ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨,୩୫୦ ଜଣ କୋଭିଡ-୧୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୯,୧୭୪ରେ ପହଞ୍ଚିଛି। ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୩୮.୭୩ ପ୍ରତିଶତ ରହିଛି। ଆରୋଗ୍ୟ ହାର ନିୟମିତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ଦେଶରେ ୫୮,୮୦୨ ସକ୍ରିୟ ସଂକ୍ରମିତ ଅଛନ୍ତି। ଏମାନେ ସମସ୍ତେ ସକ୍ରିୟ ଡାକ୍ତରୀ ଚିକିତ୍ସାରେ ରହିଛନ୍ତି। ଏଥିମଧ୍ୟରୁ ମାତ୍ର ଆନୁମାନିକ ୨.୯% ରୋଗୀ ଆଇସିୟୁରେ ଅଛନ୍ତି। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଭାରତରେ ମାତ୍ର ୦.୨ ପ୍ରତିଶତ ମୃତ୍ୟୁହାର ରହିଛି। ଏହା ତୁଳନାରେ ସାରା ବିଶ୍ବରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ମୃତ୍ୟୁହାର ୪.୧ ପ୍ରତିଶତ ରହିଛି।
Author: Samikhsya Bureau
ଗୁରୁପଦ ବେରା କେନ୍ଦ୍ରାପଡା: ଆମ୍ବୁଲାନ୍ସ ନ ପହଞ୍ଚି ପାରିବାରୁ ଦମକଳ ଗାଡିରେ ହସ୍ପିଟାଲ ଯିବା ସମୟରେ ପ୍ରସବ କରିଛନ୍ତି ମହିଳା। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ଜହଁରା ଗ୍ରାମର ଜାନକି ସେଠୀଙ୍କର ବୁଧବାର ପୂର୍ବାହ୍ନରେ ପ୍ରସବବେଦନା ଆରମ୍ଭ ହୋଇଥିଲା। ଏହି ସମୟରେ ଶାଶୁ ଘର ଲୋକେ ୧୦୮ ନମ୍ବରକୁ ଫୋନ କରିଥିଲେ ମଧ୍ୟ ନମ୍ବର ବ୍ୟସ୍ତ ରହିଥିଲା। ଅନ୍ୟ କୌଣସି ଉପାୟ ନପାଇ ଅଗ୍ନିଶମ ବିଭାଗକୁ ଫୋନ୍ କରିବାରୁ ଉକ୍ତ ମହିଳାଙ୍କୁ ଦମକଳ ଗାଡି ଜରିଆରେ ହସ୍ପିଟାଲ ନିଆଯାଇଥିଲା। ତେବେ ରାସ୍ତାରେ ଗଛ ପଡିଯାଇଥିବାରୁ ରାସ୍ତା ସଫା କରି ନେବା ସମୟରେ ମହିଳାଙ୍କ ପ୍ରସବ ହୋଇଥିଲା। ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମହିଳାଙ୍କୁ ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ଉଭୟ ମା ଓ ଶିଶୁ ସୁସ୍ଥ ରହିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ଅଗ୍ନିଶମ ବିଭାଗର ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି।
ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଗଞ୍ଜାମ ଜିଲ୍ଲାର ବେଗୁନିଆପଡାରେ ଏକ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଭେଜିପୁଟ ଠାରୁ କଞ୍ଚଣା ପୂର୍ତ୍ତ ରାସ୍ତା ପଥିରିନାଳ ବାଙ୍କରେ ବୁଧବାର ଦିନ ଏକ ବାଇକ ଦୁର୍ଘଟଣା ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡା ବ୍ଲକ ମୁଣ୍ଡୁଳା ଗ୍ରାମର ସନ୍ୟାସୀ ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ(40) ତାଙ୍କ ସାଙ୍ଗ ପ୍ରଦୀପ ଗୌଡ଼ଙ୍କ ସହ ନିଜ ବାଇକରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲ । ଭଉଣୀ ଘରେ ଭାର ଦେଇ ଫେରିବା ବେଳକୁ ଖଲ୍ଲିକୋଟ ବ୍ଲକର ପଥିରିନାଳ ବାଙ୍କରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲେ ।ସ୍ଥାନୀୟ ଲୋକଙ୍କ ସହାୟତାରେ ଖଲ୍ଲିକୋଟ ମେଡ଼ିକାଲକୁ ନେବା ପରେ ଡାକ୍ତର ରାଜୁକୁ ମୃତ ଘୋଷଣା କରିଥିଲେ ଏବଂ ପ୍ରଦୀପଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଭୁବନେଶ୍ବର : ବାତ୍ୟା ଆମ୍ପାନ୍ ମୁକାବିଲା ସମୟରେ ଭଦ୍ରକ ଜିଲ୍ଳା ପ୍ରଶାସନ ପକ୍ଷରୁ 60ଟି ପ୍ରସବ କରାଯାଇଛି । ସମସ୍ତ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଥିବା ବେଳେ ଦୁଇ ଦିନ ମଧ୍ୟରେ 218 ଜଣ ଗର୍ଭବତୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । 19 ତାରିଖ ଦିନ 177 ଜଣ ଏବଂ 20 ତାରିଖ ଦିନ 41 ଜଣଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମଙ୍ଗଳବାର ଦିନ 43ଟି ପ୍ରସବ କରାଯାଇଥିବା ବେଳେ 20 ତାରିଖ ଦିନ 17ଟି ପ୍ରସବ କରାଯାଇଥିଲା । ସମୁଦାୟ 60ଟି ପ୍ରସବ ମଧ୍ୟରୁ 6ଟି ସିଜରିଆନ୍ ପ୍ରସବ କରାଯାଇଥିବା ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
ଲକ୍ଷ୍ନୌ : ପୁଣି ଥରେ କଂଗ୍ରେସର ମିଛ ଧରାପଡିଛି । 1000 ବସ୍ ପ୍ରେରଣକୁ ନେଇ ମିଥ୍ୟା ଖବର କାରଣରୁ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ କୁମାର ଲାଲୁଙ୍କୁ ଗିରଫ କରାଯାଇଛି । ବୁଧବାର ଲାଲୁଙ୍କୁ ଜାମିନ ମିଳିବା ପରେ ପୁନର୍ବାର ଗିରଫ କରାଯାଇଛି । ଏଡି ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ତାଙ୍କର ବ୍ୟକ୍ତିଗତ ସଚିବ ସନ୍ଦୀପ ସିଂଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଲାଲୁଙ୍କୁ ଜାମିନ ମିଳିବା ପରେ ତାଙ୍କ ଲକ୍ଷ୍ନୌ ପୋଲିସ୍ ପକ୍ଷରୁ ପୁନର୍ବାର ଗିରଫ କରାଯାଇଛି । ଲାଲୁଙ୍କୁ 20 ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଜରିଆରେ ଜାମିନ ମିଳିଥିବା ବେଳେ ଆଗ୍ରାରେ ମଙ୍ଗଳବାର ସନ୍ଧ୍ୟାରେ ଦିଆଯାଇଥିବା ଧାରଣା କାରଣରୁ ଅଜୟ ଲାଲୁଙ୍କୁ ଗିରଫ କରାଯାଇଛି । (ଏଜେନ୍ସି)
ଶ୍ରୀନଗର : ପୁଣି ଶହୀଦ ହୋଇଛନ୍ତି ଦୁଇ ଭାରତୀୟ ଯବାନ । ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ଦୁଇ ଜଣ ଯବାନଙ୍କୁ ହତ୍ୟା କରିବା ସହିତ ରାଇଫଲ ନେଇ ଫେରାର ହୋଇଛନ୍ତି ଦୁଇ ଆତଙ୍କବାଦୀ । ଜମ୍ମୁ କାଶ୍ମୀରର ଗନ୍ଦେରବାଲ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ଦୁଇ ଆତଙ୍କୀ ଏକ ବାଇକ୍ ଯୋଗେ ଆସି ଯବାନଙ୍କ ଉପରକୁ ଗୁଳିଚଳାଇବା ସହିତ ରାଇଫଲ୍ ନେଇ ପଳାଇଥିଲେ । ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଏହି ଘଟଣା ପରେ ଶ୍ରୀନଗର ଏବଂ ଗନ୍ଦେରବାଲ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି କରାଯାଇଛି । (ଏଜେନ୍ସି)
ଭୁବନେଶ୍ବର : ଆସନ୍ତା 48 ଘଣ୍ଟା ମଧ୍ୟରେ ବାତ୍ୟା କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର ଓଡିଶା ଏବଂ ଉପକୂଳ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆସନ୍ତା 48 ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଆମ୍ପାନ ପରବର୍ତ୍ତୀ ପରସ୍ଥିତିର ମୁକାବିଲା ଜାରି ରହିଛି। ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପୁର୍ନବ୍ୟବସ୍ଥିତ ପ୍ରକ୍ରିୟା ଜାରି ରହିଛି। ପାରାଦୀପ-କଟକ ରାଜ୍ୟ ରାଜପଥକୁ ସଫା କରାଯାଇଥିବା ବେଳେ ପାରାଦୀପ, ଜଗତସିଂହପୁର, ଏରସମା ଏବଂ ବାଲିକୁଦାର ସମସ୍ତ ରାସ୍ତାରେ ପଡିଥିବା ଗଛ ଗୁଡିକୁ ସଫା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲା ମୁଖ୍ୟାଳୟ ଏବଂ ସମସ୍ତ ହସ୍ପିଟାଲରେ ବିଦ୍ୟୁତ୍ ବ୍ୟବସ୍ଥା ସଂରକ୍ଷିତ କରାଯାଇଥିବା ବେଳେ ରାତି 9ଟା ସୁଦ୍ଧା ସମସ୍ତ ଜିଲ୍ଲାରେ ବିଦ୍ୟୁତ୍ ବ୍ୟବସ୍ଥା ଫେରାଇ ଆଣିବାର ପ୍ରୟାସ କରାଯାଉଥିବା ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ସମସ୍ତ ରେଳପଥ ଏବଂ ରାସ୍ତାରେ ପଡିରହିଥିବା ଗଛ ଗୁଡିକ ସଫା କରାଯାଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଳାରୁ ଆଜି ଚିହ୍ନଟ ହୋଇଥିବା ୧୧ ଜଣ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଜାରି କରିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ। ନୂତନ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ପ୍ରବାସୀ ଓଡିଆ ହୋଇଥିବା ବେଳେ ଜଣେ ଜୀବିକା ମିଶନ କର୍ମୀ ରହିଛନ୍ତି। ଏହି ୧୦ ଜଣ ପ୍ରବାସୀ ଦୁଇଟି ପୃଥକ କ୍ବାରେଣ୍ଟିନ୍ ସେଣ୍ଟରରେ ଅବସ୍ଥାନ କରୁଥିଲେ। ଭବାନୀପାଟଣାର ଶଗଡା ସଙ୍ଗରୋଧ କେନ୍ଦ୍ରରେ ୪ ଜଣ ଏବଂ ଲାଞ୍ଜିଗଡ ବ୍ଲକ୍ ଅନ୍ତର୍ଗତ ବସନ୍ତପଡା ସଙ୍ଗରୋଧ କେନ୍ଦ୍ରରେ ଅନ୍ୟ ୬ ଜଣ ପ୍ରବାସୀ ଅବସ୍ଥାନ କରୁଥିଲେ। ଆକ୍ରାନ୍ତ ୧୦ ପ୍ରବାସୀଙ୍କ ମଧ୍ୟରୁ ୮ ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ଛତିଶଗଡ ଓ ଗୁଜରାଟରୁ ଜଣେ ଲେଖାଏଁ ପ୍ରବାସୀ ରହିଛନ୍ତି। ପ୍ରବାସୀଙ୍କ ବ୍ୟତିତ ଚିହ୍ନଟ ହୋଇଥିବା ଅନ୍ୟ ଜଣେ ଆକ୍ରାନ୍ତ ହେଉଛନ୍ତି ବସନ୍ତପଡା ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଜୀବିକା ମିଶନ କର୍ମୀ। ସମସ୍ତ ଆକ୍ରାନ୍ତ ୧୪ ତାରିଖ ଦିନ କଳାହାଣ୍ଡିକୁ ଫେରିଥିବା ନେଇ…
ଭୁବନେଶ୍ବର : ରାଜ୍ୟରେ ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୁଚନା ଦିଆଯାଇଛି। ୩୬ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ୨୩ ଜଣ, ଯାଜପୁରରୁ ୫, ମୟୂରଭଞ୍ଜରୁ ୩, ପୁରୀ ଓ ଭଦ୍ରକରୁ ୨ ଜଣ ଲେଖାଏ ଏବଂ ରାଉରକେଲାରୁ ଜଣେ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୪୩ରେ ପହଞ୍ଚିଛି। ଆଜି ସକାଳେ ରାଜ୍ୟରେ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହେବ ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ହୋଇଛି। ତେବେ ଆଜି ଅପରାହ୍ନରେ କଳାହାଣ୍ଡିରୁ ନୂତନ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ରହିଛି।
ନୂଆଦିଲ୍ଲୀ : ଚଳିତ ମାସ 25 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିମାନ ଉଡାଣ । ତେବେ କେବଳ ଘରୋଇ ବିମାନର ଉଡାଣ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ଏହି ସୂଚନା ଦେଇଛନ୍ତି । ସମସ୍ତ ବିମାନ ବନ୍ଦର ଏବଂ ବିମାନ ଚଳାଚଳ କମ୍ପାନୀକୁ 25 ତାରିଖରେ ଉଡାଣ ପାଇଁ ପ୍ରସ୍ତୁତ ରହିବା ପାଇଁ ଏହି ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ସେହିପରି ବିମାନ ଚଳାଚଳ ହେବା ସହିତ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ବକୁ ପ୍ରାଧାନ୍ୟ ଦିଆଯିବ । (ଏଜେନ୍ସି)
ଭୁବନେଶ୍ବର : ପଶ୍ଚିମବଙ୍ଗରେ ସାମୁଦ୍ରିକ ବାତ୍ୟା ଆମ୍ପାନ୍ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ 4 ଘଣ୍ଟା ଧରି ଚାଲିବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି । ସୁନ୍ଦରବନରେ ଏହା ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଇଛି । ଏହି ପ୍ରକିୟା ପ୍ରାୟ ସନ୍ଧ୍ୟା 6.30 ପର୍ଯ୍ୟନ୍ତ ଜାରି ରହିବ । ଲ୍ୟାଣ୍ଡଫଲର ପ୍ରାୟ 30 ମିନିଟ୍ ପର୍ଯ୍ୟନ୍ତ ଏହି ବାତ୍ୟା ବ୍ୟାପକ କ୍ଷତି ଘଟାଇବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି । ଏହି ବାତ୍ୟା ପ୍ରଭାବରେ ଉତ୍ତର ଓଡିଶା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାତି 9ଟା ସୁଦ୍ଧା ବାଲେଶ୍ବରରେ ବର୍ଷା କମିଯିବା ନେଇ ମଧ୍ୟ ପୂର୍ବାନୂମାନ ଲଗାଯାଇଛି ।
ନୂଆଦିଲୀ: ପରୀକ୍ଷା ଉପରୁ ଲକ୍ ଡାଉନ କଟକଣା ହଟାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଦଶମ, ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା କରିବାକୁ ରାଜ୍ୟକୁ କେନ୍ଦ୍ର ଚିଠି ଦେଇଛି। ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ ଗୃହ ସଚିବ। ତେବେ ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ମାନିବାକୁ ଏହି ଚିଠିରେ ଉଲ୍ଲେଖ ରହିଛି। କଣ୍ଟେନମେଣ୍ଟ ଜୋନରେ କୌଣସି ପରୀକ୍ଷା କେନ୍ଦ୍ର ହେବନି। ଶିକ୍ଷକ ଓ ଛାତ୍ର ଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଥର୍ମାଲ ସ୍କ୍ରିନିଙ୍ଗ ସହ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯିବା ନେଇ ନିର୍ଦ୍ଦେଶ ରହିଛି। ସେହିପରି ଘରୁ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣିବାକୁ ସ୍ଵତନ୍ତ୍ର ବସ ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି।
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରୁ ନୂତନ ୧୧ ପଜିଟିଭ ବାହାରିଥିବାର ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ। ଏଇ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ବାହାର ରାଜ୍ୟ ଫେରନ୍ତା ବୋଲି ସୂଚନା ରହିଛି। ୧୦ ଜଣ ମହାରାଷ୍ଟ୍ର, ଗୁଜୁରାଟ, ଛାତିଶଗଡରୁ ଫେରିଥିବା ବେଳେ ସମସ୍ତ ୧୦ ଜଣ କ୍ଵାରେଣ୍ଟିନରେ ଥିଲେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଅନ୍ୟ ଆକ୍ରାନ୍ତ ଜଣକ କ୍ଵାରେଣ୍ଟିନ କେନ୍ଦ୍ରର ଜଣେ ସୁପରଭାଇଜାର ବୋଲି ସୂଚନା ରହିଛି। ପୂର୍ବରୁ କଳାହାଣ୍ଡିରେ ୨ ଜଣ ପଜିଟିଭ ରହିଥିଲେ। ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବମୋଟ ୧୩ରେ ପହଞ୍ଚିଥିବା ବେଳେ ପୂର୍ବ ୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ଜିଲ୍ଲାରେ ୧୧ଟି ସକ୍ରିୟ ମାମଲା ରହିଛି। ସୂଚନା ଯୋଗ୍ୟ ଆଜି ସକାଳେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ। କଳାହାଣ୍ଡିର ନୂତନ ୧୧କୁ ମିଶାଇ ଆଜି ଗୋଟିଏ ଦିନରେ ଏପର୍ଯ୍ୟନ୍ତ ୮୫ ଜଣ…
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ, ପାରାଦ୍ୱୀପଠାରୁ ଦୂରେଇ ଯାଉଥିବା ବେଳେ ବର୍ତ୍ତମାନ ପଶ୍ଚିମବଙ୍ଗ ଆଡକୁ ଗତି କରୁଥିବାବେଳେ ଓଡିଶାର ଅନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହା ଏବେ ଦକ୍ଷିଣରୁ ଉତ୍ତର ଆଡକୁ ଗତି କରୁଛି। ଏହି ହିସାବରେ ଏବେ ପାରାଦୀପ ଧୀରେ ଧୀରେ ପବନ କମୁଛି । ବାତ୍ୟା ଆମ୍ଫାନ ସ୍ଥିତି ନେଇ ଆଇ ଏମଡ଼ି ପକ୍ଷରୁ ତାଜା ସୂଚନା ଅନୁସାରେ ଏବେ ପାରାଦୀପରେ ପବନ କମି ଭଦ୍ରକ ଓ ବାଲେଶ୍ଵରରେ କ୍ରମେ ବଢୁଛି। ପାରାଦୀପରେ ସର୍ବାଧିକ 106 କିମି ପବନ ରେକର୍ଡ କରାଯାଇଛି। ଏବେ ପାରାଦୀପରେ ପବନ ବେଗ କମି 81 କିମି ରହିଥିବା ସୂଚନା ରହିଛି। ବାଲେଶ୍ଵରରେ ପବନ ବେଗ 100ରୁ 125 ଯାଏ ଛୁଇଁବ। ପାରାଦୀପରେ ପବନ କମି ଭଦ୍ରକ ଓ ବାଲେଶ୍ଵରରେ କ୍ରମେ ବଢୁଛି। ପାରାଦୀପରେ ସର୍ବାଧିକ 106 କିମି ପବନ ରେକର୍ଡ କରାଯାଇଛି।…
ପାରାଦ୍ବୀପ, ଅମ୍ଫାନ ପ୍ରଭାବ ବର୍ତ୍ତମାନ ଓଡିଶାର ବିଭିନ୍ନ ଜିଲ୍ଲାରେ ପରିଲକ୍ଷିତ ହେବାରେ ଲାଗିଛି। ବିଶେଷ କରି ପାରାଦ୍ବୀପରେ ଏହାର ପ୍ରଭାବ ବେଶୀ ଦେଖାଯାଇଛି। ରେଳ ବିଭାଗର ପାରାଦ୍ବୀପରେ ଥିବା ୱାଗନ ମେଣ୍ଟନାସ୍
ଗୁଜୁରାଟ: ଗୁଜୁରାଟର ବଡନଗର ର ମଇଲିପୁରି ଠାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନା କୁ ଆସିଛି। ଏଠାରେ ଜଣେ କରୋନା ଆକ୍ରାନ୍ତ ମହିଳା ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏହି ଯମଜ ସନ୍ତାନ ମାନଙ୍କ ମଧ୍ୟରେ ଜଣଙ୍କ ଠାରେ କରୋନା ପଜିଟିଭ ରହିଥିବା ବେଳେ ଆଉ ଜଣଙ୍କ ଠାରେ କାରୋନା ନେଗେଟିଭ ରହିଛି। ସମ୍ପୃକ୍ତ ୩୦ ବର୍ଷୀୟା ମହିଳା ଜନ୍ମ ଦେଇଥିବା ଯମଜ ସନ୍ତାନଙ୍କ ମଧ୍ୟରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି। ଯେଉଁଥିରେ ନବଜାତ ପୁତ୍ରଙ୍କ ଠାରେ କରୋନା ପଜିଟିଭ ମିଳିଥିବା ବେଳେ କନ୍ୟା ସନ୍ତାନଟି କରୋନା ନେଗେଟିଭ ରହିଛି। ଗୁଜୁରାଟରେ ଏହିଭଳି ମାମଲା ପ୍ରଥମ ହୋଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତେବେ ଏହି ରିପୋର୍ଟ ସନ୍ଦେହ ଯୁକ୍ତ ରହିଥିବା ହେତୁ ଆଉଥରେ ନବଜାତକଙ୍କ ନମୁନା ସଂଗ୍ରହ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ଦ୍ଵିତୀୟ ସର୍ବାଧିକ କରୋନା ସଂକ୍ରମିତ…
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶରେ ଲକ ଡାଉନ ଜାରି ରହିଥିବା ସତ୍ତ୍ୱେ ଦେଶରେ କରୋନା ସଂଖ୍ୟା କମିବାର ନା ଧରୁନାହିଁ। ଦେଶରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୩ ହଜାର ୩୦୩କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ମାରାତ୍ମକ କରୋନା ଯୋଗୁଁ ଏବେ ସୁଦ୍ଧା ଦେଶରେ ୧ ଲକ୍ଷ ୬ ହଜାର ୭୫୯ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬୧ ହଜାର ୧୪୯ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୪୨ ହଜାର ୨୯୭ ଜଣ। ବିଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୬୧୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୪୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି। ଭାରତରେ ଗୋଟିଏ ଦିନରେ ଏହା ସର୍ବାଧିକ ଆକ୍ରାନ୍ତ। ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ ୩୭ ହଜାର ୧୩୬ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୧୩୨୫ ଜଣକର…
ଭୁବନେଶ୍ବର: ରାଜ୍ୟରେ ଆଉ 74 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ 74 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧରୁ ସର୍ବାଧିକ 28, ଗଞ୍ଜାମରୁ 6, ଖୋର୍ଦ୍ଧାରୁ 7, ପୁରୀ ରୁ 11, କଟକ ରୁ 9, ଯାଜପୁରରୁ 6, କେନ୍ଦ୍ରପଡା ରୁ 2, ମାଲକାନଗିରି ରୁ 2, ବାଲେସୋର ରୁ 1, ଢେଙ୍କାନାଳ ରୁ 1 ଓ କନ୍ଧମାଳରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତ କୁ ମିଶାଇ ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1052କୁ ବୃଦ୍ଧି ହୋଇଛି। ରାଜ୍ୟ ରେ ଆକ୍ଟିଭ୍ କେସ୍ 739 ରହିଥିବା ବେଳେ 307 ଜଣ ସୁସ୍ଥ ହୋଇଛନ୍ତି। ସେହିପରି 6 ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି,। ଆଜି ମାଲକାନଗିରି ଜିଲ୍ଲାକୁ ଛୁଇଁଛି କରୋନା ।
ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ଯୋଗୁ ଆଉ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ଖୋର୍ଦ୍ଧାର ହୋଇଥିବା ବେଳେ ତାଙ୍କ ବୟସ ୭୦ ବର୍ଷ ବୋଲି ଜଣା ପଡିଛି। ଏବେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି ହୋଇଛି। ଗତକାଲି କଟକ ରୁ ଜଣକ ର ମୃତ୍ୟୁ ହୋଇଥିବା ବେଳେ ଆଜି ଖୋର୍ଦ୍ଧାରୁ ଜଣକର ମୃତ୍ୟୁ ହୋଇଛି। ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲା ରୁ ୭ ଜଣ ନୂତନ ପୋଜିଟିଭ ଜଣା ପଡିଛନ୍ତି। ଏବେ ରାଜ୍ୟରେ ସର୍ବମୋଟ ଆକ୍ରାନ୍ତ ସଂଖ୍ୟା ୧୦୫୨ କୁ ବୃଦ୍ଧି ହୋଇଛି।
ଭୁବନେଶ୍ବର, ଗତକାଲି ରାତିରୁ ଓଡିଶାର ଉପକୂଳ ଜିଲ୍ଲାରେ ଅମ୍ପାନ ବାତ୍ୟାର ତାଣ୍ଡବ ଲୀଳା ଆରମ୍ଭ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତାଘାଟ ବନ୍ଦ ହୋଇ ଯାଇଥିବା ବେଳେ କେଉଁଠି ଚାଳ ଛପର ଘର ଉଡିଯାଇଛି। ଗତକାଲି ରାତି 12ଟାରୁ ଧିରେ ଧିରେ ଅମ୍ଫାନର ପ୍ରକୋପ ବଢିବାରେ ଲାଗିଛି। ଆଜି ସକାଳୁ ପବନର ବେଗ ବଢିବା ସହିତ ପ୍ରବଳ ବର୍ଷା ମଧ୍ୟ ହେବାରେ ଲାଗିଛି। ପ୍ରବଳ ବର୍ଷା ଓ ପବନ ସତ୍ବେ ବିଭିନ୍ନ ସ୍ଥାନରେ ମୁତୟନ ଥିବା ସୁରକ୍ଷା ବାହିନୀ ରାସ୍ତା ସଫା କରିବାରେ ଲାଗି ପଡିଛନ୍ତି। ଏନଡିଆରଏଫ, ଅଗ୍ନଶମ, ଓଡିଆରଏଫ ବାହିନୀ ବିଭିନ୍ନ ଉପକରଣ ସହ ରାସ୍ତାଘାଟ ବୁଲିବୁଲି ସାଧାରଣ ଯାତାୟାତ ପ୍ରଭାବିତ ନ ହେବା ପାଇଁ କାର୍ଯ୍ୟ କରୁଛନ୍ତି। ପ୍ରାଥମିକ ଆକଳନ ଅନୁସାରେ ରାଜ୍ୟର 4ଟି ଜିଲ୍ଲାରେ ବର୍ତ୍ତମାନ ଏହାର ପ୍ରକୋପ ବଢିଛି। ସେଗୁଡିକ ହେଲା ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଏବଂ କେନ୍ଦ୍ରପଡା। ଏହି ଜିଲ୍ଲାରେ ବିଶେଷ କ୍ଷତି…

