ମଧ୍ୟପ୍ରଦେଶ : କରୋନା ଭାଇରସ୍ ଯୋଗୁଁ ସାରା ଦେଶରେ ଲକ୍ ଡାଉନ୍ ଜାରି ହୋଇଛି। ତେବେ ଏହି ଲକ୍ ଡାଉନ୍ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଚାଲିଯାଉଛି। ଏହିପରି ଏକ ଦୁଃଖଦ ଘଟଣା ମଧ୍ୟପ୍ରଦେଶର ଓମରିଆଠାରେ ଘଟିଯାଇଛି । ଇ-ପାସ୍ ଥିବା ସତ୍ତ୍ବେ ବୃଦ୍ଧଙ୍କୁ ଛତିଶଗଡ ସୀମା ପାର୍ ହେବାକୁ ଅନୁମତି ମିଳିନଥିବାରୁ ଘଟଣାସ୍ଥଳରେ ବୃଦ୍ଧଙ୍କର ହାର୍ଟ ଆଟାର୍କରେ ମୃତ୍ୟୁ ହୋଇଛି । ସାରା ଦେଶରେ କରୋନା ଯୋଗୁଁ ସୁରକ୍ଷା ଅଧିକାରୀ ମାନେ ଦିନ ରାତି ଏକାଠି କରି ଲୋକଙ୍କୁ ସେବା ଯୋଗଉଥିବାବେଳେ ଆଜି ଏଠାରେ ନିୟୋଜିତ ରହିଥିବା ସୁରକ୍ଷା ଅଧିକାରୀଙ୍କ ସମ୍ବେଦନହୀନତା ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶରେ ଉମାରିଆ ଜିଲ୍ଲର 78 ବର୍ଷୀୟ କେଶବ ମିଶ୍ର ଜଣେ ହୃଦରୋଗ ରୋଗୀ ଥିଲେ । ଚିକିତ୍ସା ପାଇଁ ତାଙ୍କ ଭାଇ ଇ ପାସ୍ ଆଣିଥିଲେ। ପରିବାର ସଦସ୍ୟ ତାଙ୍କୁ ଚିକିତ୍ସା ପାଇଁ ବିଳାସପୁର ସ୍ଥିତ ଆପୋଲ ହସ୍ପିଟାଲକୁ ନେଉଥିଲେ । କିନ୍ତୁ…
Author: Samikhsya Bureau
ଭୁବନେଶ୍ବର : ବିମାନ, ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଆମେରିକା, ଦୁବାଇ, ମାଲେସିଆରୁ ଭୁବନେଶ୍ବର ବିମାନ ଆସିବ। ଭୁବନେଶ୍ବରରୁ ଦିଲ୍ଲୀ ଦୈନିକ ଯାତ୍ରୀବାହୀ ଟ୍ରେନ୍ ଯା‘ଆସ ହୋଇଛି। ସ୍ବତନ୍ତ୍ର ବିମାନ ଓ ରେଳ ଯାତ୍ରୀଙ୍କ ପାଇଁ ରାଜ୍ୟ ଗାଇଡ୍ ଲାଇନ୍ କରିଛି। ଟ୍ରେନ୍ ଓ ବିମାନର ଆସିବାକୁ ଥିବା ଲୋକ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିବେ। ଯଦି ସେମାନେ ପଞ୍ଜୀକରଣ କରିନଥିବେ, ତେବେ ସରକାର ନିଜ ଆଡୁ ତଥ୍ୟ ସଂଗ୍ରହ କରିବେ । ବିମାନଯାତ୍ରୀଙ୍କ ତଥ୍ୟ ନେଇ ସମ୍ପୃକ୍ତ ଜିଲ୍ଲା ଓ ଗାଁକୁ ଜଣାଇ ଦିଆଯିବ। ବିମାନରେ ଥରକେ 20 ଜଣିଆ ଗ୍ରୁପ୍ରେ ଯାତ୍ରୀଙ୍କୁ ଓହ୍ଲାଯିବ । ଟର୍ମିନାଲ୍ ବାହାରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ସ୍କ୍ରିନିଂ ହେବ। ହାତରେ ଅଲିଭା କାଳିରେ ଷ୍ଟାମ୍ପ୍ ଲଗାଯିବ। ଲକ୍ଷଣ ନଥିବା ଯାତ୍ରୀମାନେ ମୁଖ୍ୟତଃ ନିଜ ଗାଡିରେ ଯିବେ। ନିଜ ଗାଡି ନଥିବା ଯାତ୍ରୀଙ୍କ ପାଇଁ ସୀମିତ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଲକ୍ଡାଉନ୍ରେ ଫସି ରହିଥିବା 38 ପ୍ରବାସୀ ଶିଶୁଙ୍କୁ ଉଦ୍ଧାର କରିଛି ଗଞ୍ଜାମର କ୍ବିକ୍ ରେସ୍ପନ୍ସ ଟିମ୍ । 1098ର ହେଲ୍ପଲାଇନ୍କୁ ଏକ କଲ୍ ଆସିବା ପରେ କ୍ବିକ୍ ରେସ୍ପନ୍ସ ଟିମ୍ର ନିର୍ଦ୍ଦେଶକ ସୁଧୀର ସାବତ, ଜିଲ୍ଲା ସଂଯୋଜକ ସାଇ ପ୍ରସାଦ ସାମଲ ଏବଂ ସହକାରୀ ନିର୍ଦ୍ଦେଶକ ସର୍ବେଶ୍ବର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଶିଶୁ ମାନେ ନିଜ ପରିବାର ସହିତ କଲାମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ ନିକଟରେ ରହୁଥିଲେ । ରହିବା ପାଇଁ ଘର ନଥିବାରୁ ଏକ ଖାଲି ପଡିଆରେ ସେମାନେ ରହୁଥିଲେ । ଏହା ପରେ କ୍ବିକ୍ ରେସ୍ପନ୍ସ ଟିମ୍ ପକ୍ଷରୁ ଉକ୍ତ 37 ଶିଶୁଙ୍କ ସମେତ 22 ଜଣ ବୟସ୍କଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତେ ଛତିଶଗଡର ବଞ୍ଜାରା ସମ୍ପ୍ରଦାୟର ବାସିନ୍ଦା ହୋଇଥିବା ବେଳେ ଲକ୍ଡାଉନ୍ କାରଣରୁ ଗଞ୍ଜାମରେ ଫସି ରହିଥିଲେ । ଏହାପରେ ସ୍ଥାନୀୟ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତର…
ରମେଶ ମହାନ୍ତି ଜଗତସିଂହପୁର: ବିଗତ ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାକୁ ୨୮୪ ଜଣ ପ୍ରବାସୀ ଫେରିଛନ୍ତି। ଏହାକୁ ମିଶାଇ ସମୁଦାୟ ୧୨୪୬ ଜଣ ପ୍ରବାସୀ ଜିଲ୍ଲାକୁ ଫେରିଛନ୍ତି। ସ୍ବାମୀ ବିବେକାନନ୍ଦ ମହାବିଦ୍ୟାଳୟ ପରିସରରେ ସମସ୍ତ ପ୍ରବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ନିଜ ନିଜ ବ୍ଲକ୍ ତଥା ପଞ୍ଚାୟତର କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଛି। ଗତକାଲି ସମୁଦାୟ ୧୩୭ ଟି ସ୍ବାବ ନମୂନା ସଂଗୃହୀତ ହୋଇ ପରୀକ୍ଷଣ ପାଇଁ ପଠାଯାଇଛି। ୯ ତାରିଖରେ ନିଆଯାଇଥିବା ୧୫୫ ଟି ସ୍ବାବ୍ ନମୂନାର ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୧୦ ତାରିଖରେ ସଂଗୃହୀତ ସ୍ବାବ ନମୂନାର ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଜେ ଏସ୍ଭିଏମ୍ କଲେଜ ପରିସରରେ ଉପସ୍ଥିତ ରହି ପ୍ରବାସୀଙ୍କ ରହିବା ଏବଂ ଖାଇବା ସମ୍ପର୍କରେ ପଚାରି ବୁଝିଥିଲେ। ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ବିଜୟ ପଣ୍ଡା, ପୌର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା,…
ରଞ୍ଜିତ ପଣ୍ଡା କୁଜଙ୍ଗ : ଆଜି କୁଜଙ୍ଗ-ପାରାଦ୍ଵୀପ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ମୁ୍ଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ସହାୟତା ପ୍ରଦାନ କରାଯାଇଛି । ସମିତିର ଆବାହକ ରଘୁନାଥ ସାହୁଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ପାରାଦ୍ବୀପ ସ୍ଥିତ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏହି ଅର୍ଥରାଶି ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧିରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ପୂର୍ବତନ ସରପଞ୍ଚ ସଞ୍ଜୟ ସ୍ୱାଇଁ, ସମିତି କୋଷାଧ୍ୟକ୍ଷ ଦେବ ମହାନ୍ତି, ପ୍ରଶାନ୍ତ ଚୌଧୁରୀ ଏବଂଦେବବାଳା ମହାପାତ୍ର ଅର୍ଥ ପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : କୁକୁଡାଖଣ୍ଡି ସଦର ଥାନା ଅନ୍ତର୍ଗତ ରୋହିଗାଁରେ ପୂର୍ବତନ ବ୍ଲକ ବିଜେଡି ସଭାପତିଙ୍କ ଭାଇଙ୍କୁ ଆକ୍ରମଣ ଘଟଣାରେ 4 ଜଣଙ୍କୁ ଗିରଫ କରାଯାଇଛି । ଗତ ଶନିବାର ରାତ୍ର ପ୍ରାୟ 7.00 ଟା ସମୟରେ ପୂର୍ବତନ ବ୍ଲକ ବିଜେଡି ସଭାପତି ସନ୍ୟାସୀ ଜେନାଙ୍କ ସାନଭାଇ ପୂର୍ଣ୍ଣ ଜେନାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ସେହି ଗ୍ରାମର କିଛି ଯୁବକ ଆକ୍ରମଣ କରିଥିବା ନେଇ ସ୍ଥାନୀୟ ସଦର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ୍ ଟୁନା ସେଠି (23), ଟୁଲୁ ଜେନା (25), ଭିକାରି ଜେନା (25), ଏବଂ ପ୍ରଭାକର ଜେନା(24)କୁ ପୋଲିସ୍ ଗିରଫ କରିଛି । ତେବେ ଏହି ଘଟଣାରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରୁନଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ବଶିଷ୍ଠ ଜେନାଙ୍କୁ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କକୁହାଯାଇଥିଲେ ମଧ୍ୟ ପୋଲିସର ନୀରବତା ଅନେକ…
ନୂଆଦିଲ୍ଲୀ : ରେଳ ମନ୍ତ୍ରାଳୟ ଭ୍ରମଣ କରିଥିବା ଜନୈକ ଅଧିକାରୀ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଆରପିଏଫ୍ର ଅଧିକାରୀ ଜଣକ ଏକ ସପ୍ତାହ ପୂର୍ବରୁ ରେଳ ମନ୍ତ୍ରାଳୟ ଭ୍ରମଣ କରିଥିଲେ । ଆରପିଏଫ୍ ଡିଜି ଅରୁଣ କୁମାର ଜନୈକ ଅଧିକାରୀ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଏହି ସୂଚନା ମିଳିବା ପରେ ଉକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି କରାଯାଇଛି । ଏହା ସହିତ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବ୍ୟକ୍ତିଙ୍କୁ କ୍ବାରଣ୍ଟିନ୍ରେ ରଖାଯାଉଛି । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା 70 ଆରପିଏଫ୍ ଅଧିକାରୀ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିବା ବେଳେ ତନ୍ମଧ୍ୟରୁ 30 ଜଣ ସୁସ୍ଥ ହୋଇଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ 20 ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ୍ମିଟ୍ କରି 20 ଲକ୍ଷ ପୁଞ୍ଜିନିବେଶ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ଘୋଷିତ ଏହି ଅର୍ଥରାଶି ସମ୍ପର୍କରେ ଆଜି ଘୋଷଣା କରାଯାଇଛି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ପ୍ରମୁଖ ଏହି ପ୍ରେସ୍ ମିଟ୍ରେ ଯୋଗ ଦେଇଥିଲେ । ପ୍ରଥମ ଦିନରେ ସମୁଦାୟ 5.9 ଲକ୍ଷ କୋଟିର ପ୍ୟାକେଜ୍ ସମ୍ପର୍କରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରଥମ ଦିନରେ ଏମ୍ଏସ୍ଏମ୍ଇ, ଇପିଏଫ୍, ଫାଇନାନ୍ସ, ବିଦ୍ୟୁତ୍ ଶିଳ୍ପ ଏବଂ ଆୟକରରେ ମିଳିବାକୁ ଥିବା ଫାଇଦା ସମ୍ପର୍କରେ ଘୋଷଣା କରାଯାଇଛି । ଏମଏସ୍ଏମ୍ଇ ପାଇଁ 3 ଲକ୍ଷ 70 ହଜାର କୋଟିର ଘୋଷଣା କରାଯାଇଥିବା ବେଳେ ଇପିଏଫ୍ ଧାରକଙ୍କ ପାଇଁ 50 ହଜାର…
ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍ ସେବାକୁ ନିଃଶୁଳ୍କ କରାଯାଇଥିବା ବେଳେ ଏହାର ପ୍ରଭାବ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ପଡିବାକୁ ଯାଉଛି । ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ 90 ହଜାର କୋଟିର ନିବେଶର ବ୍ୟବସ୍ଥା କରାଯାଇଛି । ସେହିପରି ଦେଶ ବ୍ୟାପୀ ସମସ୍ତ ଠିକାଦାରଙ୍କୁ ରିହାତି ପ୍ରଦାନ କରାଯାଇଛି । ପ୍ରାୟ 6 ମାସ ପର୍ଯ୍ୟନ୍ତ ବିଭିନ୍ନ ଠିକାଦାରଙ୍କୁ ରିହାତି ପ୍ରଦାନ କରାଯିବ । ଏହା ସହିତ ଠିକାଦାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଗ୍ୟାରେଣ୍ଟୀ ଅର୍ଥକୁ ଆଂଶିକ ଭାବରେ ଫେରସ୍ତ କରାଯିବ ଯାହାଦ୍ବାରା ଠିକାଦାରଙ୍କ ନିକଟରେ ଆବଶ୍ୟକୀୟ ଅର୍ଥ ରହିବ । ସେହିପରି କୋଭିଡ୍-19 ପ୍ରଭାବରେ ରିଅଲ୍ ଇଷ୍ଟେଟ୍ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ସମସ୍ତ ପଞ୍ଜୀକରଣକୁ 6 ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ନିମନ୍ତେ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆୟକରରେ ସାଧାରଣ ଲୋକଙ୍କୁ…
ନୂଆଦିଲ୍ଲୀ : ଲକ୍ଡାଉନ୍ କାରଣରୁ ଦେଶରେ ସମସ୍ତଙ୍କ ବେତନ ଉପରେ ଏହାର ପ୍ରଭାବ ପଡିବାକୁ ଯାଇଛି । ଏଥିପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ କମ୍ପାନୀକୁ 12 ପ୍ରତିଶତ ଇପିଏଫ୍ ରାଶି ପ୍ରଦାନ କରାଯାଉଥିବା ବେଳେ ସରକାର ଏହାକୁ 10 ପ୍ରତିଶତକୁ ହ୍ରାସ କରିଛନ୍ତି । ବଳକା ରାଶି ସରକାର ପ୍ରଦାନ କରିବେ । ଏହି ଯୋଜନାରେ ସରକାର 6750 କୋଟିର ସହାୟତା ଘୋଷଣା କରାଯାଇଛି ଏବଂ ଏହା ଦ୍ବାରା କର୍ମଚାରୀଙ୍କ ହାତକୁ ଅଧିକ ଦରମା ଆସିବ । 15 ହଜାରରୁ କମ୍ ବେତନ ପାଉଥିବା କର୍ମଚାରୀଙ୍କୁ ସରକାର ଏହି ଯୋଜନାରେ ସାମିଲ କରିଥିବା ବେଳେ ପିଏସ୍ୟୁ ଗୁଡିକୁ ଏଥିରୁ ବାଦ ଦିଆଯାଇଛି । 72 ଲକ୍ଷ କର୍ମଚାରୀ ଏହାଦ୍ବାରା ଲାଭବାନ ହେବ । ଏନ୍ବିଏଫ୍ସି, ହାଉସିଂ ଏବଂ ଫାଇନାନ୍ସ କ୍ଷେତ୍ର ପାଇଁ 30 ହଜାର କୋଟିର ଋଣ ଘୋଷଣା କରାଯାଇଛି ।
ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ 20 ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରାଯାଇଥିଲା । ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ୍ମିଟ୍ କରି 20 ଲକ୍ଷ ପୁଞ୍ଜିନିବେଶ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ପ୍ରମୁଖ ଏହି ପ୍ରେସ୍ ମିଟ୍ରେ ଯୋଗ ଦେଇଥିଲେ । ଇଂରାଜୀ ସହିତ ଚାରି ଦକ୍ଷିଣ ଭାରତୀୟ ଭାଷାରେ ଆତ୍ମନିର୍ଭର ଭାରତ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ପାଖରେ ଏକ ସୁଯୋଗ ଦେଖୁଛନ୍ତି ବୋଲି ସୀତାରମଣ ମତ ଦେଇଥିଲେ । ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଏହି ପ୍ରଧାନମନ୍ତ୍ରୀ ଏହି ପ୍ୟାକେଜର ଘୋଷଣା କରିଛନ୍ତି ଏବଂ ଲୋକାଲ୍ ବ୍ରାଣ୍ଡକୁକୁ ବିଶ୍ୱ ସମ୍ମୁଖକୁ ଆଣିବାକୁ ହେବ ବୋଲି ନିର୍ମଳା ମତ ଦେଇଥିଲେ । ବଜେଟ ପରେ ତୁରନ୍ତ କରୋନା ବିସ୍ଫୋରଣ ହୋଇଥିଲା। ଏହାପରେ…
ହେମାଙ୍ଗ ପ୍ରସାଦ ରାଉଳ ଗଂଜାମ ଜିଲ୍ଲା ନେତୃତ୍ୱରେ ଆଗୁଆ, ବିକାଶରେ ପଛୁଆ ଶୀର୍ଷକରେ ଅନୁଷ୍ଠିତ ହୋଇଛି ଅନେକ ଆଲୋଚନା ଚକ୍ର। ଏଠାକାର ସହରରେ ଶ୍ରେଷ୍ଠ ବ୍ୟକ୍ତିତ୍ୱ ପରିଚୟରେ ଆଗଧାଡ଼ିର କିଛି ନାମ ଯୋଡ଼ି ହୋଇ ଅନେକ ବିକାଶ ମଂଚ ଅନେକ ଫୋରମ୍ ଅନେକ ସଂଗଠନ ରହିଛି। ଯେଉଁମାନେ ରାତିପାହିଲେ ଖବର ପୃଷ୍ଠାରେ ଖବର ପାଇଁ ମନବଳାଇ ନିଜ ଉଦ୍ଦେଶ୍ୟକୁ ଚରିତାର୍ଥ କରି ଧନ୍ୟ ମନେ କରି ଆସୁଥିଲେ, ଆଜି କରୋନା ରୋଗର ମହାମାରୀ ରୂପ ଆଗରେ ଏଇ ସଂଗଠନ ଗୁଡ଼ିକ ଆବଦ୍ଧ କୋଠରୀରେ କେବଳ ସମୟକୁ ସାଥୀରେ ନେଇ ନୀରବ। ବିଡ଼ମ୍ବନା ଗଂଜାମ ପାଇଁ ଚିନ୍ତା କରୁଥିବା ଚିନ୍ତାନଶୀଳ ବ୍ୟକ୍ତିମାନେ ଗଂଜାମରେ ସଂପ୍ରତି ଉପୁଜିଥିବା ଭୟଙ୍କର ପରିସ୍ଥିତି ପାଇଁ ସ୍ୱର ଉଠାଇବାରେ ଦୁର୍ବଳ କାହିଁକି। ନିଜ ନିଜ ସ୍ୱାର୍ଥ, ସମ୍ମାନ, ଉପାଧି ଓ ମାନପତ୍ର ଯୋଗାଡ଼ିବାର ଲାଳସାକୁ ଚରିତାର୍ଥ କରୁଥିବା ବିଭିନ୍ନ ସଂଗଠନ ଓ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ ରୂପେ ପଦାରେ…
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଉଛି । ଦକ୍ଷିଣ ଆଣ୍ଡାମାନ ସାଗରକୁ ଲାଗି ସୃଷ୍ଟି ହୋଇଛି ଏହି ଲଘୁଚାପ । ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି । 16 ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଲଘୁଚାପ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । 17ତାରିଖ ବେଳକୁ ଉତ୍ତର-ପୂର୍ବ ଦିଗକୁ ମୁହାଁଇବା ସମ୍ଭାବନା ରହିଛି । 48 ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ମଧ୍ୟ ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ବଙ୍ଗୋପ ସାଗରର କେନ୍ଦ୍ରୀୟ ଭାଗରେ ଅବପାତର ରୂପ ନେବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । 15 ତାରିଖରୁ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ବର: ଆଜି ଓଡିଶାରେ ଆଉ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତ କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩କୁ ବୃଦ୍ଧି ହୋଇଛି। ବାଲେଶ୍ଵର ରେ ୯ ଜଣ , ଭୁବନେଶ୍ବର ରେ ୮ ଜଣ, ଭଦ୍ରକରେ ୪ଜଣ, ଗଞ୍ଜାମ ରେ ୨ଜଣ , ସୁନ୍ଦରଗଡ ରେ ୨ଜଣ, କେଉଁଝର ଏବଂ କୋରାପୁଟ ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ଥିବା ବେଳେ, ସୁସ୍ଥ ସଂଖ୍ୟା ୧୪୩ରେ ପହଞ୍ଚିଛି। ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜ୍ୟରେ ବର୍ତ୍ତମାନ ୩୯୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।
ଭୁବନେଶ୍ବର : ଲକ୍ଡାଉନ୍ରେ ଫସି ରହିଥିବା ଜନୈକ ନିର୍ମାଣ ଶ୍ରମିକ ଆଜି ଆତ୍ମହତ୍ୟା କରିଛନ୍ତି । ପ୍ରବାସୀ ଓଡିଆ ମାନଙ୍କୁ ଉଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଥିଲେ ମଧ୍ୟ ଏହା ବିଫଳ ହୋଇଛି । ସୋସିଆଲ ମିଡିଆ ଜରିଆରେ ଉଦ୍ଧାରର ନିବେଦନ କରି ବିଫଳ ହେବା ପରେ ଆତ୍ମହତ୍ୟାର ରାସ୍ତା ବାଛି ନେଇଛନ୍ତି ଏହି ପ୍ରବାସୀ ଓଡିଆ । ମୃତ ଯୁବକଙ୍କ ନାମ ଗଙ୍ଗାଧର ବିଶ୍ବାଳ । କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବାସିନ୍ଦା ଗଙ୍ଗାଧର ହରିୟାଣାର ଯମୁନା ବିହାର ଅଞ୍ଚଳରେ ନିର୍ମାଣ ଶ୍ରମିକ ଭାବରେ କାମ କରୁଥିଲେ । ଗଛରେ ରଶି ଲଗାଇ ଗଙ୍ଗାଧର ଆତ୍ମହତ୍ୟା କରିଥିବା ଜଣାପଡିଛି । ଗାଁକୁ ଫେରିବା ପାଇଁ ସୋସିଆଲ ମିଡିଆରେ ଆକୁଳ ନିବେଦନ କରିଥିଲେ ମଧ୍ୟ କେହି ବି ଧ୍ୟାନ ନଦେବାରୁ ଆତ୍ମହତ୍ୟାର ପଥ ବାଛି ନେଇଥିଲେ ଗଙ୍ଗାଧର ।
ନୂଆ ଦିଲ୍ଲୀ: ଏଣିକି ସିଏପିଏଫ୍ କ୍ୟାଣ୍ଟିନ୍ରେ କେବଳ ସ୍ବଦେଶୀ ସାମଗ୍ରୀ ମିଳିବ । ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ଗତକାଲି ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତର ଉଦ୍ବୋଧନ ଦେଇଥିଲେ । ଆସନ୍ତା ଜୁନ୍ 1 ପରଠାରୁ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାଣ୍ଟିନ୍ରେ କେବଳ ସ୍ବଦେଶୀ ସାମଗ୍ରୀ ବିକ୍ରୟ ହେବ । ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ଭାରତ ସ୍ବଦେଶୀ ବ୍ୟବସ୍ଥାକୁ ଆପଣେଇଲେ 5 ବର୍ଷ ମଧ୍ୟରେ ଭାରତ ଆତ୍ମନିର୍ଭରଶୀଳ ହୋଇ ପାରିବ ବୋଲି ଶାହା ପ୍ରକାଶ କରିଛନ୍ତି ।
ରଞ୍ଜିତ ପଣ୍ଡା କୁଜଙ୍ଗ : ଦିନ ମଜୁରିଆ ଓ ଶ୍ରମିକ ମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ଲକ୍ ଡାଉନ । ବନ୍ଦର ନଗରୀ ପାରାଦ୍ବୀପରେ ରହୁଥିବା ଦିନ ମଜୁରିଆ ଏବେ ଭୋକ ଉପାସରେ । ନା ମିଳିପାରୁଛି ମଜୁରୀ, ନା ପାଖରେ ଅଛି ରାସନ କାର୍ଡ । ଫଳରେ ସମସ୍ତ ପ୍ରକାର ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଏମାନେ ଏବେ ଦୟନୀୟ ଅବସ୍ଥାରେ ରହୁଛନ୍ତି । ସରକାର ବିନା ରାସନ କାର୍ଡରେ ରାସନ ପ୍ରଦାନ ପାଇଁ ଘୋଷଣା କରିଥିଲେ ମଧ୍ୟ ତାହା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ । ତେବେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ପାରାଦ୍ବୀପ ପରିବହନ ସଂସ୍ଥା । ପାରାଦ୍ବୀପ ପୌରପରିଷଦର ୬, ୮, ୧୩ ଏବଂ ୧୮ ନମ୍ବର ୱାର୍ଡ଼ ସମେତ ଅଠରବାଙ୍କି, ବାଉରିଆପାଳନ୍ଦା, ଲକପଡା ପ୍ରଭୃତି ସ୍ଥାନରେ ଥିବା ୧୦୦ ରୁ ଉର୍ଦ୍ଧ୍ବ ପରିବାରକୁ ସହାୟତାର ହାତ ବଢାଇଛି ଏହି ସଙ୍ଗଠନ । ଏହି…
ଭୁବନେଶ୍ବର : କରୋନା ସଂକ୍ରମଣ ସହ ଲଢେଇ ପାଇଁ ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏହି ଲକ୍ ଡାଉନ୍ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକମାନେ। ଲକ୍ ଡାଉନ୍ ଯୋଗୁଁ ହାଇଦ୍ରାବାଦରୁ ଓଡ଼ିଶା ଫେରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଶ୍ରମିକ ଜଣକ 300 କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଆସୁଥିବାବେଳେ ଭଦ୍ରାଚଳମ୍ଠାରେ ଲୁ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ କିଛି ପ୍ରବାସୀ ଶ୍ରମିକମାନଙ୍କ ସହିତ ଏହି ପ୍ରବାସୀ ଶ୍ରମିକ ଜଣ ହାଇଦ୍ରାବାଦରୁ ଓଡ଼ିଶାର ମାଲକାନଗିରି ଯିବା ପାଇଁ ଚାଲି ଚାଲି ବାହାରିଥିଲେ। ମଙ୍ଗଳବାର ଦିନ ଏହି ଶ୍ରମିକମାନେ ଭଦ୍ରାଚଳମ୍ରେ ପହଁଞ୍ଚିଥିଲେ। ହଠାତ୍ ଶ୍ରମିକଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା । ତା’ରେ ତାଙ୍କୁ ବାନ୍ତି ହୋଇଥିଲା ସାଙ୍ଗେ ସାଙ୍ଗେ ସେ ରାସ୍ତାରେ ବେହୋସ ହୋଇପଡିଯାଇଥିଲେ। ତତକ୍ଷଣାତ୍ ପୋଲିସ୍ ସୂଚନା ଦିଆଯାଇ ଭଦ୍ରାଚଳମ୍…
19 ତାରିଖରୁ ଘରୋଇ ଉଡାଣ ଆରମ୍ଭ କରିବ ଏୟାର ଇଣ୍ଡିଆସରକାରୀ ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆ ଏହାର ଘରୋଇ ଉଡାଣ ଆରମ୍ଭ କରିବାକୁ ଯାଉଛି । ବିଭିନ୍ନ ଘରୋଇ ରୁଟ୍ରେ ଏୟାର ଇଣ୍ଡିଆ ନିଜର ସେବା ପ୍ରଦେନ କରିବ । ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ନିମନ୍ତେ ମେ 19ରୁ ଜୁନ୍ 2ତାରିଖ ପର୍ଯ୍ୟନ୍ତ ବିମାନ ଯାତ୍ରା ଜାରି ରହିବ । ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରୁ ସର୍ବାଧିକ ବିମାନ ଯାତ୍ରା ଆରମ୍ଭ କରିବ । ଦିଲ୍ଲୀରୁ 173ଟି ବିମାନ ଛାଡିବାକୁ ଥିବା ବେଳେ ମୁମ୍ବାଇରୁ 40ଟି, ହାଇଦ୍ରାବାଦରୁ 25ଟି ଏବଂ କୋଚିରୁ 12 ବିମାନ ଯାତ୍ରା କରିବେ । ଏହି ବିମାନ ଯାତ୍ରା ନିମନ୍ତେ ବୁକିଂ ଆରମ୍ଭ ହୋଇନଥିବା ବେଳେ ଖୁବ୍ଶୀଘ୍ର ଏ ସମ୍ପର୍କିତ ଘୋଷଣା କରାଯିବ । ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବରରୁ ଗୋଟିଏ ବିମାନ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା ଆରମ୍ଭ…
ଭୁବନେଶ୍ବର, କୋଭିଡ 19 ମୁକାବିଲା କରିବାରେ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। କନଣ୍ଟେନମେଣ୍ଟ ଜୋନରେ ପଶି ସାନିଟାଇଜେସନ କରିବା କାମ ଏହି ଅଗ୍ନଶମ ବିଭାଗ କରିଥାଏ। ସେମାନଙ୍କ କାର୍ଯ୍ୟକୁ ପ୍ରଶାଂସା କରିଛି ଭୁବନେଶ୍ବରର ଜିଜିପି କଲୋନୀ ବାସିନ୍ଦା। ଏହି କଲୋନୀରେ ଥିବା ବିଭିନ୍ନ ସଂଗଠନ ତରଫରୁ ଏହି କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।

