Author: Samikhsya Bureau

କେଦାର ମିଶ୍ର କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବା ସମୟରେ ଗୁଜୁରାଟ ଭୂମିକମ୍ପ ର ଉଦାହରଣ ଦେଇ ସେଥିରୁ କେମିତି ପୁଣି ଥରେ ଗୋଟେ ରାଜ୍ୟ କେମିତି  ଉପରକୁ ଉଠିଥିଲା, ସେକଥା କହୁଥିଲେ। ସେତେବେଳେ ଆମର ମନେ ପଡ଼ିଲା, ଓଡ଼ିଆ ଭାବରେ ଆମେ ପ୍ରକୃତିର ଯେଉଁ ଭୟାନକ ତାଡ଼ନା ୧୯୯୯ ମହବାତ୍ୟା ସମୟରେ ଦେଖିଥିଲୁ, ତାହାର କଳ୍ପନା ମାତ୍ରେ ଛାତି ଥରି ଉଠିବ। ପୂରା ଉପକୂଳ ଓଡିଶା ମହାବାତ୍ୟା ରେ ମହାଶ୍ମଶାନ ପାଲଟି ଯାଇଥିଲା। ଧ୍ବଂସ ଓ ବିଭୀଷିକା ର ସେ ବାସ୍ତବତା ରୁ ଓଡ଼ିଆ ଜାତି ପୁଣିଥରେ ଠିଆ ହୋଇଛି। ସେ ଲଢ଼େଇ ଆମକୁ ଅନେକ କଥା ଶିଖିବାର ସୁଯୋଗ ଦେଇଥିଲା। ଗତ ୨୦ ବର୍ଷରେ ଓଡ଼ିଶାର ସବୁଠାରୁ ବଡ଼ ଉପଲବ୍ଧି ହେଉଛି, ଆମେ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ଲାଗି ନିଜକୁ ପ୍ରସ୍ତୁତ କରି ପାରିଛୁ। ବିପର୍ଯ୍ୟୟ ପରିଚାଳନା…

Read More

ଭୁବନେଶ୍ବର : ବାତ୍ୟା ଆମ୍ଫାନ ପ୍ରଭାବ ରେ ଭୁବେନଶ୍ବରରେ ରାତି ତମାମ ପବନ ଓ ଝିପିଝିପି ବର୍ଷା  ଲାଗିରହିଛି।  ରାତି ସାରା ଏହି ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇଛି। ଏବେ ଭୁବନେଶ୍ଵର ରେ ୫୫ ରୁ ୬୫ କିମି ବେଗ ରେ ପବନ ବହୁଥିବାର ସୂଚନା ରହିଛି। ସେହିପରି ଭଦ୍ରକ ଧାମରା ରେ ଆମ୍ଫାନର ପ୍ରଭାବ ଅନୁଭୂତ ହୋଇଛି। ସେଠାରେ ପ୍ରବଳ ବର୍ଷା   ସାଙ୍ଗକୁ ବର୍ଷା ମଧ୍ୟ ହେଉଛି। ପବନ ଯୋଗୁଁ ବଡ ବଡ ନଡିଆ ଗଛ ଖ୍ୟାତିଗ୍ରସ୍ତ ହେବାସହ  ଜନଜୀବନ ଠପ ହୋଇଛି। ବିଭିନ୍ନ ସ୍ଥାନ ରେ ଉଦ୍ଧାର କାର୍ଯ୍ୟରେ ଏନଡ଼ିଆରଏଫ ଟିମ ପ୍ରସ୍ତୁତ ରହିଛନ୍ତି।

Read More

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ, ପାରାଦୀପଠାରୁ ଆଉ ୧୨୫ କିମି ଦୂରରେ ରହିଛି । ପଶ୍ଚିମବଙ୍ଗ ଦିଘାଠାରୁ  ୨୪୦ କିମି ଓ ବାଂଲାଦେଶ ଠାରୁ ଏହା ୩୯୫ କିମି ଦୂରରେ ରହିଛି ଆମ୍ଫାନ।  ଗତ ୬ ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ୧୪ କିମି ବେଗରେ ଗତି କରୁଛି। ବାତ୍ୟା ଆମ୍ଫାନ ସ୍ଥିତି ନେଇ ଆଇ ଏମଡ଼ି ପକ୍ଷରୁ ତାଜା ସୂଚନା ଦେଇଛି।  ଆମ୍ଫାନ କୁ ନେଇ ସକାଳ ୭ଟା ସୁଦ୍ଧା  ଆଇଏମଡ଼ି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି  ଯେ – ପୂର୍ବ ଆକଳନ ଅନୁସାରେ ଆମ୍ଫାନ ଠିକଠାକ ଗତି କରୁଛି।  ଆମ୍ଫାନ ଦିଗ ବଦଳାଇ ନଥିବା ବେଳେ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଉପକୂଳ ଓଡିଶା ରେ ୬ ଘଣ୍ଟା ଅର୍ଥାତ ଦିନ ୧ଟା ଯାଏଁ ବର୍ଷ ପବନ ଲାଗି ରହିବ ବୋଲି ସୂଚନା ଦେଇଛନ୍ତି ଆଇଏମଡ଼ି ଡ଼ିଜି। ଏହି ସମୟରେ ବାଲେସୋରେ ଜିଲ୍ଲାରେ…

Read More

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ, ପାରାଦୀପଠାରୁ ଆଉ ୧୮୦ କିମି ଦୂରରେ ଥିବା ନେଇ ସୂଚନା ଦେଇଛନ୍ତି ଏସଆରସି । ଗତ ୬ ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ୧୧ କିମି ବେଗରେ ଗତି କରୁଛି, ଦୀଘାଠୁ ୩୨୦ ଓ ବାଂଲାଦେଶଠୁ ୪୮୦ କିମି ଦୂରରେ ରହିଛି ବାତ୍ୟା ଆମ୍ଫାନ । ତେବେ ପୂର୍ବ ନିର୍ଦ୍ଧାରିତ ସମୟନୁସାରେ ଏହା ଆଜି ସଂଧ୍ୟାରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିପାରେ, ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୦-୧୮୦ କିମି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବାତ୍ୟା ଆମ୍ଫାନର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ଟି ଜିଲ୍ଲାରୁ ମୋଟ ୧ ଲକ୍ଷ ୬ ହଜାର ୪୭୬ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ରାଜ୍ୟ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ପାରାଦ୍ୱୀପଠାରୁ ଆହୁରି ୧୮୦ କିମି ଦୂରରେ…

Read More

ବାଲେଶ୍ବର, ବାତ୍ୟା ଅମ୍ପାନର ପ୍ରକୋପ ସମୁଦ୍ର କୂଳିଆ ଗ୍ରାମଗୁଡିକରେ ପ୍ରଭାବ ପଡିବ। ସେଥିପାଇଁ ବାଲେଶ୍ବର ଜିଲ୍ଲାର ପ୍ରଶାସନ ପୋଲିସ ସହାୟତାରେ ସମୁଦ୍ରକୂଳିଆ ସ୍ଥାନଗୁଡିକରୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି। ଯେଉଁ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ସେଗୁଡିକ ହେଲା ସୋର, ଭୋଗରାଇ, କାସଫଲ ଅଞ୍ଚଳ।

Read More

ନ୍ୟୁୟର୍କ : ଯୁକ୍ତରାଷ୍ଟ ଆମେରିକାରେ କରୋନା ଲକ୍‌ଡାଉନ୍‌ କୋହଳ ହେବା ପରେ ଲକ୍ଷପତି ହୋଇଛନ୍ତି ଜଣେ ସେଲୁନ୍‌ ଦୋକାନୀ । କଲରାଡୋର ଏକ ସେଲୁନ୍‌ରେ ଷ୍ଟାଇଲିଷ୍ଟ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ଲକ୍ଷପତି ହୋଇଛନ୍ତି । ଏହି ଷ୍ଟାଇଲିଷ୍ଟଙ୍କ ନାମ ଇଲିସିଆ ନୋଭୋଟ୍‌ନି । ଦିନ 1ଟା ସମୟରେ ଜଣେ ଗ୍ରାହକୁ ନିଜର ଚୁଟି କାଟିବା ସହିତ ଷ୍ଟାଇଲିଷ୍ଟଙ୍କୁ 2500 ଡଲାରର ଟିପ୍‌ ପ୍ରଦାନ କରିଥିଲେ । ଏହା ସହିତ ମ୍ୟାନେଜର ଏବଂ ରିସେପ୍ସନିଷ୍ଟଙ୍କୁ ଯଥାକ୍ରମେ 1000 ଏବଂ 500 ଡଲାରର ଟିପ୍‌ ପ୍ରଦାନ କରିଥିଲେ । ଷ୍ଟାଇଲିଷ୍ଟଙ୍କୁ ପ୍ରଦାନ କରାଯାଇଥିବା ଅର୍ଥର ପରିମାଣ ଭାରତୀୟ ମୁଦ୍ରାରେ ପ୍ରାୟ 1 ଲକ୍ଷ 89 ହଜାର ଟଙ୍କା ହେବ । ଏହି ଘଟଣା ପରେ ଷ୍ଟାଇଲିଷ୍ଟ ଜଣକ ଗ୍ରାହକଙ୍କୁ ଧନ୍ୟବାଦ ଜଣାଇବା ସହିତ ବିଲ୍‌ଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

Read More

ବବ୍‌ଲୁ ସାହୁ କଳାହାଣ୍ଡି : ଲକ୍‌ଡାଉନ୍‌ କାରଣରୁ ନିଜର ଜୀବନ ଜୀବିକା ହରାଇ ରାଜ୍ୟକୁ ଫେରୁଛନ୍ତି ଲକ୍ଷାଧିକ ଶ୍ରମିକ । ଅନେକ ଶ୍ରମିକ ଖାଲିପାଦରେ ଚାଲି ଚାଲି ରାସ୍ତା ଅତିକ୍ରମ କରୁଥିବା ବେଳେ କିଛି ଶ୍ରମିକ ବସ୍‌ ଏବଂ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀଙ୍କୁ ଫେରାଇ ଆଣିବାର ଉଦ୍ୟମ କରାଯାଉଥିଲେ ମଧ୍ୟ ଏହା ଯଥେଷ୍ଟ ହେଉନାହିଁ । ଏପରି ଏକ ସମୟରେ ଚାଲିଚାଲି ଯାଉଥିବା ଶ୍ରମିକଙ୍କ ସହାୟତା କରିଛନ୍ତି କେସିଙ୍ଗାର ଜନୈକ ପୋଲିସ୍‌ ଅଧିକାରୀ । ନିକଟରେ କର୍ଲାମୁଣ୍ଡା ବ୍ଲକ୍‌ର 16 ଜଣ ପ୍ରବାସୀ ଓଡିଆ ବ୍ୟକ୍ତିଗତ ଖର୍ଚ୍ଚରେ ମହାରାଷ୍ଟ୍ରର ଗୋରେଗାଓଁରୁ ଓଡିଶା ଫେରିଥିଲେ । ତେବେ ବସ୍‌ଟିକୁ ଟିଟିଲାଗଡ ପର୍ଯ୍ୟନ୍ତ ଆସିବାକୁ ଅନୁମତି ମିଳିଥିଲା । ଟିଟିଲାଗଡରୁ ଓହ୍ଲାଇବା ପରେ ଶ୍ରମିକ ମାନେ ଚାଲିଚାଲି ଯାଉଥିଲେ । ଟିଟିଲାଗଡ ପୋଲିସ୍‌ ପକ୍ଷରୁ କୌଣସି ସହାୟତା କରାଯାଇନଥିବା ବେଳେ କେସିଙ୍ଗାର ପଲମ ଫାଣ୍ଡି ଅଧିକାରୀ ଅସିତ…

Read More

ମୁମ୍ବାଇ : ଟିକ୍‌ଟକ୍‌ ୟୁଟ୍ୟୁବ୍‌ ଲଢେଇ ଏକ ଅଲଗା ସ୍ତରରେ ପହଞ୍ଚିଛି । ପୂର୍ବରୁ ୟୁଟ୍ୟୁବର କ୍ୟାରୀ ମିନାଟିଙ୍କ ରୋଷ୍ଟିଂ ଭିଡିଓ ୟୁଟ୍ୟୁବ୍‌ରୁ ହଟାଯାଇଥିବା ବେଳେ ଆଜି ଫୈଜଲ ସିଦ୍ଦିକିଙ୍କ ଟିକ୍‌ଟକ୍‌ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଛି । ଏସିଡ୍‌ ଆକ୍ରମଣକୁ ନେଇ କରାଯାଇଥିବା ଭିଡିଓ କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫୈଜଲଙ୍କର ପ୍ରାୟ13 ମିଲିୟନ୍‌ ଫଲୋଅର ରହିଛନ୍ତି । ପୂର୍ବରୁ ଫୈଜଲଙ୍କ ଭାଇ ତଥା ଟିକ୍‌ଟକର୍‌ ଆମିର ସିଦ୍ଦିକିଙ୍କୁ ଏକ ଭିଡିଓରେ ରୋଷ୍ଟ କରିଥିଲେ କ୍ୟାରୀ । ଏହି ଭିଡିଓଟି ନନ୍‌ ମ୍ୟୁଜିକାଲ୍‌ ବର୍ଗରେ ସବୁଠାରୁ ଅଧିକ ଲୋକ ଦେଖିଥିବା ବେଳେ ଆପତ୍ତି ଜନକ ଶବ୍ଦ ବ୍ୟବହାର କାରଣରୁ ୟୁଟ୍ୟୁବ୍‌ ପକ୍ଷରୁ ଏହି ଭିଡିଓଟିକୁ ହଟାଯାଇଥିଲା । ଏହାପରେ କ୍ୟାରୀଙ୍କ ସମର୍ଥକଙ୍କ ରୋଷର ଶିକାର ହୋଇଥିଲା ଟିକ୍‌ଟକ୍‌ । ପ୍ଲେ ଷ୍ଟୋରରେ ଟିକ୍‌ଟକ୍‌ର ରେଟିଂ 4.5ରୁ 2କୁ ଖସି ଆସିଥିଲା ।

Read More

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଆମ୍ପାନ୍‌ର ପରବର୍ତ୍ତୀ ସମୟରେ ସମସ୍ତ ବ୍ୟାଙ୍କ ଗୁଡିକରେ ପର୍ଯ୍ୟାପ୍ତ ଟଙ୍କା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଅର୍ଥ ପଠାଯାଇଥିବା ବେଳେ ଲୋକ ଯେପରି ପଇସା ଉଠାଇବାରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଭିନ୍ନ ବ୍ୟାଙ୍କ ଶାଖା, ଏଟିଏମ୍‌, ସିଏସ୍‌ ପିଏସ୍‌ ଏବଂ ବିସିଏସ୍‌ ଗୁଡିକରେ ପର୍ଯ୍ୟାପ୍ତ ଅର୍ଥ ମହଜୁଦ ରଖିବା ସହିତ ପାଓ୍ବାର ବ୍ୟାକପ୍‌ ଏବଂ ନିରବଛିନ୍ନ ଇଣ୍ଟରନେଟ ସେବା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥବିଭାଗର ପ୍ରମୁଖ ଶାସନ ସଚିବଙ୍କ ପକ୍ଷରୁ ଏନେଇ ରିଜର୍ଭ ବ୍ୟାଙ୍କ ଜିଏମ୍‌ ଏବଂ ୟୁକୋ ବ୍ୟାଙ୍କ ସମେତ ଅନ୍ୟାନ୍ୟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଦାବି କରିଛନ୍ତି । ଶ୍ରୀ ପଣ୍ଡାଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧି ଦଳ ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ସହ ଆଲୋଚନା କରିଥିଲେ । ନୂଆପଡା ଜିଲ୍ଲାର ପ୍ରାୟ ୬୦ହଜାର ଶ୍ରମିକ ନୂଆପଡ ଫେରିବାକୁ ପଂଜୀକରଣ କରିଥିବା ବେଳେ ମାତ୍ର ୫ ହଜାର ଶ୍ରମିକ ଅଦ୍ୟାବଧି ଫେରିଛନ୍ତି । ସ୍ବତନ୍ତ୍ର ଟ୍ରେନ୍‌ ଜରିଆରେ ପ୍ରବାସୀ ଫେରୁଥିବା ବେଳେ ଜିଲ୍ଲାର ବଳକା ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ନିକଟରେ ଦାବି କରିଛନ୍ତି ସାଂସଦ । ଆଗକୁ ଖରିଫ ଚାଷ ଆରମ୍ଭ ହେବାକୁ ଥିବା ବେଳେ ବିଭିନ୍ନ କାରଣ ନେଇ ଯେଉଁ ଯାତ୍ରୀ ମାନେ ବାହାରକୁ ଯାଇଥିଲେ ସେମାନେ ମଧ୍ୟ ଲକଡାଉନ ସ୍ଥିତିରେ ଏଯାବତ ଫେରିପାରିନାହାନ୍ତି । ସେମାନଙ୍କ ବ୍ୟତୀତ ଛାତ୍ରଛାତ୍ରୀ ମାନେ…

Read More

ଭୁବନେଶ୍ବରେ, ଦୀର୍ଘଦିନ ଧରି ଚୁପ ଥିବା ବିଏମସି ଆଜି ପୁଣି ତତ୍ପର ହୋଇ ଉଠିଛି। ତତ୍ପର ହେବାର କାରଣ ହେଉଛି ଯେ, ଏହି ଦୋକାନଗୁଡିକ ସାମାଜିକ ଦୂରତା ରଖି ବ୍ୟବସାୟ କରୁ ନାହାଁନ୍ତି। ସେଥିପଇଁ ବିଏମସି ଆଜି ଭୁବନେଶ୍ବରର ରାଜମହଲ ଛକରୁ ଏଜି ଛକ ମଧ୍ୟରେ ଥିବା ଉଠା ଦୋକାନଗୁଡିକ ଉଚ୍ଛେଦ କରିଛି।

Read More

ଭୁବନେଶ୍ବର : ଆମ୍ପାନ ଦ୍ବାରା ରାଜ୍ୟର ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କରେ ମୁକାବିଲା ନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । ବିଭିନ୍ନ ଜିଲ୍ଲାକୁ 15ଟି ଏନ୍‌ଡିଆର୍‌ଏଫ୍‌ ଏବଂ 16ଟି ଓଡ୍ରାଫ୍‌ ଟିମ୍‌ ପଠାଯାଇଥିବା ବେଳେ 217ଟି ଅଗ୍ନିଶମ ଟିମ୍‌କୁ ପଠାଯାଇଛି । ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଥିବା ଲୋକମାନଙ୍କର ସ୍ଥାନାନ୍ତରଣ ଜାରି ରହିଛି । ମଧ୍ୟରାତ୍ରରୁ ପବନର ବେଗ ବଢିବାର ସମ୍ଭାବନା ରହିଥିବାରୁ ଲୋକମାନଙ୍କୁ ଏହାପୂର୍ବରୁ ସ୍ଥାନାନ୍ତର କରାଯିବ । ଦିନ 3ଟା ସୁଦ୍ଧା 35 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ବିଦ୍ୟୁତ୍‌ ସେବା ଏବଂ ପାନୀୟ ଜଳକୁ ନିରବଛିନ୍ନ ଭାବରେ ଜାରି ରଖିବା ପାଇଁ ପ୍ରଚେଷ୍ଟା ଜାରି ରହିଥିବା ବେଳେ ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଜିଲ୍ଲାରେ ପହଞ୍ଚିଥିବା ନେଇ ଏସ୍‌ଆରସି କହିଛନ୍ତି । ସେହିପରି ବାତ୍ୟା ଆଶ୍ରୟସ୍ଥଳରେ ସାମାଜିକ ଦୂରତ୍ବକୁ ମାନିବା ପାଇଁ ଏସ୍‌ଆରସି ନିବେଦନ କରିଛନ୍ତି । ବାତ୍ୟା…

Read More

ଭୁବନେଶ୍ବର : କରୋନା ପ୍ରଭାବରେ ଦେଶବ୍ୟାପୀ ଲୋକ ପ୍ରଭାବିତ ହୋଇଥିବା ବେଳେ ଏହା ଦ୍ବାରା ପ୍ରଭାବିତ ଲୋକଙ୍କ ଶିକ୍ଷା ଖର୍ଚ୍ଚ ସରକାର ଭରଣା କରିବା ପାଇଁ ଏଆଇଏସଏଫ୍‌ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରସଙ୍ଗରେ ଆଜି ଭୁବନେଶ୍ବରରେ ଏକ ପ୍ରଦର୍ଶନ କରାଯାଇଛି । ବିବେକ କୃଷ୍ଣାଙ୍କ ନେତୃତ୍ବରେ ଏଆଇଏସଏଫ୍‌ କର୍ମୀ ମାନେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର କରୋନା ପ୍ରଭାବିତ ପରିବାରର ଶିକ୍ଷା ଖର୍ଚ୍ଚ ବହନ କରିବା ସହିତ ଆସନ୍ତା ଶିକ୍ଷାବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରଣୟନ କରିବାର ଦାବି କରାଯାଇଥିଲା । ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ଓ ଅଧ୍ୟାପକ ପଦବୀ ପୂରଣ କରିବା ସହିତ ତୁରନ୍ତ ସ୍ଥାୟୀ ନିଯୁକ୍ତି ଏବଂ କ୍ୟାମ୍ପସରେ ମାଗଣା ଓ୍ବାଇଫାଇ ସେବା ଯୋଗାଇ ଦେବା ପାଇଁ ଦାବି କରାଯାଇଥିଲା । ବର୍ତ୍ତମାନ ବାକି ରହିଥିବା ପରୀକ୍ଷାକୁ ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ ସରକାର ଆସନ୍ତା ବର୍ଷ ପାଇଁ ଯୋଜନା…

Read More

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଆମ୍ପାନ୍‌ରେ ପ୍ରଭାବିତ ହେବ ନାହିଁ ମୋବାଇଲ୍‌ ସେବା । ଏନେଇ ରାଜ୍ୟର ସମସ୍ତ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ସହ ସରକାରଙ୍କ ଆଲୋଚନା ହୋଇଛି । ଡିଜି ସହିତ ସମସ୍ତ କମ୍ପାନୀ ପ୍ରସ୍ତୁତ ଅଛନ୍ତି । ଏପରିକି ଗୋଟିଏ ବି ଟାଓ୍ବାର କାର୍ଯ୍ୟକ୍ଷମ ଥିଲେ ଅନ୍ୟ ସମସ୍ତ ଉପଭୋକ୍ତା ମୋବାଇଲ ସେବାର ଲାଭ ଉଠାଇ ପାରିବେ । ଓଡିଶାର ସମସ୍ତ କମ୍ପାନୀ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସାମୁଦ୍ରିକ ବାତ୍ୟା ଆମ୍ଫାନ କ୍ରମଶଃ ଦୁର୍ବଳ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ପଡିବାର ସମ୍ଭାବନା ନଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ବାତ୍ୟାଟି ପାରାଦ୍ବୀପ ଠାରୁ 420 କିମି ଦୂରରେ ରହିଥିବା ବେଳେ ଘଣ୍ଟାପ୍ରତି ଏହାର ବେଗ 15 କିମି ରହିଛି ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକରେ ରବିଧାନ ସଂଗ୍ରହ ପାଇଁ ମେ ମାସ ୧୦ ତାରିଖ ଠାରୁ ମଣ୍ଡି ଆରମ୍ଭ କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ଚିରାଚରିତ ଶୈଳୀରେ ଅଦ୍ୟାବଧି ମଣ୍ଡି ଖୋଲାଯାଇ ପାରିନାହିଁ । କେବଳ ଲୋକ ଦେଖାଣିଆ ଭାବରେ ନର୍ଲା ବ୍ଲକ ଭାନପୁରରେ ୧୧ ତାରିଖ ଦିନ, ୧୨ ତାରିଖ ଦିନ ଜୁନାଗଡ ବ୍ଲକ ନାନ୍ଦୋଳରେ ଏବଂ ୧୪ ତାରିଖ ଦିନ ନର୍ଲା ବ୍ଲକ ସିକେରକୁପା ଠାରେ ମଣ୍ଡି ଆରମ୍ଭ କରାଯାଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଜୁନାଗଡ ବ୍ଲକ ଅଂଚଳରେ ଶହ ଶହ ଚାଷୀଙ୍କ ପଂଜୀକରଣ ଅନୁସାରେ ଅନଲାଇନ ଟୋକନ ଇସ୍ୟୁ ହୋଇଥିବା ବେଳେ ଅନେକ ଚାଷୀଙ୍କ ଧାନ ଅମଳ ହୋଇ ଖରାରେ ଶୁଖାଇ ବିକ୍ରି ଯୋଗ୍ୟ ହୋଇଛି । ତଥାପି ସେସବୁ ଅଂଚଳରେ ମଣ୍ଡି ଖୋଲା ଯାଇନଥିବା ହେତୁ ଚାଷୀ ଅଯଥା ହଇରାଣ ହରକତ ହେଉଛନ୍ତି । ଏହା ସହିତ ଆମ୍ପାନ ସାମୁଦ୍ରିକ…

Read More

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ସୁରକ୍ଷା ବଳ ଅଧିକାରୀଙ୍କୁ ମିଳିଛି ବଡ ସଫଳତା । ହିଜବୁଲ୍‌ କମାଣ୍ଡରଙ୍କ ସମେତ ଦୁଇ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଶ୍ରୀନଗରର ନଓ୍ବାକଡାଲ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । ଏହି ଏନ୍‌କାଉଣ୍ଟରେ ନିହତ ଦୁଇ ଆତଙ୍କୀଙ୍କ ମଧ୍ୟରୁ ଜଣକୁ ଜୁନୈଦ୍‌ ଶେହାରୀ ବୋଲି ଚିହ୍ନଟ କରାଯାଇଛି । ଜୁନୈଦ୍‌ ବିଛିନ୍ନତାବାଦୀ ନେତା ତଥା ତେହରିକ୍‌ ଏ ହୁରିୟାତ୍‌ର ମୁଖ୍ୟ ଅଶ୍ରଫ୍‌ ଶେହାରୀର ପୁଅ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ପୋଲିସ୍‌ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି । ପୂର୍ବରୁ ଜୁନୈଦ ନାମରେ ଏକାଧିକ ମାମଲା ରହିଥିବା ନେଇ ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ ପ୍ରକାଶ କରିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ର ଅବଧି ମେ 31 ପର୍ଯ୍ୟନ୍ତ ବଢାଇ ଥିବା ବେଳେ ଆର୍‌ବିଆଇ ପକ୍ଷରୁ ମୋରାଟୋରିୟମ୍‌(ଲୋନ୍‌ ପରିଶୋଧ) ଅବଧି ବୃଦ୍ଧି କରାଯିବାର ସମ୍ଭାବନା ରହିଛି । ଏସ୍‌ବିଆଇ ପକ୍ଷରୁ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଦେଶରେ ଲୋକଙ୍କ ନିକଟରେ ଆୟର ପନ୍ଥା ନଥିବାରୁ ଋଣ ପରିଶୋଧ ସମ୍ଭବ ନୁହେଁ । ସେହିପରି ଋଣ ପରିଶୋଧ ନହେଲେ ଆକାଉଣ୍ଟ ଗୁଡିକ ନନ୍‌ ପର୍ଫର୍ମିଙ୍ଗ ଲୋନ୍‌ ବର୍ଗକୁ ଚାଲି ଆସିବ । ଏହାକୁ ଦୂର କରିବା ପାଇଁ ଆରବିଆଇ ପକ୍ଷରୁ ଋଣ ପରିଶୋଧର ଅବଧି ଅଗଷ୍ଟ 31 ପର୍ଯ୍ୟନ୍ତ ବଢାଇ ଦିଆଯିବାର ସମ୍ଭାବନା ରହିଛି । ମାର୍ଚ୍ଚ ମାସରେ ଆରବିଆଇ ପକ୍ଷରୁ ତିନି ମାସିଆ ମୋରାଟୋରିୟମ୍‌ର ଘୋଷଣା କରାଯାଇଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଥିବାରୁ ମୋରାଟୋରିୟମ୍‌ ଅବଧିରେ ବୃଦ୍ଧି ଘଟିବାର ସମ୍ଭାବନା ଦେଖାଦେଇଛି । (ଏଜେନ୍ସି)

Read More

କନ୍ଦର୍ପ ବେହେରା ରେଢାଖୋଲ :ଗତ ୧୭ ତାରିଖରେ ସମ୍ବଲପୁର ଜିଲ୍ଲାର ରେଢାଖୋଲ ବ୍ଲକର ଲୁହାପଙ୍କ କ୍ୱାରେନଟାଇନ୍‌ରେ ସମ୍ବଲପୁର ଜିଲ୍ଲାର ପ୍ରଥମ କରୋନା ପଜିଟିଭ ବାହାରିଥିଲା । ଅଂଚଳରେ ଭୟର ବାତାବରଣ ଦେଖା ଦେଇଥିଲା ଆଜି ସକାଳେ ରେଢାଖୋଲ ଦମକଳ ବାହିନୀ ଓ ଲୁହାପଙ୍କ ସରପଂଚ ଅଶ୍ୱିନୀ ପ୍ରଧାନଙ୍କ ସହଯୋଗରେ ଗ୍ରାମରେ ପ୍ରତେକ ସାହିକୁ ଯାଇ ସାନିଟାଇଜ କରାଯାଇଛି। ଏପରିକି ପାଖ ଗ୍ରାମ ବେତଗଡ ଓ କେନ୍ଦୁଖୁପିଲିକୁ ମଧ୍ୟ ସାନିଟାଇଜ୍ କରାଯାଇଛି। ଏହି ସାଇନିଟାଇଜ୍ ରେ ଦମକଳ ବାହିନୀର ବରିଷ୍ଠ ଅଧିକାରୀ ଓ ସରପଂଚ ସହଯୋଗ କରି ସାନିଟାଇଜ୍ କରିଥିଲେ। ଗ୍ରାମରେ କରୋନା ଭୂତାଣୁ କିପରି ପଶି ପାରିବ ନାହିଁ ଏଥିପାଇଁ ସାନିଟାଇଜ୍ କରାଯାଇଛି । ବର୍ତମାନ ଲୁହାପଙ୍କ କ୍ୱାରେନଟାଇନ୍ ଗୃହରେ ୧୯ ଜଣ ପ୍ରବାସୀ ବ୍ୟକ୍ତି ରହୁଛନ୍ତି। ଗତ ଦୁଇଦିନ ତଳେ ଜଣଙ୍କୁ କରୋନା ପଜିଟିଭ ବାହାରିବାରୁ ସେଠାରେ ଥିବା ପ୍ରବାସୀମାନଙ୍କ ମଧ୍ୟରେ ଛନକା ପଶିଯାଇଥିଲା।

Read More

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଆମ୍ଫାନ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ସମୁଦ୍ର ମଧ୍ୟରେ କ୍ରମଶଃ ଦୁର୍ବଳ ହେବା ସହିତ ଏହି ବାତ୍ୟାଟି ମହାବାତ୍ୟାରୁ ଖସି ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହି ବାତ୍ୟାଟି ପାରାଦ୍ବୀପ ଠାରୁ 420 କିମି ଦୂରରେ ରହିଥିବା ବେଳେ ଘଣ୍ଟାପ୍ରତି ଏହାର ବେଗ 30 କିମି ରହିଛି । ଉଲ୍ଲେଖଯୋଗ୍ୟ ଯେ ଆମ୍ଫାନ ଆସନ୍ତା କାଲି ସୁଦ୍ଧା ସୁନ୍ଦରବନ ଏବଂ ହାତିଆ ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ । (ଏଜେନ୍ସି)

Read More

ଭୁବନେଶ୍ବର : ଭୁବନେଶ୍ବରର ଜଣେ ପୋଲିସ୍‌ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । କମିଶନରେଟ୍‌ ପୋଲିସ୍‌ର ଜଣେ କର୍ମଚାରୀଙ୍କୁ କରୋନାେ ଆକ୍ରାନ୍ତ ହୋଇଥିବା ନେଇ କମିଶନରେଟ ପୋଲିସ୍‌ ପକ୍ଷରୁ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ପୋଲିସ୍‌ କର୍ମଚାରୀଙ୍କ ବୟସ 36 ବର୍ଷ ବୋଲି ଜଣାପଡିଛି। ତାଙ୍କୁ କୋଭିଡ୍‌ କେୟାରରେ ରଖାଯାଇଛି ।  ସମ୍ପୃକ୍ତ 36 ବର୍ଷୀୟ କର୍ମଚାରୀଙ୍କର କୌଣସି ପ୍ରକାର ଲକ୍ଷଣ ନଥିଲା । ବାହାର ରାଜ୍ୟର ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡୁଛି । ସମ୍ପୃକ୍ତ କର୍ମଚାରୀ ଛୁଟିରୁ ଫେରିବା ପରେ ଟେଷ୍ଟ ହୋଇଥିଲା । ଜଣେ କର୍ମଚାରୀ କରୋନା ଚିହ୍ନଟ ପରେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଘଟଣା ପରେ ଅନ୍ୟ ସବୁ କର୍ମଚାରୀଙ୍କ  ସ୍ବାସ୍ଥ୍ୟ ପ୍ରତି ନିଘା ରଖାଯାଇଛି ।

Read More