ସହିତ ଆଲେଚନା କରି ଆଳୁ ଯୋଗାଣ ସମସ୍ୟା ଦୂର କରିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ ଯେ ଦିଲ୍ଲୀରେ ଆପଣଙ୍କ ସହ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ ହୋଇଥିଲା । ମାତ୍ର କିଛିଦିନ ପରେ ପୁଣି ଆଳୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏଥି ପ୍ରତି ଧ୍ୟାନ ଦେଇ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Read More

ରିପୋର୍ଟ-ହରପ୍ରସାଦ ମହାପାତ୍ର ଭୁବନେଶ୍ବର: ଓଡ଼ିଶାର ୩୦ଟି ପ୍ରେକ୍ଷାlଳୟରେ ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଭଗିଆ ଭାରିଯା’। ଭୁବନେଶ୍ୱରରେ ସମୁଦାୟ ୬ଟି ସୋ’ରେ ପ୍ରଦର୍ଶନ ଜାରି ରଖିଥିବା ବେଳେ ସ୍ଥାନୀୟ ମହାରାଜା ହଲ ରେ ଏହାର ପ୍ରିମିୟର ସୋ ‘ ଅନୁଷ୍ଠିତ ହୋଇଯାଇଛି। ପ୍ରିମିୟର ସୋ’ ରେ ନିଜର ପ୍ରିୟ ତାରକାଙ୍କୁ ପାଖରେ ଦେଖିବାକୁ ଦର୍ଶକଙ୍କ ଭିଡ କହିଲେ ନସରେ। ଚଳଚ୍ଚିତ୍ରର କଳାକାର ଓ ଟେକ୍ନିସିଆନ୍ ଙ୍କ ସମେତ ଇଣ୍ଡଷ୍ଟ୍ରି ସହ ସଂପୃକ୍ତ ବହୁ ବ୍ୟକ୍ତିବିଶେଷ ଏହି ପ୍ରିମିୟର ସୋ ରେ ଯୋଗ ଦେଇଥିଲେ। ସାମ୍ପ୍ରତିକ ଘଟଣାବଳୀକୁ ନେଇ ଏହାର କାହାଣୀ। ଜଣେ ଅଟୋ ଡ୍ରାଇଭର ସ୍ୱାମୀ ଓ ରିଲ୍ସ ପ୍ରେମରେ ପଡ଼ିଥିବା ସ୍ତ୍ରୀର ସମ୍ପର୍କ ଉପରେ ଆଧାରିତ। ହରିବୋଲ ଏଣ୍ଟରତେନମେଣ୍ଟ ଆଣ୍ଡ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ପ୍ରସ୍ତୁତ ‘ଭଗିଆ ଭାରିଯା ‘ ର ପ୍ରମୁଖ ଚରିତ୍ରରେ ହରିହର ମହାପାତ୍ର ଓ ଦେବଯାନୀ ଥିବା ବେଳେ ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ରଚିତ ମହାନ୍ କାବ୍ୟଗ୍ରନ୍ଥ ‘ଶ୍ରୀଗୁରୁ ଭାଗବତ’ର (ଓଡ଼ିଆ) ନବମ ଖଣ୍ଡ ଲୋକାର୍ପଣ କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଶାନ୍ତି, ମୈତ୍ରୀ, ସଦ୍‌ଭାବନା ଓ ସଦାଚାର ପ୍ରତିଷ୍ଠା ପାଇଁ ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ସେ କହିଥିଲେ ଯେ ଯେ ଦେଶର ଆଧ୍ୟାତ୍ମିକ ଜଗତରେ ଗୁରୁଜୀ ଡ. ଶତପଥୀ ଜଣେ ଅସାମାନ୍ୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱ। ସାହିତ୍ୟ, ସଂଗୀତ ଏବଂ ଜନକଲ୍ୟାଣକାରୀ ସେବାରେ ସେ ସଦାସର୍ବଦା ନିୟୋଜିତ ହୋଇ ଆସିଛନ୍ତି। କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ତାଙ୍କର ସୁନାମ ରହିଛି । ଆଧ୍ୟାତ୍ମିକତା କ୍ଷେତ୍ରରେ ତାଙ୍କର ପ୍ରସିଦ୍ଧି ସମସ୍ତେ ଜାଣନ୍ତି। ଜଣେ ଗୁରୁ କିପରି ହେବା ଉଚିତ, କିପରି ଆଦର୍ଶ ଜୀବନ ନିର୍ବାହ କରିବେ,…

Read More

ଭୁବନେଶ୍ୱର: ଆୟୁର୍ବେଦ ର ମୁଖ୍ୟ ଏବଂ ବୃହତ୍ତମ ଚିକିତ୍ସା ଗ୍ରନ୍ଥ ଚରକ ସଂହିତା ର ପ୍ରଣେତା ତଥା ମହାନ ଭାଷ୍ୟକାର ମହର୍ଷି ଚରକ ଜୟନ୍ତୀ ଉପଲକ୍ଷେ ରାଜ୍ୟର ସମସ୍ତ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଦୁଇଦିନ ଧରି ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ରଙ୍ଗୋଲି, କୁଇଜ, ଆଲୋଚନା ଚକ୍ର, ସମ୍ଭାଷଣ, ସାଧାରଣ ସଭା ଆଦି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଆୟୁର୍ବେଦିକ ମେଡ଼ିକାଲ ଛାତ୍ର ସଂଘର ସଭାପତି ଡା ପବିତ୍ର ଚଅର, ସମ୍ପାଦକସୁବ୍ରତ କୁମାର ସାମଲ ଏହି ଦିବସର ତାତ୍ପଯ୍ୟ ଦୃଷ୍ଟି ରୁ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଓ ଆୟୁଷ ନିର୍ଦେଶକ ଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ପ୍ରକାର ଆୟୁର୍ବେଦ କୁ ଉତ୍ସାହିତ କରିବା ଭଳି ଯୋଜନା କିମ୍ବା ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ରାଜ୍ୟର ବିଭିନ୍ନ ଆୟୁର୍ବେଦିକ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ନିରୁସ୍ଛାହିତ ହୋଇଛନ୍ତି ବୋଲି ଏକ ବିବୃତି ରେ ରାଜ୍ୟ ସ୍ୱାସ୍ଥ୍ୟଓ ପରିବାର କଲ୍ୟାଣ…

Read More

ଭୁବନେଶ୍ବର: ଗତକାଲି ପ୍ୟାରିସ ଅଲମ୍ପିକ୍ସରେ ଭାରତ ପୁରୁଷ ଦଳର ବ୍ରୋଞ୍ ପଦକ ହାସଲ ପରେ ମୁଖ୍ୟମନ୍ତ୍ରୀ ଆଜି କଳିଙ୍ଗ ଷ୍ଟାଡିୟମରେ ହକି କ୍ରୀଡାବିତ୍ ମାନଙ୍କ ସହିତ ଭାରତର ବିଜୟ ଉତ୍ସବ ପାଳିଛନ୍ତି। କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଉଚ୍ଚ ପଦାଧିକାରୀ ମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ। ବାଜା ଓ ବାଣ ସହିତ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଳ ଦେଇ ଶହ ଶହ ପିଲା ଜୟ ଜଗନ୍ନାଥ ଧ୍ବନିରେ ଷ୍ଟାଡିୟମକୁ ପ୍ରକମ୍ପିତ କରିଥିଲେ। ମୁଖ୍ୟମନ୍ତ୍ରୀ କେକ କାଟି ପିଲା ମାନଙ୍କୁ ଖୋଇ ଦେଇ ଉତ୍ସବ ମନାଇ ଥିଲେ। ସୂଚନା ଯୋଗ୍ୟ ଯେ ଗତକାଲି ଭାରତୀୟ ଦଳର ବ୍ରୋଞ୍ଜ ବିଜୟ ପରେ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ ଖେଳାଳୀ ମାନଙ୍କ ସହିତ କଥା ହୋଇ ଅଭିନନ୍ଦନ ଜଣାଇ ଥିଲେ। ପ୍ରତ୍ୟେକ ଖେଳାଳୀ ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ସହାୟକ କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ…

Read More

ଭୁବନେଶ୍ବର: ଆଜି ବିଶ୍ବ ଆଦିବାସୀ ଦିବସ ତଥା କ୍ରାନ୍ତୀ ଦିବସକୁ ପାଳନ କରିଛି ବିଜୁ ଜନତା ଦଳ। ଏଥିରେ ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଯୋଗଦେଇ ଯାହା କହିଲେ ତାହା ହେଲା… ସମସ୍ତଙ୍କୁ ନମସ୍କାର, ଆଜି, ଆମେ ବିଶ୍ୱ ଜନଜାତି ଦିବସ ପାଳନ କରୁଛୁ। ଆଜି ମଧ୍ୟ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ହେଉଛି। ଏହି ଅବସରରେ, ସହିଦମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି। ଓଡ଼ିଶା ପାଇଁ ଆଜି ଦିନର ବିଶେଷ ଗୁରୁତ୍ୱ ରହିଛି । ପ୍ରାୟ ଏକ ଚତୁର୍ଥାଂଶ ହେଉଛନ୍ତି ଜନଜାତି। ଆମ ଓଡ଼ିଶାରେ ୬୪ ପ୍ରକାରର ଜନଜାତି ଏବଂ ୧୩ ଆଦିମ ଜନଜାତି, ଭାଇଭଉଣୀ ବାସ କରନ୍ତି। ଜନଜାତି ଭାଇଭଉଣୀ ମାନଙ୍କ କଲ୍ୟାଣ ଏବଂ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା। ମୁଁ ବହୁତ ଖୁସି ଯେ, କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝି…

Read More