Author: Samikhsya Bureau

ନୂଆଦିଲ୍ଲୀ : ଦେଶବ୍ୟାପୀ ଜରୁରୀକାଳୀନ ସାମଗ୍ରୀ ପରିବହନକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଏହା ମଧ୍ୟରେ ନିଶାଦ୍ରବ୍ୟ ଚୋରାଚାଲାଣ କରାଯାଉଛି । ଏପରି ଏକ ଚୋରାଚାଲାଣ ରୋକିବାରେ ସଫଳ ହୋଇଛି ଉତ୍ତରପ୍ରଦେଶ ଓ ଝାରଖଣ୍ଡ ପୋଲିସ୍‌ । ରାଞ୍ଚିରୁ ଚୋରା ଚାଲାଣ କରାଯାଉଥିବା ସମୟରେ 31 କିଗ୍ରା ଅଫିମ ଜବତ କରାଯିବା ସହିତ ଚାରି ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି ଝାରଖଣ୍ଡ ପୋଲିସ୍‌ । ଝାରଖଣ୍ଡ ଅବକାରୀ ବିଭାଗ ଅଧିକାରୀ କମଲ ମଲହୋତ୍ରାଙ୍କ ନେତୃତ୍ବରେ ଚଢାଉ କରାଯାଇ ଫତେପୁର ସ୍ଥିତ ଜାତୀୟ ରାଜପଥରୁ 31 କିଗ୍ରା ଅଫିମ ଜବତ କରାଯିବା ସହିତ ମୁଖ୍ୟ ଅଭିଯୁକ୍ତ ମନୋଜ ଡାଙ୍ଗିକୁ ଗିରଫ କରାଯାଇଛି । ପରେ ଡାଙ୍ଗିଠାରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶରେ ଚଢାଉ କରାଯାଇ 126 କିଗ୍ରାର ଗଞ୍ଜେଇ ଏବଂ ଅନ୍ୟାନ୍ୟା ନିଶା ଦ୍ରବ୍ୟ ଜବତ କରାଯିବା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । (ଏଜେନ୍ସି)

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରର ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଏବେ ଭୁବନେଶ୍ବରରେ କରୋନା ମୁକ୍ତ ପାଲଟିଛି। ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଭୁବନେଶ୍ବରରୁ ହିଁ ଚିହ୍ନଟ ହୋଇଥିଲେ। ମାର୍ଚ୍ଚ 16 ତାରିଖରେ ଇଟାଲୀ ଫେରିଥିବା ଜଣେ ବ୍ୟକ୍ତିଙ୍କଠାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ପ୍ରାୟ ଦୁଇ ମାସର ବ୍ୟବଧାନ ପରେ ରାଜଧାନୀ କରୋନା ଶୂନ୍ୟ ହୋଇଛି। ଭୁବନେଶ୍ବରରେ ସର୍ବପ୍ରଥମେ କରୋନା ଆକ୍ରାନ୍ତ ହେବା ପରେ ଭୁବନେଶ୍ବରରେ ମୋଟ୍‌ 47 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କରୋନା ଯୋଗୁଁ ଭୁବନେଶ୍ବରରେ ଦୁଇଜଣ ପ୍ରାଣ ହରାଇଥିବାବେଳେ ଏବେ 45 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ରେଡ୍‌ ଜୋନ୍‌ରେ ଥିବା ଭୁବନେଶ୍ବର ଏବେ କରୋନା ଶୂନ୍ୟ ହୋଇ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟରେ ମୋଟ 876 ଆକ୍ରାନ୍ତଙ୍କ ମଧ୍ୟରୁ 277 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Read More

ବେଙ୍ଗାଲୁରୁ : ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଶେଷ ହେବା ପରେ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ କୋହଳ କରାଯାଉଛି । କର୍ଣ୍ଣାଟକ ସରକାର ଏହା ମଧ୍ୟରେ ନିଜ ରାଜ୍ୟରେ ଲକ୍‌ଡାଉନ୍‌କୁ କୋହଳ କରିବା ସହିତ ବସ୍‌ ଏବଂ ଟ୍ରେନ୍‌ ଚାଳନାକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏହି ସମୟରେ 4ଟି ରାଜ୍ୟକୁ ବାଦ ଦେଇ ଅନ୍ୟ ରାଜ୍ୟ ମାନଙ୍କ ସହିତ ଟ୍ରେନ୍‌ ଏବଂ ବସ୍‌ ସେବା ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ମହାରାଷ୍ଟ୍ର, ତାମିଲନାଡୁ, କେରଳ ଏବଂ ତାମିଲନାଡୁକୁ ବାଦ୍‌ ଦେଇ ଅନ୍ୟ ରାଜ୍ୟ ମାନଙ୍କ ସହିତ ବସ୍‌ ଏବଂ ଟ୍ରେନ୍‌ ସେବା ଆରମ୍ଭ କରାଯିବ । ଏହା ସହିତ କର୍ଣ୍ଣାଟକର ସମସ୍ତ ଦୋକାନ ବଜାର ଖୋଲିବାର ନିଷ୍ପତ୍ତି ନେଇଛନ୍ତି ୟେଦ୍ୟୁରପ୍ପା ସରକାର। ଆସନ୍ତା ମେ 31 ପର୍ଯ୍ୟନ୍ତ ରାଜ୍ୟରେ ଏହି ନିୟମ ବଳବତ୍ତର ରହିବ ବୋଲି ଜଣାପଡିଛି। ଏହା ସହିତ କେନ୍ଦ୍ର ସରକାରଙ୍କ ରାତ୍ରିକାଳୀନ କର୍ଫ୍ୟୁ…

Read More

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷା ଖାତା ଦେଖାକୁ ଘୁଞ୍ଚାଯାଇଛି। ବାତ୍ୟା ‘ଆମ୍ଫାନ୍‌’କୁ ଦୃଷ୍ଟିରେ ରଖି ମାଟ୍ରିକ ଖାତା ଓ ଯୁକ୍ତ ଦୁଇ ଖାତା ଦେଖାକୁ ଘୁଞ୍ଚାଯାଇଛି। ମାଟ୍ରିକ୍‌ ପରୀକ୍ଷା ଖାତା 20 ତାରିଖ ପରିବର୍ତ୍ତେ 21 ତାରିଖରୁ ଦେଖା ହେବ। ସେହିପରି 10 କିଲୋମିଟର ଦୂର ଭିତରେ ପରୀକ୍ଷା ଖାତା ଦେଖିବେ ଶିକ୍ଷକ। 60ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଖାତାର‌ ମୂଲ୍ୟାୟନ ହେବ। ସେହିପରି ବାକି ରହିଥିବା ଯୁକ୍ତ ଦୁଇ ପରୀକ୍ଷା ଜୁଲାଇ 1ରୁ 15 ମଧ୍ୟରେ ସରିବ। ଶେଷ ହୋଇଯାଇଥିବା ପରୀକ୍ଷା ଖାତା ଦେଖା ଜୁନ୍‌ 1ରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକରେ ଯୁକ୍ତ ଦୁଇ ଓ ମାଟ୍ରିକ୍‌ ଖାତା ଦେଖାକୁ ନେଇ ନିଷ୍ପତ୍ତି ନିଆଯାଇଛି ।

Read More

ଭୁବନେଶ୍ବର : ଭୁବନେଶ୍ବର ଏବେ କରୋନା ମୁକ୍ତ । ଭୁବନେଶ୍ବରରୁ ତିନିଜଣ ସୁସ୍ଥ ହୋଇଥିବାବେଳେ ଭୁବନେଶ୍ବରରେ ଆଉ ଆକ୍ଟିଭ୍‌ କେସ ନାହାନ୍ତି । ଭୁବନେଶ୍ବର ଭଳି ଜଗତସିଂହପୁର ମଧ୍ୟ କରୋନା ମୁକ୍ତ ହୋଇଛି। ଆଜି ରାଜ୍ୟରେ 57 ଜଣ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ 40 ଜଣ ରହିଥିବାବେଳେ ବଲାଙ୍ଗିରର 2 ଜଣ, ଜଗତସିଂହପୁରର ପାଞ୍ଚ ଜଣ, ମୟୂରଭଞ୍ଜର ଚାରି ଜଣ, ଭୁବନେଶ୍ବରର ତିନି ଜଣ ଓ ସୁନ୍ଦରଗଡ, ବାଲେଶ୍ବର ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ଏବେ ସର୍ବମୋଟ 277 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Read More

ନୂଆଦିଲ୍ଲୀ : ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ହୋଇଛି। ଜୁଲାଇ 1ରେ ହୋମ୍‌ ସାଇନ୍ସରୁ ଆରମ୍ଭ ହେବ ବାକିଆ ପରୀକ୍ଷା। ସେହିପରି ଜୁଲାଇ 13ରେ ସୋସିଓଲୋଜିରେ ଶେଷ ହେବ ବାକିଆ ପରୀକ୍ଷା । କରୋନାକୁ ଦୃଷ୍ଟିରେ ରଖି ସିବିଏସଇ ଦ୍ବାଦଶ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପ୍ରତି ଗାଇଡ ଲାଇନ ମଧ୍ୟ ଜାରି କରିଛି ସିବିଏସଇ । ସବୁ ପରୀକ୍ଷାର୍ଥୀଙ୍କୁ ସ୍ବଚ୍ଛ ବୋତଲରେ ନିଜ ସାନିଟାଇଜର ଆଣିବେ । ନାକ, ମୁହଁ ଘୋଡାଇବା ପାଇଁ ସମସ୍ତେ ମାସ୍କ ବ୍ୟବହାର କରିବେ। ଏହି ଅବସରରେ ସାମାଜିକ ଦୂରତ୍ବ ରଖିବେ, ପିଲା ଅସୁସ୍ଥ ନଥିବା ଅଭିଭାବକ ଜଣାଇବେ।  10ଟା 10ରେ ଉତ୍ତର ଖାତା ଦିଆଯିବ ଏବଂ 10 ଟା 15ରେ ପିଲାଙ୍କୁ ପ୍ରଶ୍ନପତ୍ର ଦିଆଯିବ ।  10ଟା 15ରୁ 10ଟା 30 ଯାଏ ପିଲାଙ୍କୁ ପ୍ରଶ୍ନପତ୍ର ପଢିବାକୁ ସୁଯୋଗ ଦିଆଯିବ । 10ଟା 30ରେ ପିଲାଙ୍କୁ ଉତ୍ତର ଲେଖିବାକୁ ଅନୁମତି ମିଳିବ ।…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ଲାଗି ସାରା ଦେଶ ଏବେ ଲକ୍‌ ଡାଉନ୍‌ ଜାରି ରହିଛି। ଏହି ସମୟରେ ଗରିବ, ଶ୍ରମିକ, ଅସହାୟ, ଭୋକିଲା ପଶୁପକ୍ଷୀ ତଥା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସହୃଦୟ ବ୍ୟକ୍ତି ଆଗେଇ ଆସିଛନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରାଞ୍ଚଳରେ। ବାଣପୁରର ଅଗ୍ରଣୀ ଧର୍ମାନୁଷ୍ଠାନ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧0୮ ହନୁମାନ ଚାଳିଶା ଯଜ୍ଞ କମିଟି ଓ ଶ୍ରୀ ଶ୍ରୀ ରଙ୍କନାଥ ଦେବ ଅଷ୍ଟପ୍ରହରୀ ନାମ ଯଜ୍ଞ କମିଟିର ମିଳିତ ଆନୁକୂଲ୍ୟରେ ଲକ ଡାଉନ ପ୍ରଥମରୁ ଆଜି ଯାଏଁ ପାଖାପାଖି ଦୀର୍ଘ  ପଚାଶ ଦିନ ହେଲା ବାଣପୁର ସହରାଞ୍ଚଳରେ ବସ ବାସ କରୁଥିବା ବୁଲା ଗାଇଗୋରୁ, କୁକୁର ଆଦି ପ୍ରାଣୀ ମାନଙ୍କୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରନ୍ଧା ଖାଦ୍ୟ, ରୁଟି ଓ ବିସ୍କୁଟ ବିତରଣ କରାଯାଉଅଛି। କମିଟିର ସଭ୍ୟ ମାନେ ପ୍ରତିଦିନ ଅପରାହ୍ନରେ…

Read More

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଗ୍ବାଲିୟର୍‌ଠାରେ ଏକ ଭୀଷଣ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଇନ୍ଦରଗଞ୍ଜ ଅଞ୍ଚଳରେ ସୋମବାର ଦିନ ଏକ କୋଠାରେ ନିଆଁ ଲାଗିଯାଇଥିବାର ସୂଚନା ରହିଛି। ଏହି ଘଟଣାରେ ତିନୋଟି ଶିଶୁ ଓ ଚାରି ମହିଳାଙ୍କ ମୃତ୍ୟୁ ହୋଇଛି । ଏକ ରଙ୍ଗ ଦୋକାନରେ ଭୀଷଣ ଅଗ୍ନିକାଣ୍ଡ ଘଟିବା ଫଳରେ ଦୋକାନର ଉପର ମହଲାରେ ରହୁଥିବା ଦୁଇଟି ପରିବାର ନିଆଁରେ ସମ୍ପୂର୍ଣ୍ଣ ରୂପେ ଫସି ଯାଇଥିଲେ। ପରିବାରକୁ ଉଦ୍ଧାର କରିବା ପାଇଁ ପୋଲିସ ତରଫରୁ ଅଭିଯାନ ଆରମ୍ଭ କରାଯାଇ କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ସମ୍ଭାବନା ରହିଛି।

Read More

ଭୁବନେଶ୍ବର : ରାଜ୍ୟରେ ଖୁବ ଶୀଘ୍ର ବସ୍‌ ଚଳାଚଳ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଲକ୍‌ ଡାଉନ୍‌ 4.0ର ଘୋଷଣା ପରେ ପରିବହନ ନୀତିରେ କୋହଳ କରାଯାଇଛି। ସହମତି ଭିତ୍ତିରେ ଆନ୍ତଃ ରାଜ୍ୟ ବସ୍‌ ଚଳାଚଳ କରି ପାରିବ ବୋଲି କେନ୍ଦ୍ର ସୂଚନା ଦେଇଥିବାବେଳେ ରାଜ୍ୟ ଭିତରେ ବସ୍‌ ଚଳାଇବା ନେଇ ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇଛି।  ପୂର୍ବରୁ ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚଳାଚଳ ପାଇଁ ଅନୁମତି ରହିଥିବାବେଳେ ଏବେ ନୂତନ ଗାଇଡ ଲାଇନ ଅନୁସାରେ ରେଡ୍‌ ଜୋନ୍‌, ଅରେଞ୍ଜ ଜୋନ୍‌ ମଧ୍ୟରେ ଗାଡି ଚାଲିପାରିବ। ରାଜ୍ୟ ଭିତରେ ଗାଡି ଚଳାଚଳ କରିବା ସହ ଅନ୍ୟ ରାଜ୍ୟ ସହ କିପରି ଗାଡି ଚଳାଚଳ କରାଯାଇପାରିବ ସେନେଇ ଆଲୋଚନା ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଅତିଶୀଘ୍ର ରାଜ୍ୟ ଭିତରେ ଗାଡି ଚଳାଚଳ କରିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ତେବେ ପୂର୍ବ ଭଳି 50…

Read More

ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ସମସ୍ତ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଜଗତସିଂହପୁର ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟ ପାଇଁ ଏହା ଏକ ଆଶ୍ବସ୍ତିକର ଖବର ଦେଇଛି।    ଏହି ପାଞ୍ଚ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 70 ବର୍ଷୀୟ ବୃଦ୍ଧ ରହିଥିଲେ । ସମେସ୍ତ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବାର ସୂଚନା ରହିଛି । ପୂର୍ବରୁ ଗ୍ରୀନ୍‌ ଜୋନ୍‌ରେ ଥିବା ଜଗତସିଂହପୁର ଜିଲ୍ଲାରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ଅରେଞ୍ଜ ଜୋନ୍‌କୁ ପରିବର୍ତ୍ତିତ ହୋଇଥିଲା । ଏବେ ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁସ୍ଥ ହେବା ପରେ ପୁନଶ୍ଚ ଏହି ଜିଲ୍ଲାଟି ଗ୍ରୀନ୍‌ ଜୋନରେ ପରିବର୍ତ୍ତନ ହେବା ନେଇ ଆଶା ସୃଷ୍ଟି…

Read More

ଆଜି ଚିହ୍ନଟ 48 ଜଣଙ୍କମଧ୍ୟରୁ  47 ଜଣ କ୍ବାରେଣ୍ଟାଇନ୍‌ କେନ୍ଦ୍ରର ଓ ବାହାର ରାଜ୍ୟ ଫେରନ୍ତା ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଆଉ ଜଣେ ଆକ୍ରାନ୍ତ ପୁରୀର ହୋଇଥିବାବେଳେ ସେ ଜେଲ୍‌ରେ ରହିଥିଲେ । ଯାଜପୁରର ସମସ୍ତ 16 ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା। 7 ଜଣ ପଶ୍ଚିମବଙ୍ଗରୁ ଫେରିଥିବାବେଳେ ଜଣେ ତେଲେଙ୍ଗାନା, ଚାରି ଜଣ ଆନ୍ଧ୍ର, ଚାରି ଜଣ ଅହମ୍ମଦାବାଦ ଫେରନ୍ତା। ସେହିପରି ଗଞ୍ଜାମରୁ ଆଜି ଚିହ୍ନଟ ହୋଇଥିବା 15 ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣ ସୁରତ ଫେରନ୍ତା ଓ ଜଣେ ବେଙ୍ଗାଲୁରୁ ଫେରନ୍ତା। କେନ୍ଦ୍ରାପଡାରୁ ସମସ୍ତ ତିନି ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ରହିଥିବାବେଳେ ନୟାଗଡର ସମସ୍ତ ତିନି ଆକ୍ରାନ୍ତ ଅହମ୍ମଦାବାଦ ଫେରନ୍ତା, ବଲାଙ୍ଗିରର ଦୁଇ ଆକ୍ରାନ୍ତ ସୁରତ ଫେରନ୍ତା, କନ୍ଧମାଳର ଦୁଇ ଫେରନ୍ତା ତାମିଲନାଡୁ ଫେରନ୍ତା।  ବୌଦ୍ଧ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡିଛି। କଟକ ଚିହ୍ନଟ ଆକ୍ରାନ୍ତ…

Read More

ନୂଆଦିଲ୍ଲୀ : ଦେଶରେ ଆଜିଠାରୁ ଲକ୍‌ ଡାଉନ୍‌ -4 ଜାରି ହୋଇଛି । ଏହା ମେ 31 ପର୍ଯ୍ୟନ୍ତ ଲାଗୁ ରହିବ । ଲକ୍ ଡାଉନ୍‌ ଜାରି ରହିଥିବା ସତ୍ତ୍ବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂତନ 5242ଟି ମାମଲା ଆସିଥିବାବେଳେ 157ଜଣଙ୍କର ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଅନୁସାରେ ଏବେ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 96 ହଜାର 169ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 3000 ଟପି ସାରିଛି । ଏପର୍ଯ୍ୟନ୍ତ ଏହି ରୋଗରୁ ସୁସ୍ଥ ହୋଇଛନ୍ତି 37, 078ଜଣ । କେଉଁ ରାଜ୍ୟରେ କରୋନା ମୃତ୍ୟୁ କେତେ ମହାରାଷ୍ଟ୍ରରେ ସର୍ବାଧିକ 1198 ଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବାବେଳେ ଗୁଜୁରାଟରେ 659ଜଣ, ମଧ୍ୟପ୍ରଦେଶରେ 248ଜଣ, ପଶ୍ଚିମବଙ୍ଗରେ 238 ଜଣ, ରାଜସ୍ଥାନରେ 131 ଜଣ, ଦିଲ୍ଲୀରେ 160 ଜଣ, ଉତ୍ତରପ୍ରଦେଶରେ 104 ଜଣ,…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 48 ପଜିଟିଭ୍‌ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ପ୍ରଥମ କରି କନ୍ଧମାଳକୁ କରୋନା ଛୁଇଁଛି। ଜିଲ୍ଲାରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ରାଜ୍ୟର  22ଟି ଜିଲ୍ଲାରେ କରୋନା ପହଞ୍ଚିଥିବାବେଳେ  ଆଜି ଏହା ବୃଦ୍ଧି ହୋଇ 23ରେ ପହଞ୍ଚିଛି। ନୂତନ 48 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ 16, ଗଞ୍ଜାମରୁ 15, ପୁରୀରୁ 4, ନୟାଗଡରୁ ତିନି, କେନ୍ଦ୍ରାପଡାରୁ ତିନି, ବଲାଙ୍ଗିର ଓ କନ୍ଧମାଳରୁ ଦୁଇ, ବୌଦ୍ଧ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।  ନୂତନ 48ଜଣଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 876କୁ ବୃଦ୍ଧି ହୋଇଛି। ଏବେ ରାଜ୍ୟରେ 652ଟି ସକ୍ରିୟ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 220 ଜଣ ଓ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଛି।

Read More

ଭୁବନେଶ୍ବର : ବଙ୍ଗୋପରେ ସୃଷ୍ଟି ହୋଇଥିବା ଆମ୍ଫାନ୍‌ ସୁପର ସାଇକ୍ଲୋନ୍‌ରେ ପରିଣତ ହୋଇପାରେ ବୋଲି ସୂଚନା ରହିଛି । ବଙ୍ଗୋପସାଗରରେ ଲଗାତର ଅଧିକ ଘନୀଭୂତ ହେଉଛି ଆମ୍ଫାନ୍‌ । ବଙ୍ଗୋପସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ‘ଆମ୍ପାନ୍’ ଅତି ଭୀଷଣ ରୂପ ଧାରଣ କରିଛି । 12 ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନ୍‌ରେ ପରିଣତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆଜି ସନ୍ଧ୍ୟା 5.30 ସୁଦ୍ଧା ଏହା ସୁପର ସାଇକ୍ଲୋନ୍‌ରେ ପରିଣତ ହୋଇପାରେ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହା ଘଣ୍ଟା ପ୍ରତି 220ରୁ 265 କିମି ବେଗରେ ପବନ ବହିବା ନେଇ ସମ୍ଭାବନା ରହିଛି। ଏବେ ଏହା ଘଣ୍ଟାକୁ 13 କି.ମି. ବେଗରେ ଗତି କରିବା ସହ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଉଛି। ଏବେ ପାରାଦୀପ ଠାରୁ 790 କି.ମି ଦୂରରେ ରହିଥିବାବେଳେ ଦୀଘା ଠାରୁ ଦକ୍ଷିଣ ଦକ୍ଷିଣପଶ୍ଚିମରେ 940 କିମି ଦୂରରେ ଆମ୍ପାନ୍‌…

Read More

ଗୋଆ : ଦେଶରେ କରୋନା ଭାଇରସ୍‌ ଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ  ଦେଶରେ ମୋଟ୍‌ 90 ହଜାରରୁ ଉର୍ଦ୍ଧ୍ବ କରୋନା ଯୋଗୁଁ ସଂକ୍ରମିତ ହୋଇ ସାରିଲେଣି। ସେହିପରି ମୃତ୍ୟୁ ସଂଖ୍ୟା 2872ରେ ପହଞ୍ଚିଛି।  ଏହା ମଧ୍ୟରେ କରୋନାରୁ ମୁକ୍ତ ହୋଇଥିବା ଗୋଆରେ ପୁଣି ଥରେ ନୂତନ ମାମଲା ଦେଖିବାକୁ ମିଳିଛି । ଏଠାରେ ମୁମ୍ବାଇରୁ ଗୋଆ ଫେରିଥିବା ମୋଟ୍‌ 7ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଏହା ସହିତ ଗୋଆରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 29ରେ ପହଞ୍ଚିଛି । ରବିବାର ଦିନ ଟ୍ରେନ୍‌ରେ ଫେରିଥିବା ପ୍ରାୟ 100 ଲୋକଙ୍କ କରୋନା ଟେଷ୍ଟ କରାଯାଇଥିଲା । ପ୍ରାରମ୍ଭିକ ଅବସ୍ଥାରେ ଚାରିଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସୋମବାର ଦିନ ତିନି ଜଣଙ୍କର ପଜିଟିଭ୍‌ ରିପୋର୍ଟ ଆସିଛି । ସୂଚନାଯୋଗ୍ୟ,  ଭାରତୀୟ ରେଳବିଭାଗ ତରଫରୁ ସ୍ପେଶାଲ୍‌ ଟ୍ରେନ୍‌ ଚଲାଯାଉଛି । ଏହା ପରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା…

Read More

ରମେଶ ମହାନ୍ତି ଜଗତସିଂହପୁର : ବୋଝ ଉପରେ ନଳିତା ବିଡା ଭଳି କରୋନା ମହାମାରୀ ପାଇଁ ଲକଡାଉନ୍ ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ଶୋଚନୀୟ ଥିବାବେଳେ ଏବେ ଆମ୍ଫାନ ମହାବାତ୍ୟାର ଆଶଙ୍କାରେ ଲୋକେ ଭୟଭୀତ। ଏଭଳି ସମୟରେ ଦଇବ ଦାଉସାଧିଲା ପରି ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି ଦଶଟି ପରିବାରର ସବୁକିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଜାନକାଦେଇପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମରେ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଜାନକାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଅନତି ଦୂର ବଳଭଦ୍ରପୁର ଗ୍ରାମରେ ୧୫ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡରେ ଜଳିଗଲା ଦଶଟି ପରିବାରର ସବୁକିଛି। ବିଳମ୍ବିତ ରାତିରେ କେହି କିଛି ଜାଣିବା ପୁର୍ବରୁ ଗୋଟିଏ ପରେ ଗୋଟିଏ ଦଶଟି ପରିବାରକୁ ନିଆଁ ବ୍ୟାପିଯାଇଥିଲା। ଲୋକେ ଜୀବନ ବଞ୍ଚାଇ ପଦାକୁ ବାହାରି ଆସିବା ପରେ ଆଖିଆଗରେ ସବୁକିଛି ଜଳିଯାଇଥିଲା। ଘୋର ନିଦ୍ରାରେ ସମସ୍ତେ ଶୋଇଥିବା ବେଳେ ହଠାତ…

Read More

କେଦାର ମିଶ୍ର ଯେତେବେଳେ କରୋନା ଗ୍ରାଫରେ ଯୁକ୍ତରାଷ୍ଟ୍ର ଆମେରିକା ସବୁଠୁ ଅଧିକ କରୋନା ଆକ୍ରାନ୍ତ, ସେତେବେଳେ ଏହାର ରାଷ୍ଟ୍ରପତି କରୋନାକୁ ଏକ କୌତୁକ ବୋଲି ଭାବୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଚରଣ ଓ ଉଚ୍ଚାରଣ ରେ ଆମେରିକାର ମୃତ ତଥା ଆକ୍ରାନ୍ତ ନାଗରିକଙ୍କ ପ୍ରତି କରୁଣା ବଦଳରେ କ୍ଷମତାର ଅହଂକାର ବାରି ହୋଇ ପଡୁଛି। ଆଜି ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷରୁ ଅଧିକ ଓ ମୃତକଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ। ସେଥିରେ ରାଷ୍ଟ୍ରପତିଙ୍କ ରାଜନୀତି ବଡ ବିଚିତ୍ର ମାନେ ହେଉଛି। ନିଜ ଲୋକଙ୍କୁ ଭେଣ୍ଟିଲେଟର ଯୋଗାଇ ନପାରି ମରଣ ମୁହଁ କୁ ଠେଲି ଦେଉଥିବା ଆମେରିକା ଏବେ ଭାରତକୁ ଭେଣ୍ଟିଲେଟର ପଠାଇବ ବୋଲି କହିଛି। ଏହା ବୋଧହୁଏ ଇତିହାସର ସବୁଠୁ ବିଡମ୍ବିତ ଅଧ୍ୟାୟ। ଯେଉଁମାନେ ଚାଇଲ୍ଦିଶ ଗାମ୍ବିନୋଙ୍କର ଗ୍ରାମୀ ପୁରସ୍କାର ବିଜେତା  ପ୍ରସିଦ୍ଧ ଗୀତ “ଦିସ ଇଜ ଆମେରିକା” ଶୁଣିଥିବେ ଓ ଏହାର ଭିଡିଓ ଦେଖିଥିବେ, ସେମାନଙ୍କ ପାଇଁ…

Read More

ନୂଆଦିଲ୍ଲୀ : ବିଶ୍ବରେ କରୋନା ସ୍ଥିତି ଜଟିଳ ରହିଛି । ଚୀନରୁ ଆରମ୍ଭ ହୋଇଥିବା ଏହି ରୋଗ ଏବେ ପୃଥିବୀର 213ଟି ଦେଶରେ ବ୍ୟାପି ସାରିଛି। ସାରା ବିଶ୍ବରେ 4,801,875 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 3 ଲକ୍ଷ ଟପି ସାରିଛି। ଏବେ ସୁଦ୍ଧା ବିଶ୍ବରେ 316,671 ଜଣ କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବାବେଳେ ସୁସ୍ଥ ହୋଇଛନ୍ତି 1,858,170 ଜଣ । ମହାମାରୀ କରୋନା ଯୋଗୁଁ ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ଆଜି ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଏଠାରେ ମୃତ୍ୟୁ ସଂଖ୍ୟା 90,978 ରେ ପହଞ୍ଚିଥିବାବେଳେ 1,527,654 ଜଣ ସଂକ୍ରମିତ ହୋଇଛନ୍ତି । ଦୁନିଆର କରୋନା ଜନିତ ମୃତ୍ୟୁର 71 ପ୍ରତିଶତ ମାତ୍ର 10ଟି ଦେଶରେ ହୋଇଛି । ଏହି ଦଶଟି ଦେଶରେ କରୋନା ପୀଡିତଙ୍କ ସଂଖ୍ୟା ପ୍ରାୟ 34 ଲକ୍ଷ । ଆମେରିକା ପରି ସ୍ପେନ୍‌, ରୁଷ, ୟୁକେ, ବ୍ରାଜିଲ୍‌, ଇଟାଲୀ, ଫ୍ରାନ୍ସ ଜର୍ମାନୀ,…

Read More

ଭୁବନେଶ୍ବର : ପାରାଦୀପଠାରୁ 820 କିମି ଦୂରରେ ରହିଛି ‘ଆମ୍ଫାନ୍‌’ । ଦୀଘାଠାରୁ 980 କିମି ଦୂରରେ ରହିଥିବାବେଳେ ଘଣ୍ଟାକୁ 13 କିମି ଦୂରରେ ଗତି କରୁଛି ବାତ୍ୟା ‘ଆମ୍ଫାନ୍‌’ । ଆସନ୍ତା 6 ଘଣ୍ଟାରେ ଅତି ଭୀଷଣ ବାତ୍ୟାର ରୂପ ନେବ ‘ଆମ୍ଫାନ୍‌’ । ବାତ୍ୟା ଅତି ଭୀଷଣ ରୂପ ନେଇ ଉତ୍ତର – ଉତ୍ତରପୂର୍ବ ଦିଗକୁ ମୁହାଁଇବ । 20 ତାରିଖ ସନ୍ଧ୍ୟାରେ ଦୀଘା – ହାତିଆ ମଧ୍ୟରେ  ବାତ୍ୟା ଆମ୍ଫାନ୍‌ ଅତିକ୍ରମ କରିବ ବୋଲି ସୂଚନା ରହିଛି । ଏହା ପ୍ରଭାବରେ ଆଜିଠାରୁ 20 ଯାଏଁ ଓଡ଼ିଶାରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶାରେ 45ରୁ 55 କିମି ବେଗରେ ପବନ ସମ୍ଭାବନା ରହିଥିବାବେଳେ ଉପକୂଳ ଓଡ଼ିଶାର ଆଜି ସନ୍ଧ୍ୟାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟା ‘ଆମ୍ଫାନ୍‌’ ଯୋଗୁଁ…

Read More

ବବ୍‌ଲୁ ସାହୁ କର୍ଲାମୁଣ୍ଡ଼ା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡ଼ା ବ୍ଲକ୍ ଅନ୍ତର୍ଗତ ପୋରାକେଲା ଗ୍ରାମରେ ଘଟି ଯାଇଛି ଏକ ଦୁଃଖଦ ଘଟଣା । ଏକ ମହୁଲ ଗଛରୁ ଉଦ୍ଧାର ହୋଇଛି ପ୍ରେମିଯୁଗଳଙ୍କ ଶବ । ଆଜି ସକାଳୁ କିଛି ଗ୍ରାମବାସୀ ମହୁଲ ଗଛରେ ଗୋଟିଏ ପୁଅ ଓ ଝିଅର ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ । ପ୍ରେମିଯୁଗଳ ପୋରାକେଳା ଗ୍ରାମର ନବୀନ (22) ଏବଂ ଦିପା (16) (ଉଭୟ ଛଦ୍ମନାମ) ବୋଲି ଜଣାପଡିଛି । ଉଭୟଙ୍କ ମଧ୍ୟରେ ପ୍ରେମସଂପର୍କ ରହିଥିବା ବେଳେ କେଉଁ ପରସ୍ଥିତିରେ ଆତ୍ମହତ୍ୟା କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ, ଏମ.ରାମପୁର ଥାନାଧିକାରୀ ଓ ରିଶୀଡ଼ା ଫାଣ୍ଡି ଅଧିକାରୀ ଲବରାମ୍ ଛତ୍ରିଆ ଏବଂ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଶବକୁ ଓହ୍ଲାଇବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଏହା ଆତ୍ମହତ୍ୟା କି ହତ୍ୟା ତଦନ୍ତ ପରେ ଜଣାପଡିବ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବଢାଯାଇଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ନୂତନ ଗାଇଡ୍‌ଲାଇନ୍‌ ଅନୁଯାୟୀ କରୋନା ହଟ୍‌ସ୍ପଟ ଗୁଡିକରେ ପୂର୍ବବତ ନିୟମ କଡାକଡି ରହିବ। ଏହି ସମୟରେ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବନ୍ଦ ରଖାଯାଇଛି। ସେହିଭଳି ମେଟ୍ରୋ ସେବାକୁ ମଧ୍ୟ ବନ୍ଦ ରଖିବା ପାଇଁ କୁହାଯାଇଛି। ତେବେ ବସ୍‌ ସେବା ଚାଲୁ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଏହା ରାଜ୍ୟର ଇଚ୍ଛାଧୀନ ବ୍ୟାପାର ରହିବ ବୋଲି ସ୍ପଷ୍ଟ କରାଯାଇଛି। ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଘରକୁ ପାର୍ସଲ୍‌ ଏବଂ ହୋମ୍‌ ଡେଲିଭରୀ ଜାରି ରହିବ। ଏହି ସମୟରେ ସମସ୍ତ ସ୍କୁଲ୍‌, କଲେଜ୍‌, ଜିମ୍‌, ସ୍ବିମିଂପୁଲ୍‌, ସପିଂ ମଲ୍‌ ଏବଂ ସିନେମା ହଲ୍‌କୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଧାର୍ମିକ…

Read More