Author: Samikhsya Bureau

ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନାର ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅପଡେଟ୍‌ ପ୍ରଦାନ କରାଯାଇଛି । ବିଗତ 24 ଘଣ୍ଟା ମଧ୍ୟରେ 553 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 42533ରେ ପହଞ୍ଚିଛି । ଏହି ସମୟରେ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା 1373 ରହିଥିବା ବେଳେ ଏହି ସମୟ ମଧ୍ୟରେ 11706 ଜଣ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ସଚିବ ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ସେହିପରି ଦେଶରେ ଆରୋଗ୍ୟ ବ୍ୟକ୍ତିଙ୍କ ପ୍ରତିଶତ 27.52 ପ୍ରତିଶତ ରହିଥିବା ନେଇ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 6 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 6 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 169ରେ ପହଞ୍ଚିଛି । ତେବେ ପ୍ରଥମ ଜିଲ୍ଲା ଭାବରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 50 ଅତିକ୍ରମ କରିଛି । ଯାଜପୁରରେ ସମୁଦାୟ 52 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 21 ଛୁଇଁଛି ।

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଗପୁର ଆଦର୍ଶ ଵିଦ୍ୟାଳୟ ଓ ବେଗୁନିଆପଡା ଜନତା ହାଇସ୍କୁଲରେ ପ୍ରବାସୀ ଓଡ଼ିଆଙ୍କ ରହଣି ପାଇଁ କ୍ବାରେଣ୍ଟାଇନ୍‌ ସେଣ୍ଟର କରାଯାଇଛି । ରାଗପୁର ଆଦର୍ଶ ବିଦ୍ୟାଳୟ ଠାରେ 145 ଓ ବେଗୁନିଆପଡା ଜନତା ହାଇସ୍କୁଲ ସେଣ୍ଟରରେ 222 ଜଣ ସୁରତ ଫେରନ୍ତା ରହୁଥିବାବେଳେ ଗତକାଲି ଖାଇବା ଓ ପାନୀୟ ଜଳଯୋଗାଣରେ ଅବ୍ୟବସ୍ଥା ଯୋଗୁଁ ପ୍ରବାସୀ ଓଡିଆଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହୋଇଛି । ବିଡ଼ିଓ ବେଦବର ପ୍ରଧାନ ଓ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରାଙ୍କୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ବିଧାୟିକା । ଉକ୍ତ ସେଣ୍ଟରର କ୍ୟାଟେରିଙ୍ଗ ଦାୟିତ୍ୱ ଅନ୍ୟ ଏକ ସଂସ୍ଥାକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବିଧାୟିକା । ଫଳରେ ସୋମବାର ଦିନ ନୂତନ ସଂସ୍ଥା…

Read More

ଭୁବନେଶ୍ବର : ମହାମାରୀ କରୋନା ସହ ବର୍ତ୍ତମାନ ସଭଗ୍ର ବିଶ୍ଵ ଲଢେଇ କରୁଛି। ଏହାରି ମଧ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ ବାହାର ରାଜ୍ୟରୁ ଫେରିଥିବା ଲୋକମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟଠୁ ଆରମ୍ଭ କରି ସବୁ କିଛିର ବ୍ୟବସ୍ଥା କରାଯାଇଛି। ହେଲେ ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। କେଉଁଠି ଲୋକେ ଖାଦ୍ୟ ଫୋପାଡ଼ି ଦେଉଛନ୍ତି ତ ଆଉ କେଉଁଠି କଟକଣା ନ ମାନି ମଉଜ ମସ୍ତିରେ ବ୍ୟସ୍ତ ରହୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାହାରୁ ଫେରୁଥିବା ଓଡ଼ିଆଙ୍କୁ ଧୈର୍ଯ୍ୟ ଧରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅପିଲ କରିଛନ୍ତି । ଟିକେ କଷ୍ଟ ସହି ସରକାରଙ୍କୁ ସହଯୋଗ କରିବାକୁ ଶ୍ରୀ ପ୍ରଧାନ ଓଡ଼ିଶା ଫେରିଥିବା ପ୍ରବାସୀଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟରେ ଥିବା ଭାଇଭଉଣୀଙ୍କୁ ବି ସହଯୋଗର ହାତ ବଢାଇବାକୁ ସେ ଅନୁରୋଧ କରିଛନ୍ତି। ସମସ୍ତେ ମିଳିମିଶି…

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍ ଡାଉନ୍ ଯୋଗୁଁ ଓଡିଆ ଶ୍ରମିକ ମାନଙ୍କୁ ଜିଲ୍ଲାକୁ ଫେରାଇ ଅଣାଯାଇଛି। ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ଗତକାଲି କେରଳ,ରାଜସ୍ଥାନ ଓ ଗୁଜୁରାଟରୁ ବହୁ ଶ୍ରମିକ ଓ ଛାତ୍ର ଛାତ୍ରୀ ଜଗତସିଂହପୁର ଜିଲ୍ଲାକୁ ଫେରି ଆସିଛନ୍ତି। ଗତକାଲି ମଧ୍ୟାହ୍ନରେ କେରଳର ଏର୍ଣ୍ଣାକୁଲମ୍ ଟ୍ରେନ୍ ଯୋଗେ ଖୋର୍ଦ୍ଧା ରେଳ ଷ୍ଟେସନରେ ପହଞ୍ଚିବା ପରେ ଜଗତସିଂହପୁର ଜିଲ୍ଲାର ୭ଜଣ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ବସ୍ ଯୋଗେ ଜଗତସିଂହପୁର ଆଣି ସ୍ଥାନୀୟ ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ସେମାନଙ୍କର ସ୍ୱାବ ସଂଗ୍ରହ କରାଯିବା ପରେ ୫ ଜଣଙ୍କୁ ବାଲିକୁଦା ଓ ୨ ଜଣଙ୍କୁ ଏରସମା ବ୍ଲକକୁ ପଠାଇ ଦିଆଯାଇଥିଲା। ସେଠାରେ ବିଡିଓ ସ୍ଥିର କରିଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନେ ୧୪ ଦିନ ସଂଗରୋଧରେ ରହିବେ। ସେହିପରି ୧୫ଜଣ ସୁରଟ୍ ଫେରନ୍ତା ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକରୁ ବସ୍ ଯୋଗେ ଅପରାହ୍ନରେ ଜଗତସିଂହପୁର ଅଣାଯାଇ ସେମାନଙ୍କ ସ୍ୱାବ୍…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: ଜଗତସିଂହପୁର ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରାଯାଇଛି। ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଦୁଇ ସପ୍ତାହ ପର୍ଯ୍ୟନ୍ତ ସନ୍ଧ୍ୟା ୭ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସାରା ଜିଲ୍ଲାରେ କର୍ଫ୍ୟୁ ବଳ ବତ୍ତର ରହିବ। ଏହା ସହିତ ଜନଗହଳିକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଘୋଷଣା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଆସନ୍ତା ୧୪ ଦିନ ପାଇଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଜଗତସିଂହପୁର ଏବେ ଗ୍ରୀନ ଜୋନରେ ରହିଛି। ବର୍ତ୍ତମାନ ଜନସାଧାରଣ ଅଧିକ ସଚେତନ ହେବା ସହ କଡ଼ା ପଦକ୍ଷେପ ନେବାର ସମୟ ଆସିଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ଭାବେ ଜିଲ୍ଲାରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Read More

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଜନୈକ ବିଧାୟକଙ୍କୁ ଋଷିକେଶରୁ ଗିରଫ କରାଯାଇଛି । ଉତ୍ତର ପ୍ରଦେଶ ବିଧାୟକ ଅମନମଣି ତ୍ରିପାଠୀ ଏବଂ ତାଙ୍କର 10 ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କାରଣରୁ ବିଧାୟକ ଏବଂ ତାଙ୍କର ସହଯୋଗୀଙ୍କୁ ଗିରଫ କରାଯାଇଛି । ଗିରଫ ପରେ ବିଧାୟକ ଏବଂ ଅନ୍ୟମାନଙ୍କୁ ଜାମିନରେ ଛଡାଯାଇଛି । ଲକ୍‌ଡାଉନ୍‌ରେ ବଦ୍ରିନାଥ ଯାଉଥିବା ବେଳେ ବିଧାୟକଙ୍କୁ ଉତ୍ତରାଖଣ୍ଡର ଚାମୋଲିରୁ ଗିରଫ କରାଯାଇ ପୁନର୍ବାର ଉତ୍ତର ପ୍ରଦେଶ ପଠାଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ମେ 15 ତାରିଖ ପର୍ଯ୍ୟନ୍ତ କେଦାରନାଥ ଏବଂ ବଦ୍ରିନାଥ ଧାର୍ମିକ ସ୍ଥଳକୁ ବନ୍ଦ ରଖାଯାଇଛି । (ଏଜେନ୍ସି)

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଅନ୍ୟ ସୁରତ ଫେରନ୍ତାଙ୍କ ପାଇଁ ଉଦାହରଣ ସାଜିଲେ ବେଗୁନିଆପଡା ବ୍ଲକ ସ୍ଥିତ କେ.ବରିଡା କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ । ଉକ୍ତ କ୍ୱାରେନଟାଇନ ସେଣ୍ଟରରେ ପ୍ରାୟ 62 ଜଣ ସୁରତ ଫେରନ୍ତା ଥିବାବେଳେ କେ. ବରିଡା ଉର୍ଣ୍ଣିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବାସୀଙ୍କୁ ଆଜି ଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଭୋରରୁ ସମସ୍ତ ପ୍ରବାସୀ ଶୌଚ ସାରି ବିଦ୍ୟାଳୟର ଖେଳ ପଡିଆରେ ସାମାଜିକ ଦୂରତା ଅବଲମ୍ବନ କରି ଯୋଗ କରିଥିଲେ । କଞ୍ଚଣା ସ୍କୁଲର ଖେଳ ଶିକ୍ଷକ ମଞ୍ଜୁଲତା ଡାକୁଆ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ସରପଞ୍ଚ ଚିତ୍ରସେନ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ, ପ୍ରଧାନ ଶିକ୍ଷକ ସୁରଜିତ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ । ପ୍ରବାସୀ ଓଡ଼ିଆମାନଙ୍କ ଏଭଳି ଶୃଙ୍ଖଳିତ ଭାବରେ କ୍ୱାରେଣ୍ଟାଇନରେ ରହି ସାମାଜିକ ଦୂରତା ଅବଲମ୍ବନ କରି ସରକାରୀ ନିୟମ…

Read More

ମୁମ୍ବାଇ : ଜିଓରେ 5655 କୋଟି ଟଙ୍କା ନିବବେଶ କରିଛି ଆମେରିକୀୟ ଇକ୍ବିଟୀ କମ୍ପାନୀ ସିଲ୍ଭର ଲେକ୍‌ । ନିକଟରେ ଫେସ୍‌ବୁକ୍‌ ଜିଓରେ 43 ହଜାର କୋଟି ଟଙ୍କା ନିବେଶ କରିଥିବା ବେଳେ ଆମେରିକୀୟ ଘରୋଇ ଇକ୍ବିଟି କମ୍ପାନୀ ସିଲ୍ଭର ଲେକ୍‌ ଜିଓର 1.15 ପ୍ରତିଶତ ଅଂଶଧନ କିଣିଛି । ସେହିପରି ଜିଓର ଇକ୍ବିଟି ଅଂଶଧନର ମୂଲ୍ୟ 4.90 ଲକ୍ଷ କୋଟି ଏବଂ ଏଣ୍ଟରପ୍ରାଇଜ୍‌ସ ଭ୍ୟାଲୁ 5.15 ଲକ୍ଷ କୋଟି ଟଙ୍କା ରହିଛି । ସିଲ୍‌ଭର ଲେକ୍‌ ପୂର୍ବରୁ ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନୀ ସହିତ ଚୁକ୍ତି କରି ସାରିଛି । ଏୟାର ବିଏନ୍‌ବି, ଆଲିବାବା, ଆଣ୍ଟ, ଆଲ୍ଫାବେଟ୍‌, ଡେଲ୍‌ ଏବଂ ଟ୍ବିଟ୍ଟର ପରି ବିଭିନ୍ନ କମ୍ପାନୀ ସହିତ ଜଡିତ ରହିଛି ସିଲ୍ଭର ଲେକ୍‌ । ଜିଓ ନିଜର 10 ପ୍ରତିଶତ ଅଂଶଧନ ଫେସ୍‌ବୁକ୍‌କୁ ବିକ୍ରୟ କରିଥିବା ବେଳେ ଅନ୍ୟାନ୍ୟ ଋଣ ପରିଶୋଧ ପାଇଁ ଜିଓ ନିଜୟ ଅଂଶଧନ ବିକ୍ରୟ କରୁଥିବା ଜଣାପଡିଛି…

Read More

ମୁମ୍ବାଇ : ମହାରାଷ୍ଟ୍ରରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ନେଇ ଉଦ୍ଧବ ଠାକ୍‌ରେଙ୍କୁ ସମାଲୋଚନା କରିଛନ୍ତି ଔରଙ୍ଗାବାଦ ସାଂସଦ ଇମତିୟାଜ୍‌ ଜଲିଲ୍‌ । ଦେଶ କରୋନା ସମସ୍ୟାରେ ପ୍ରପୀଡିତ ହେଉଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ଏପରି ଘଡିସନ୍ଧି ମୂହୂର୍ତ୍ତରେ ଉଦ୍ଧବ ସରକାରଙ୍କ ମଦ ଦୋକାନ ଖୋଲିବାର ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଜଲିଲ କହିଛନ୍ତି । ମଦ ଦୋକାନ ଗୁଡିକୁ ସରକାରଙ୍କ ପକ୍ଷରୁ ବନ୍ଦ କରାନଗଲେ ସେ ଲକ୍‌ଡାଉନ୍‌ ନିୟମ ଭାଙ୍ଗିବାକୁ ବାଧ୍ୟ ହେବେ ଏବଂ ମଦ ଦୋକାନ ଗୁଡିକୁ ସ୍ବୟଂ ବନ୍ଦ କରାଇବେ ବୋଲି ଜଲିଲ୍‌ କହିଛନ୍ତି । ମଦ ବିକ୍ରୟ କରି ରୋଗ ବିକ୍ରୟ କରିବା ଏବଂ ମା ଓ ଭଉଣୀ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ଏହା ପ୍ରକୃଷ୍ଟ ସମୟ ନୁହେଁ ବୋଲି ଜଲିଲ୍‌ ମତ ଦେଇଛନ୍ତି ।

Read More

ଭୁବନେଶ୍ବର : କାମାକ୍ଷା ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କୂଅରେ ପଡି 3 ବର୍ଷର ପୁଅ ସହିତ ମା’ ପ୍ରାଣ ହରାଇଛି । କାମାକ୍ଷାନଗରର ପର୍ଜଙ୍ଗ ଅନ୍ତର୍ଗତ ତୋରଡାନାଳି ଗ୍ରାମରେ ଏହି ଘଟଣା ଘଟିଛି । 3 ବର୍ଷର ପୁଅ ଖେଳୁଥିବା ବେଳେ କୂଅରେ ପଡି ଯାଇଥିବା ବେଳେ ପୁଅକୁ ବଞ୍ଚାଇବାକୁ ଯାଇ ମା‘ ମଧ୍ୟ କୂଅ ମଧ୍ୟକୁ ଡେଇଁ ପଡିଥିଲେ । ପରେ ଗ୍ରାମବାସୀଙ୍କ ଦ୍ବାରା ମା‘ ଓ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା ।

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା: ତିନି ସେନା ବାହିନୀ ପକ୍ଷରୁ ଦେଶବ୍ୟାପୀ କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ଓଡିଶା ପୋଲିସ୍‌ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିଛି। କରୋନା ବିରୋଧରେ ନିଷ୍ଠାର ସହ ଲଢେଇ ପାଇଁ ଓଡିଶା ପୋଲିସ୍‌ ପ୍ରତି ନିଜର ସମ୍ମାନ ଜାହିର କରିବା ସହିତ ଏକ ଫେସ୍‌ ମାସ୍କ ଏବଂ ସନିଟାଇଜଜର୍‌ ପ୍ୟାକେଟ୍‌ ଉପହାର ପ୍ରଦାନ କରିଛି ଆଇଏନ୍‌ଏସ୍‌ ଚିଲିକା। ଭାରତୀୟ ନୌସେନା ପକ୍ଷରୁ ଆଇଏନ୍‌ଏସ୍‌ ଚିଲିକାର କାର୍ଯ୍ୟନିର୍ବାହୀ ଅଧିକାରୀ କମାଣ୍ଡର ତ୍ରିଲୋଚନ ରାଉତ ଏବଂ ଲେଫ୍ଟନାଣ୍ଟ ସନୋଜ ଠକ୍‌ରନ୍‌ ବାଲୁଗାଁ ଏସ୍‌ଡିପିଓ ସୁରେଶ କୁମାର ଦାସଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିବା ସହିତ ଫେସ୍‌ ମାସ୍କ ଏବଂ ସନିଟାଇଜଜର୍‌ ପ୍ୟାକେଟ୍‌ ପ୍ରଦାନ କରିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର। ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ମହାଦୁର୍ନୀତି ସମ୍ବନ୍ଧରେ ତଥ୍ୟଗତ ପ୍ରମାଣ ଓ ସରକାରୀ ତଦନ୍ତ ସତ୍ଵେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି । କୌଣସି ଅଦୃଶ୍ୟ ଶକ୍ତି ଚାପରେ ସରକାରୀ ନୀତିନିୟମକୁ ଜଳାଞ୍ଜଳି ଦିଆଯାଉଥିବା କୁହାଯାଉଛି। ଉକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ  ନାୟକଙ୍କ ନାମରେ ଗୋଟିଏ ବର୍ଷ ମଧ୍ୟରେ ଅନେକ ଅଭିଯୋଗ ତିର୍ତୋଲ ବିଡିଓ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜଗତସିଂହପୁରଙ୍କ ନିକଟରେ ହୋଇଥିବା ଜାଣିବାକୁ ମିଳିଛି । ସୂଚନାନୁଯାୟୀ ମନେରେଗା ଯୋଜନାରେ ବ୍ୟାପକ ହରିଲୁଟ ଓ ମିଥ୍ୟା ବିଲକୁ ନେଇ ଅଭିଯୋଗ ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ମଧ୍ୟ କେଳେଙ୍କାରି ନେଇ ଅଭିଯୋଗ ରହିଥିଲା। ୨ମହଲା ଘରଥିବା ବ୍ୟକ୍ତିଙ୍କୁ ମଧ୍ୟ ଆବାସ କାର୍ଯ୍ୟାଦେଶ ପ୍ରଦାନ ନେଇ ଅଭିଯୋଗ ହୋଇଥିଲା। ଫନି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ…

Read More

ଭଦ୍ରକ : ଗ୍ୟାସ୍‌ ଏଜେନ୍ସି କର୍ମଚାରୀଙ୍କୁ ହାଣି ଲୁଟ୍‌ ହୋଇଥିବାର ସୂଚନା ମିଳିଛି । ଭୁଜାଲିରେ ହାଣି ଲୁଟି ନେଲେ 10 ଲକ୍ଷ 80 ହଜାର ଟଙ୍କା ।  ତିହିଡିର ଗ୍ୟାସ୍‌ ଏଜେନ୍ସି କର୍ମଚାରୀ ଟଙ୍କା ନେଇ ବ୍ୟାଙ୍କ ଯାଉଥିବା ସମୟରେ ଜିଝାରପୁର ନିକଟରେ ଟଙ୍କା ବ୍ୟାଗ୍‌ ଝାମ୍ପିନେଲେ ତିନି ଦୁର୍ବୃତ୍ତ । କର୍ମଚାରୀଙ୍କୁ ଭୁଜାଲିରେ ହାଣି ଟଙ୍କା ଛଡାଇ ଚମ୍ପଟ୍‌ କରିଥିବାର ଅଭିଯୋଗ ହୋଇଛି । ଆହତ କର୍ମଚାରୀ ତିହିଡି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଏତଲା କରାଯାଇଛି ।

Read More

ଗୁନା : ଗୁନା ଜିଲ୍ଲାର ଦେବୀପୁରା ଗ୍ରାମର ସହରିଆ ଆଦିବାସୀ ପରିବାରଙ୍କୁ ଏକ ବିଦ୍ୟାଳୟର ଟୟଲେଟ୍‌ରେ କ୍ବାରେଣ୍ଟିନରେ ରଖାଯିବାର ଅଭିଯୋଗ ହୋଇଛି। ମିଳିଥିବା ଅଭିଯୋଗ ଅନୁସାରେ ରାଜଗଢ ଜିଲ୍ଲାରୁ ଫେରିଥିବା ଜଣେ ପରିବାରଙ୍କ ସହ ଏପରି ବ୍ୟବହାର ପ୍ରଦର୍ଶନ କରାଯାଇଛି। ଶୌଚାଳୟ ଭିତରେ ଖାଇବା ଥାଳି ସହିତ ପରିବାର ଓ ଗ୍ରାମ ମୁଖିଆଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ବିରୋଧୀ କଂଗ୍ରେସ ଦଳ ଏହି ଘଟଣାକୁ ନେଇ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ଏହାକୁ ବିରୋଧ କରି ଟୁଇଟ୍‌ କରି କହିଛନ୍ତି -ଏହା ହେଉଛି ଗୁଣାର ଏକ ଫଟୋ। ଯେଉଁଠାରେ ଏକ ପରିବାରକୁ ଶୌଚାଳୟରେ କ୍ବାରେଣ୍ଟିନ୍‌ରେ ରଖାଯାଇଛି। ଯିଏ ଯେଉଁ କୌଣସି ପ୍ରସଙ୍ଗକୁ ନେଇ ରାସ୍ତା ଓହ୍ଲାଇବାର ଧମକ ଦେଉଥିଲେ ସେ ଆଜି ଲୋକଙ୍କ ନଜରରୁ ତଳକୁ ଚାଲିଯାଇଛନ୍ତି। ସିନ୍ଧିଆ ଚଳି ବର୍ଷ ମାର୍ଚ୍ଚମାସରେ କଂଗ୍ରେସ ଛାଡି ବିଜେପିର ହାତ ଧରିଥିଲେ। ଏହା ପରେ ମଧ୍ୟପ୍ରଦେଶରେ…

Read More

ଭୁବନେଶ୍ବର :ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି। କ୍ବାରେଣ୍ଟିନ୍‌ ନିୟମ ମାନିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ । ନିଜ ଓ ପରିବାରର ଜୀବନ ସୁରକ୍ଷା ପାଇଁ କ୍ବାରେଣ୍ଟିନ୍‌ରେ ରହି ନିୟମ ମାନନ୍ତୁ ବୋଲି ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାର ଉଲ୍ଲଂଘନ କ୍ଷେତ୍ରରେ ସରପଞ୍ଚମାନେ ପ୍ରଶାସନକୁ ଅବଗତ କରିବେ । ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଡ଼ିଶା ଭଲ ସ୍ଥିତିରେ ଅଛି, ଲକ୍ଷ ଲକ୍ଷ ଲୋକ ଦିନରାତି କାମ କରୁଛନ୍ତି । ଯେଉଁମାନେ ଫେରୁଛନ୍ତି ସେମାନେ ମଧ୍ୟ ଉତ୍ତରଦାୟିତ୍ବ ନିର୍ବାହ କରନ୍ତୁ  ବୋଲି ନବୀନ କହିଛନ୍ତି ।

Read More

ନୂଆଦିଲ୍ଲୀ : କରୋନା ପାଇଁ ଦେଶରେ ଜାରି ରହିଛି ଲକ୍‌ ଡାଉନ୍‌ । ଆଜିଠାରୁ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଜାରି ରହିବ। ଏହା ମେ’ 17 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ। ତେବେ ପ୍ରଥମ ଦୁଇ ପର୍ଯ୍ୟାୟ ତୁଳନାରେ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ରେ କେନ୍ଦ୍ର ସରକାର କିଛି କୋହଳ ନୀତି ଆପଣାଇଛନ୍ତି। ଆଜିଠାରୁ ଗ୍ରୀନ୍‌, ଅରେଞ୍ଜ ଓ ରେଡ୍‌ ଜୋନ‌ରେ ସର୍ତ୍ତମୂଳକ ଭାବେ ମଦ ଦୋକାନ ଖୋଲିବାକୁ କୁହାଯାଇଛି । କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ମଦ ଦୋକାନ ଖୋଲିପାରିବ ନାହିଁ। ମାର୍କେଟ ଓ ମଲ୍‌ ମଧ୍ୟରେ ଥିବା ଦୋକାନ ବ୍ୟତୀତ ବିଭିନ୍ନ ସ୍ଥାନରେ  ଥିବା ଗୋଟିକିଆ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ଲକ୍‌ଡାଉନ୍‌ 3.0ରେ କଟକଣା କୋହଳ କରାଯାଇ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବା ପରେ ଏବେ ମଦ ଆଗରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଦୋକାନ ଖୋଲିବା ପୂର୍ବରୁ ଲୋକେ ଲମ୍ବା ଧାଡ଼ିରେ ମଦ…

Read More

ମୁମ୍ବାଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ମାସ୍କକୁ ନେଇ ଆପତ୍ତି କରିବା ଜଣେ ବ୍ୟକ୍ତିଙ୍କୁ ବହୁମୂଲ୍ୟ ଦେବାକୁ କରିଛି। ଖଣ୍ଡା ଓ ଛୁରୀ ଦ୍ବାରା ତାଙ୍କ ଆକ୍ରମଣ କରାଯାଇଛି। ବ୍ୟକ୍ତି ଦ୍ବୟଙ୍କୁ ଗୁରୁତର ଅବସ୍ଥାରେ ରାଜଓ୍ବାଡି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ୍‌ ଅଭିଯୁକ୍ତଙ୍କ ତଲାସ ଆରମ୍ଭ କରିଛି। ମୁମ୍ବାଇର ତିଲକ ନଗରରେ ଏହି ଘଟଣା ଘଟିଛି।  ପୋଲିସ୍‌ ସୂତ୍ରରୁ ମିଳିଥିବା ରବିବାର ସକାଳେ କିଛି ଲୋକେ ବିନା ମାସ୍କ ଓ ସାମାଜିକ ଦୂରତ୍ବ ପାଳନ ନ କରି ପରିବାପତ୍ର କିଣୁଥିଲେ। ଏହାକୁ ନେଇ ନବନୀତ ରାଣା ନାମରେ ଜଣେ ବ୍ୟକ୍ତି ଆପତ୍ତି ଉଠାଇଥିଲେ। ଏହାପରେ କରୋନା ନେଇ ଜାରି ହୋଇଥିବା ସମସ୍ତ ନିୟମକୁ ଭାଙ୍ଗି ମାର୍‌ପିଟ୍‌ ଆରମ୍ଭ ହୋଇଯାଇଥିଲା। ଏହା ପରେ ରବିବାର ସନ୍ଧ୍ୟା 8ଟା ସମୟରେ କିଛି ଲୋକେ ହାତରେ ଖଣ୍ଡା ଓ ଛୁରୀ ଧରି ନବନୀତ ରାଣାଙ୍କ ଘରେ ପହଞ୍ଚି ଥିଲେ। ସେ ଘରେ ନଥିଲେ। କିନ୍ତୁ ତାଙ୍କ…

Read More

ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଆକ୍ରାନ୍ତ ଜଣକ ରାଉରକେଲା ନାଲାରୋଡ୍‌ର 29 ବର୍ଷୀୟା ମହିଳା। କଣ୍ଟେନେମଣ୍ଟ ଜୋନ୍‌ରେ ପୂର୍ବରୁ ଆକ୍ରାନ୍ତ ପଡୋଶୀଙ୍କ ସଂସ୍ପର୍ଶରେ ଆସିଥିଲେ। ସୁନ୍ଦରଗଡରୁ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ଆକ୍ରାନ୍ତ ରାଉରକେଲା ନାଲାରୋଡ୍‌ର 29 ବର୍ଷୀୟା ମହିଳା । କଣ୍ଟେନମେଣ୍ଟ ଜୋନ୍‌ରେ ପୂର୍ବରୁ ଆକ୍ରାନ୍ତ ପଡୋଶୀଙ୍କ ସଂସ୍ପର୍ଶରେ ଆସିଥିଲେ । ସୁନ୍ଦରଗଡରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 11ରେ ପହଞ୍ଚିଛି । ସେହିପରି ରାଜ୍ୟରେ  ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 163କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ 102ଟି ଆକ୍ଟିଭ୍‌ କେସ୍‌ ରହିଛି। ସୁସ୍ଥ ହୋଇ ଘରକୁ 60 ଜଣ ଫେରିଥିବାବେଳେ ଜଣକର ମୃତ୍ୟୁ ହୋଇଛି ।

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ମହାମାରୀ ବିରୋଧରେ ଲଢେଇ  ପାଇଁ ଦେଶରେ ଲକ୍ ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ପାଇଁ ବହୁ ସମୟ ଧରି ବିଭିନ୍ନ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି । ପ୍ରାୟ ଏକ ମାସ ପରେ ଏହି ଶ୍ରମିକମାନଙ୍କୁ ନିଜ ଘରକୁ ଯିବାକୁ ଅନୁମତି ମିଳିଛି ।  ଏମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚାଲୁ  କରାଯାଇଛି । କିନ୍ତୁ ଏହି ଟ୍ରେନ୍‌ର ଖର୍ଚ୍ଚ ଏହି ଶ୍ରମିକମାନଙ୍କଠାରୁ ଆଦାୟ କରାଯାଉଛି । ତେବେ ଶ୍ରମିକଙ୍କଠାରୁ ଟ୍ରେନ୍‌ ଖର୍ଚ୍ଚ ନିଆଯାଉଥିବାକୁ ବିରୋଧ କରିଛି କଂଗ୍ରେସ । ଏନେଇ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧି ବଡ ଘୋଷଣା କରିଛନ୍ତି ।  କଂଗ୍ରେସ ଦଳ ସମସ୍ତ ଗରିବ ଶ୍ରମିକଙ୍କ ରେଳ ଟିକେଟର ଖର୍ଚ୍ଚ ଉଠାଇବ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଷ୍ପତ୍ତି ନେଇଛନ୍ତି ଯେ, ପ୍ରଦେଶ କଂଗ୍ରେସ କମିଟି ଯେଉଁ ଗରିବ ଶ୍ରମିକମାନେ ଟ୍ରେନ୍‌ ଯୋଗେ ଘରକୁ ଫେରୁଛନ୍ତି…

Read More