ସୀତାରାମ ଅଗ୍ରଓ୍ବାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତର ଦାଶରଥିପୁର ଶାସନରୁ ଜଙ୍ଘୀ ଏକ ଭାଲୁ ଉଦ୍ଧାର ହୋଇଛି। ଦୁଇଟି ଜଙ୍ଘୀ ଭାଲୁ ପରସ୍ପର ମଧ୍ୟରେ ଝଗଡା ହୋଇ ଦୌଡ଼ା ଦୌଡ଼ି ହୋଇ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ଭାଲୁ ଏକ କୂଅ ମଧ୍ୟରେ ଖସି ପଡିଥିଲା। ଗ୍ରାମବାସୀ ଭାଲୁଟିକୁ ଉଦ୍ଧାର କରି ଏହି ଘଟଣାକୁ ନେଇ ବନବିଭାଗକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୋଗାଯୋଗ ନହେବାରୁ ଗଙ୍ଗାଧରପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସେହି ଭାଲୁକୁ ନେଇ ଅନ୍ୟତ୍ର ଖୋଲା ଜାଗାରେ ନେଇ ଛାଡ଼ିଦେଥିଲେ। ଅଗ୍ନିଶମ ବିଭାଗ ଅଧିକାରୀ ମନୋଜ କୁମାର ସାହୁ ଘଟଣା ସ୍ଥଳରେ ଭାଲୁଟିକୁ ଗ୍ରାମବାସୀ ଉଦ୍ଧାର କରିଥିବା ଭାଲୁଟିକୁ ଆଣି ନିରାପଦ ସ୍ଥାନରେ ଛାଡିଥିବା ନେଇ ସୂଚନା ଦେଇଛନ୍ତି। ସ୍ଥାନୀୟ ଲୋକ ଏହାକୁ ଜଙ୍ଘୀ ଭାଲୁ ବୋଲି କହୁଥିବାବେଳେ ଭାଲୁମାନେ ଅନେକ…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ସବୁଠାରୁ ସଙ୍କଟମୟ ସ୍ଥିତିରେ ସାରା ବିଶ୍ୱ ଗତି କରୁଥିବା ବେଳେ ଭାରତର କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଛି । ଓଡ଼ିଶାରେ ମଧ୍ୟ ବିଗତ କିଛି ଦିନ ଭିତରେ ରେକର୍ଡ଼ ପରିମାଣର ରୋଗୀ ବୃଦ୍ଧି ପାଇଛି ଯାହାକି ଚିନ୍ତାର କାରଣ ରହିଛି । କରୋନା ପ୍ରଭାବରେ ବିଭିନ୍ନ ବ୍ୟବସାୟ ପ୍ରଭାବିତ ହୋଇଥିବା ବେଳେ ସାବିତ୍ରୀ ବଜାର ମଧ୍ୟ ମାନ୍ଦା ରହିଛି । ଶାଢୀ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ରହିଥିବା ବେଳେ ଫଳ ବ୍ୟବସାୟ ମଧ୍ୟ ଏହାଦ୍ବାରା ପ୍ରଭାବିତ ହୋଇଛି । ବ୍ରହ୍ମପୁର ସହରର ବିଭିନ୍ନ ଶାଢୀ ଦୋକାନରେ ଗ୍ରାହକ ନଥିବା ବେଳେ ବାଟଘାଟରେ ନଡ଼ିଆ, ତାଳ, ପଣସ, ଅଙ୍ଗୁର, କଦଳୀ, ଆମ୍ବ, ଖଜୁରୀ କୋଳି ବିକ୍ରେତା ମଧ୍ୟ ଖାଲି ବସିଥିବା ଦେଖିବାକୁ ମିଳୁଛି ।
ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କମଳାଦେଇପୁର ଛକ ଠାରେ ଏକ ବାଲି ବୋଝେଇ ଟ୍ରକ ସହ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଦୁଇ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଛି । ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶିଶୁ କନ୍ୟାଟିକୁ 108 ଆମ୍ବୁଲାନ୍ସ ଯୋଗେ ନରସିଂହପୁର ଡାକ୍ତରଖାନାକୁ ନିଆଯାଇଛି । ପ୍ରାଣ ହରାଇଥିବା ତିନି ଜଣ ହେଉଛନ୍ତି ଚନ୍ଦନ ବେହେରା, ମାଧାବ ବେହେରା ଓ ଗାଗୁ ବେହେରା । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ନରସିଂହପୁର ପୋଲିସ ପହଂଚି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ନରସିଂହପୁରରେ କୌଣସି ସୁବିଧା ନଥିବାରୁ ଆସନ୍ତା କାଲି ବଡ଼ମ୍ବା ପଠାଯିବ ବୋଲି ନରସିଂହପୁର…
ନୂଆଦିଲ୍ଲୀ : ଆସନ୍ତାକାଲିଠୁ ରେଳବାଇ କାଉଣ୍ଟରରେ ଟିକେଟ୍ ମିଳିବ । ଆସନ୍ତା ଜୁନ୍ 1 ତାରିଖରୁ ଦୈନିକ 200ଟି ପାସେଞ୍ଜର ଟ୍ରେନ୍ ଚାଲିବାକୁ ଥିବା ବେଳେ ଆଜିଠାରୁ ଅନ୍ଲାଇନ୍ରେ ଟିକେଟ୍ ବୁକିଂ ଆରମ୍ଭ ହୋଇଥିଲା । ଅନ୍ଲାଇନ୍ରେ ମାତ୍ର ଦୁଇ ଘଣ୍ଟାରେ ଦେଢ ଲକ୍ଷ ଟିକେଟ୍ ବିକ୍ରି ମଧ୍ୟ ହୋଇଥିଲା । ଏହାପରେ ଆସନ୍ତାକାଲିଠାରୁ କାଉଣ୍ଟର ଟିକେଟ୍ ମିଳିବା ନେଇ ଘୋଷଣା କରାଯାଇଛି । ତେବେ ପ୍ରତ୍ୟେକ ଷ୍ଟେସନ୍ରେ କେତୋଟି କାଉଣ୍ଟର ଖୋଲାଯିବ ସେ ନେଇ ସ୍ଥାନୀୟ ଜୋନ୍ ନିଷ୍ପତ୍ତି ନେବ ବୋଲି ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି । ଏହି ଆଧାରରେ ଖୋର୍ଦ୍ଧା ଜୋନ୍ରେ 12ଟି ଟିକେଟ କାଉଣ୍ଟର ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି । (ଏଜେନ୍ସି)
ଭୁବନେଶ୍ବର : ଏଣିକି ବ୍ୟାଙ୍କ ଖୋଲିବା ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ କଟକ, ପୁରୀ, ଛତ୍ରପୁର, କୋରାପୁଟ, ଭୁବନେଶ୍ବରରେ ବ୍ୟାଙ୍କ ସକାଳ 8ଟାରୁ 2ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲୁଥିବା ବେଳେ ବର୍ତ୍ତମାନ ଏହା ପୂର୍ବପରି 10ଟାରୁ 4ଟା ପର୍ଯ୍ୟନ୍ତ ଖୋଲା ରହିବ । ଏପ୍ରିଲ୍ 23 ତାରିଖରେ ସରକାରଙ୍କ ପକ୍ଷରୁ ଏହି ପାଞ୍ଚ ସହରରେ ବ୍ୟାଙ୍କ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଥିଲା । କରୋନା ମହାମାରୀ କାରଣରୁ କଟକଣା ଜାରି କରାଯାଇଥିବା ବେଳେ ବର୍ତ୍ତମାନ ଲକ୍ଡାଉନ୍କୁ କୋହଳ କରାଯାଇଥିବାରୁ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି ।
ଭୁବନେଶ୍ବର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି। ସାମୁଦ୍ରିକ ବାତ୍ୟା ଆମ୍ପାନ ପ୍ରଭାବରେ ଉତ୍ତର ଓଡିଶାର 4 ଜିଲ୍ଲା ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳ ପରିଦର୍ଶନ କରିବା ସହିତ ଆକାଶ ମାର୍ଗରୁ ସର୍ବେକ୍ଷଣ କରିଛନ୍ତି। ଏପରି ଘଡିସନ୍ଧି ମୂହୂର୍ତ୍ତରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ପ୍ରତି ସହାୟତାର ହାତ ବଢାଇବା ସହିତ ମୁଖ୍ୟ ଶାସନ ସଚିବଙ୍କୁ ମମତାଙ୍କ ସହିତ ନିରନ୍ତର ସମ୍ପର୍କରେ ରହିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ଏହା ସହିତ ମମତାଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ନବୀନ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରଭାବିତ ଜିଲ୍ଲାକୁ ଆକାଶ ମାର୍ଗରେ ଗସ୍ତ କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି। ବିଭିନ୍ନ କ୍ଷତିଗ୍ରସ୍ତ ସଡକ ପଥ ଏବଂ ବିଦ୍ୟୁତ୍ ଖୁଣ୍ଟ ଗୁଡିକର ନିର୍ମାଣ ତ୍ବରିତ ଭାବରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେସୁ…
ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର : ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । କଟକ ଜିଲ୍ଲା ନରସିଂହପୁର ବ୍ଲକରେ ସମୁଦାୟ 2198 ଜଣ ପ୍ରବାସୀ ଆସି ବିଭିନ୍ନ ଅସ୍ଥାୟୀ କରୋନା ସେବା କେନ୍ଦ୍ରରେ ରହିଥିବା ବେଳେ ଜିଲ୍ଲାର ନରସିଂହପୁର ବ୍ଲକକୁ ସର୍ବାଧିକ ପ୍ରବାସୀ ଓଡ଼ିଆ ଫେରିଛନ୍ତି । ଚେନ୍ନାଇରୁ ଆଠ ଜଣ ପୁରୁଷ ସାଇକେଲ ଯୋଗେ 1200 କିଲୋମିଟର ରାସ୍ତା ଅତିକ୍ରାନ୍ତ କରିଥିବା ବେଳେ ଆନ୍ଧ୍ରପ୍ରଦେଶର ନେଲୁରରୁ ଜଣେ ମହିଳା ପ୍ରବାସୀ ସାଇକେଲରେ ଆସିଛନ୍ତି । ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ପରେ ପୁରୁଷ ମାନଙ୍କୁ ଓଡ଼ଗାଁ ଠାରୁ ଓ ମହିଳା ଜଣଙ୍କୁ କଟକରୁ ବ୍ଲକ ପ୍ରଶାସନ ଆଣି ନରସିଂହପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ହୋଇଥିବା ଅସ୍ଥାୟୀ କରୋନା କେନ୍ଦ୍ରରେ ରଖାଯାଇଛି ।
ଭୁବନେଶ୍ବର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି। ସାମୁଦ୍ରିକ ବାତ୍ୟା ଆମ୍ପାନ ପ୍ରଭାବରେ ଉତ୍ତର ଓଡିଶାର 4 ଜିଲ୍ଲା ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳ ପରିଦର୍ଶନ କରିବା ସହିତ ଆକାଶ ମାର୍ଗରୁ ସର୍ବେକ୍ଷଣ କରିଛନ୍ତି। ଉଲ୍ଳେଖଯୋଗ୍ୟ ଯେ, 48 ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରିପୋର୍ଟ ଆଧାରରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜଣାପଡିଛି।
ଭୁବନେଶ୍ବର, ରାତି ପାହିଲେ ସାବିତ୍ରୀ ବ୍ରତ। ପ୍ରତିଟି ସଧବା ବୋହୁ ଏହି ପୂଜା ନିଷ୍ଠାର ସହ କରିଥାଏ। ହେଲେ ଲକଡାଉନ କଟକଣା ପାଇଁ ଏଥର ସାବିତ୍ରୀ ବ୍ରତ ଆଉ ବଡ ଆକାରରେ ହୋଇପାରିବ ନାହିଁ। ମହିଳାମାନେ ମନ୍ଦିରକୁ ନ ଆସି ନିଜ ଘରେ ଏହି ବ୍ରତ ପାଳନ କରିବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି। କାରଣ ଲକଡାଉନ କଟକଣାର ନିୟମ ଅନୁସାରେ ବର୍ତ୍ତମାନ କୌଣସି ଧର୍ମ ଅନୁଷ୍ଠାନରେ ଭକ୍ତମାନେ ଏକାଠି ହୋଇପାରିବ ନାହିଁ। ସେଥିପାଇଁ ମନ୍ଦିରରେ ଭିଡ ନ କରିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ଦେବଗଡ ପୋଲିସ ଏକ ନିର୍ଦ୍ଦେଶନାମା ଜାରୀ କରିଛି। ମହିଳାମାନେ କୌଣସି ମନ୍ଦିରରେ ଭିଡ ନ କରି ଘରେ ପୂଜା କରିବା ପାଇଁ ପରାମର୍ଶ ଦେଇଛି। ସେହିପରି ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିରରେ 144 ଧାର ଲାଗୁ କରାଯାଇଛି। ଭିଡ ଆଶଙ୍କା କରି ସ୍ଥାନୀୟ ଉପଜିଲ୍ଲାପାଳ ଏହି କଟକଣା କରିଛନ୍ତି। ଫଳରେ ସେଠାରେ କୌଣସି…
ଭୁବନେଶ୍ବର : ଆସନ୍ତା କାଲି ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମ୍ପାନ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଏବଂ ପଶ୍ଚିମବଙ୍ଗ ଆସିବେ । ଓଡିଶା ଏବଂ ପଶ୍ଚିମବଙ୍ଗର ବାତ୍ୟା ପ୍ରପୀଡିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ନେଇ ସବିଶେଷ ତଥ୍ୟ ମିଳିନଥିଲେ ମଧ୍ୟ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ପକ୍ଷରୁ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଥିବାରୁ ଏହାକୁ ନେଇ ଏହି ଆକଳନ କରାଯାଉଛି । ଏହି ଯାଞ୍ଚ ସମୟରେ କମିଶନର ସୁଧାଷୁଂ ଷଡଙ୍ଗୀ ଏବଂ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଭୋପାଳ : ମଧ୍ୟପ୍ରଦେଶର ଗୋଟିଏ ଘରୁ ବାହାରିଛି 123ଟି ନାଗସାପ । ଏହି ଘଟଣାରେ ଭୟଭୀତ ଉକ୍ତ ପରିବାରର ସମସ୍ତ ସଦସ୍ୟ ଗାଁ ଛାଡି ପଳାଇଛନ୍ତି । ମଧ୍ୟପ୍ରଦେଶର ରୋନ୍ ଗ୍ରାମରେ ଏହି ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ଉକ୍ତ ଘରୁ ସବୁ ସାପ ଉଦ୍ଧାର ହୋଇନଥିବା ବେଳେ ସାପଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ସାପ ଉଦ୍ଧାରକାରୀ ଦଳ ପକ୍ଷରୁ ପ୍ରକାଶ କରାଯାଇଛି । ଉକ୍ତ ଘରର ମାଲିକ ଜୀବନ ସିଂ କୁଶଓ୍ବାହା ନିଜର ସମ୍ପୂର୍ଣ୍ଣ ପରିବାରକୁ ଗାଁ ବାହାରକୁ ପଠାଇ ଦେଇଛନ୍ତି । ନିଜେ ଘରର ଦ୍ବାରପାଳ ଭାବରେ ବସି ରହିଛନ୍ତି କୁଶଓ୍ବାହା । ତେବେ ଏହି ଘଟଣାକୁ ନେଇ ଜଙ୍ଗଲ ବିଭାଗକୁ ସୂଚନା ଦିଆଯାଇଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ପ୍ରଶାସନ ଏବଂ ଜଙ୍ଗଲ ବିଭାଗର ମିଳିତ ଉଦ୍ୟମରେ 123ଟି ସାପ ଉଦ୍ଧାର…
ଭୁବନେଶ୍ବର : ଆସନ୍ତା 26 ତାରିଖରେ ଆରମ୍ଭ ହେବ ଖାତା ଦେଖା । ଖାତା ଦେଖା ପ୍ରକ୍ରିୟାରେ ସାମିଲ୍ ହେବେ 15 ହଜାରରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ । 62ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତା ଦେଖା ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 19 ତାରିଖରୁ ଖାତାଦେଖା ଆରମ୍ଭ ହେବାର ଥିଲେ ମଧ୍ୟ ବାତ୍ୟା ଆମ୍ପାନ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଆସନ୍ତା 26 ତାରିଖରୁ ଏହି ପ୍ରକ୍ରିୟା ପୁନର୍ବାର ଆରମ୍ଭ କରାଯିବ ଏବଂ ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯିବ ବୋଲି କୁହାଯାଇଛି । ମୂଲ୍ୟାୟନ ବ୍ୟବସ୍ଥାକୁ ସୂଚାରୂ ଭାବରେ ସମ୍ପାଦନ କରିବା ପାଇଁ ମୂଲ୍ୟାୟନ କେନ୍ଦ୍ରମାନଙ୍କୁ ନୋଡାଲ ଅଫିସର ପଠାଇବାକୁ ଜିଲ୍ଲାପାଳମାନଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।
ରାଞ୍ଚି : ଏଣିକି ମଦରେ ହେବ ହୋମ୍ ଡେଲିଭରୀ । ମଦ ଦୋକାନ ସମ୍ମୁଖରେ ଭିଡ ହଟାଇବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଝାରଖଣ୍ଡ ସରକାର । ଝାରଖଣ୍ଡରେ ମଦର ହୋମ୍ ଡେଲିଭରୀ ଆରମ୍ଭ କରିଛି ଫୁଡ୍ ଡେଲିଭରୀ ଆପ୍ ସ୍ବିଗି । ବୁଧବାର ଠାରୁ ଝାରଖଣ୍ଡରେ ଏହି ସେବାର ଆରମ୍ଭ କରାଯାଇଛି । ଏହି ସେବା ପାଇଁ ଅତିରିକ୍ତ ଭାବରେ 25 ପ୍ରତିଶତ ଟିକସ ଆଦାୟ କରାଯାଉଥିବା ଜଣାପଡିଛି । କେବଳ ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଏହି ସେବା ଆରମ୍ଭ କରାଯାଇଛି । ଝାରଖଣ୍ଡ ସରକାରଙ୍କ ପକ୍ଷରୁ ସ୍ବିଗି ଏନେଇ ଆବଶ୍ୟକୀୟ ଅନୁମତି ହାସଲ କରିନେଇଛି । ରାଜ୍ୟର ଅନ୍ୟ ପ୍ରମୁଖ ସହର ଗୁଡିକରେ ଏହି ସେବାକୁ ଖୁବ୍ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସ୍ବିଗିର ଉପସଭାପତି ଅନୁଜ ରାଠୀ ପ୍ରକାଶ କରିଛନ୍ତି । ସ୍ବିଗି ଆପ୍କୁ ଅପ୍ଡେଟ୍ କରାଇବା ଦ୍ବାରା ଏହି ସେବାର ଲାଭ ଉଠାଯାଇପାରିବ ବୋଲି ସ୍ବିଗି ପକ୍ଷରୁ…
ଶ୍ରୀନଗର : ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସୁରକ୍ଷା ବଳଙ୍କ ଉପରେ ପୁନର୍ବାର ଆକ୍ରମଣ କରାଯାଇଛି । ଗୁରୁବାର କରାଯାଇଥିବା ଆକ୍ରମଣରେ ଦୁଇ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଗତକାଲି ଦୁଇ ଜଣ ବିଏସ୍ଏଫ୍ ଯବାନ ଶହୀଦ ହୋଇଥିବା ବେଳେ ଆଜି ସର୍ଚ୍ଚ ଅପରେସନ୍ରେ କୁପ୍ଓ୍ବାରାରୁ 3 ଜଣ ଆତଙ୍କୀ ଗିରଫ ହୋଇଥିଲେ । ଏହି ଘଟଣା ପରେ ସିଆରପିଏଫ୍ ଯବାନଙ୍କ ଉପରକୁ ଅଚାନକ ହମ୍ଲା କରାଯାଇଥିଲା । ଦୁଇ ଆହତ ଯବାନଙ୍କୁ ସ୍ଥାନୀୟ ମିଲିଟାରୀ ହସ୍ପିଟାଲରେଭର୍ତ୍ତି କରାଯାଇଥିବା ନେଇ ସିଆରପିଏଫ୍ ଡିଜି ସୂଚନା ଦେଇଛନ୍ତି । (ଏଜେନ୍ସି)
କନ୍ଦର୍ପ ବେହେରା ରେଢାଖୋଲ : ସରକାର ଗ୍ରାମାଂଚଳର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରଙ୍କ ଏହି ଜନହିତକର ଯୋଜନା ସଠିକ୍ ଭାବରେ ଜନସାଧାରଣଙ୍କ ନିକଟରେ ପହଞ୍ଚୁ ନାହିଁ । ଏହି ଯୋଜନା ଗୁଡିକ ସଠିକ୍ ଭାବରେ କାର୍ଯ୍ୟକାରୀ ହେଉ ନଥିବାରୁ ଗ୍ରାମାଞ୍ଚଳରେ ଅସନ୍ତୋଷ ବଢୁଛି । ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ଗରଗଡବାହାଳ ପଂଚାୟତରେ ନିର୍ମିତ ହୋଇଛି ଏକ ଗ୍ରାମୀଣ ପାର୍କ । ଗ୍ରାମୀଣ ପାର୍କ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ଗରଗଡବାହାଳ ଗ୍ରାମପଂଚୟତର ସଦର ମହୁକୁମାରେ ପାର୍କ ନିର୍ମାଣ ନକରାଯାଇ କରଡାପାଳ ନାମକ ଏକ ଜନଶୂନ୍ୟ ସ୍ଥାନରେ ନିର୍ମିତ ହୋଇଛି । ଜନଶୂନ୍ୟ ସ୍ଥାନରେ ପାର୍କ ନିର୍ମାଣ କେବଳ ଅର୍ଥ ତୋଷାରପାତ ପାଇଁ କରାଯାଇଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯରୋଗ କରାଯାଇଛି । ଗ୍ରାମବାସୀ ମାନେ ଅଭିଯୋଗର ଗୋଟିଏ ଲେଖାଏଁ କପି ସମ୍ବଲପୁର…
ଭୁବନେଶ୍ବର : ରଥଖଳାରେ କାର୍ଯ୍ୟରତ ମହାରଣାଙ୍କ ପ୍ରଥମ ପର୍ଯ୍ୟାୟ କୋଭିଡ୍ ରିପୋର୍ଟ ଆସିଛି । ଏହି ରିପୋର୍ଟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷଣ କରାଯାଇଥିବା ସମସ୍ତ ସ୍ବାବ ରିପୋର୍ଟ ନେଗେଟିଭ୍ ଆସିଛି । ସ୍ନାନ ପୂର୍ଣ୍ଣିମା ପାଇଁ ଅନୁଷ୍ଠିତ ବୈଠକ ପରେ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଏହି ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟର ସମସ୍ତ ସ୍ବାବ ନମୂନା ନେଗେଟିଭ୍ ଆସିଥିବା ବେଳେ ଆସନ୍ତା ପର୍ଯ୍ୟାୟରେ କରାଯାଇଥିବା ସମସ୍ତ ରିପୋର୍ଟ ନେଗେଟିଭ୍ ଆସିବ ବୋଲି ଆଶା କରାଯାଉଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ରଥଖଳାରେ ସାମାଜିକ ଦୂରତ୍ବ ପାଳନ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବୋଲି ଜିଲ୍ଲାପାଳ ମତ ଦେଇଛନ୍ତି ।
ଭୁବନେଶ୍ବର : ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ମେଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ବାତ୍ୟା ଆମ୍ପାନ୍ କାରଣରୁ ଖାତା ଦେଖା ବିଳମ୍ବ ହୋଇଥିବାରୁ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଦିନେ ଦୁଇ ଦିନ ମଧ୍ୟରେ ଖାତା ଦେଖା ତାରିଖ ଘୋଷଣା କରାଯିବ । ଖାତା ଦେଖା ଆରମ୍ଭ ହେବା ପରେ ପରୀକ୍ଷା ଫଳର ତାରିଖ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 50 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍ କରାଯାଇ ସୂଚନା ପ୍ରଦାନ କରାଯାଇଛି । ନୂତନ 50 ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 393ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 22 ଜଣ ଆକ୍ରାନ୍ତ ରହିଥିବା ବେଳେ 15 ଜଣ ବାଲେଶ୍ବରୁ ଏବଂ 5 ଜଣ ଭଦ୍ରକରୁ ରହିଛନ୍ତି । ଯାଜପୁର ଏବଂ ବୌଦ୍ଧରୁ 3 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୁରଭଞ୍ଜ ଏବଂ ରାଉରକେଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1103 ଛୁଇଁଥିବା ବେଳେ ତନ୍ମଧ୍ୟରୁ 393 ଜଣ ସୁସ୍ଥ ହୋଇଛନ୍ତି ଏବଂ 7 ଜଣ ପ୍ରାଣ ହରାଇଛନ୍ତି ।
ଥିରୁଅନନ୍ତପୁରମ୍ : ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ମୋହନଲାଲ୍ ଆଜି 60 ବର୍ଷରେ ପଦାର୍ପଣ କରିଛନ୍ତି । 1960 ମସିହା ମେ 21 ତାରିଖରେ କେରଳର ପଥନମ୍ଥିଟ୍ଟାର ଏଲାନ୍ପୁରରେ ଜନ୍ମ ହୋଇଥିଲେ ଏହି ଅଭିନେତା । ପିତା ବିଶ୍ବନାଥ ନାୟାର କେରଳ ସରକାରଙ୍କ ଆଇନ ସଚିବ ଥିଲେ ଏବଂ କେରଳର ମହତ୍ମା ଗାନ୍ଧୀ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ମୋହନଲାଲ । 5 ଥର ଜାତୀୟ ପୁରସ୍କାର ହାସଲ କରିଥିବା ମୋହନଲାଲଙ୍କୁ 2019ରେପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।ଏହ ବ୍ୟତିତ 2001ରେ ମୋହନଲାଲଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । 1978ରେ ତାଙ୍କ ପ୍ରଥମ ମଲୟାଲମ୍ ଫିଲ୍ମ ‘ଥିରାନୋତ୍ତମ୍’ ରିଲିଜ୍ ହୋଇଥିଲା । ତେବେ ‘ମଂଜିଲ୍ ବ୍ରିନ୍ଜାଲ୍ ପୋକାଲ୍’ ଚଳଚ୍ଚିତ୍ରରେ ନକାରାତ୍ମକ ଚରିତ୍ରରେ ଅଭିନୟ ପାଇଁ ଚର୍ଚ୍ଚାକୁ ଆସିଥିଲେ ମୋହନଲାଲ । 1986-2000 ମସିହା ମଧ୍ୟରେ ମୋହନଲାଲ ନିଜ କ୍ୟାରିୟରରେ ଅବିଶ୍ବସନୀୟ ସଫଳତା ପାଇଥିଲେ । ଏହି ସମୟରେ ଏକାଧିକ…
ଭୁବନେଶ୍ବର : ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବାର ରାସ୍ତା ପ୍ରଶସ୍ତ ହୋଇଛି । ସର୍ବନିମ୍ନ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । 10 ଜଣ ନିୟୋଗ ପ୍ରତିନିଧିଙ୍କ ସହିତ ମନ୍ଦିର ପ୍ରଶାସନର ବୈଠକ ପରେ ଏହି ସୂଚନା ମିଳିଛି । ଆସନ୍ତା 2 5 ତାରିଖ ସୁଦ୍ଧା ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ତାଲିକା ପ୍ରଦାନ କରାଯିବାକୁ କୁହାଯାଇଛି । ତାଲିକାଭୁକ୍ତ ସେବାୟତ ମାନେ କେବଳ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତିରେ ଭାଗ ନେବେ । ଏହା ଫଳରେ କେବଳ ଉକ୍ତ ସେବାୟତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାର ଅନୁମତି ମିଳିବ ।

