ଭୁବନେଶ୍ବର: ଗ୍ରୀନ୍ ଜୋନ୍ରେ ବସ୍ ଚାଲିବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଗ୍ରୀନ୍ ଜୋନ୍ରେ ବସ୍ ଚାଲିବାର ବ୍ୟବସ୍ଥା କରାଯାଉଛି। କିନ୍ତୁ ଭଡା ଦୁଇଗୁଣ କରାଯିବ ବୋଲି ସୂଚନା ରହିଛି। ବସ୍ରେ ସାମାଜିକ ଦୂରତ୍ବକୁ ପାଳନ କରାଯିବା ପୂର୍ବକ ବସ୍ର କ୍ଷମତା ମୁତାବକ ସିଟ୍ରେ ଅଧା ଲୋକେ ବସିବାର ନିର୍ଦ୍ଦେଶ ରହିଥିବାରୁ କ୍ଷତି ହ୍ରାସ ପାଇଁ ଭଡା ଦୁଇଗୁଣା କରାଯିବ ବୋଲି ସୂଚନା ରହିଛି। ଭଡା ଦୁଇଗୁଣ ଦ୍ବାରା ମାଲିକମାନେ ଆଉ କ୍ଷତିଗ୍ରସ୍ତ ହେବେ ନାହିଁ। ସେପରି ଜରୁରୀ କାମ ଥିବା ଲୋକ ବି ଦୁଇଗୁଣ ଭଡା ଦେବାକୁ ପଛେଇବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ପରିବହନ ବିଭାଗ ପକ୍ଷରୁ ଗ୍ରୀନ୍ ଜୋନ୍ରେ ବସ୍ ଚାଲିବାକୁ ନେଇ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଦିନେ ଦୁଇ ଦିନ ଭିତରେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ଗ୍ରୀନ୍ ଜୋନ୍ରେ…
Author: Samikhsya Bureau
ଭୁବନେଶ୍ବର : କାଲିଠାରୁ କଟକ ଭୁବନେଶ୍ବର ମଧ୍ୟରେ ବସ୍ ଚାଲିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସରକାରୀ ଚାକିରିଆଙ୍କ ସୁବିଧା ପାଇଁ ଏହି ବସ୍ ଚାଲିବ। ସରକାରୀ ଚାକିରିଆଙ୍କ ପାଇଁ ଗୋଟିଏ ବସ୍ ଚଳାଇବେ ରାଜ୍ୟ ସରକାର । ରାଜ୍ୟ ସଡକ ପରିବହନ କର୍ତ୍ତୃପକ୍ଷଙ୍କ ଗୋଟିଏ ବସ୍ ଚାଲିବ ବୋଲି ସୂଚନା ରହିଛି । ଏହି ବସ୍ଟି ଅଫିସ୍ ଟାଇମ୍ରେ ଯା’ ଆସ କରିବ । ସରକାରୀ କର୍ମଚାରୀମାନେ ଏହି ବସ୍ରେ ଯିବା ଆସିବା କରିପାରିବେ । ଏନେଇ ଭଡା 30 ଟଙ୍କା ଧାର୍ଯ୍ୟ କରାଯାଇଛି ।
ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଦେଶ ସାରା ଲାଗୁ ରହିଛି ଲକ୍ ଡାଉନ୍ । ଏହି ଲକ୍ ଡାଉନ୍ରେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ପ୍ରବାସୀ ଶ୍ରମିକମାନେ । ଲକ୍ ଡାଉନ୍ ଯୋଗୁଁ ରୋଜଗାର ନ ଥିବାବେଳେ ପେଟ ପାଇଁ ନାନା ହଇରାଣ ହରକତ ହେଉଛନ୍ତି । ଏପରି ସମୟରେ ସେମାନେ ନିଜ ନିଜ ଭିଟାମାଟିକୁ ଫେରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଚାରିଆଡେ ଲକ୍ ଡାଉନ୍ ଚାଲିଥିବାବେଳେ ଯାତାୟତର ମାଧ୍ୟମ ମଧ୍ୟ ବନ୍ଦ ରହିଛି । ଏପରି ସମୟରେ କିଏ ଚାଲି ଚାଲି ତ କିଏ ଟ୍ରକ୍ ପଛରେ କିଏ ସାଇକେଲରେ ନିଜ ଗ୍ରାମକୁ ଫେରୁଛନ୍ତି । ତେବେ ଫେରିବା ସମୟରେ ଅନେକେ ଦୁର୍ଘଟଣାର ଶିକାର ହେଉଛନ୍ତି । ସେହିପରି ଘରକୁ ଫେରୁଥିବା ଚାରି ପ୍ରବାସୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଏହି ପ୍ରବାସୀଙ୍କ ମଧ୍ୟରେ ମା-ଝିଅଙ୍କ ସମେତ ଅନ୍ୟ ଦୁଇଜଣ ରହିଛି । ତିନି ପୃଥକ…
ଭୁବନେଶ୍ବର : ସୁରତ୍ ଫେରନ୍ତାଙ୍କୁ ନେଇ ଚିନ୍ତା ବଢୁଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ଅଧିକାଂଶ ସୁରତ ଫେରନ୍ତା ବୋଲି ଜଣାପଡିଛି ।କାଲିଠୁ ଏଯାବତ ଚିହ୍ନଟ 46 ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର। ଅଧିକାଂଶ ଆକ୍ରାନ୍ତ ସୁରତ ଫେରନ୍ତା ରହିଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ ସେଣ୍ଟରରେ 42 ଜଣ, କଣ୍ଟେନମେଣ୍ଟ ଜୋନ୍ର 2 ଜଣ ଓ ଅନ୍ୟ ସ୍ଥାନରୁ ଆଉ ଦୁଇ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି। 46ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 38 ଜଣ ସୁରତ ଫେରନ୍ତା ରହିଛନ୍ତି ବୋଲି ସୂଚନା ରହିଛି। ସେହିପରି ଗଞ୍ଜାମରୁ ସର୍ବାଧିକ 21 ଆକ୍ରାନ୍ତ ସୁରତ ଫେରନ୍ତା। ବୌଦ୍ଧ, କଟକ, ପୁରୀ, ମୟୂରଭଞ୍ଜର ଜଣେ ଲେଖାଏଁ ଆକ୍ରାନ୍ତ ସୁରତ ଫେରନ୍ତା। ସେହିପରି ଆଜି ଚିହ୍ନଟ ବାଲେଶ୍ବରର 15 ଆକ୍ରାନ୍ତଙ୍କ ମଧ୍ୟରୁ 13 ଜଣ ସୁରତ ଫେରନ୍ତା ରହିଥିବାବେଳେ ଜଣେ ପଶ୍ଚିମବଙ୍ଗ ଫେରନ୍ତା। ଯାଜପୁରର ଚିହ୍ନଟ 4…
ଅଜମେର : କରୋନା ସନ୍ଦେହରେ ଜଣେ ଯୁବକ ଆତ୍ମହତ୍ୟା କରିଥିବାର ଖବର ଶୁଣିବାକୁ ମିଳିଛି । ଜେଏଲ୍ଏନ୍ ହସ୍ପିଟାଲର କରୋନା ଓ୍ବାର୍ଡରେ ଭର୍ତ୍ତି ହୋଇଥିବା ଜଣେ ଯୁବକ କରୋନା ସନ୍ଦେହର ହସ୍ପିଟାଲ ଶୌଚାଳୟରେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । କରୋନା ସନ୍ଦେହରେ ଆତ୍ମହତ୍ୟା କରିଥିବା ଯୁବକ ଜଣକ ୟୁପିର ରାୟବରେଲୀର ବୋଲି ହୋଇଥିବାବେଳେ ତାଙ୍କର ବୟସ 30 ବର୍ଷ ବୋଲି ଜଣାପଡିଛି । ସେ ରବିବାର ସକାଳୁ ଗୁଜୁରାଟରୁ ନିଜ ଘର ରାୟବରେଲୀ ଯାଉଥିଲେ । ବସ୍ରେ ଯାଉଥିବା ସମୟରେ ଯୁବକଙ୍କୁ ଥଣ୍ଡା ଓ କାଶ ହୋଇଥିଲା । ଏହାପରେ ବସ୍ରେ ଥିବା ଯାତ୍ରୀମାନେ ତାଙ୍କୁ କରୋନା ପଜିଟିଭ୍ ଭାବି ତାଙ୍କୁ ପର୍ବତପୁରା ବାଇପାସ୍ ନିକଟରେ ପୋଲିସ୍ ହାତରେ ଜିମା ଦେଇଥିଲେ । ଏହାପରେ ପୋଲିସ୍ ତାଙ୍କୁ ଜେଏଲ୍ଏନ୍ ହସ୍ପିଟାଲ ନେଇଥିଲେ । ଏଠାରେ ତାଙ୍କୁ ବାରମ୍ବାର କାଶ ଓ ଥଣ୍ଡା ଥିବା ଯୋଗୁଁ କରୋନା…
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତ ସଂଖ୍ୟା ସତୁରୀ ହଜାର ଅତିକ୍ରମ କରିଛି ।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 3604ଟି ମାମଲା ସାମ୍ନାକୁ ଆସିଥିବାବେଳେ 87ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ସର୍ବମୋଟ୍ 70 ହଜାର 756ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି 46 ହଜାର 8 ଜଣ ଚିକିତ୍ସାଧୀନ ରହିଥିବାବେଳେ 22 ହଜାର 455 ଜଣ ସୁସ୍ଥ ହୋଇଛନ୍ତି ଓ 2293ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ 23 ହଜାର 401 ଜଣ ଆକ୍ରାନ୍ତ ଥିବାବେଳେ 868ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗୁଜୁରାଟରେ 513, ମଧ୍ୟପ୍ରଦେଶରେ 221, ପଶ୍ଚିମବଙ୍ଗରେ190, ରାଜସ୍ଥାନରେ 113, ଦିଲ୍ଲୀରେ 73, ଉତ୍ତରପ୍ରଦେଶରେ 80, ଆନ୍ଧ୍ରପ୍ରଦେଶରେ 45, ତାମିଲନାଡୁରେ 53, ତେଲେଙ୍ଗାନାରେ 30, କର୍ଣ୍ଣାଟକରେ 31, ପଞ୍ଜାବରେ 31, ଜମ୍ମୁକାଶ୍ମୀରରେ 10, ହରିୟାଣାରେ11, ବିହାରରେ 6, କେରଳରେ 4, ଝାଡଣ୍ଡରେ 3, ଓଡ଼ିଶାରେ 3, ଚଣ୍ଡୀଗଡରେ…
ଢେଙ୍କାନାଳ : ଢେଙ୍କାନାଳଠାରେ ଏକ ହାତୀ ଯୁବକଙ୍କୁ ଦଳି ଦେଇଥିବାର ସୂଚନା ମିଳିଛି । ବାଇକ୍ରେ ଯାଉଥିବାବେଳେ ଯୁବକଙ୍କୁ ଦଳି ଦେଇଛି ହାତୀ । ହିନ୍ଦୋଳ ରେଞ୍ଜ ଜାମୁଚକଡା ଗାଁରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ବାଇକ୍ରେ ଢେଙ୍କାନାଳ ହସ୍ପିଟାଲ ଯାଉଥିବାବେଳେ ହାତୀ ଦଳିଦେଇଥିବାର ଖବର ମିଳିଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ହିନ୍ଦୋଳ ରେଞ୍ଜ ସମେତ ଢ଼େଙ୍କାନାଳ ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଦେଖାଯାଉଛି । ହାତୀ ଆକ୍ରମଣରେ ପ୍ରତିବର୍ଷ ଅନେକ ଲୋକଙ୍କର ଜୀବନ ଯାଉଛି । କେବଳ ଢ଼େଙ୍କାନାଳ ଜିଲ୍ଲା ନୁହେଁ ବରଂ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ହାତୀ ଆକ୍ରମଣରେ ଲୋକେ ପ୍ରାଣ ହରାଉଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ପୁଣି 23 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାଲେଶ୍ବରରୁ ସର୍ବାଧିକ 15ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଓ ଯାଜପୁରରୁ ତିନିଜଣ ଲେଖାଏଁ ପୁରୀ ଓ ବୌଦ୍ଧରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 437କୁ ବୃଦ୍ଧି ହୋଇଛି । ଗତକାଲି37 ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ସକାଳୁ 23 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା 157ରେ ପହଞ୍ଚିଥିବାବେଳେ ବାଲେଶ୍ବରରେ ଏହା 57କୁ ବୃଦ୍ଧି ହୋଇଛି । ସେହିପରି ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 64ରେ ପହଞ୍ଚିଛି । ପୁରୀ ଓ ବୌଦ୍ଧରେ ଯଥାକ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା 4 ଓ 5କୁ ବୃଦ୍ଧି…
କୋଣାର୍କ : ଡଙ୍ଗା ଯୋଗେ ଚନ୍ଦ୍ରାଭାଗାରେ ପହଞ୍ଚିଛନ୍ତି 16 ମତ୍ସ୍ୟଜୀବୀ। ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ନିକଟ ଟୁନିରୁ ଡଙ୍ଗାରେ ଏହି ମତ୍ସ୍ୟଜୀବୀମାନେ ଫେରିଛନ୍ତି। ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରେ ପୁରୀ ପେଣ୍ଠକଟାର 5 ଜଣ ଓ ଚନ୍ଦ୍ରଭାଗା ନୋଳିଆ ସାହିର 11 ଜଣ ରହିଛନ୍ତି ବୋଲି ଜଣାପଡିଛି। ଏହି ମତ୍ସଜୀବୀମାନେ ଡଙ୍ଗା କିଣି ବିଶାଖପାଟଣାରୁ ରବିବାର ବାହାରିଥିଲେ ଆଜି ଭୋର ସମୟରେ ଚନ୍ଦ୍ରଭାଗାରେ ପହଞ୍ଚିଛନ୍ତି। ଲକଡାଉନ୍ ଯୋଗୁଁ ଦୀର୍ଘ ଦିନ ଧରି ଫସି ରହିଥିଲେ 16 ମତ୍ସ୍ୟଜୀବୀ। ତେବେ ସମସ୍ତ ମତ୍ସଜୀବୀଙ୍କୁ କୋଣାର୍କ ମେଡିକାଲ ପରିସରରେ ଥିବା କ୍ବାରେଣ୍ଟିନ୍ ସେଣ୍ଟରକୁ ପଠାଯାଇଛି। ସମସ୍ତ 16 ମତ୍ସଜୀବୀଙ୍କ ସ୍ବାବ୍ ପରୀକ୍ଷା କରାଯିବ ବୋଲି କହିଛନ୍ତି ତହସିଲଦାର।
ବାଲେଶ୍ବର : 48 ଘଣ୍ଟା ପାଇଁ ଖଇରା ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ବାଲେଶ୍ବର ଜିଲ୍ଲା ଖଇରା ପଞ୍ଚାୟତକୁ ଆଜି ସକାଳ 6ଟାରୁ ଖଇରା ପଞ୍ଚାୟତରେ 48 ଘଣ୍ଟା ପାଇଁ ଶଟ୍ଡାଉଊନ୍ ପାଇଁ ଘୋଷଣା କରିଛନ୍ତି ସରପଞ୍ଚ। ବହୁ ସଂଖ୍ୟାରେ ପ୍ରବାସୀ ଫେରୁଥିବାରୁ ସଂକ୍ରମଣ ଆଶଙ୍କାରେ ପଦକ୍ଷେପ ନିଆଯାଇଛି। ତେବେ ଏହି ସମୟରେ ଜରୁରୀକାଳୀନ ସେବା ଚାଲିବ। ଶଟ୍ ଡାଉନ୍ ନେଇ ପଞ୍ଚାୟତର ସମସ୍ତ ଗାଁରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି। ଏହି ସମୟରେ ଡାକ୍ତରଖାନା ଓ ଔଷଧ ଦୋକାନ ଖୋଲା ରହିବ ବୋଲି ଘୋଷଣା କରାଯାଇଛି।
କେଦାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଠିକ କହିଥିଲେ, କରୋନା ପୂର୍ବର ସମାଜ ଓ ପରବର୍ତ୍ତୀ ସମାଜ ଭିତରେ ଆକାଶ ପାତାଳ ପ୍ରଭେଦ ରହିବ। ତେବେ ତାଙ୍କ କଥା କରୋନା ପ୍ରକୋପ ସମୟରେ ହିଁ ସତ ହୋଇ ଯାଇଛି। କରୋନା ଭୂତାଣୁର ଭୟ ଭାରତୀୟ ସମାଜର ମାନସିକ ଚେହେରାକୁ ଅଧିକ କୃର ଓ ନିର୍ଦ୍ଦୟ କରି ଦେଇଛି। “ଆପେ ବଞ୍ଚିଲେ ବୋପାର ନାଁ” ବୋଲି ଓଡିଆରେ ଯେଉଁ କଥାଟି ରହିଥିଲା, ତାହା ଆଜି ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହୋଇଛି। କୋଟି କୋଟି ଲୋକ ଯେଉଁମାନେ ଖଟିଲେ ଖାଉଥିଲେ, ସେମାନେ ଆଜି ଭାରତୀୟ ସମାଜର ନୂଆ ଅପରାଧୀ। ସେମାନେ ଆଜି ଚୋରଙ୍କ ଭଳି ଲୁଚି ବୁଲୁଛନ୍ତି। ପୋଲିସର ଡର ଓ ନିଜ ଲୋକଙ୍କ ଘୃଣା, ତା ସହିତ ଜୀବିକା ଚାଲି ଯାଇଥିବାର ଦୁର୍ଭାଗ୍ୟ, ଏହାରି ଭିତରେ ପୂରା ଶ୍ରମଜୀବୀ ସମାଜ ଆଜି ଅପରାଧୀ ପାଲଟି ଯାଇଛି। ସେମାନେ ଲକ ଡାଉନର ନିୟମ…
ଭୁବନେଶ୍ୱର, ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ମୃତ୍ୟୁ ପରେ ତାଙ୍କ ଶରୀର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ଦାନ କରିବେ । ସୋମବାରେ ତାଙ୍କର ୯୯ ତମ ଜନ୍ମ ଦିବସ ଅବସରରେ ପଟ୍ଟନାୟକ ଏହି ଇଚ୍ଛା ବ୍ୟକ୍ତ କରିଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ବାସ ଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରିପ୍ରେକ୍ଷୀରେ ପଟ୍ଟନାୟକ ମନ୍ତ୍ରୀଙ୍କୁ ତାଙ୍କର ଏହି ଇଚ୍ଛା ଜଣାଇଥିଲେ। ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମଇ ୧୧ ତାରିଖରେ ପୁରୀ ଜିଲ୍ଲାର ନିମାପଡାଠାରେ ଜନ୍ମଗ୍ରହଣ କରିଥିଲେ। ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଥିବା ଶ୍ରୀ ପଟ୍ଟନାୟକ ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗଦାନ କରିଥିଲେ। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜଣେ ଅନ୍ତରଙ୍ଗ ସହଯୋଗୀ ଭାବେ ସେ…
ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର କରୋନା ସ୍ଥିତି ବଢିବାରେ ଲାଗିଛି, ଏପରି ପରିସ୍ଥିତିରେ ଲକ ଡାଉନ ହଟାଇବା ପରିବର୍ତ୍ତେ ବୃଦ୍ଧି କରାଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଭିଡିଓ କନଫ୍ରେସିଂ ବେଳେ ଏପରି ଦାବୀ କରିଛନ୍ତି 4ଟି ରାଜ୍ୟର ମୁଖ୍ୟମନ୍ତ୍ରୀ। ସେହି ରାଜ୍ୟଗୁଡିକ ହେଲା ପଶ୍ଚିମ ବଂଗ, ପଂଜାବ, ମହାରାଷ୍ଟ୍ର ଏବଂ ତେଲାଙ୍ଗାନା। ବର୍ତ୍ତମାନ ଲକଡାଉନ ଯୋଗୁଁ କରୋନା ଭାଇରସ ବ୍ୟାପିବାରେ ହ୍ରାସ ଘଟିଛି। ଏହି ଲକଡାଉନ ଠିକ କାମ ଦେଉଥିବାରୁ ଏହାକୁ ଆହୁରି ବୃଦ୍ଧି କରାଯାଉ ବୋଲି ଏହି 4 ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ କୋଭିଡ ମୁକାବିଲା ନେଇ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ, ବର୍ତ୍ତମାନ ତାଙ୍କ ରାଜ୍ୟର ସ୍ଥିତି ବହୁ ଖରାପ। ମୁଖ୍ୟତଃ ଗୋଷ୍ଠୀ ସଂକ୍ରାମଣ ହେବାରେ ଲାଗିଛି। ଯଦି ଲକଡାଉନ ନିର୍ଦ୍ଧାରିତ ସମୟରେ ଉଠାଇ ଦିଆଯାଏ…
ଭୁବନେଶ୍ବର : କରୋନା ଯୋଗୁଁ ଆବୁଧାବିରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଆବୁଧାବିରେ ସମ୍ପୃକ୍ତ ଯୁବକ ଲେବର ସୁପରଭାଇଜର କାମ କରୁଥିଲେ । ଆବୁଧାବି ଅଲ୍ ଏନ୍ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡେଥ୍ ସାର୍ଟିଫିକେଟ୍ ମିଳିଛି । ଡେଥ୍ ସାର୍ଟିଫିକେଟ୍ରେ ତାଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ଉଲ୍ଲେଖ ରହିଛି । ଯୁବକ ଜଣକ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ୍ ଚନ୍ଦନ ନଗରର ବୋଲି ଜଣାପଡିଛି ।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାକୁ ଗତ ତିନି ତାରିଖ ଠାରୁ ପ୍ରବାସୀ ଓଡ଼ିଆ ପର୍ଯ୍ୟାୟ କ୍ରମେ ଆସି ବିଭିନ୍ନ ବ୍ଲକରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବସ୍ଥାନ କରୁଛନ୍ତି। ଏହି କ୍ରମରେ ୧୦ ତାରିଖରେ ଆନ୍ଧ୍ରପ୍ରଦେଶରୁ ୨୬ଜଣ, ତାମିଲନାଡୁରୁ ୧୮ଜଣ, ତେଲେଙ୍ଗାନାରୁ ୨୯ଜଣ, ଝାଡଖଣ୍ଡରୁ ୪ଜଣ, ପଶ୍ଚିମବଙ୍ଗରୁ ୨୪ଜଣ, ମହାରାଷ୍ଟ୍ରରୁ ୪ଜଣ, ରାଜସ୍ଥାନରୁ ୧ଜଣ, ଉତ୍ତରପ୍ରଦେଶରୁ ୧ଜଣ, କର୍ଣାଟକରୁ ୨ଜଣ, ଭୁବନେଶ୍ବରରୁ ୩ଜଣ, ମୟୁରଭଞ୍ଜରୁ ୨ଜଣ, ଗଞ୍ଜାମରୁ ୧ଜଣ ଆସିଥିଲେ। ସମସ୍ତ ପ୍ରବାସୀଙ୍କର ସ୍ଥାନୀୟ ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ସ୍ୱାବ ସଂଗ୍ରହ କରାଯାଇ ଜିଲ୍ଲାରେ ଥିବା ବିଭିନ୍ନ କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ଜଗତସିଂହପୁର ପୌରାଞ୍ଚଳକୁ ୨ଜଣ, ଜଗତସିଂହପୁର ବ୍ଲକକୁ ୩୫ଜଣ, ବିରିଡି ବ୍ଲକକୁ ୪ଜଣ, ବାଲିକୁଦା ବ୍ଲକକୁ ୨୫ଜଣ, ନାଉଗାଁ ବ୍ଲକକୁ ୭ଜଣ, ରଘୁନାଥପୁର ବ୍ଲକକୁ ୩ଜଣ, ତିର୍ତ୍ତୋଲ ବ୍ଲକକୁ ୧୧ଜଣ, କୁଜଙ୍ଗ ବ୍ଲକକୁ ୯ଜଣ, ଏରସମା ବ୍ଲକକୁ ୧୪ଜଣ, ପାରାଦ୍ଵୀପ ପୌରାଞ୍ଚଳକୁ ୫ଜଣଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ…
ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 4213 ଟି ନୂଆ ମାମଲା ରୁଜୁ ହୋଇଛି ଏବଂ 97 ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ କରୋନା ସଂକ୍ରମିତ ସଂଖ୍ୟା 67,152 କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 44,029 ସକ୍ରିୟ ମାମଲା ଥିବାବେଳେ, 20,917 ଜଣ ସୁସ୍ଥ ଅଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା 2206 ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର। ଏଠାରେ 22 ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 868ରେ ପହଞ୍ଚିଛି। ସେହିଭଳି ଗୁଜରାଟରେ 8 ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ 493 ଜଣ ପ୍ରାଣ ହରାଇଛନ୍ତି। ତାମିଲ୍ନାଡୁରେ ମଧ୍ୟ ସଂକ୍ରମିତଙ୍କ 8 ହଜାର ପାର୍ କରିଥିବାବେଳେ ମୃତ୍ୟୁ ସଂଖ୍ୟା 53ରେ ପହଞ୍ଚିଛି…
କର୍ଣ୍ଣାଟକ : କରୋନା ଭାଇରସ୍ ମୁକାବିଲା ପାଇଁ ନୂତନ ପଦକ୍ଷେପ ସ୍ବରୂପ କର୍ଣ୍ଣାଟକ ସରକାର ମୋବାଇଲ୍ ଫିଭର୍ କ୍ଲିନିକ୍ର ଆରମ୍ଭ କରିଛନ୍ତି । କର୍ଣ୍ଣାଟକ ସରକାର ବସ୍ଗୁଡିକୁରେ ମୋବାଇଲ୍ ଫିଭର୍ କ୍ଲିନିକ୍ ବନାଇଛନ୍ତି। ଏହି ବସ୍ରେ କୋଭିଡ୍ 19 ପାଇଁ ସ୍ବାବ ସଂଗ୍ରହ ହେବା ସହିତ ସିବିସି, ସିଆରପି ଓ ଇଏସଆରର ମଧ୍ୟ ସୁବିଧା ରହିବ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଆଜି ଏହି ବସ୍ର ଉଦ୍ଘାଟନ କରିଥିବାବେଳେ ଆଗାମୀ ସମୟରେ ଆଉ ତିନୋଟି ମୋବାଇଲ ଫିଭର୍ କ୍ଲିନିକର ଆରମ୍ଭ କରାଯିବ । ପୂର୍ବରୁ କର୍ଣ୍ଣାଟକ ସରକାର ଏକ ଅଭିନବ ଉପାୟ ଜରିଆରେ ବେଙ୍ଗାଲୁରୁରେ 96ଟି ଫିଭର କ୍ଲିନିକ୍ ଖୋଲିଥିଲେ ଯାହା ଫର୍ଷ୍ଟ ଲାଇନ୍ ଅଫ୍ ଡିଫେନ୍ସ ରୂପେ କାର୍ଯ୍ୟ କରୁଛି । ଥଣ୍ଡା, କାଶ, ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ଲୋକଙ୍କୁ ଏହି ମୋବାଇଲ୍ ଫିଭର୍ କ୍ଲିନିକ୍ରେ ଯାଞ୍ଚ କରିବା ପାଇଁ ଅପିଲ୍ କରିଛନ୍ତି । ଏହି ବସ୍ ଗୁଡିକ…
କୋଭିଡ୍ ହସ୍ପିଟାଲ୍ ଏବଂ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବାକୁ ଦୃଢ଼ୀଭୂତ କରିବା ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପରେ ଏବେ ମକ୍ ଡି୍ରଲ୍ ମାଧ୍ୟମରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀର ଗୋପବନ୍ଧୁ ଆୟୁର୍ବେଦିକ୍ ମେଡିକାଲ୍ କଲେଜସ୍ଥିତ ଜିଲ୍ଲା କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆଇଡି ହସ୍ପିଟାଲ୍ଠାରେ ୨ଟି ମକ୍ ଡି୍ରଲ୍ ଅନୁଷ୍ଠିତ ହୋଇଛି। ଏହି ଡ୍ରିଲ୍ରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଏକ ପୂର୍ଣ୍ଣାଙ୍ଗ ଦଳ ସହ ସ୍ବେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଗକୁ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଏହିଭଳି ମକ୍ ଡ୍ରିଲ୍ କରିବା ନିମନ୍ତେ ଯୋଜନା କରାଯାଉଛି। ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ସଂକ୍ରମଣ ପ୍ରତିରୋଧ ପାଇଁ ଅଭ୍ୟାସ, ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା ପିପିଇ ର ବ୍ୟବହାର, ହସ୍ ପିଟାଲ୍ ବର୍ଜ୍ୟବସ୍ତୁର ପରିଚାଳନା ସଂପର୍କରେ ବିଶେଷ ତାଲିମ ଦିଆଯାଇଥିଲା । ପାରାମେଡିକ୍ସ, ଆଞ୍ଚୁଲାନ୍ସ ଚାଳକ, ରୋଗୀମାନଙ୍କୁ…
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡିକ ହେଲା 1-କୋଭିଡ୍ ହସ୍ପିଟାଲ୍ ଏବଂ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବାକୁ ଦୃଢ଼ୀଭୂତ କରିବା ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପରେ ଏବେ ମକ୍ ଡି୍ରଲ୍ ମାଧ୍ୟମରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀର ଗୋପବନ୍ଧୁ ଆୟୁର୍ବେଦିକ୍ ମେଡିକାଲ୍ କଲେଜସ୍ଥିତ ଜିଲ୍ଲା କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆଇଡି ହସ୍ପିଟାଲ୍ଠାରେ ୨ଟି ମକ୍ ଡି୍ରଲ୍ ଅନୁଷ୍ଠିତ ହୋଇଛି। ଏହି ଡି୍ରଲ୍ରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଏକ ପୂର୍ଣ୍ଣାଙ୍ଗ ଦଳ ସହ ସ୍ବେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ…
ଭୁବନେଶ୍ବର : ଭୁବନେଶ୍ବର-ଦିଲ୍ଲୀ ଟ୍ରେନ୍ ଟିକେଟ ଘଣ୍ଟାଏରେ ଶେଷ ହୋଇଥିବାର ସୂଚନା ରହିଛି । 13 ତାରିଖରେ ଦିଲ୍ଲୀ ଯିବାକୁ ଥିବା ଟ୍ରେନ୍ ଟିକେଟ୍ ବୁକିଂ ଶେଷ ହୋଇଯାଇଛି । ଘଣ୍ଟାକ ମଧ୍ୟରେ ଟିକେଟ ସରିଯାଇଥିବା କହିଛନ୍ତି ରେଲ୍ଓ୍ବେ । ସେହିପରି 14 ତାରିଖ ପାଇଁ ମଧ୍ୟ 90 ପ୍ରତିଶତ ଟିକେଟ ବିକ୍ରି ସାରିଥିବା ସୂଚନା ରହିଛି । କେବଳ ଏସି ବଗିରେ 56ଟି ଟିକେଟ ବାକି ରହିଛି ବୋଲି ସୂଚନା ରହିଛି । 17ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ଏସି ଟିକେଟ ଆଉ ନାହିଁ ବୋଲି ସୂଚନା ଦେଇଛି ପୂର୍ବତଟ ରେଲଓ୍ବେ ।
ଭୁବନେଶ୍ୱର: ଆସନ୍ତା 13 ତାରିଖ ସକାଳ 10ଟାରେ ଭୁବନେଶ୍ବର ଛାଡିବ ସ୍ପେଶାଲ୍ ଟ୍ରେନ୍। ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଏହି ଟ୍ରେନ୍ଟି 13 ତାରିଖ ସକାଳ 10ଟାରେ ଭୁବନେଶ୍ୱରରୁ ରେଲୱେ ଷ୍ଟେସନରୁ ଛାଡ଼ି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନରେ 17ଟି ବଗି ରହିବ। ସବୁ ବଗି ଏୟାର କଣ୍ଡିସନ୍ ରହିବ। ସେହିପରି 14 ତାରିଖରୁ ନୂଆଦିଲ୍ଲୀରୁ ଭୁବନେଶ୍ବର ଦୈନିକ ଟ୍ରେନ୍ ଯାତ୍ରା କରିବ । ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ଚାଲୁଥିବା ଟ୍ରେନଗୁଡ଼ିକ 7ଟି ଜାଗାରେ ଷ୍ଟପେଜ କରିବ। ସେହି ଷ୍ଟେସନ୍ ଗୁଡ଼ିକ ହେଲା- ବାଲେଶ୍ୱର, ଖଡ଼ଗପୁର, ଟାଟା, ବୋକାରୋ, ଗୟା, ଡିଡିୟୁ ଜଙ୍କସନ, କାନପୁର। ଟ୍ରେନରେ ଯାତ୍ରା ପାଇଁ ଯାତ୍ରୀମାନଙ୍କୁ ଆଇଆରସିଟିସିରେ ବୁକିଂ କରିବାକୁ ପଡିବ । ଆରଏସି କି ଓ୍ବେଟିଂରେ ଥିବା ଯାତ୍ରୀଙ୍କୁ ଅନୁମତି ନାହିଁ । କନ୍ଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଷ୍ଟେସନକୁ ଯିବାକୁ ଅନୁମତି ମିଳିବ। ଟ୍ରେନ୍ ଛାଡିବାର 24 ଘଣ୍ଟା…

