ନୂଆଦିଲ୍ଲୀ : ଦେଶରେ ଲକ୍ଡାଉନ୍ ଜାରି ରହିଥିବା ସତ୍ତ୍ବେ ସଂକ୍ରମିତ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ ନୂତନ 6654ଟି ମାମଲା ଆସିଛି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 137 ଜଣ ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏ ପର୍ଯ୍ୟନ୍ତ ଏକ ଲକ୍ଷ 25 ହଜାର 101 ଜଣ ସଂକ୍ରମିତ ହୋଇଥିବାବେଳେ 3720 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ 51 ହଜାର 784 ଜଣ ସୁସ୍ଥ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 1517ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 802, ମଧ୍ୟପ୍ରଦେଶରେ 272, ପଶ୍ଚିମବଙ୍ଗରେ 265, ରାଜସ୍ଥାନରେ 153, ଦିଲ୍ଲୀରେ 208, ଉତ୍ତରପ୍ରଦେଶରେ 152, ଆନ୍ଧ୍ରପ୍ରଦେଶରେ 55, ତାମିଲନାଡୁରେ 98, ତେଲେଙ୍ଗାନାରେ 45, କର୍ଣ୍ଣାଟକରେ 41, ପଞ୍ଜାବରେ 39, ଜମ୍ମୁକାଶ୍ମରୀରରେ 20, ହରିୟାଣାରେ 16, ବିହାରରେ 11,…
Author: Samikhsya Bureau
ମୁମ୍ବାଇ : ଭାରତରେ କରୋନା କାୟା ବିସ୍ତାର କରି ଚାଲିଥିବାବେଳେ ମହାରାଷ୍ଟ୍ରରେ ଏହା ଅଧିକ କ୍ଷତିଗ୍ରସ୍ତ ହୋଇଛି । ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ 25 ହଜାରରୁ ଅଧିକ ଲୋକେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଲକ୍ ଡାଉନ୍ 4.0ରେ କଟକଣା କୋହଳ ହେବା ସହିତ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଅନ୍ୟାନ୍ୟ ଦୋକାନକୁ ଖୋଲିବାକୁ ଅନୁମତି ମିଳିଛି । ସେହିପରି ଅନ୍ଲାଇନ୍ ଖାଦ୍ୟ ମଗାଇ ଯାଉଥିବାବେଳେ ଏବେ ମଦର ହୋମ୍ ଡେଲିଭରୀ କରିବାକୁ ନି୍ଷ୍ପତ୍ତି ନେଇଛି ବିଏମ୍ସି। ମୁମ୍ବାଇ ସହରରେ ମଦର ହୋମ ଡେଲିଭରୀ କରିବାକୁ ବମ୍ବେ ମ୍ୟୁନିସିପାଲ କର୍ପୋରେସନ୍ ଏପରି ନିଷ୍ପତ୍ତି ନେଇଛି । ବିଏମ୍ସିର ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ମୁମ୍ବାଇରେ ମଦର ହୋମ୍ ଡେଲିଭରୀ ଆରମ୍ଭ ହେବ । ଲୋକମାନେ ଘରେ ବସି ମଦର ଅର୍ଡର ଦେଇପାରିବେ। କିନ୍ତୁ କଣ୍ଟେନମେଣ୍ଟ ଜୋନ୍ରେ କୌଣସି ପ୍ରକାରର ସେବା ମିଳିପାରିବ ନାହିଁ । ଯେଉଁ ଦୋକାନୀମାନେ ଅନୁମତି ପାଇଛନ୍ତି, ସେମାନେ ହିଁ…
ମୋହନା : ଅଣ୍ଡରଗ୍ରାଉଣ୍ଡରୁ ବାହାରି ନ ପାରି ତିନି ଭାଇଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟ ଗାଁରେ ଘଟିଛି । ଘର ଭିତରେ ଥିବା 6 ଫୁଟ ତଳକୁ ଅଣ୍ଡଗ୍ରାଉଣ୍ଡରେ ଫଶି ତିନି ଭାଇଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଉଛନ୍ତି ବିପ୍ର ମାଝୀ, ସଞ୍ଜୀବ ମାଝୀ ଓ ଜିତୁ ମାଝୀ । ସେମାନଙ୍କ ବୟସ ଯଥାକ୍ରମେ 24, 27, 30 ବର୍ଷ । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତ୍ରିରେ ମଝିଆ ପୁଅ କିଛି ଜିନିଷ ପତ୍ର ରଖିବା ପାଇଁ ଅଣ୍ଡରଗ୍ରାଉଣ୍ଡକୁ ଯାଇଥିବାବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରି ନପାରିବାକୁ ତାଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଦୁଇଭାଇ ମଧ୍ୟ ଯାଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଅଣ୍ଡରଗ୍ରାଉଣ୍ଡରୁ ବାହାର କରିଥିଲେ । ଏହା ପରେ ତାଙ୍କୁ ମୋହନା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ମାତ୍ର ଡାକ୍ତର…
ପ୍ରୟାଗରାଜ ଉତ୍ତରପ୍ରଦେଶର ପ୍ରୟାଗରାଜରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ସୂଚନା ରହିଛି। ଏହି ଦୁର୍ଘଟଣାରେ 35 ଜଣ ଆହତ ହୋଇଥିବାବେଳେ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ମିଳିଥିବା ସୂଚନା ଅନୁସାରେ ବସ୍ର ଟାୟାର ଫାଟିବା କାରଣରୁ ବସଟି ଓଲଟି ପଡିଥିଲା। ବସ୍ ଟି ଜୟପୁରରୁ ପଶ୍ଚିମବଙ୍ଗ ଯାଉଥିବା ବାଟରେ ପ୍ରୟାଗରାଜର ନଓ୍ବାବଗଞ୍ଜ ଅଞ୍ଚଳରେ ଏହି ଅଘଟଣ ଘଟିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ସଂକଟକୁ ଦେଖି ମାର୍ଚ୍ଚ 24 ତାରିଖରେ ଦେଶରେ ଲକ୍ଡାଉନ୍ ଜାରି କରାଯାଇଥିଲା। ଏବେ ଦେଶରେ ଲକ୍ ଡାଉନ୍ 4.0 ଜାରି ହୋଇଛି । ଲକ୍ ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପରିସ୍ଥିତିକୁ ଦେଖି ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି । ଏହି ପଳାୟନ ମଧ୍ୟରେ ଦେଶରେ ବିଭିନ୍ନ ଅଞ୍ଚଳରେ ବସ୍ ଦୁର୍ଘଟଣା, ଟ୍ରେନ୍…
କେଦାର ମିଶ୍ର ଓଡିଶାର ପ୍ରଥମ କ୍ଷୁଦ୍ରଗଳ୍ପ “ରେବତୀ” ଯେଉଁମାନେ ପଢିଥିବେ, ସେ ଗପର ପୃଷ୍ଠଭୂମିରେ ସେ ସମୟର ମହାମାରୀ ହଇଜାର ଭୀଷଣ ଚେହେରାକୁ ମଧ୍ୟ ଦେଖିଥିବେ। ଓଡ଼ିଆ କଥାସାହିତ୍ୟର ମହାନାୟକ ଫକୀର ମୋହନ ସେନାପତିଙ୍କ କଲମରେ ୧୫୦ ବର୍ଷ ତଳର ଓଡିଶାର ଜୀବନ ଚିତ୍ର ଓ ସେଥିରେ ମହାମାରୀର ଏକ ଅର୍ଥନୈତିକ ଚରିତ୍ର ଆମେ ଦେଖିଥିଲୁ। ହଇଜାରେ ପଡି ପାଟପୁର ଗାଁର କରଣ ଶ୍ୟାମବନ୍ଧୁ ମହାନ୍ତି ଯେତେବେଳେ ପ୍ରାଣ ହରାନ୍ତି, ତାର ତିନିମାସ ଭିତରେ ତାଙ୍କ ପରିବାରର ଅର୍ଥନୀତି ଭୁଷୁଡି ପଡେ। ଶ୍ୟାମବନ୍ଧୁଙ୍କ ଘର ଉଜୁଡିଯିବାର କାରଣ ହଇଜା ଯେତିକି ନୁହଁ, ତାଠୁ ଅଧିକ ଜମିଦାରଙ୍କର ଶୋଷଣ। ହଇଜା ପରେ ପରେ ଜମିଦାରଙ୍କର ଶୋଷଣ ଉତ୍କଟ ହୋଇଛି। ଖଜଣା ବାକି ରହିଛି ବୋଲି କହି ଶ୍ୟାମବନ୍ଧୁଙ୍କର ଦୁଇ ଦୁଧିଆଳୀ ଗାଈଙ୍କୁ ଜମିଦାର ଘର ପିଆଦା ବାନ୍ଧି ନେଇଛି। ଜମି କୋରଖ ହୋଇଛି। ମହାମାରୀ ଓ ଶାସକ ବର୍ଗର ଶୋଷଣ କେମିତି ସମତାଳରେ…
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ସାମଲ । ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଥିବାବେଳେ ଅନ୍ୟ ଜଣେ 40 ବର୍ଷୀୟ ବ୍ୟକ୍ତି ଅଛନ୍ତି। ମଙ୍ଗଳ ବଜାରରେ ଥିବା ଏକ ପରିବାରର ବର୍ଷକର ଶିଶୁ କନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ଉକ୍ତ ପରିବାରରୁ ଜଣେ 5 ବର୍ଷର ଶିଶୁପୁତ୍ର କରୋନାରେ ଆକ୍ରାନ୍ତ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। ସୂଚନାଥାଉ କି, ସମ୍ପୃକ୍ତ ପରିବାରର ସଦସ୍ୟମାନେ ବାହାର ରାଜ୍ୟରୁ ଫେରି କ୍ୱାରେଣ୍ଟିନ୍ରେ ଥିଲେ। ସେହିପରି ଚିହ୍ନଟ 40 ବର୍ଷୀୟ ବ୍ୟକ୍ତିଙ୍କ ଘର ବ୍ରଜରାଜନଗରରେ। ସେ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟିନ୍ରେ ରହିିଥିଲେ ।
ନ୍ୟୁୟର୍କ : ଜୁମ୍ ଭିଡିଓ କଲ୍ ସମୟରେ ବାପାକୁ ହତ୍ୟା କରିଛି ପୁଅ । ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସହରରେ ଏଭଳି ଘଟଣା ଘଟିଛି । ଏହି ଆକ୍ରମଣରେ ନିହତ ବ୍ୟକ୍ତିଙ୍କ ନାମ ହେଉଛି ଡ୍ବାଇଟ୍ ପାଓ୍ବାର୍ସ୍ । ଗୁରୁବାର ଅପରାହ୍ନରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ହତ୍ୟାର କାରଣ ଜଣାପଡିନାହିଁ । 72 ବର୍ଷ ବୟସ୍କ ପାଓ୍ବାର୍ସ ଅନ୍ୟ 20 ଜଣ ବ୍ୟକ୍ତିଙ୍କ ସହିତ ଗ୍ରୁପ୍ ଭିଡିଓ କଲ୍ କରୁଥିବା ସମୟରେ ତାଙ୍କର 32 ବର୍ଷୀୟ ପୁଅ ଉଲଗ୍ନ ଅବସ୍ଥାରେ ଆସି ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା । ଏହି ଘଟଣା ପରେ ଭିଡିଓ କଲ୍ରେ ମହଜୁଦ ଥିବା ଅନ୍ୟ ବ୍ୟକ୍ତି ମାନେ 911ରେ କଲ୍ କରିଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି 32 ବର୍ଷୀୟ ଅଭିଯୁକ୍ତ ଥୋମାସ୍ ସ୍କଲିକୁ ଗିରଫ କରିଛି । (ଏଜେନ୍ସି)
ଭୁବନେଶ୍ବର : ସୁନ୍ଦରଗଡରୁ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳ ନିଖିଲ୍ ପଓ୍ବନ୍ କଲ୍ୟାଣ ଏହି ସୂଚନା ପ୍ରଦାନ କରିଛନ୍ତି । ପାଞ୍ଚ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ତିନି ଜଣ ମହିଳା ରହିଛନ୍ତି । ସମସ୍ତେ ମହାରାଷ୍ଟ୍ର ଫେରନ୍ତା ଏବଂ କ୍ବାରେଣ୍ଟିନ୍ରେ ରହିଥିଲେ । ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା ସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଦୁବାଇ : ବିଭିନ୍ନ କ୍ରିକେଟ ଖେଳୁଥିବା ଦେଶ ପକ୍ଷରୁ ଲକ୍ଡାଉନ୍ ନିୟମକୁ କୋହଳ କରାଯାଉଥିବା ବେଳେ ଆଇସିସି ପକ୍ଷରୁ ବ୍ୟାକ୍ ଟୁ କ୍ରିକେଟ୍ ଗାଇଡ୍ଲାଇନ୍ ଜାରି କରାଯାଇଛି। ଶୁକ୍ରବାର ଆଇସିସିର ମେଡିକାଲ ଟିମ୍ ପକ୍ଷରୁ ଏହି ଗାଇଡ୍ଲାଇନ୍ ଜାରି କରାଯାଇଛି। କ୍ରିକେଟ୍ ସିଜିନ୍ ଆରମ୍ଭ ହେବା ପୂର୍ବରୁ ସମସ୍ତ ଖେଳାଳିଙ୍କ ପାଇଁ ଏକ 14 ଦିନିଆ କ୍ବାରେଣ୍ଟାଇନ୍ କ୍ୟାମ୍ପ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଅଭ୍ୟାସ ତଥା ଯାତ୍ରା ସମୟରେ ଖେଳାଳି କିପରି ନିଜକୁ ସୁରକ୍ଷିତ ରଖିବେ ତାହା ଏହି ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି। ସେଫ୍ଟି ଫାଷ୍ଟ : 1. ଖେଳାଳି ତଥା ସମୁଦାୟ କ୍ରୀଡାବିତ ଗୋଷ୍ଠୀଙ୍କ ସୁରକ୍ଷା ଆଇସିସିର ପ୍ରଥମ ଲକ୍ଷ୍ୟ। 2. କରୋନା ସଂକ୍ରମଣ କିମ୍ବା ସଂକ୍ରମଣରେ ବୃଦ୍ଧି ହେବାର କୌଣସି ସମ୍ଭାବନା ନଥିଲେ ହିଁ କ୍ରିକେଟ୍ ପୁନର୍ବାର ଆରମ୍ଭ ହେବ। 3. କ୍ରିକେଟ୍ ଜଗତ ସହିତ ଜଡିତ ବିଭିନ୍ନ ଜିନିଷରୁ ଯେମିତି ସଂକ୍ରମଣ ନ ବ୍ୟାପେ ତାହାର…
ଲଣ୍ଡନ : କରୋନା ମୁକାବିଲା ପାଇଁ ଏକ ନୂତନ ଆଶା ସଞ୍ଚାର ହୋଇଛି । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ କରୋନା ଟୀକା ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ତିମ ପର୍ଯ୍ୟାୟରେ ଏହି ଟୀକାର ମାନବ ପରୀକ୍ଷଣ କରାଯିବା ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରୀକ୍ଷଣ ପାଇଁ 10260 ସ୍ବେଚ୍ଛାସେବୀ ସମ୍ମୁଖକୁ ଆସିଛନ୍ତି । ଏପ୍ରିଲ୍ ମାସରେ ବିଶ୍ବ ବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ମାନବ ପରୀକ୍ଷଣ କରାଯାଇଥିବା ବେଳେ ଏହାର ପରବର୍ତ୍ତୀ ପରୀକ୍ଷଣ ପାଇଁ ଏହି ସ୍ବେଚ୍ଛାସେବୀ ମାନେ ସାମିଲ ହୋଇଛନ୍ତି । ଏପ୍ରିଲ୍ରେ କରାଯାଇଥିବା ପରୀକ୍ଷଣରେ 1000 ସ୍ବେଚ୍ଛାସେବୀ ସାମିଲ ହୋଇଥିବା ବେଳେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ 10260 ଜଣ ନିଜକୁ ପଞ୍ଜୀକୃତ କରାଇଛନ୍ତି । ବିଭିନ୍ନ ବୟସ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଏହି ପରୀକ୍ଷଣରେ ସାମିଲ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ 5-12, 56-69 ଏବଂ…
ବବୁଲୁ ସାହୁ ଜୁନାଗଡ଼: କଳହାଣ୍ଡି ଜିଲ୍ଲା ଜୁନାଗଡ଼ ଜାରିଙ୍ଗ ଜଙ୍ଗଲ ମଧ୍ୟରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ଜଙ୍ଗଳ ମଧ୍ୟରୁ ଏକ ଦୁଇ ବର୍ଷୀୟ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଏକ ବ୍ୟାଗ୍ ଭିତରୁ ଠାବ ହୋଇଛି ଏକ ଦୁଇ ବର୍ଷର କୋମଳମତି ଶିଶୁ ପୁତ୍ରର ମୃତ ଦେହ। ଜାରିଙ୍ଗ ଜଙ୍ଗଲ ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥ ଜାରିଙ୍ଗ ଛକ ନିକଟରେ ଉକ୍ତ ଶିଶୁପୁତ୍ରର ମୃତ ଦେହ ଠାବ କରାଯାଇଛି। କିଏ କାହିଁକି ଏକ ନିଷ୍ପାପ କୋମଲମତି ଶିଶୁକୁ ହତ୍ୟା କରି ବ୍ୟାଗ୍ ଭିତରେ ଭର୍ତ୍ତି କରି ରାସ୍ତା କଡକୁ ଫିଙ୍ଗିଛି ବର୍ତ୍ତମାନ ତାହା ଅସ୍ପଷ୍ଟ। ଘଟଣା ସ୍ଥଳରେ ଜୁନାଗଡ଼ ଥାନାଧିକାରୀ ଉତ୍ତମ କୁମାର ସାହୁ ପହଞ୍ଚି ମୃତ ଶିଶୁପୁତ୍ରର ଶବକୁ ଉଦ୍ଧାର କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଶିଶୁଙ୍କ ଗ୍ରାମ ସଦର ଥାନା ଅନ୍ତର୍ଗତ ବରଝୋଲ ତିଳଯୋଡି ବୋଲି ଜଣାପଡିଛି।
ନ୍ୟୁୟର୍କ : ପ୍ରଖ୍ୟାତ ଲେଖିକା ଏବଂ କବି ଏମିଲି ବ୍ଲଣ୍ଟଙ୍କ ବାୟୋପିକ୍ରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ଏମ୍ମା ମ୍ୟାକ୍କେ । ଏମ୍ମା ପୂର୍ବରୁ ନେଟ୍ଫ୍ଲିକ୍ସର ଓ୍ବେବ୍ ସିରିଜ୍ ‘ସେକ୍ସ ଏଜୁକେସନ୍’ରେ ମେଭ୍ ଚରିତ୍ରରେ ନଜର ଆସିଥିଲେ । ଅଭିନେତ୍ରୀ ଫ୍ରାନ୍ସେସ୍ ଓ କନ୍ନର ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଏହି ଫିଲ୍ମରେ ବ୍ଲଣ୍ଟଙ୍କ ଉପନ୍ୟାସ ଏବଂ ଏହାକୁ ନେଇ ଦେଖା ଦେଇଥିବା ବିବାଦକୁ ଦେଖିବାକୁ ମିଳିବ ବୋଲି କନ୍ନର ସ୍ପଷ୍ଟ କରିଛନ୍ତି । ଏହା ସହିତ ଏହି ଫିଲ୍ମରେ ଜୋ ଅଲଓ୍ବିନ୍, ଫିଓନ୍ ହ୍ବାଇଟ୍ହେଡ୍ ଏବଂ ଏମିଲି ବିଚାମ୍ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । 2021ରେ ବ୍ରିଟେନ୍ର ୟୋର୍କସାୟାରରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । (ଏଜେନ୍ସି)
ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମରେ ବାଲି ଚୋରାଚାଲାଣକୁ ନେଇ ଥାନାରେ ଅଭିଯୋଗ କରାଯାଇଛି । ସରପଞ୍ଚ ଏବଂ ତାଙ୍କ ପୁଅ ବାଲି ଚୋରାଚାଲାଣ କରିବା ସହିତ ଏହାର ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଅପରପକ୍ଷରେ ସରପଞ୍ଚଙ୍କ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି । ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ 21 ତାରିଖ ଦିନ 5ଟା ବେଳେ 2ଟି ଜେସିବି ଏବଂ 10ଟି ଟ୍ରାକ୍ଟରରେ ବାଲି ଖୋଳାଯାଇ ଚାଲାଣ କରାଯାଉଥିଲା । ଗ୍ରାମବାସୀ ଖବର ପାଇ ଏହି ଘଟଣାକୁ ବିରୋଧ କରିବାରୁ ସରପଞ୍ଚ ପ୍ରମୋଦ ସ୍ବାଇଁ ଏବଂ ତାଙ୍କ ପୁଅ ଦୀପକ ସ୍ବାଇଁଙ୍କ ସହିତ ଗ୍ରାମବାସୀଙ୍କ ବଚସା ହୋଇଥିଲା । ଏହାପରେ ସରପଞ୍ଚ ଏବଂ ତାଙ୍କ ପୁଅ ଗ୍ରାମବାସୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ନାଏବ ସରପଞ୍ଚ ତଥା ଜିଲ୍ଲାନାସୀ ଗ୍ରାମର ନରେଶ…
ଭୁବନେଶ୍ବର : ଝାରସୁଗୁଡାରୁ ଜଣେ 5 ବର୍ଷୀୟ ଶିଶୁ କରୋନା ଦ୍ବାରା ଆକ୍ରାନ୍ତ ହୋଇଛି । ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଏହି ସୂଚନା ପ୍ରଦାନ କରିଛନ୍ତି । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଏହି ଆକ୍ରାନ୍ତ ଜଣକ ରହିଥିଲେ । ଆକ୍ରାନ୍ତ ଜଣକ ମଙ୍ଗଳ ବଜାର ଅଞ୍ଚଳର ବୋଲି ଜଣାପଡିଛି । ବାହାର ରାଜ୍ୟରୁ ଆସିବା ପରେ ପରିବାର ସହିତ ହୋମ୍ କ୍ବାରେଣ୍ଟିନ୍ରେ ରହିଥିଲେ ଏହି ଶିଶୁ ଜଣକ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁମଦାୟ 1189 ଜଣ ଆକ୍ରାନ୍ତ ରହିଥିବା ବେଳେ 439 ଜଣ ସୁସ୍ଥ ହୋଇଛନ୍ତି ଏବଂ 7 ଜଣଙ୍କର ପ୍ରାଣହାନି ଘଟିଛି ।
ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଭାବେ ପରିଚିତ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ତରଫରୁ ବଡ ଘୋଷଣା କରାଯାଇଛି। ଏହି ଘୋଷଣାରେ କୁହାଯାଇଛି ଯେ, ବିଶ୍ୱର ପ୍ରତିଷ୍ଠିତ ନିବେଶକାରୀ ସଂସ୍ଥା କେକେଆର୍ ପକ୍ଷରୁ ଜିଓ ପ୍ଲାଟଫର୍ମସରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଔଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ କେକେଆର୍ର ଏହି ନିବେଶ କରିବ। ଏହା ଜିଓ ପ୍ଲାଟଫର୍ମସ୍ରେ ପୂର୍ଣ୍ଣଭିତିରେ ବିଘଟିତ ହୋଇପାରୁଥିବା ୨.୩୨ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ। ଏହା ହେଉଛି ଏସିଆରେ କେକେଆର୍ର ସର୍ବବୃହତ ପୁଞ୍ଜିନିବେଶ । ବର୍ତ୍ତମାନ ଜିଓ ପଛରେ ପୁଂଜି ବିନିଯୋଗ କରିବା ପାଇଁ ବିଦେଶୀ କଂପାନୀଙ୍କ ଆଗ୍ରହ ସୃଷ୍ଟି ହେବାରେ ଲାଗିଛି। ଗତ ଏକମାସ ମଧ୍ୟରେ ଜିଓରେ ପୁଂଜି ନିବେଶ କରିବା ପାଇଁ ଫେସବୁକ୍, ସିଲଭର ଲେକ୍,…
ଭୁବନେଶ୍ୱର : କରୋନା ମୁକ୍ତ ହେଲେ, ଦୁଃସାଧ୍ୟ ବ୍ୟାଧିରୁ ବି ସୁସ୍ଥ ହୋଇ ଘରକୁ ଫେରିଲେ ଜନୈକ ମହିଳା । ସମ୍ କୋଭିଡ ହସ୍ପିଟାଲର ଡାକ୍ତରମାନଙ୍କ ନିରବଚ୍ଛିନ୍ନ ସେବା ଓ ଆପ୍ରାଣ ଉଦ୍ୟମ ଫଳରେ ନୂଆ ଜୀବନ ପାଇଛନ୍ତି କରୋନା ତଥା ଏକ ବିରଳ ରୋଗର ଶିକାର ହୋଇଥିବା ଜଣେ ମହିଳା । ୪୦ ବର୍ଷିୟା ଏହି ମହିଳା ଜଣକ ସ୍ଥାନୀୟ ଅନ୍ୟ ଏକ ହସ୍ପିଟାଲରେ କରୋନା ସଂକ୍ରମଣ ନେଇ ଚିହ୍ନଟ ହେବାପରେ ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ । ହସ୍ପିଟାଲ୍କୁ ଆସିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ତାଙ୍କର ହୃତସ୍ପନ୍ଦନ ଦ୍ରୁତ, ଶ୍ୱାସପ୍ରକ୍ରିୟା ଅଧିକ ଓ ରକ୍ତ ଚାପ କମ ଥିଲା । ତାଙ୍କ ଶରୀରର ତାପମାତ୍ରା ମଧ୍ୟ ଅଧିକ ରହିଥିବାର ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ସମ୍ କୋଭିଡ ହସ୍ପିଟାଲସ୍ର ଚିଫ ନୋଡାଲ ଅଫିସର ଡାକ୍ତର ରାଜେଶ ଲେଙ୍କା । ତେବେ ହସ୍ପିଟାଲର…
ଭୁବନେଶ୍ବର : ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ 500 କୋଟିର ସହାୟତା ଘୋଷଣା କରିଛନ୍ତି ନରେନ୍ଦ୍ର ମୋଦି । କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇ ଆକାଶ ମାର୍ଗରୁ ସମୀକ୍ଷା କରିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 500 କୋଟିର ଆଗୁଆ ସହାୟତା ରାଶିର ଘୋଷଣା କରିଥିଲେ । ଏପରି ବିପର୍ଯ୍ୟୟ ସମୟରେ ରାଜ୍ୟ ମାନଙ୍କ ସହିତ କାନ୍ଧ କାନ୍ଧ ମିଳାଇ ସରକାର କାମ କରୁଛନ୍ତି । ସେହିପରି ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ପୂର୍ଣ୍ଣକାଳୀନ ସହାୟତା ପ୍ରଦାନ କରାଯିବ । ସେହିପରି ବାତ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ବିମାନବନ୍ଦରର କନଫରେନ୍ସ ହଲ୍ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ଓଡିଶା ରାଜ୍ୟପାଳ ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…
ରଞ୍ଜିତ ପଣ୍ଡା କୁଜଙ୍ଗ : ମାନବ ସେବା ହିଁ ମାଧବ ସେବା ନୀତିକୁ ଆପଣାଇ ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ବ୍ଲକ୍ ଅଧ୍ୟକ୍ଷା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ ପଞ୍ଚାୟତ ସମିତି ଅଧକ୍ଷା ସ୍ଵପ୍ନସରିତା ବଳ ରକ୍ତଦାନ କରିବା ସହିତ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । କୁଜଙ୍ଗ ବ୍ଲକ ଅନ୍ତର୍ଗତ ଦୁଆଡିଆ ଗ୍ରାମର ଦୁଃଖୀ ପଲ୍ଲାଇ ବି ପଜିଟିଭ୍ ଗ୍ରୁପ୍ର ରକ୍ତ ପାଇଁ କଟକରେ ଏକ ଘରୋଇ ହସ୍ପିଟାଲରେ ଛଟପଟ ହେଉଥିବା ବେଳେ ସହାୟତା ପାଇଁ ଆଗେଇ ଆସିଥିଲେ ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଜଗତସିଂହପୁର ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକଙ୍କ ସହିତ ଯୋଗାଯୋଗ କରିଥିଲେ । 3 ମାସ ତଳେ ଶ୍ରୀମତି ବଳ ରକ୍ତଦାନ କରିଥିବାରୁ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ମଧୁସୁଦନ ସାହୁ ତାଙ୍କ ସହିତ ସମ୍ପର୍କ କରିଥିଲେ । ସଂଯୋଜକ ଫୋନ୍ ମାଧ୍ୟମରେ ଜଣାଇବା ପରେ…
ମୁମ୍ବାଇ : କରୋନା ଭାଇରସ୍ କାରଣରୁ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ସମସ୍ତ ଥିଏଟର ବନ୍ଦ ରଖାଯାଇଛି । ଏହାଦ୍ବାରା ବିଭିନ୍ନ ସିନେମା ଇଣ୍ଡଷ୍ଟ୍ରୀ ଗଭୀର ଭାବରେ ପ୍ରଭାବିତ । ଥିଏଟର ବନ୍ଦ କାରଣରୁ ସିନେମା ରିଲିଜ୍ ହୋଇପାରୁନଥିବା ବେଳେ ଏହା ଓଟିଟି ପ୍ଲାଟ୍ଫର୍ମ ଗୁଡିକୁ ଫାଇଦା ଦେଉଛି । ଏହି ଅବସରରେ ଶୁକ୍ରବାର ଦିନ ରିଲିଜ୍ ହୋଇଛି ବଲିଉଡ୍ ଶେହନ୍ଶାହ ଅମିତାଭ ବଚ୍ଚନଙ୍କ ଅଭିନୀତ ଗୁଲାବୋ ସୀତାବୋ । ସୁଜିତ ସର୍କାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିତାବ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ସମ୍ପୂର୍ଣ୍ଣ ଭାବରେ ଲକ୍ଷ୍ନୌରେ ସୁଟିଂ ହୋଇଥିବା ବେଳେ ଜଣେ ଘରମାଲିକ ଏବଂ ଭଡାଟିଆର କାହାଣୀକୁ ଫିଲ୍ମରେ ଦେଖିଆଯାଇଛି । ଅମିତାଭ ବଚ୍ଚନ ଏକ ପୁରୁଣା କୋଠାର ମାଲିକ ରହିଥିବା ବେଳେ ଆୟୁଷ୍ମାନ ଭଡାଟିଆ ରହିଛନ୍ତି । ଉଭୟଙ୍କ ମଧ୍ୟରେ ରହିଥିବା ସମସ୍ୟାକୁ ନେଇ ଫିଲ୍ମର କାହାଣୀ…
ନୂଆଦିଲ୍ଲୀ : କ୍ୟାପ୍ଟେନ୍ କୁଲ୍ ଭାବରେ ପରିଚିତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ବକୁ ତୁଳନା କରିଛନ୍ତି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା । ଭାରତୀୟ ଦଳର ଉପ ଅଧିନାୟକ ରହିଥିବା ରୋହିତ ଶର୍ମାଙ୍କୁ ଧୋନୀଙ୍କର ବିକଳ୍ପ ଭାବରେ ତୁଳନା କରିଛନ୍ତି ରାଇନା । କ୍ୟାପ୍ଟେନ୍ କୁଲ୍ଙ୍କ ପରି ରୋହିତ ଅତ୍ୟନ୍ତ ଧୈର୍ଯ୍ୟର ସହିତ ପଡିଆରେ ନିଜର ଦାୟିତ୍ବ ନିର୍ବାହ କରିଥାନ୍ତି । ସେଥିପାଇଁ ରୋହିତ ଅନେକ ଟ୍ରଫି ନିଜ ନାମରେ କରିବାର ସକ୍ଷମ ହୋଇଛନ୍ତି । ରୋହିତଙ୍କ ଏହି ସବୁ ଗୁଣ ତାଙ୍କୁ ଧୋନୀଙ୍କ ଉତ୍ତରାଧିକାରୀ ଭାବରେ ପ୍ରତିଷ୍ଠିତ କରିଛି । ଧୋନୀ ସର୍ବଦା ସାଥୀ ଖେଳାଳି ଏବଂ ବିପକ୍ଷ ଦଳ ଠାରୁ ଦୁଇ ପାଦ ଆଗରେ ଚିନ୍ତା କରିଥାନ୍ତି । ଧୋନୀଙ୍କ ପରି ରୋହିତ ସର୍ବଦା ନିଜର ପ୍ରଦର୍ଶନ ଜରିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛନ୍ତି । (ଏଜେନ୍ସି)

