କନ୍ଦର୍ପ ବେହେରା ରେଢାଖୋଲ: ସାରା ଦେଶରେ କରୋନା ପାଇଁ ଲକ୍ ଡାଉନ୍ ଚାଲିଥିବା ବେଳେ ରେଢାଖୋଲରେ କାମ କରିବାକୁ ଆସିଥିବା କିଛି ବଙ୍ଗାଳୀ ଲୋକ ଆଜି ସାଇକେଲରେ ପଶ୍ଚିମବଙ୍ଗ ଯାତ୍ରା କରିଛନ୍ତି। ପ୍ରକାଶ ଯେ ବହୁମାସ ହେଲା ସେମାନେ ରେଢାଖୋଲରେ ଏକ ବ୍ରିଜ୍ କାମରେ ନିୟୋଜିତ ଥିଲେ। ଲକ୍ ଡାଉନ୍ ଯୋଗୁଁ ସେମାନେ ଘରକୁ ଫେରିପାରି ନ ଥିଲେ ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଏମିତି ବହୁ ଶ୍ରମିକ ରେଢାଖୋଲ ଅଂଚଳରେ ପଶ୍ଚିମବଙ୍ଗରୁ ଆସି ଫସିରହିଥିଲେ ମଧ୍ୟ ସେମାନେ ଘରକୁ ଫେରିପାରୁନାହାନ୍ତି। ପଶ୍ଚିମବଙ୍ଗ ସରକାର ଏମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାର କୌଣସି ଉଦ୍ୟମ କରିନଥିବାବେଳେ ସେମାନେ ସାଇକେଲ୍ରେ ନିଜ ରାଜ୍ୟକୁ ବାହୁଡିବା ପାଇଁ ପ୍ରସ୍ତୁତି ଆରମ୍ଭକରିଛନ୍ତି। ସାଇକେଲରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ବାହାରିଛନ୍ତି ପଶ୍ଚିମବଙ୍ଗ। ଏପରି ସମୟରେ ଏହି ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବା ପାଇଁ ପଶ୍ଚିମବଙ୍ଗ ସରକାର ଉଦ୍ୟମ କରିବା ଜରୁରୀ।
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାର ପ୍ରଭାବ ବିସ୍ତାରକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍ସାହିତ ବାର୍ତ୍ତା ଚିଅର୍ ଅପ୍ ଇୟୋର ଟିମ୍ ପ୍ରଦାନ କରିଛନ୍ତି ଫାଇଭ୍ ଟି ସଚ୍ଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍। ପ୍ରାରମ୍ଭରୁ ଗଞ୍ଜାମ ଜିଲ୍ଲା କରୋନା ମୁକାବିଲାରେ ସଫଳତା ପ୍ରଦର୍ଶନ କରିଆସିଛି । ପର୍ଯ୍ୟାୟ କ୍ରମେ ଏହା ଗ୍ରୀନ୍ ରୁ ଅରେଞ୍ଜ ଏବଂ ରେଡ୍ ଜୋନ୍ ହୋଇଯାଇଛି। ଏହି ଆହ୍ବାନକୁ ଧର୍ଯ୍ୟର ସହିତ ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଏବଂ ତାଙ୍କ ଟିମ୍ କୁ ଫାଇଭ ଟି ସଚିବ ତାରିଫ୍ କରିଛନ୍ତି । ଏଥିରେ ମଧ୍ୟ ସେ ବ୍ୟକ୍ତିଗତ ଭାବେ ସାମିଲ୍ ହେବେ ବୋଲି ପ୍ରକାଶ କରିଛନ୍ତି। ଓଡିଶାରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ଲୋକ ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଥିଲେ। କରୋନା ଲକ୍ ଡାଉନ୍ ପାଇଁ କର୍ମ ସଂସ୍ଥାନ ବନ୍ଦ ହୋଇଯିବାରୁ ସେମାନଙ୍କର ଦୁର୍ଦ୍ଦଶା ବଢିଯାଇଥିଲା। ମଇ ୩ ତାରିଖ…
ଚେନ୍ନାଇ : ସାରା ବିଶ୍ବରେ ତାଣ୍ଡବ ରଚୁଥିବା କରୋନାରୁ ମୁକ୍ତି ତଥା ପ୍ରତିଷେଧକ ପ୍ରସ୍ତୁତି ପାଇଁ ସମେସ୍ତ ଉଦ୍ୟମରତ ରହିଛନ୍ତି। ଏଥିପାଇଁ ଭାରତ ସମେତ ବହୁ ବଡ ବଡ ଦେଶ ଏହି ରୋଗର ନିଦାନ ପାଇଁ ଚେଷ୍ଟା ଚଳାଇଛନ୍ତି। ଏହା ମଧ୍ୟରେ ଚେନ୍ନାଇର ଜଣେ ଡାକ୍ତର କରୋନା ଭାଇରସର ଚିକିତ୍ସା ପାଇଁ ଏକ ମେଡିସିନ୍ର ପରୀକ୍ଷଣ କରୁଥିଲେ। କିନ୍ତୁ ସେ ନିଜ ଉପରେ ଏହି ମେଡିସିନ୍ର ପ୍ରୟୋଗ କରିବା ସମୟରେ ଡାକ୍ତରଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଚେନ୍ନାଇର ପେରୁଂଗୁଡିର ରହୁଥିବା ଶିବନେସନ ନାମକ ଜଣେ ଆୟୁର୍ବେଦିକ ଉତ୍ପାଦନ କମ୍ପାନୀ ସହିତ ଫାର୍ମାସିଷ୍ଟ୍ ଓ ପ୍ରଡକ୍ସନ୍ ମ୍ୟାନଜେର୍ ରୂପରେ କାମ କରୁଥିଲେ। ଏହା ମଧ୍ୟରେ କରୋନା ଭାଇରସ ସହ ମୁକାବିଲା ପାଇଁ ଶିବନେସନ୍ ଓ ତାଙ୍କ ଉପରିସ୍ଥ କର୍ମଚାରୀ ରାଜକୁମାର କରୋନା ବିପକ୍ଷରେ ଏକ ଔଷଧକୁ ନେଇ ପରୀକ୍ଷାରେ ବ୍ୟସ୍ତ ରହିଥିଲେ। କରୋନା ପାଇଁ ପ୍ରସ୍ତୁତ କରୁଥିବା ଔଷଧଟିକୁ ନିଜ…
ହେମାଙ୍ଗ ରାଉଳ ବ୍ରହ୍ମପୁର : କୁକୁଡାଖଣ୍ଡି ବ୍ଲକ ସଦର ଥାନା ଅନ୍ତର୍ଗତ ରହିଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ସଂଘର୍ଷରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ପୂର୍ଣ୍ଣଜେନା। ପୂର୍ବତନ ବିଜେଡ଼ି ସଭାପତି ଥିବା ଅଶୋକ ଜେନାଙ୍କୁ ଏହି ଗୋଷ୍ଠୀ 3 ବର୍ଷ ପୂର୍ବେ ହତ୍ୟା କରାଯାଇଥିବାର ସୂଚନା ରହିଛି । ପୁନଶ୍ଚ ଅଶୋକ ଜେନାଙ୍କ ଭାଇ ପୂର୍ଣ୍ଣ ଜେନାଙ୍କୁ ପୁଣି ସଙ୍ଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରାଯାଇଛି । ଆଜି ସେ ତାଙ୍କ ବିଲରେ କାମ କରୁଥିବା ବେଳେ କିଛି ବିରୋଧୀ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ତାଙ୍କ ଗୋଡ ଏବଂ ଶରୀରରେ ଆଘାତ ଲାଗିଥିବାର ଜଣାପଡିଛି। ଏହି ଆକ୍ରମଣରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ କାନ୍ଧରେ କୌଣସି ଧାରୁଆ ଅସ୍ତ୍ର କିମ୍ବା ଖଣ୍ଡା ଦ୍ଵାରା ଦୁଇ ଚୋଟ ପଡିଥିବା ସୂଚନା । ଘଟଣା ସ୍ଥଳରେ ସାଦର ଥାନା…
ଭୁବନେଶ୍ୱର: ଶ୍ରମିକ ଏବଂ ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି କୋଭିଡ-19 ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ। ସେ କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ପ୍ରାୟ 20 କୋଟି ପ୍ରବାସୀ କାମ କରୁଛନ୍ତି। ସେହିପରି ବାର ଲକ୍ଷ ସତୁରୀ ହଜାର ଲୋକ ବାହାର ରାଜ୍ୟରେ କାମ କରୁଥିବାବେଳେ ଓଡ଼ିଶାକୁ ବାହାର ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 60 ହଜାର ପ୍ରବାସୀ ଆସିଛନ୍ତି ବୋଲି ବାଗ୍ଚୀ କହିଛନ୍ତି। ଭାରତର 100ଟି ପରିବାର ମଧ୍ୟରୁ 16ଟି ପରିବାର ବାହାରକୁ ଯାଇଥା’ନ୍ତି ବୋଲି ବାଗ୍ଚୀ କହିଛନ୍ତି । ପ୍ରାୟ 92 ପ୍ରତିଶତ ଅଣସଂଗଠିତ କ୍ଷେତ୍ରରେ କାମ କରନ୍ତି। ପ୍ରତିଟି ଲୋକର ରାଜ୍ୟକୁ ଫେରିବାର ଆଇନଗତ ଅଧିକାର ରହିଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ କାହାକୁ ବାହାରେ ଅଟକ ରଖାଯାଇପାରିବ ନାହିଁ ବୋଲି କହିଛନ୍ତି ବାଗ୍ଚୀ। ପ୍ରଥମ ତିନୋଟି ପର୍ଯ୍ୟାୟରେ ରାଜ୍ୟବାସୀ ତ୍ୟାଗ ଓ ଧେର୍ଯ୍ୟ ଦେଖାଇଥିବାବେଳେ ଚତୁର୍ଥ ପର୍ଯ୍ୟାୟ ଲଢେଇ ବ୍ୟୁହଭେଦର ପର୍ଯ୍ୟାୟ।…
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଓ ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶକ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 1-୧୪ ଦିନ କ୍ୱାରାଣ୍ଟାଇନ୍ ଅବଧି ପୂରଣ ପରେ କେତେକ କ୍ଷେତ୍ରରେ କୋଭିଡ୍-୧୯ ଚିହ୍ନଟ ହେବା ଲକ୍ଷ୍ୟ କରି ତଥା ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ଏବଂ କୋଭିଡ୍-୧୯ ରୋଗପୁଷ୍ଟି ଅବଧି ସଂପର୍କିତ କେତେକ ରିପୋର୍ଟକୁ ବିଚାର କରି ପୂର୍ବରୁ ଘୋଷିତ ୧୪ ଦିନ କ୍ୱାରାଣ୍ଟାଇନ୍ ଅବଧିକୁ ରାଜ୍ୟ ସରକାର ୨୮ ଦିନକୁ ବୃଦ୍ଧି କରିଛନ୍ତି। ଓଡ଼ିଶାକୁ ଫେରୁଥିବା ସମସ୍ତ ବ୍ୟକ୍ତି ୨୮ ଦିନ…
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସଂବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ। ମୂଲ୍ୟାୟନକାରୀମାନେ ନିଜ ଘରେ ରହି ପରୀକ୍ଷା ଖାତା ଦେଖିବେ। ମୂଲ୍ୟାୟନ କେନ୍ଦ୍ର ଭାବେ ଚୟନ କରାଯାଇଥିବା ତିନି ହଜାରଟି ସ୍କୁଲରୁ ପରୀକ୍ଷା ଖାତା ଶିକ୍ଷକମାନଙ୍କ ଘରକୁ ଯିବ ଏବଂ ସେମାନେ ଖାତା ଦେଖିବା ପରେ ସେଗୁଡ଼ିକ ପୁଣି କେନ୍ଦ୍ରକୁ ଫେରିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। 50 ଦିନ ଭିତରେ ଖାତା ଦେଖା ସରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସବୁ ସ୍ଥାନ ପାଇଁ ଏହି ଅନୁମତି ଦିଆଯାଇଛି।
କନ୍ଦର୍ପ ବେହେରା ରେଢାଖୋଲ: ରାଜ୍ୟରେ ଦିନକୁ ଦିନ ନାରୀ ଅତ୍ୟାଚାର ବଢିଚାଲିଛି। ସରକାର ଯେତେ ନୀତି ନିୟମ ବାହାର କରିଥିଲେ ମଧ୍ୟ ଅପରାଧିମାନେ ନାରୀମାନଙ୍କ ପ୍ରତି ପାଶବିକ ଅତ୍ୟାଚାର କରୁଛନ୍ତି। ଏଭଳି ଏକ ଘଟଣା ଘଟିଛି ନାକଟିଦେଉଳ ବ୍ଲକ୍ ଜାମୁଜୋରି ପଂଚାୟତର କୁଡାନାଳି ଗ୍ରାମରେ । ଜନୈକା ଦିବ୍ୟାଙ୍ଗ ମହିଳା (୨୮)ଗତ ତା ୮/୫ ରେ ସକାଳ ୯ ଘଟିକା ସମୟରେ ତାଙ୍କ ଖୁଡି ଘରକୁ ବୁଲିବାକୁ ଯାଇଥିବା ସମୟରେ ଘରେ କେହି ନଥିବାର ସୁଯୋଗ ପାଇ ଗ୍ରାମର ବୈରାଗୀ ମାଝି ନାମକ ବ୍ୟକ୍ତି ତାଙ୍କ ଘରକୁ ନେଇ ଜୋର ଜବରଦସ୍ତ ଏକ କୋଠରୀ ଭିତରେ ରଖି ଦୁଷ୍କର୍ମ କରିଥିଲା। ସେ ସଂପୂର୍ଣ୍ଣ ଦିବ୍ୟାଙ୍ଗ ଥିବାରୁ ପାଟି ଖୋଲି ପାରି ନ ଥିଲା। ଦିବ୍ୟାଙ୍ଗ ମହିଳା ଜଣକ ଘରେ ନଥିବାର ଦେଖି ତାଙ୍କ ଭାଇ ତାଙ୍କୁ କର୍ଣ୍ଣ ମାଝୀ ତାଙ୍କୁ ଖୋଜି ଥିଲେ। ଏହା ପରେ ସେ ବୈରାଗୀ ଘରକୁ ଯାଇ…
ମୁମ୍ବାଇ : ମୁମ୍ବାଇ ପୋଲିସ୍କୁ 10 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ବିରାଟ-ଅନୁଷ୍କା । ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପ୍ରତ୍ୟେକ 5 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ବିରାଟ ଅନୁଷ୍କା ସହାୟତା କରିଥିଲେ ମଧ୍ୟ ଏନେଇ ଉଭୟ ମୁହଁ ଖୋଲିନଥିଲେ । ଶନିବାର ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଉଭୟଙ୍କୁ ଧନ୍ୟବାଦ ଜଣାଇବା ସହିତ ସହାୟତା କରିଥିବା ନେଇ ସ୍ପଷ୍ଟ କରିଥିଲେ । ଉଲ୍ଲେଖଯୋଗ୍ୟ ଯୋ, ଏହା ପୂବରୁ ଉଭୟ ବିରାଟ ଏବଂ ଅନୁଷ୍କା ପିଏମ୍ କେୟାର ଫଣ୍ଡକୁ ଦାନ କରିଥିଲେ । ଏହା ବ୍ୟତିତ ଏବି ଡିଭିଲିୟର୍ସଙ୍କ ସହିତ ମିଳିତ ଭାବରେ ଏକ ନିଲାମୀ କରିବାକୁ ଯାଉଛନ୍ତି ବିରାଟ । ଗୁଜରାଟ ଲାୟନ୍ସ ବିପକ୍ଷରେ 229 ରନ୍ର ଭାଗିଦାରୀର କିଛି କ୍ରୀଡା ଉପକରଣକୁ ନିଲାମ କରି କୋଭିଡ୍-19 ମୁକାବିଲାରେ ବ୍ୟବହାର କରିବା ପାଇଁ ବିରାଟ ନିଷ୍ପତ୍ତି ନେଇଛନ୍ତି…
ରଞ୍ଜିତ ପଣ୍ଡା କୁଜଙ୍ଗ : ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ସହାୟତା ପାଇଁ ଶତାଧିକ ଯୋଜନା ପ୍ରଣୀତ । ତେବେ ଏହି ଯୋଜନାର ରୂପରେଖ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚୁ ନାହିଁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ଅନ୍ତର୍ଗତ ଢିଙ୍କିଆ ଗ୍ରାମରେ । ଢିଙ୍କିଆ ଗ୍ରାମର ବାସନ୍ତୀ ମହାପାତ୍ର ସ୍ତନ କର୍କଟ ରୋଗରେ ପୀଡିତ । କର୍କଟ ପରି ଦୁରାରୋଗ୍ୟ ରୋଗର ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଅର୍ଥ ନଥିବା ବେଳେ ବାସନ୍ତୀ ସମସ୍ତ ପ୍ରକାର ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ । ଏପରିକି ଦୁଇ ଓଳି ଦୁଇ ମୁଠା ଖାଇବାକୁ ମଧ୍ୟ ପାଉନାହାନ୍ତି । ଏନେଇ ବିଭିନ୍ନ ସରକାରୀ ଦପ୍ତରକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ବାସନ୍ତୀଙ୍କ ଅନୁରୋଧ ସରକାରୀ ଫାଇଲ ତଳେ ଦାବି ହୋଇ ରହିଛି । ସେହିପରି ଭାବରେ କର୍କଟ ରୋଗର ଚିକିତ୍ସା…
ମୁମ୍ବାଇ : ଚାଇନିଜ୍ ମୋବାଇଲ୍ ନିର୍ମାତା ସାଓମି ଭାରତୀୟ ବଜାରରେ ଏହାର ପ୍ରଥମ 5ଜି ଫୋନ୍ ଲଞ୍ଚ କରିଛି । ମି ସିରିଜ୍ର ଫୋନ୍ ମି 10ରେ ସାଓମି 5ଜି ବୈଶିଷ୍ଟ୍ୟ ପ୍ରଦାନ କରୁଛି । ସାମସଙ୍ଗ ଗାଲାକ୍ସି ନୋଟ୍ 10 ପରି ଏହି ଫୋନ୍ରେ କର୍ଭଡ୍ ଡିସ୍ପ୍ଲେ ରହିଛି । ଭାରତରେ ଏହି ଫୋନ୍ର ମୂଲ୍ୟ 49,999 ଟଙ୍କା ରହିଛି । ଏହା ସହିତ ଏହି ଫୋନ୍ରେ 108 ମେଗାପିକ୍ସେଲ୍ର କ୍ୟାମେରା ରହିଛି । ଫୋନ୍ରେ 8 ଜିବିର ରାମ୍ ରହିଥିବା ବେଳେ ଏହା ଗେମିଙ୍ଗ ପାଇଁ ମଧ୍ୟ ସର୍ବୋତ୍କୃଷ୍ଟ ଡିଭାଇସ୍ । ଏହି ଫୋନ୍ରେ 4780 ଏମ୍ଏଚ୍ର ବ୍ୟାଟେରୀ ରହିଥିବା ବେଳେ ଏହା ମାତ୍ର 65 ମିନିଟ୍ରେ ଫୁଲ୍ ଚାର୍ଜ ହୋଇ ପାରୁଛି । (ଏଜେନ୍ସି)
ବିଜନ କୁମାର ମହାପାତ୍ର ଭାରତୀୟ ଗଣତନ୍ତ୍ରରେ ପ୍ରେସ୍ ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ। ଏକ ସୁସ୍ଥ ଓ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ପ୍ରେସ୍ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ଗଣତନ୍ତ୍ରରେ ପ୍ରେସ୍ ସ୍ୱାଧୀନତାକୁ ବେଶ୍ ଗୁରୁତ୍ୱ ଦିଆଯାଇଥାଏ। ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରେସ୍ ସ୍ୱାଧୀନତାକୁ ସର୍ବଦା ଉଚ୍ଚ ସ୍ଥାନ ଦିଆଯାଇଛି। କିନ୍ତୁ ପ୍ରେସ୍ ସ୍ୱାଧୀନତା କ୍ଷେତ୍ରରେ ଭାରତ ଆଜି ବି ବହୁ ପଛରେ ପଡିଛି। ପ୍ୟାରିସ ସ୍ଥିତ ସଂସ୍ଥା ରିପୋର୍ଟର୍ସ ଓ୍ବିଥ୍ ଆଉଟ୍ ବର୍ଡର୍ସ ପକ୍ଷରୁ ଜାରି ବାର୍ଷିକ ରିପୋର୍ଟ ଅନୁସାରେ ଭାରତରେ ପ୍ରେସ ସ୍ୱାଧୀନତାର ସ୍ଥିତି ଅତି ନିରାଶାଜନକ। ସଂସ୍ଥାର ୨୦୨୦ ରିପୋର୍ଟ ଅନୁସାରେ ଭାରତ ପ୍ରେସ ସ୍ୱାଧୀନତା ସୂଚୀରେ ଆଉ ଦୁଇ ସ୍ଥାନ ତଳକୁ ଖସିଛି। ମୋଟ ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ହେଲା ୧୪୨। ୨୦୧୭ରେ ଭାରତ ୧୩୬, ୨୦୧୮ରେ ୧୩୮ ଓ ୨୦୧୯ରେ ୧୪୦ତମ ସ୍ଥାନରେ ଥିଲା । ସଂସ୍ଥାର…
ଭୁବନେଶ୍ବର: ରାଜ୍ୟରେ ଆଉ ପାଞ୍ଚ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଗଞ୍ଜାମ ଅଞ୍ଚଳର ବୋଲି ଜଣାପଡିଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କୁ ସଂଖ୍ୟା ୨୯୪ ରେ ପହଞ୍ଚିଛି। ୨୯୪ ଜଣଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ପ୍ରାଣହାନି ଘଟିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪ ରହିଛି।
ମୁମ୍ବାଇ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ 411 କୋଟିର ଋଣ ଠକେଇ ନେଇ ସିବିଆଇ ନିକଟରେ ଅଭିଯୋଗ କରାଯାଇଛି । ଅଭିଯୁକ୍ତ 411 କୋଟିର ଅର୍ଥରାଶି ସହିତ ଦେଶରୁ ଚମ୍ପଟ ମାରିବା ପରେ ସିବିଆଇ ନିକଟରେ ଅଭିଯୋଗ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଏସ୍ବିଆଇ ଏବଂ ଅନ୍ୟାନ୍ୟ 6 ବ୍ୟାଙ୍କ ଠାରୁ ଋଣ ନେଇଥିବା ରାମ ଦେବ ଇଣ୍ଟରନ୍ୟାସନାଲର ପ୍ରମୋଟର ମାନେ ଦେଶ ଛାଡି ପଳାୟନ କରିଛନ୍ତି । କମ୍ପାନୀର ତିନି ପ୍ରମୋଟର ନରେଶ କୁମାର, ସୁରେଶ କୁମାର ଏବଂ ସଙ୍ଗୀତା ଦେଶଛାଡି ପଳାୟନ କରିଛନ୍ତି । ରାମଦେବ ଇଣ୍ଟରନ୍ୟାସନାଲ୍ର ତିନୋଟି ଚାଉଳ ମିଲ୍ ଏବଂ 8ଟି ସର୍ଟିଙ୍ଗ ଏବଂ ଗ୍ରେଡିଙ୍ଗ ୟୁନିଟ୍ ରହିଥିବା ଜଣାପଡିଛି । ବ୍ୟାଙ୍କ ଗୁଡିକ ପକ୍ଷରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଲକ୍ଡାଉନ୍ କାରଣରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ବାଣପୁର: ମା କାଳିଜାଇ ଟେଣ୍ଟ ଆଣ୍ଡ ସାଉଣ୍ଡ ଲାଇଟ ମଙ୍ଗଳ ମାଲିକ ସଂଗଠନ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ବାଣପୁର ବାଲୁଗାଁର ସମସ୍ତ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି। ବାଣପୁର ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ, ଏସ୍ଆଇ ଦିଗ୍ବିଜୟ ବିଶ୍ବାଳ, ଏସ୍ଆଇ ପ୍ରସନ୍ନ ଜେନା, ସିଏସ୍ଆଇ ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆଙ୍କୁ ସମ୍ମାନିତ କରାଯାଇଥିଲା। ଏହା ବ୍ୟତିତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲଙ୍କୁ ମଧ୍ୟ ସମ୍ମାନିକ କରାଯାଇଥିଲା। ଚିଲିକା ରିପୋର୍ଟସ ଆସୋସିଏସନ୍ର ସଭାପତି ସୁନୀଲ ସୁବୁଦ୍ଧିଙ୍କ ସମେତ ସଭ୍ୟ ସେକ ମଇନୁଲ୍ ହକ୍ ଏବଂ ସୀତାରାମ ଅଗ୍ରଓ୍ବାଲଙ୍କୁ ମା କାଳିଜାଇ ଟେଣ୍ଟ ଆଣ୍ଡ ସାଉଣ୍ଡ ଲାଇଟ ମଙ୍ଗଳ ମାଲିକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଗଠନର ସଭାପତି ଦିଲୀପ କୁମାର ମହାନ୍ତି, ସମ୍ପାଦକ ଲକ୍ଷ୍ମୀଧର ପ୍ରଧାନ ଏବଂ ଉପ ସଭାପତି…
ସମୀକ୍ଷା ବ୍ୟୁରୋ କୁଜଙ୍ଗ: ଦେଶ ବ୍ୟାପୀ କରୋନା ଲଢେଇରେ ସାମିଲ ହୋଇଥିବା କରୋନା ଯୋଦ୍ଧାଙ୍କୁ ଜଗତସିଂହପୁର ଆରଏସ୍ଏସ୍, ଏବିଭିପି ଓ ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଡାକ୍ତର,ପୋଲିସ୍ ଅଧିକାରୀ, ସାମ୍ବାଦିକ, ସମାଜସେବୀ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି। କୁଜଙ୍ଗ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ, ଡ. ସ୍ମୃତିରଞ୍ଜନ ମହାପାତ୍ର, କୁଜଙ୍ଗ ଭାରପ୍ରାପ୍ତ ବିଡିଓ ପୂଜା ଲେଙ୍କା, ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ ମାଝୀଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ସମ୍ପର୍କ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସଭାପତି ସ୍ନେହାଶିଷ ଦାଶ ଏବଂ ଜିତେନ୍ଦ୍ର ଦାସ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତିତ ରାଷ୍ଟ୍ରୀୟ କଳା ମଞ୍ଚ ଅଖିଳ ଭାରତୀୟ ପ୍ରମୁଖ ତନ୍ମୟ କୁମାର ଦାଶ, ପଙ୍କପାଳ ସରପଞ୍ଚ ମିନାକ୍ଷୀ ଦାସ, ସମିତି ସଭ୍ୟ ପଦ୍ମନାଭ ସାହୁ, ଅଗପାଳ ସରପଞ୍ଚ ମେନକା ବେହେରା, ସମିତି ସଭ୍ୟ ଲକ୍ଷ୍ମୀପ୍ରିୟା ବେହେରା, ସାମ୍ବାଦିକ ବିଭୂତି ଭୂଷଣ ଦାସ…
ଭୁବନେଶ୍ବର : ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏହା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 289ରେ ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରୀନ୍ ଜୋନ୍ରେ ରହିଥିବା ନୟାଗଡରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ 40 ବର୍ଷର ପୁରୁଷ ଏବଂ ସେ ନିକଟରେ ସୁରତରୁ ଫେରି କ୍ବାରେଣ୍ଟାଇନ୍ରେ ଥିଲେ । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 289ରେ ପହଞ୍ଚିଥିବା ବେଳେ ତାମଧ୍ୟରୁ 68 ଜଣ ସୁସ୍ଥ ହେଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।
ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 288ରେ ପହଞ୍ଚିଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଆକ୍ରାନ୍ତଙ୍କ ବୟସ 26 ଏବଂ ସେ ସୁରଟ ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ଗଞ୍ଜାମରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 84ରେ ପହଞ୍ଚିଛି । ତେବେ ଏହି ସମୟରେ 5 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 5 ଜଣ ସୁସ୍ଥଙ୍କ ମଧ୍ୟରେ ବାଲେଶ୍ବରର 4ଜଣ ଏବଂ ଯାଜପୁରର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି । ଏହା ସହିତ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 68ରେ ପହଞ୍ଚିଛି ।
ନୂଆଦିଲ୍ଲୀ : କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ସାମାନ୍ୟ, ମଧ୍ୟମ ଓ ଗୁରୁତର ଲକ୍ଷଣ ଯୁକ୍ତ ରୋଗୀଙ୍କ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଛି । ଗାଇଡ୍ଲାଇନ୍ : 1. ଗୁରୁତର ଆକ୍ରାନ୍ତଙ୍କ କ୍ଲିନିକାଲ ଲକ୍ଷଣ ଦୂର ହେଲେ ଡିସଚାର୍ଜ ହେବେ 2. ଲଗାତାର 4 ଦିନ ଯାଏଁ ଅକ୍ସିଜେନରେ ସ୍ଥିରତା ଆସିଲେ ଡିସଚାର୍ଜ ହେବେ 3. ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ଡିସଚାର୍ଜ ହୋଇପାରିବେ । 4. ମଧ୍ୟମ ଧରଣର ଲକ୍ଷଣ ଥିଲେ 7 ଦିନ ଯାଏଁ ମନିଟରିଂ 5. 3 ଦିନ ଯାଏଁ ଜ୍ୱର ଓ 4 ଦିନ ଯାଏଁ ଅକ୍ସିଜେନର ସ୍ଥିରତା ମନଟରିଂ ହେବ 6. ଜ୍ୱର ଭଲ ହୋଇଗଲେ ଓ ଅକ୍ସିଜେନ ନେବାରେ ସ୍ଥିରତା ଆସିଗଲେ ଡିସଚାର୍ଜ 7. ମଧ୍ୟମ ଧରଣର ଆକ୍ରାନ୍ତଙ୍କୁ ଡିସଚାର୍ଜ ପୂର୍ବରୁ ଟେଷ୍ଟିଂର ଆବଶ୍ୟକତା ନାହିଁ 8. ସାମାନ୍ୟ…
କୋଲକାତା : ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଥମିବାର ନାଁ ନେଉନାହିଁ । ପରିସ୍ଥିତି ଏଭଳି ହୋଇଛି ଯେ ଲୋକମାନେ ‘କରୋନା’ ଶବ୍ଦ ଶୁଣିବା ମାତ୍ରେ ଭୟଭୀତ ହୋଇଯାଉଛନ୍ତି । ମାତ୍ର ପଶ୍ଚିମବଙ୍ଗର ଆରାମବାଗର ତୃଣମୂଳ କଂଗ୍ରେସ ସାଂସଦ ଅପରୂପା ପୋଦ୍ଦାର ନିଜର ନବଜାତ କନ୍ୟାର ନାମ ‘କରୋନା’ ରଖିଛନ୍ତି । ସୂଚନା ମୁତାବିକ, ଗୁରୁବାର ସକାଳ 9.27ରେ ସେ ହୁଗଳି ଜିଲ୍ଲାର ଶ୍ରୀରାମପୁର ସ୍ଥିତ ଏକ ନର୍ସିଂହୋମ୍ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ସେ ଓ ତାଙ୍କର ସ୍ୱାମୀ ନବଜାତ କନ୍ୟାର ଡାକନାମ ‘କରୋନା’ ରଖିଛନ୍ତି । ଅପରୂପାଙ୍କ ଅନୁସାରେ ଆଜି ପୂରା ବିଶ୍ୱ କରୋନା ଭଳି ମହାମାରୀ ସହ ଲଢ଼େଇ କରୁଛି । ଏପରି ସମୟରେ ଲୋକମାନେ ‘କରୋନା’କୁ ଡରିବା ନୁହେଁ, ତା’ ସହ ଲଢ଼ିବା କଥା । ଲୋକଙ୍କ ମଧ୍ୟରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସେ ଝିଅର ନାମ ‘କରୋନା’…

