ସୁରତ: ସୁରତରୁ ଓଡ଼ିଶାକୁ ଆସିଥିବା ତିନୋଟି ଟ୍ରେନ୍ ବାତିଲ୍ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଟ୍ରେନ୍ ବାତିଲ୍ କରାଯାଇଛି । ଆସନ୍ତାକାଲି ଆସିବାକୁ ଥିବା ମଧ୍ୟ ଟ୍ରେନ୍କୁ ବାତିଲ୍ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସୁରତ ଜିଲ୍ଲାପାଳ ଧବଳ କୁମାର ପଟେଲ୍ । ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ଥିବାବେଳେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ପରେ ସୁରତ୍ ଫେରନ୍ତା ଚିନ୍ତା ବଢାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟକୁ ଫେରିବା ପୂର୍ବରୁ ପ୍ରଥମେ ଟେଷ୍ଟ କରିବା ପାଇଁ କହିଛନ୍ତି। ହାଇକୋର୍ଟ। ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ପ୍ରବେଶ ଅନୁମତି ମିଳିପାରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସୁରତରୁ ଆସିବାକୁ ଥିବା ଟ୍ରେନ୍ଗୁଡିକୁ ବାତିଲ୍ କରାଯାଇଛି ।
Author: Samikhsya Bureau
ନୂଆଦିଲ୍ଲୀ : ପୁରୀ ରଥଯାତ୍ରା ନେଇ ସମ୍ଭାବନା ବଢିଛି। ରଥ ଖଳାରେ ରଥ ନିର୍ମାଣକୁ ନେଇ ଅନୁମତି ଦେଇଛି ଗୃହ ମନ୍ତ୍ରାଳୟ। ତେବେ କିଛି ସର୍ତ୍ତ ସହ ରଥ ନିର୍ମାଣକୁ ଅନୁମତି ଦିଆଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ସର୍ତ୍ତ ରହିଛନ୍ତି। ତେବେ ରଥ ନିର୍ମାଣରେ ଲକ୍ ଡାଉନ୍ ନେଇ ଜାରି ସମସ୍ତ ଗାଇଡଲାଇନ୍ ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରଥାଯାତ୍ରା ହେବ କି ନାହିଁ ତାହା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେବେ ବୋଲି ଜଣାପଡିଛି। ସେତେବେଳର ଓଡ଼ିଶାର ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଏହା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ମନ୍ତ୍ରାଳୟ।
ଭୁବନେଶ୍ବର : ରାଜ୍ୟରେ ଆଉ 10 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ବାକି 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ଠାବ ତିନି ଆକ୍ରାନ୍ତଙ୍କ ଘର ମଞ୍ଚେଶ୍ବର, ଭିଏସଏସ୍ ନଗର ଏବଂ ସୁର୍ଯ୍ୟନଗର ହୋଇଥିବା ବେଳେ ବୟସ ଯଥାକ୍ରମେ 36,34 ଓ 67 ରହିଛି । ସେହିପରି ଗଞ୍ଜାମର 7 ଜଣ ଆକ୍ରାନ୍ତ ହେଉଛନ୍ତି ପୁରୁଷ ଓ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 219ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କ ପ୍ରାଣହାନି ଘଟିଛି ।
ଶ୍ରୀନଗର : ଜାନୁୟାରୀ ପରଠାରୁ କାଶ୍ମୀର ଉପତ୍ୟାକାରେ 64 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ଜମ୍ମୁ କାଶ୍ମୀର ଆଇଜିପି ବିଜୟ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ଏହି ସମୟରେ 25 ଆତଙ୍କବାଦୀ ଏବଂ 125 ଆତଙ୍କୀଙ୍କ ସହଯୋଗୀ ଗିରଫ ହୋଇଛନ୍ତି । ନିହତ ଆତଙ୍କୀଙ୍କ ମଧ୍ୟରେ ଜୈସ୍ର କାରି ୟାସିର୍, ଏଜିଏଚ୍ର ବୁର୍ହାନ୍ କୋକା ଏବଂ ହିଜବୁଲ୍ର ରିୟାଜ୍ ନାଇକୁ ଅନ୍ତର୍ଭୁକ୍ତ । ଜାନୁୟାରୀ ପରଠାରୁ ସେନା ପକ୍ଷରୁ 27ଟି ଏନ୍କାଉଣ୍ଟରରେ ଏହି ସଫଳତା ମିଳିଥିବା ନେଇ ଆଇଜିପି ପ୍ରକାଶ କରିଛନ୍ତି । ରିୟାଜ୍ର ଏନ୍କାଉଣ୍ଟର ସେନା ପାଇଁ ବୃହତ ସଫଳତା ବୋଲି ଆଇଜିପି ପ୍ରକାଶ କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକ ମାନଙ୍କୁ ନେବା ପାଇଁ ଚାଲୁଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍ର ଭଡାକୁ ନେଇ ସୋନିଆ ରାଜନୀତି କରନ୍ତୁ ନାହିଁ ବୋଲି ରେଳବାଇ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ 115ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍କୁ ମଞ୍ଜୁରୀ ଦିଆଯାଇଥିବା ବେଳେ ରେଳବାଇ କର୍ମୀଙ୍କ କଠିନ ପରିଶ୍ରମ କାରଣରୁ ଏହା ସଫଳ ହୋଇ ପାରୁଛି । ଏଭଳି ମହାମାରୀ ସମୟରେ ରେଳ ଚଳଚାଳ ଅସମ୍ଭବ ଲାଗୁଥିଲେ ମଧ୍ୟ ତାହା କରାଯାଉଛି । ତେଣୁ ଏଭଳି ସ୍ଥିତିରେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଶସ୍ତା ରାଜନୀତି ବନ୍ଦ କରନ୍ତୁ ବୋଲି ମିଶ୍ର କହିଛନ୍ତି । ଯାତ୍ରୀଙ୍କ ଟିକେଟ ଖର୍ଚ୍ଚର 85 ପ୍ରତିଶତ କେନ୍ଦ୍ର ସରକାର ଏବଂ 15 ପ୍ରତିଶତ ରାଜ୍ୟ ସରକାର ବହନ କରୁଛନ୍ତି । ଏତଦ ବ୍ୟତିତ ଖାଦ୍ୟପେୟ, ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଖର୍ଚ୍ଚ ରେଳବାଇ ବହନ…
ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ 3 ଜଣ କରୋନା ପଜିଟିଭ୍ । ଜଗତସିଂହପୁର ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଳାରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ଆକ୍ରାନ୍ତ ଜଣକ 70 ବର୍ଷୀୟ ପୁରୁଷ ଏବଂ ସେ କୋଲକାତା ଫେରନ୍ତା । ସେହିପରି ବାଲେଶ୍ବରରୁ ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 26 ଏବଂ 29 । ଉଭୟ ସୁରଟରୁ ଫେରି କ୍ବାରେଣ୍ଟାଇନ୍ରେ ରହିଥିଲେ । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 209ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ 2 ଜଣଙ୍କର ମୃତ୍ୟୁ ଘଟିଛି ।
ନୂଆଦିଲ୍ଲୀ : କ୍ରିକେଟରରୁ ସାଂସଦ ବନିଥିବା ଗୌତମ ଗମ୍ଭୀର ସର୍ବଦା ନିଜର ଖୋଲାକଥା ପାଇଁ ଚର୍ଚ୍ଚାରେ ରହିଥିାନ୍ତି । ଗତକାଲି ହିଜବୁଲ ଆତଙ୍କବାଦୀ ରିୟାଜ୍ ନାଇକୁର ଏନ୍କାଉଣ୍ଟର ପରେ ଗମ୍ଭୀରଙ୍କ ଏକ ଟ୍ବିଟ୍କୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ସର୍ବଦା ଭାରତୀୟ ସେନାର ସମର୍ଥନରେ ଟ୍ବିଟ୍ କରୁଥିବା ଗମ୍ଭୀର ନିଜ ଟ୍ବିଟ୍ରେ ଭାରତୀୟ ସେନାର ବୀରତ୍ବ ମଧ୍ୟ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ନର୍କରେ ଶାନ୍ତିରେ ଶୁଅ ବୋଲି ଟ୍ବିଟ୍ କରିବା ସହିତ କେବେ ଭାରତୀୟ ସେନା ସହ ଲାଗିବାର ଦୁଃସାହସ କରନାହିଁ ବୋଲି ଗମ୍ଭୀର ଟ୍ବିଟ୍ କରିଥିଲେ । ଗମ୍ଭୀରଙ୍କ ଏହି ଟ୍ବିଟ୍କୁ ପ୍ରାୟ 47 ହଜାର ଲାଇକ୍ ମିଳିଥିଲା । (ଏଜେନ୍ସି)
ଭୁବନେଶ୍ବର, ବିଜେଡି ନେତା ସୁବାସ ଚୌହାନଙ୍କ ସ୍ଵାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ଆଜି ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି। ଡାକ୍ତରମାନେ ବର୍ତ୍ତମାନ ଶେଷ ଚେଷ୍ଟା ଚଳାଇଛନ୍ତି ବୋଲି କୁହାଯାଉଛି। ତାଙ୍କୁ ବର୍ତ୍ତମାନ ଭୁବନେଶ୍ବରର ଆପୋଲୋ ହସପିଟାଲରେ ଚିକିତ୍ସା କରାଯାଉଛି। ପୂର୍ବରୁ କିଛି ମାସ ତଳେ ସୁବାସ ଗୁରୁତର ଅସୁସ୍ଥ ହୋଇପଡି ମୁମ୍ବାଇସ୍ଥିତ କ୍ୟାନସର ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ କିଛିଦିନ ଚିକିତ୍ସା ହେବା ପରେ ଭୁବନେଶ୍ବର ଫେରିଥିଲେ। ହେଲେ ପୁଣି ଥରେ ସେ ଗୁରୁତର ହେବାରୁ ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି। ସୁବାସ ଗତ ବିଧାନସଭା ନିର୍ବାଚନ ସମୟରେ ବିଜେପି ପ୍ରତି ଅସନ୍ତୁଷ୍ଟ ହୋଇ ସେଠାରୁ ଇସ୍ତଫା ଦେଇ ପରବର୍ତ୍ତି ସମୟରେ ବିଜେଡିରେ ସାମିଲ ହୋଇଥିଲେ। ପଶ୍ଚିମ ଓଡିଶାରେ ତାଙ୍କର ଭଲ ସଂଗଠନ ଥିବାରୁ ବିଜେଡି ତରଫରୁ ତାଙ୍କୁ ସେହି ଅଞ୍ଚଳ ଦାୟିତ୍ବ ଦେଇଥିଲା। ସେହିପରି ବିଜେପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାରେ ସୁବାସଙ୍କ ଭୂମିକା…
ବାଣପୁର: କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଆମ ଦେଶର ପୁଲିସ, ପ୍ରଶାସନ, ଡାକ୍ତର, ସଫେଇ କର୍ମଚାରୀ ଓ ସାମ୍ବାଦିକ। ଏମାନେ କୌଣସି ଯୋଦ୍ଧାରୁ କମ ନୁହନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସଦାସର୍ବଦା ଶିକ୍ଷା କ୍ଷେତ୍ରରେ କାମ କରିବା ସହିତ ସାମାଜିକ କ୍ଷେତ୍ରରେ ମଧ୍ୟ ଜନସାଧାରଣଙ୍କ ସେବା କରିଥାଏ। କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି କରୋନା ଯୋଦ୍ଧା ମାନଙ୍କୁ ଆଜି ବାଣପୁର ଏବିଭିପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର, ପୋଲିସ୍ କର୍ମୀ ଏବଂ ଏନ.ଏ.ସି ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଧୁର୍ଜତ୍ତି ପ୍ରସାଦ ମହାପାତ୍ର, ଡାକ୍ତର କୌନ୍ତେୟ ଦାସ, ଡାକ୍ତର ସ୍ମୃତି ସାହୁ, ଡାକ୍ତର ସୁରଜ ମେହେର, ଫାର୍ମାସିଷ୍ଟ ରବୀନ୍ଦ୍ର କୁମାର ପାଢ଼ୀ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଗୋଷ୍ଠୀ…
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବିଭାଗ ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡ. କେ ଶ୍ରୀନାତ ରେଡ୍ଡୀ ଭିଡିଓ କନ୍ଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଭିଡିଓ କନ୍ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତିତ ମନ୍ତ୍ରୀ ପରିଷଦର ସଦସ୍ୟ, ମୁଖ୍ୟ ଶାସନ ସଚିବ, ପୋଲିସ୍ ମହା ନିର୍ଦ୍ଦେଶକ, ବିଭିନ୍ନ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପୋଲିସ୍ ସୁପରିଟେଣ୍ଡେଣ୍ଟ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । କୋଭିଡ୍ରୁ ଶିକ୍ଷା-ଆମେ କଣ ଶିଖିଲେ ଏବଂ କିପରି କୋଭିଡ୍ ଯୁଦ୍ଧ ଜିତିବା ଉପରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ଡ. ରେଡ୍ଡୀ କରୋନା ଭାଇରସ୍ର ଉତ୍ପତ୍ତି, ବିଶ୍ବର ପରସ୍ଥିତି ଏବଂ ଭବିଷ୍ୟତର ରଣ କୌଶଳ ଉପରେ ଆଲୋକାପାତ କରିଥିଲେ । ଏହି ଭାଇରସ୍ର କୌଣସି ଔଷଧ କିମ୍ବା ଟୀକା ନଥିବାରୁ ସାମାଜିକ ଦୂରତ୍ବ ହିଁ ଏକମାତ୍ର ମାଧ୍ୟମ ବୋଲି ଡ. ରେଡ୍ଡୀ ପ୍ରକାଶ କରିଥିଲେ । ସାମାଜିକ ଦୂରତା…
ରାୟଗଡ : ଛତିଶଗଡର ରାୟଗଡରେ ଏକ ପେପର ମିଲ୍ରୁ ଗ୍ୟାସ୍ଲିକ୍ ଘଟିଛି । ଏହି ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତନ୍ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ପେପର ମିଲ୍ର ଏକ ଟାଙ୍କି ସଫା କରୁଥିବା ବେଳେ ଏହି ଗ୍ୟାସ୍ ଲିକ୍ ହୋଇଥିବା ନେଇ ରାୟଗଡ ଏସ୍ପି ସୂଚନା ଦେଇଛନ୍ତି । ସକାଳୁ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମର ଏକ ରାସାୟନିକ କାରଖାନାରେ ଗ୍ୟାସ୍ ଲିକ୍ ହୋଇ 11 ଜଣଙ୍କ ପ୍ରଶହାନି ଘଟିଥିବା ବେଳେ ଏହି ଘଟଣା ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି । (ଏଜେନ୍ସି)
ନାଗପୁର : ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ଅନେକ ବିବାହ ବନ୍ଦ ରଖାଯାଉଛି । ତେବେ ଏହି ସମୟରେ ବିବାହ କରୁଥିବା ଏକ ଯୋଡିଙ୍କ ବାହାଘରରେ ସାମିଲ ହୋଇଛି ନାଗପୁର ପୋଲିସ୍ । ବିବାହ କରୁଥିବା ଝିଅର ପିତାମାତା ନଥିବା ବେଳେ ଅନ୍ୟ ବନ୍ଧୁବାନ୍ଧବ ଲକ୍ଡାଉନ୍ କାରଣରୁ ଆସି ପାରିନଥିଲେ । ତେବେ ନାଗପୁର ପୋଲିସ୍ ବାହାଘରରେ ସାମିଲ ହେବା ସହିତ କନ୍ୟାପକ୍ଷର ଭୂମିକା ନିଭାଇଥିଲେ । ଏହାପରେ ବରବଧୂଙ୍କୁ ଆଶୀର୍ବାଦ କରିଥିଲେ ପୋଲିସ୍ । ବୁଧବାର ଘଟିଥିବା ଏହି ବିବାହର ଫଟୋ ନାଗପୁର ପୋଲିସ୍ ଟ୍ବିଟ୍ଟରରେ ସେୟାର କରିବା ପରେ ଏହାକୁ ଢେର ପ୍ରଶଂସା କରାଯାଇଛି ।
ଭୁବନେଶ୍ବର : ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ଓଡିଶା ହାଇକୋର୍ଟ । ଏଣିକି ରାଜ୍ୟକୁ ଫେରିବା ପୂର୍ବରୁ ପ୍ରବାସୀ ଓଡିଆଙ୍କ କରୋନା ପରୀକ୍ଷଣ କରାଯିବ । ପ୍ରବାସୀ ଓଡିଆ ମାନେ ଯେଉଁ ରାଜ୍ୟରେ ରହିଥିବେ ସେହି ରାଜ୍ୟରେ ଆରଟି ସିପିଆର ଟେଷ୍ଟ ପରେ ରାଜ୍ୟକୁ ଫେରାଇ ଅଣାଯିବ । ଟେଷ୍ଟ ରିପୋର୍ଟ ନେଭେଟିଭ୍ ଆସିଲେ ରାଜ୍ୟ ମଧ୍ୟରେ ପ୍ରବେଶର ଅନୁମତି ମିଳିବ ବୋଲି ହାଇକୋର୍ଟ ନିଜ ନିଷ୍ପତ୍ତିରେ ପ୍ରକାଶ୍ କରିଛନ୍ତି । କରୋନା ପାଇଁ ଆଗତ ଏକ ଜନସ୍ବାର୍ଥ ମାମଲାର ବିଚାର କରି ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଉଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ଏହି ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 206ରେ ପହଞ୍ଚିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ମୟୁରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ 3 ସୁରତ ଫେରନ୍ତା କରୋନା ପଜିଟିଭ୍ ଜଣାପଡିଥିଲେ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 206 ରହିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ 2 ଜଣଙ୍କର ପ୍ରାଣହାନି ଘଟିଛି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଓଡ଼ିଶା ରାଜ୍ୟ ଆୟୁଷ ଡ଼ାକ୍ତରଙ୍କୁ ଗୋଟିଏ ପଟରେ ଅବହେଳା କରୁଥିବା ସମୟରେ ଅନ୍ୟପଟରେ ଏଲୋପାଥିକ୍ ଡ଼ାକ୍ତରଙ୍କ ପ୍ରତି ଅହେତୁକ ଅନୁକମ୍ପା ସମ୍ମାନ ରାଶି ଦେବାକୁ ନେଇ ରାଜ୍ୟରେ ଆୟୁର୍ବେଦ ଡ଼ାକ୍ତର ଓ ହୋମିଓ ଡ଼ାକ୍ତରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୩ ମେ ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କୋଡ଼ିଭ୍-୧୯ର ମୁକାବିଲା ନିମନ୍ତେ ଆୟୁଷ ଡ଼ାକ୍ତର ୨୬୭ ଜଣଙ୍କୁ ରାଜ୍ୟ ସରକାର ଜିଲ୍ଲା ଗୁଡ଼ିକରେ ନିଯୁକ୍ତି ଦେବେ। ବୟସ ସୀମା ୫୦ ବର୍ଷ, ଦୈନିକ ଭତ୍ତା ୨୨୦୦ ଟଙ୍କା ଓ ଚାକିରି ଅବଧି ମାତ୍ର ୩ ମାସ। ଏହି ବିଜ୍ଞପ୍ତି ପରେ ବର୍ଷ ବର୍ଷ ଧରି ନିଯୁକ୍ତି ପାଇନଥିବା ଡ଼ାକ୍ତରଙ୍କୁ ଏକ ପ୍ରକାର ଉପହାସ ସଦୃଶ। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରକାରଙ୍କୁ ନିନ୍ଦା କରିଛନ୍ତି ଅନେକ। ୧୦ ହଜାରରୁ ଉର୍ଦ୍ଧ୍ୱ ବିଏଏମ୍ଏସ୍ ଓ ବିଏଚ୍ଏମ୍ଏସ୍ ଡ଼ାକ୍ତର ନିଯୁକ୍ତି ନପାଇ ବେକାର।…
ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ ମିଳିତ ଭାବରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍-19ର ଔଷଧ ସମ୍ପର୍କିତ ଘୋଷଣା କରିଛନ୍ତି । ଏଣିକି ଆୟୁର୍ବେଦକୁ କରୋନା ମୁକାବିଲା ପାଇଁ ବ୍ୟବହାର କରାଯିବ । ଆୟୁଷ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ପ୍ରୋଫିଲାକ୍ସିସ୍ କୋଭିଡ୍ 19 ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଆୟୁଷ -64 ଅନୁଯାୟୀ ଅଶ୍ବଗନ୍ଧାଳ ୟଷ୍ଟିମଧୁଳ ଗୁଡୁଚି ଏବଂ ପିପ୍ପଳୀରେ ଏହି ରାସାୟନିକ ଫର୍ମୂଲା ମହଜୁଦ ଅଛି । ପ୍ରୋଫିଲାକ୍ସିସ୍ ଏବଂ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ର ମିଶ୍ରଣରୁ ପ୍ରସ୍ତୁତ ଔଷଧ ଯଦି କାର୍ଯ୍ୟକ୍ଷମ ହୁଏ ତେବେ ଏହା ଚିକିତ୍ସା ବିଜ୍ଞାନ ପାଇଁ ଅନନ୍ୟ ସଫଳତା ହେବ ବୋଲି ଡ. ହର୍ଷବର୍ଦ୍ଧନ କହିଛନ୍ତି । ଆୟୁଷ ମନ୍ତ୍ରାଳୟ ପକ୍ଷରୁ ସୃଷ୍ଟି ହୋଇଥିବା ଏହି ସମସ୍ତ ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ଦେଶର ଚିକିତ୍ସକଙ୍କ ଠାରେ ପରୀକ୍ଷାମୂଳକ ଭାବରେ ପ୍ରୟୋଗ କରାଯିବ ବୋଲି ଜଣାପଡିଛି…
ବଲାଙ୍ଗିର, କୋଭିଡ19 ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ପ୍ରାୟ 21 ଗ୍ରାମ ଏହି ଜୋନ ଅଧିନରେ ଆସିଛି। ସେହି ଜୋନ ଭିତରକୁ ଯେପରି କେହି ଯିବେ ନାହିଁ ଏବଂ ଭିତରୁ କେହି ବାହରିବେ ନାହିଁ ସେଥିପାଇଁ ପୋଲିସ ତରଫରୁ ନିଆଯାଇଛି ପଦକ୍ଷେପ।
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ବାଲାଘାଟରେ ଜଣେ ପୁତ୍ରକୁ ପିତା ହତ୍ୟା କରିଛନ୍ତି । ପୁତ୍ର କ୍ବାରେଣ୍ଟାଇନ୍ ଅବଧି ପୂରଣ ନ କରି ଘରକୁ ଯିବାକୁ ଚାହୁଁଥିବାରୁ ତାଙ୍କ ବାପା ପୁଅକୁ ହତ୍ୟା କରିଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପୁଅ ଜଣକ ନିକଟରେ ହାଇଦ୍ରାବାଦରୁ ଫେରିଥିଲେ। ଏଥିପାଇଁ ପିତାଙ୍କୁ କରୋନା ସଂକ୍ରମଣର ଭୟ ଲାଗି ରହିଥିଲା । ଏଥିପାଇଁ ସେ ତାଙ୍କ ପୁଅକୁ ଘରକୁ ଆସିବାକୁ ମନା କରିଥିଲେ । କିନ୍ତୁ ପୁଅ ପିତାଙ୍କ କଥାକୁ ଅମାନ୍ୟ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପିତା ଜଣକ ପୁତ୍ରକୁ ବାଡି ଦ୍ବାରା ବାଡେଇ ବାଡେଇ ହତ୍ୟା କରିଦେଇଛନ୍ତି। ଦେଶରେ ଏହା ବୋଧେ ପ୍ରଥମ ମାମଲା, ଯେଉଁଥିରେ କରୋନକୁ ଡରି ଜଣେ ପିତା ପୁତ୍ରର ହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ ମୃତକ ନାମ ହେଉଛି ଟେକଚନ୍ଦ୍ର । ବାଲଘାଟ ଗଢୀର ବାସିନ୍ଦା ଟେକଚନ୍ଦ୍ର ହାଇଦ୍ରାବାଦରେ କାମ କରୁଥିଲେ । ଲକ୍…
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ 62 ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ବରର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 205 ରହିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ 2 ଜଣଙ୍କର ପ୍ରାଣହାନି ଘଟିଛି ।
ବିଶାଖାପଟ୍ଟନମ୍ : ବିଶାଖାପଟ୍ଟନମ୍ ଗ୍ୟାସ୍ ଲିକ୍ ଘଟଣାରେ ଅଭିଯୁକ୍ତ କମ୍ପାନୀ ଏଲ୍ଜି ଫାର୍ମା ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 9 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଶତାଧିକ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି । 100ରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ 3 କିମି ବ୍ୟାସାର୍ଦ୍ଧ ମଧ୍ୟରେ ରହିଥିବା 5ଟି ଗାଁକୁ ବର୍ତ୍ତମାନ ସୁଦ୍ଧା ଖାଲି କରି ଦିଆଯାଇଥିବା ଜଣାପଡିଛି । ଗ୍ୟାସ୍ ଲିକ୍ର କାରଣ ଅସ୍ପଷ୍ଟ ରହିଥିବାବେଳେ କାର୍ଯ୍ୟରେ ଏସ୍ଡିଆର୍ଏଫ୍ ଓ ଏନ୍ଡିଆରଏଫ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ଦୁଃଖ ପ୍ରକାଶ କରିଥିବା ବେଳେ ଘଟଣାସ୍ଥଳ ପରିଦର୍ଶନରେ ଆସିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । (ଏଜେନ୍ସି)

