Author: Samikhsya Bureau

ଲଣ୍ଡନ/ନୂଆଦିଲ୍ଲୀ : ଇସଲାମିକ୍‌ ଧର୍ମଗୁରୁ ତଥା ପ୍ରବକ୍ତା ଜାକିର ନାଏକର ଟିଭି ଚ୍ୟାନେଲ ଉପରେ 3 ଲକ୍ଷ ପାଉଣ୍ଡର ଜରିମାନା ଲଗାଯାଇଛି । ୟୁକେରେ ଜାକିର୍‌ ନାଏକର ଦୁଇ ଚ୍ୟାନେଲ ପିସ୍‌ ଟିଭି ଏବଂ ପିସ୍ ଟିଭି ଉର୍ଦ୍ଦୁ ଉପରେ ଏହି ଜରିମାନା ଲାଗୁ କରାଯାଇଛି । ଘୃଣାଭରା ଭାଷଣ କାରଣରୁ ୟୁକେର ସଂସ୍ଥା ଅଫ୍‌କମ୍‌ ପକ୍ଷରୁ 3 ଲକ୍ଷ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ 2.75 କୋଟି ଟଙ୍କାର ଜରିମାନା ଲଗାଇଛି । ପିସ୍‌ ଟିଭିକୁ 1 ଲକ୍ଷ ପାଉଣ୍ଡ ଏବଂ ପିସ୍‌ ଟିଭି ଉର୍ଦ୍ଦୁକୁ 2 ଲକ୍ଷ ପାଉଣ୍ଡର ଜରିମାନା ଲଗାଯାଇଛି । ଘୃଣା ଭରା ଭାଷଣ ଏବଂ ହତ୍ୟା ପରି ଜିନିଷ ବାରମ୍ବାର ଦେଖାଉଥିବାରୁ ପିସ୍ ଟିଭି ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପିସ୍ ଟିଭିର ମାଲିକ ଜାକିର ନାଏକ ଉଭୟ ଭାରତ ଏବଂ ବାଂଲାଦେଶର ମୋଷ୍ଟ ଓ୍ବାଣ୍ଟେଡ୍‌ ଅପରାଧୀ । ଉଭୟ ଦେଶରେ…

Read More

ଭୁବନେଶ୍ବର : ବାତ୍ୟା ଆମ୍ଫାନର ମୁକାବିଲା ପାଇଁ ଓଡିଶା ସରକାର ତତ୍ପର ରହିଥିବା ବେଳେ ଆଜି 6ଟି ଜିଲ୍ଲାକୁ ଯାଇଛି ଏନ୍‌ଡିଆର୍‌ଏଫ୍‌ ଟିମ୍‌ । ପୂର୍ବରୁ 4ଟି ଜିଲ୍ଲାରେ ଏନ୍‌ଡିଆରଏଫ୍‌ ଟିମ୍‌ ମହଜୁଦ ରହିଥିବା ବେଳେ ଆଜି ଆଉ 6ଟି ଜିଲ୍ଲାକୁ ଏନ୍‌ଡିଆରଏଫ୍‌ ଟିମ୍‌ ପଠାଯାଇଛି । ପୁରୀ, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦ୍ରାପଡା, ଯାଜପୁର ଏବଂ ଭଦ୍ରକକୁ ଏହି ଟିମ୍‌ ଗୁଡିକ ଯାଇଛି । ପ୍ରତି ଜିଲ୍ଲାକୁ ଗୋଟିଏ ଲେଖାଏଁ ଏନ୍‌ଡିଆରଏଫ୍‌ ଟିମ୍‌ ପଠାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତାକାଲିଠୁ ବାତ୍ୟାର ରୂପ ନେବାକୁ ଯାଉଥିବା ଆମ୍ଫାନ ଓଡିଶ ଏବଂ ପଶ୍ଚିମବଙ୍ଗ ସୀମାନ୍ତରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି ।

Read More

କେଦାର ମିଶ୍ର ଏଇ କିଛି ଦିନ ହେଲା, ପ୍ରତିଦିନ ଟେଲିଭିଜନ ଖୋଲିଲେ, ଗୋଟେ ଖବର ନିଶ୍ଚୟ ଆଖିରେ ପଡୁଛି। ରାସ୍ତାରେ ଚାଲୁଥିବା ଶ୍ରମିକ ଓ ଶହ ଶହ ସଂଖ୍ୟା ରେ ସେମାନଙ୍କର ଅପମୃତ୍ୟୁ। କରୋନା ଭୂତାଣୁକୁ ରୋକିବା ପାଇଁ ଭାରତ ସରକାର ଅବ୍ୟାହତ ରଖିଥିବା ଲକ ଡାଉନ ଏବେ ବଜ୍ରପାତ ଭଳି ପ୍ରତିଦିନ ଆମ ଶ୍ରମିକଙ୍କୁ ମାରି ଚାଲିଛି। ସଡ଼କ ଦୁର୍ଘଟଣାରେ, ଭୋକ ଓପାସରେ କିମ୍ବା ଖରାଝାଞ୍ଜିରେ ଏମାନେ ପ୍ରତିଦିନ ମରୁଛନ୍ତି। ଏମାନଙ୍କର ମରଣ ଏବେ ସବୁଠାରୁ ବଡ ଖବର। ହେଲେ ଏ ଖବରରେ ସରକାରଙ୍କର ନିଦ ଭାଙ୍ଗୁ ନାହିଁ। ଲକ ଡାଉନର ପଚାଶ ଦିନ ପରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ କହିଲେ, ଚାଲି ଚାଲି ଆସୁଥିବା ଶ୍ରମିକଙ୍କ ଦାୟିତ୍ୱ ରାଜ୍ୟ ସରକାରମାନେ ନିଅନ୍ତୁ। ଏକଥା କେନ୍ଦ୍ର ସରକାର କହିନଥାନ୍ତେ, ଯଦି ସୁପ୍ରିମ କୋର୍ଟ ସେମିତି କିଛି ପରାମର୍ଶ ଦେଇନଥାନ୍ତେ। ପଚାଶ ଦିନରେ ଏମିତି କୌଣସି ଦିନ ନାହିଁ, ଯେଉଁ…

Read More

ନୟାଗଡ : ଖଣ୍ଡପଡା ଢୋଲମରା ପଞ୍ଚାୟତ ସରପଞ୍ଚଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ସରପଞ୍ଚ ସୁଶାନ୍ତ ବେହେରାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବାର ଅଭିଯୋଗ କରାଯାଇଛି। ପୂର୍ବ ଶତ୍ରୁତାରୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ହତ୍ୟା କରିଥିବା ଅଭିଯୋଗ ରହିଛି। ପଞ୍ଚାୟତ ଅଫିସ୍‌ରୁ କାମ ସାରି ଫେରିବାବେଳେ କୋଠାଘର ଗାଁରେ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ଖଣ୍ଡପଡା ଥାନା ପୋଲିସ୍‌।

Read More

ଝାନ୍ସୀ : ଉତ୍ତରପ୍ରଦେଶର ଝାନ୍‌ସୀରେ ଏକ ଶ୍ରମିକଙ୍କ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିଛି । ଯିଏ  ସ୍ତ୍ରୀଙ୍କ ମୃତ୍ୟୁ ପରେ ନିଜେ ଆତ୍ମହତ୍ୟା କରି ଦେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଶ୍ରମିକ ଜଣକ ନିଜ ସ୍ତ୍ରୀଙ୍କ ସହ ନୋଏଡାରୁ ଚାଲି ଚାଲି ଝାନ୍ସୀରେ ଆସି ପହଞ୍ଚିଥିଲେ । ଝାନ୍‌ସୀରେ ତାଙ୍କ ସ୍ତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାବେଳେ ସ୍ବାମୀ ଜଣକ ଆତ୍ମହତ୍ୟା କରିଦେଇଛନ୍ତି । ମୃତକ ଜଣକ ହେଉଛନ୍ତି ଝାନ୍‌ସୀ ଜିଲ୍ଲା ପିପରା ଗ୍ରାମର ଭଗବତ । ସେ ନୋଏଡାରେ ନିଜ ସ୍ତ୍ରୀଙ୍କ ସହ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଭଗବତଙ୍କ ବୟସ 35 ବର୍ଷ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଶିବାନୀଙ୍କ ବୟସ ମାତ୍ର 28 ବର୍ଷ ଥିଲା । ଶିବାନୀ ଟିବି ରୋଗରେ ପୀଡିତ ଥିଲେ । ଲକ୍ ଡାଉନ୍‌ କାରଣରୁ ଚାଲି ଚାଲି ଆସି ଦୁହେଁ ଝାନ୍ସୀରେ ପହଞ୍ଚିଥିଲେ। ଝାନ୍ସୀରେ ପହଞ୍ଚୁ ପହଞ୍ଚୁ ଶିବାନୀଙ୍କ…

Read More

ଭୁବନେଶ୍ବର : ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଭାଟ୍‌ ବଢାଇଲେ ରାଜ୍ୟ ସରକାର। ପେଟ୍ରୋଲରେ 26 ପ୍ରତିଶତରୁ 32 ପ୍ରତିଶତକୁ ଭାଟ ବୃଦ୍ଧି ହୋଇଥିବାବେଳେ ଡିଜେଲ୍‌ରେ 26 ପ୍ରତିଶତରୁ 28 ପ୍ରତିଶତକୁ ଭାଟ୍‌ ବୃଦ୍ଧି କରାଯାଇଛି । ପେଟ୍ରୋଲ୍‌ର ଦର 3ଟଙ୍କା 11 ପଇସା ବୃଦ୍ଧି ହୋଇଥିବାବେଳେ ଡିଜେଲରେ 1 ଟଙ୍କା 03 ପଇସା ବୃଦ୍ଧି କରାଯାଇଛି। ଭୁବନେଶ୍ବରରେ ପେଟ୍ରୋଲ୍‌ ଦର 71 ଟଙ୍କା 69 ପଇସାକୁ ବୃଦ୍ଧି ହୋଇଥିବାବେଳେ ଡିଜେଲ୍‌ ଦର 67ଟଙ୍କା 73 ପଇସାକୁ ବୃଦ୍ଧି ହୋଇଛି। କାଲିଠୁ ପେଟ୍ରୋଲ୍‌, ଡିଜେଲରେ ଏହି ନୂଆ ଦର ଲାଗୁ ହେବ ବୋଲି ସୂଚନା ରହିଛି।

Read More

ବଲାଙ୍ଗିର : ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ନୂଆ ଆକ୍ରାନ୍ତ ବଲାଙ୍ଗିର ଜିଲ୍ଲାର ବୋଲି ସୂଚନା ରହିଛି ।  ଜିଲ୍ଲାରେ ଦୁଇ ଆକ୍ରାନ୍ତ ଚିହ୍ନଟ ନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ଦୁଇ ଆକ୍ରାନ୍ତ ଜଣକ ଡାଲପାଲିପଡା ଅଞ୍ଚଳର ହୋଇଥିବାବେଳେ ସୁରତ ଫେରନ୍ତା ବୋଲି ଜଣାପଡିଛି। ଉଭୟ କ୍ବାରେଣ୍ଟିନ୍‌ରେ ଥିଲେ ବୋଲି ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି। ପଜିଟିଭ୍‌ ଚିହ୍ନଟ ପରେ ଭୁବନେଶ୍ବର କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ରାଜ୍ୟରେ 65ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏବେ ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 739ରେ ପହଞ୍ଚିଛି। ସେହିପରି ଆଜି 30 ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 196ରେ ପହଞ୍ଚିଛି ଏବଂ 3 ଜଣଙ୍କର ପ୍ରାଣହାନି ଘଟିଛି।

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର କୁଜଙ୍ଗ ଶାଖା ପକ୍ଷରୁ ଆଜି କୁଜଙ୍ଗଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କରୋନା ଭାଇରସ ଯୋଗୁ ଶିକ୍ଷାକ୍ଷେତ୍ରରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଛାତ୍ରୀଛାତ୍ରୀମାନଙ୍କୁ ପାଠ୍ୟ ଉପରକରଣ ବିନା ଦେୟରେ ପ୍ରଦାନ କରିବା, ବିଦ୍ୟାଳୟ, ମହାବିଦ୍ୟାଳୟ ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଦେୟ ମୁକ୍ତ କରିବା ଆଦି ଦାବିରେ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ଼ ଧରି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ କୁଜଙ୍ଗସ୍ଥିତ ଲୋକନାଥ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି କଟକ-ପାରାଦୀପ ରାଜ୍ୟ ରାଜପଥ ଏବଂ କୁଜଙ୍ଗ ବଜାର ପରିକ୍ରମା କରିଥିଲେ। ପରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାକ୍ତନ ଅଖିଳ ଭାରତୀୟ ଛାତ୍ର ସଙ୍ଘର ପ୍ରାକ୍ତନ ରାଜ୍ୟ ସଭାପତି ସୁବାଷ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଅଜୟ ବେବେରା, ଗୌତମ ଦାସ, ଚିନ୍ମୟୀ  ନାୟକ, ତପସ୍ୱିନୀ ସାହୁ, ଜୟଶ୍ରୀ ବେହେରା, ଲିପିକା ବେହେରା, ବେବିନା…

Read More

ଭୁବନେଶ୍ବର: ବାତ୍ୟା ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ।  ଗଭୀର ଅବପାତରୁ ବାତ୍ୟା ‘ଆମ୍ଫାନ’ରେ ପରିଣତ ହେଲା ଲଘୁଚାପ। ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏବେ ପାରାଦ୍ବୀପର ଦକ୍ଷିଣରେ 1040 କିମି ଦୂରରେ ରହିଛି ବାତ୍ୟା ଆମ୍ଫାନ୍‌। ସେହିପରି ଦୀଘାର ଦକ୍ଷିଣ ପଶ୍ଚିମରେ 1200 କିମି ଦୂରରେ ରହିଛି। ଆସନ୍ତା 12 ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ଆମ୍ଫାନ୍‌ । 18 ତାରିଖ ସକାଳେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଆସନ୍ତାକାଲି ଯାଏଁ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଆଡକୁ ମୁହାଁଇବ। ଏହା ପ୍ରଭାବରେ 18ରୁ 20 ଯାଏଁ ଓଡ଼ିଶାରେ ପବନ ସହ ବର୍ଷା ସମ୍ଭାବନା ରହିଛି ବୋଲି ସୂଚନା ରହିଛି। ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ସମ୍ପୃକ୍ତ ସରକାରୀ ବିଭାଗ ଏବଂ ଉପକୂଳବର୍ତ୍ତୀ ଓ ତତ୍‌ସଂଲଗ୍ନ 12 ଗୋଟି…

Read More

ପଞ୍ଜାବ : କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ପଞ୍ଜାବ ସରକାର ଲକ୍‌ ଡାଉନ୍‌ର ଅବଧିକୁ ମେ 31 ପର୍ଯ୍ୟନ୍ତ ବଢାଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ କହିଛନ୍ତି ଯେ, ମେ 18ରୁ ଲକ୍ ଡାଉନ୍‌ -4ରେ କିଛି କଟକଣାକୁ କୋହଳ କରାଯିବ। ଏଥିପାଇଁ ଜନତାଙ୍କ ସମର୍ଥନ ଆବଶ୍ୟକ। ତେବେ ପଞ୍ଜାବ ସରକାର ରାଜ୍ୟରେ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ମେ 18ରେ ଜାରି ହେବାକୁ ଥିବା ଲକ୍‌ଡାଉନ୍‌ 4.0ରେ କିପରି କଟକଣା ରହିବ ସେ ନେଇ କେନ୍ଦ୍ର ସରକାର ସୂଚନା ଦେବେ। ତେବେ ପଞ୍ଜାବ ସରକାର ରାଜ୍ୟରେ କିଛି କଟକଣାକୁ କୋହଳ କରିବେ। କିନ୍ତୁ ଯେଉଁଠାରେ ଅଧିକ ମାତ୍ରାରେ କରୋନା ସମ୍ପର୍କିତ ମାମଲା ରହିଛି, ସେଠାରେ କଟକଣା ଜାରି ରହିବ। କରୋନା ସ୍ଥିତିକୁ ନେଇ ଜାରି ହେଉଥିବା ରେଡ୍‌ ଜୋନ୍‌, ଗ୍ରୀନ୍‌ ଜୋନ୍‌ ଓ ଅରେଞ୍ଜନ ଜୋନ୍‌ ସପକ୍ଷରେ ପଞ୍ଜାବ ସରକାର ନଥିବାବେଳେ କଣ୍ଟେନମେଣ୍ଟ ଜୋନ ଓ ନନ୍‌…

Read More

ହରିୟାଣା : ହରିୟାଣାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କୁ କରୋନା ଟେଷ୍ଟ ନ କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କ ସ୍ତ୍ରୀ ତାଙ୍କୁ ଏନେଇ ଜେଲ୍‌ ପଠେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପଞ୍ଜାବରୁ ହରିୟାଣା ଫେରିଥିବା ଜଣେ ଯୁବକ କରୋନା ଟେଷ୍ଟ ନ କରିଥିବାରୁ ତାଙ୍କ ସ୍ତ୍ରୀ ପୋଲିସ୍‌ରେ ଅଭିଯୋଗ କରି ତାଙ୍କ ସ୍ବାମୀଙ୍କୁ ଗିରଫ କରାଇଛନ୍ତି । ହରିୟାଣାର ହିସାରରେ ଏହି ଘଟଣା ଘଟିଛି ।  ଯୁବକ ଜଣକ ପଞ୍ଜାବରୁ ହରିୟାଣାର ହିସାରକୁ ଫେରିଥିଲେ । କିନ୍ତୁ କରୋନା ଟେଷ୍ଟ କରାଇନଥିଲେ । କରୋନା ଟେଷ୍ଟ ନ କରିବା ଅଭିଯୋଗ ସହିତ ଲକ୍‌ ଡାଉନ୍‌ ଉଲ୍ଲଂଘନ କରିବା ଅଭିଯୋଗ କରି ସ୍ତ୍ରୀ ଜଣକ ସ୍ବାମୀଙ୍କୁ ପୋଲିସ୍‌ରେ ଧରାଇଛନ୍ତି । ତେବେ ଏହି ଘଟଣାକୁ ନେଇ ସ୍ତ୍ରୀ ଜଣକ କହିଛନ୍ତି, ସେ ତାଙ୍କ ସ୍ବାମୀଙ୍କୁ ହସ୍ପିଟାଲ୍‌ ଯାଇ କରୋନା ଟେଷ୍ଟ କରିବାକୁ କହିଥିଲେ ।…

Read More

ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାକୁ 1 ଲକ୍ଷ 33 ହଜାର ପ୍ରବାସୀ ଶ୍ରମିକ ଆସିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତି ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ 55,567 ପ୍ରବାସୀ ଫେରିଛନ୍ତି। ସେହିପରି ବାଲେଶ୍ୱରକୁ 11, 368 ଜଣ ପ୍ରବାସୀ ଫେରିଥିବାବେଳେ କଟକକୁ 8198ଜଣ ପ୍ରବାସୀ ଫେରିଛନ୍ତି।  ପ୍ରବାସୀଙ୍କ ବୃଦ୍ଧି ଦେଖି ଗଞ୍ଜାମ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡାରେ ଆଦି ବେଡ୍‌ ସଂଖ୍ୟା ବଢାଯିବ ବୋଲି କହିଛନ୍ତି ସଚିବ ମହାପାତ୍ର। ସୂଚନାରୁ ପ୍ରକାଶ, ଏଯାବତ୍‌ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 737ରେ ପହଞ୍ଚିଥିବାବେଳେ 193 ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେ 538 ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Read More

ନୂଆଦିଲ୍ଲୀ : ଫୁଟ୍‌ବଲ୍‌ ଖେଳିବା ପାଇଁ ଫ୍ଲାଟ୍‌ ଜୋତା ସହିତ ଘାସ ପଡିଆ ଆବଶ୍ୟକ । ତେବେ ହାଇହିଲ୍‌ରେ ଫୁଟ୍‌ବଲ୍‌ ଖେଳିବା କଷ୍ଟସାଧ୍ୟ ନୁହେଁ ଅସମ୍ଭବ ମଧ୍ୟ । ମାତ୍ର ଜଣେ ଯୁବତୀ ହଇହିଲ୍‌ ପିନ୍ଧି ଫୁଟ୍‌ବଲ୍ ଖେଳିବା ସହିତ ବଲ୍‌କୁ ନିୟନ୍ତ୍ରଣ କରିବାର ଅଲଗା ଅଲଗା କଳାକୌଶଳର ପ୍ରଦର୍ଶନ କରୁଥିଲେ । ଏହା ସହିତ ଏହି ଭିଡିଓରେ ଦୁଇ ଅନ୍ତର୍ଜାତୀୟ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଲିଓନେଲ୍‌ ମେସିଙ୍କୁ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି ଏହି ଯୁବତୀ ଜଣକ । https://twitter.com/i/status/1261175254782816257 ଯୁବତୀ ଜଣକ ନିଜ ଟ୍ବିଟ୍ଟର ପେଜ୍‌ରେ ଭିଡିଓଟିକୁ ପୋଷ୍ଟ କରି 24 ଘଣ୍ଟା ମଧ୍ୟରେ ମେସି ଏବଂ ରୋନାଲ୍ଡୋ ଜବାବ ଦିଅନ୍ତୁ ବୋଲି ଲେଖିଥିଲେ । ଉକ୍ତ ଯୁବତୀଙ୍କ ଏହି ଭିଡିଓଟିକୁ ଅନେକ ଦର୍ଶକ ପସନ୍ଦ କରିବା ସହିତ ପ୍ରାୟ 28 ହଜାର ଲୋକ ଦେଖି ସାରିଛନ୍ତି ।

Read More

ଭୁବନେଶ୍ବର : ବାତ୍ୟା ଅମ୍ଫାନକୁ ନେଇ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହି ବୈଠକରେ 12ଟି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ସାମିଲ ହୋଇଥିଲେ । ପୂର୍ବରୁ ରାଜ୍ୟ୍ ଫନି, ତିତଲି, ବୁଲବୁଲ, ଫାଇଲିନ୍‌ ପରି ବାତ୍ୟାର ସଫଳତାର ସହିତ ମୁକାବିଲା କରିଛି ତେଣୁ ସାଧରଣ ଜନତା ଆତଙ୍କିତ ନହୋଇ ସରକାରଙ୍କ ସହାୟତା କରିବା ଉଚିତ୍‌ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାତ୍ୟାର ମୁକାବିଲା ପାଇଁ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ସଜାଗ ରହିଛି ତେଣୁ ସାଧାରଣ ଜନତା ଆଦୌ ଭୟଭୀତ ହେବା ଅନୁଚିତ । ବାତ୍ୟା ପରବର୍ତ୍ତୀ ସ୍ଥିତିରେ ରାସ୍ତା, ବିଜୁଳି ଓ ପାନୀୟ ଜଳଯୋଗାଣକୁ ସ୍ବାଭାବିକ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।…

Read More

ଭୁବନେଶ୍ବର, ଓଡିଶା ଇଲୋକଟ୍ରୋନିକ ମିଡିଆର ଜଣେ ପରିଚିତ ଭିଡିଓ ସାମ୍ବାଦିକ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଆକାଳ ବିୟୋଗ ଘଟିଛି। ଆଜି ମଧ୍ୟାହ୍ନରେ ବ୍ରହ୍ମପୁର ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି। ସେ କିଛି ବର୍ଷ ତଳେ କ୍ୟାନସର ରୋଗରେ ପିଡିତ ହୋଇ ଭଲ ହୋଇଥିଲେ। ହେଲେ ପରବର୍ତ୍ତି ସମୟରେ ତାହା ପୁଣି ପରିଲକ୍ଷିତ ହେବାରୁ ବ୍ରହ୍ମପୁରରେ ଚିକିତ୍ସା ହେଉଥିଲେ। ହେଲେ ଡାକ୍ତରଙ୍କ ସବୁ ଚେଷ୍ଠା ବିଫଳ ହୋଇଥିଲା। ସୁକାନ୍ତ ଜଣେ ଭିଡିଓ ସାମ୍ବାଦିକ ଭାବେ ଇଟିଭି ଓଡିଆରୁ କାମ ଆରମ୍ଭ କରିଥିଲେ। ସେ ପ୍ରଥମେ ବ୍ରହ୍ମପୁରରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଭୁବନେଶ୍ବରରେ ଜଣେ ଆଗଧାଡିର କ୍ୟାମେରମ୍ୟାନ ଭାବେ ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଇଟିଭି ପରବର୍ତ୍ତି ସମୟରେ ନ୍ୟୁଜ 18 ଓଡିଆ ହେବା ପରେ ମଧ୍ୟ ସେ ସେହି ସଂସ୍ଥାରେ କାର୍ଯ୍ୟ କରୁ ଥିଲେ। ହେଲେ କୌଣସି କାରଣ ବସତଃ ସେ ନ୍ୟୁଜ 18 ଓଡିଆରୁ ଚାକିରୀ ଛାଡି…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ମହାମାରୀ ସମୟରେ ନିଜ ଗ୍ରାମକୁ ସୁରକ୍ଷିତ ରଖିବାର ଏକ ଅନନ୍ୟ ପ୍ରୟାସ କରିଛନ୍ତି ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଗ୍ରାମର କିଛି ଯୁବକ। ପ୍ରଶାସନ ପକ୍ଷରୁ ଗ୍ରାମକୁ ସାନିଟାଇଜ୍‌ କରାଯାଉନଥିବା ବେଳେ ୧୨ ନମ୍ବର ଓ୍ବାର୍ଡର କିଛି ଯୁବକ ନିଜ ପ୍ରୟାସରେ ସମଗ୍ର ଗାଁକୁ ସାନିଟାଇଜ୍‌ କରିଛନ୍ତି। ଏହା ସହିତ ଘର ଘର ବୁଲି କରୋନା ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରିଛନ୍ତି। ସାମାଜିକ ଦୂରତ୍ବର ପାଳନ କରିବା ସହିତ କରୋନା ଆକ୍ରାନ୍ତଙ୍କୁ ଘୃଣାଚକ୍ଷୁରେ ନଦେଖିବା ପାଇଁ କହିବା ସହିତ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ଏହି ଯୁବଗୋଷ୍ଠୀ। ପୋଲିସ୍‌, ଡାକ୍ତର ଏବଂ ସରକାରୀ କର୍ମଚାରୀଙ୍କୁ ସମ୍ମାନ ଜଣାଇବା ସହିତ ସରକାରଙ୍କ ସହ ହାତ ମିଶାଇ କରୋନା ସହ ଲଢିବା ଉଚିତ୍‌ ବୋଲି ମତ ଦେଇଥିଲେ। ଯୋଗ ପ୍ରଶିକ୍ଷକ ଅଜୟ ଦାସ, ଅଧ୍ୟାପକ ଶିଶିର ନାୟକ, ଶିକ୍ଷକ ଉମାକାନ୍ତ ଶାସମଲ, ଶିକ୍ଷାବିତ ସତ୍ୟନାରାୟଣ ବାରିକ, ଯୁବ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 30 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରି ଏହି ସୂଚନା ପ୍ରଦାନ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଏହି 30 ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 196ରେ ପହଞ୍ଚିଛି । ଉଲ୍ଲେଖମଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ 737 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 196 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କର ପ୍ରାଣହାନି ଘଟିଛି ।

Read More

ରାଜ କିଶୋର ବିଷୋୟୀ ଭଞ୍ଜନଗର : ଦାନା ପାଇଁ ଦାଦନ ଯାଇଥିଲେ ସ୍ୱାମୀ ସତ୍ୟବାନ । ଆଉ ଦୁଇ ଦିନ ପରେ ଟିକଟ କରି ଟ୍ରେନରେ ଗାଁକୁ ଫେରିଥାନ୍ତେ । ତା ପୂର୍ବରୁ ଫୋନ କରି କହିଥିଲେ , ମୁଁ ଗାଁ କୁ ଗଲେ ଆଉ ସୁରତ ଫେରିବିନି । ଗାଁ ରେ ହିଁ ରହିବି । ଯାହା ଯେତିକି ରୋଜଗାର କରିବି ସେତକରେ ଚଳିବା । ହେଲେ ସବୁ ସ୍ୱପ୍ନ ଅଧାରେ ରହିଗଲା । ସ୍ବାମୀଙ୍କ ଫେରିବା ବାଟ ଅଫେରା ରହିଗଲା । ପୁଅ କୁ କୋଳେଇ ,ଏମିତି କଥା ବାହୁନି ବାହୁନି କାନ୍ଦୁଛନ୍ତି, ସୁରତ ପୋଲିସ ମାଡ଼ରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡ଼ା ଗାଁର ମୃତ ସତ୍ୟବାନ ସ୍ବାଇଁଙ୍କ ପତ୍ନୀ ପ୍ରତିମା । ସୁରତ ପୋଲିସ ମୋ ସ୍ୱାମୀଙ୍କୁ ପିଟିପିଟି ମାରିଦେଲା ମୋତେ ନ୍ୟାୟ ଦରକାର । ମୁଁ ମୋ ପୁଅ ଓ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରୁ ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ନିଜ ଜିଲ୍ଲାପାଳ କ୍ଷମତାର ପ୍ରୟୋଗ କରିଛନ୍ତି ସରପଞ୍ଚ। ଉକ୍ତ ଅଞ୍ଚଳକୁ ଜିଲ୍ଲାପାଳ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଥିବା ବେଳେ ସରପଞ୍ଚ ୪ଟି ଗ୍ରାମକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ସରପଞ୍ଚ ମନୋଜ କୁମାର ପ୍ରଧାନ କୁମାରାଙ୍ଗ ପଞ୍ଚାୟତ ଅଧୀନସ୍ଥ କେଶପୁର, ବୀରକେଶପୁର, କନ୍ଧଦୁଲ୍ଲଣୀ ଏବଂ ଖୁଣ୍ଟପଲ୍ଲୀ ଗ୍ରାମରେ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆସନ୍ତା ୭୨ ଘଣ୍ଟା ପାଇଁ ଏହି ଅଞ୍ଚଳକୁ ସଟ୍‌ଡାଉନ୍‌ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ୧ ପ୍ଲାଟୁନୁ ପୋଲିସ୍‌ ମୁତୟନ ହୋଇଛନ୍ତି। ୧୬ ତାରିଖ ସନ୍ଧ୍ୟା ୬ଟାରୁ ୧୯ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ସହିତ ଉକ୍ତ ଅଞ୍ଚଳର ସାନିଟାଇଜେସନ୍‌ ପାଇଁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲାରେ ତିନି ଜଣ…

Read More

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଯୋଜନାରେ 20 ଲକ୍ଷ କୋଟି ଟଙ୍କାର ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତାର ଚତୁର୍ଥ ଦିନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥକ ସଚିବ ପ୍ରେସ୍‌ ମିଟ୍‌ କରିଥିଲେ। ଚତୁର୍ଥ ଦିନରେ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ଉପରେ ସୀତାରମଣ ସୂଚନା ଦେଇଥିଲେ। ଭାରତରେ ଏଫ୍‌ଡିଆଇ ଆଗମନରେ ବୃଦ୍ଧି ଘଟାଇବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୀତାରମଣ ଘୋଷଣା କରିଥିଲେ। ଭାରତକୁ ନିଜର ବ୍ୟବସାୟିକ ନୀତିରେ ପରିବର୍ତ୍ତନ କରିବାକୁ ପଡିବ ଯାହାଦ୍ବାରା ଭାରତ ଏଫ୍‌ଡିଆଇକୁ ଆକର୍ଷିତ କରିବ। ସେହିପରି ବୈଷୟିକ କୌଶଳ ଦ୍ବାରା ରାଜ୍ୟ ମାନଙ୍କର ନିବେଶ ଯୋଜନାର ରାଙ୍କିଙ୍ଗ ପ୍ରସ୍ତୁତ କରାଯିବ ବୋଲି ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି। ଦେଶରେ 3376ଟି ଇଣ୍ଡଷ୍ଟ୍ରିଆଲ ପାର୍କ ଏବଂ ଏସ୍‌ଇଜେଡ୍ ରହିଥିବା ବେଳେ ଏହା 5 ଲକ୍ଷ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଜିଆଇଏସ୍‌ ମ୍ୟାପିଂ…

Read More