Author: Samikhsya Bureau

ତାମିଲନାଡୁ : ତାମିଲନାଡୁରେ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ ହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି। ମଦ ସହ ଚାଖଣା ନଥିବାରୁ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗର ହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ ତାମିଲନାଡୁରେ ଚେଙ୍ଗଲପୁରା ଜିଲ୍ଲାର ଗୁଡୁବନଚେରୀ ସହରରେ ଜଣେ 38 ବର୍ଷୀୟ ବ୍ୟକ୍ତି 43 ବର୍ଷୀୟ ସାଙ୍ଗକୁ ଛୁରୀ ଦ୍ବାରା ହତ୍ୟା କରିଛି। ସାଙ୍ଗ ଜଣକ ମଦ ପିଇବା ପାଇଁ ଚାଖଣା ବ୍ୟବସ୍ଥା କରିନଥିବାରୁ ରାଗରେ ସାଙ୍ଗର ହତ୍ୟା କରିଛି ଆଉ ଜଣେ ସାଙ୍ଗ । ଦୁହେଁ ରିୟଲ୍‌ଇଷ୍ଟେଟ୍‌ରେ ବ୍ରୋକର୍‌ ରୂପେ କାର୍ଯ୍ୟ କରୁଥିଲେ । ଏତଦ୍‌ବ୍ୟତୀତ ସେମାନେ କ୍ୟାବ୍‌ ଡ୍ରାଇଭିଂ ଓ ଫୁଲ୍‌ ବିକ୍ରି ମଧ୍ୟ  କରୁଥିଲେ । ମୃତକଙ୍କ ନାମ ବିନୟଗାମ ହୋଇଥିବାବେଳ ଅଭିଯୁକ୍ତ ଜଣକ ହେଉଛନ୍ତି ବାସୁ ।  ଲକ୍‌ଡାଉନ୍‌ ସମୟରେ ତାମିଲନାଡୁରେ ମଦ ଦୋକାନ ଖୋଲାଯିବା ପରେ ଦୁହେଁ ମଦ ପିଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା…

Read More

ଦିଲ୍ଲୀ : ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବାବେଳେ କରୋନା ଆକ୍ରାନ୍ତଙ୍କୁ ନେଇ ଏକ ରୋଚକ ଖବର ରହିଛି । ଦିଲ୍ଲୀର ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି। ଦୁଷ୍କର୍ମ ଅଭିଯୁକ୍ତ ଜଣ ତିହାର ଜେଲ୍‌ରେ ବନ୍ଦୀ ରହିଥିବାବେଳେ ଏବେ ଅଭିଯୁକ୍ତ ସମେତ ଦୁଇ କଏଦୀଙ୍କ କରୋନା ଟେଷ୍ଟ ପାଇଁ ନମୁନା ନିଆଯାଇଛି। ଅଭିଯୁକ୍ତଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିବାବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହି ଅଭିଯୁକ୍ତଙ୍କୁ କିଛି ଦିନ ପୂର୍ବରୁ ତିହାର୍‌ ଜେଲ୍‌କୁ ଅଣାଯାଇଥିଲା । ତାଙ୍କୁ ଜେଲ ନମ୍ବର 2ରେ ରଖାଯାଇଥିଲା।  ଗତ 9 ତାରିଖରେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କୁ କରୋନାରେ ପଜିଟିଭ୍‌ ହୋଇଥିବାର ସୂଚନା ପାଇଥିଲେ। ଏହା ପରେ ଅଭିଯୁକ୍ତ ଓ ଅଭିଯୁକ୍ତଙ୍କ ସହ ରହିଥିବା ଦୁଇ ଅନ୍ୟ କଏଦୀଙ୍କୁ ପୃଥକବାସରେ ରଖାଯାଇ କରୋନା ଟେଷ୍ଟ କରାଯାଇଛି । ଏବେ ଜେଲ୍‌ରେ ମଧ୍ୟ କରୋନା…

Read More

ଭୁବନେଶ୍ବର : କରୋନା ମହାମାରୀ ସହ ଲଢେଇ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ପ୍ରସ୍ତୁତି କରିଛନ୍ତି । ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଥିବାବେଳେ ଆଜି ପୁଣି ଥରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ମାର୍ଚ୍ଚ 24ରୁ ଦେଶରେ ଲକ୍ ଡାଉନ୍‌ ଜାରି ରହିଛି । ଲକ୍‌ ଡାଉନ୍‌ ପରେ ମଧ୍ୟ ଦେଶରେ କରୋନା ସ୍ଥିତି ଜଟିଳ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ସ୍ଥିତିକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନ ସମ୍ପର୍କରେ ଚର୍ଚ୍ଚା କରିଛନ୍ତି । ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍‌ ଆସନ୍ତା 17 ତାରିଖରେ ଶେଷ ହେବାକୁ ଥିବାବେଳେ ଆଗାମୀ ରଣନୀତି ନେଇ ଏହି ଆଲୋଚନା କରାଯାଇଛି । ଏହି ଆଲୋଚନା ସମୟର ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ…

Read More

ଭୁବନେଶ୍ବର : ଓଡ଼ିଶାରୁ ଚିହ୍ନଟ ହେଲେ ଆଉ 20 ଜଣ ପଜିଟିଭ୍‌  । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 17, ସୁନ୍ଦରଗଡରୁ ଦୁଇ, ବୌଦ୍ଧରୁ ଜଣେ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି । ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 400 ଟପିଛି ।  ଆଜି ଗୋଟିଏ ଦିନରେ 37 ଜଣ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖା 414ରେ ପହଞ୍ଚିଛି । ସେହିପରି ଗଞ୍ଜାମରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 154ରେ ପହଞ୍ଚିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗଡରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 16କୁ ବୃଦ୍ଧି ହୋଇଥିବାବେଳେ  ବୌଦ୍ଧରେ ଆକ୍ରାନ୍ତଙ୍କ ସଂଖ୍ୟା 4କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଆଜି 17 ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ସର୍ବମୋଟ୍‌ 85 ଜଣ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡରୁ ଆଜି 7ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ…

Read More

ରାୟପୁର : ଛତିଶଗଡରେ ଏକ ଏନ୍‌କାଉଣ୍ଟର ଘଟି ଜଣେ ସଶସ୍ତ୍ର ସୁରକ୍ଷା ବଳ ଅଧିକାରୀ ଶହୀଦ ହୋଇଛନ୍ତି । ସୋମବାର ମାଓବାଦୀଙ୍କ ସହିତ ଏନ୍‌କାଉଣ୍ଟର ସମୟରେ ଯବାନ ଜଣକ ପ୍ରାଣ ହରାଇଛନ୍ତି । ଛତିଶଗଡର ବିଜାପୁର ଜିଲ୍ଲାର ଉରିପାଲ ଜଙ୍ଗଲରେ ଏନ୍‌କାଉଣ୍ଟର ସମୟରେ 32 ବର୍ଷୀୟ ଏହି ଯବାନଙ୍କ ଦେହରେ ଗୁଳି ବାଜିବା ସହିତ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଶହୀଦ ଯବାନ ଜଣଙ୍କ ହେଉଛନ୍ତି ମାନ୍ନା କୁମାର ଏବଂ ସେ ଝାରଖଣ୍ଡର ସାହିବଗଞ୍ଜର ବାସିନ୍ଦା । ସୋମବାର ଅପରାହ୍ନ 2.11 ମିନିଟ୍‌ ସମୟରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା: ଚିଲିକା ବ୍ଲକ୍‌ ଅନ୍ତର୍ଗତ ଛୋଟରାୟପୁର ଶାସନ ଗ୍ରାମରେ ଏକ କରୋନା ସଚେତନତା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କରୋନା ଯୋଦ୍ଧା ତଥା ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ସହକାରୀ ଅଧିକାରୀ ହାଡିବନ୍ଧୁ ନାୟକ ଏବଂ ଥାନାର ସମସ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁରେଶ କୁମାର ଦାଶ ଓ ବିଜୟ କୁମାର ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛୋଟରାୟପୁର ଗ୍ରାମର କୁଳମଣି ମାର୍ଥା, ଗୋଲଖ ବେହେରା, ରବୀନ୍ଦ୍ରନାଥ ଦାଶ, ପଣ୍ଡିତ ନୀଳକଣ୍ଠ ଆଚାର୍ଯ୍ୟ, କେଦାରନାଥ ଶତପଥୀ ଏବଂ ନିରଞ୍ଜନ ଶତପଥିଙ୍କ ସମେତ ଗ୍ରାମର ଆବାଳ ବୃଦ୍ଧ ବନିତା ଯୋଗ ଦେଇଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଦିଆଯାଇ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଥିଲା। ରମେଶ ଚନ୍ଦ୍ର ଦାଶ ଏବଂ ଅମ୍ବିକା ପ୍ରସାଦ ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Read More

ଭୁବନେଶ୍ବର : ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ଜରିଆରେ କହିଛନ୍ତି ଯେ ଓଡିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବିଶେଷକରି ଗଞ୍ଜାମ ଜିଲ୍ଲାରେ 40 ହଜାରରୁ ଅଧିକ ଲୋକ ଆସି ପହଂଚିଲେଣି । ଆହୁରି ମଧ୍ୟ ଆସିବେ । ସେମାନଙ୍କର ସଂପୂର୍ଣ୍ଣ ବ୍ୟବସ୍ଥା ଖାଲି 3 ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦେଇଦେଲେ ହେବନାହିଁ । ଅନ୍ୟାନ୍ୟ ସହଯୋଗୀ କାର୍ଯ୍ୟକ୍ରମ ସେଠାରେ ଆରମ୍ଭ କରିବାର ଆବଶ୍ୟକତା ରହିଛି । ବାଚସ୍ପତି ମହାଶୟ ନିଜେ କାଲି ଗଣମାଧ୍ୟମ ଜରିଆରେ କହିଥିଲେ ଯେ ଗାଁ ମଝିରେ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯାଇଛି । ରାତିରେ କେହି ରହୁନାହାନ୍ତି, ଘରକୁ ପଳାଉଛନ୍ତି । ତେଣୁ ଏ ସବୁ କାର୍ଯ୍ୟକ୍ରମକୁ ଆହୁରି ସୂଚାରୁ ରୂପେ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ସେ ଆହୁରି କହିଛନ୍ତି ଯେ ଆମେ ଯାହା ସରକାରଙ୍କୁ ପ୍ରସ୍ତାବ ଦେଲୁ ସରକାର ଆମ କଥା…

Read More

ଭୁବନେଶ୍ବର : କରୋନା ଆକକ୍ରାନ୍ତଙ୍କୁ ନେଇ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ଲକ୍ଷଣ ନଥିବା ରୋଗୀ ମାନେ ଘରେ ରହି ନିଜର ଚିକିତ୍ସା କରି ପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ପଜିଟିଭି୍‌ ଆସିଥିବା ବ୍ୟକ୍ତିଙ୍କର ଯଦି କୌଣସି ଲକ୍ଷଣ ନଥାଏ ତେବେ ସେ ଘରେ ରହି ଚିକିତ୍ସିତ ହୋଇ ପାରିବେ । ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ମଧ୍ୟ ସମାନ ନିୟମ ପ୍ରଯୁଜ୍ୟ । ଘରେ ରହି ଚିକିତ୍ସିତ ହେବାକୁ ହେଲେ ଉକ୍ତ ଆକ୍ରାନ୍ତଙ୍କ ପାଇଁ ଅଲଗା ଘର ଏବଂ ଅଲଗା ପାଇଖାନା ଜରୁରୀ ବୋଲି ମହାପାତ୍ର ସ୍ପଷ୍ଟ କରିଛନ୍ତି । ଆକ୍ରାନ୍ତଙ୍କ ହାତରେ ଷ୍ଟାମ୍ପ ଓ ବ୍ୟାଣ୍ଡ ଲଗାଯିବା ସହିତ ଘର ସାମ୍ନାରେ ଷ୍ଟିକର ଲଗାଯିବ । ଆକ୍ରାନ୍ତଙ୍କ ଦାୟିତ୍ବ ନେବାଲାଗି ସ୍ବତନ୍ତ୍ର ଭାବରେ ଘରର ଜଣେ ଲୋକ ରହିବ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତିନି ଜଣ ଆକ୍ରାନ୍ତ ଯାଜପୁର, ମୟୁରଭଞ୍ଜ ଏବଂ କଟକର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 394ରେ ପହଞ୍ଚିଛି । 394 ଆକ୍ରାନ୍ତଙ୍କ ମଧ୍ୟରୁ 85 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କର ପ୍ରାଣହାନି ଘଟିଛି । ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 306ରେ ପହଞ୍ଚିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 61ରେ ପହଞ୍ଚିଥିବା ବେଳେ ମୟୁରଭଞ୍ଜରେ 9 ଏବଂ କଟକରେ 3ରେ ପହଞ୍ଚିଛି ।

Read More

ଗୁରୁପଦ ବେରା କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ପରିସରରେ ସୂଚନା ଅଧିକାର କର୍ମୀ ଗଣଧାରଣାରେ ବସିଛନ୍ତି । କରୋନା ମହାମାରୀ ସମୟରେ ରାସନ ସାମଗ୍ରୀ ହେରଫେର ଅଭିଯୋଗରେ ଏହି ଗଣଧାରଣା କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କ ମୁଣ୍ଡ ପିଛା ୫ କିଲୋ ଚାଉଳ ଓ କାର୍ଡ ପିଛା ୩ କିଲୋ ଡାଲି ଦେବାର ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଅନେକ ଡିଲର ଏହି ନିର୍ଦ୍ଦେଶକୁ ଖୋଲା ଉଲ୍ଲଂଘନ କରୁଛନ୍ତି । କିଛି ଡିଲର କେବଳ ଚାଉଳ ଦେଇ ଖସିଯିବାକୁ ବସିଥିବା ବେଳେ ଅନେକ ସ୍ଥାନରେ ଚାଉଳ ଗଣ୍ଡିଏ ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚି ନାହିଁ । ଏଭଳି ଅନିୟମିତତାର ପ୍ରତିବାଦରେ ତଥା ସାଧାରଣ ଲୋକଙ୍କମ ହକ୍‌ ସେମାନଙ୍କ ନିକଟରେ ପହଞ୍ଚାଇବା ଦାବିରେ ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଗଣଧାରଣାରେ ବସିଛନ୍ତି ଏକାଧିକ ସୂଚନାଧିକାର କର୍ମୀ ।

Read More

ଗୁରୁପଦ ବେରା କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଖେଳୁଥିବା ବେଳେ ପୋଖରୀରେ ବୁଡି ପ୍ରାଣ ହରାଇଛି ଦୁଇ ବର୍ଷର ନିଷ୍ପାପ ଶିଶୁ। ଜମ୍ବୁ ପଞ୍ଚାୟତରେ ଘଟିଛି ଏହି ଅଭାବନୀୟ ଘଟଣା। ୮ ନମ୍ବର ଓ୍ବାର୍ଡର ନାରାୟଣ ରାୟଙ୍କ ୨ ବର୍ଷ ୧୦ ମାସର ଶିଶୁ ପୁତ୍ର ସମୀର ବାରି ପଟେ ଖେଳୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମା ସୁପ୍ରିୟା ରାୟ ପୁଅକୁ ଖୋଜି ନପାଇବା ପରେ ମୃତ ବାଳକର ପିତା ପୋଖରୀରେ ପସି ଖୋଜାଖୋଜି କରିଥିଲେ। ଏହାପରେ ସମୀରଙ୍କୁ ଉଦ୍ଧାର କରି ମୋଟର ସାଇକେଲ ଯୋଗେ ବାବର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି।

Read More

ଭୁବନେଶ୍ବର : ରାଜ୍ୟରେ ସୁସ୍ଥ ହୋଇଛନ୍ତି 17 କରୋନା ଆକ୍ରାନ୍ତ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏକା ସାଙ୍ଗରେ ଏତେ ରୋଗୀ ସୁସ୍ଥ ହେବା ଉତ୍ସାହଜନକ ରହିଛି । ସୋମବାର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ 85 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 7 ଜଣ ବ୍ୟକ୍ତି ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ 5 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଭଦ୍ରକରୁ ତିନି ଜଣ ଏବଂ ବାଲେଶ୍ବରରୁ ଦୁଇ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସମୁଦାୟ 391 ଜଣ ଆକ୍ରାନ୍ତ ରହିଥିବା ବେଳେ ତନ୍ମଧ୍ୟରୁ 85 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କର ପ୍ରାଣହାନି ଘଟିଛି ।

Read More

ତେହେରାନ୍‌ : ଇରାନ୍‌ ନୌସେନାର ସମରାଭ୍ୟାସ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ସମରାଭ୍ୟାସ ସମୟରେ ଏକ ମିସାଇଲ୍‌ ମାଡରେ ଏକ ଜାହାଜ ଧ୍ବଂସ ପାଇଯିବା ସହିତ 19 ଜଣ ନାବିକ ପ୍ରାଣ ହରାଇଛନ୍ତି । ସୋମବାର ଏହି ଭୟାନକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ ଚଳପ୍ରଚଳ କରୁଥିବା ଜାହଜକୁ ଲକ୍ଷ୍ୟଭେଦ କରିବାର ଥିବା ବେଳେ ଭୁଲ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ କାରଣରୁ 19 ଜଣ ନାବିକଙ୍କ ଦେହାନ୍ତ ଘଟିଥିଲା । ଏହି ଜାହାଜଟି କେଉଁ ଦେଶର ଏବଂ ନାବିକ ମାନଙ୍କର ପରିଚୟ ମିଳିନଥିବା ବେଳେ ଆମେରିକା ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ।

Read More

ଭୁବନେଶ୍ବର : କ୍ବାରେଣ୍ଟାଇନ୍‌ରେ ରହିବେ ଭୁବନେଶ୍ବର ଏମ୍ସର 4 ଡାକ୍ତର । ବାଧ୍ୟତାମୂଳକ ଭାବରେ 4 ଡାକ୍ତରଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ 4 ଡାକ୍ତର ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କର ଚିକିତ୍ସା କରିଥିଲେ । ଉକ୍ତ ଡ୍ରାଇଭର ଜଣକ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ 4 ଡାକ୍ତରଙ୍କୁ କ୍ବାରେଣ୍ଟାଇନ୍‌ରେ ପଠାଯାଇଛି । ଏହା ବ୍ୟତିତ ଦୁଇ ଜଣ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ।

Read More

କନ୍ଦର୍ପ ବେହେରା ରେଢାଖୋଲ: କିସିଣ୍ଡା ପାଖରେ ଥିବା ଏକ ଜଳ ପ୍ରପାତରେ ଗାଧୋଉଥିବା ସମୟରେ କଂଚନପୁର ଗ୍ରାମର ଜନୈକ ଯୁବକ ମୃତ୍ୟୁବରଣ କରିଛନ୍ତି। ପ୍ରକାଶ ଯେ, କିସିଣ୍ଡା ଥାନା କଂଚନପୁର ଗ୍ରାମର ବିରଂଚି ଭୋଇଙ୍କ ପୁଅ କୃତିବାସ ଭୋଇ(୨୪) ଗତକାଲି ଗିରିଶଚନ୍ଦ୍ରପୁରଠାରେ ଦେଦେରା ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ହଠାତ୍ ସେ ଗଭୀର ପାଣିରେ ବୁଡି ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ଖୋଜାଖୋଜି କରି ମଧ୍ୟ ପାଣିରୁ ପାଇ ନ ଥିଲେ। ଗତକାଲି ନାକଟିଦେଉଳ ଦମକଳ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲ। ଆଜି କିସିଣ୍ଡା ଥାନାଧିକାରୀ, ନାକଟିଦେଉଳ ଦମକଳବାହିନୀ ଏବଂ ସମ୍ବଲପୁର ଦମକଳବାହିନୀ ବାହିନୀ ପକ୍ଷରୁ ପୁନର୍ବାର ଖୋଜାଖୋଜି ଜାରି ରହିଥିଲା। ଦୀର୍ଘସମୟ ଧରି ଖୋଜିବା ପରେ ଜଳପ୍ରପାତ ମଧ୍ୟରୁ କୃତିବାସଙ୍କ ମୃତଦେହ ଉଦ୍ଧାର କରିଥିଲା ଦମକଳ ବାହିନୀ।

Read More

ଡେରାଡୁନ୍‌ : ଉତ୍ତରାଖଣ୍ତରେ ରହିଥିବା ଏକ ଯୋଗ ପ୍ରଶିକ୍ଷଣ କେନ୍ଦ୍ରରେ ଜଣେ ବିଦେଶୀ ମହିଳାଙ୍କୁ ଯୌନ ଉତ୍ପୀଡନ ମାମଲାରେ 3ଜଣଙ୍କୁ ଗିରଫ କରାଯାଇଛି । ଋଷିକେଶର ଏହି ଯୋଗ ସେଣ୍ଟରରେ ରହିଥିବା ଜଣେ ଜାପାନୀ ମହିଳାଙ୍କୁ ନିର୍ଯାତନା ମାମଲାରେ 2 ଜଣ ଯୋଗ ଗୁରୁ ଏବଂ ଜଣେ ପାଚକଙ୍କୁ ଗିରଫ କରାଯାଇଛି । ଶନିବାର ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସୋମବାର ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ୍‌ ପକ୍ଷରୁ ତିନି ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା 354 ଏ ଏବଂ 354ଡି ଆଧାରରେ ମାମଲା ରୁଜୁ କରାଯାଇଛି । ଗିରଫ ତିନି ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଯୋଗ ଗୁରୁ ଚନ୍ଦ୍ର କାନ୍ତ(32) ଏବଂ ହରିକିଶନ (43) ଓ ପାଚକ ସୋମରାଜ(23) ରହିଥିବା ନେଇ ପୋଲିସ୍‌ ସ୍ପଷ୍ଟ କରିଛି ।(ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ଉରାଢ ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ବାଡି ଖତଗଦା ନିକଟରେ ମହିଳାଙ୍କ ଦରପୋଡା ମୃତ ଶରୀର ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ ଉକ୍ତ ଗ୍ରାମର ସାରଦା ମଲ୍ଲିକଙ୍କ ପତ୍ନୀ ସଂଯୁକ୍ତା ମଲ୍ଲିକ ଗତକାଲି ରାତିରେ କିରୋସିନି ଢାଳିହୋଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ସକାଳ ଯାଏ ବାରିରେ ଜଳୁଥିଲା ଦରପୋଡା ମୃତ ଶରୀର । ପାଖରେ ଏକ କିରୋସିନି ଜାରକିନ୍ ଓ ଡିବି ଥୁଆହୋଇଥିବା ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ଏହି ଖବର ବିଜୁଳି ବେଗରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପି ଯାଇଥିଲା । ଖବର ପାଇ ତିର୍ତ୍ତୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି । ଘରୋଇ କଳିରୁ ଏପରି ଘଟିଥିବା ଶୁଣିବାକୁ ମିଳୁଛି । ତେବେ ଏହି ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ…

Read More

ଭୁବନେଶ୍ବର : ଉପ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହର କଲେ ଏମ୍‌କେସିଜି ମେଡିକାଲ କଲେଜର ଷ୍ଟାଫ୍‌ନର୍ସ । ଉପ ଜିଲ୍ଲାପାଳ, କୋଭିଡ୍‌ ହସ୍ପିଟାଲ ମୁଖ୍ୟ ଏବଂ ଏମ୍‌କେସିଜି ଅଧୀକ୍ଷକଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ପାଇଁ ଉପ ଜିଲ୍ଲାପାଳଙ୍କ ପକ୍ଷରୁ ଏସ୍‌ଓପି ପ୍ରଣୟନ କରାଯିବା ପରେ ଷ୍ଟାଫ୍‌ନର୍ସ ମାନେ ଧାରଣାରୁ ଓହରିଛନ୍ତି । ଏଣିକି ଷ୍ଟାଫ୍‌ ନର୍ସ ମାନଙ୍କ ରହିବା ପାଇଁ ପିଜି ହଷ୍ଟେଲର ବ୍ୟବସ୍ଥା କରାଯିବ । ଡ୍ୟୁଟି ସମୟରେ ଆବଶ୍ୟକ ପିପିଇ ଯୋଗାଇ ଦିଆଯିବ । ଏକ ମାସର ଡ୍ୟୁଟି ପରେ ବିଭିନ୍ନ ହୋଟେଲରେ ସେମାନଙ୍କର କ୍ବାରେଣ୍ଟିନ୍‌ର ବ୍ୟବସ୍ଥା କରାଯିବ । ଉପ ଜିଲ୍ଲାପାଳ ନର୍ସ ମାନଙ୍କ ସମସ୍ତ ସର୍ତ୍ତରେ ରାଜି ହେବା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯିବ ବୋଲି ଜଣାପଡିଛି ।

Read More

ଭୁବନେଶ୍ବର : ଆସନ୍ତା 20 ତାରିଖରୁ ମେଟ୍ରିକ୍‌ ପରୀକ୍ଷା ଖାତା ଦେଖିବା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ 6 ହଜାର ଅଧିକ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା ନେଇ ଜଣାପଡିଛି । ପୂର୍ବବତ 60ଟି କେନ୍ଦ୍ରରେ ଖାତା ଦେଖାଯିବ ମାତ୍ର 6 ହଜାର ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସାମାଜିକ ଦୂରତ୍ବକୁ ଗୁରୁତ୍ବ ପ୍ରଦାନ କରାଯାଇ 3ଟି ପର୍ଯ୍ୟାୟରେ ଖାତା ଦେଖାଯିବ । ଖାତାଦେଖିବା ପାଇଁ ସାମାଜିକ ଦୂରତ୍ବକୁ ପ୍ରାଧାନ୍ୟ ଦିଆଯାଇଛି । ମାସ୍କ ଏବଂ ସାନିଟାଇଜରର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସେହିପରି 6 ହଜାର ଅଧିକ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲେ ମଧ୍ୟ ଶିକ୍ଷକଙ୍କ କେନ୍ଦ୍ରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଖାତା ଦେଖିବା ପାଇଁ 20 ଦିନର ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହା 2-4ଦିନ ବଢିବାର ସମ୍ଭାବନା ରହିଛି ।

Read More

ଭୁବନେଶ୍ବର : ଲକ୍‌ଡାଉନ୍‌ କଟକଣା ହଟିବା ପରେ ଭୁବନେଶ୍ବର ବିମାନ ବନ୍ଦ ନନ୍‌ ଟଚ୍‌ ଭାବରେ କାର୍ଯ୍ୟ କରିବ । ଏଣିକି ବିମାନ ବନ୍ଦରର ପ୍ରତ୍ୟେକ କାର୍ଯ୍ୟ ପରସ୍ପରକୁ ନଛୁଇଁ କରାଯିବ । ଟର୍ମିନାଲଟୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ଏବଂ ଟିକେଟ୍‌ ଚେକିଂ ପାଇଁ ମଧ୍ୟ ନନ୍‌ଟଚ୍‌ ବ୍ୟବସ୍ଥା କରାଯିବ । ଏପରିକି ବିମାନ ଯାତ୍ରା ସମୟରେ ମଧ୍ୟ ନନ୍‌ଟଚ୍‌ ବ୍ୟବସ୍ଥା ଆପଣାଯିବ । ଟିକେଟ୍‌ ଚେକିଂ ଏବଂ ଚେକ୍‌ ଇନ୍‌ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ମେସିନ୍‌ର ବ୍ୟବହାର କରାଯିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ କର୍ମଚାରୀ ମାନେ ଟିକେଟ ହାତରେ ଧରି ଯାଞ୍ଚ କରୁଥିଲେ ।

Read More