କରୋନାକୁ ନେଇ ମୋଦି ସରକାରଙ୍କୁ ଘେରିଲେ ରାହୁଲ୍‌ : ଲକ୍‌ ଡାଉନ୍‌ ଫେଲ୍‌ ହୋଇଛି

Published: May 26, 2020, 1:24 pm IST

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆଜି ଦେଶରେ ବଢୁଥିବା କରୋନା ମାମଲାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଦେଶରେ କରୋନା ସ୍ଥିତି ଉଦବେଗଜନକ ଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବା କହିଛନ୍ତି ରାହୁଲ। ରାହୁଲ୍‌ କହିଛନ୍ତି ଯେ, ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ଫେଲ୍‌ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ 21 ଦିନ ପାଇଁ ଲକ୍‌ ଡାଉନ୍‌ ଜାରି କରିଥିଲେ। ଏହାର କିଛି ଫାଇଦା ମିଳିଲା ନାହିଁ । ଲକ୍ ଡାଉନ୍‌ ହେବା  ପ୍ରାୟ 60 ଦିନ ପୂରଣ ହୋଇସାରିଛି । କିନ୍ତୁ ଦିନକୁ ଦିନ ଏହି ମହାମାରୀ କମିବା ପରିବର୍ତ୍ତେ ବଢି ଚାଲିଛି । କରୋନାକୁ ନେଇ ସରକାରଙ୍କ ଆଗାମୀ ରଣନୀତି କ’ଣ ରହିଛି ସେ ସମ୍ପର୍କରେ ଦେଶବାସୀଙ୍କୁ ଜଣାଇବା ଉଚିତ୍‌ ବୋଲି କହିଛନ୍ତି ରାହୁଲ୍‌ । ଅପରପକ୍ଷରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତାଙ୍କ ଅସୁବିଧା କିପରି ଦୂର ହେବ ସେ ସମ୍ପର୍କରେ ସରକାର ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାହୁଲ୍‌।  ମୋଦି ସରକାର ବିରୋଧୀଙ୍କୁ ଗମ୍ଭୀର ଭାବେ ନେଉନାହାନ୍ତି । ଦେଶରେ ସ୍ଥିତି ବିପଦଜ୍ଜନକ ରହିବ ବୋଲି ଫେବୃଆରୀରରୁ କହିଥିଲୁ । ସେହିପରି ରୋଜଗାରକୁ ନେଇ ସରକାରଙ୍କୁ ମଧ୍ୟ ଘେରିଛନ୍ତି ରାହୁଲ୍‌ । (ଏଜେନ୍ସି)

Related posts