Author: Samikhsya Bureau

ଭୁବନେଶ୍ବର : କ୍ବାରେଣ୍ଟିନ୍‌ରେ ରହୁଥିବା ଲୋକ ଚାହିଁଲେ କାମ କରିପାରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର । କ୍ବାରେଣ୍ଟିନ୍‌ ସେଣ୍ଟରରେ ବିଭିନ୍ନ କାମ କରିପାରିବେ ଅନ୍ତେବାସୀ । ଏହି ସମୟରେ ବଗିଚା କାମ, ରଙ୍ଗ ଲଗାଇବା କାମ କରିପାରିବେ ବୋଲି ସୂଚନା ରହିଛି । 21 ଦିନରୁ ପ୍ରତି ଲୋକଙ୍କୁ 10 ଦିନ କାମ ଯୋଗାଇ ଦିଆଯିବ । 10 ଦିନ କାମକୁ ଦୈନିକ 150ଟଙ୍କା ପାରିଶ୍ରମିକ ମିଳିବ ବୋଲି ସୂଚନା ରହିଛି ।

Read More

ଭୁବନେଶ୍ୱର, ରବି ୨୦୧୯-୨୦ ବର୍ଷରେ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀମାନଙ୍କଠାରୁ ବିରି, ମୁଗ, ଚିନାବାଦାମ, ସୂର୍ଯ୍ୟମୂଖୀ ସଂଗ୍ରହ କାର୍ଯ୍ୟ ମେ ୭ ତାରିଖରୁ ଆରମ୍ଭ କରାଯାଇଥିବାବେଳେ ବିରି, ମୁଗ ଓ ଚିନାବାଦାମ (ଚୋପା ସହିତ) ବିକ୍ରି ଉପରେ ନିୟନ୍ତ୍ରଣ ବଜାର କମିଟି (ଆର୍‌.ଏମ.ସି)ମାନଙ୍କ ଦ୍ୱାରା ବଜାର ଅଞ୍ଚଳରେ ଆଦାୟ କରାଯାଉଥିବା ମାର୍କେଟ ଫିସ୍‌କୁ ଛାଡ କରାଯାଇଛି ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଓଡ଼ିଶା କୃଷିଜାତ ଦ୍ରବ୍ୟ ବଜାର ଅଧିନିୟମ ୧୯୫୬ (୧୯୫୭ ର ଓଡ଼ିଶା ଅଧିନିୟମ ୩)ର ଧାରା ୪ର ଉପଧାରା (୭) ଦ୍ୱାରା ଅର୍ପିତ କ୍ଷମତା ଦ୍ୱାରା ରାଜ୍ୟ ସରକାର ରାଜ୍ୟର ଚାଷୀମାନଙ୍କ ହିତ ଦୃଷ୍ଟିରୁ ଏହି ଛାଡ କରିଛନ୍ତି । ଏହି ଛାଡ ମଇ ୭ ତାରିଖରୁ ଅଗଷ୍ଟ ୫ ତାରିଖ, ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ମର୍ମରେ ସମବାୟ ବିଭାଗ ପକ୍ଷରୁ ଏକ ଅଧିସୂଚନା ଜାରି…

Read More

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ଏଣିକି କାରଖାନାରେ ଶ୍ରମିକମାନେ 8ଘଣ୍ଟା ନୁହେଁ 12 ଘଣ୍ଟା କାମ କରିବେ। ଏଥିପାଇଁ ତାଙ୍କୁ 4 ଘଣ୍ଟାର ଓଭର ଟାଇମ ପାରିଶ୍ରମିକ ମିଳିବ। ଏ ନେଇ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଏହି ସୂଚନା ଦେଇଛନ୍ତି। ଶ୍ରମିକମାନଙ୍କ ଗାଇଡ ଲାଇନ ସହିତ ରାଜ୍ୟ ସରକାରଙ୍କ କୋଭିଡ ମୁକାବିଲା ନେଇ ଯେଉଁ ପଦକ୍ଷେପ ନେଇଛନ୍ତି ସେଗୁଡିକ ହେଲା 1-କେତେକ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଂଘର ଆବେଦନକୁ ବିଚାର କରି ଓଡ଼ିଶା ସରକାର ୨୦ ଅପ୍ରେଲ୍‌ ୨୦୨୦ରୁ ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ ନିମନ୍ତେ ରହିଥିବା କଟକଣାକୁ କିଛି…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଦଳିଛି । ଖୋର୍ଦ୍ଧା ଜିଲ୍ଲାରେ 51 ଜଣ ଆକ୍ରାନ୍ତ ବୋଲି ଜଣାପଡିଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଦେଇଥିବା ତଥ୍ୟ ପରବର୍ତ୍ତୀ ଅବସ୍ଥାରେ ବଦଳିଛି । ଜଣେ ମହାରାଷ୍ଟ୍ର ଆକ୍ରାନ୍ତଙ୍କୁ ଓଡ଼ିଶାର ବୋଲି ଦର୍ଶାଯାଇଥିଲା । ମହାରାଷ୍ଟ୍ର ଆକ୍ରାନ୍ତ ଜଣକ ମୁମ୍ବାଇଣ ଜଣେ ଟ୍ରକ୍‌ ଡ୍ରାଇଭର ବୋଲି ସ୍ପଷ୍ଟ ହୋଇଛି । ଦୁର୍ଘଟଣାରେ ଆହତ ହୋଇ କିମ୍ସରେ ଭର୍ତ୍ତି ହୋଇଥିଲେ । ରିପୋର୍ଟ ପଜିଟିଭ୍‌ ମିଳିଥିଲା । ପୂର୍ବ ତଥ୍ୟରେ ଖୋର୍ଦ୍ଧା ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟା 51 ଦର୍ଶାଯାଇଥିଲା । ପରିବର୍ତ୍ତିତ ତଥ୍ୟରେ ଖୋର୍ଦ୍ଧା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା 50କୁ କମିଛି । ଆଜି ସନ୍ଧ୍ୟା ସମୟରେ 25 ଜଣ ଆକ୍ରାନ୍ତ ହୋଇଥିବାର ସୂଚନା ଦିଆଯାଇଥିଲା । ଏଥିରୁ 24 ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ରହିଥିଲା । ତେବେ ପରିବର୍ତ୍ତିତ ତଥ୍ୟ ଅନୁସାରେ ରାଜ୍ୟର ମୋଟ ଆକ୍ରାନ୍ତସଂଖ୍ୟା…

Read More

ଭୁବନେଶ୍ବର : ଓଡ଼ିଶାର ନୂଆ କରୋନା ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟସରକାର ନୂତନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରତି ସ୍ବତନ୍ତ୍ର ଫୋକସ୍‌ କରିଛନ୍ତି ରାଜ୍ୟସରକାର। କରୋନା ମୁକାବିଲା ସହାୟତା ପାଇଁ ଗଞ୍ଜାମ ଯାଇଛନ୍ତି ତିନିଜଣ ଆଇଏଏସ୍‌ । ଆଇଏଏସ ପି. ଅନ୍ବେଷା ରେଡ୍ଡି, ପାଟିଲ୍‌ ଆଶିଷ ଈଶ୍ବର ଓ ହେମକାନ୍ତ ସାଏଙ୍କୁ ମାସକ ପାଇଁ ନିଯୁକ୍ତ କରାଯାଇଛି । ଏହି ତିନି ଆଇଏଏସ୍‌ ଜିଲ୍ଲା ପଶ ପ୍ରଶାସନକୁ ସହଯୋଗ କରିବେ । ସମ୍ପ୍ରତି ଗଞ୍ଜାମରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଏବେ ସର୍ବମୋଟ 71ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକାଂଶ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡିଛି ।

Read More

ଭୁବନେଶ୍ବର, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଶହ ଶହ ଲୋକଙ୍କୁ କ୍ବାରଣ୍ଟିଇନ୍ ରେ ରଖାଯାଇଛି। ବିଶେଷ କରି ଗଂଜାମ ଜିଲ୍ଲାରେ ବହୁ ସୁରତ ଫେରନ୍ତାଙ୍କୁ କ୍ବାରଣ୍ଟାଇନରେ ରଖାଯାଇଛି। ଏହି ସମୟରେ ଲୋକମାନେ ଯେପରି ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ୍ୟ ରହିବେ ସେଥିପାଇଁ ଯୋଗ କ୍ଲାସ କରାଯାଉଛି। ପ୍ରଶିକ୍ଷିତ ଯୋଗ ଶିକ୍ଷକଙ୍କ ଦ୍ବାରା ଏହି ଯୋଗ ଶିବିର ବିଭିନ୍ନ କ୍ବାରଣ୍ଟାଇନ କେନ୍ଦ୍ରରେ କରାଯାଉଛି।

Read More

ନୂଆଦିଲ୍ଲୀ : ମହାମାରୀ କରୋନା ଭାରଇସ୍‌  ସହ ଲଢେଇ କରୁଥିବା ରାଜଧାନୀ ଦିଲ୍ଲୀରେ ଲକ୍‌ ଡାଉନ୍‌ ଚାଲିଥିବା ବେଳେ ବି ଅପରାଧ ମଧ୍ୟ କମିବାରେ ଦେଖାଯାଉନାହିଁ । ଦିଲ୍ଲୀରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକ ସହିତ ମିଶି ସ୍ବାମୀଙ୍କର ହତ୍ୟା କରିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଏହିଘଟଣାଟି ଅଶୋକ ବିହାର ଅଞ୍ଚଳରେ ଘଟିଛି । ଏହି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା । ସ୍ତ୍ରୀ ଏହି ମୃତ୍ୟକୁ କରୋନା ଜନିତ ମୃତ୍ୟୁ ବୋଲି କହିଥିଲେ । ଏହାପରେ ଏହା କାନରୁ କାନକୁ ହୋଇ ପୋଲିସ୍‌ ନିକଟରେ ପହଞ୍ଚିଥିଲା । ଏହାପରେ ପୋଲିସ୍‌ ଶ୍ମଶାନ ଘାଟରେ ପହଞ୍ଚି ଶବକୁ ଜବତ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପରିଶେଷରେ ଏହି ମୃତ୍ୟ ରହସ୍ୟର ପର୍ଦ୍ଦାଫାସ କରି ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି । ମହିଳା ଜଣକ ସ୍ବାମୀଙ୍କ କରୋନା…

Read More

ଭୁବନେଶ୍ବର, ବାହାର ରାଜ୍ୟରେ ଫସିଥିବା ଓଡିଆ ଶ୍ରମିକଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ଚେଷ୍ଠା କରୁଛନ୍ତି। ଠିକ୍ ସେହିପରି ଓଡିଶାରେ ଫସି ରହିଥିବା ବାହାର ଶ୍ରମିକଙ୍କୁ ମଧ୍ୟ ରାଜ୍ୟ ସରକାର ପଠାଇବାର ବନ୍ଦୋବସ୍ତ କରୁଛନ୍ତି। ସେହି ପରିପ୍ରେକ୍ଷୀରେ ଆଜି ଓଡିଶାରୁ 3 ହଜାର ଫସିରହିଥିବା ଶ୍ରମିକଙ୍କୁ ପଠାଇବାର ବନ୍ଦୋବସ୍ତ କରିଛନ୍ତି। ରାଜ୍ୟ ଶ୍ରମ ବିଭାଗର ଉଦ୍ୟମ ଯୋଗୁ ବସ୍ ଯୋଗେ ଏହି ଶ୍ରମିକଙ୍କୁ ପଠାଇଯାଇଛି। ଏହି ତିନି ହଜାର ଶ୍ରମିକଙ୍କ ମଧ୍ୟରୁ 9 ଶହ ଶ୍ରମିକ ଝାଡଖଣ୍ଡର ହୋଇଥିବା ବେଳେ 6ଶହ ରାଜସ୍ଥାନ ରାଜ୍ୟର ଅଛନ୍ତି। ସେହିପରି ପଶ୍ଚିମ ବଂଗର 5 ଶହ ଶ୍ରମିକଙ୍କୁ ତିନୋଟି ଭିନ୍ନ ଭିନ୍ନ ବସରେ ଏମାନଙ୍କୁ ପଠାଯାଇଛି।

Read More

ଭୁବନେଶ୍ବର : ବିଦ୍ୟାଳୟ ବନ୍ଦ ରହିପାରେ ମାତ୍ର ଶିକ୍ଷା ନୁହେଁ ବୋଲି ମତ ଦେଇଛନ୍ତି ଶିକ୍ଷା ମନ୍ତ୍ରୀ ସମୀର ଦାଶ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୧୪ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମାନଙ୍କ ସହିତ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅଲୋଚନା ସମୟରେ ଶିକ୍ଷା ମନ୍ତ୍ରୀ ଏହି ବୟାନ ଦେଇଛନ୍ତି । ସମ୍ପ୍ରତି କରୋନା ମହାମାରୀ କାରଣରୁ ଦେଶବ୍ୟାପୀ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରଖାଯାଇଥିବା ବେଳେ ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ ପାଠ ପଢାଯାଉଛି । ବିଦ୍ୟାର୍ଥୀ ମାନଙ୍କୁ ଅନ୍‌ଲାଇନ୍‌ରେ ପାଠ ପଢାଇ ଆଦର୍ଶ ବିଦ୍ୟାଳୟ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ବିଦ୍ୟାଳୟର 60ରୁ 70 ପ୍ରତିଶତ ଛାତ୍ରଛାତ୍ରୀ ଏହାଦ୍ବାରା ଉପକୃତ ହେଉଛନ୍ତି । ଗୁଗୁଲ୍‌ ମିଟ୍‌ ଆପ୍‌ ଏବଂ ହ୍ବାଟ୍‌ସଆପ୍‌ ମାଧ୍ୟମରେ ପିଲାଙ୍କୁ ପାଠ ପଢାଯିବା ସହିତ ପରୀକ୍ଷା ମଧ୍ୟ କରାଯାଉଛି । ଓଡିଶାରେ ଆଦର୍ଶ ବିଦ୍ୟାଳୟକୁ ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି । ନଦର୍ଣ୍ଣ, ସଦର୍ଣ୍ଣ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : କରୋନା ମହାମାରୀ ପାଇଁ ସାରା ବିଶ୍ୱ ଏବେ ନୀରବ । ବିଭିନ୍ନ ପୂଜା ପର୍ବାଣୀ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ନିଜ ପୁଅର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରି ଚର୍ଚ୍ଚାରେ ରହିଛନ୍ତି କୁଜଙ୍ଗର ଶ୍ରୀବତ୍ସ ନାଥ । ପ୍ରତି ବର୍ଷ ପୁଅର ଜନ୍ମଦିନକୁ ଅତି ଧୁମଧାମରେ ପାଳନ କରି ଆସୁଥିବା ଶ୍ରୀବତ୍ସ ଏ ବର୍ଷ କରୋନା କଟକଣା କାରଣରୁ ପୁଅର ଜନ୍ମଦିନରେ ମା ସନ୍ତୋଷୀ ଜରାଶ୍ରମ, ଲୋକନାଥ ଅନାଥ ଆଶ୍ରମ ଯାଇ ଆର୍ଥିକ ସହାୟତା କରିଥିଲେ । ଏହା ସହିତ ପାରାଦ୍ୱୀପ ଠାରୁ ପାରାଦ୍ୱୀପଗଡ଼ ପର୍ଯ୍ୟନ୍ତ ରାସ୍ତା କଡରେ, କଲୋନୀ ଓ ବସ୍ତି ମାନଙ୍କରେ ଏଣେ ତେଣେ ବୁଲୁଥିବା ମାନସିକ ବିକାର ଗ୍ରସ୍ତ, ଅସହାୟ, ନିରାଶ୍ରୟ ମାନଙ୍କୁ ଖାଦ୍ୟ ପାନୀୟ ବଣ୍ଟନ ମଧ୍ୟ କରିଥିଲେ । କରୋନା ଲକ ଡାଉନ କଟକଣାରୁ ଦୋକାନ ବଜାର ବନ୍ଦ ଯୋଗୁଁ ନିହାତି ଖାଦ୍ୟ ଆବଶ୍ୟକ କରୁଥିବା…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସାରା ବିଶ୍ୱ ମହାମାରୀ କରୋନା କବଳିତ। ବଡ଼ବଡ଼ ସମୃଦ୍ଧଶାଳୀ ଆମେରିକା, ଇଟାଲୀ, ଫ୍ରାନସ, ବ୍ରିଟେନ, ଜାପାନ, ଚୀନ ଦେଶରେ ଭୟାବହତା ଆମର ଭାରତଠାରୁ ବହୁ ଆଗରେ। ଏଇ ସପ୍ତାହ ଭିତରେ କରୋନାର ଭୟଙ୍କର ରୂପ ଦେଶରୁ ଦେଶ, ବିଦେଶରେ କାୟା ବିସ୍ତାର କରିଛି। ଭାରତର ମହାରାଷ୍ଟ୍ର, ଗୁଜରାଟ ଓ ପଶ୍ଚିମବଙ୍ଗରେ, ଦିଲ୍ଲୀରେ ଏଇ କରୋନାର ରୂପ ବଡ଼ ଭୟଙ୍କର। ଏପରି ପରିସ୍ଥିତି ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍‌ର ଅନୁଶାସନରେ ଦେଶର ୧୩୦ କୋଟି ଚରମ ଦୁର୍ଦ୍ଦଶା ଭୋଗୁଥିବା ସମୟରେ ବିଭିନ୍ନ ରାଜ୍ୟରୁ ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟ ଆରମ୍ଭ ହୋଇଛି। ଓଡ଼ିଶାର ଲକ୍ଷଲକ୍ଷ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ବସ ଓ ଟ୍ରେନର ବ୍ୟବସ୍ଥା କରିଛନ୍ତି। ଗୁଜରାଟର ସୁରତରୁ ବର୍ତ୍ତମାନ ସୁଦ୍ଧା ୩୦ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ଆସିଥିବାବେଳେ ଲକ୍ଷାଧିକ ଓଡ଼ିଆ ଆସିବା ପାଇଁ ଅପେକ୍ଷାରେ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 25 ଜଣ ନୂତନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି 25 ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ ଖୋର୍ଦ୍ଧାର ବୋଲି ଜଣାପଡିଛି । ଏହି 24 ଜଣଙ୍କୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା 71ରେ ପହଞ୍ଚିଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 271ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ 271 ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ତା ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।

Read More

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଏସ୍‌ଇ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ବିଭାଗ ପକ୍ଷରୁ ଆଜି ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ 1 ତାରିଖରୁ 15 ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସିବିଏସ୍‌ଇ ପକ୍ଷରୁ ପରୀକ୍ଷା ସୂଚୀ ବାହାରି ନଥିଲେ ମଧ୍ୟ ଏହି ତାରିଖ ମଧ୍ୟରେ ପରୀକ୍ଷା କରାଯିବ ବୋଲି ଜଣାପଡିଛି । ଏହା ସହିତ ବିଭାଗୀୟ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Read More

ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଆଜି ଏକ ମହତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ପ୍ରମୁଖ ଘରୋଇ ଇକ୍ୱିଟି ସଂସ୍ଥା ଭିଷ୍ଟା ଇକ୍ୱିଟି ପାର୍ଟନର୍ସ (ଭିଷ୍ଟା) ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୧୧,୩୬୭ କୋଟି ଟଙ୍କା ନିବେଶ କରାଯିବାକୁ ଥିବା ଘୋଷଣା କରାଯାଇଛି । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ସଂସ୍ଥାଗତ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା । ଭିଷ୍ଟା ଏହି ନିବେଶ ଫଳରେ ଜିଓର ୨.୩୨ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବ । ଏହି ନିବେଶ ଦ୍ୱାରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଫେସବୁକ୍ ପରେ ଜିଓ ପ୍ଲାଟଫର୍ମସ୍‌ର ତୃତୀୟ ବୃହତ୍ତମ ନିବେଶକ ହୋଇଛି ଭିଷ୍ଟା ଇକ୍ୱିଟି ପାର୍ଟନର୍ସ । ତିନି ସପ୍ତାହରୁ କମ୍ ସମୟ ଭିତରେ ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତି କ୍ଷେତ୍ର ନିବେଶକଙ୍କ ଠାରୁ ଜିଓ ପ୍ଲାଟଫର୍ମସ୍ ଏବେ ୬୦,୫୯୬.୩୭ କୋଟି ଟଙ୍କାର ପୁଞ୍ଜି…

Read More

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ବଢାଗଲା କ୍ବାରେଣ୍ଟାଇନ୍‌ ଅବଧି । ସରକାରଙ୍କ ନୂତନ ନିୟମ ଅନୁଯାୟୀ ଏଣିକି ପ୍ରବାସୀ ଓଡିଆ ମାନେ 14 ଦିନ ପରିବର୍ତ୍ତେ 21 ଦିନ କ୍ବାରେଣ୍ଟାଇନ୍‌ ହୋମ୍‌ରେ ରହିବେ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବିଭାଗ ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡ. କେ ଶ୍ରୀନାଥ ରେଡ୍ଡୀ ଗତକାଲି ସରକାରଙ୍କୁ କ୍ବାରେଣ୍ଟାଇନ୍‌ ଅବଧି ବଢାଇବାର ପରାମର୍ଶ ଦେଇଥିଲେ । ଆଜି ସରକାରଙ୍କ ପକ୍ଷରୁ ଏହା ବଢାଯାଇଥିବା ନେଇ ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି ।

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ଭଦ୍ରକର 33 ବର୍ଷୀୟ ପୁରୁଷ ବୋଲି ଜଣାପଡିଛି । ଆକ୍ରାନ୍ତ ଜଣକ ନିକଟରେ ସୁରତରୁ ଫେରିଥିବା ଜଣାପଡିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 246ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ସମୁଦାୟ 246 ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ତା ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।

Read More

ନୂଆଦିଲ୍ଲୀ : ପ୍ରବାସୀ ଓଡିଆଙ୍କ ପାଇଁ ଆଶ୍ବସ୍ତିର ଖବର । ଗତକାଲି ଓଡିଶା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏହା ଫଳରେ ଏଣିକି ପ୍ରବାସୀ ଓଡିଆ ମାନେ ରେଳ ଯୋଗେ ନିଜ ରାଜ୍ୟକୁ ଫେରିପାରିବେ । ଉଲ୍ଲେଖଯୋଗ୍ୟ ଯେ ଗତକାଲି ଓଡିଶା ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଆଜି ସୁରଟରୁ ଆସିବାକୁ ଥିବା 3ଟି ଟ୍ରେନ୍‌କୁ ବାତିଲ କରାଯାଇଥିଲା । ରାଜ୍ୟ ବାହାରେ ରହିଥିବା ପ୍ରବାସୀ ଓଡିଆଙ୍କ କରୋନା ପରୀକ୍ଷଣ ପରେ ସେମାନଙ୍କୁ ଓଡିଶା ଅଣାଯିବ ବୋଲି ଗତକାଲି ଓଡିଶା ହାଇକୋର୍ଟ ନିଷ୍ପତ୍ତି ନେଇଥିଲେ । ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ଏସ୍‌ କେ କୌଲ୍‌ ଏବଂ ଜଷ୍ଟିସ୍‌ ବି ଆର ଗଭାଇଙ୍କ ମିଳିତ ଖଣ୍ଡପୀଠ ଏହି ସ୍ଥଗିତାଦେଶ ପ୍ରଦାନ କରିଛନ୍ତି । ଏହି ମାମଲା ଭାରତ ସରକାରଙ୍କ ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କ ନିକଟରେ ଉତ୍‌ଥାପନ କରିଥିଲେ ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଲକକ୍‌ଡାଉନ୍‌ କାରଣରୁ ଚୋରାମଦ ବେପାର ନିୟମିତ ଭାବରେ ବଢିବାରେ ଲାଗିଛି। ଗୁରୁବାର ସନ୍ଧ୍ୟାରେ ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୦୦ ଲିଟର ଦେଶୀ ମଦ ସହିତ ୮ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ୫ଟି ବାଇକ୍‌ ମଧ୍ୟ ଜବତ କରାଯାଇଛି। ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଅଞ୍ଚଳରେ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଇନ୍ସପେକ୍ଟର ନୀନା ବେଉରାଙ୍କ ନେତୃତ୍ବରେ ବାଲୁଗାଁ ଅବକାରୀ ବିଭାଗ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ ଏବଂ ତାଙ୍କ ଟିମ ଚଢାଉ କରିବା ସହିତ ଏହି ସଫଳତା ହାସଲ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ଗଞ୍ଜାମ, ବାଣପୁର ଏବଂ ଗମ୍ଭାରିମୁଣ୍ଡା ଅଞ୍ଚଳର ବୋଲି ଜଣାପଡିଛି। ଅବକାରୀ ବିଭାଗ ପକ୍ଷରୁ କେସ୍‌ ନମ୍ବର ୭, ୮, ୯, ୧୦, ୧୧, ୧୨, ୧୩ ଏବଂ ୧୪ ଅନୁଯାୟୀ ଏହି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Read More

ରମେଶ ମହାନ୍ତି ଜଗତସିଂହପୁର : ଗୁରୁବାର ପରୀକ୍ଷଣ ପାଇଁ ଯାଇଥିବା ଜଗତସିଂହପୁରର 33ଟି ନମୂନାର ରିପୋର୍ଟ ଆସିଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି 33ଟି ନମୂନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ସମସ୍ତ ନମୂନାର ରିପୋର୍ଟ ନେଗେଟିଭ୍‌ ଆସିଛି । ଏହି 33 ଜଣ ବ୍ୟକ୍ତି ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରୁ ଫେରିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଏହି ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଅଞ୍ଚଳର କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି ।

Read More

ନୂଆଦିଲ୍ଲୀ : ଏଣିକି ମଦର ହେବ ହୋମ୍‌ ଡେଲିଭରୀ । ଶୁକ୍ରବାର ସୁପ୍ରିମକୋର୍ଟ ଏହି ଘୋଷଣା କରିଛନ୍ତି । ମଦ ଦୋକାନ ଖୋଲାଯିବା ପରଠାରୁ ଅହେତୁକ ଭିଡ କାରଣରୁ ସମସ୍ତ ରାଜ୍ୟ ସରକାର ହୋମ୍‌ ଡେଲିଭରୀ ବ୍ୟବସ୍ଥା ଆପଣେଇବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଦ ଦୋକାନରେ ସାମାଜିକ ଦୂରତ୍ବର ପାଳନ ହେଉନଥିବାରୁ ସର୍ବୋଚ୍ଚ କୋର୍ଟ ଏହି ଘୋଷଣା କରିଛନ୍ତି । ତେବେ ଏନେଇ କୌଣସି ଲିଖିତ ନିର୍ଦ୍ଦେଶନାମା ଜାରି କରିନାହାନ୍ତି ସର୍ବୋଚ୍ଚ କୋର୍ଟ । ଜଷ୍ଟିସ୍‌ ଅଶୋକ ଭୂଷଣ ଏହି ମାମଲାର ବିଚାର କରିବା ସହିତ ରାଜ୍ୟ ମାନେ ହୋମ୍‌ ଡେଲିଭରୀ ସମ୍ପର୍କରେ ବିଚାର କରିବା ଉଚିତ୍‌ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦେଶବ୍ୟାପୀ ଲକ୍‌ଡାଉନ୍‌ ସତ୍ତ୍ବେ ମେ 4 ତାରିଖରୁ ମଦ ଦୋକାନ ଖୋଲିବାର ନିର୍ଦ୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରାଳୟ । (ଏଜେନ୍ସି)

Read More