ବିଶାଖାପଟ୍ଟନମ୍ : ବିଶାଖାପାଟଣାରେ ଗତକାଲି ଘଟିଥିବା ଗ୍ୟାସ୍ ଲିକ୍ ଘଟଣାରେ ଦୋଷୀ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶୁକ୍ରବାର କମ୍ପାନୀକୁ 50 କୋଟିର ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ଗତକାଲିର ଗ୍ୟାସ୍ ଟ୍ରାଜେଡିରେ 11 ଜଣଙ୍କର ପ୍ରାଣହାନି ଘଟିବା ସହିତ ଶତାଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଉକ୍ତ ଫ୍ୟାକ୍ଟ୍ରି ଯିବାସହିତ କଡା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଆଜି କମ୍ପାନୀକୁ ଏହି ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମୃତ ବ୍ୟକ୍ତିଙ୍କ ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ 1 କୋଟିର ସହାୟତା ରାଶି ଘୋଷଣା କରାଯାଇଛି । (ଏଜେନ୍ସି)
Author: Samikhsya Bureau
ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ସମଗ୍ର ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହାକୁ ନେଇ ସରକାରଙ୍କୁ ଘେରିବାର ଉଦ୍ୟମ କରିଛନ୍ତି ରାହୁଲ ଗାନ୍ଧୀ । ଲକ୍ଡାଉନ୍ରୁ ବାହାରିବାର ଏକ ନିଶ୍ଚିନ୍ତ ଉପାୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ରାହୁଲ୍ ମତ ଦେଇଛନ୍ତି । ଲକ୍ଡାଉନ୍ ସମୟରେ ଦେଶବାସୀ କେବଳ ଆର୍ଥିକ ଭାବରେ ନୁହେଁ ମାନସିକ ଭାବରେ ମଧ୍ୟ ପ୍ରଭାବିତ । ଏଥିରୁ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯିବା ଆବଶ୍ୟକ । ସରକାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର ପାଇଁ ପ୍ରୟାସ କରିବା ସହିତ ସମସ୍ତ ଗରିବଙ୍କ ଆକାଉଣ୍ଟକୁ ପଇସା ପଠାଇବା ଉଚିତ୍ ବୋଲି ରାହୁଲ ମତ ଦେଇଛନ୍ତି । ସ୍ବିଚ୍ ଅନ୍ ଅଫ୍ ପରି ଲକ୍ଡାଉନ୍ରୁ ବାହାରିବା ସହଜ ନୁହେଁ ତେଣୁ ସରକାର ଏଥିପାଇଁ କିଛି ଠୋସ୍ ଯୋଜନା ପ୍ରସ୍ତୁତ କରିବା ଉଚିତ୍ ବୋଲି ରାହୁଲ ମତ ଦେଇଛନ୍ତି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ 63 ଜଣ ସୁସ୍ଥ ହୋଇଛନ୍ତି । ଆଜି ସକାଳୁ ନୂତନ ଭାବରେ 26 ଜଣ ଆକ୍ରାନ୍ତ ଜଣାପଡିବା ପରେ ଏହା ରାଜ୍ୟବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତିର ବିଷୟ । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ରାଉରକେଲାର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ସମୁଦାୟ 245 ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ତା ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।
ନ୍ୟୁୟର୍କ : ସାମ୍ବାଦିକ ମାନେ ପୁଲିତଜର ପୁରସ୍କାର ଫେରାଇବା ଉଚିତ୍ ବୋଲି ମନ୍ତବ୍ୟ ଦେଇଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଋଷ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ସର୍ବଦା ମିଥ୍ୟା ଖବର ପ୍ରକାଶନ ପାଇଁ ପ୍ରଦାନ କରାଯାଇଥାଏ ତେଣୁ ଏହି ପୁରସ୍କାରକୁ ସମସ୍ତେ ପ୍ରତ୍ୟାବର୍ତ୍ତନ କରିବା ଉଚିତ୍ ବୋଲି ଟ୍ରମ୍ପ ମତ ଦେଇଛନ୍ତି । ସାମ୍ବାଦିକତା ପାଇଁ ପ୍ରଦତ୍ତ ଏହି ସର୍ବୋଚ୍ଚ ସମ୍ମାନ ନିଜର ନିଜସ୍ବତା ହରାଇ ସାରିଛି ତେଣୁ ଏହି ପୁରସ୍କାରକୁ ଫେରାଇବା ଉଚିତ୍ ବୋଲି ହ୍ବାଇଟ୍ହାଉସ୍ରେ ଏକ ପ୍ରେସ୍ମିଟ୍ରେ ମତ ଦେଇଛନ୍ତି ଟ୍ରମ୍ପ । ମିଥ୍ୟା ଖବର ପାଇଁ ଏଭଳି ପୁରସ୍କାର ପ୍ରଦାନ କରୁଥିବାରୁ ପୁଲିତ୍ଜର କମିଟିକୁ ମଧ୍ୟ ବରଖାସ୍ତ କରାଯିବା ଉଚିତ୍ ବୋଲି ଟ୍ରମ୍ପ ମତ ଦେଇଛନ୍ତି । (ଏଜେନ୍ସି)
ଗୌହ୍ବାଟୀ: ଦେଶରେ କରୋନା ସ୍ଥିତି ସଂକଟଜନକ ଅବସ୍ଥାରେ ରହିଥିବାବେଳେ ଆସାମରେ ମଧ୍ୟ କରୋନ ସଂକ୍ରମଣର ଦ୍ରୁତ ପ୍ରସାର ଦେଖିବାକୁ ମିଳିଛି। ଆସାମ ସରକାର ଗୌହ୍ବାଟୀ ମେଡ଼ିକାଲ କଲେଜକୁ ନୂତନ ରୋଗୀଙ୍କ ପାଇଁ ବନ୍ଦ କରିଛନ୍ତି। ଏହି ମେଡ଼ିକାଲ୍ କଲେଜରେ ଏକ ଡାକ୍ତରଙ୍କଠାରେ କରୋନା ପଜିଟିଭ୍ ମିଳିବା ପରେ ମେଡିକାଲ୍ କଲେଜକୁ ବନ୍ଦ କରାଯାଇଛି। ଆସାମର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହେମନ୍ତ ବିସ୍ଓ୍ବା ଶର୍ମା ଏହି ମେଡିକାଲକୁ କେହି ରୋଗୀ ଆସିପାରିବେ ନାହିଁ ବୋଲି କହିଛନ୍ତି । କିଛି ଦିନ ପାଇଁ ଏହି ହସ୍ପିଟାଲ ଏବେ ବନ୍ଦ ରହିବାର ଘୋଷଣା। ଏହି ମେଡିକାଲ କଲେଜରେ ଜଣେ ପିଜି ଷ୍ଟୁଡେଣ୍ଟଙ୍କ କରୋନା ସଂକ୍ରମିତ ହେବା ପରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ସ୍କ୍ରିନିଂ କରାଯିବା ସହ ମେଡ଼ିକାଲ କଲେଜକୁ ସାନିଟାଇଜ କରାଯାଉଛି। ଏହି ହସ୍ପିଟାଲରେ ରହିଥିବା ରୋଗୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗୁରୁବାର ଦିନ ଆସାମରେ ନୂତନ ଆଠୋଟି କରୋନା ମାମଲା ସାମ୍ନାକୁ…
ଭୁବନେଶ୍ବର : ରାଜ୍ୟର 2ଟି ରେଳଷ୍ଟେସନ ହେଲା କୋଭିଡ୍ କେୟାର ସେଣ୍ଟର। ଷ୍ଟେସନରେ ଟ୍ରେନ୍ର ବଗିରେ କରାଗଲା କୋଭିଡ୍ କେୟାର ସେଣ୍ଟର୍। ଦେଶରେ 215ଟି କୋଭିଡ୍ ଷ୍ଟେସନରୁ ଓଡ଼ିଶାର 2ଟି ଷ୍ଟେସନ କୋଭିଡ୍ କେୟାର ଷ୍ଟେସନରେ ପରିଣତ ହେଲା। ଏନେଇ ନୋଡାଲ ଅଫିସର ନିଯୁକ୍ତି ଲାଗି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ରେଳ ମନ୍ତ୍ରାଳୟ। ନୋଡାଲ ଅଫିସର ରେଳ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରିବେ। ଭୁବନେଶ୍ବର ଓ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ହେବ କୋଭିଡ୍ କେୟାର ସେଣ୍ଟର। ଭୁବନେଶ୍ବର ଓ ଖୋର୍ଦ୍ଧାରେ ରେଲେଓ୍ବରେ ସ୍ବାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହିବେ। ଦେଶରେ 215ଟି କୋଭିଡ୍ ଷ୍ଟେସନରୁ ଓଡ଼ିଶାର 2ଟି ଷ୍ଟେସନ।
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ୍ ଉଦ୍ବେଗଜନକ ରହିଛି। ଲକଡାଉନ୍, କର୍ଫ୍ୟୁ ଓ କଟକଣା ସତ୍ତ୍ବେ କରନୋ ଥମିବାର ନାଁ ଥରୁନାହିଁ। ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 56 ହଜାର ଅତିକ୍ରମ କରିଥିବାବେଳେ ମୃତ୍ୟସଂଖ୍ୟା 1886ରେ ପହଞ୍ଚିଛି। ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ 2 ଘଣ୍ଟାରେ କରୋନା ଯୋଗୁଁ 103 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଗୋଟିଏ ଦିନରେ 1274 ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟ ହାର 3.34 ପ୍ରତିଶତ ରହିଥିବାବେଳେ ସୁସ୍ଥ ହାର 29.35 ପ୍ରତିଶତ ରହିଛି। ଦେଶରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 56,342ରେ ପହଞ୍ଚିଛନ୍ତି। କେଉଁ ରାଜ୍ୟରେ କେତେ ରହିଛି ମୃତ୍ୟୁ ସଂଖ୍ୟା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ 694ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 425, ମଧ୍ୟପ୍ରଦଶରେ 193, ରାଜସ୍ଥାନରେ 97, ଦିଲ୍ଲୀରେ 66,. ଉତ୍ତରପ୍ରଦେଶରେ 62, ଆନ୍ଧ୍ରପ୍ରଦେଶରେ 38, ପଶ୍ଚିମବଙ୍ଗରେ 151,…
ଭୁବନେଶ୍ବର : ରାଜ୍ୟରେ ସକାଳୁ ଚିହ୍ନଟ ହୋଇଥିବା 26 ଜଣ ନୂଆ କରୋନା ଆକ୍ରାନ୍ତ ମଧ୍ୟରେ ଗଞ୍ଜାମରୁ 19 ଜଣ, କେନ୍ଦ୍ରାପଡ଼ାରୁ 6 ଓ ଭଦ୍ରକ ଜିଲ୍ଲାରୁ 2 ନୂଆ ଆକ୍ରାନ୍ତ ଅଛନ୍ତି। ଜଣକୁ ଛାଡି ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡିଥିବାବେଳେ ଅଧିକାଂଶଙ୍କ ଠାରେ ଲକ୍ଷଣ ଥିଲା । ଗଞ୍ଜାମର ସମସ୍ତ 19 ଆକ୍ରାନ୍ତ 18ରୁ 58 ବର୍ଷର ପୁରୁଷ ରହିଥିବାର ସୂଚନା ରହିଛି । ଜଣେ କେବଳ କରେଳରୁ ଫେରିଥିଲେ ଓ ଅନ୍ୟ ସମେସ୍ତ ସୁରତ ଫେରନ୍ତା ବୋଲିଜଣାପଡିି । ସେହିପରି ଭଦ୍ରକର ଦୁଇ ଆକ୍ରାନ୍ତଙ୍କ ବୟସ 21 ଓ 41 ବର୍ଷ ବୋଲି ଜଣାପଡିଛି । କେନ୍ଦ୍ରାପଡ଼ାର ପାଞ୍ଚ ଆକ୍ରାନ୍ତମାନେ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 32,33,27,35, 31 ବର୍ଷ ବୋଲି ଜଣାପଡିଛି । କେନ୍ଦ୍ରାପଡ଼ାରେ ଚିହ୍ନଟ 5 ନୂଆ ଆକ୍ରାନ୍ତ ସୁରତ ଫେରନ୍ତା। ସେମାନେ ସମସ୍ତେ ପଟ୍ଟାମୁଣ୍ଡାଇ ଅଞ୍ଚଳର। ଗତ 3 ତାରିଖରେ ମୋଟ୍…
ଭୁବନେଶ୍ବର : ଆଜି ଚିହ୍ନଟ ଦୁଇ କରୋନା ଆକ୍ରାନ୍ତଙ୍କ ବାବଦରେ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଉଭୟ ଦୁଇ ଆକ୍ରାନ୍ତ ଗୁଜୁରାଟ ଫେରନ୍ତା ବୋଲି ଜଣାପଡିଛି। ଉଭୟ ନିକଟରେ ଗୁଜୁରାଟରୁ ଫେରିଥିଲେ, କ୍ବାରେଣ୍ଟିନ୍ରେ ଥିଲେ। ଜିଲ୍ଲାର ଦୁଇ ଆକ୍ରାନ୍ତ ଧାମନଗର ବ୍ଲକ ଓ ବାସୁଦେବପୁର ପୌରାଞ୍ଚଳର ବୋଲି ଜଣାପଡିଛି। ଭଦ୍ରକରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 23କୁ ବୃଦ୍ଧି ହୋଇଛି। ଭଦ୍ରକରେ 12 ଜଣ ସୁସ୍ଥ ହୋଇଥିବାବେଳେ 11 ଜଣ ଏବେ ଆକ୍ଟିଭ୍ ରହିଛନ୍ତି। ଆଜି ସକାଳୁ 26ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ ଭଦ୍ରକରୁ ରହିଥିବାବେଳେ ଗଞ୍ଜାମରୁ 19 ଓ କେନ୍ଦ୍ରାପଡାରୁ ପାଞ୍ଚ ଜଣ ରହିଛନ୍ତି।
ମୁମ୍ବାଇ : ଦେଶରେ କରୋନା ସଂକଟକୁ ଦେଖି ଲକ୍ ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ପ୍ରବାସୀ ଶ୍ରମିକ । ଦେଶର ଭିନ୍ନ ଭିନ୍ନ ସହରରେ ଫସି ରହିଥିବାବେଳେ ଲକ୍ ଡାଉନ୍ ଯୋଗୁଁ କାମ ଓ ଖାଦ୍ୟ ନ ପାଇ ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ କରୁଛନ୍ତି । କେହି କେହି ଚାଲି ଚାଲି ତ କିଏ ସାଇକେଲ୍ରେ ତ ପୁଣି କିଏ ରେଳ ଧାରଣାରେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି ଶ୍ରମିକମାନେ। ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ଟ୍ରେନ୍ ଧକ୍କାରେ 16 ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଆଜି ଭୋର୍ ପ୍ରାୟ 6ଟା ବେଳେ ଏଭଳି ଏକ ଅଘଟଣ ଘଟିଥିବାର ସୂଚନା ରହିଛି । ଟ୍ରେନ୍ ଟ୍ରାକ୍ ଯୋଗେ ଘରକୁ ଫେରୁଥିବାବେଳେ ମାଲଗାଡି ଟ୍ରେନ୍ ଧକ୍କାର ଶିକାର ହୋଇଛନ୍ତି ଶ୍ରମିକମାନେ। ଔରଙ୍ଗାବାଦ-ନାନ୍ଦେଡ୍ ରୁଟ୍ର କର୍ମଦ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ସମସ୍ତ…
ପୁରୀ : ପୁରୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାନବସ୍ତା ପଡିଯିବାରୁ ଜଣେ ମହିଳା ଓ ତାଙ୍କ 12 ବର୍ଷର ଝିଅର ମୃତ୍ୟୁଘଟିଛି। ପୁରୀ ଜିଲ୍ଲା ବ୍ରହ୍ମଗିରିର ଖଜୁରିଆ ନିକଟ ହୋବା ସାହିରେ ଏଭଳି ଅଘଟଣ ଘଟିଯାଇଛି। ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ଘର ଭିତରେ ଥାକ ମାରି ରଖାଯାଇଥିବା ଧାନବସ୍ତାଗୁଡିକ ତାଙ୍କ ଉପରେ ଖସି ପଡିଥିଲା। ଏହା ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ତାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
କେଦାର ମିଶ୍ର ଟେଲିଭିଜନ ଖୋଲିବାକୁ ଆଗରୁ ଭୟ ଲାଗୁଥିଲା। ଏବେ ଫେସବୁକ ବା ଟୁଇଟର ଖୋଲିବାକୁ ବି ଡର ଲାଗିଲାଣି। ଆମ ସମୟର ଖବର ସବୁ ଏତେ ଭୟାନକ ଓ ବିଦ୍ବେଷପୂର୍ଣ୍ଣ ଯେ, ତାକୁ ଦେଖିବାକୁ ବା ପଢିବାକୁ ହେଲେ ପ୍ରଥମେ ନିଜର ରକ୍ତଚାପ ପରୀକ୍ଷା କରିବା ନିତାନ୍ତ ଜରୁରୀ। ଯେ କୌଣସି ଖବରକୁ ଗୋଟେ ନାଟକୀୟ ପୋଷାକ ପିନ୍ଧାଇ ଦେବାର ପାଗଳ ପ୍ରବୃତ୍ତି ଆମ ଗଣମାଧ୍ୟମକୁ ଭୟ ତଥା ଘୃଣା ସୃଷ୍ଟି କରୁଥିବା ଏକ ମେସିନରେ ପରିଣତ କରି ଦେଉଛି। ଆଜିର ସମୟ ଯେତେବେଳେ ଆମଠୁ ଅଧିକ ସାନ୍ତ୍ଵନା ଓ ଆଶ୍ଵାସନା ଆଶା କରୁଛି, ଆମେ ସେତେବେଳେ ଲୋକଙ୍କୁ ଅଧିକରୁ ଅଧିକ ଆଶଙ୍କିତ ତଥା ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛୁ। “ହୁ ହୁ ହୋଇ ବଢୁଛି କରୋନା”, “ସୁରତ ଫେରନ୍ତା ବଢାଇଲେ ରାଜ୍ୟବାସୀଙ୍କ ଚିନ୍ତା”, “କଲିକତି କରୋନା” ଭଳି ଉଦ୍ଭଟ ଶିରୋନାମା ସବୁ ଆମ ମନ-ମସ୍ତିସ୍କରେ ଯାବତୀୟ ଦୁର୍ଭାବନା ତିଆରି…
ଭୁବନେଶ୍ବର : ରାଜ୍ୟରେ ଆଉ 26 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 19, କେନ୍ଦ୍ରାପଡ଼ାରୁ 5, ଭଦ୍ରକରୁ2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ଏବେ ସର୍ବମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 47ରେ ପହଞ୍ଚିଥିବାବେଳେ ଭଦ୍ରକରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 23ରେ ପହଞ୍ଚିଛି । ସେହିପରି କେନ୍ଦ୍ରାପଡାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 08ରେ ପହଞ୍ଚଛି । ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ 245କୁ ବୃଦ୍ଧି ହୋଇଛି। ଗତକାଲି ଏହି ସଂଖ୍ୟା 219 ଥିବାବେଳେ ଆଜି ଆଉ 26 କରୋନା ପଜିଟିଭ୍ ଚିହ୍ନଟ ହୋଇନ୍ତି। ଗତକାଲି ଗୋଟିଏ ଦିନରେ 34 ଜଣ ଚିହ୍ନଟ ହୋଇଥିବାବେଳେ ଆଜି ସକାଳୁ 26 ଜଣ ଚିହ୍ନଟ ହୋଇ ଚିନ୍ତା ବଢାଇ ଦେଇଛନ୍ତି ।
ଭୁବନେଶ୍ବର : ବୟସ୍କ ଓକିଲ ମାନେ କୋର୍ଟ ଆସିବେନି ବୋଲି ସୂଚନା ରହିଛି । 65 ବର୍ଷରୁ ଉର୍ଦ୍ଧ୍ବ ବୟସର ଆଇନଜୀବୀ ହାଇକୋର୍ଟ ନ ଆସିବାକୁ ନିଷ୍ପତ୍ତି ନିଆଯାଇଛି । ଯଦି ଚାହିଁବେ ତା’ହେଲେ ଭିଡିଓ କନଫରେନ୍ସିଂରେ ପକ୍ଷ ରଖିପାରିବେ ବୋଲି ସୂଚନା ରହିଛି । ଏଥିପାଇଁ କେସ ନମ୍ବର, ଆଇଟମ ନମ୍ବର, ଇମେଲ୍ରେ ହାଇକୋର୍ଟଙ୍କୁ ଜଣାଇବେ । ହାଇକୋର୍ଟ ରେଜିଷ୍ଟ୍ରି, ଏଜି ଓ ଓକିଲ ସଂଘଙ୍କ ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ମେ ଚାରି ତାରିଖରୁ ହାଇକୋର୍ଟ ସ୍ବାଭାବିକ ହୋଇଛି । ସପ୍ତାହକୁ ପାଞ୍ଚ ଦିନ କାର୍ଯ୍ୟ କରିବ ହାଇକୋର୍ଟ । ଜୋନ୍କୁ ଦେଖି କୋର୍ଟଙ୍କ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ହାଇକୋର୍ଟ ରେଜିଷ୍ଟ୍ରାର୍ ଜେନେରାଲଙ୍କ ପକ୍ଷରୁ କୋର୍ଟ ଚାଲିବା ନେଇ ଗାଇଡ୍ଲାଇନ୍ ଜାରି କରାଯାଇଛି । ରେଡ୍ ଜୋନ୍ରେ ଥିବା ଜିଲ୍ଲାର ଅଦାଲତ ଘଣ୍ଟାକ ପାଇଁ କାର୍ଯ୍ୟ କରିବ । ଅରେଞ୍ଜ ଜୋନ୍ରେ ଥିବା…
ମୁମ୍ବାଇ : ମୁମ୍ବାଇରେ କରୋନା ସ୍ଥିତି ବେଶ୍ ସଂକଟଜନକ ରହିଛି । ଏଠାରେ କରୋନା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଲିସ୍ ବିଭାଗରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ରେ 103 କରୋନା ପଜିଟିଭ୍ ରହିଥିବାର ସୂଚନା ମିଳିଛି । ଏହି ଜେଲ୍ରେ 77 ଜଣ କଏଦୀ ଓ 26 ଜଣ ଜେଲ୍ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । କଏଦୀମାନଙ୍କୁ ଜିଟି ହସ୍ପିଟାଲ ଓ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ସୂଚନା ରହିଛି । ଶୁକ୍ରବାର ସକାଳେ ସୁରକ୍ଷା ସହକାରେ କଏଦୀମାନଙ୍କୁ ହସ୍ପିଟାଲକୁ ନିଆଯିବ । ସେହିପରି ଜେଲ୍ କର୍ମଚାରୀମାନଙ୍କୁ ଅଲଗା ଏକ ହସ୍ପିଟାଲକୁ ନିଆଯିବାର ସୂଚନା ରହିଛି । ଆର୍ଥର ରୋଡ୍ ଜେଲ୍ ମୁମ୍ବାଇର ସର୍ବପୁରାତନ ଜେଲ୍ ମଧ୍ୟରେ ଅନ୍ୟତମ । ଏହା କସ୍ତୁରବା ହସ୍ପିଟାଲ୍ରେ ସାମ୍ନାରେ ଅବସ୍ଥିତ । କସ୍ତୁରବା ହସ୍ପିଟାଲକୁ କୋଭିଡ୍ -19…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗର ବରିଷ୍ଠ ନାଗରିକ କିଶୋର ପ୍ରଧାନଙ୍କ ନାତି ତଥା ଯୁବସମାଜସେବୀ ଦେବୀପ୍ରସନ୍ନ ସରୋଜ କୁମାରଙ୍କ ୪ ବର୍ଷର ପୁତ୍ର ଦିଗଦିଜୟ(ରୋହନ) ନିଜର ସଂଚିତ ଅର୍ଥ ୫ ହଜାର ଟଙ୍କା ନିଜର କୁମ୍ପି ଭାଙ୍ଗି ଆଦି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବା ଜଣାପଡ଼ିଛି । ଆଜି ଅପରାହ୍ନରେ କୁଜଙ୍ଗ ତହସିଲଦାର ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ସେ ତାଙ୍କର ଅଜା ଶ୍ରୀଯୁକ୍ତ ପ୍ରଧାନଙ୍କ ସହିତ ଯାଇ ଏହି ଅର୍ଥରାଶିର ଏକ ଚେକ୍ ପ୍ରଦାନ କରିଥିଲେ । କୋଭିଡ୍-୧୯ ରୋଗର ମୁକାବିଲା ପାଇଁ ଶହଶହ ଲୋକମାନେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦେଉଥିବାବେଳେ ମାତ୍ର ୪ ବର୍ଷର ଶିଶୁଙ୍କର ଏହି ବଦାନ୍ୟତା ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି । ମା ଜୟଶ୍ରୀ, ଆଇ ଆରତୀଙ୍କ ସମେତ ପରିବାର ଲୋକମାନଙ୍କର ପ୍ରେରଣା ଏଥିପାଇଁ ତାଙ୍କୁ ଅଧିକ ଉତ୍ସାହିତ କରିଥିବା ପରିବାର ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଅନ୍ୟମାନଙ୍କ…
ରମେଶ ମହାନ୍ତି ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାରେ ଗତକାଲି ପ୍ରଥମକରି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ୪ ଜଣ କରୋନା ଆକ୍ରାନ୍ତ ସୁରାଟ ଫେରନ୍ତା ଏବଂ ଉକ୍ତ ୪ ଜଣ ଆକ୍ରାନ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଟି ପୃଥକ୍ ଆମ୍ବୁଲାନ୍ସରେ ଭୁବନେଶ୍ବର କିମସ୍ ହସପିଟାଲକୁ ଗତକାଲି ରାତିରେ ପଠାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ସମସ୍ତ ୪ ଜଣ ଆକ୍ରାନ୍ତ ନାଉଗାଁ ବ୍ଲକ ଅଞ୍ଚଳର ଓ ସେମାନଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଥିଲା। ସେମାନେ ରହୁଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ୍ କରାଯାଇ ସିଲ୍ କରାଯିବା ସହିତ ସଂପୃକ୍ତ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ବୟସ ୨୬ ବର୍ଷ,୩୨ ବର୍ଷ, ୩୦ ବର୍ଷର ଯୁବକ ହୋଇଥିବା ବେଳେ ଅନ୍ୟଜଣକ ୪୭ ବର୍ଷ ବୟସ୍କ ଅଟନ୍ତି।ମଙ୍ଗଳବାର…
ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଏବେ ମଦ ବିକ୍ରି ପାଇଁ ଇ-ଟୋକନ୍ ସିଷ୍ଟମ୍ ଲାଗୁ କରିଛନ୍ତି। ମଦ ପାଇଁ ଦୋକାନଗୁଡିକରେ ପ୍ରବଳ ଭିଡକୁ ଦେଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଇ-ଟୋକନ୍ ଦ୍ବାରା ଦୋକାନରେ ସାମାଜିକ ଦୂରତ୍ବକୁ ପାଳନ କରାଯାଇପାରିବ ବୋଲି ଜଣାପଡିଛି। ଇ-ଟୋକନ୍ ପାଇଁ ସରକାର ଏକ ଓ୍ବେବ୍ ଲିଙ୍କ୍ ଜାରି କରିଛନ୍ତି। ଏହି ଲିଙ୍କ୍ ଜରିଆରେ ନିଜ ତଥ୍ୟ ପ୍ରଦାନ କରି ମଦ କ୍ରୟ ପାଇଁ ସମୟ ନେଇପାରିବେ। ଏହା ପରେ ବ୍ୟକ୍ତିଙ୍କ ମୋବାଇଲ୍କୁ ଏକ ଇ-କୁପନ୍ ପଠାଯିବ । ଏହା ଜରିଆରେ ସେ ମଦ କ୍ରୟ କରିପାରିବେ। ଲକଡାଉନ 3.0ରେ କେନ୍ଦ୍ର ସରକାର କିଛି କଟକଣାକୁ କୋହଳ କରିଛନ୍ତି। ଏହି ସହିତ ସର୍ତ୍ତ ସହିତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କେନ୍ଦ୍ର ସରକାର ଗାଇଡଲାଇନ୍ସ ପାଳନ କରି ଦିଲ୍ଲୀ ସରକାର ରାଜଧାନୀରେ 200 ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ଏହି ମଦଦୋକାନଗୁଡିକ ଖୋଲାଯିବା ପରେ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତଥା କେନ୍ଦ୍ରପଡ଼ା ଜିଲ୍ଲାର ୯ ଜଣ ଦାଦନ ଶ୍ରମିକ ଏବେ କର୍ଣ୍ଣାଟକରେ ଫସିଥିବାବେଳେ ସେମାନଙ୍କୁ ରାଜ୍ୟ ସରକାର ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଥିବା ଜଣାପଡ଼ିଛି। ସେମାନେ ହେଲେ ଗୌରାଙ୍ଗ ବେହେରା, ଜିଲ୍ଲାନାସୀ, ପ୍ରମୋଦ ଦାସ, ଜିଲ୍ଲାନାସୀ, ଜଗବନ୍ଧୁ ବେହେରା, ପଙ୍କପାଳ, ସରୋଜ ସ୍ୱାଇଁ, ଭାସ୍କର ରାଉତ, ଗୋପିଆକୁଦ, ବ୍ରହ୍ମାନନ୍ଦ ନାଏକ, କେନ୍ଦୁଝର, ରମେଶ ବେହେରା କେନ୍ଦ୍ରାପଡ଼ା, ସଞ୍ଜୟ ମହାଳିକ, ଜଗବନ୍ଧୁ ବେହେରା, କେନ୍ଦ୍ରାପଡ଼ା। ସମ୍ପୃକ୍ତ ଦାଦନ ଶ୍ରମିକ ମାନେ ଦୀର୍ଘଦିନ ଧରି କର୍ଣ୍ଣାଟକର ଟୁଙ୍କୁର ଠାରେ ଥିବା ଶିଳ୍ପାଂଚଳରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର କରୋନା ଭୂତାଣୁ ଜନିତ ସମଗ୍ର ଦେଶରେ ଲକ୍ ଡ଼ାଉନ କାରଣୁ ଓଡ଼ିଶା ଫେରିନପାରି ଏବେ ସେଠାରେ ପଡ଼ି ରହିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ କାର୍ଯ୍ୟରୁ ଛଟେଇ କରିଦେଇ ଥିବାବେଳେ ସେମାନେ ଏବେ ଭୋକ ଉପାସରେ ପଡ଼ି ରହିଛନ୍ତି। ରାଜ୍ୟସରକାରଙ୍କର ପୋର୍ଟାଲରେ ନାମ ପଞ୍ଜିକରଣ…
ଭୁବନେଶ୍ବର : ଓଡ଼ିଶାକୁ ଅଧିକ କରୋନା ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ୟୁପି ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ତିନି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ଏହି ତିନି ରାଜ୍ୟରେ ପ୍ରଚୁର ପ୍ରବାସୀ ଆସୁଥିବାରୁ ଟେଷ୍ଟିଂ ବଢାଇବାକୁ କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଟେଷ୍ଟିଂ ସୁବିଧା ଯଥେଷ୍ଟ ନଥିବାରୁ କେସ୍ ବଢିଯିବା ନେଇ ଆଶଙ୍କା ରହିଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ସୂଚନାଯୋଗ୍ୟ ଭୁବନେଶ୍ବରେ ଆଜି ଗୋଟିଏ ଦିନରେ 34 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ଦିନକୁ 3 ହଜାରରୁ ଅଧିକ କୋଭିଡ୍ ଟେଷ୍ଟ ହେଉଥିବାର ସୂଚନା ଦେଇଛନ୍ତି ଏନ୍ଏଚ୍ଏମ୍ ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ୍। ରାଜ୍ୟରେ 8ଟି ଲ୍ୟାବ୍ରେ ଦିନକୁ ତିନି ହଜାରରୁ ଅଧିକ ଟେଷ୍ଟ ହେଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ 52 ହଜାରୁ…
ବିଶାଖାପାଟନମ୍: ବିଶାଖାପାଟନମ୍ ଗ୍ୟାସ୍ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ 1 କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ. ଜଗନମୋହନ ରେଡ୍ଡି। ଏଥିସହିତ ଗ୍ୟାସ୍ ଲିକ୍ ଘଟଣାରେ ପୀଡ଼ିତଙ୍କୁ 10 ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ସୂଚନା ରହିଛି। ଏଭଳି ଅଭାବନୀୟ ଘଟଣା ଘଟିବା ପରେ ପରେ ମୁଖ୍ୟମନ୍ତ୍ରୀ ଜଗନମୋହନ ବିଶାଖାପାଟନମ୍ରେ ପହଞ୍ଚି କିଙ୍ଗ ଜର୍ଜ ହସ୍ପିଟାଲ ଗସ୍ତ କରିବା ସହିତ ଅସୁସ୍ଥଙ୍କୁ ଭେଟିବା ସହିତ ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଏହି ଘଟଣାର ତଦନ୍ତ କରିବା ଲାଗି ପାଞ୍ଚ ଜଣିଆ କମିଟି ଗଠନ କରାଯାଇଛି। ଗୁରୁବାର ରାତ୍ରି ୨.୩୦ ମିନିଟ୍ ସମୟରେ ଏଲ୍ଜି ପଲିମର୍ କ୍ୟାମିକାଲ୍ ପ୍ଲାଣ୍ଟରୁ ଗ୍ୟାସ୍ ଲିକ୍ ହୋଇଥିଲା। ବିଶାଖାପାଟନମ୍ ଏଲ୍ଜି ପଲିମର୍ସ ପ୍ଲାଣ୍ଟ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା 11କୁ ଛୁଇଁଛି। ଶତାଧିକ ଅସୁସ୍ଥ ହୋଇଛନ୍ତି। (ଏଜେନ୍ସି)

