Author: Samikhsya Bureau

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସମଗ୍ର ଦେଶ କୋଭିଡ-୧୯ ପାଇଁ ଲକଡାଉନ ସ୍ଥିତିରେ ରହିଥିବା ବେଳେ ପ୍ରବାସୀ ଓଡିଆ ଶ୍ରମିକ ମାନେ ଘରମୁହାଁ ହୋଇଯାଇଛନ୍ତି। ଗୁଜରାଟରୁ ଆସୁଥିବା  ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ମଙ୍ଗଳବାର ୧୯.୦୫.୨୦ ଦିନ ଅପରାହ୍ନ ୪.୨୫ ମି.ରେ ଭବାନୀପାଟଣା ପହଂଚିବା ପାଇଁ ସମୟ ନିର୍ଘଣ୍ଟ ହୋଇଥିବା ହେତୁ ସମ୍ଭାବ୍ୟ ଜନଗହଳି ଆଶଙ୍କାରେ ଭବାନୀପାଟଣା ଅଂଚଳକୁ ୧୪୪ ଧାରା ଅନୁସାରେ କର୍ଫ୍ୟୁ ଜାରି କରାଯାଇଥିବା ଜଣାପଡିଛି। ଭବାନୀପାଟଣା ଟାଉନ ଥାନା ଅଂଚଳ ଏବଂ ସଦର ଥାନା ଅଂଚଳର ରେଲୱେ ଷ୍ଟେସନ ପାଖାପାଖି ୫ଟି ଅଂଚଳକୁ ମଙ୍ଗଳବାର ଦିନ ୧୨ ଟା ଠାରୁ ତା.୨୦.୦୫.୨୦ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ କୁ ଭବାନୀପାଟଣା ଉପଖଣ୍ଡ ମାଜିଷ୍ଟ୍ରେଟ  ଅର୍ଡର ନ.୨୬୨୯ ତା.୧୮.୦୫.୨୦୨୦ ମାଧ୍ୟମରେ ୧୪୪ ଧାରା ଅନୁସାରେ କର୍ଫ୍ୟୁ ଜାରି କରିଛନ୍ତି। ପ୍ରବାସୀମାନେ ଭବାନୀପାଟଣା ପହଂଚିବା ଏବଂ ସେମାନଙ୍କୁ ନିଜ ନିଜ ଅଂଚଳକୁ ପଠାଇବା ପର୍ଯ୍ୟନ୍ତକୁ ସେମାନଙ୍କ ସଂସ୍ପର୍ଶରେ ଯେପରି କେହି ନଆସନ୍ତି…

Read More

ନୂଆଦିଲ୍ଲୀ : କରୋନା ସଂକଟକୁ ନେଇ ବିରୋଧୀ ନେତାମାନେ ଏକ ବିଶାଳ ବୈଠକ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ଅପରାହ୍ନ ତିନି ଘଟିକାରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଡିଏମ୍‌କେ ନେତା ଏମ୍‌କେ ଷ୍ଟାଲିନଙ୍କ ସମେତ ଅନ୍ୟ ନେତାମାନେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ । ଏହି ବୈଠକରେ 15ଟି ରାଜନୈତିକ ଦଳ ଯୋଗ ଦେବେ ବୋଲି ସୂଚନା ରହିଛି । ତେବେ ଏହି ବୈଠକରେ କଂଗ୍ରେସ କି କଂଗ୍ରେସ ତରଫରୁ କେହି ପ୍ରତିନିଧି ଯୋଗ ଦେବା ନେଇ କୌଣସି ସୂଚନା ମିଳିପାରି ନାହିଁ । ଏହି ବୈଠକରେ କରୋନା ଓ ଲକ୍‌ଡାଉନ୍‌କୁ ନେଇ ମୋଦି ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ । ଏହା ସହିତ ରାଜ୍ୟସରକାରଙ୍କ ସହ ସରକାରଙ୍କ ଆଚରଣ ବିଷୟରେ ଆଲୋଚନା ହେବ। ବିଗତ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 102 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଚିନ୍ତା ବଢାଇଥିବାବେଳେ 30 ଜଣ ସୁସ୍ଥ ହୋଇ ରାଜ୍ୟ ପାଇଁ ଏକ ଆଶ୍ବସ୍ତିକର ଖବର ଆଣିଛି । ଆଜି ରାଜ୍ୟରେ  30 ଜଣ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସୁସ୍ଥ ହୋଇଥିବା 30 ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 20 ଜଣ  ରହିଥିବାବେଳେ କେନ୍ଦ୍ରାପଡାରୁ ପାଞ୍ଚଜଣ, ନୟାଗଡରୁ ଜଣେ  ଏବଂ ବାଲେଶ୍ବର ଓ ଭଦ୍ରକରୁ ଦୁଇ ଜଣ ଲେଖାଏଁ ରହିଛନ୍ତି ।  ସୂଚନାଯୋଗ୍ୟ ଗଞ୍ଜାମରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 300 ଟପିଥିବାବେଳେ ଗତ 24 ଘଣ୍ଟାରେ କେହି ପଜିଟିଭ୍‌ ଚିହ୍ନଟ ହୋଇନଥିବାସ୍ଥଳେ ଆଜି 20 ଜଣ ସୁସ୍ଥ ହୋଇ ଜିଲ୍ଲା ପାଇଁ ଏକ ଆଶ୍ବସ୍ତିକର ଖବର ଆଣିଛି । ଏବେ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା 303କୁ ବୃଦ୍ଧି ହୋଇଛି ।…

Read More

ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁରର ଗତକାଲି ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୩ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏବେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଚିହ୍ନଟ ୨୦ ଜଣଙ୍କ ମଧ୍ୟରୁ ନାଉଗାଁ ବ୍ଲକର ୧୯ଜଣ ଓ କୁଜଙ୍ଗ ବ୍ଲକର ୧ଜଣ ଅଛନ୍ତି । ଚିହ୍ନଟ ୨୦ଜଣଙ୍କ ମଧ୍ୟରୁ ୧୯ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ତାମିଲନାଡୁ ଫେରନ୍ତା ଅଟନ୍ତି । ସମସ୍ତ ଚିହ୍ନଟ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସମସ୍ତ ୨୦ଜଣ ଆକ୍ରାନ୍ତଙ୍କୁ ଭୁବନେଶ୍ୱରର କିମ୍‌ସ ହସ୍‌ପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଅଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆଜି ସକାଳୁ ଜଗତସିଂହପୁର ଜିଲ୍ଲାରେ ଆଉ ୩ଟି ପଜିଟିଭ୍ କେସ୍ ବାହାରିଛି ଓ ଏହି ସମସ୍ତ ପଜିଟିଭ୍ ଆକ୍ରାନ୍ତ ବାଲିକୁଦା ଅଚଂଳର ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ ଦେଇଛନ୍ତି । ଗତକାଲି ଜିଲ୍ଲାରେ ପୂର୍ବରୁ ଚିହ୍ନଟ ହୋଇଥିବା ୫ଜଣ…

Read More

ଭୁବନେଶ୍ବର : ଗତକାଲି କରୋନା ମୁକ୍ତ ହୋଇଥିବା ରାଜଧାନୀ ଭୁବନେଶ୍ବରକୁ ପୁଣି ଥରେ କରୋନା ଫେରିଛି । ଆଜି ରାଜ୍ୟର 102 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ନୂତନ 102 ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ ଭୁବନେଶ୍ବରର ବୋଲି ଜଣାପଡିଛି ।  ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ 4 ଜଣ ରହିଛନ୍ତି । ଭୁବନେଶ୍ବରରୁ ଚିହ୍ନଟ 2  ଜଣ ଲୋକାଲ୍‌ କେସ୍‌ ବୋଲି କହିଛନ୍ତି ରାଜ୍ୟ ସରକାର । ସେହିପରି ଜିଲ୍ଲାର ଅନ୍ୟ ଦୁଇ ଜଣ କ୍ବାରେଣ୍ଟାଇନ୍‌ ସେଣ୍ଟରର ହୋଇଥିବାବେଳେ ଦୁହେଁ ଗୁଜୁରାଟ ଫେରନ୍ତା ବୋଲି ଜଣାପଡିଛି । ମାତ୍ର କେଇ ଘଣ୍ଟା ପରେ ରାଜଧାନୀରୁ ପୁଣି ଥରେ କରୋନା ଫେରିବା ନେଇ ଚିନ୍ତା ବଢିଛି । ଏବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବମୋଟ 64ରେ ପହଞ୍ଚିଥିବାବେଳେ 48 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 2 ଜଣ ମୃତ୍ୟୁବରଣ କରିଥିବାବେଳେ 14 ଜଣ ଏବେ ଚିକିତ୍ସାଧୀନ…

Read More

ଭୁବନେଶ୍ବର : ମହାବାତ୍ୟା ଆମ୍ପାନ୍‌ ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ପାରାଦୀପଠାରୁ 480 କିଲୋମିଟର ଦୂରରେ ରହିଛି ଆମ୍ପାନ୍‌ । କାଲି ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ ହେବ । ଲ୍ୟାଣ୍ଡଫଲ୍‌ କଲାବେଳେ ପବନ ବେଗ 155ରୁ 185 କିମି ରହିବ । ସ୍ଥଳଭାଗ ଛୁଇଁଲା ବେଳେ ବାତ୍ୟା ବ୍ୟାପକ କ୍ଷତି ଘଟାଇବ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହୋଇଗଲାଣି । ଭୁବନେଶ୍ବରରୁ ଚାନ୍ଦବାଲି ଯାଏ ବର୍ଷା ଆରମ୍ଭ ହୋଇ ଯାଇଛି । ଧୀରେ ଧୀରେ ବର୍ଷା ବଢିବ ବୋଲି କହିଲେ ଆଇଏମ୍‌ଡି ଡିଜି । ଓଡ଼ିଶାରେ ଆଜି ରାତିରୁ କାଲି ସନ୍ଧ୍ୟା ଯାଏ ଅଧିକ ପ୍ରଭାବ ରହିବ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବରରେ ବେଶି ପ୍ରଭାବ ରହିବ। ଦକ୍ଷିଣ ଓଡ଼ିଶାରେ 45ରୁ 55 କିମି ପବନ ବହୁଛି, କ୍ରମେ ବଢିବ । ପବନ ବେଗ ବଢିବା…

Read More

ଭୁବନେଶ୍ବର : ବାତ୍ୟା ଆମ୍ପାନ୍‌ ଅପଡେଟ୍‌ ନେଇ ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ମହାବାତ୍ୟାରୁ ଖସି ଏବେ ଅତି ଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି । ବାତ୍ୟାର ବେଗ ବଢିଛି । ଏବେ ଘଣ୍ଟାକୁ 15 କିମି ବେଗରେ ଆଗକୁ ବଢୁଛି ଆମ୍ପାନ୍‌ । ଆଇଏମ୍‌ଡି ଡିଜିଙ୍କ କହିବାନୁସାରେ ପୂର୍ବ ନିର୍ଦ୍ଧାରିତ ପଥରେ ଗତି କରୁଛି ଆମ୍ପାନ୍‌ । କାଲି ସକାଳଠାରୁ ସନ୍ଧ୍ୟା ଯାଏ 6 ଜିଲ୍ଲାରେ ପ୍ରବଳ ବର୍ଷା ହେବ । ପବନ ବେଗ 110ରୁ 120 କିମି ରହିବ । ସ୍ଥଳ ବିଶେଷରେ ଏହା 135 କିମି ପର୍ଯ୍ୟନ୍ତ ହୋଇପାରେ ବୋଲି ସୂଚନା ରହିଛି । କିଛି ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଜପତିରେ ଭୂସ୍ଖଳନ ଆଶଙ୍କାରେ କିଛି ଲୋକଙ୍କୁ ମଧ୍ୟ ସ୍ଥାନାନ୍ତରଣ କରାଯାଉଛି । ଓଡ଼ିଶା ଉପକୂଳରେ ଆକସ୍ମିକ ଜୁଆର ମାଡିବା ସମ୍ଭାବନା  ନାହିଁ ବୋଲି କହିଛନ୍ତି । ସେହିପରି…

Read More

ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ 102 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ସର୍ବମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 978ରେ ପହଞ୍ଚିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି : ରାଜ୍ୟରେ ସର୍ବାଧିକ କରେନା ଆକ୍ରାନ୍ତ ଗଞ୍ଜାମରୁ ଚିହ୍ନଟ ହୋଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ଗଞ୍ଜାମରୁ କେହି ଚିହ୍ନଟ ହୋଇ ନାହାନ୍ତି । ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 307ରେ ପହଞ୍ଚିଥିବାବେଳେ 89 ଜଣ ସୁସ୍ଥ ହୋଇଛନ୍ତି ଓ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଏବେ 216 ଜଣ ଚିକିତ୍ସାଧୀନ ରହିଛନ୍ତି । ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବମୋଟ 168 ରହିଥିବାବେଳେ 55ଜଣ ସୁସ୍ଥ ହୋଇଛନ୍ତି ଓ 113 ଜଣ ଏବେ ଆକ୍ଟିଭ୍‌ ରହିଛନ୍ତି । ଜଗତସିଂହପୁରରୁ ଗତକାଲି ଅପରାହ୍ନରେ 20 ଚିହ୍ନଟ ହୋଇଥିବାବେଳେ ଆଜି ତିନି ଜଣ ଚିହ୍ନଟ ହୋଇଛନ୍ତି  । ଏବେ ଜିଲ୍ଲାରେ ସର୍ବମୋଟ…

Read More

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍‌ ରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଉପରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ଲକ୍ ଡାଉନ୍‌ ପାଇଁ ରାଜ୍ୟରେ ଗାଡି ଚଳାଚଳ ନେଇ କଟକଣା ଜାରି କରାଯାଇଥିଲା।  ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ଏହି କଟକଣା ପ୍ରତ୍ୟାହାର ହୋଇଛି ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍‌ କରି ଜଣାଇଛନ୍ତି। ରାଜ୍ୟରେ ସମସ୍ତ ପ୍ରକାର ସରକାରୀ, ବେସରକାରୀ ଓ ବାଣିଜ୍ୟିକ ପରିବହନରେ ଲାଗୁଥିବା 2 ଚକିଆ ଯାନ ଓ ଚାରି ଚକିଆ ଯାନ ଏଣିକି ସ୍ୱଚ୍ଛନ୍ଦରେ ଚଳାଚଳ କରିପାରିବ।  ନିରାପଦ ଭାବେ ଡ୍ରାଇଭିଂ  ଓ ସାମାଜିକ ଦୂରତା ଅବଲମ୍ବନ କରିବା ସହ ଟ୍ରାଫିକ ନିୟମ ମାନିବାକୁ ମଧ୍ୟ କହିଛନ୍ତି ପୋଲିସ କମିଶନର। ତେବେ ଅନ୍ତଃରାଜ୍ୟ ଯାତ୍ରା ନେଇ ପୂର୍ବ ନିର୍ଦ୍ଦେଶାବଳୀ ପୂର୍ବଭଳି ବଳବତ୍ତର ରହିଛି ବୋଲି ସେ ଜଣାଇଛନ୍ତି ।ସୂଚନାଯୋଗ୍ୟ ଗତକାଲି ଲକ୍‌ ଡାଉନ୍‌ 4.0କୁ ନେଇ ବିସ୍ତୃତ ଗାଇଡଲାଇନ ଜାରି…

Read More

ବାଲେଶ୍ବର : ବାଲେଶ୍ବରର ସଦର ଥାନା ନନ୍ଦା ଗ୍ରାମରେ ଏକ ଅଭାବନୟ ଘଟଣା ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ବଶୁର ବୋହୂ ମୃତ୍ୟୁବରଣ କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦେଖି ଘରକୁ ଯାଇଥିବା ବିଦ୍ୟୁତ୍‌ ଖୁଣ୍ଟ ସଜାଡୁଥିଲେ ଶ୍ବଶୁର। ପ୍ରଥମେ ଶ୍ବଶୁର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଶ୍ବଶୁରଙ୍କୁ ଉଦ୍ଧାର କରିବାକୁ ଯାଇ ବୋହୂ ମଧ୍ୟ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଏହି ଘଟଣାରେ ଶ୍ବଶୁର ସହ ବୋହୂଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟରେ ଶହେରୁ ଉର୍ଦ୍ଧ୍ବ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ମଧ୍ୟ ଗୋଟିଏ ଦିନରେ 101 ରୋଗୀ ଚିହ୍ନଟ ହୋଇଥିବାବେଳେ ପୁଣି ଥରେ ଆଜି ରାଜ୍ୟରେ ଗୋଟିଏ ଦିନରେ 102 ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଉ 102 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ 102 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ 31 , ଜଗତସିଂହପୁରର 23, ଭଦ୍ରକରୁ 21, କେନ୍ଦ୍ରାପଡାରୁ 8, କଟକରୁ 4, ପୁରୀରୁ 4, ଖୋର୍ଦ୍ଧାରୁ 4, ଅନୁଗୁଳରୁ 2, ବାଲେଶ୍ବର 2, ସମ୍ବଲପୁର ଦୁଇ ଓ ନୟାଗଡରୁ ଜଣେ ରହିଛନ୍ତି। ସେହିପରି ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 978ରେ ପହଞ୍ଚିଥିବାବେଳେ  ଆକ୍ଟିଭ୍‌ କେସ୍‌ 696 ରହିଛି । 277ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ହୋଇଛି । ଆଜି…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆଉ ଏକ ମୁଣ୍ଡ ନେଇଛି । ମୃତକ ଜଣକ କଟକ ଜିଲ୍ଲାର ବୋଲି ଜଣାପଡିଛି । ମୃତକଙ୍କ ବୟସ 75 ବର୍ଷ ହୋଇଥିବାବେଳେ ସେ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଥିଲେ । 17 ତାରିଖ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଫୁସ୍‌ଫୁସ୍‌ ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହୋଇ ଏମ୍‌ସ୍‌ରେ ଭର୍ତ୍ତି ହୋଇଥିଲେ । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ ଓ ଗଞ୍ଜାମରୁ ଦୁଇଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଥିଲେ । ଏବେ  ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ହୋଇଛି । ସୂଚନାଯୋଗ୍ୟରେ ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତ ସଂଖ୍ୟା 978ରେ ପହଞ୍ଚିଛି।

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ସ୍ଥିତି ଚିନ୍ତାଜନକ ଭାରତରେ ମଧ୍ୟ ସ୍ଥିତି ଵେକାବୁ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଚିନ୍ତା ମଧ୍ୟ ବଢୁଛି । ଦେଶରେ ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ  ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା  1 ଲକ୍ଷ ପାର ହୋଇଥିବା ବେଳେ  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 3 ହଜାର ଟପିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ଗତ 24 ଘଣ୍ଟାରେ ଦେଶରେ 4970ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବା ବେଳେ 134 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 1 ହଜାର 139ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ 3161 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ…

Read More

ଭୁବନେଶ୍ବର : ବାତ୍ୟା ‘ଆମ୍ପାନ୍‌’ ପାଇଁ ପୁଣି ବାତିଲ୍‌ ହେଲା ମାଟ୍ରିକ୍‌ ଖାତା ଦେଖା । ଖାତା ଦେଖା ବାତିଲ୍‌ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । 21 ତାରିଖରୁ ଆରମ୍ଭ ହେବାର ଥିଲା ମାଟ୍ରିକ୍‌ ଖାତା ଦେଖା । 21ରୁ ଖାତା ଦେଖା ନେଇ କାଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ପୂର୍ବରୁ ମଧ୍ୟ 20ରୁ ଖାତା ଦେଖା ନେଇ ଥରେ ନିଷ୍ପତ୍ତି ହୋଇଥିଲା । ସୂଚନାଯୋଗ୍ୟ, ଗତକାଲି ଅନୁଷ୍ଠିତ ବୈଠକରେ ମାଟ୍ରିକ୍‌ ପରୀକ୍ଷା ଖାତା 21 ତାରିଖରୁ ଦେଖା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା।  ସେହିପରି 10 କିଲୋମିଟର ଦୂର ଭିତରେ ପରୀକ୍ଷା ଶିକ୍ଷକ ଖାତା ଦେଖିବେ ବୋଲି ସୂଚନା ଦିଆଯାଇଥିଲା । ଚଳିତ ଥର 60ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଖାତାର‌ ମୂଲ୍ୟାୟନ ହେବ ବୋଲି ସୂଚନା ରହିଛି ।

Read More

ଭୁବନେଶ୍ବର, ଆଜି ସକାଳୁ ସକାଳୁ ଉପକୂଳବର୍ତ୍ତି ଜିଲ୍ଲାରେ ‘ଅମ୍ଫାନ’ ର ପ୍ରଭାବ ଅନୁଭୁତ ହେଲାଣି। ଭୁବନେଶ୍ବର ସମେତ ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଚାନ୍ଦବାଲି, ପାରାଦ୍ବୀପ, ପୁରୀ ପ୍ରଭୃତି ସହରରେ ଝିପିଝିପ ବର୍ଷା ହେଉଛି। ଏଥିସହିତ ଧାରାବାହିକ ଭାବେ ହାଲକା ହାଲକା ପବନ ପ୍ରବାହିତ ହେବାରେ ଲାଗିଛି। ସେହିପରି ଭୁବନେଶ୍ବରରେ ବର୍ତ୍ତମାନ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଭୁବନେଶ୍ବରରେ ଆଜି ସକାଳୁ ପାଗ ମେଘୁଆ ରହିଥିଲା। ମଝିରେ ମଝିରେ ଝିପିଝିପି ବର୍ଷା ମଧ୍ୟ ହେଉଛି। ତେବେ ରାଜଧାନୀରେ ବର୍ତ୍ତମାନ ପବନ ପ୍ରଭାବ ଆରମ୍ଭ ହୋଇଯାଇଛି। ଅମ୍ପାନ୍‌ ସିଧାସଳଖ ଓଡ଼ିଶାରେ ମାଡ ହେଉନଥିଲେ ବି ଉପକୂଳବର୍ତ୍ତୀ 12ଟି ଜିଲ୍ଲା ଉପରେ ଏହାର ପ୍ରଭାବ ରହିବ । ସବୁଠୁ ଅଧିକ ପ୍ରଭାବ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ରହିବ । ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ସର୍ବାଧିକ 135 କିଲୋମିଟର ଯାଏ ରହିବ ବୋଲି ଆକଳନ…

Read More

ମହାରାଷ୍ଟ୍ର : ଲକ୍‌ ଡାଉନର ଚତୁର୍ଥ ପର୍ଯ୍ୟାୟର ଆଜି ହେଉଛି ଦ୍ବିତୀୟ ଦିନ। ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ପଳାୟନ ଜାରି ରଖିଛନ୍ତି।  ନିଜ ରାଜ୍ୟକୁ ଫେରୁଥିବାବେଳେ ଶ୍ରମିକମାନେ ଦୁର୍ଘଟଣା ଶିକାର ହେଉଛନ୍ତି। ମହାରାଷ୍ଟ୍ରର ୟବତମାଲାରେ ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। 15 ଜଣ ଗୁରୁତର ହୋଇଛନ୍ତି। ଏହି ବସ୍‌ଟି ସୋଲାପୁରରୁ ଝାରଖଣ୍ଡ ଯାଉଥିଲା ବୋଲି ସୂଚନା ରହିଛି।  ବସ୍‌ଟି ଡମ୍ପର୍‌କୁ ପଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର 15 ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ମହୋବା ଜିଲ୍ଲାରେ ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ସୋମବାର ବିଳମ୍ବିତ ରାତ୍ରିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନି ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି।…

Read More

ଭଦ୍ରକ : କରୋନା ଭୂତାଣୁକୁ ନେଇ ସାରା ରାଜ୍ୟରେ ଚିନ୍ତା ବଢୁଥିବାବେଳେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ମୃତ୍ୟୁ ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି।  ମିଳିଥିବା ସୂଚନା ଅନୁସାରେ ଭଣ୍ଡାରୀପୋଖରୀ ବୟାବନାପୁରା କ୍ବାରେଣ୍ଟିନ୍‌ କେନ୍ଦ୍ରରେ ମୃତ୍ୟୁ ହୋଇଛି ।  କ୍ବାରେଣ୍ଟିନ୍‌ କେନ୍ଦ୍ରରେ 72 ବର୍ଷୀୟ ବୃଦ୍ଧଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିବାର ସୂଚନା ରହିଛି । କୋଲକାତାରୁ ଫେରି କ୍ବାରେଣ୍ଟିନ୍‌ କେନ୍ଦ୍ରରେ ରହିଥିଲେ ବୃଦ୍ଧ ଜଣକ। ଶୋଇଥିବା ଅବସ୍ଥାରେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଙ୍କ ମୃତ ଘୋଷଣା କରିଛନ୍ତି। ବୃଦ୍ଧ ଜଣକ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବାର କହିଛନ୍ତି ଡାକ୍ତର। ପୂର୍ବରୁ ଗଞ୍ଜାମର ଏକ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ  ଜଣକର ମୃତ୍ୟୁ ହୋଇଥିଲା।

Read More

କେଦାର ମିଶ୍ର ଆମେରିକା ଓ ୟୁରୋପୀୟ ଦେଶ ଗୁଡିକ କରୋନା ଭୂତାଣୁ ଦ୍ଵାରା ସର୍ବାଧିକ ଆକ୍ରାନ୍ତ ହୋଇଥିଲେ ମଧ୍ୟ, ସେମାନେ ଏବେ କ୍ରମଶଃ ଲକ ଡାଉନକୁ ଉଠାଇବା ଆରମ୍ଭ କରିଛନ୍ତି। ଆମେରିକା ସବୁଠୁ ଅଧିକ ଆକ୍ରାନ୍ତ ଦେଶ ଭାବରେ ୧୫ ଲକ୍ଷ ୨୭ ହଜାର କରୋନା ପୀଡିତ ଓ ପ୍ରାୟ ୯୧ ହଜାର ମୃତ ଲୋକଙ୍କ ସଙ୍କଟ ସତ୍ତ୍ୱେ ଆମେରିକାର ବିଭିନ୍ନ ରାଜ୍ୟ ଏବେ ଲକ ଡାଉନ ହଟାଇବା ଆରମ୍ଭ କରିଛନ୍ତି। ଆମେରିକାର ସଙ୍ଘୀୟ ବ୍ୟବସ୍ଥାରେ ଜାତୀୟ ଲକ ଡାଉନ ଘୋଷଣା କରିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପକ୍ଷରେ ସମ୍ଭବ ନଥିଲା। ଅବଶ୍ୟ ସେ ନିଜେ ଲକ ଡାଉନର ସମର୍ଥକ ନଥିଲେ। ଗତ ମାସେ ହେଲା ରାଷ୍ଟ୍ରପତି ଟ୍ରମ୍ଫ ଓ ତାଙ୍କର ସମର୍ଥକମାନେ ଲକ ଡାଉନ ଉଠାଇବା ଦାବୀରେ ଧାରଣା, ପ୍ରଦର୍ଶନ ଓ ଆନ୍ଦୋଳନ ଚଳାଇଛନ୍ତି। ତେବେ କରୋନା ସଂକ୍ରମଣର ବ୍ୟାପକତା ଯୋଗୁଁ ଅନେକ ରାଜ୍ୟ ରାଷ୍ଟ୍ରପତି ଟ୍ରମ୍ଫଙ୍କର ଏ ପ୍ରସ୍ତାବ…

Read More

ରେଢାଖୋଲ : ଜଣେ ମା’ ଦଶମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥାଏ ତାର ସନ୍ତାନକୁ। ହେଲେ ବଡ ହେଲା ପରେ ଜନ୍ମିତ ମାକୁ ତାର ସନ୍ତାନ ମାରିବା ଭଳି ଲୋମହର୍ଷଣକାରୀ ଘଟଣା ଶୁଣିଲେ ଦେହ ଟାଙ୍କୁରି ଉଠେ । ସେମିତି ଏକ ଘଟଣା ଘଟିଛି କିଶୋରନଗର ଅଂଚଳରେ । ନିଜର ଜନ୍ମିତ ମାକୁ ପିଟିପିଟି ହତ୍ୟା କରିବା ଭଳି ଘଟଣା ସମଗ୍ର କିଶୋର ନଗର ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି । ମିଳିଥିବା ସୂଚନା ଅନୁସାରେ କିଶୋରନଗର ଥାନା ଉଷକାପାଲି ପଂଚାୟତର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।  ଏହି ଗ୍ରାମର ଜଣେ 70 ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କର ସାନ ପୁଅ ଠେଙ୍ଗାରେ ପିଟି ପିଟି ବୁଢୀ ମାଆକୁ ଜୀବନରୁ ମାରି ଦେଇଛି । ଘରୋଇ କଳିରୁ ମଦୁଆ ପୁଅ ଜଣକ ଏଭଳି ଜଘନ୍ୟ କାଣ୍ଡ ଭିଆଇଛି ବୋଲି ସୂଚନା ରହିଛି । ମୃତ ବୃଦ୍ଧାଙ୍କ ନାମ ଅନ୍ନପୂର୍ଣ୍ଣା ବେହେରା…

Read More

ଭଦ୍ରକ:ବାତ୍ୟା ଆମ୍ପାନ୍‌’କୁ ନେଇ ଧାମରାରେ ହାଇ ଆଲର୍ଟ ଜାରି କରାଯାଇଛି । ହାଇଆଲର୍ଟରେ ରହିଛି ଭଦ୍ରକର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ । ପ୍ରବଳ ପବନ ସମ୍ଭାବନା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରିଛି ବୋଲି ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ। ବିଶେଷ କରି ଚାନ୍ଦବାଲିର ଧାମରା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ସମ୍ପୃକ୍ତ ଅଞ୍ଚଳରୁ ବହୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସ୍ଥାନାନ୍ତର ପ୍ରକ୍ରିୟାରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି ।

Read More

ଭୁବନେଶ୍ବର :  ଘଣ୍ଟାକୁ 14 କିମି ବେଗରେ ମାଡି ଆସୁଛି ମହାବାତ୍ୟା ଆମ୍ପାନ୍‌‌ । ଏହା ଏବେ ପାରାଦୀପଠାରୁ 570 କିମି ଦୂରରେ ରହିଥିବାବେଳ ପଶ୍ଚିମବଙ୍ଗ ଦୀଘାଠାରୁ 720 କିମି ଦୂରରେ ରହିଛି । ଆମ୍ପାନ୍‌’ ଅତି ଭୀଷଣ ରୂପ ନେଇ ଉତ୍ତର ଉତ୍ତରପୂର୍ବ ଦିଗକୁ ମୁହାଁଇବ ବୋଲି ସୂଚନା ରହିଛି । କାଲି ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡ ଫଲ୍‌ କରିବ ‘ଆମ୍ପାନ୍‌’ । ଦୀଘା- ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍‌ କରିପାରେ ଆମ୍ପାନ୍‌ । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ 165ରୁ 175 କିମି ରହିବ । ଆମ୍ପାନ୍‌ ସିଧାସଳଖ ଓଡ଼ିଶାରେ ମାଡ ହେଉନଥିଲେ ବି ଉପକୂଳବର୍ତ୍ତୀ 12ଟି ଜିଲ୍ଲା ଉପରେ ଏହାର ପ୍ରଭାବ ରହିବ । ସବୁଠୁ ଅଧିକ ପ୍ରଭାବ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ରହିବ । ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗସର୍ବାଧିକ 135 କିଲୋମିଟର…

Read More