Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ ପୁଣି 23 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ବାଲେଶ୍ବରରୁ ସର୍ବାଧିକ 15ଜଣ ଚିହ୍ନଟ ହୋଇଥିବାବେଳେ  ଗଞ୍ଜାମ ଓ ଯାଜପୁରରୁ ତିନିଜଣ ଲେଖାଏଁ ପୁରୀ ଓ ବୌଦ୍ଧରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ଏବେ  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 437କୁ ବୃଦ୍ଧି ହୋଇଛି । ଗତକାଲି37 ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଆଜି ସକାଳୁ 23 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି ।  ଗଞ୍ଜାମରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା 157ରେ ପହଞ୍ଚିଥିବାବେଳେ ବାଲେଶ୍ବରରେ ଏହା 57କୁ ବୃଦ୍ଧି ହୋଇଛି । ସେହିପରି ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 64ରେ ପହଞ୍ଚିଛି । ପୁରୀ ଓ ବୌଦ୍ଧରେ ଯଥାକ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା 4 ଓ 5କୁ ବୃଦ୍ଧି…

Read More

କୋଣାର୍କ : ଡଙ୍ଗା ଯୋଗେ ଚନ୍ଦ୍ରାଭାଗାରେ ପହଞ୍ଚିଛନ୍ତି 16 ମତ୍ସ୍ୟଜୀବୀ। ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ନିକଟ ଟୁନିରୁ ଡଙ୍ଗାରେ ଏହି ମତ୍ସ୍ୟଜୀବୀମାନେ ଫେରିଛନ୍ତି। ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରେ ପୁରୀ ପେଣ୍ଠକଟାର 5 ଜଣ ଓ ଚନ୍ଦ୍ରଭାଗା ନୋଳିଆ ସାହିର 11 ଜଣ ରହିଛନ୍ତି ବୋଲି ଜଣାପଡିଛି। ଏହି ମତ୍ସଜୀବୀମାନେ ଡଙ୍ଗା କିଣି ବିଶାଖପାଟଣାରୁ ରବିବାର ବାହାରିଥିଲେ ଆଜି ଭୋର ସମୟରେ ଚନ୍ଦ୍ରଭାଗାରେ ପହଞ୍ଚିଛନ୍ତି। ଲକଡାଉନ୍‌ ଯୋଗୁଁ ଦୀର୍ଘ ଦିନ ଧରି ଫସି ରହିଥିଲେ 16 ମତ୍ସ୍ୟଜୀବୀ। ତେବେ ସମସ୍ତ ମତ୍ସଜୀବୀଙ୍କୁ କୋଣାର୍କ ମେଡିକାଲ ପରିସରରେ ଥିବା କ୍ବାରେଣ୍ଟିନ୍‌ ସେଣ୍ଟରକୁ ପଠାଯାଇଛି। ସମସ୍ତ 16 ମତ୍ସଜୀବୀଙ୍କ ସ୍ବାବ୍‌ ପରୀକ୍ଷା କରାଯିବ ବୋଲି କହିଛନ୍ତି ତହସିଲଦାର।

Read More

ବାଲେଶ୍ବର : 48 ଘଣ୍ଟା ପାଇଁ ଖଇରା ପଞ୍ଚାୟତକୁ ସଟ୍‌ ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ବାଲେଶ୍ବର ଜିଲ୍ଲା ଖଇରା ପଞ୍ଚାୟତକୁ ଆଜି ସକାଳ 6ଟାରୁ ଖଇରା ପଞ୍ଚାୟତରେ 48 ଘଣ୍ଟା ପାଇଁ ଶଟ୍‌ଡାଉଊନ୍‌ ପାଇଁ ଘୋଷଣା କରିଛନ୍ତି ସରପଞ୍ଚ। ବହୁ ସଂଖ୍ୟାରେ ପ୍ରବାସୀ ଫେରୁଥିବାରୁ ସଂକ୍ରମଣ ଆଶଙ୍କାରେ ପଦକ୍ଷେପ ନିଆଯାଇଛି। ତେବେ ଏହି ସମୟରେ ଜରୁରୀକାଳୀନ ସେବା ଚାଲିବ। ଶଟ୍‌ ଡାଉନ୍‌ ନେଇ ପଞ୍ଚାୟତର ସମସ୍ତ ଗାଁରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି। ଏହି ସମୟରେ ଡାକ୍ତରଖାନା ଓ ଔଷଧ ଦୋକାନ ଖୋଲା ରହିବ ବୋଲି ଘୋଷଣା କରାଯାଇଛି।

Read More

କେଦାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଠିକ କହିଥିଲେ, କରୋନା ପୂର୍ବର ସମାଜ ଓ ପରବର୍ତ୍ତୀ ସମାଜ ଭିତରେ ଆକାଶ ପାତାଳ ପ୍ରଭେଦ ରହିବ। ତେବେ ତାଙ୍କ କଥା କରୋନା ପ୍ରକୋପ ସମୟରେ ହିଁ ସତ ହୋଇ ଯାଇଛି। କରୋନା ଭୂତାଣୁର ଭୟ ଭାରତୀୟ ସମାଜର ମାନସିକ ଚେହେରାକୁ  ଅଧିକ କୃର ଓ ନିର୍ଦ୍ଦୟ କରି ଦେଇଛି। “ଆପେ ବଞ୍ଚିଲେ ବୋପାର ନାଁ” ବୋଲି ଓଡିଆରେ ଯେଉଁ କଥାଟି ରହିଥିଲା, ତାହା ଆଜି ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହୋଇଛି। କୋଟି କୋଟି ଲୋକ ଯେଉଁମାନେ ଖଟିଲେ ଖାଉଥିଲେ, ସେମାନେ ଆଜି ଭାରତୀୟ ସମାଜର ନୂଆ ଅପରାଧୀ। ସେମାନେ ଆଜି ଚୋରଙ୍କ ଭଳି ଲୁଚି ବୁଲୁଛନ୍ତି। ପୋଲିସର ଡର ଓ ନିଜ ଲୋକଙ୍କ ଘୃଣା, ତା ସହିତ ଜୀବିକା ଚାଲି ଯାଇଥିବାର ଦୁର୍ଭାଗ୍ୟ, ଏହାରି ଭିତରେ ପୂରା ଶ୍ରମଜୀବୀ ସମାଜ ଆଜି ଅପରାଧୀ ପାଲଟି ଯାଇଛି। ସେମାନେ ଲକ ଡାଉନର ନିୟମ…

Read More

ଭୁବନେଶ୍ୱର, ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ମୃତ୍ୟୁ ପରେ ତାଙ୍କ ଶରୀର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ଦାନ କରିବେ । ସୋମବାରେ ତାଙ୍କର ୯୯ ତମ ଜନ୍ମ ଦିବସ ଅବସରରେ ପଟ୍ଟନାୟକ ଏହି ଇଚ୍ଛା ବ୍ୟକ୍ତ କରିଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ବାସ ଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରିପ୍ରେକ୍ଷୀରେ ପଟ୍ଟନାୟକ ମନ୍ତ୍ରୀଙ୍କୁ ତାଙ୍କର ଏହି ଇଚ୍ଛା ଜଣାଇଥିଲେ। ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମଇ ୧୧ ତାରିଖରେ ପୁରୀ ଜିଲ୍ଲାର ନିମାପଡାଠାରେ ଜନ୍ମଗ୍ରହଣ କରିଥିଲେ। ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଥିବା ଶ୍ରୀ ପଟ୍ଟନାୟକ ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗଦାନ କରିଥିଲେ। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜଣେ ଅନ୍ତରଙ୍ଗ ସହଯୋଗୀ ଭାବେ ସେ…

Read More

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର କରୋନା ସ୍ଥିତି ବଢିବାରେ ଲାଗିଛି, ଏପରି ପରିସ୍ଥିତିରେ ଲକ ଡାଉନ ହଟାଇବା ପରିବର୍ତ୍ତେ ବୃଦ୍ଧି କରାଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଭିଡିଓ କନଫ୍ରେସିଂ ବେଳେ ଏପରି ଦାବୀ କରିଛନ୍ତି 4ଟି ରାଜ୍ୟର ମୁଖ୍ୟମନ୍ତ୍ରୀ। ସେହି ରାଜ୍ୟଗୁଡିକ ହେଲା ପଶ୍ଚିମ ବଂଗ, ପଂଜାବ, ମହାରାଷ୍ଟ୍ର ଏବଂ ତେଲାଙ୍ଗାନା। ବର୍ତ୍ତମାନ ଲକଡାଉନ ଯୋଗୁଁ କରୋନା ଭାଇରସ ବ୍ୟାପିବାରେ ହ୍ରାସ ଘଟିଛି। ଏହି ଲକଡାଉନ ଠିକ କାମ ଦେଉଥିବାରୁ ଏହାକୁ ଆହୁରି ବୃଦ୍ଧି କରାଯାଉ ବୋଲି ଏହି 4 ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ କୋଭିଡ ମୁକାବିଲା ନେଇ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ, ବର୍ତ୍ତମାନ ତାଙ୍କ ରାଜ୍ୟର ସ୍ଥିତି ବହୁ ଖରାପ। ମୁଖ୍ୟତଃ ଗୋଷ୍ଠୀ ସଂକ୍ରାମଣ ହେବାରେ ଲାଗିଛି। ଯଦି ଲକଡାଉନ ନିର୍ଦ୍ଧାରିତ ସମୟରେ ଉଠାଇ ଦିଆଯାଏ…

Read More

ଭୁବନେଶ୍ବର : କରୋନା ଯୋଗୁଁ ଆବୁଧାବିରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଆବୁଧାବିରେ ସମ୍ପୃକ୍ତ ଯୁବକ ଲେବର ସୁପରଭାଇଜର କାମ କରୁଥିଲେ । ଆବୁଧାବି ଅଲ୍‌ ଏନ୍‌ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡେଥ୍‌ ସାର୍ଟିଫିକେଟ୍ ମିଳିଛି‌ । ଡେଥ୍‌ ସାର୍ଟିଫିକେଟ୍‌ରେ ତାଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ଉଲ୍ଲେଖ ରହିଛି । ଯୁବକ ଜଣକ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ୍‌ ଚନ୍ଦନ ନଗରର ବୋଲି ଜଣାପଡିଛି ।

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାକୁ ଗତ ତିନି  ତାରିଖ ଠାରୁ ପ୍ରବାସୀ ଓଡ଼ିଆ ପର୍ଯ୍ୟାୟ କ୍ରମେ ଆସି ବିଭିନ୍ନ ବ୍ଲକରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବସ୍ଥାନ କରୁଛନ୍ତି। ଏହି କ୍ରମରେ ୧୦ ତାରିଖରେ ଆନ୍ଧ୍ରପ୍ରଦେଶରୁ ୨୬ଜଣ, ତାମିଲନାଡୁରୁ ୧୮ଜଣ, ତେଲେଙ୍ଗାନାରୁ ୨୯ଜଣ, ଝାଡଖଣ୍ଡରୁ ୪ଜଣ, ପଶ୍ଚିମବଙ୍ଗରୁ ୨୪ଜଣ, ମହାରାଷ୍ଟ୍ରରୁ ୪ଜଣ, ରାଜସ୍ଥାନରୁ ୧ଜଣ, ଉତ୍ତରପ୍ରଦେଶରୁ ୧ଜଣ, କର୍ଣାଟକରୁ ୨ଜଣ, ଭୁବନେଶ୍ବରରୁ ୩ଜଣ, ମୟୁରଭଞ୍ଜରୁ ୨ଜଣ, ଗଞ୍ଜାମରୁ ୧ଜଣ ଆସିଥିଲେ। ସମସ୍ତ ପ୍ରବାସୀଙ୍କର ସ୍ଥାନୀୟ ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ସ୍ୱାବ ସଂଗ୍ରହ କରାଯାଇ  ଜିଲ୍ଲାରେ ଥିବା ବିଭିନ୍ନ କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ଜଗତସିଂହପୁର ପୌରାଞ୍ଚଳକୁ ୨ଜଣ, ଜଗତସିଂହପୁର ବ୍ଲକକୁ ୩୫ଜଣ, ବିରିଡି ବ୍ଲକକୁ ୪ଜଣ, ବାଲିକୁଦା ବ୍ଲକକୁ ୨୫ଜଣ, ନାଉଗାଁ ବ୍ଲକକୁ ୭ଜଣ, ରଘୁନାଥପୁର ବ୍ଲକକୁ ୩ଜଣ, ତିର୍ତ୍ତୋଲ ବ୍ଲକକୁ ୧୧ଜଣ, କୁଜଙ୍ଗ ବ୍ଲକକୁ ୯ଜଣ, ଏରସମା ବ୍ଲକକୁ ୧୪ଜଣ, ପାରାଦ୍ଵୀପ ପୌରାଞ୍ଚଳକୁ ୫ଜଣଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ…

Read More

ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 4213 ଟି ନୂଆ ମାମଲା ରୁଜୁ ହୋଇଛି ଏବଂ 97 ଜଣଙ୍କର ମୃତ୍ୟୁ ହୋଇଛି।  ଦେଶରେ କରୋନା ସଂକ୍ରମିତ ସଂଖ୍ୟା 67,152 କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 44,029 ସକ୍ରିୟ ମାମଲା ଥିବାବେଳେ, 20,917 ଜଣ ସୁସ୍ଥ ଅଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା 2206 ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର। ଏଠାରେ 22 ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 868ରେ ପହଞ୍ଚିଛି। ସେହିଭଳି ଗୁଜରାଟରେ 8 ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ 493 ଜଣ ପ୍ରାଣ ହରାଇଛନ୍ତି। ତାମିଲ୍‌ନାଡୁରେ ମଧ୍ୟ ସଂକ୍ରମିତଙ୍କ 8 ହଜାର ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 53ରେ ପହଞ୍ଚିଛି…

Read More

‌କର୍ଣ୍ଣାଟକ : କରୋନା ଭାଇରସ୍‌ ମୁକାବିଲା ପାଇଁ ନୂତନ ପଦକ୍ଷେପ ସ୍ବରୂପ କର୍ଣ୍ଣାଟକ ସରକାର ମୋବାଇଲ୍‌ ଫିଭର୍‌ କ୍ଲିନିକ୍‌ର ଆରମ୍ଭ କରିଛନ୍ତି । କର୍ଣ୍ଣାଟକ ସରକାର ବସ୍‌ଗୁଡିକୁରେ ମୋବାଇଲ୍‌ ଫିଭର୍‌ କ୍ଲିନିକ୍‌ ବନାଇଛନ୍ତି। ଏହି ବସ୍‌ରେ କୋଭିଡ୍‌ 19 ପାଇଁ ସ୍ବାବ ସଂଗ୍ରହ ହେବା ସହିତ ସିବିସି, ସିଆରପି ଓ ଇଏସଆରର ମଧ୍ୟ ସୁବିଧା ରହିବ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଆଜି ଏହି ବସ୍‌ର ଉଦ୍‌ଘାଟନ କରିଥିବାବେଳେ ଆଗାମୀ ସମୟରେ ଆଉ ତିନୋଟି ମୋବାଇଲ ଫିଭର୍‌ କ୍ଲିନିକର ଆରମ୍ଭ କରାଯିବ । ପୂର୍ବରୁ କର୍ଣ୍ଣାଟକ ସରକାର ଏକ ଅଭିନବ ଉପାୟ ଜରିଆରେ ବେଙ୍ଗାଲୁରୁରେ 96ଟି ଫିଭର କ୍ଲିନିକ୍‌ ଖୋଲିଥିଲେ ଯାହା ଫର୍ଷ୍ଟ ଲାଇନ୍‌ ଅଫ୍‌ ଡିଫେନ୍ସ ରୂପେ କାର୍ଯ୍ୟ କରୁଛି । ଥଣ୍ଡା, କାଶ, ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ଲୋକଙ୍କୁ ଏହି ମୋବାଇଲ୍‌ ଫିଭର୍‌ କ୍ଲିନିକ୍‌ରେ ଯାଞ୍ଚ କରିବା ପାଇଁ ଅପିଲ୍‌ କରିଛନ୍ତି । ଏହି ବସ୍‌ ଗୁଡିକ…

Read More

କୋଭିଡ୍‌ ହସ୍‌ପିଟାଲ୍‌ ଏବଂ କୋଭିଡ୍‌ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବାକୁ ଦୃଢ଼ୀଭୂତ କରିବା ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପରେ ଏବେ ମକ୍‌ ଡି୍ରଲ୍‌ ମାଧ୍ୟମରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀର ଗୋପବନ୍ଧୁ ଆୟୁର୍ବେଦିକ୍‌ ମେଡିକାଲ୍‌ କଲେଜସ୍ଥିତ ଜିଲ୍ଲା କୋଭିଡ୍‌ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆଇଡି ହସ୍‌ପିଟାଲ୍‌ଠାରେ ୨ଟି ମକ୍‌ ଡି୍ରଲ୍‌ ଅନୁଷ୍ଠିତ ହୋଇଛି। ଏହି ଡ୍ରିଲ୍‌ରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଏକ ପୂର୍ଣ୍ଣାଙ୍ଗ ଦଳ ସହ ସ୍ବେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଗକୁ ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଏହିଭଳି ମକ୍‌ ଡ୍ରିଲ୍‌ କରିବା ନିମନ୍ତେ ଯୋଜନା କରାଯାଉଛି। ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ସଂକ୍ରମଣ ପ୍ରତିରୋଧ ପାଇଁ ଅଭ୍ୟାସ, ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା ପିପିଇ ର ବ୍ୟବହାର, ହସ୍‌ ପିଟାଲ୍‌ ବର୍ଜ୍ୟବସ୍ତୁର ପରିଚାଳନା ସଂପର୍କରେ ବିଶେଷ ତାଲିମ ଦିଆଯାଇଥିଲା । ପାରାମେଡିକ୍ସ, ଆଞ୍ଚୁଲାନ୍ସ ଚାଳକ, ରୋଗୀମାନଙ୍କୁ…

Read More

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡିକ ହେଲା 1-କୋଭିଡ୍‌ ହସ୍‌ପିଟାଲ୍‌ ଏବଂ କୋଭିଡ୍‌ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବାକୁ ଦୃଢ଼ୀଭୂତ କରିବା ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପରେ ଏବେ ମକ୍‌ ଡି୍ରଲ୍‌ ମାଧ୍ୟମରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀର ଗୋପବନ୍ଧୁ ଆୟୁର୍ବେଦିକ୍‌ ମେଡିକାଲ୍‌ କଲେଜସ୍ଥିତ ଜିଲ୍ଲା କୋଭିଡ୍‌ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆଇଡି ହସ୍‌ପିଟାଲ୍‌ଠାରେ ୨ଟି ମକ୍‌ ଡି୍ରଲ୍‌ ଅନୁଷ୍ଠିତ ହୋଇଛି। ଏହି ଡି୍ରଲ୍‌ରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଏକ ପୂର୍ଣ୍ଣାଙ୍ଗ ଦଳ ସହ ସ୍ବେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ…

Read More

ଭୁବନେଶ୍ବର : ଭୁବନେଶ୍ବର-ଦିଲ୍ଲୀ ଟ୍ରେନ୍‌ ଟିକେଟ ଘଣ୍ଟାଏରେ ଶେଷ ହୋଇଥିବାର ସୂଚନା ରହିଛି । 13 ତାରିଖରେ ଦିଲ୍ଲୀ ଯିବାକୁ ଥିବା ଟ୍ରେନ୍‌ ଟିକେଟ୍‌ ବୁକିଂ ଶେଷ ହୋଇଯାଇଛି । ଘଣ୍ଟାକ ମଧ୍ୟରେ ଟିକେଟ ସରିଯାଇଥିବା କହିଛନ୍ତି ରେଲ୍‌ଓ୍ବେ । ସେହିପରି 14 ତାରିଖ ପାଇଁ ମଧ୍ୟ 90 ପ୍ରତିଶତ ଟିକେଟ ବିକ୍ରି ସାରିଥିବା ସୂଚନା ରହିଛି । କେବଳ ଏସି ବଗିରେ 56ଟି ଟିକେଟ ବାକି ରହିଛି ବୋଲି ସୂଚନା ରହିଛି । 17ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ଏସି ଟିକେଟ ଆଉ ନାହିଁ ବୋଲି ସୂଚନା ଦେଇଛି ପୂର୍ବତଟ ରେଲଓ୍ବେ ।

Read More

ଭୁବନେଶ୍ୱର: ଆସନ୍ତା 13 ତାରିଖ ସକାଳ 10ଟାରେ ଭୁବନେଶ୍ବର ଛାଡିବ ସ୍ପେଶାଲ୍‌ ଟ୍ରେନ୍‌। ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଦୈନିକ ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ। ଏହି ଟ୍ରେନ୍‌ଟି 13 ତାରିଖ ସକାଳ 10ଟାରେ ଭୁବନେଶ୍ୱରରୁ ରେଲୱେ ଷ୍ଟେସନରୁ ଛାଡ଼ି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନରେ 17ଟି ବଗି ରହିବ। ସବୁ ବଗି ଏୟାର କଣ୍ଡିସନ୍‌ ରହିବ। ସେହିପରି 14 ତାରିଖରୁ ନୂଆଦିଲ୍ଲୀରୁ ଭୁବନେଶ୍ବର ଦୈନିକ ଟ୍ରେନ୍‌ ଯାତ୍ରା କରିବ । ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ଚାଲୁଥିବା ଟ୍ରେନଗୁଡ଼ିକ 7ଟି ଜାଗାରେ ଷ୍ଟପେଜ କରିବ। ସେହି ଷ୍ଟେସନ୍‌ ଗୁଡ଼ିକ ହେଲା- ବାଲେଶ୍ୱର, ଖଡ଼ଗପୁର, ଟାଟା, ବୋକାରୋ, ଗୟା, ଡିଡିୟୁ ଜଙ୍କସନ, କାନପୁର। ଟ୍ରେନରେ ଯାତ୍ରା ପାଇଁ ଯାତ୍ରୀମାନଙ୍କୁ ଆଇଆରସିଟିସିରେ ବୁକିଂ କରିବାକୁ ପଡିବ । ଆରଏସି କି ଓ୍ବେଟିଂରେ ଥିବା ଯାତ୍ରୀଙ୍କୁ ଅନୁମତି ନାହିଁ । କନ୍‌ଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଷ୍ଟେସନକୁ ଯିବାକୁ ଅନୁମତି ମିଳିବ। ଟ୍ରେନ୍‌ ଛାଡିବାର 24 ଘଣ୍ଟା…

Read More

ତାମିଲନାଡୁ : ତାମିଲନାଡୁରେ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ ହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି। ମଦ ସହ ଚାଖଣା ନଥିବାରୁ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗର ହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ ତାମିଲନାଡୁରେ ଚେଙ୍ଗଲପୁରା ଜିଲ୍ଲାର ଗୁଡୁବନଚେରୀ ସହରରେ ଜଣେ 38 ବର୍ଷୀୟ ବ୍ୟକ୍ତି 43 ବର୍ଷୀୟ ସାଙ୍ଗକୁ ଛୁରୀ ଦ୍ବାରା ହତ୍ୟା କରିଛି। ସାଙ୍ଗ ଜଣକ ମଦ ପିଇବା ପାଇଁ ଚାଖଣା ବ୍ୟବସ୍ଥା କରିନଥିବାରୁ ରାଗରେ ସାଙ୍ଗର ହତ୍ୟା କରିଛି ଆଉ ଜଣେ ସାଙ୍ଗ । ଦୁହେଁ ରିୟଲ୍‌ଇଷ୍ଟେଟ୍‌ରେ ବ୍ରୋକର୍‌ ରୂପେ କାର୍ଯ୍ୟ କରୁଥିଲେ । ଏତଦ୍‌ବ୍ୟତୀତ ସେମାନେ କ୍ୟାବ୍‌ ଡ୍ରାଇଭିଂ ଓ ଫୁଲ୍‌ ବିକ୍ରି ମଧ୍ୟ  କରୁଥିଲେ । ମୃତକଙ୍କ ନାମ ବିନୟଗାମ ହୋଇଥିବାବେଳ ଅଭିଯୁକ୍ତ ଜଣକ ହେଉଛନ୍ତି ବାସୁ ।  ଲକ୍‌ଡାଉନ୍‌ ସମୟରେ ତାମିଲନାଡୁରେ ମଦ ଦୋକାନ ଖୋଲାଯିବା ପରେ ଦୁହେଁ ମଦ ପିଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା…

Read More

ଦିଲ୍ଲୀ : ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବାବେଳେ କରୋନା ଆକ୍ରାନ୍ତଙ୍କୁ ନେଇ ଏକ ରୋଚକ ଖବର ରହିଛି । ଦିଲ୍ଲୀର ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି। ଦୁଷ୍କର୍ମ ଅଭିଯୁକ୍ତ ଜଣ ତିହାର ଜେଲ୍‌ରେ ବନ୍ଦୀ ରହିଥିବାବେଳେ ଏବେ ଅଭିଯୁକ୍ତ ସମେତ ଦୁଇ କଏଦୀଙ୍କ କରୋନା ଟେଷ୍ଟ ପାଇଁ ନମୁନା ନିଆଯାଇଛି। ଅଭିଯୁକ୍ତଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିବାବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହି ଅଭିଯୁକ୍ତଙ୍କୁ କିଛି ଦିନ ପୂର୍ବରୁ ତିହାର୍‌ ଜେଲ୍‌କୁ ଅଣାଯାଇଥିଲା । ତାଙ୍କୁ ଜେଲ ନମ୍ବର 2ରେ ରଖାଯାଇଥିଲା।  ଗତ 9 ତାରିଖରେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କୁ କରୋନାରେ ପଜିଟିଭ୍‌ ହୋଇଥିବାର ସୂଚନା ପାଇଥିଲେ। ଏହା ପରେ ଅଭିଯୁକ୍ତ ଓ ଅଭିଯୁକ୍ତଙ୍କ ସହ ରହିଥିବା ଦୁଇ ଅନ୍ୟ କଏଦୀଙ୍କୁ ପୃଥକବାସରେ ରଖାଯାଇ କରୋନା ଟେଷ୍ଟ କରାଯାଇଛି । ଏବେ ଜେଲ୍‌ରେ ମଧ୍ୟ କରୋନା…

Read More

ଭୁବନେଶ୍ବର : କରୋନା ମହାମାରୀ ସହ ଲଢେଇ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ପ୍ରସ୍ତୁତି କରିଛନ୍ତି । ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଥିବାବେଳେ ଆଜି ପୁଣି ଥରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ମାର୍ଚ୍ଚ 24ରୁ ଦେଶରେ ଲକ୍ ଡାଉନ୍‌ ଜାରି ରହିଛି । ଲକ୍‌ ଡାଉନ୍‌ ପରେ ମଧ୍ୟ ଦେଶରେ କରୋନା ସ୍ଥିତି ଜଟିଳ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ସ୍ଥିତିକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନ ସମ୍ପର୍କରେ ଚର୍ଚ୍ଚା କରିଛନ୍ତି । ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍‌ ଆସନ୍ତା 17 ତାରିଖରେ ଶେଷ ହେବାକୁ ଥିବାବେଳେ ଆଗାମୀ ରଣନୀତି ନେଇ ଏହି ଆଲୋଚନା କରାଯାଇଛି । ଏହି ଆଲୋଚନା ସମୟର ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ…

Read More

ଭୁବନେଶ୍ବର : ଓଡ଼ିଶାରୁ ଚିହ୍ନଟ ହେଲେ ଆଉ 20 ଜଣ ପଜିଟିଭ୍‌  । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 17, ସୁନ୍ଦରଗଡରୁ ଦୁଇ, ବୌଦ୍ଧରୁ ଜଣେ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି । ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 400 ଟପିଛି ।  ଆଜି ଗୋଟିଏ ଦିନରେ 37 ଜଣ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖା 414ରେ ପହଞ୍ଚିଛି । ସେହିପରି ଗଞ୍ଜାମରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 154ରେ ପହଞ୍ଚିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗଡରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 16କୁ ବୃଦ୍ଧି ହୋଇଥିବାବେଳେ  ବୌଦ୍ଧରେ ଆକ୍ରାନ୍ତଙ୍କ ସଂଖ୍ୟା 4କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଆଜି 17 ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ସର୍ବମୋଟ୍‌ 85 ଜଣ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡରୁ ଆଜି 7ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ…

Read More

ରାୟପୁର : ଛତିଶଗଡରେ ଏକ ଏନ୍‌କାଉଣ୍ଟର ଘଟି ଜଣେ ସଶସ୍ତ୍ର ସୁରକ୍ଷା ବଳ ଅଧିକାରୀ ଶହୀଦ ହୋଇଛନ୍ତି । ସୋମବାର ମାଓବାଦୀଙ୍କ ସହିତ ଏନ୍‌କାଉଣ୍ଟର ସମୟରେ ଯବାନ ଜଣକ ପ୍ରାଣ ହରାଇଛନ୍ତି । ଛତିଶଗଡର ବିଜାପୁର ଜିଲ୍ଲାର ଉରିପାଲ ଜଙ୍ଗଲରେ ଏନ୍‌କାଉଣ୍ଟର ସମୟରେ 32 ବର୍ଷୀୟ ଏହି ଯବାନଙ୍କ ଦେହରେ ଗୁଳି ବାଜିବା ସହିତ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଶହୀଦ ଯବାନ ଜଣଙ୍କ ହେଉଛନ୍ତି ମାନ୍ନା କୁମାର ଏବଂ ସେ ଝାରଖଣ୍ଡର ସାହିବଗଞ୍ଜର ବାସିନ୍ଦା । ସୋମବାର ଅପରାହ୍ନ 2.11 ମିନିଟ୍‌ ସମୟରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା: ଚିଲିକା ବ୍ଲକ୍‌ ଅନ୍ତର୍ଗତ ଛୋଟରାୟପୁର ଶାସନ ଗ୍ରାମରେ ଏକ କରୋନା ସଚେତନତା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କରୋନା ଯୋଦ୍ଧା ତଥା ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ସହକାରୀ ଅଧିକାରୀ ହାଡିବନ୍ଧୁ ନାୟକ ଏବଂ ଥାନାର ସମସ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁରେଶ କୁମାର ଦାଶ ଓ ବିଜୟ କୁମାର ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛୋଟରାୟପୁର ଗ୍ରାମର କୁଳମଣି ମାର୍ଥା, ଗୋଲଖ ବେହେରା, ରବୀନ୍ଦ୍ରନାଥ ଦାଶ, ପଣ୍ଡିତ ନୀଳକଣ୍ଠ ଆଚାର୍ଯ୍ୟ, କେଦାରନାଥ ଶତପଥୀ ଏବଂ ନିରଞ୍ଜନ ଶତପଥିଙ୍କ ସମେତ ଗ୍ରାମର ଆବାଳ ବୃଦ୍ଧ ବନିତା ଯୋଗ ଦେଇଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଦିଆଯାଇ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଥିଲା। ରମେଶ ଚନ୍ଦ୍ର ଦାଶ ଏବଂ ଅମ୍ବିକା ପ୍ରସାଦ ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Read More

ଭୁବନେଶ୍ବର : ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ଜରିଆରେ କହିଛନ୍ତି ଯେ ଓଡିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବିଶେଷକରି ଗଞ୍ଜାମ ଜିଲ୍ଲାରେ 40 ହଜାରରୁ ଅଧିକ ଲୋକ ଆସି ପହଂଚିଲେଣି । ଆହୁରି ମଧ୍ୟ ଆସିବେ । ସେମାନଙ୍କର ସଂପୂର୍ଣ୍ଣ ବ୍ୟବସ୍ଥା ଖାଲି 3 ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦେଇଦେଲେ ହେବନାହିଁ । ଅନ୍ୟାନ୍ୟ ସହଯୋଗୀ କାର୍ଯ୍ୟକ୍ରମ ସେଠାରେ ଆରମ୍ଭ କରିବାର ଆବଶ୍ୟକତା ରହିଛି । ବାଚସ୍ପତି ମହାଶୟ ନିଜେ କାଲି ଗଣମାଧ୍ୟମ ଜରିଆରେ କହିଥିଲେ ଯେ ଗାଁ ମଝିରେ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯାଇଛି । ରାତିରେ କେହି ରହୁନାହାନ୍ତି, ଘରକୁ ପଳାଉଛନ୍ତି । ତେଣୁ ଏ ସବୁ କାର୍ଯ୍ୟକ୍ରମକୁ ଆହୁରି ସୂଚାରୁ ରୂପେ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ସେ ଆହୁରି କହିଛନ୍ତି ଯେ ଆମେ ଯାହା ସରକାରଙ୍କୁ ପ୍ରସ୍ତାବ ଦେଲୁ ସରକାର ଆମ କଥା…

Read More