କାଲିଠୁ ରାଜ୍ୟରେ ଗଡିବ ବସ୍‌ ଓ ଟ୍ୟାକ୍ସି

Published: May 24, 2020, 12:01 pm IST

ଭୁବନେଶ୍ବର : ରାଜ୍ୟରେ ଆସନ୍ତାକାଲିଠାରୁ ବସ୍‌ ଓ ଟ୍ୟାକ୍ସି ଗଡିବ ।  ବସ୍‌ରେ ଯେତିକି ସିଟ୍‌ ଥିବ ସେତିକି ଯାତ୍ରୀ ଯିବେ। କେହି ଠିଆ ହୋଇ ଯାଇପାରିବେ ନାହିଁ ବୋଲି ସୂଚନା ରହିଛି। ବସ୍‌ରେ ଯାତ୍ରା କରିବାକୁ ଥିବା ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଯିଏ ମାସ୍କ ନ ପିନ୍ଧିବେ ସେମାନେ ଦଣ୍ଡିତ ହେବେ ବୋଲି ସୂଚନା ରହିଛି। ଯାତ୍ରୀଙ୍କଠାରେ କରୋନା ଲକ୍ଷଣ ଥିଲେ ସେ ଯାତ୍ରା କରିପାରିବେ ନାହିଁ । ସମସ୍ତ ଯାତ୍ରୀ ନିଜ ପାଖରେ ସାନିଟାଇଜର୍‌ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ତିନିଚକିଆ ଓ ଚାରି ଚକିଆ ଗାଡିରେ ଡ୍ରାଇଭର ସହ ଅତି ବେଶୀରେ ଦୁଇଜଣ ଯାଇପାରିବେ ବୋଲି ସୂଚନା ରହିଛି । ବସ୍‌ ସହିତ ଓଲା, ଉବେର ଓ ଅଟୋ, ସିଟିବସ୍‌ ମଧ୍ୟ ଚାଲିପାରିବ । ସହମତି ଭିତ୍ତିରେ ଆନ୍ତଃ ବସ୍‌ ଚଳାଚଳ ପାଇଁ ମଧ୍ୟ ଅନୁମତି ମିଳିଛି ।

Related posts