Author: Samikhsya Bureau

ଭୁବନେଶ୍ବର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ୍‌ । ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏ ପିଲା ପାସ୍‌ । କରୋନା ସ୍ଥିତି ନେଇ ସବୁ ପିଲାଙ୍କୁ ପାସ୍‌ ଘୋଷଣା କଲେ ସରକାର । ପାସ୍ ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ନବମରୁ ଦଶମ ଶ୍ରେଣୀ ଯିବାକୁ ଥିବା ପିଲାଙ୍କୁ ସର୍ତ୍ତମୂଳକ ପାସ୍‌ କରାଯିବ ବୋଲି ସୂଚନା ରହିଛି ।  ଯେଉଁ ପରୀକ୍ଷା ହୋଇପାରିନି, ତା’ର ଷାଣ୍ମାସିକ ନମ୍ବରକୁ ନେଇ ପାସ୍‌ କରାଯିବ ।  ବାର୍ଷିକ ପରୀକ୍ଷା ପୂର୍ବରୁ ହୋଇଥିବା ପରୀକ୍ଷା ଆଧାରରେ ପ୍ରମୋସନ । ଯଦି କୌଣସି କାରଣରୁ ପରୀକ୍ଷା ଦେଇନଥିବେ, ତେବେ ରିଟେଷ୍ଟ ହେବ । ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବା ପରେ ସମ୍ପୃକ୍ତ ପିଲାଙ୍କ ରି-ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଯୁକ୍ତ ଦୁଇ ପ୍ରଥମ ବର୍ଷରୁ ଦ୍ବିତୀୟ…

Read More

ଭୁବନେଶ୍ବର :  ଆଜି ସାମ୍ବାଦିକ ସମ୍ମିଳନୀରେ କୋଭିଡ୍‌ ସମ୍ପର୍କରେ ସୂଚନା ଦେବା ସହ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କୋଭିଡ୍‌-19 ଓଡ଼ିଶାର ମୁଖପାତ୍ର ସୁବତ୍ର ବାଗ୍‌ଚୀ। ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ 20 ଜଣ ଛୋଟ ପିଲା ସୁସ୍ଥ ହୋଇଛନ୍ତି । 14 ବର୍ଷରୁ କମ୍‌ ବୟସ୍କ ସମସ୍ତ 20 ଜଣ ସୁସ୍ଥ ହୋଇଥିବାର ସୂଚନା ଦେଇଛନ୍ତି ବାଗ୍‌ଚୀ । ସମସ୍ତ 20 ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଥିବାର କହିଛନ୍ତି ବାଗ୍‌ଚୀ । ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା ସୁସ୍ଥଙ୍କ ସଂଖ୍ୟା 166ରେ ପହଞ୍ଚିଛି। ଆଜି ରାଜ୍ୟରୁ 8 ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 672ରେ ପହଞ୍ଚିଥିବାବେଳେ 503ଟି ସକ୍ରିୟ ମାମଲା ରହିଛି ।

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଯୋଗୁ ଦେଶରେ ଭୟାବହ ପରିସ୍ଥିତି ଦେଖାଦେଇଛି। ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ଅଧିକ ସଂଖ୍ୟକ ଫେରୁଥିବା ପ୍ରବାସୀମାନଙ୍କ ପାଇଁ ଜଗତସିଂହପୁର ସ୍ଥିତ ଏସ୍.ଭି.ଏମ୍ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଟ୍ରାନଜିଟ୍ ପଏଣ୍ଟ ଓ ସ୍ୱାବ ସଂଗ୍ରହ କେନ୍ଦ୍ର କାର୍ଯ୍ୟ କରୁଥିବାରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏସ୍.ଭି.ଏମ୍ କଲେଜ୍ ଆଖ ପାଖରେ ୧୪୪ ଧାରା ଜାରୀ କରିଛନ୍ତି। ଏହି ଧାରା ଆଜିଠାରୁ ବଳବତ୍ତର ରହିବ। ଉକ୍ତ କଲେଜ୍ ଆଖ ପାଖ ଓ ମେନ୍ ଗେଟ୍ ଠାରୁ ୧୦୦ ମିଟର ଦୁରତା ଭିତରେ ଏହି ଧାରା କାର୍ଯ୍ୟକାରୀ ହେବ। ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ମାନେ ବିନା ଅନୁମତିରେ କ୍ୟାମ୍ପସ୍ ବାହାରକୁ ଯାଇପାରିବେ ନାହିଁ। ସାମାଜିକ ଦୂରତ୍ୱକୁ କଡାକଡି ଭାବେ ପାଳନ କରାଯିବ। ଗତକାଲି ମେ, ୧୪ ତାରିଖରେ ଜିଲ୍ଲାକୁ ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ୧୩୨ ଜଣଙ୍କ ଠାରୁ ସ୍ୱାବ ସଂଗୃହୀତ ହୋଇଛି।…

Read More

ପିଣ୍ଟୁ ବିଷୋୟୀ ଗଞ୍ଜାମ: ଫାଇଭ୍‌ ଟି ସଚିବ ଭି.କେ ପାଣ୍ଡିଆନ୍‌ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ବ୍ଲକରେ କରୋନା ସମୀକ୍ଷା କରିଥିବାବେଳେଅପରାହ୍ନରେ କବିସୂର୍ଯ୍ୟନଗର ବ୍ଲକ ରେ ପହଁଞ୍ଚି ନିର୍ବାଚନମଣ୍ଡଳୀର କରୋନା ସ୍ଥିତି ସମୀକ୍ଷା କରିଥିଲେ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ବିଡ଼ିଓ,ତହସିଲଦାର ଓ ସରପଞ୍ଚ ମାନଙ୍କ ସହ କରୋନା ସମ୍ପର୍କରେ ଆଲୋଚନା କରିଥିଲେ। ସଙ୍ଗରୋଧ କେନ୍ଦ୍ର, ଖାଦ୍ୟ,ଚିକିତ୍ସା ଓ ପ୍ରବାସୀଙ୍କ ସୁରକ୍ଷା ଏବଂ ସେମାନଙ୍କ ସୁବିଧା ଅସୁବିଧା ଉପରେ ପଚାରି ବୁଝିଥିଲେ। ଏଥିସହ ସେଣ୍ଟରରେ ରହୁଥିବା ଛୋଟ ଶିଶୁଙ୍କୁ ଖାଦ୍ୟ ଦେବାପାଇଁ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ। ସେହିପରି ପ୍ରବାସୀ ଓଡ଼ିଆଙ୍କ ଲାଗି ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ|ପ୍ରବାସୀ ଓଡ଼ିଆଙ୍କ କ୍ୱାରେନଟାଇନ ଅବଧି ସମ୍ପୂର୍ଣ୍ଣ ହେବାପରେ ସେମାନଙ୍କୁ 2ହଜାର ଟଙ୍କା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କହିଥିଲେ। କ୍ବାରେଣ୍ଟାଇନ ସେଣ୍ଟରରେ ପରିଚାଳନା ଗତ ସମସ୍ୟା ଉପରେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ପଞ୍ଚାୟତର ସରପଞ୍ଚମାନଙ୍କୁ ସେମାନଙ୍କ କ୍ଷମତାକୁ…

Read More

ଭୁବନେଶ୍ବର: ଲକ୍ ଡାଉନ୍‌ ପାଇଁ ଏବେ ପ୍ରବାସୀ ଶ୍ରମିକମାନେ ଚାଲି ଚାଲି ନିଜ ରାଜ୍ୟକୁ ଯାଉଛନ୍ତି। ତେବେ ଓଡ଼ିଶା ସରକାର ଏମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ରାସ୍ତାରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କ ପାଇଁ ଆଶ୍ବସ୍ତିକର ଖବର ରହିଛି। ଓଡ଼ିଶା ମାଟିରେ କୌଣସି ପ୍ରବାସୀ ଭାରତୀୟ ଚାଲି ଚାଲି ଯିବେନି ବୋଲି କହିଛନ୍ତି ପୋଲିସ୍‌ ଡିଜିପି। ଓଡ଼ିଶା ଭିତରେ ଯାଉଥିବା ଲୋକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ। ସେମାନେ ଓଡ଼ିଶାକୁ  ଆସୁଥାନ୍ତୁ ବା ଓଡ଼ିଶା ଦେଇ ଯାଉଥାନ୍ତୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା ହେବ। ଓଡ଼ିଶାକୁ ଆସୁଥିବା ଲୋକ ଚେକ୍‌ ପଏଣ୍ଟରେ ପହଞ୍ଚିଲେ ବ୍ୟବସ୍ଥା ହେବ। ସେଠାରୁ ସେମାନଙ୍କୁ ଗାଡି କରି ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯିବ। ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଓଡ଼ିଶା ସୀମାରେ ଛାଡିବା  ସହ ସେମାନଙ୍କ ଖାଇବା ବ୍ୟବସ୍ଥା ବି କରାଯିବ ବୋଲି କହିଛନ୍ତି ଡିଜିପି। ପରିବହନ ପାଇଁ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଭରଣା…

Read More

ହରିଦ୍ବାର : ବିଶ୍ବ ମହାମାରୀ କରାନାକୁ ନେଇ ଜାରି ରହିଛି ଲକ୍‌ ଡାଉନ୍‌। ଏହି ଲକ୍‌ ଡାଉନ୍‌ ପାଇଁ ଦେଶର ବିଭିନ୍ନ ସହରରେ ଫସି ରହିଥିବା ଶ୍ରମିକଙ୍କୁ ରାଜ୍ୟମାନେ ନିଜ ରାଜ୍ୟକୁ ଫେରାଇ ନେଉଛନ୍ତି। ଲକଡାଉନ୍‌ କାରଣରୁ ଉତ୍ତରାଖଣ୍ଡର କିଛି ପ୍ରବାସୀ ବିଭିନ୍ନ ଅଞ୍ଚଳରେ ଫସି ରହିଥିଲେ। ଏହାକୁ ଦେଖି ଉତ୍ତରାଖଣ୍ଡ ସରକାର ଟ୍ରେନ୍‌ ଓ ବସ୍‌ ଜରିଆଣେ ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା କାର୍ଯ୍ୟ ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ଟ୍ରେନ୍‌ ପୁନା, ସୁରତ ଓ ବେଙ୍ଗାଲୁରୁରୁ ଆଦି ପ୍ରବାସୀଙ୍କୁ ନେଇ ହରିଦ୍ବାରରେ ପହଞ୍ଚିଛି । 12 ମଇରୁ ଦିନରେ ପୁନା ଓ ରାତ୍ରିରେ ସୁରତ୍‌ରୁ ଟ୍ରେନ୍‌ ଆସିଥିଲା। କିନ୍ତୁ ଗୁଜୁରାଟ ସୁରତରୁ ଆସିଥିବା ଟ୍ରେନ୍‌ରେ ପ୍ରବାସୀଙ୍କ ସଂଖ୍ୟା କୁହାଯାଇଥିବା ସଂଖ୍ୟାଠାରୁ କମ୍‌ ରହିଛି । ମିଳିଥିବା ସୂଚନା ଅନୁସାରେ 167ଜଣ ପ୍ରବାସୀ ଗାଏବ ରହିଛନ୍ତି । ଗୁଜୁରାଟର ସୁରତରୁ ଉତ୍ତରାଖଣ୍ଡର ହରିଦ୍ବାରରେ ପହଞ୍ଚିଥିବା ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ରେ ଯାତ୍ରୀଙ୍କ ଗାଏବକୁ…

Read More

ନୂଆଦିଲ୍ଲୀ : କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜର  ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି କୃଷି, ଗୋପାଳନ, ମତ୍ସ୍ୟ ଚାଷ ଆଦିକୁ ଗୁରୁତ୍ବ ଦିଆଯାଇଛି । ଆଜି 11ଟି କ୍ଷେତ୍ରରେ ବଡ ଘୋଷଣା କରାଯାଇଛି । ସେଥିମଧ୍ୟରୁ 8ଟି ବିଭିନ୍ନ ବିଭାଗର ଭିତ୍ତିଭୂମି ପାଇଁ ହୋଇଥିବାବେଳେ ଅନ୍ୟଟ ତିନୋଟି ଶାସନ ଏବଂ ପ୍ରଶାସନିକ ସଂସ୍କାର ପାଇଁ ଘୋଷଣା ହୋଇଛି । ଗତ ଦୁଇ ମାସରେ 74, 300 କୋଟିର ଦ୍ରବ୍ୟ ଚାଷୀଙ୍କ ଠାରୁ କିଣାଯାଇଛି। ବିଭିନ୍ନ ଉତ୍ପାଦିତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯାଇଛି। ଗତ 2 ମାସ ମଧ୍ୟରେ 18, 700 କୋଟି ଟଙ୍କା ଡିବିଟିରେ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀଙ୍କ ଘୋଷଣାକରିଛନ୍ତି । ପ୍ରାଥମିକତା ସମବାୟ ସମିତି, କୃଷକ ସମିତି ପାଇଁ 1 ଲକ୍ଷ କୋଟି ସହାୟତାର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।…

Read More

ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ପ୍ରଭାବ ବିସ୍ତାର କରି ଚାଲିଥିବାବେଳେ ଏହା ମଧ୍ୟରେ ଦୁନିଆର ସବୁଠୁ ବଡ ଶରଣାର୍ଥୀ କ୍ୟାମ୍ପ୍‌ରେ ଏବେ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିଛି। ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପ୍‌ରେ କରୋନା ଏବେ ପହଞ୍ଚି ଯାଇଛି। ଏହି ଶିବିରରେ ପ୍ରାୟ ୧୦ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ରହୁଛନ୍ତି । ମିଳିଥିବା ସୂଚନା ଅନୁସାରେ ବାଂଲାଦେଶ ଶରଣାର୍ଥୀ ସହାୟତା ଆୟୋଗର ଅଧ୍ୟକ୍ଷ ମହବୁବ ଆଲମ୍‌ ତାଲୁକଦାର ଗୁରୁବାର ଦିନ  କକ୍ସ ବଜାରସ୍ଥିତି ଶରଣାର୍ଥୀ କ୍ୟାମ୍ପ୍‌ରେ କରୋନା ମାମଲା ସାମ୍ନାକୁ ଆସିଥିବାର କହିଛନ୍ତି । ଶରଣାର୍ଥୀଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦୁହିଁଙ୍କୁ ଆଇସୋଲେସନ କେନ୍ଦ୍ରକୁ ପଠାଯାଇଛି । ଏହି ଦୁଇଜଣଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କର ଚିହ୍ନଟ କରାଯାଉଛି। ଆକ୍ରାନ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ଏହି ଶିବିରରେ ରହୁନଥିବାବେଳେ ସେ କକ୍ସ ବଜାର ଜିଲ୍ଲାରେ ରହୁଥିବାର ସୂଚନା ରହିଛି। ଏହି କ୍ୟାମ୍ପ୍‌ରେ…

Read More

ଭୁବନେଶ୍ବର : ଲକ୍‌ଡାଉନ୍‌ ବଦଳାଇଦେଇଛି ପ୍ରବାସୀ ଶ୍ରମିକର ଜୀବନ। ରୋଜଗାର ଚାଲିଗଲା, ପୁଣି ଚାଲିଗଲା ନିଜ ଉପରେ ଥିବା ଛାତ। ପେଟ ପାଇଁ ଦେଶର ଭିନ୍ନ ଭିନ୍ନ ସହରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଏବେ ଦୁଃଖର ପାହାଡ ଭାଙ୍ଗି ପଡିଛି । ରୋଜଗାର ଓ ଖାଦ୍ୟ ନ ପାଇଁ ବିକଳରେ ନିଜ ମାଟିକୁ ଫେରିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କ ପାଖରେ ଏବେ ଯିବା ପାଇଁ କୌଣସି ସାଧନ ନାହିଁ। ରାସ୍ତା ଅଛି କିନ୍ତୁ ଚାଲିବାକୁ ଆଉ ଶକ୍ତି ନାହିଁ। ଯେତେ ଚାଲୁଥିଲେ ବି ବାଟ ସରୁନାହିଁ….। ରାଜ୍ୟର ବିଭିନ୍ନ ସହରରେ ଫସି ରହିଥିବା ଶ୍ରମିକମାନେ କେମିତି ନିଜ ରାଜ୍ୟକୁ ଫେରୁଛନ୍ତି ତାକୁ ନେଇ ଏକ ସ୍ବତନ୍ତ୍ର ଫଟୋ ଫିଚର୍‌। ରୋଜଗାର ନାହିଁ । ଭୋକରେ ପେଟ ପସି ଗଲାଣି। ପ୍ରବାସୀ ଶ୍ରମିକଙ୍କ ଦୁଃଖ ସରିବାର ନାଁ ଧରୁନାହିଁ । ରୋଜଗାର ଓ ଭୋକ ବିକଳରେ ଘର ବାହୁଡା ଆରମ୍ଭ…

Read More

ଜଳେଶ୍ବର : ଲକ୍‌ ଡାଉନ୍‌ ଉଜାଡି ଦେଇଛି ପ୍ରବାସୀ ଶ୍ରମିକର ଜୀବନ । ତାଲାବନ୍ଦ ଯୋଗୁ ରୋଜଗାର ଚାଲିଯାଇଥିବାବେଳେ ଘରକୁ ଫେରିବା ପାଇଁ କୌଣସି ସାଧନ ନାହିଁ । ବାଧ୍ୟ ହୋଇ ଚାଲି ଚାଲି ନିଜ ଘରକୁ ଫେରୁଥିବା ଶ୍ରମିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ପ୍ରାୟେ ସବୁଦିନେ ପ୍ରବାସୀ ଶ୍ରମିକମାନେ ଘର ବାହୁଡୁଥିବାବେଳେ ନାନା ଦୁର୍ଘଟଣାର ଶିକାର ହେଉଥିବାର ଖବର ଶୁଣିବାକୁ ମିଳୁଛି । ଜଣେ ଓଡ଼ିଆ ପ୍ରବାସୀ ଶ୍ରମିକ ଘରେ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ସୁଦୂର କୋଲକାତାରୁ ଚାଲି ଚାଲି ଆସୁଥିବା ଓଡ଼ିଆ ପ୍ରବାସୀ ଶ୍ରମିକଟି ଘରେ ପହଞ୍ଚିବା ଆଗରୁ ମୃତ୍ୟୁବରଣ କରିଛନ୍ତି । ଲକ୍ଷ୍ମଣନାଥ ଗେଟ୍‌ ନିକଟରେ ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତକଙ୍କ ମୋବାଇଲ୍‌ କଲରୁ ଘର ପୁରୀ ଜିଲ୍ଲା କାକଟପୁର ବୋଲି ସୂଚନା ରହିଛି ।

Read More

ପୁରୀ, ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ଆଜି ମହାରାଣା ସେବକମାନେ ରଥ ଚକ ନିର୍ମାଣ କରି ସେଥିରେ ଅଖ ଯୋଡି ଦେଇଛନ୍ତି।

Read More

ଭୁବନେଶ୍ବର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଆଜି ସନ୍ଧ୍ୟାରେ ଏହା ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ଆଇଏମ୍‌ଡି ଅନୁସାରେ ଲଘୁଚାପ ଆଜି ସନ୍ଧ୍ୟାରେ ଅବପାତରେ ପରିଣତ ହେବ । ଆସନ୍ତା କାଲି ସନ୍ଧ୍ୟା ବେଳକୁ ତାହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ତେବେ ଏହା କେଉଁଠି ଲ୍ୟାଣ୍ଡ ଫଲ୍‌ କରିବ ଜଣାପଡିନାହିଁ । ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ବାତ୍ୟା ଯୋଗୁ ଉତ୍ତର…

Read More

ପ୍ରୟାଗରାଜ : ବିବାହିତ ହୋଇ ମଧ୍ୟ ଜଣେ ବ୍ୟକ୍ତି ନିଜ ଘର ପାଖେ ରହୁଥିବା ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ଚାରି ଜଣଙ୍କୁ ହତ୍ୟା କରାଇଛନ୍ତି । 8 ଲକ୍ଷ ସୁପାରୀ ଦେଇ ନିଜ ପରିବାରର ଚାରିଜଣଙ୍କୁ ହତ୍ୟା କରିଛନ୍ତି ଏହି ବ୍ୟକ୍ତି । ମିଳିଥିବା ସୂଚନା ଅନୁସାରେ ସଙ୍ଗମ ନଗରୀ ପ୍ରୟାଗରାଜରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ଲାଗି ନିଜ ପରିବାରର ଚାରି ଜଣ ସଦସ୍ୟଙ୍କୁ ହତ୍ୟା କରାଇଛନ୍ତି ସମ୍ପୃକ୍ତ ବ୍ୟକ୍ତି । ନିଜେ ବିବାହିତ ହୋଇ ମଧ୍ୟ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି ବ୍ୟକ୍ତି ଜଣକ । ବିବାହିତା ହୋଇ ଅନ୍ୟ ଜଣେ ମହିଳାଙ୍କ ସମ୍ପର୍କରେ ରହିଥିବା ହେତୁ ଘର ଲୋକେ ବିରୋଧ କରିବାରୁ ବ୍ୟକ୍ତି ଜଣକ ନିଜ ବାପା ମା’ ଭଉରୀ ଓ ସ୍ତ୍ରୀର…

Read More

ଭୁବନେଶ୍ବର :  ଆଜି ରାଜ୍ୟରେ ଆଉ 8 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ଚାରି ଜଣ, ଭଦ୍ରକରୁ ଦୁଇ ଜଣ ଓ ବାଲେଶ୍ବର ଓ କେନ୍ଦୁଝରରୁ ଜଣେ ଲେଖାଏଁ ରହିଛନ୍ତି । ନୂଆ 8 ଜଣଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥଙ୍କ ସଂଖ୍ୟା 166ରେ ପହଞ୍ଚିଛି। ସୂଚନାଯୋଗ୍ୟ ରାଜ୍ୟରେ ଏ ଯାବତ୍‌ 672 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 166। ଆଜି ରାଜ୍ୟରେ 48 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତ ମଧ୍ୟରେ ଗଞ୍ଜାମରୁ 12, ବାଲେଶ୍ବରରୁ 12, ପୁରୀରୁ 10 ଓ ଭଦ୍ରକରୁ 6 ଜଣ, ନୟାଗଡରୁ ତିନି,ଯାଜପୁରରୁ ଦୁଇ, କଟକ, ସୁନ୍ଦରଗଡ, ଦେବଗଡରୁ ଜଣେ ଲେଖାଏଁ ରହିଛନ୍ତି। ତେବେ ଆଜି 8 ଜଣ ସୁସ୍ଥ ହେବା ପରେ ଯାଜପୁରରେ ଏବେ ସୁସ୍ଥଙ୍କ ସଂଖ୍ୟା 52ରେ ପହଞ୍ଚିଥିବାବେଳେ ଭଦ୍ରକରେ ସୁସ୍ଥଙ୍କ ସଂଖ୍ୟା 21ରେ ପହଞ୍ଚିଛି। ସେହିପରି ବାଲେଶ୍ବରରେ ସୁସ୍ଥ ରୋଗୀଙ୍କ ସଂଖ୍ୟା 21…

Read More

ନୂଆଦିଲ୍ଲୀ : ବିଶ୍ବବ୍ୟାଙ୍କ ପକ୍ଷରୁ ଭାରତ ପାଇଁ ଏକ ବିଲିୟନ ଡଲାର ପ୍ୟାକେଜର ଘୋଷଣା କରାଯାଇଛି। ସାମାଜିକ ନିରାପତ୍ତା ପ୍ୟାକେ୍ଜ ଘୋଷଣା କରିଛି ବିଶ୍ବ ବ୍ୟାଙ୍କ। ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ  ଏହି ପ୍ୟାକେଜ୍‌ ବଳରେ ସହରାଞ୍ଚଳ ଗରିବ ଓ ଗ୍ରାମାଞ୍ଚଳ ଗରିବଙ୍କ ସାମାଜିକ ସୁରକ୍ଷାକୁ ସମତୁଲ କରିବାରେ ସହାୟକ ହେବ। ଏହି 100 କୋଟି ଡଲାର ସରକାର ପ୍ରଚଳିତ କରିଥିବା ଯୋଜନାଗୁଡିକୁ ଅଧିକ ସୁନିଶ୍ଚିତ ଏବଂ ସକ୍ରିୟ କରିବ। ଏହି ପ୍ୟାକେଜ୍‌ ବଳରେ ପିଡିଏସ୍‌, ଜନଧନ ଓ ଏମ୍‌ଜି ନରେଗା ଭଳି ଯୋଜନା ଉପରେ ଅଧିକ ଫୋକସ୍‌ କରାଯିବ। କରୋନାସଂକଟ ମଧ୍ୟରେ ଏହି ପ୍ୟାକେଜ୍‌ ଜରିଆରେ ଲୋକଙ୍କୁ ଅଧିକ ପରିମାଣର ନଗଦ ଟଙ୍କା ଓ ଖାଦ୍ୟ ମିଳିପାରିବ। ବିଶେଷକରି ଗରିବଙ୍କ ସୁରକ୍ଷା ପାଇ ଏହି ପ୍ୟାକେଜ୍‌ ଘୋଷଣା କରାଯାଇଛି। ଏହି ପ୍ୟାକେଜ୍‌ କରୋନା ରୋଗୀଙ୍କ ଉତ୍ତମ ଚିକିତ୍ସା ଓ କୋଭିଡ୍‌-19 ହସ୍ପିଟାଲର ଉନ୍ନତୀକରଣ ଓ ଲ୍ୟାବ୍‌ ପ୍ରସ୍ତୁତ ପାଇଁ ବିନିଯୋଗ…

Read More

ବଲାଙ୍ଗିର : ଆସନ୍ତା 18 ତାରିଖରୁ ବଲାଙ୍ଗିରରେହେବ କୋଭିଡ୍‌ ଟେଷ୍ଟ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ହେବ କୋଭିଡ୍‌ ଟେଷ୍ଟ । ପ୍ରାଥମିକ ପର୍ଯ୍ୟାୟରେ ଦୈନିକ 68ଟି ନମୁନା ପରୀକ୍ଷା ହେବା ନେଇ ସୂଚନା ରହିଛି ।ସପ୍ତାହେ ମଧ୍ୟରେ ନମୁନା ପରୀକ୍ଷା ସଂଖ୍ୟା 200କୁ ବୃଦ୍ଧି କରାଯିବ । ଭୀମଭୋଇ ମେଡିକାଲ କଲେଜ ଅଧୀକ୍ଷକ ଡ. ମହେନ୍ଦ୍ର ନାୟକ ଏନେଇ ସୂଚନା ଦେଇଛନ୍ତି ।

Read More

ଭୁବନେଶ୍ବର : ଆଜି ଚିହ୍ନଟ ନୂତନ 48 ଜଣଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଏଥିରୁ ଅଧିକାଂଶ ସୁରତ୍‌ ଫେରନ୍ତା ରହିଛନ୍ତି। ବାଲେଶ୍ବରର 12 ଆକ୍ରାନ୍ତଙ୍କ ମଧ୍ୟରୁ 7 ଜଣ ପଶ୍ଚିମବଙ୍ଗ ଫେରନ୍ତା ଥିବାବେଳେ ଦୁଇ ଜଣ ସୁରତ ଫେରନ୍ତା , ଜଣେ ମହାରାଷ୍ଟ୍ର ଓ ଜଣେ ଦିଲ୍ଲୀ ଫେରନ୍ତା ରହିଛନ୍ତି ବାଲେଶ୍ବରର ଅନ୍ୟ ଜଣେ ଆକ୍ରାନ୍ତ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ।  ଗଞ୍ଜାମର 12 ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବାବେଳେ ସମେସ୍ତ କ୍ବାରେଣ୍ଟିନ୍‌ରେ ଥିଲେ।  ସେହିପରି କେନ୍ଦ୍ରାପଡାରେ 13 ଆକ୍ରାନ୍ତ ସୁରତ ଫେରନ୍ତା ରହିଥିବାବେଳେ ସମେସ୍ତ କ୍ବାରେଣ୍ଟିନ୍‌ରେ ଥିଲେ। ଯାଜପୁରର ଦୁଇ ଆକ୍ରାନ୍ତ ମଧ୍ୟ ସୁରତ ଫେରନ୍ତା। ଦୁହେଁ କ୍ବାରେଣ୍ଟିନ୍‌ରେ ଥିଲେ। ସୁନ୍ଦରଗଡର ଜଣେ ଆକ୍ରାନ୍ତ ଅହମ୍ମଦାବାଦ ଫେରନ୍ତା ସେ କ୍ବାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଦେବଗଡରେ ଜଣେ ଆକ୍ରାନ୍ତ ମଧ୍ୟ ଅହମଦାବାଦ ଫେରନ୍ତା ସେ କ୍ବାରେଣ୍ଟିନ୍‌ରେ ଥିଲେ। ଭଦ୍ରକର ସମସ୍ତ 6 ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଥିବାବେଳେ କ୍ବାରେଣ୍ଟିନ୍‌ରେ ରହିଥିଲେ। ନୟାଗଡର…

Read More

ଉତ୍ତରାଖଣ୍ଡ: ଲକ୍‌ ଡାଉନ୍‌ ମଧ୍ୟରେ ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥଧାମ ଆଜି ଭୋର 4ଟା 30 ମିନିଟ୍‌ରେ ଖୋଲାଯାଇଛି । ମନ୍ଦିର ଫାଟକ ଖୋଲିବା ପୂର୍ବରୁ ପୂରା ମନ୍ଦିରକୁ ସୁନ୍ଦର ପୁଷ୍ପମାଳାରେ ସୁସଜ୍ଜିତ କରାଯାଇଥିଲା। ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ମୋଟ୍‌ 28 ଜଣଙ୍କ ଉପସ୍ଥିତିରେ ଫାଟକ ଖୋଲା ଯାଇଥିଲା। ଏହାପରେ ପାରମ୍ପରିକ ରୀତିନୀତିରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା। କରୋନା ଯୋଗୁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। କୋଭିଡ୍‌-19କୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ଗାଇଡ୍‌ଲାଇନ୍ସକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ଗତ ଏପ୍ରିଲ୍‌ 29ରେ କେଦାରନାଥ ଧାମ ଖୋଲିଥିଲା । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ନୂଆ 48 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ 48 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 12, ବାଲେଶ୍ବରରୁ 12, ପୁରୀରୁ 10 ଓ ଭଦ୍ରକରୁ 6 ଜଣ ନୟାଗଡରୁ ତିନି, ଯାଜପୁରରୁ ଦୁଇ, କଟକ, ସୁନ୍ଦରଗଡ, ଦେବଗଡରୁ ଜଣେ ଲେଖାଏଁ  ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 672କୁ ଛୁଇଁଛି । ରାଜ୍ୟରେ ଏବେ ସୁଦ୍ଧା ଆକ୍ଟିଭ୍‌ କେସ୍‌ 511 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 158ଜଣ। ମୃତ୍ୟୁବରଣ କରିଛନ୍ତି ତିନି ଜଣ। ସେହିପରି ଆଜି ଚିହ୍ନଟ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ସର୍ବାଧିକ 264ରେ ପହଞ୍ଚିଥିବାବେଳେ ବାଲେଶ୍ବରରେ 102, ଯାଜପୁରରେ 90, ଭ୍ରଦକରେ 46, ସୁନ୍ଦରଗଡରେ 26,  କେନ୍ଦ୍ରାପଡାରେ 22,  ପୁରୀରେ 14, ନୟାଗଡ ଓ କଟକରେ ଆକ୍ରାନ୍ତଙ୍କସଂଖ୍ୟା 4କୁ ବୃଦ୍ଧି ହୋଇଥିବାବେଳେ ଦେବଗଡରେ ଆକ୍ରାନ୍ତଙ୍କ ସଂଖ୍ୟା…

Read More

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ 81,970ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି 2649ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 27,919ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ 50 ହଜାରରୁ ଅଧିକ ଆକ୍ଟିଭ୍‌ କେସ୍‌ ରହିଛି । ଗତ 24 ଘଣ୍ଟାରେ 100ରୁ ଉର୍ଦ୍ଧ୍ବଙ୍କ ଜୀବନ ଯାଇଛି । ସେହିପରି 3967ଟି ନୂତନ ମାମଲା ଆସିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 1019ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 586, ମଧ୍ୟପ୍ରଦେଶରେ 237, ପଶ୍ଚିମବଙ୍ଗରେ 213, ରାଜସ୍ଥାନରେ 125, ଦିଲ୍ଲୀରେ 115, ଉତ୍ତରପ୍ରଦେଶରେ 88, ଆନ୍ଧ୍ରପ୍ରଦେଶରେ 38, ତାମିନାଡୁରେ 6, ତେଲେଙ୍ଗାନାରେ 34, କର୍ଣ୍ଣାଟକରେ 35, ପଞ୍ଜାବରେ 32, ଜମ୍ମୁକାଶ୍ମୀରରେ 11, ହରିୟାଣରେ 11, ବିହାରରେ 7, କେରଳରେ 4, ଝାଡଖଣ୍ଡରେ 3, ଓଡ଼ିଶାରେ 3, ଚଣ୍ଡୀଗଡରେ…

Read More

କେଦାର ମିଶ୍ର ଆମ ଭାରତୀୟମାନେ ଅର୍ଥନୀତି ତଥା ରାଜନୀତିର ଗହନ କଥା ବୁଝିବାକୁ ସବୁବେଳେ ପଛଘୁଞ୍ଚା ଦେଇଥାଉ। ଆମକୁ ପୁରାଣର ସେଇ ଗୋଟିଏ କଥା କାଳକାଳରୁ ପ୍ରଭାବିତ କରି ଆସିଛି-ବିଶ୍ଵାସେ ମିଳଇ ହରି ତର୍କେ ବହୁ ଦୂର। ତେଣୁ ତର୍କ ଓ ବିଶ୍ଳେଷଣ କଥା ଉଠିଲେ ଆମକୁ ନିଦ ମାଡେ। ତାର ସୁବିଧା ନେଇ ଆମର ରାଜନେତାମାନେ ଆମକୁ ବଢିଆ ଗଦ ଶୁଙ୍ଘାନ୍ତି। ଆମକୁ ବଶ କରିବାର କଳା ଟି ସେମାନଙ୍କୁ ଭଲଭାବରେ ଜଣା। ଏହି ଗୁଣ ଯୋଗୁଁ ଦେଶର ଅର୍ଥନୈତିକ ଦୁର୍ଦ୍ଦଶା ଲାଗି ଯେଉଁ ରାଜନେତାମାନେ ଦାୟୀ ସେମାନଙ୍କୁ ପ୍ରଶ୍ନ ପଚାରିବାକୁ ଆମେ ଭୟ କରୁ କିମ୍ବା ଭକ୍ତି ଯୋଗୁଁ ପ୍ରଶ୍ନ ପଚାରିବାକୁ ଆଡେଇ ଯାଉ। ଆଜି ଭାରତର ଅର୍ଥନୈତିକ ଦୁର୍ଗତି ଏକ ବାସ୍ତବତା। ତେବେ କରୋନା ଭୂତାଣୁ ଯୋଗୁଁ ଏ ଦୁର୍ଦ୍ଦଶା ବୋଲି ଆମକୁ କେହି କେହି କହିବାକୁ ଚେଷ୍ଟା କରୁଛନ୍ତି। ତେବେ ସତରେ କଣ କରୋନା ଭୂତାଣୁ…

Read More