ଚୀନ୍ : ଚୀନ୍ର ବୁହାନ ସହରରୁ କରୋନା ସାରା ବିଶ୍ବରେ ତାଣ୍ଡବ ରଚୁଥିବାବେଳେ ପୁଣି ଥିରେ ବୁହାନରେ ଏହି ଭାଇରସର ପ୍ରଭାବ ଦେଖିବାକୁ ମିଳିଛି। ଚୀନ୍ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୁହାନରେ ପୁଣି 14 ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବାର ସୂଚନା ରହିଛି। 2019 ମସିହାରେ ସର୍ବପ୍ରଥମେ ଏଠାରୁ ହିଁ ଏହି ଭାଇରସ୍ ଦେଖିବାକୁ ମିଳିଥିବା ପରେ ଚଳିତ ବର୍ଷ ଏପ୍ରିଲ୍ 3 ତାରିଖ ପରଠାରୁ ଏଠାରେ କରୋନା ସଂକ୍ରମଣର ମାମଲା ଆଉ ଆସିନଥିଲା। ସ୍ବାଭାବିକ ଅବସ୍ଥାକୁ ବୁହାନ୍ ଫେରିଆସିଥିବାବେଳ ସାରା ବିଶ୍ବ କିନ୍ତୁ କରୋନା କବଳରେ ଛଟପଟ ହେଉଛି। କିନ୍ତୁ 37 ଦିନ ପରେ ବୁହାନରେ ପୁର୍ନବାର କରୋନାର ପ୍ରଭାବ ଅନୁଭୂତ ହୋଇଛି। 2019 ମସିହାରେ ୱୁହାନରୁ ଏହି ଭାଇରସ୍ ଆରମ୍ଭ ହେବା ପରେ, ଚଳିତ ବର୍ଷ ଏପ୍ରିଲ୍ 3 ତାରିଖ ପରଠାରୁ ସେଠାରେ କୌଣସି ସଂକ୍ରମଣର ଘଟଣା ଦେଖିବାକୁ ମିଳି ନଥିଲା।…
Author: Samikhsya Bureau
ବିହାର, ବିହାର ରାଜ୍ୟରେ ଅଟକି ରହିଥିବା ଶହଶହ ଶ୍ରମିକ ନିଜ ରାଜ୍ୟକୁ ଫେରିବା ପାଇଁ ରେଳ ଷ୍ଟେସନ ଟିକେଟ କାଉଣ୍ଟର ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି। ଏହି ସମୟରେ ସେମାନେ ଯେପରି ସାମାଜିକ ଦୂରତା ବଜାଇ ରଖିବେ ସେଥି ପ୍ରତି ଦିଆଯାଇଛି ଧ୍ୟାନ।
ଭୁବନେଶ୍ବର : ରାଜ୍ୟରେ ଆହୁରି 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 15 ଜଣଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 377ରେ ପହଞ୍ଚିଛି । ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାକୁ ଛୁଇଁଛି କରୋନା । ବୌଦ୍ଧ ଜିଲ୍ଲାର 3 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 7 ଜଣ ଆକ୍ରାନ୍ତ ବାହାରିଥିବା ବେଳେ ଅନୁଗୁଳ ଏବଂ ପୁରୀରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆଜି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 377ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କର ପ୍ରାଣହାନି ଘଟିଛି ।
କନ୍ଦର୍ପ ବେହେରା ରେଢାଖୋଲ : ବର୍ତ୍ତମାନ ସାରା ବିଶ୍ୱରେ କରୋନା ମହାମାରୀ କାୟାବିସ୍ତାର କରିଥିବା ବେଳେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ଅବସରରେ ଭାରତ ସ୍କାଉଟ ଗାଇଡ ମାନଙ୍କ ଦ୍ୱାରା ଭିନ୍ନଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସ୍କାଉଟ ଗାଇଡ୍ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳୀପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଜିଲ୍ଲା ଆୟୋଜକ ସଚିବ ନରେନ୍ଦ୍ର କୁମାର ଦେହୁରୀଙ୍କ ନେତୃତ୍ୱରେ ରେଢାଖୋଲ ଉପଖଣ୍ଡର ତେରବେଡା, ମୁଟୁରୁମୁଣ୍ଡା, ଡଇଁଚା, ପାଇକମାଳ, ଶିମିଳିପାଳ ଆଦି ଅଂଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ବାଇକ ରାଲି ମାଧ୍ୟମରେ ଲୋକମାନଙ୍କୁ କରୋନା ଭାଇରସର ଭୟାବହତା ସଂପର୍କରେ ସଚେତନତା କରାଯାଇଥିଲା । ଏପରିକି ହାତ ଧୋଇବାର କୌଶଳ, ସାମାଜିକ ଦୂରତ୍ୱରକ୍ଷା, ମାସ୍କ ବ୍ୟବହାର ଆବଶ୍ୟକତା ସମ୍ବନ୍ଧରେ ସଚେତନତା କରାଯାଇଥିଲା । ଲକ୍ ଡାଉନ୍ ସମୟରେ ନିଜ ପରିବାର କଥା ଚିନ୍ତା ନ…
ହାଇଦ୍ରାବାଦ, ଆଉ ଚିନ୍ତା କରିବାର ନାହିଁ। କାରଣ ଟଙ୍କା, ମୋବାଇଲ ଫୋନ, ଲ୍ୟାପଟପ କିମ୍ବା ଆଇପାଡ ସବୁକୁ ଭୂତାଣୁ ମୁକ୍ତ କରିବା ବାହାରିଲା ଦୁଇଟି ଯନ୍ତ୍ର। ଯାହାକୁ କୁହାଯାଉଛି ‘ଧ୍ରୁବସ’ ଏବଂ ‘ନୋଟକ୍ଲିନସ’। ଏହି ଯନ୍ତ୍ରକୁ ନ ଛୁଇଁ ଆପଣ ଆପଣଙ୍କ ମୋବାଇଲ, ଲ୍ୟାପଟପ କିମ୍ବା ନୋଟ୍ କୁ ସାନାଟାଇଜସନ କରିପାରିବେ। ଏହି ଦୁଇଟି ଯନ୍ତ୍ରକୁ ବାହାର କରିଛନ୍ତି ହାଇଦ୍ରାବାଦସ୍ଥିତ ଡିଫେନସ ରିସର୍ଚ୍ଚ ଡେଭଲପ ଅରଗାନାଇଜେସନ ବା ଡିଆରଡିଓ। ଜାଣନ୍ତୁ ସେ ମେସିନ ଦ୍ବୟ କଣ କିପରି କାମ କରେ। ଧ୍ରୁବସ ଯନ୍ତ୍ରଟି କଣ ? ଡିଆରଡିଓର ‘ଧ୍ରୁବସ’ ଯନ୍ତ୍ରଟି ହେଉଛି ସ୍ପର୍ଶ ବିହୀନ ବିଶୋଧନ ଯନ୍ତ୍ର ବା କ୍ୟାବିନ ଯାହା ଇଲଟ୍ରୋନିକ୍ ଉପକରଣ ବିଶୋଧନ କରିବ। ଏହି ମେସିନ ଭିତରେ ଲାପଟପ, ମୋବାଇଲ କିମ୍ବା ଆଉପାଡ ଭର୍ତ୍ତ କଲେ କିଛି ସମୟ ଭିତରେ ତାହା ବିଶୋଧିତ ହୋଇ ବାହାରିବ। ଏହି ସଂସ୍ଥାର ଗବେଷକମାନେ ବହୁ ଦିନ ଧରି ସାଧାରଣ ଲୋକଙ୍କ…
କୋଲକାତା : ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ନେବା ପାଇଁ ସହାୟତା କରାଯାଉନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ କରାଯିବା ପରେ ରବିବାର ଟିଏମ୍ସି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଭିଯୋଗ କରାଯିବାର କିଛି ଦିନି ପୂର୍ବରୁ ବିଭିନ୍ନ ଟ୍ରେନ୍ ଗୁଡିକୁ ଅନୁମତି ପ୍ରଦାନ କରାଯାଇଥିଲା । ଏ ସମ୍ପର୍କିତ ଲିଖିତ କାଗଜପତ୍ର ଟ୍ବିଟ୍ କରିଛନ୍ତି ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ । ରାଜସ୍ଥାନ, କେରଳ, ତାମିଲନାଡୁ ଏବଂ ତେଲେଙ୍ଗାନାରୁ ଆସିବାକୁ ଥିବା 4ଟି ଟ୍ରେନ୍କୁ ଅନୁମତି ପ୍ରଦାନ କରାଯାଇଛି । ଗୃହମନ୍ତ୍ରୀ ଦୀର୍ଘ 40 ଦିନ ଧରି ନୀରବତା ଅବଲମ୍ବନ କରିଥିବା ବେଳେ ସାଧାରଣ ଲୋକଙ୍କୁ ମିଛ କହି ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବାନାର୍ଜୀ କହିଛନ୍ତି । (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୀଳାଦ୍ରିପ୍ରସାଦରେ କରୋନା ମୁକାବିଲାରେ ଯୋଦ୍ଧା ସାଜିଛି ପିପୁଲ୍ ଫଣ୍ଡ ଅଫ୍ ଅରାଙ୍ଗ ସ୍ବେଚ୍ଛାସେବୀ ସଙ୍ଗଠନ। ଆଦିବାସୀ ବହୁଳ ଏହି ଅଞ୍ଚଳରେ ସରକାରୀ ସହାୟତା ପହଞ୍ଚୁ ନଥିବା ବେଳେ ଲକ୍ଡାଉନ୍ରେ ଅନାହାରଙ୍କୁ ରାସନଠୁ ଆରମ୍ଭ କରି ରନ୍ଧାଖାଦ୍ୟ ପ୍ରଦାନ କରୁଛି ଏହି ସଙ୍ଗଠନ। ନିଳାଦ୍ରିପ୍ରସାଦ ଅନ୍ତର୍ଗତ ଅରାଙ୍ଗ ଗ୍ରାମର କିଛି ଯୁବକ ନିଜ ନିଜ ପକେଟ ଖର୍ଚ୍ଚରୁ କାଟି ନିୟମିତ ଭାବରେ ଗରିବ ଓ ଅସହାୟ ଲୋକଙ୍କୁ ସହାୟତା କରୁଛନ୍ତି। ଗାଁରେ ବୁଲି ବୁଲି ରାସନ ଏବଂ ରନ୍ଧାଖାଦ୍ୟ ବାଣ୍ଟିବା ସହିତ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଉଛନ୍ତି। ସଙ୍ଗଠନ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଜରୀପଡା, ମୁଦୁଲିଡିହ, ଖୁଣ୍ଟପଲ୍ଲୀ, ନିଳାଦ୍ରୀ, ବ୍ରହ୍ମପଡା, ହାତୀବାରି, କଶୀପଡା ଏବଂ କରଞ୍ଜପଲ୍ଲି ଅଞ୍ଚଳରେ ସହାୟତା କରାଯାଉଛି। ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପରଠାରୁ ପ୍ରତ୍ୟହ ଯୁବକ ମାନେ ଏହି ମହନୀୟ କାର୍ଯ୍ୟ କରୁଛନ୍ତି। ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ…
ନୂଆଦିଲ୍ଲୀ, ଚୁଟି, ନିଶଦାଢି କାଟିବା ପାଇଁ ହରିୟାନର ଗୁରୁଗାଁଓର ଏକ ସାଲୁନ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଏହି ସାଲୁନର କର୍ମଚାରୀମାନେ ପିପିଇ ବା ପର୍ସନାଲ ପ୍ରୋଟେକସନସ ଇକ୍ୟୁପମେଣ୍ଟସ୍ ପିନ୍ଧି କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ହେବାର ଭୟ ଥିବାରୁ ସାଲୁନ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଲକ ଡାଉନର କଡା ନିୟମ ଅନୁସାରେ ବର୍ତ୍ତମାନ ସାଲୁନ ଖୋଲିବା ପାଇଁ ବାରଣ କରାଯାଇଛି। ହେଲେ ଏହି ସାଲୁନ ତରଫରୁ ଯେଉଁ ପଦକ୍ଷେପ ନିଆଯାଇଛି ସେଥିରେ ତାଙ୍କୁ କେହି ମନା କରିପାରିବ ନାହିଁ ବୋଲି ଜଣେ ଗ୍ରାହକ କହିଛନ୍ତି। ବର୍ତ୍ତମାନ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସେଠାକୁ ଆସୁଥିବା ଗ୍ରାହକମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି। ଦୀର୍ଘ ଦୁଇମାସ ଧରି ସାରା ଭାରତ ଲକଡାଉନରେ ରହିବା ପରେ ଲୋକମାନେ ଚୁଟି କାଟିବା ଏକ ସମସ୍ୟା ସୃଷ୍ଟି ହୋଇଛି। ସେହି ସମସ୍ୟାକୁ ବର୍ତ୍ତମାନ ଏହି ସାଲୁନ ମାଲିକ କିଛିଟା ହାଲକା କରିଦେଇଛନ୍ତି।
ଗୁରୁପଦ ବେରା କେନ୍ଦ୍ରାପଡା : କରୋନା ଜନିତ ଲକ୍ ଡାଉନ ସମୟରେ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ । କେନ୍ଦ୍ରାପଡ଼ାର ଜାତୀୟ ରାଜପଥ ଓ ସହରରେ ଭିକ୍ଷା ବୃତ୍ତି କରି ଚଲୁଥିବା କିନ୍ନର ମାନେ ମଧ୍ୟ ନିଜା ରୋଜଗାର ହରାଇ ଭୋକ ଉପାଶରେ କାଳାତିପାତ କରୁଛନ୍ତି । ଏନେଇ ସମାଜସେବୀ ସୁନୀଲ ମହାପାତ୍ରଙ୍କ ଠାରୁ ଖବର ପାଇ ପାରାଦ୍ୱୀପ ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ସେମାନଙ୍କୁ ସହାୟତାର ହାତ ବଢ଼ାଇଛି । ଟ୍ରଷ୍ଟର ସଭାପତି ସଚିତ୍ର କୁମାର ରାଉତ, ସୁରେଶ ଚନ୍ଦ୍ର ଦାସ, ଓ ସ୍ମୃତିରେଖା ପାତ୍ର ପ୍ରମୁଖ ଏମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ସାବୁନ, ମାସ୍କ, ସାନିଟାଇଜ ବଣ୍ଟନ କରିଥିଲେ। ଡିଏସ୍ପି କାର୍ତିକ ଚନ୍ଦ୍ର ମଲ୍ଲିକ, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ କିନ୍ନର ମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ସେମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ରହିବା ପାଇଁ ନିଜସ୍ୱ…
ରମେଶ ମହାନ୍ତି ଜଗତସିଂହପୁର : କରୋନା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତି ମାନଙ୍କୁ ସ୍ୱାବ ସଂଗ୍ରହ ପରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ ଦିଗରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଗୁରୁତ୍ବ ଦେଇଛନ୍ତି। ଗତକାଲି ସୁଦ୍ଧା ଜିଲ୍ଲାର ୧୯୮ଟି ପଞ୍ଚାୟତରେ ୨୮୮ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୧୦,୨୩୩ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ ଜଗତସିଂହପୁର ଓ ପାରାଦ୍ୱୀପ ପୌରାଞ୍ଚଳରେ ୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୧୧୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଏଥିସହିତ ୯ ତାରିଖ ୧୦୫ଜଣ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଆସିଛନ୍ତି। ତାମିଲନାଡୁରୁ ୫ଜଣ, ଝାଡ଼ଖଣ୍ଡରୁ୍ ୩ଜଣ,ପଶ୍ଚିମବଙ୍ଗରୁ ୧୯ଜଣ, ମଧ୍ୟପ୍ରଦେଶରୁ ୨ଜଣ, ଛତିଶଗଡ଼ରୁ ୪ଜଣ,ତେଲେଙ୍ଗାନାରୁ ୬୫ଜଣ, ଆନ୍ଧ୍ରପ୍ରଦେଶରୁ ୨ଜଣ, ଉତ୍ତରପ୍ରଦେଶରୁ ୧ଜଣ, ମହାରାଷ୍ଟ୍ରରୁ ୨ଜଣ, ଗୁଜୁରାଟରୁ ୧ଜଣ, କେନ୍ଦୁଝରରୁ ୧ଜଣଙ୍କ ସହ ୫ଜଣ ସ୍ୱାସ୍ଥ୍ୟବିଭାଗ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଗତସିଂହପୁର ମ୍ୟୁନିସିପାଲିଟିରୁ…
ନୂଆଦିଲ୍ଲୀ/ଭୁବନେଶ୍ବର : ସୁଦୂର ଆମେରିକାରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡିଆଙ୍କ ସହିତ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆମେରିକାର ବିଭିନ୍ନ ପ୍ରମୁଖ ସହରରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡିଆଙ୍କ ସହିତ ଧର୍ମେନ୍ଦ୍ରଏହି ଭିଡିଓ କନ୍ଫରେନ୍ସିଂରେ ସାମିଲ ହୋଇଥିଲେ । https://www.youtube.com/watch?v=Em6FCheG3bY କରୋନା ମହାମାରୀ ସମୟରେ ଦେଶ ତଥା ରାଜ୍ୟର ବିକାଶ ପାଇଁ ନୂତନ ରାସ୍ତା ବାହାର କରିବା ପାଇଁ ଏଥିରେ ଆଲୋଚନା ହୋଇଥିଲା । ଆମେରିକାର 8ଟି ପ୍ରମୁଖ ସହର ହ୍ୟୁଷ୍ଟନ, ସାନଫ୍ରାନସିସ୍କୋ, କାଲିଫର୍ଣ୍ଣିଆ, ଓ୍ବାଶିଂଟନ୍, ଫ୍ଲୋରିଡା, ମିନିସାଟୋ, ଆଲବାମାଳ ନ୍ୟୁୟର୍କରେ ବସବାସ କରୁଥିବା 18ରୁ ଅଧିକ ପ୍ରତିଷ୍ଠିତ ଓଡିଆଙ୍କ ସହିତ ଧର୍ମେନ୍ଦ୍ର ଆଲୋଚନା କରିଥିଲେ । ଓଡିଆ ମାନେ ବିଭିନ୍ନ ପ୍ରଭାବଶାଳୀ ପଦ ପଦବୀରେ ରହିଥିବା ବେଳେ କରୋନା ଭଳି ଘଡିସନ୍ଧି ମୂହୂର୍ତ୍ତରେ ମିଳିତ ପ୍ରଚେଷ୍ଟା ଜରିଆରେ ଓଡିଶାକୁ ଏକ ନୂତନ ଶିଖରରେ ପହଞ୍ଚାଇବା ଉଚିତ୍ ବୋଲି ଧର୍ମେନ୍ଦ୍ର ମତ ଦେଇଥିଲେ । ସେହିପରି…
ଭୁବନେଶ୍ବର : ରାଜ୍ୟରେ ଆଉ 10 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଏବଂ ଯାଜପୁରରୁ ଏହି 10ଟି ଯାକ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଭଦ୍ରକରୁ 6ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ 4 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 31ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 59ରେ ପହଞ୍ଚିଛି । ଏହି ନୂତନ 10 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା 362ରେ ପହଞ୍ଚିଛି ।
ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ଆସନ୍ତା କାଲି ଏହାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୋଦି ଏହି ଆଲୋଚନା କରିବେ । ସୋମବାର ମେ,11 ତାରିଖ 3ଟା ସମୟରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଲକ୍ଡାଉନ୍ ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 63 ହଜାର ଅତିକ୍ରମ କରିସାରିଥିବା ବେଳେ ବିଗତ 24 ଘଣ୍ଟା ମଧ୍ୟରେ 127 ଜଣଙ୍କର ପ୍ରାଣହାନି ଘଟିଛି ।(ଏଜେନ୍ସି)
ନୂଆଦିଲ୍ଲୀ : କରୋନା ସମୟରେ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଭୂତ ହୋଇଛି ଏକ ମୃଦୁ ଭୂକମ୍ପ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତ୍ରୀବ୍ରତା 3.5 ରହିଥିଲା । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର ପ୍ରଭାବ କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା । ଅପରାହ୍ନ ପ୍ରାୟ 2ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଏଥିରେ କାହାର କିଛି କ୍ଷତି ହୋଇନଥିବା ପ୍ରକାଶ । (ଏଜେନ୍ସି)
ରାୟପୁର : ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ କୋମାକୁ ଯାଇଛନ୍ତି । ଗତକାଲି ଠାରୁ ଭେଣ୍ଟିଲେଟରରେ ରହିଥିବା ଯୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ସହିତ ସେ କୋମାକୁ ଯାଇଥିବା ଜଣାପଡିଛି । ରାୟପୁରର ଶ୍ରୀ ନାରାୟଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯୋଗୀଙ୍କୁ ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ଅବଜର୍ଭେସନ୍ରେ ରଖାଯିବ ବୋଲି ଜଣାପଡିଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶନିବାର ହୃଦ୍ଘାତ କାରଣରୁ ନିଜ ବାସଭବନର ପଡିଆରେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ ଅଜିତ୍ ଯୋଗୀ । (ଏଜେନ୍ସି)
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ରାଜ୍ୟବ୍ୟାପୀ କରୋନା ସଙ୍କଟ ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ଡିଜିପି । ଏହି ଗସ୍ତ ସମୟରେ କରୋନା ମୁକାବିଲାକୁ ନେଇ ପୋଲିସର ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି ଡିଜିପି ଏବଂ ଡିଆଇଜି । ଗଞ୍ଜାମ ଏବଂ ବ୍ରହ୍ମପୁର ଏସ୍ପିଙ୍କ ସହିତ ଆଲୋଚନା କରିଛନ୍ତି ଉଭୟୂ ଡିଜିପି ଏବଂ ଡିଆଇଜି । ଏହାପରେ ଗିରିସୋଲା ଗେଟରେ ଅନ୍ୟାନ୍ୟ ପୋଲିସ୍ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରାଯାଇଥିଲା । ଗର୍ଭବତୀ ମହିଳା ପୋଲିସଙ୍କୁ କର୍ତ୍ତବ୍ୟରୁ ବାଦ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଖରାରେ ଡ୍ୟୁଟି କରୁଥିବା ସମସ୍ତ କର୍ମଚାରୀଙ୍କୁ ଛତା ଏବଂ ଚଷମା ଯୋଗାଇ ଦେବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଥିଲେ । ନିୟମିତ ଭାବରେ ସାମଜିକ ଦୂରତ୍ବକୁ ମାନି କର୍ତ୍ତବ୍ୟ ପାଳନ କରିବା ପାଇଁ ଡିଜିପି ପରାମର୍ଶ ଦେଇଥିଲେ । ତେବେ ଏହି ବୈଠକରେ ପୋଲିସ୍ କର୍ମୀଙ୍କ…
ସୌଭାଗ୍ୟ ରଂଜନ ମହାନ୍ତି ଆଜିକାଲି ବାପା, ମାଆ ଏବଂ ସନ୍ତାନମାନଙ୍କ ସମ୍ପର୍କକୁ କେନ୍ଦ୍ର କରି କେତେ କଥା, କେତେ ଦୃଶ୍ୟ ଗାଁ ରୁ ସହର ଯାଏଁ-ସବୁଠି । କେଉଁଠି ଗୋଟିଏ ଛାତ ତଳେ ଥାଇ ବି ଅଲଗା ହାଣ୍ଡି, ଆଉ କେଉଁଠି ସନ୍ତାନମାନଙ୍କ ମଧ୍ୟରେ ବାପା-ମାଆଙ୍କ ଭାଗ-ବଂଟା, କିଏ କେବେ କାହା ଘରେ ଖାଇବ । ଆଜି ତା ପିଣ୍ଡା, କାଲି ୟା ପିଣ୍ଡାରେ ଭାତ ଥାଳି । ଯେମିତିକି ମଣିଷ ନୁହଁନ୍ତି, ପଦାର୍ଥ । ଯେଉଁ ‘ମାଆ’ ଦଶମାସ ଦଶ ଦିନ ଧରି ଗର୍ଭ ଧାରଣ କରି ନିଜ ସନ୍ତାନକୁ ଦେଖାଇଥାଏ ପ୍ରଥମ ସୂର୍ଯ୍ୟଲୋକ । ଯାର ହାତ ଧରି କୁନି କୁନି ପାଦରେ ଚାଲିବା ଶିଖାଇ ଥାଏ, ନିଜେ ନଖାଇ ସନ୍ତାନକୁ ଖୁଆଇ ପିଆଇ ବଡ କରିଥାଏ । ଯେଉଁ ମାଆ ଶିଶୁର ଆଦ୍ୟଗୁରୁ ସାଜି ଶିକ୍ଷା ଦାନ କରିଥାଏ, ଯିଏ କି ଛୁଆ ପାଇଁ ସାଜିଥାଏ, କଲ୍ୟାଣମୟୀ,…
ହାଇଦ୍ରାବାଦ : ହାଇଦ୍ରାବାଦର ଜଣେ 80 ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ 22 ବର୍ଷୀୟ ମହିଳା । ତେବେ ଏହା ସହିତ ଉକ୍ତ ବ୍ୟକ୍ତି ଜଣକ ଉକ୍ତ ମହିଳାଙ୍କ ବିରୋଧରେ ଚୋରିର ଅଭିଯୋଗ ଆଣିଛନ୍ତି । ଘଟଣାଟି ଏହିପରିକି, ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ରହୁଥିବା ଉକ୍ତ 80 ବର୍ଷର ବୃଦ୍ଧଙ୍କ ଘରେ ରହୁଥିବା ଉକ୍ତ 22 ବର୍ଷୀୟା ମହିଳା ଜଣଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏହା ସହିତ ତାଙ୍କର ମହଙ୍ଗା ଘଣ୍ଟା ଚୋରି କରିଥିବା ନେଇ ବୃଦ୍ଧ ଜଣକ ମହିଳା ଏବଂ ତାଙ୍କର ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ବଞ୍ଜାରା ହିଲ୍ସ ଇନ୍ସପେକ୍ଟର କଳିଙ୍ଗ ରାଓଙ୍କ ଅନୁଯାୟୀ, ନିଜର ବିବାହ ବିଚ୍ଛେଦ ପରେ ନିଜର ପୁରୁଷ ବନ୍ଧୁଙ୍କ ସହିତ ମହିଳା ଜଣଙ୍କ ନିଜ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଏପ୍ରିଲ୍ 3 ତାରିଖରେ ବୃଦ୍ଧ ବ୍ୟକ୍ତି ଜଣକ ତାଙ୍କୁ ମଦ୍ୟପାନ କରିବାକୁ ଦେଇ…
ଅନୁଗୁଳ : ଆଜି ପ୍ରଥମଥର ପାଇଁ ଅନୁଗୁଳ ଜିଲ୍ଲାରେ 13 କରୋନା ପଜଟିଭ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେବା ସ୍ବରୂପ ଅନୁଗୁଳ ଜିଲ୍ଲାକୁ ରେଡ ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ମନୋଜ ମହାନ୍ତି । ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା 58 ଜଣ କରୋନା ପଜିଟିଭଙ୍କ ମଧ୍ୟରୁ କେବଳ ଅନୁଗୁଳ ଜିଲ୍ଲାରୁ 13 ଜଣ ପଜଟିଭ ରହିଛନ୍ତି। ଜିଲ୍ଲାରେ 13 ଜଣ ପଜିଟିଭ୍ ବାହାରିବା ପରେ ଏହି ଜିଲ୍ଲାକୁ ରେଡ୍ ଜୋନ୍ର ଘୋଷଣା କରିବା ସହ ରେଡ୍ ଜୋନ ଭଳି କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସୂଚନାଯୋଗ୍ୟ ଯେ, ଆଜି ଅନୁଗୁଳରୁ ଚିହ୍ନଟ ହୋଇଥିବା 13 ଜଣଙ୍କ ମଧ୍ୟରୁ 11ଜଣ ସୁରତ ଫେରନ୍ତା ରହିଥିବାବେଳେ ଓ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ସୂଚନା ରହିଛି। ଅପରପକ୍ଷରେ ଅନ୍ୟ ଜଣେ କରୋନା ଆକ୍ରାନ୍ତ ସ୍ଥାନୀୟ ବ୍ୟକ୍ତି ବୋଲି ମଧ୍ୟ ସୂଚନା…

