କରୋନା ସହ ମୁକାବିଲା ପାଇଁ ଦେଶରେ ଜାରି ରହିଥିବା ଲକ୍ ଡାଉନ୍ ମଧ୍ୟରେ ରେଳ ମନ୍ତ୍ରାଳୟ ବଡ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା କାଲି ଅର୍ଥାତ୍ ମେ 12 ତାରିଖରେ 15ଟି ଟ୍ରେନ୍ 15ଟି ସହରକୁ ଯାତ୍ରା କରିବ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ ଆଜି ଅପରାହ୍ନ 4 ଘଟିକାଠାରୁ ରିଜର୍ଭେସନ୍ ଟିକେଟ ବୁକିଂ କରିପାରିବେ । ଏଥିପାଇଁ ରେଳବିଭାଗ ତରଫରୁ ଗାଇଡ୍ଲାଇନ୍ସ ଜାରି ମଧ୍ୟ କରିଛି । ଯାତ୍ରୀମାନଙ୍କୁ ରେଳଷ୍ଟେସନକୁ ଏକ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ପଡିବ । ଏହା ସହିତ ଏସ୍ କୋଚ୍ରେ କମ୍ବଳ , ଚାଦର ଓ ଟାଓ୍ବେଲ୍ ଆଦି ମିଳିବ ନାହିଁ ବୋଲି ସୂଚନା ରହିଛି । କିଛି କଟକଣା ସହିତ ରେଳ ସେବା ପୁଣି ଆରମ୍ଭ ହେବ । ଯାତ୍ରୀମାନେ ଟ୍ରେନକୁ ଚଢ଼ିବା ପୂର୍ବରୁ ଥର୍ମାଲ ସ୍କାନିଂ କରାଇବାକୁ ହେବ। ସୁସ୍ଥ ଥିବା ବ୍ୟକ୍ତି କେବଳ ଟ୍ରେନ ଭିତରକୁ ପ୍ରବେଶ କରିପାରିବେ। କରୋନା…
Author: Samikhsya Bureau
କଟକ : ପ୍ରବାସୀଙ୍କୁ ନେଇ ଓଡ଼ିଶାର ଚିନ୍ତା ବଢୁଥିବାବେଳେ ପୁଣି ଥରେ ଅଧା ବାଟରେ ପ୍ରବାସୀ ବସ୍ ଛାଡି ଫେରାର୍ ହୋଇଛି। 15 ପ୍ରବାସୀଙ୍କୁ ଅଧା ରାସ୍ତାରେ ଛାଡି ପଳାଇଛି ବସ୍। କଟକ ଓ ଓମ୍ପି ଛକରେ ଏହି ପ୍ରବାସୀଙ୍କୁ ଛାଡି ଦେଇ ବସ୍ଟି କେନ୍ଦ୍ରାପଡା ଯାଇଛି। ନିଜ ଖର୍ଚ୍ଚରେ ତାମିଲନାଡୁ କାଞ୍ଚିପୁରମ୍ରୁ ଆସିଥିଲେ 30 ପ୍ରବାସୀ। ଏହି ବସ୍ରେ ଜଗତସିଂହପୁରର 15 ଓ କେନ୍ଦ୍ରାପଡାର 15 ପ୍ରବାସୀ ଥିଲେ। ଓଏମ୍ପି ଛକରୁ ଚାଲି ଚାଲି ଜଗତସିଂହପୁର ଅଭିମୁଖେ 15 ପ୍ରବାସୀ ଯାଉଥିବାର ଜଣାପଡିଛି ।
କେଦାର ମିଶ୍ର ଭୁବନେଶ୍ୱର ସହରର ଜୟଦେବ ବିହାରରୁ ଚନ୍ଦ୍ରଶେଖର ପୁର ଅଞ୍ଚଳ, ତାରି ଭିତରେ ଓଡିଶାର ସବୁଠୁ ନାମୀ ଓ ଦାମୀ ହୋଟେଲର ଅବସ୍ଥିତି। ସବୁଠୁ ବେଶୀ ଆଲୋକିତ ଲାଗୁଥିବା ଏ ହୋଟେଲ ସବୁ ଆଜି ଖାଁ ଖାଁ ଓ ନିତାନ୍ତ ଏକୁଟିଆ। ଏବେ ବାହାଘର ଓ ବ୍ରତଘରର ସବୁଠୁ ବଡ ଋତୁ। ହେଲେ କେଉଁଠି କିଛି ନାହିଁ। ଆଗକୁ ଆହୁରି କେତେ ସାମାଜିକ ପର୍ବ ପର୍ବାଣି। ସେଥିରେ ରାଜ୍ୟର ସବୁ ହୋଟେଲ ଖାଲି। କାରଣ ଅବଶ୍ୟ କରୋନା ପାଇଁ ଲକ ଡାଉନ। ପରିସ୍ଥିତି ସ୍ଵାଭାବିକ ଥିଲେ ଆଜିର ତାରିଖରେ ହୁଏତ ପୁରୀ ସହରରେ ଜୁନ ମାସ ପାଇଁ କୌଣସି ହୋଟେଲ ବୁକ କରିବା ସବୁଠୁ ଅସମ୍ଭବ ବ୍ୟାପାର ହୋଇଥାନ୍ତା। ରଥଯାତ୍ରା ସମୟରେ ପୁରୀ ସହରରେ ଛୋଟ ଠୁ ବଡ, ସବୁ ହୋଟେଲରେ କୋଠରୀଟିଏ ପାଇବା ସବୁଠୁ କଠିନ କାମ। ଅଥଚ ଆଜି ସବୁ ହୋଟେଲ ଖାଁ ଖାଁ। ଓଡିଶାର ପ୍ରାୟ…
ଭୁବନେଶ୍ବର : ରାଜ୍ୟରେ ପୁଣି 14 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୃଦ୍ଧି ହୋଇଛି। ଗଞ୍ଜାମ ଜିଲ୍ଲାର 12, ସୁନ୍ଦରଗଡରେ 1, କେନ୍ଦ୍ରାପଡାରେ 1 ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 391କୁ ବୃଦ୍ଧି ହୋଇଛି। ସେହିପରି ଗଞ୍ଜାମରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 137ରେ ପହଞ୍ଚିଥିବାବେଳେ କେନ୍ଦ୍ରାପଡାରେ 9 ଓ ସୁନ୍ଦରଗଡ14କୁ ବୃଦ୍ଧି ହୋଇଛି। ସୂଚନାଯୋଗ୍ୟ ଗତକାଲି ରାଜ୍ୟରେ 83 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଗତକାଲି ବୌଦ୍ଧ ଓ କନ୍ଧମାଳରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ କରୋନା ସଂକ୍ରମିତ ଜିଲ୍ଲା ଏବେ 21କୁ ବୃଦ୍ଧି ହୋଇଛି ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁଣିଥରେ କରୋନା ସଂକଟକୁ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ୍ 3.0 ପରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମ ଥର ପାଇଁ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ସୋମବାର ଅପରାହ୍ନ 3 ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏପ୍ରିଲ୍ 28 ରେ ପ୍ରଧାନମନ୍ତ୍ରୀ ମୋଦି ଚତୁର୍ଥ ଥର ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଦେଶରେ କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନର ଅବଧିକୁ 17 ମଇ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ମେ‘ 17 ପରେ କରୋନା ସହ ଦେଶ କିପରି ଲଢେଇ କରିବ ତାହା ସମ୍ପର୍କରେ ଚର୍ଚ୍ଚା ହେବ । କରୋନର ସ୍ଥିତି ସଙ୍ଗୀନ୍ ଥିବା ସମୟରେ ଆଗାମୀ ରଣନୀତି…
ନୂଆଦିଲ୍ଲୀ: କୋଭିଡ୍-୧୯ ଆଣ୍ଟିବଡି ଟେଷ୍ଟ ଲାଗି ଭାରତରେ ତିଆରି ହେଲା ସ୍ୱଦେଶୀ ଟେଷ୍ଟ କିଟ୍। ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜି ପକ୍ଷରୁ ଏହି ଟେଷ୍ଟ କିଟକୁ ସଫଳତାର ସହ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।ଆଣ୍ଟି ସାର୍ସ କୋଭ୍ ଟୁ ହ୍ୟୁମାନ୍ ଆଜିଜି ଏଲିସା ଟେଷ୍ଟ କିଟ୍ କରୋନା ଭୂତାଣୁର ଚିହ୍ନଟ କରିପାରିବ। ଭାରତରେ କରୋନା ଦିନକୁ ଦିନ ପ୍ରଭାବ ବିସ୍ତାର କରୁଥିବାରୁ ଏହି କିଟ୍ ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି କିଟ୍ ଜରିଆରେ ଅଢେଇ ଘଣ୍ଟାରେ 90ଟି ନମୁନା ପରୀକ୍ଷଣ ହୋଇପାରିବ ବୋଲି ସୂଚନା ରହିଛି । ମାତ୍ର ଏକ ମାସରୁ କମ୍ ସମୟ ମଧ୍ୟରେ ଏହା ପ୍ରସ୍ତୁତ କରାଯାଇଛି । ଏହି କିଟ୍ ସାହାଯ୍ୟରେ ଶରୀରରେ ଥିବା ସାର୍ସ – ସିଓବି-2ରୋଧୀ ଆଣ୍ଟିବଡିର ଉପସ୍ଥିତି ସମ୍ପର୍କରେ ସୂଚନା…
ପିଣ୍ଟୁ ବିଷୋୟୀ ବେଗୁନିଆପଡା : କରୋନା ମହାମାରୀ ସହିତ ସମଗ୍ର ବିଶ୍ୱ ବର୍ତ୍ତମାନ ଲଢେଇ କରୁଛି । ଦେଶର ବିଭିନ୍ନ ରାଜ୍ୟରେ ପ୍ରବାସୀ ଓଡ଼ିଆ ମାନେ ଫସି ରହିଛନ୍ତି। ଏଭଳି ସ୍ଥିତିରେ ଓଡିଶା ସରକାର ପ୍ରବାସୀ ଓଡିଆମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣୁଛନ୍ତି । ତେବେ ଗଞ୍ଜାମ ଜିଲ୍ଲାର ହଜାର ହଜାର ଶ୍ରମିକ ସୁରତରୁ ଓଡିଶା ଫେରୁଛନ୍ତି। ସେମାନଙ୍କ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ପଞ୍ଚାୟତରେ କ୍ୱାରେନଟାଇନ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଅନ୍ୟ ରାଜ୍ୟରୁ ଫେରିବାକୁ ଥିବା ଓଡିଆମାନେ କ୍ୱାରେନଟାଇନରେ ରହିବା ବ୍ୟବସ୍ଥା ହୋଇଛି । ତେବେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ସୁରତ ଫେରନ୍ତାମାନଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହି କ୍ରମରେ ଆଜି କବିସୂର୍ଯ୍ୟନଗର ବ୍ଲକ କାର୍ଯ୍ୟାଳୟରେ ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଭିଡିଓ କନଫେରସିଂ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ…
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ନେତା ଡ. ମନମୋହନ ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବାର ସୂଚନା ରହିଛି। ରବିବାର ରାତ୍ରିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ତାଙ୍କର ଚିକିତ୍ସା କରୁଥିବାବେଳେ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡାକ୍ତର।
ରଞ୍ଜିତ୍ କୁମାର ପଣ୍ଡା କୁଜଙ୍ଗ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍ ଥାନା ଅନ୍ତର୍ଗତ ଗରେଇ ପଞ୍ଚାୟତ କୋଠମୁଳଠାରେ ଦୁର୍ବୃତ୍ତମାନେ ଛାଡି ପଳାଇଥିବା ଏକ ଆଇ ଟ୍ବେଣ୍ଟି କାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍ ଥାନା ଅନ୍ତର୍ଗତ ଗରେଇ ପଞ୍ଚାୟତ କୋଠମୁଳ ରାସ୍ତା ପାର୍ଶ୍ବରେ ପୋଲିସ୍ ପାଟ୍ରୋଲିଂ କରୁଥିବା ସମୟରେ କିଛି ଦୁର୍ବୃତ୍ତ ଏହି ଗାଡିଟିକୁ ଛାଡି ପଳାୟନ କରିଛନ୍ତି। ତେବେ ଏହି ଗାଡିଟିକୁ ଜଙ୍ଗଲିଆ ରାସ୍ତାରେ ଛାଡି ଦୁର୍ବୃତ୍ତମାନେ ପଳାୟନ କରିଥିବାବେଳେ ଅପରପକ୍ଷରେ ଜନୈକ ବ୍ୟକ୍ତି ଏହି ଗାଡିଟି ତାଙ୍କର ବୋଲି ଦାବି କରିଛନ୍ତି। ଗାଡି ଚୋରି ହୋଇଥିବାର ନେଇ ସେ ଦୁଇ ଦିନ ଆଗରୁ କୁଜଙ୍ଗ ଥାନାରେ ଅଭିଯୋଗ କରିଥିବାର କହିଛନ୍ତି। କିନ୍ତୁ ଗାଡି ଚୋରି ନେଇ କୁଜଙ୍ଗ ଥାନାରେ କୌଣସି ଲିଖିତ ପ୍ରମାଣ ନଥିବାବେଳେ ଗାଡି ଚୋରିକୁ ନେଇ ଫୋନ୍ ଯୋଗେ ଅଭିଯୋଗ କରିଥିବାର କହିଛନ୍ତି କୁଜଙ୍ଗ ଥାନା ଅଧିକାରୀ…
ଭୁବନେଶ୍ବର, ଓଡିଶାରେ ବିଭିନ୍ନ ସ୍ଥାନରେ ଫସିରହିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟ କରାଯାଉଛି। ସେମାନଙ୍କୁ ରାଜ୍ୟ ଶ୍ରମ ବିଭାଗର ଅଧିକାରୀମାନେ ଉଦ୍ଧାର କରି ନିଜ ରାଜ୍ୟକୁ ଛାଡିବା ପାଇଁ ଉଦ୍ୟମ କରୁଛନ୍ତି। ସେହି ପରିପ୍ରେକ୍ଷୀରେ ଆଜି ରାଜସ୍ଥାନର 74 ଜଣ ଶ୍ରମିକଙ୍କୁ ଦୁଇଟି ବସରେ ତାଙ୍କ ରାଜ୍ୟକୁ ପଠାଯାଇଛି। ଯିବା ପୂର୍ବରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ବସକୁ ସାନିଟାଇଜେସନ ମଧ୍ୟ କରାଯାଇଛି। ଏଥିସହିତ ସେମାନଙ୍କର ରାସ୍ତାରେ ଆବଶ୍ୟକତା ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ମଧ୍ୟ ଭୁବନେଶ୍ବର ଶ୍ରମ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି। ପୂର୍ବରୁ ମଧ୍ୟ ଶ୍ରମ ବିଭାଗ ତରଫରୁ କୋଲକାତା, ରାଜସ୍ଥାନ ଏବଂ ବିହାର ପରି ରାଜ୍ୟକୁ ବସ ଯୋଗେ ଶ୍ରମିକଙ୍କୁ ପଠାଯାଇଛି।
ଅନୁଗୁଳୁ : ଅନୁଗୁଳ ମଝିକା ନିକଟରେ ଟ୍ରେନ୍ ଅଟକାଇଛନ୍ତି ପ୍ରବାସୀ ଶ୍ରମିକ। ଚେନ୍ ପୁଲିଂ କରି ଖସି ଯିବାକୁ ଟ୍ରେନ୍ ଅଟକାଇଥିବାର ଅଭିଯୋଗ ହୋଇଛି। ଏନେଇ ସାତ ଜଣଙ୍କୁ ଅଟକ ରଖି କ୍ବାରେଣ୍ଟିନ୍ କେନ୍ଦ୍ରକୁ ନେଇଛି ଜିଲ୍ଲା ପ୍ରଶାସନ । ଆଉ କିଛି ପ୍ରବାସୀ ଲୁଚି ପଳାଇଥିବା ସନ୍ଦେହ ରହିଥିବାରୁ ଏନେଇ ପୋଲିସ୍ ତନାଘନା ଜାରି ରଖିଛି । ରାଜ୍ୟର କରୋନା ମାନଚିତ୍ରରେ ଅନୁଗୁଳ ଜିଲ୍ଲା ଆଜି ଯୋଡ଼ିହୋଇଛି। ଆଜି ସକାଳେ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକକାଳୀନ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସନ୍ଧ୍ୟାବେଳେ ଆଉ ଦୁଇ କରୋନା ପଜିଟିଭ୍ ଚିହ୍ନଟ ହୋଇ ଏବେ ଏହା 15ରେ ପହଞ୍ଚିଛି । ଜିଲ୍ଲାରେ ଏକକାଳୀନ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରିଛନ୍ତି ଅନୁଗୁଳ ଜିଲ୍ଲାପାଳ । ଏହି ଜିଲ୍ଲାକୁ ରେଡ୍ ଜୋନ୍ର ଘୋଷଣା କରିବା ସହ ରେଡ୍ ଜୋନ ଭଳି…
ନୂଆଦିଲ୍ଲୀ, ବର୍ତ୍ତମାନ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ଟ୍ରେନରେ ଆସୁଥିବା ପ୍ରବାସୀମାନଙ୍କୁ ଆରଏସଏସ ତରଫରୁ ପ୍ରଦାନ କରାଯାଉଛି ବିଭିନ୍ନ ଖାଦ୍ୟ ସାମଗ୍ରୀ। ଏପରିକି ପାଣି ପ୍ୟାକେଟ ମଧ୍ୟ ସେମାନଙ୍କ ବଗିରେ ଏହି ସ୍ବୟଂ ସେବକମାନେ ରଖୁଛନ୍ତି।
ଭୁବନେଶ୍ବର : ମେ 12ରୁ ପାସେଞ୍ଜର ଟ୍ରେନ୍ ଯାତ୍ରା ନେଇ ରେଲ୍ଓ୍ବେ ଯୋଜନା ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ 15 ଯୋଡା ଟ୍ରେନ୍ ଯାତ୍ରା ଆରମ୍ଭ କରିବ। ଏ ସମସ୍ତ ଟ୍ରେନ୍ ସ୍ପେଶାଲ ଟ୍ରେନ୍ ରୂପେ ଭୁବନେଶ୍ବର ସମେତ ଦେଶର ଅଲଗା ଅଲଗା 15ଟି ସ୍ଥାନକୁ ଏହି ଟ୍ରେନ୍ ଯାତ୍ରା କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଅଧିକ ଟ୍ରେନ୍ ଯାତ୍ରା କରିବ । ଦିଲ୍ଲୀ, ମୁମ୍ବାଇ, ରାଞ୍ଚି ଓ ପାଟନା ପାଇ ସ୍ପତନ୍ତ୍ର ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତି ଚାଲିଛି। ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ ଟୁଇଟ୍ କରି ଏହା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଯୋଜନା ଅନ୍ତର୍ଗତ ନୂଆ ଦିଲ୍ଲୀରୁ 15ଟି ସହରକୁ ଟ୍ରେନ୍ ଯାତ୍ରା କରିବ। ଦିଲ୍ଲୀରୁ ବାଙ୍ଗାଲୋର ପାଇଁ ମଧ୍ୟ 12 ମଇଠାରୁ ଟ୍ରେନ୍ ଚାଲିବା ନେଇ ପ୍ରସ୍ତୁତି ଚାଲିଛି। ସେହିପରି ଏହି ଟ୍ରେନରେ ଯାତ୍ରା କରିବା ପାଇଁ କାଲି ଅପରାହ୍ନ 4ଟାରୁ ରିଜର୍ଭେସନ୍ ସୁବିଧା ମିଳିବା ନେଇ ସୂଚନା…
ଉତ୍ତରପ୍ରଦେଶ : କରୋନା ଭାଇରସ୍ କାରଣରୁ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି । ଲକ୍ ଡାଉନ୍ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ଗରିବ ତଥା ଶ୍ରମିକମାନେ। ଏବେ ଉତ୍ତରପ୍ରଦେଶର ମହୋବାରେ ୟୁପି-ମଧ୍ୟପ୍ରଦେଶ ବର୍ଡରଠାରେ ପ୍ରାୟ ପାଞ୍ଚ ହଜାର ଶ୍ରମିକମାନେ ଫସି ଯାଇଛନ୍ତି । ନିଜ ଘରକୁ ଯିବା ପାଇଁ ଅନ୍ୟ ରାଜ୍ୟରୁ ଚାଲି ଚାଲି ଆସି ଏବେ ଏହି ଶ୍ରମିକମାନ ଏଠାରେ ପହଞ୍ଚିଛନ୍ତି । କିନ୍ତୁ ଉତ୍ତରପ୍ରଦେଶରେ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ । ଉତ୍ତରପ୍ରଦେଶରେ ମହୋବା ଜିଲ୍ଲାର ମଧ୍ୟପ୍ରଦେଶ ସୀମାଠାରେ ଏକ ହୃଦୟ ଥରା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଗୁଜୁରାତ, ମହାରାଷ୍ଟ୍ରର ଆସିଥିବା ଅନେକ ଶ୍ରମିକ ଫସି ଯାଇଛନ୍ତି । ଲକ୍ ଡାଉନ୍ କାରଣରୁ ଏହି ଶ୍ରମିକମାନେ ନାଚାର ହୋଇପଡିଛନ୍ତି । ପ୍ରବଳ ଗ୍ରୀଷ୍ମ ସତ୍ତ୍ବେ ସେମାନେ ଖୋଲା ଆକାଶ ତଳେ ବସି ରହିଛନ୍ତି । ଏହି ଶ୍ରମିକମାନେ ମହିଳା ଓ…
ଚୀନ୍ : ଚୀନ୍ର ବୁହାନ ସହରରୁ କରୋନା ସାରା ବିଶ୍ବରେ ତାଣ୍ଡବ ରଚୁଥିବାବେଳେ ପୁଣି ଥିରେ ବୁହାନରେ ଏହି ଭାଇରସର ପ୍ରଭାବ ଦେଖିବାକୁ ମିଳିଛି। ଚୀନ୍ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୁହାନରେ ପୁଣି 14 ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବାର ସୂଚନା ରହିଛି। 2019 ମସିହାରେ ସର୍ବପ୍ରଥମେ ଏଠାରୁ ହିଁ ଏହି ଭାଇରସ୍ ଦେଖିବାକୁ ମିଳିଥିବା ପରେ ଚଳିତ ବର୍ଷ ଏପ୍ରିଲ୍ 3 ତାରିଖ ପରଠାରୁ ଏଠାରେ କରୋନା ସଂକ୍ରମଣର ମାମଲା ଆଉ ଆସିନଥିଲା। ସ୍ବାଭାବିକ ଅବସ୍ଥାକୁ ବୁହାନ୍ ଫେରିଆସିଥିବାବେଳ ସାରା ବିଶ୍ବ କିନ୍ତୁ କରୋନା କବଳରେ ଛଟପଟ ହେଉଛି। କିନ୍ତୁ 37 ଦିନ ପରେ ବୁହାନରେ ପୁର୍ନବାର କରୋନାର ପ୍ରଭାବ ଅନୁଭୂତ ହୋଇଛି। 2019 ମସିହାରେ ୱୁହାନରୁ ଏହି ଭାଇରସ୍ ଆରମ୍ଭ ହେବା ପରେ, ଚଳିତ ବର୍ଷ ଏପ୍ରିଲ୍ 3 ତାରିଖ ପରଠାରୁ ସେଠାରେ କୌଣସି ସଂକ୍ରମଣର ଘଟଣା ଦେଖିବାକୁ ମିଳି ନଥିଲା।…
ବିହାର, ବିହାର ରାଜ୍ୟରେ ଅଟକି ରହିଥିବା ଶହଶହ ଶ୍ରମିକ ନିଜ ରାଜ୍ୟକୁ ଫେରିବା ପାଇଁ ରେଳ ଷ୍ଟେସନ ଟିକେଟ କାଉଣ୍ଟର ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି। ଏହି ସମୟରେ ସେମାନେ ଯେପରି ସାମାଜିକ ଦୂରତା ବଜାଇ ରଖିବେ ସେଥି ପ୍ରତି ଦିଆଯାଇଛି ଧ୍ୟାନ।
ଭୁବନେଶ୍ବର : ରାଜ୍ୟରେ ଆହୁରି 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 15 ଜଣଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 377ରେ ପହଞ୍ଚିଛି । ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାକୁ ଛୁଇଁଛି କରୋନା । ବୌଦ୍ଧ ଜିଲ୍ଲାର 3 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 7 ଜଣ ଆକ୍ରାନ୍ତ ବାହାରିଥିବା ବେଳେ ଅନୁଗୁଳ ଏବଂ ପୁରୀରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆଜି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 377ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କର ପ୍ରାଣହାନି ଘଟିଛି ।
କନ୍ଦର୍ପ ବେହେରା ରେଢାଖୋଲ : ବର୍ତ୍ତମାନ ସାରା ବିଶ୍ୱରେ କରୋନା ମହାମାରୀ କାୟାବିସ୍ତାର କରିଥିବା ବେଳେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ଅବସରରେ ଭାରତ ସ୍କାଉଟ ଗାଇଡ ମାନଙ୍କ ଦ୍ୱାରା ଭିନ୍ନଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସ୍କାଉଟ ଗାଇଡ୍ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳୀପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଜିଲ୍ଲା ଆୟୋଜକ ସଚିବ ନରେନ୍ଦ୍ର କୁମାର ଦେହୁରୀଙ୍କ ନେତୃତ୍ୱରେ ରେଢାଖୋଲ ଉପଖଣ୍ଡର ତେରବେଡା, ମୁଟୁରୁମୁଣ୍ଡା, ଡଇଁଚା, ପାଇକମାଳ, ଶିମିଳିପାଳ ଆଦି ଅଂଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ବାଇକ ରାଲି ମାଧ୍ୟମରେ ଲୋକମାନଙ୍କୁ କରୋନା ଭାଇରସର ଭୟାବହତା ସଂପର୍କରେ ସଚେତନତା କରାଯାଇଥିଲା । ଏପରିକି ହାତ ଧୋଇବାର କୌଶଳ, ସାମାଜିକ ଦୂରତ୍ୱରକ୍ଷା, ମାସ୍କ ବ୍ୟବହାର ଆବଶ୍ୟକତା ସମ୍ବନ୍ଧରେ ସଚେତନତା କରାଯାଇଥିଲା । ଲକ୍ ଡାଉନ୍ ସମୟରେ ନିଜ ପରିବାର କଥା ଚିନ୍ତା ନ…
ହାଇଦ୍ରାବାଦ, ଆଉ ଚିନ୍ତା କରିବାର ନାହିଁ। କାରଣ ଟଙ୍କା, ମୋବାଇଲ ଫୋନ, ଲ୍ୟାପଟପ କିମ୍ବା ଆଇପାଡ ସବୁକୁ ଭୂତାଣୁ ମୁକ୍ତ କରିବା ବାହାରିଲା ଦୁଇଟି ଯନ୍ତ୍ର। ଯାହାକୁ କୁହାଯାଉଛି ‘ଧ୍ରୁବସ’ ଏବଂ ‘ନୋଟକ୍ଲିନସ’। ଏହି ଯନ୍ତ୍ରକୁ ନ ଛୁଇଁ ଆପଣ ଆପଣଙ୍କ ମୋବାଇଲ, ଲ୍ୟାପଟପ କିମ୍ବା ନୋଟ୍ କୁ ସାନାଟାଇଜସନ କରିପାରିବେ। ଏହି ଦୁଇଟି ଯନ୍ତ୍ରକୁ ବାହାର କରିଛନ୍ତି ହାଇଦ୍ରାବାଦସ୍ଥିତ ଡିଫେନସ ରିସର୍ଚ୍ଚ ଡେଭଲପ ଅରଗାନାଇଜେସନ ବା ଡିଆରଡିଓ। ଜାଣନ୍ତୁ ସେ ମେସିନ ଦ୍ବୟ କଣ କିପରି କାମ କରେ। ଧ୍ରୁବସ ଯନ୍ତ୍ରଟି କଣ ? ଡିଆରଡିଓର ‘ଧ୍ରୁବସ’ ଯନ୍ତ୍ରଟି ହେଉଛି ସ୍ପର୍ଶ ବିହୀନ ବିଶୋଧନ ଯନ୍ତ୍ର ବା କ୍ୟାବିନ ଯାହା ଇଲଟ୍ରୋନିକ୍ ଉପକରଣ ବିଶୋଧନ କରିବ। ଏହି ମେସିନ ଭିତରେ ଲାପଟପ, ମୋବାଇଲ କିମ୍ବା ଆଉପାଡ ଭର୍ତ୍ତ କଲେ କିଛି ସମୟ ଭିତରେ ତାହା ବିଶୋଧିତ ହୋଇ ବାହାରିବ। ଏହି ସଂସ୍ଥାର ଗବେଷକମାନେ ବହୁ ଦିନ ଧରି ସାଧାରଣ ଲୋକଙ୍କ…
କୋଲକାତା : ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ନେବା ପାଇଁ ସହାୟତା କରାଯାଉନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ କରାଯିବା ପରେ ରବିବାର ଟିଏମ୍ସି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଭିଯୋଗ କରାଯିବାର କିଛି ଦିନି ପୂର୍ବରୁ ବିଭିନ୍ନ ଟ୍ରେନ୍ ଗୁଡିକୁ ଅନୁମତି ପ୍ରଦାନ କରାଯାଇଥିଲା । ଏ ସମ୍ପର୍କିତ ଲିଖିତ କାଗଜପତ୍ର ଟ୍ବିଟ୍ କରିଛନ୍ତି ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ । ରାଜସ୍ଥାନ, କେରଳ, ତାମିଲନାଡୁ ଏବଂ ତେଲେଙ୍ଗାନାରୁ ଆସିବାକୁ ଥିବା 4ଟି ଟ୍ରେନ୍କୁ ଅନୁମତି ପ୍ରଦାନ କରାଯାଇଛି । ଗୃହମନ୍ତ୍ରୀ ଦୀର୍ଘ 40 ଦିନ ଧରି ନୀରବତା ଅବଲମ୍ବନ କରିଥିବା ବେଳେ ସାଧାରଣ ଲୋକଙ୍କୁ ମିଛ କହି ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବାନାର୍ଜୀ କହିଛନ୍ତି । (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୀଳାଦ୍ରିପ୍ରସାଦରେ କରୋନା ମୁକାବିଲାରେ ଯୋଦ୍ଧା ସାଜିଛି ପିପୁଲ୍ ଫଣ୍ଡ ଅଫ୍ ଅରାଙ୍ଗ ସ୍ବେଚ୍ଛାସେବୀ ସଙ୍ଗଠନ। ଆଦିବାସୀ ବହୁଳ ଏହି ଅଞ୍ଚଳରେ ସରକାରୀ ସହାୟତା ପହଞ୍ଚୁ ନଥିବା ବେଳେ ଲକ୍ଡାଉନ୍ରେ ଅନାହାରଙ୍କୁ ରାସନଠୁ ଆରମ୍ଭ କରି ରନ୍ଧାଖାଦ୍ୟ ପ୍ରଦାନ କରୁଛି ଏହି ସଙ୍ଗଠନ। ନିଳାଦ୍ରିପ୍ରସାଦ ଅନ୍ତର୍ଗତ ଅରାଙ୍ଗ ଗ୍ରାମର କିଛି ଯୁବକ ନିଜ ନିଜ ପକେଟ ଖର୍ଚ୍ଚରୁ କାଟି ନିୟମିତ ଭାବରେ ଗରିବ ଓ ଅସହାୟ ଲୋକଙ୍କୁ ସହାୟତା କରୁଛନ୍ତି। ଗାଁରେ ବୁଲି ବୁଲି ରାସନ ଏବଂ ରନ୍ଧାଖାଦ୍ୟ ବାଣ୍ଟିବା ସହିତ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଉଛନ୍ତି। ସଙ୍ଗଠନ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଜରୀପଡା, ମୁଦୁଲିଡିହ, ଖୁଣ୍ଟପଲ୍ଲୀ, ନିଳାଦ୍ରୀ, ବ୍ରହ୍ମପଡା, ହାତୀବାରି, କଶୀପଡା ଏବଂ କରଞ୍ଜପଲ୍ଲି ଅଞ୍ଚଳରେ ସହାୟତା କରାଯାଉଛି। ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପରଠାରୁ ପ୍ରତ୍ୟହ ଯୁବକ ମାନେ ଏହି ମହନୀୟ କାର୍ଯ୍ୟ କରୁଛନ୍ତି। ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ…

