Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ ଆଉ 31 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏହି 31 ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 116ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 437ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 116 ଜଣ ସୁସ୍ଥ ହୋଇଥିବା ବେଳେ 3 ଜଣଙ୍କର ପ୍ରାଣହାନି ଘଟିଛି ।

Read More

ହାଇଦ୍ରାବାଦ : ତେଲୁଗୁ ସୁପରଷ୍ଟାର ରାଣା ଦଗୁବତୀ ନିଜର ପ୍ରେମ ସମ୍ପର୍କକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବାହୁବଲୀ ଜରିଆରେ ପରିଚୟ ହାସଲ କରିଥିବା ରାଣା ଟ୍ବିଟ୍ଟର ଜରିଆରେ ନିଜ ପ୍ରେମ ସମ୍ପର୍କକୁ ସ୍ବୀକାର କରିଛନ୍ତି । ତେବେ କୌଣସି ଅଭିନେତ୍ରୀଙ୍କୁ ନୁହେଁ ବରଂ ଜଣେ ବ୍ୟବସାୟୀଙ୍କୁ ନିଜର ଜୀବନସାଥୀ ଭାବରେ ବାଛିଛନ୍ତି ରାଣା । ମିହିକା ବଜାଜ ନାମକ ଏହି ମହିଳା ଜଣକ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ପ୍ରତିଷ୍ଠାତା । ସି ସେଡ୍‌ ୟେସ୍‌ ବୋଲି କ୍ୟାପ୍‌ସନ୍‌ ସହିତ ମିହିକା ଏବଂ ନିଜର ଫଟୋ ପୋଷ୍ଟ କରିଛନ୍ତି ରାଣା । ରାଣାଙ୍କ ପୋଷ୍ଟ ପରେ ଅନେକ ଅଭିନେତ୍ରୀ ତାଙ୍କୁ ବଧାଇ ଜଣାଇଛନ୍ତି । ଏପରିକି ରାଣାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତ୍ରିସା ମଧ୍ୟ ରାଣାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲକ୍‌ଡାଉନ୍‌ ପରେ ଉଭୟଙ୍କ ବିବାହ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ରାଣାଙ୍କ ଅଭିନୀତ ଦ୍ବିଭାଷୀ ଫିଲ୍ମ…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା : ସଙ୍ଗରୋଧ କେନ୍ଦ୍ରରେ ପ୍ରସବ କଲେ ପ୍ରବାସୀ ସୁରତ ଫେରନ୍ତା ମହିଳା । 6 ତାରିଖରୁ ସୁରତରୁ ଓଡିଶା ଫେରି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ହରିହର ଉଚ୍ଚ ବିଦ୍ୟାଳୟର ସଂଗରୋଧ କେନ୍ଦ୍ରରେ ରହୁଥିଲେ ଏହି ମହିଳା । ନିଜ ସ୍ଵାମୀ ଡ୍ରାଇଭର଼ ପ୍ରଧାନଙ୍କ ସହିତ ଗୁଡ଼ିଆଳି ଗ୍ରାମର ସନ୍ତୋଷିନୀ ପ୍ରଧାନ (୨୮) ଏହି କେନ୍ଦ୍ରରେ ରହୁଥିଲେ । ଏହି ମହିଳା ଜଣକ ଆଜି ୩.୫୯ ମିନିଟ୍ ସମୟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ମହିଳା ଜଣଙ୍କ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ଡାକ୍ତର ସଞ୍ଜୟ କୁମାର ସାହୁ ପହଞ୍ଚି ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିଲେ ।  ଉଭୟ ନବଜାତକ ଏବଂ ମା ସୁସ୍ଥଥିବା ନେଇ ଡାକ୍ତର ପ୍ରକାଶ କରିଛନ୍ତି । ଏହି ପ୍ରସବ ସମୟରେ ସୁରେନ୍ଦ୍ର ପ୍ରଧାନ, ଜୟନ୍ତୀ ମାଳା, ସରପଞ୍ଚ ପ୍ରତିନିଧି ଦୀପ୍ତି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଶିଳାପୁତ୍ରର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଚୌଧୁରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ବରିଷ୍ଠ କଳାକାର ସଂଘ । ମେ 11 ତାରିଖ ରାତି 10ଟା ସମୟରେ ମାତ୍ର 53 ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ଏହି ବିଶିଷ୍ଟ ବ୍ୟକ୍ତିତ୍ବ । ଏହି ଅବସରରେ ଶିଳାପୁତ୍ର ଓ ବରିଷ୍ଠ କଳାକାର ସଂଘ ପକ୍ଷରୁ ମୋବାଇଲ୍‌ କନ୍‌ଫରେନ୍ସ ଜରିଆରେ ଏକ ଶୋକ ସଭା ଆୟୋଜିତ ହୋଇଥିଲା । କଳାକାର ସଂଘର ସଭାପତି ସୁବାସ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଅଧ୍ୟାପକ ଚିତ୍ତ ପଟ୍ଟନାୟକ, ଶିଳାପଦ୍ମ ସମ୍ପାଦକ ତପନ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ ବେହେରା, ସୀମାନ୍ତ ନଟରାଜ, ତିରୁପତି ସାହୁ, ନରେନ୍ଦ୍ର ପ୍ରସାଦ ବେହେରା, ଜୟକୃଷ୍ଣ ପଟ୍ଟନାୟକ ଏବଂ ଉମେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଦିଲ୍ଲୀପ କୁମାର ଚୌଧୁରୀଙ୍କ ପରଲୋକ ସାହିତ୍ୟ ଜଗତ…

Read More

ମୁମ୍ବାଇ : ମୁମ୍ବାଇରେ କାର୍ଯ୍ୟ କରୁଥିବା ଜଣେ ମହିଳା ଡାକ୍ତର ନିଜର କରୋନା ତଥ୍ୟ ଲୁଚାଇ ଅଡୁଆରେ ପଡିଛନ୍ତି । 22 ବର୍ଷୀୟା ଡାକ୍ତର ଜଣକ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିବା ବେଳେ ମୁମ୍ବାଇରୁ ଭୁଜ୍‌ ଯାତ୍ରା କରି ଅଡୁଆରେ ପଡିଛନ୍ତି । ଜେଜେ ହସ୍ପିଟାଲରେ କାର୍ଯ୍ୟରତ ଏହି ଡାକ୍ତର ଜଣକ ମେ 4 ତାରିଖରେ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ । କରୋନା ପଜିଟିଭ୍‌ ଜଣାପଡଇବା ପରେ ତାଙ୍କୁ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଏହାକୁ ଅବମାନନା କରିବା ସହିତ 5 ତାରିଖରେ ନିଜ ଗାଁ କଚ୍ଛକୁ ଫେରିଥିଲେ । ଏପରିକି କଚ୍ଛ ଫେରିବା ପାଇଁ ସେ ଏକ ନକଲି ଆଇଡି ମଧ୍ୟ ବ୍ୟବହାର କରିଥିଲେ । ଏହି ଘଟଣା ପରେ ମହିଳାଙ୍କ ବିରୋଧରେ ଏପିଡେମିକ୍‌ ଆକ୍ଟ 2005 ଅନୁଯାୟୀ 3ଟି ମାମଲା ରୁଜୁ କରାଯାଇଛି । (ଏଜେନ୍ସି)

Read More

ସିଡ୍‌ନୀ : ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ଲକ୍‌ଡାଉନ୍‌ରେ ପରିବାର ସହିତ ସମ୍ପୂର୍ଣ୍ଣ ସମୟ ବିତାଉଛନ୍ତି । ଏହି ସମୟରେ ଏକାଧିକ ଭାରତୀୟ ଗୀତର ଓ୍ବାର୍ଣ୍ଣର ଦମ୍ପତ୍ତି ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ଓ୍ବାର୍ଣ୍ଣର ପ୍ରଥମେ ଶୀଲା କି ଜଓ୍ବାନୀ ଗୀତରେ ନାଚିଥିବା ବେଳେ ଦ୍ବିତୀୟ ଭିଡିଓରେ ତେଲୁଗୁ ଗୀତ ବୁଟ୍ଟା ବୋମ୍ମାରେ ନାଚିଥିଲେ । ଏପରିକି ଅଲ୍ଲୁ ଅର୍ଜୁନ୍‌ ମଧ୍ୟ ଏହାକୁ ପସନ୍ଦ କରିଥିଲେ । https://www.instagram.com/p/CAFSOiupg-E/?utm_source=ig_embed&utm_campaign=embed_video_watch_again ସେହି ଫିଲ୍ମର ଆଉ ଏକ ଗୀତ ରାମୁଲୋ ରାମୁଲାରେ ପୁଣି ଥରେ ନାଚିଛନ୍ତି ଡେଭିଡ୍‌ ଓ୍ବାର୍ଣ୍ଣର ଏବଂ ପତ୍ନୀ କ୍ୟାଣ୍ଡିସ୍‌ । ଭିଡିଓଟିକୁ ଓ୍ବାର୍ଣ୍ଣର ଟିକ୍‌ଟକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିବା ବେଳେ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓଟିକୁ 2.44 ଲକ୍ଷ ଲାଇକ୍‌ ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ଲକ୍‌ଡାଉନ୍‌ ସମୟରେ ଓ୍ବାର୍ଣ୍ଣର ସନରାଇଜର୍ସ ଟିମ୍‌ ମେଟ୍‌ ଭୁବନେଶ୍ବର କୁମାର ଏବଂ ଯୁବରାଜ ସିଂଙ୍କ ସହିତ ଲାଇଭ୍‌ ଚାଟ୍‌ ମଧ୍ୟ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : କୁକୁଡାଖଣ୍ଡି ସଦର ଥାନା ଅନ୍ତର୍ଗତ ରୋହିଗାଁ ଗ୍ରାମରେ ରାଜନୈତିକ ଶତ୍ରୁତାକୁ ନେଇ ପୂର୍ବରୁ ଅନେକ ଆକ୍ରମଣ ଘଟିଛି । ଏପରିକି ଏକ ହତ୍ୟା କାଣ୍ଡ ମଧ୍ୟ ହୋଇଥିବାର ନଜିର ରହିଛି । ଯାହାଫଳରେ ଉକ୍ତ ଅଂଚଳ ସବୁବେଳେ ଅଶାନ୍ତ ବାତାବରଣ ଦେଖାଦେଇଥାଏ । ଗତ ଶନିବାର ରାତ୍ର ପ୍ରାୟ 7.00 ଟା ସମୟରେ ପୂର୍ବତନ ବ୍ଲକ ବିଜେଡି ସଭାପତି ସନ୍ୟାସୀ ଜେନାଙ୍କ ସାନଭାଇ ପୂର୍ଣ୍ଣ ଜେନାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ସେହି ଗ୍ରାମର କିଛି ଯୁବକ ଆକ୍ରମଣ କରିଥିବା ନେଇ ସ୍ଥାନୀୟ ସଦର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ବଶିଷ୍ଠ ଜେନା, ବାବୁଲା ଜେନା, ଟୁନା ସେଠି, ଟୁଲୁ ଜେନା, ପ୍ରଭାକର ଜେନା, ଭିକାରି ଜେନା, ସଙ୍ଘବଦ୍ଧ ଭାବରେ କାତି, ଲୁହାଛଡ଼ ଓ ଟାଙ୍ଗିଆରେ ମରଣନ୍ତକ ଆକ୍ରମଣ କରିଥିବା ନେଇ ସଦର ଥାନାରେ ଅଭିଯୋଗ କରିଥିଲେ l ଉଲ୍ଲେଖଯୋଗ୍ୟ ଯେ,…

Read More

ଲଦାଖ : ଲଦାଖ ନିୟନ୍ତ୍ରଣ ରେଖାର ସୀମା ନିକଟରେ ଚୀନ୍‌ର ବିମାନ ଉଡିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ଏହାର ଯୁଦ୍ଧ ବିମାନକୁ ସୀମାନ୍ତକୁ ପଠାଯାଇଛି । ମଙ୍ଗଳବାର ପ୍ରଥମେ ଚୀନ୍‌ ବିମାନ ନିୟନ୍ତ୍ରଣ ରେଖା ନିକଟରେ ଉଡୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ଭାରତୀୟ ବାୟୁସେନା ପକ୍ଷରୁ ଯୁଦ୍ଧ ବିମାନ ଲଦାଖ ସୀମାନ୍ତକୁ ପ୍ରେରଣ କରାଯାଇଥିଲା । ତେବେ ବାୟୁସେନା ପକ୍ଷରୁ ଏହାକୁ ନିୟମିତ ରୁଟିନ୍‌ ବୋଲି ଅଭିହିତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ , ତିନି ଦିନ ପୂର୍ବରୁ ସିକ୍କିମ୍‌ ନିୟନ୍ତ୍ରଣ ରେଖାରେ ଉଭୟ ପକ୍ଷର ସେନା ପାସ୍ପର ସହିତ ହାତହାତି ହୋଇଥିଲେ । ଏହି ଘଟଣା ପରେ ପରସ୍ପର ସୀମାରେ ଯୁଦ୍ଧବିମାନ ଉଡାଣକୁ ନେଇ ଯୁଦ୍ଧ ଆଶଙ୍କା ଦେଖାଦେଇଥିବା ବେଳେ ଭାରତୀୟ ବାୟୁସେନା ଏହାକୁ ଖଣ୍ଡନ କରିଛି । ଚୀନ୍‌ ବିମାନ ଗୁଡିକ ଚୀନ୍‌ର ପରିସୀମା ମଧ୍ୟରେ ଉଡୁଥିବା ବେଳେ ଭାରତୀୟ ପରିସୀମା ମଧ୍ୟରେ ଭାରତୀୟ ବିମାନ…

Read More

ଆଲିଗଡ : ଲକ୍‌ଡାଉନ୍‌ ସମୟରେ ଦେଶବ୍ୟାପୀ ଚଳାଚଳ ବନ୍ଦ ହୋଇଥିବା ବେଳେ ଏହା ଦ୍ବାରା ସର୍ବାଧିକ ପ୍ରଭାବିତ ହେଉଛନ୍ତି ଦିନ ମଜୁରିଆ । ଉତ୍ତରାଖଣ୍ଡରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଚଣ୍ଡୀଗଡରୁ ନିଜ ପତିଙ୍କ ସହିତ ମଧ୍ୟପ୍ରଦେଶ ଫେରୁଥିବା ବେଳେ ରାସ୍ତା ମଝିରେ ସନ୍ତାନ ପ୍ରସବ କରିଥିଲେ ମହିଳା ଜଣକ । ଚଣ୍ଡୀଗଡରୁ 180 କିମି ଦୂର ଚାଲିବା ପରେ ମାନ୍‌ କୁମାର ନାମକ ମହିଳା ଜଣକ ଉତ୍ତରାଖଣ୍ଡରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ମାନ୍‌ କୁମାର ଆହୁରି 270 କିମି ପଦଯାତ୍ରା କରିଥିଲେ । 6 ଦିନ ଚାଲିବା ପରେ ନିଜର 50 ସାଥୀଙ୍କ ସହିତ ମହିଳା ଜଣକ ଆଲିଗଡରେ ପହଞ୍ଚିଥିଲେ । ସେଠାରେ ଗ୍ରାମବାସୀଙ୍କ ପକ୍ଷରୁ 50 ଜଣଙ୍କ ପାଇଁ ଖାଇବା ପ୍ରସ୍ତୁତ କରାଯିବା ସହିତ ଶିଶୁ ନିମନ୍ତେ ଡ୍ରେସ୍‌ ମଧ୍ୟ ପ୍ରଦାନ କରାଯାଇଥିଲା । ଏପରିକି ରାସ୍ତାରେ ଫେରିବା ନିମନ୍ତେ…

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ୍ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।। ଭତ୍ତା ଦୁର୍ନୀତି ସହିତ ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ଦୁର୍ନୀତି ସମ୍ବନ୍ଧରେ ତଥ୍ୟଗତ ପ୍ରମାଣ ଓ ସରକାରୀ ତଦନ୍ତ ପରେ ଉକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକଙ୍କୁ ଜିପିଓ ପଦରୁ ବିଦା କରାଯାଇଥିଲା। ଏବେ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଉକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକଙ୍କ ନାମରେ ଗୋଟିଏ ବର୍ଷ ମଧ୍ୟରେ ଅନେକ ଅଭିଯୋଗ ତିର୍ତୋଲ ବିଡିଓ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜଗତସିଂହପୁରଙ୍କ ନିକଟରେ ହୋଇଥିଲା। ସୂଚନାନୁଯାୟୀ ମନରେଗା ଯୋଜନାରେ ବ୍ୟାପକ ହରିଲୁଟ ଓ ମିଥ୍ୟା ବିଲକୁ ନେଇ ଜିପିଓଙ୍କ ନାମରେ ଅଭିଯୋଗ ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ମଧ୍ୟ କେଳେଙ୍କାରି ନେଇ ଅଭିଯୋଗ ରହିଥିଲା। ଫନି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଆବାସ…

Read More

ଭୁବନେଶ୍ବର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆାରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ଅବସରରେ କରୋନା ମୁକାବିଲା ନେଇ ରଣନୀତି ପ୍ରସ୍ତୁତ କରାଯିବା ସହିତ ଅର୍ଥନୈତିକ ପୁନରୁଦ୍ଧାର ଉପରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ପ୍ରବାସ ଓଡିଆ ମାନେ ରାଜ୍ୟକୁ ଫେରୁଥିବାରୁ କ୍ବାରେଣ୍ଟାଇନ୍‌ ସେଣ୍ଟର ଗୁଡିକର ଉପଯୁକ୍ତ ପରିଚାଳନା ଉପରେ ନବୀନ ଯୋର ଦେଇଥିଲେ । ଏହା ସହିତ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲା ମାନଙ୍କରେ କୋଭିଡ୍‌ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଉପରେ ନବୀନ ଗୁରୁତ୍ବାରୋପ କରିଥିଲେ । ସେହିପରି ଲୋକମାନଙ୍କ ରୋଜଗାର ସହିତ ଅର୍ଥନୈତିକ ଅଭିବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଥିଲା । କୋଭିଡ୍‌-19 ମୁକାବିଲାରେ ପଞ୍ଚାୟତରାଜ ବ୍ୟବସ୍ଥାର ଗୁରୁତ୍ବ ଅଧିକ ତେଣୁ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନବୀନ ଆହ୍ବାନ ଦେଇଥିଲେ । ଏହା ସହିତ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଅନ୍ତେବାସୀଙ୍କୁ କୋଭିଡ୍‌ ରୋଗ…

Read More

ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର: ନରସିଂହପୁର ଥାନା ଅନ୍ତର୍ଗତ ବାଲିସାହି ପଞ୍ଚାୟତ ନଖପଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି। ଏହି ଅଗ୍ନିକାଣ୍ଡରେ ୪ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଘଟଣା ସମ୍ପର୍କରେ ଦମକଳ ବାହିନୀକୁ ଖବର ଦିଆଯିବା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ତେବେ ସେତେବେଳକୁ ୪ ବଖରା ଘର ପାଉଁଶ ହୋଇଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଜମିବାଡି ବିବାଦକୁ ନେଇ ଏହି ଘଟଣା ଘଟିଥିବା ଅଭିଯୋଗ କରାଯାଇଛି। ନଖପଡା ଗ୍ରାମର ସାରଙ୍ଗ ଅମାନ୍ତ, ବୈକୁଣ୍ଠ ଅମାନ୍ତ ଏବଂ ବିରଞ୍ଚି ଅମାନ୍ତ ତିନି ସମ୍ପର୍କୀୟ ଭାଇ। ତେବେ ଜମିଜମା ବିବାଦ କାରଣରୁ ସାରଙ୍ଗ ଏବଂ ବୈକୁଣ୍ଠଙ୍କ ସହିତ ବିରଞ୍ଚି ଅମାନ୍ତଙ୍କ ଝଗଡା ଲାଗିଥିଲା। ବିରଞ୍ଚି ଉଭୟଙ୍କ ଘରେ କିରୋସିନି ଢାଳି ନିଆଁ ଲଗାଇ ଦେବାରୁ ୪ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଥିଲା। ଏହା ସହିତ ଝିଅ ବାହାଘର ପାଇଁ ସାରଙ୍ଗଙ୍କ ଘରେ ରହିଥିବା ୧ ଲକ୍ଷ…

Read More

ନୂଆଦିଲ୍ଲୀ : ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ସରକାରଙ୍କ ପକ୍ଷରୁ ରେଳ ସେବା ଆରମ୍ଭର ନିଷ୍ପତ୍ତି ନିଆଯାଇଥିବା ବେଳେ ଟିକେଟ୍‌ ପାଇଁ ଯାତ୍ରୀଙ୍କ ମଧ୍ୟରେ ଅହେତୁକ ଚାହିଦା ଦେଖାଦେଇଥିଲା । ମାତ୍ର 30 ମିନିଟ୍‌ ମଧ୍ୟରେ ସମସ୍ତ ଟିକେଟ୍‌ ଶେଷ ହୋଇଯିବା କାରଣରୁ ରେଳବାଇ ପକ୍ଷରୁ ବଗି ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ମଧ୍ୟରେ ଥାର୍ଡ ଏସିର ଚାରିଟି କୋଚ୍‌ ଏବଂ ସେକେଣ୍ଡ ଏସିର ଗୋଟିଏ କୋଚ୍‌ ଯୋଗ କରିବା ପାଇଁ ଘୋଷଣା କରାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଗୁରୁତର ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଆଜି ଡିସ୍‌ଚାର୍ଜ କରାଯାଇଛି । ମନମୋହନଙ୍କ କରୋନା ସ୍ବାବ୍‌ ନେଗେଟିଭ୍‌ ଆସିବା ପରେ ମଙ୍ଗଳବାର ତାଙ୍କୁ ଡିସଚାର୍ଜ କରାଯାଇଛି । 2004-2014 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିବା ଶ୍ରୀ ସିଂଙ୍କ 2009ରେ କରୋନାରୀ ବାଇପାସ୍‌ ଏମ୍ସରେ କରାଯାଇଥିଲା । ମନମୋହନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଏମ୍ସର କାର୍ଡିଓ ଥୋରିଆକ୍‌ ବିଶେଷଜ୍ଞ ମାନେ ତାଙ୍କର ଯତ୍ନ ନେଉଥିବା ନେଇ ଏମ୍ସ ପକ୍ଷରୁ କୁହାଯାଇଛି । (ଏଜେନ୍ସି)

Read More

ଭୁବନେଶ୍ବର : ଆସନ୍ତା ଜୁନ୍‌ 22 ସୁଦ୍ଧା ରଥ କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏ ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାର ବିଚାର କରି ଓଡିଶା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ରଥ ନିର୍ମାଣ ତ୍ବାରାନ୍ବିତ ଗତିରେ ଚାଲିଥିବା ନେଇ ଏଜିଙ୍କ ରିପୋର୍ଟ ପରେ ହାଇକୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ କାରଣରୁ ରଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିବା ବେଳେ ଗୃହ ବିଭାଗର ଅନୁମତି ପରଠାରୁ ସାମାଜିକ ଦୂରତ୍ବ ସହିତ ରଥ କାମ ଆରମ୍ଭ କରାଯାଇଛି ।

Read More

ଭୁବନେଶ୍ବର : ଭୁବନେଶ୍ବର ଅନ୍ତର୍ଗତ ବାପୁଜୀ ନଗର ମାର୍କେଟ୍‌କୁ ସିଲ୍‌ କରି ଦିଆଯାଇଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ଏହି ମାର୍କଟ୍‌କୁ ସିଲ୍‌ କରିଦିଆଯାଇଛି । ଜରୁରୀ ସାମଗ୍ରୀ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । । ବିଏମ୍‌ସି ଡେପୁଟୀ ଜେନେରାଲ ଅଂଶୁମାନ ରଥ ଏହି ସୂଚନା ଦେଇଛନ୍ତି । ବାପୁଜୀ ନଗର ମାର୍କେଟ୍‌ରେ ସାମାଜିକ ଦୂରତ୍ବର ଉଲ୍ଲଂଘନ କରାଯାଉଥିବା ଅଭିଯୋଗର ବିଏମ୍‌ସି ପକ୍ଷରୁ ଏହାକୁ ସିଲ୍‌ କରି ଦିଆଯାଇଛି ।

Read More

ନୂଆଦିଲ୍ଲୀ : କରୋନାରେ ପ୍ରାଣ ହରାଇଥିବା ଜଣେ ଶିକ୍ଷୟିତ୍ରୀଙ୍କ ପରିବାରକୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଦିଲ୍ଳୀ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଙ୍ଗଳବାର ଦିନ ଏହି ଘୋଷଣା କରିଛନ୍ତି । ଦିଲ୍ଲୀ ମହାନଗର ନିଗମ ସହିତ କାର୍ଯ୍ୟ କରୁଥିବା ଏହି ଶିକ୍ଷୟିତ୍ରୀ ଜଣକ କରୋନାରେ ଖାଦ୍ୟ ବଣ୍ଟନ କରୁଥିବା ସମୟରେ ପ୍ରାଣ ହରାଇଥିଲେ । ଖାଦ୍ୟ ବିତରଣ କରୁଥିବା ଏହି ଠିକା ଶିକ୍ଷୟିତ୍ରୀ ଜଣକ ମେ 2 ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମେ 4 ତାରିଖରେ ପ୍ରାଣ ହରାଇଥିଲେ । ଅର୍ଥ ଯଦିଓ ଜୀବନ ଠାରୁ ମୂଲ୍ୟବାନ ନୁହେଁ ତଥାପି କରୋନା ଯୋଦ୍ଧାଙ୍କମ ସମ୍ମାନରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି 8ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଆସନ୍ତା 17 ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ମୋଦି ଏହାକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିପାରନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି । ଗତକାଲି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଆଜି ସମ୍ବୋଧିତ କରିବାକୁ ଯାଉଛନ୍ତି ମୋଦି । ଲକ୍‌ଡାଉନ୍‌ 3.0 ପରେ କଣ କଣ ନିୟମାବଳୀ ଲାଗୁ କରାଯିବ ତାହା ମୋଦି ସ୍ପଷ୍ଟ କରିବା ନେଇ ଆାଶ କରାଯାଉଛି । (ଏଜେନ୍ସି)

Read More

ଭଦ୍ରକ : ଭଦ୍ରକରେ 24 ଘଣ୍ଟିଆ କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ। ଭଦ୍ରକ ଚରମ୍ପା ଅଞ୍ଚଳରେ 24 ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି । ଆଜି ଦିନ 2ଟାରୁ ଆସନ୍ତାକାଲି ଦିନ 2ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ଡଗରାସାହି ସ୍କୁଲ ଛକରୁ ଗୁଣୁଣିଆ ବଜାର ଛକ ବଜାର ରାସ୍ତାରେ କର୍ଫ୍ୟୁ ଜାରି କରାଯାଉଛି। ପ୍ରବାସୀଙ୍କୁ ନେଇ 2ଟି ଟ୍ରେନ୍‌ ଆସୁଥିବାରୁ ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ଗ୍ରହଣ କରିବା ସହିତ କର୍ଫ୍ୟୁ ଜାରି କରିଛି । ଭଦ୍ରକ ଚରମ୍ପା ଷ୍ଟେସନରେ 500 ମିଟର ଅଞ୍ଚଳ ଭିତରେ କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ। ଯାତ୍ରୀଙ୍କ ସ୍କ୍ରିନିଂ କରାଯିବା ସହ ସେମାନଙ୍କ ସ୍ବାବ ସଂଗ୍ରହ କରାଯିବ। ସେହିପରି ଯାତ୍ରୀମାନଙ୍କ ନାମ ପଞ୍ଜୀକରଣ ହୋଇଛି କି ନାହା ତାହା ତଦାରଖ କରାଯିବ। ଏଠାରେ ପ୍ରାୟ 4ଟି ଜିଲ୍ଲାର ଯାତ୍ରୀମାନେ ପହଞ୍ଚିବେ। ଯାତ୍ରୀମାନଙ୍କ ଯିବା ପାଇଁ ଚାରୋଟି ଜିଲ୍ଲାର ଅଲଗା ଅଲଗା ବସ୍‌ର…

Read More

ଭୁବନେଶ୍ବର :  ଆଜିଠୁ ପ୍ରଥମ ପର୍ଯ୍ୟାୟ ରେଳ ସେବା ଆରମ୍ଭ ହେଉଛି । ଲକ୍ ଡାଉନ୍ ଯୋଗୁଁ ଫସି ରହିଥିବା ଲୋକେ ନିଜ ନିଜ ରାଜ୍ୟକୁ ଯାଇପାରିବେ । ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ଗଡିବ ଟ୍ରେନ୍ । ସେହିପରି ଆସନ୍ତା କାଲିଠାରୁ ଭୁବନେଶ୍ବରରୁ ଦିଲ୍ଲୀକୁ ଟ୍ରେନ୍‌ ଗଡିବ । ପାସେଞ୍ଜର ଟ୍ରେନ୍‌ ଚଳାଚଳ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ରେଳଯାତ୍ରୀଙ୍କ ପାଇଁ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ ହେବ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ଯେଉଁମାନେ ଟ୍ରେନ୍‌ରେ ଆସିବେ ସେମାନେ ଗାଇଡ୍‌ ଲାଇନ୍‌ ମାନିବାକୁ ବାଧ୍ୟ ହେବେ। ଟ୍ରେନ୍‌ ଯୋଗେ ପ୍ରାୟ ଭିଆଇପି ମାନେ ଆସୁଛନ୍ତି, ସେମାନେ ନିଜ ସୁବିଧାରେ ଯିବେ । ଯେଉଁମାନେ ଯାଇପାରିବେନି ସରକାର ସେମାନଙ୍କ ପାଇଁ ବ୍ୟବସ୍ଥା କରିବେ। ସେହିପରି ଅନ୍ୟ ରାଜ୍ୟରୁ ଆସୁଥିବା ଲେକେ ପଞ୍ଜୀକରଣ କରିବାକୁ ବାଧ୍ୟ । ଯଦି…

Read More