Author: Samikhsya Bureau

କଟକ : ହାଇକୋର୍ଟ ଓକିଲଙ୍କୁ କଳା କୋର୍ଟ ଓ ଗାଉନ ନ ପିନ୍ଧିବାକୁ ପରାମର୍ଶ ଦିଆହୋଇଛି । କରୋନା ସଂକ୍ରମଣରୁ ରକ୍ଷା ପାଇଁବା ପାଇଁ ମୁଖ୍ୟ ବିଚାରପତି ଏହି ପରାମର୍ଶ ଦେଇଛନ୍ତି ।  କଳା କୋଟ୍‌, ଗାଉନ ନ ପିନ୍ଧି ଧଳା ସାର୍ଟ/ ସାଲଓ୍ବାର କମିଜ୍‌ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସେହିପରି ମହିଳା ଓକିଲଙ୍କୁ ଧଳା ଶାଢୀ ସହ ସାଧା ଧଳା ନେକ୍‌ ବ୍ୟାଣ୍ଡ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି । ପରବର୍ତ୍ତୀ ନୋଟିସ୍‌ ଯାଏଁ ଏହି ନିୟମ ପାଳନ କରିବାକୁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି । ଗତକାଲି କାଲି ସୁପ୍ରିମ୍‌କୋର୍ଟ ବିଚାରପତି ଏବଂ ଓକିଲଙ୍କୁ ବି ସମାନ ନିର୍ଦ୍ଦେଶ ହୋଇଛି ।  କରୋନା ମହାମାରୀ ଯୋଗୁଁ ଉଚ୍ଚତମ ନ୍ୟାୟାଳୟ ବିଚାରପତି ଏବଂ ଓକିଲଙ୍କୁ କଳା କୋଟ ଏବଂ ଗାଉନ ନ ପିନ୍ଧିବାକୁ ନିର୍ଦେଶ ଦେଇଥିଲେ ।  କଳା କୋଟ୍‌  ଓ ଜ୍ୟାକେଟ୍‌ ପିନ୍ଧିବା ଅନୁଚିତ୍‌ କହିଥିଲେ ପ୍ରଧାନ…

Read More

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ପ୍ରକଶମ ଜିଲ୍ଲାର ନଗୁଲୁପଡ୍ଡାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତାର ଏକ ବିଦ୍ୟୁତ ଖୁଣ୍ଟରେ ଟ୍ରାକ୍ଟରଟି ବାଡେଇ ହୋଇ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଡ୍ରାଇଭରଙ୍କ ସମେତ 10 ଜଣ ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରେ 9 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲରେ ଜଣେ ମୃତ୍ୟୁବରଣ କରିଛନ୍ତି। । ଟ୍ରାକ୍ଟରଟିରେ ମୋଟ 30 ଜଣ ଲୋକ ଥିଲେ । ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶୋକ ପ୍ରକଟ କରିବା ସହିତ ଆହତଙ୍କୁ ଚିକିତ୍ସା ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍‌ ଡାଉନ୍‌ ସମୟରେ ଶ୍ରମିକମାନେ ପ୍ରାୟ ଦୁର୍ଘଟଣା ଶିକାର ହେଉଥିବାର ଜଣାପଡୁଛି । ଗତକାଲି ବିହାର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ତିନୋଟି ପୃଥକ ପୃଥକ ଦୁର୍ଘଟଣାରେ 16 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶରେ 6 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ…

Read More

ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି:  କୋଭିଡ-୧୯ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ୧୩ ଟି ଯାକ ବ୍ଲକ ଏବଂ ଭବାନୀପାଟଣା ମ୍ୟୁନିସିପାଲିଟି, ଜୁନାଗଡ, ଧର୍ମଗଡ ଓ କେସିଙ୍ଗା  ଏନଏସି ରେ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ମୋଟ ୬୬୦୩୬  ଜଣ ବ୍ୟକ୍ତି ନିଜ ନିଜ ଗ୍ରାମକୁ ଫେରିବାକୁ ନାମ ପଂଜୀକରଣ କରିଥିବା ଜଣାପଡିଛି । ଭବାନୀପାଟଣା ବ୍ଲକରେ ଅନଲାଇନରେ ୨୨୭୫ ଜଣ ନାମ ପଂଜୀକରଣ କରିଥିବା ବେଳେ ବିଭିନ୍ନ ପଂଚାୟତରେ ପରିବାର ସଦସ୍ୟଙ୍କ ଦ୍ୱାରା ୪୮୨୬ ଅଫଲାଇନରେ ମୋଟ ୭୧୦୧ଜଣ ପଂଜୀକରଣ କରାଯାଇଥିବା ଜଣାପଡିଛି । ସେହିପରି କର୍ଲାମୁଣ୍ଡା ବ୍ଲକରେ ୧୬୩୮ ଜଣ ପଂଜୀକରଣ କରିଥିବା ବେଳେ ଅନଲାଇନରେ ୩୪୩ ଓ ଅଫଲାଇନରେ ୧୨୯୫ ଜଣ  ପଂଜୀକରଣ କରିଛନ୍ତି । କେସିଙ୍ଗା ବ୍ଲକରେ ମୋଟ ୪୭୩୬  ମଧ୍ୟରୁ ଅନଲାଇନରେ ୮୭୩ ଓ ଅଫଲାଇନରେ ୩୮୬୩ ଜଣ, ମ.ରାମପୁର ବ୍ଲକରେ ମୋଟ ୩୦୮୧ ଜଣ ମଧ୍ୟରୁ ଅନଲାଇନରେ ୧୭୫୯ ଓ ଅପଲାଇନରେ ୧୮୨୨ ଜଣ ନାମ…

Read More

ପୁରୀ, ପୁରୀରେ ରଥଯାତ୍ରା ପାଇଁ ବର୍ତ୍ତମାନ ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି। ବର୍ତ୍ତମାନ କରୋନା ଭାଇରସ ପରିସ୍ଥିତିରେ ରଥ ନିର୍ମାଣ ହେବ କି ନାହିଁ ସନ୍ଦେହ ରହିଥିଲା। ହେଲେ କେନ୍ଦ୍ର ଗୃହ ବିଭାଗର ଅନୁମତି ଏବଂ ହାଇକୋର୍ଟର ନିର୍ଦ୍ଦେଶ ପରେ ଏହି କାମ ଦ୍ରୁତ ଗତିରେ ଚାଲିଛି।

Read More

ଭୁବନେଶ୍ବର, ଏଣିକି ରାଜ୍ୟରେ କୋଭିଡ୍‌-୧୯ ପରୀକ୍ଷଣ କ୍ଷମତା ଦୈନିକ ୧୫,୦୦୦କୁ ବୃଦ୍ଧି କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ରାଜ୍ୟରେ ବଲାଙ୍ଗୀର, କୋରାପୁଟ ଏବଂ ବାରିପଦା ମେଡିକାଲ୍‌ କଲେଜ୍‌ରେ ଖୁବ୍‌ଶୀଘ୍ର ପରୀକ୍ଷା ଆରମ୍ଭ କରାଯିବ । ଆଜି ପୂର୍ବାହ୍ନରେ ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ଅନୁଷ୍ଠିତ କୋଭିଡ୍‌-୧୯ ସଂପର୍କିତ ଉଚ୍ଚକ୍ଷମତା ସଂପନ୍ନ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ମର୍ମରେ ନିଷ୍ପତ୍ତି ନିଆଯାଇଛି ବୋଲି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି। ଏଥିସହିତ ସେ କୋଭିଡ 19 ସଂପର୍କରେ ଯେଉଁସବୁ ତଥ୍ୟ ଦେଇଛନ୍ତି ତାହା ହେଲା.. 1- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜିଲ୍ଲା ପ୍ରଶାସନ ସହଯୋଗରେ ଓଡ଼ିଶାରେ ରହିଥିବା ଅନ୍ୟ ରାଜ୍ୟର ୯୨୮୭ ଜଣ ପ୍ରବାସୀ ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ୧୩୮୫ ଜଣ, ଛତିଶଗଡ଼ର ୪୩୬ ଜଣ, ଝାଡ଼ଖଣ୍ଡର ୨୪୨୪ ଜଣ, ରାଜସ୍ଥାନର ୬୨୦ ଜଣ, ଉତ୍ତରପ୍ରଦେଶର ୫୩୦ ଜଣ,…

Read More

ଭୁବନେଶ୍ବର : ଦୁବାଇରୁ ଆସିଲେ ପ୍ରବାସୀ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ଦୁବାଇରୁ ପ୍ରାୟ 150 ଯାତ୍ରୀ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। 12ଟି ଜିଲ୍ଲାର 150ଜଣ ଯାତ୍ରୀ ଆସିଥିବା ସୂଚନା ମିଳିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ସ୍କ୍ରିନିଂ କରାଯାଉଛି। ସ୍କ୍ରିନିଂ ପରେ ସମସ୍ତଙ୍କୁ କ୍ୱାରେଣ୍ଟିନରେ ପଠାଯିବାର ବ୍ୟବସ୍ଥା କରାଯାଉଛି। ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି। ଗତକାଲି ରେଳ ଓ ବିମାନ ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ସବୁ ପ୍ରବାସୀଙ୍କର ସ୍ୱତନ୍ତ୍ର ସ୍କ୍ରିନିଂ କରାଯିବ ବୋଲି ବିଏମସି କମିଶନର ସୂଚନା ଦେଇଥିଲେ। ସେହିପରି ପ୍ରବାସୀଙ୍କ ବାବଦରେ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଜି 11 ହଜାର 487ଜଣ ପ୍ରବାସୀ ଆସିଥିବାର ସୂଚନା ରହିଛି। ଏଯାବତ୍‌ ରାଜ୍ୟକୁ 1 ଲକ୍ଷ 30 ଜଣ ପ୍ରବାସୀ ଆସିଛନ୍ତି ବୋଲି ସୂଚନା…

Read More

ଭୁବନେଶ୍ବର : ସରପଞ୍ଚ ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । 50 ଲକ୍ଷ ସହାୟତା ବର୍ଗରେ ସରପଞ୍ଚମାନଙ୍କୁ ସାମିଲ୍‌ କରାଯାଇଥିବାର ଘୋଷଣା କରାଯାଇଛି । ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ତୃଣମୂଳସ୍ତରରେ ସରପଞ୍ଚମାନେ ମହତ୍ତ୍ବପୂର୍ଣ୍ଣ କାମ କରୁଛନ୍ତି। ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛନ୍ତି ସରପଞ୍ଚମାନେ ବାେଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରପଞ୍ଚମାନେ ଆଗ ଧାଡିର କୋଭିଡ୍‌ ଯୋଦ୍ଧା ବୋଲି ଅଭିହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାରର ହିତ ପାଇଁ 50 ଲକ୍ଷ ସହାୟତା ରାଶିରେ ସରପଞ୍ଚଙ୍କୁ ଅନ୍ତର୍ଭୁକ୍ତ କରାଯିବା ନେଇ ଘୋଷଣା କରାଯାଇଛି । ସଙ୍ଗରୋଧ କେନ୍ଦ୍ର, କୋଭିଡ୍‌ ହସ୍ପିଟାଲରେ ନିୟୋଜିତ ଲୋକ ବି କରୋନା ଯୋଦ୍ଧା । ସେମାନଙ୍କ ପରିବାରକୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ, କୋଭିଡ୍‌-19 ପରିଚାଳନା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ…

Read More

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ଜନନେତା ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ଆଜି 98 ବର୍ଷ ବୟସରେ ପରଲୋକ ହୋଇଛି। କ୍ୟାପିଟାଲ୍‌ ହସପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବାର ସୂଚନା ମିଳିଛି । ସ୍ୱାଧୀନତା ସଂଗ୍ରାମୀ ସହ ତିନିଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ ଭବାନୀ ଚରଣ ପଟ୍ଟନାୟକ। ସ୍ବାଧୀନତା ସଂଗ୍ରାମରେ ବିଶେଷ ଅବଦାନ ପାଇଁ କେନ୍ଦ୍ର ସରକାର ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।  1922  ମସିହା ମାର୍ଚ୍ଚ 11 ତାରିଖରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଣ୍ଢିଆ ଗ୍ରାମରେ ଜନ୍ମ ହୋଇଥିଲେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ।ଗାନ୍ଧିବାଦ ଉପରେ ବିଶ୍ୱାସ କରୁଥିବା ଭବାନୀ ଚରଣ ପଟ୍ଟନାୟକ ବିଜୁ ବାବୁଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ । ପଦ୍ମଶ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକଟ କରିଛନ୍ତି।…

Read More

ହେମାଙ୍ଗ ରାଉଳ ବ୍ରହ୍ମପୁର : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଚାଲୁଥିବା ତାଲାବନ୍ଦ ଫଳରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନ ମଜୁରିଆ, ରିକ୍ସା ଚାଳକ, ଅଟୋଚାଳକ, ଅନ୍ୟ ଘରେ କାର୍ଯ୍ୟ କରୁଥିବା ମହିଳା, ରାଜ୍ୟ ଓ ଜିଲ୍ଲା ବାହାରୁ ଫେରିଥିବା ଦାଦନ, ଅଟକିଥିବା ଜିଲ୍ଲା ଓ ରାଜ୍ୟ ବାହାର ଦାଦନ ଓ ଭିକ୍ଷା ବୃତ୍ତି କରୁଥିବା ଲୋକଙ୍କ ରୋଜଗାର ବାଧାପ୍ରାପ୍ତ  ହେବା ସହ  ଖାଦ୍ୟ ଅଭାବ ଲାଗି ରହିଛି। ଏହାକୁ ଅନୁଭବ କରି ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ଦ୍ୱାରା ଅଜିମ ପ୍ରେମଜି ଫିଲାନଥ୍ରୋପିକ ଇନିସିଏଟିଭ, ଆଇଡିଆରଏଫ ଓ ପିଟିଏଫ ସହାୟତାରେ ବ୍ରହ୍ମପୁର ସହରରେ ଅଟୋଚାଳକଙ୍କ ପାଇଁ  ଶୁଖିଲା ଖାଦ୍ୟ ବଣ୍ଟନ କରିବା ପାଇଁ ୧୫୦ ଜଣଙ୍କର ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହିକ୍ରମରେ ଜଣେ ଅଟୋଚାଳକଙ୍କୁ ୫ କି.ଗ୍ରା ଚାଉଳ, ୧ କି.ଗ୍ରା ଡାଲି, ଲୁଣ ଏକ କି.ଗ୍ରା, ଏକ ଲିଟର ଖାଇବା ତେଲ, ୧ କି.ଗ୍ରା ସୋୟାବିନ…

Read More

ନୂଆଦିଲ୍ଲୀ: ସିବିଏସ୍‌ଇ ଫେଲ୍‌ ପିଲାଙ୍କୁ ପୁଣିଥରେ ସୁଯୋଗ ମିଳିବ ବୋଲି ସୂଚନା ରହିଛି  9ମ ଓ ଏକାଦଶ ଶ୍ରେଣୀରେ ଫେଲ୍‌ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁଯୋଗ। ସେମାନଙ୍କ ପ୍ରମୋସନ ପାଇଁ ବ୍ୟବସ୍ଥା କରିବାକୁ ସିବିଏସ୍‌ଇ ନିର୍ଦ୍ଦେଶ ଦେଇଛନ୍ତି । ଅନ୍‌ଲାଇନ୍‌ / ଅଫଲାଇନ୍‌/ ଇନୋଭେଟିଭ ପଦ୍ଧତିରେ ସେମାନଙ୍କ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ପୂର୍ବରୁ ସୁଯୋଗ ଦିଆଯାଇଥିଲେ ବି ପୁଣି ଥରେ ସୁଯୋଗ ପାଇଁ ନିର୍ଦ୍ଦେଶ। ପୁଣି ଥରେ ଟେଷ୍ଟ ପାଇଁ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପାଇଁ ପରାମର୍ଶ ଦିଆଯାଇଛି। କରୋନା ଯୋଗୁଁ ଏହି ସୁଯୋଗ କେବଳ ଏ ବର୍ଷ ପାଇଁ ଦିଆଯାଉଛି ଆଗକୁ ଆଉ ଦିଆଯିବ ନାହିଁ ବୋଲି ସୂଚନା ରହିଛି।

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡ଼ା : ଆଜି ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସାଙ୍କୁଡା ନିକଟସ୍ଥ ଜଗତେଶ୍ଵର ମନ୍ଦିର ରାସ୍ତାରେ ଅପରାହ୍ନରେ ଏକ ବାଇକ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 3 ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ଗ୍ରାମର 3 ଜଣ ଯୁବକ ଚିତ୍ରସେନ ଜେନା, ସୁନୀଲ ସାହୁ ଓ ତପନ ଜେନା ଏକ ହୀରୋ ସ୍ପ୍ଲେଣ୍ଡର ମଟର ସାଇକେଲରେ ବସି ନିଜ ଗ୍ରାମକୁ ଫେରୁଥିବା ବେଳେ ଉକ୍ତ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଚିତ୍ରସେନ ଜେନାଙ୍କ ହାତ ଭାଙ୍ଗି ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି l ସମସ୍ତଙ୍କୁ ସୁମଣ୍ଡଳ ମେଡିକାଲରେ ଭର୍ତ୍ତି କରାଯାଇଛି ।

Read More

ଭୁବନେଶ୍ବର : ସିଲ୍‌ ହୋଇଥିବା ବାପୁଜୀ ନଗର ପୁଣି ଥରେ ଖୋଲିଛି । ତେବେ ସମ୍ପୂର୍ଣ୍ଣ ଭାବରେ ନୁହେଁ । ମାତ୍ର 50ଟି ଦୋକାନ ଖୋଲିବାକୁ ବିଏମ୍‌ସି ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । 50 ଟି ଦୋକାନକୁ ଅନୁମତି ଦିଆଯିବା ସହିତ ବଜାର ଭିତରକୁ କେହି ଗାଡି ନେଇ ଯାଇପାରିବେ ନାହିଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସାମାଜିକ ଦୂରତ୍ବର ଉଲ୍ଲଂଘନ କାରଣରୁ ବାପୁଜୀ ନଗରକୁ ସିଲ୍‌ କରିଥିଲା ବିଏମ୍‌ସି ।

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : ବ୍ରାହ୍ମଣ ସୁରକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ଆଜି ସ୍ଥାନୀୟ ମହ୍ଲାସାହି ସ୍ଥିତ ଗ୍ରାମଦେବତୀ ମା କେନ୍ଦୁଳାଇ ମନ୍ଦିର ପରିସର ମଧ୍ୟରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜନ ସଚେତନତା କାର୍ଯ୍ୟକ୍ରମ ସହିତ ବ୍ରାହ୍ମଣ ମାନଙ୍କୁ ମାସ୍କ, ସାନିଟାଇଜର ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ମହ୍ଲାସାହି ବ୍ରାହ୍ମଣ ଶାସନର ମୁଖ୍ୟ ଉପଦେଷ୍ଟା ବଲ୍ଲଭଚରଣ ପାଣୀଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ପରିବାରକୁ ସାନିଟାଇଜର୍‌ ପ୍ରଦାନ କରାଯାଇଥିଲା । ଏହା ସହିତ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଦିବାକର ପାଣି, ବଳରାମ ଦାଶ, ରବୀନ୍ଦ୍ରନାଥ ପାଣି, କୃପାସିନ୍ଧୁ ପାଣି, ଅଜୟ କୁମାର ଦାଶ, ମନୋଜ କୁମାର ପାଣି, ମନୋରଞ୍ଜନ ପଣ୍ଡା, ଶକ୍ତିଧର ମିଶ୍ର, ଅଭିମନ୍ୟୁ ଷଡଙ୍ଗୀ ଏବଂ ମାଧବ ଚରଣ ପାଣି ମୁଖ ସହଯୋଗ କରିଥିଲେ…

Read More

ନୂଆଦିଲ୍ଲୀ : ବିବାଦୀୟ ଇସ୍‌ଲାମିକ୍‌ ଧର୍ମଗୁରୁ ଜାକିର୍‌ ନାଏକ୍‌ର ପ୍ରତ୍ୟର୍ପଣ ପାଇଁ ମାଲେସିଆ ସରକାରଙ୍କ ନିକଟରେ ଦାବି କରିଛି ଭାରତ । ଏହି ଇସ୍‌ଲାମିକ୍‌ ଧର୍ମଗୁରୁ ବିପକ୍ଷରେ ଏନ୍‌ଆଇଏ ପକ୍ଷରୁ ମାମଲା ଚାଲିଥିବା ବେଳେ ସେ ଦେଶ ଛାଡି ପଳାୟନ କରିଥିଲ । ଅର୍ଥ ହେରଫେର ମାମଲା ଏବଂ ଘୃଣାଭରା ଭାଷଣ ପ୍ରଦାନ ପାଇଁ ଏନ୍‌ଆଇଏ ପକ୍ଷରୁ ଜାକିର୍‌ଙ୍କ ବିରୋଧରେ ଏନ୍‌ଆଇଏ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏହା ସହିତ 2016 ଢାକା ବିସ୍ଫୋରଣରେ ଜାକିର୍‌ ନାଏକ୍‌କୁ ଅନ୍ୟତମ ଅଭିଯୁକ୍ତ ଭାବରେ ବିବେଚନା କରାଯାଏ । ବିଗତ ତିନି ବର୍ଷ ଧରି ନାଏକ ମାଲେସିଆରେ ଅବସ୍ଥାନ କରୁଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାକିର୍‌ର ଚ୍ୟାନେଲ୍‌ ପିସ୍ ଟିଭିର ପ୍ରସାରଣ ଉପରେ ରୋକ୍‌ ଲଗାଯାଇଛି । ବ୍ରିଟେନ୍‌ ଏବଂ କାନାଡା ନାଏକ୍‌ର ଭିସା ଖାରଜ କରିବା ପରେ ମାଲେସିଆ ସରକାର ଜାକିର ନାଏକକୁ ମାଲେସିଆ ସରକାର ନାଗରିକତ୍ବ ପ୍ରଦାନ କରିଥିଲେ…

Read More

ନୂଆଦିଲ୍ଲୀ : ଆସନ୍ତା 28 ଦିନ ମଧ୍ୟରେ ଭାରତକୁ ଫେରିବେ ବିଜୟ ମାଲ୍ୟା । ଲଣ୍ଡନ ହାଇକୋର୍ଟରେ ମାଲ୍ୟାଙ୍କ ଯାଚିକା ଖାରଜ ହେବା ପରେ ମାଲ୍ୟା ଭାରତ ଫେରିବା ସ୍ପଷ୍ଟ ହୋଇଛି । ପୂର୍ବରୁ ଓ୍ବେଷ୍ଟମିନିଷ୍ଟର କୋର୍ଟ ମାଲ୍ୟାଙ୍କ ପ୍ରତ୍ୟର୍ପଣର ନିର୍ଦ୍ଦେଶ ଦେଇଥିବା ବେଳେ ଏହା ବିରୋଧରେ ମାଲ୍ୟା ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲେ । ଗୁରୁବାର ଲଣ୍ଡନ ହାଇକୋର୍ଟ ମାଲ୍ୟାଙ୍କ ଆବେଦନ ଖାରଜ କରିବା ପରେ ମାଲ୍ୟା ଭାରତ ପ୍ରତ୍ୟର୍ପିତ ହେବାର ସମ୍ଭାବନ ସ୍ପଷ୍ଟ ହୋଇଛି । ଏହି 64 ବର୍ଷ ବୟସ୍କ ମଦ ସମ୍ରାଟ ଜଣକ ଗତକାଲି ଭାରତ ସରକାରଙ୍କୁ ଋଣ ଫେରସ୍ତର ପ୍ରସ୍ତାବ ଦେଇଥିଲେ । କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଥିବା ବେଳେ ବର୍ତ୍ତମାନ ୟୁକେର ଗୃହ ସଚିବ ପ୍ରୀତି ପଟେଲ୍‌ ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାର ଦ୍ବିତୀୟ ଦିବସରେ ପ୍ରବାସୀ ଶ୍ରମିକଙ୍କ ପାଇଁ 11 ହଜାର କୋଟିର ସହାୟତା ରାଶିର ଘୋଷଣା କରିଛନ୍ତି ସୀତାରମଣ। ବିଭିନ୍ନ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଫଣ୍ଡ (ଏସ୍‌ଡିଆର୍‌ଏଫ୍‌)କୁ 11 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ଦ୍ବାରା ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କୁ ଦୈନିକ ତିନୋଟି ମିଲ୍‌ ପ୍ରଦାନ କରାଯାଉଛି। ସେହିପରି ଦେଶର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରଶଂସା କରାଯାଇଛି। ଏହି ସମୟ ମଧ୍ୟରେ ଏସ୍ଏଚ୍‌ଜି ଗ୍ରୁପ୍‌ ଗୁଡିକ 3 କୋଟି ମାସ୍କ ନିର୍ମାଣ କରିଥିବା ବେଳେ 1.6 ଲକ୍ଷ ଲିଟର ସାନିଟାଇଜର୍‌ ନିର୍ମାଣ କରିଛନ୍ତି। ଏହି ଏସ୍‌ଏଚ୍‌ଜି ଗ୍ରୁପ୍‌ ମାନଙ୍କୁ ପୈସା ଆପ୍‌ ଜରିଆରେ ସେମାନଙ୍କର ଅର୍ଥ ପ୍ରଦାନ କରାଯିବ। ସେହିପରି ଦେଶରେ ଲକ୍‌ଡାଉନ୍‌ ପରଠାରୁ 14.62 କୋଟି ଘଣ୍ଟାର ଶ୍ରମ ସମୟ ସୃଷ୍ଟି କରାଯାଇଥିବା ବେଳେ ଏହା ଦ୍ବାରା ପ୍ରାୟ…

Read More

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା 20 ଲକ୍ଷ କୋଟି ସହାୟତା ରାଶିର ବିସ୍ତୃତ ସୂଚନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଦିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 5.9 ଲକ୍ଷ କୋଟିର ଘୋଷଣା କରାଯାଇଥିବା ବେଳେ ଦ୍ବିତୀୟ ଦିନରେ ପ୍ରବାସୀ ଶ୍ରମିକ ଏବଂ କ୍ଷୁଦ୍ର ଚାଷୀଙ୍କ ପାଇଁ ସହାୟତା ରାଶିର ଘୋଷଣା କରାଯାଇଛି । ଏହି ପ୍ରେସ୍‌ମିଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥସଚିବ ଯୋଗ ଦେଇଥିଲେ । ଦ୍ବିତୀୟ ଦିନରେ କ୍ଷୁଦ୍ର ଚାଷୀଙ୍କ ଋଣ ପ୍ରଦାନ ପାଇଁ 25 ହଜାର କୋଟିର ଋଣ ବ୍ୟବସ୍ଥା କରାଯାଇଛି । ପୂର୍ବରୁ କୃଷିଋଣ ନେଇଥିବା କୃଷକ ମାନଙ୍କ ଋଣ ରାଶିକୁ 3 ମାସ ପାଇଁ ଛାଡ କରି ଦିଆଯାଇଛି । 31 ମେ ପର୍ଯ୍ୟନ୍ତ କୌଣସି ଅତିରିକ୍ତ ସୁଧ ମଧ୍ୟ ପ୍ରଦାନ କରିବାକୁ ପଡିବ ନାହିଁ । ଏହା ଦ୍ବାରା 4.22…

Read More

ନୂଆଦିଲ୍ଲୀ :ଲକ୍‌ଡାଉନ୍‌ ଏବଂ ଦିଲ୍ଲୀରେ କରୋନା ସମସ୍ୟାକୁ ନେଇ ଏକ ପ୍ରେସ୍‌ କନ୍‌ଫରେନ୍ସ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ବାସୀ ଲକ୍‌ଡାଉନ୍‌କୁ ସମର୍ଥନ କରୁଥିବା ବେଳେ ସ୍କୁଲ, ସିନେମା ହଲ୍‌ ଏବଂ ସେଲୁନ୍‌ ବନ୍ଦ କରିବା ସପକ୍ଷରେ ଅଛନ୍ତିନ ବୋଲି କେଜ୍ରିଓ୍ବାଲ ମତ ଦେଇଛନ୍ତି । ଦିଲ୍ଳୀର ଦୋକାନ ବଜାର ଖୋଲିବା ନିମନ୍ତେ ପ୍ରାୟ 5 ଲକ୍ଷ ଅନୁରୋଧ ଆସିଛି । ଏହାକୁ ବିଚାର କରାଯାଉଛି ଏବଂ ଆଗାମୀ ଦିନରେ ଦିଲ୍ଲୀରେ ଅଡ୍‌ ଇଭିନ୍‌ ପ୍ରକ୍ରିୟାରେ ଦୋକାନ ଖୋଲାଯିବ । ବାହାରର ଦୋକାନ ଖୋଲିବା ଉପରେ କୌଣସି ପ୍ରତିବନ୍ଧକ ନଥିବା ବେଳେ ସପିଂମଲ୍‌ ଏବଂ ମାର୍କଟ୍‌ କମ୍ପ୍ଲେକ୍ସ ପାଇଁ ଏହି ଅଡ୍‌ ଇଭିନ୍‌ ବ୍ୟବସ୍ଥା ଲାଗୁ କରିବାର ବିଚାର କରାଯାଉଛି ବୋଲି କେଜ୍ରିଓ୍ବାଲ ମତ ଦେଇଛନ୍ତି । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ଆଉ 15 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁଏହି ସୂଚନା ପ୍ରଦାନ କରାଯାଇଛି । ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 158ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 624 ରହିଥିବା ବେଳେ ତନ୍ମଧ୍ୟରୁ 158 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କ ଦେହାନ୍ତ ଘଟିଛି । ଏହା ସହ ବର୍ତ୍ତମାନ ରାଜ୍ୟରେ 463ଟି ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗରେ ବଧୂହତ୍ୟା ଭଳି ଏକ ଘଟଣା ଘଟିଯାଇଛି । ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ବଗଦିଆ ଗ୍ରାମର ଜନୈକା ମହିଳାଙ୍କୁ ଅଧିକ ଯୌତୁକ ଦାବିରେ ବିଷ ଦେଇ ହତ୍ୟା କରାଯାଇଥିବାର ଅଭିଯୋଗ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆନନ୍ଦ ମହାରଣା ନାମକ ଜନୈକ ବ୍ୟକ୍ତି ମିନତୀ ସ୍ବାଇଁଙ୍କୁ 6 ବର୍ଷ ତଳେ ଗଡକୁଜଙ୍ଗ ମନ୍ଦିରରେ ବିବାହ କରିଥିଲେ । ବିବାହ ସମୟରେ କନ୍ୟାପକ୍ଷଙ୍କ ତରଫରୁ ସୁନା ଚେନ୍‌, ସୁନା ମୁଦି, କଲର୍‌ ଟିଭି, ଫ୍ରିଜ୍‌ ଦୁଇ ଚକିଆ ଗାଡି ଏବଂ 50 ହଜାର ଟଙ୍କାର ନଗଦ ଅର୍ଥ ପ୍ରଦାନ କରାଯାଇଥିଲା । ତେବେ ବିବାହର କିଛି ଦିନ ପରେ ଯୌତୁକ ନିର୍ଯାତନା ଆରମ୍ଭ ହୋଇଯାଇଥିଲା । ଏହି ପ୍ରସଙ୍ଗରେ ଗ୍ରାମର ମୁଖିଆ ମାନଙ୍କୁ ନେଇ ଆପୋଷ ସମାଧାନ ମଧ୍ୟ କରାଯାଇଥିଲା । ଏହାପରେ 12 ତାରିଖ ଦିନ ଝିଅ ବିଷ ପିଇଥିବା ନେଇ କନ୍ୟାପିତାଙ୍କୁ ଖବର ମିଳିଥିଲା…

Read More