ଭୁବନେଶ୍ବର : ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକ ମାନେ ଫେରୁଥିବା ବେଳେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଫେରୁଥିବା ପ୍ରବାସୀ ଶ୍ରମିକ ମାନେ ନିୟମର ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରେସ୍ ମିଟ୍ରେ କହିଛନ୍ତି । ଆଜି କିଛି ଶ୍ରମିକ କ୍ବାରେଣ୍ଟାଇନ୍ ସେଣ୍ଟରରେ ଭଙ୍ଗାରୁଜା କରିବା ପରେ ମୁଖ୍ୟ ଶାସନ ସଚିବ ଏହି ମତ ଦେଇଛନ୍ତି । ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ନିକଟରେ ଉପଯୁକ୍ତ ପାସ୍ ନଥିଲେ କିମ୍ବା ଆସୁଥିବା ବସ୍ରେ ସୋସିଆଲ ଡିଷ୍ଟାନ୍ସିଂର ପାଳନ କରାଯାଉନଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବସ୍କୁ ମିଳିଥିବା ରୁଟ୍ ବ୍ୟତିରେକ ଅନ୍ୟାନ୍ୟ ରୁଟ୍ରେ ଗଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରବାସୀ ବିଶୃଙ୍ଖଳିତ ହେଲେ ଜିଲ୍ଲାପାଳ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ବସ୍ରେ ଆବଶ୍ୟକତା…
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । କେନ୍ଦୁଝରରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 162ରେ ପହଞ୍ଚିଛି । କେନ୍ଦୁଝରରୁ ଚିହ୍ନଟ ଏହି ବ୍ୟକ୍ତିଙ୍କ ବୟସ 30 ବର୍ଷ ହୋଇଥିବା ବେଳେ ସେ ହାଟଡିହି ଗ୍ରାମର ଅଟନ୍ତି । ଯୁବକ ଜଣକ କୋଲକାତା ଫରନ୍ତା ହୋଇଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଏକ ଏନ୍କାଉଣ୍ଟର ଘଟିଛି । ଏହି ଏନ୍କାଉଣ୍ଟର 5 ଜଣ ଯବାନ ଶହୀଦ ହୋଇଥିବା ବେଳେ 2 ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ଏହି ଏନ୍କାଉଣ୍ଟରରେ ଦୁଇ ଜଣ ଆତଙ୍କୀ ମଧ୍ୟ ନିହତ ହୋଇଛନ୍ତି । ରବିବାର ଦିନ ଜମ୍ମୁ କାଶ୍ମୀରର କୁପଓ୍ବାରା ଜିଲ୍ଲାରେ ଏହି ଏନକାଉଣ୍ଟର ଘଟିଛି । ବିଗତ 20 ଘଣ୍ଟା ଧରି ଏନ୍କାଉଣ୍ଟର ପରେ 5 ଜଣ ଯବାନ ନିହତ ହୋଇଥିବା ନେଇ ଶ୍ରୀନଗରରେ ସେନାର ମୁଖପାତ୍ର ରାଜେଶ କାଲିଆ ସୂଚନା ଦେଇଛନ୍ତି । ଯବାନଙ୍କ ନାମ ପ୍ରକାଶ କରାଯାଇନଥିଲେ ମଧ୍ୟ ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡିଙ୍ଗ ଅଫିସର, ରାଜଓ୍ବରର ଜନୈକ ମେଜର, ଜଣେ ଲାନ୍ସ ନାଏକ, ଜଣେ ରାଇଫଲ୍ ମ୍ୟାନ ଏବଂ ଜମ୍ମୁ କାଶ୍ମୀର ଏସ୍ଓଜିର ଜଣେ ଅଫିସର ଶହୀଦ ହୋଇଛନ୍ତି । ହଣ୍ଡଓ୍ବାରାର ଚଞ୍ଜିମୁଲ୍ଲା ଗ୍ରାମରେ ସୁରକ୍ଷା ବଳଙ୍କ ସର୍ଚ୍ଚ ଅପରେସନ୍ ସମୟରେ ଏହି ଏନ୍କାଉଣ୍ଟର…
ଭୀଷ୍ମ ସାହୁ କଳାହାଣ୍ଡି : ନର୍ଲା ଥାନା ଅନ୍ତର୍ଗତ ସାନ୍ତପୁର ପଞ୍ଚାୟତର ବଡ ଚିଚିଙ୍ଗ ଗ୍ରାମରେ ଶନିବାର ଦିନ କୂଅରେ ପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଶନିବାର ୧୧ଟା ସମୟରେ ଉକ୍ତ ଗ୍ରାମର ଗୁଡ଼ ସାହୁଙ୍କ ପୁଅ ପଙ୍କଜ ସାହୁ (୧୯) ପ୍ରତିଦିନ ଭଳି ବିଲରେ ଥିବା କୂଅକୁ ଗାଧେଇବାକୁ ଯାଇଥିଲେ । ମାତ୍ର ଘରକୁ ଫେରିବା ବିଳମ୍ବ ହେବାରୁ ଘରଲୋକେ ଖୋଜାଖୋଜି କରିଥିଲେ । ଶେଷରେ ଉକ୍ତ କୂଅକୁ ଯାଇ ଖୋଜିବା ପରେ ପଙ୍କଜଙ୍କ ମୃତ ଶରୀର ଦେଖିବାକୁ ମିଳିଥିଲା । ଗ୍ରାମର ଦୁଇଜଣ ଯୁବକ ସନ୍ତୋଷ ଗହୀର ଓ ବିଶ୍ୱ ଝାଙ୍କରଙ୍କ ସହଯୋଗରେ କୂଅରୁ ମୃତଦେହ ଉଦ୍ଧାର କରି ସ୍ଥାନୀୟ ସରପଞ୍ଚ ନର୍ଲା ଥାନାକୁ ଜଣାଇବା ପରେ ସ୍ଥାନୀୟ ମାଜିଷ୍ଟ୍ରେଟ ନର୍ଲା ତହସିଲଦାର ଓ ନର୍ଲା ପୋଲିସ ଘଟଣା ସ୍ଥଳକୁ ଯାଇ ସରପଞ୍ଚ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରାଥମିକ ତଦନ୍ତ ସାରି ମୃତ ଦେହକୁ ଶବ…
ବବ୍ଲୁ ସାହୁ କଳାହାଣ୍ଡି : କୋକସରା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ର କାଉଡୋଳା ଛକ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣେ ୱେବ ମିଡ଼ିଆରେ କାର୍ଯରତ ସାମ୍ବାଦିକ ଯୋଗୀନ୍ଦ୍ର କୁମାର ବାରିକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ମହେଶ ଦାଶ ସାମାନ୍ୟ ଆହତ ହୋଇଛନ୍ତି । ସାମ୍ବାଦିକ ଜଣଙ୍କ ଘର ଲଡୁଗାଁ ଏବଂ ସେ କାମରେ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସେହିପରି ଅନ୍ୟ ଯୁବକ ଜଣକ ଜୁନାଗଡ଼ ବ୍ଲକ ହିଂଲିବାହାଳି ଗାଁର ବୋଲି ଜଣାପଡିଛି । ଘଟଣାସ୍ଥଳରେ କାଉଡୋଳା ଗାଁର ଅନ୍ୟ ଜଣେ ସାମ୍ବାଦିକ ବସନ୍ତ ସରବୁ ଓ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ଯୁବକଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି ।
ଭୁବନେଶ୍ବର : ବଲାଙ୍ଗିରରୁ ଚିହ୍ନଟ ହୋଇଥିବା 147 ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରାଯାଇଛି । ବଲାଙ୍ଗିରର 147 ନମ୍ବର ଆକ୍ରାନ୍ତ ସାଙ୍ଗଙ୍କ ସହ କ୍ରିକେଟ୍ ଖେଳିଥିଲେ । ମାର୍ଚ୍ଚ 16-17ରେ ଟ୍ରେନ୍ରେ ତାମିଲନାଡୁରୁ ବଲାଙ୍ଗିର ଫେରିଥିଲେ । ମାର୍ଚ୍ଚ 17ରେ ଷ୍ଟେସନରୁ ଅନ୍ୟ ଚାରିଜଣଙ୍କ ସହ ଗାଡିରେ ଘରକୁ ଯାଇଥିଲେ । ମାର୍ଚ୍ଚ 18ରୁ ଏପ୍ରିଲ୍ 5 ତାରିଖ ଯାଏଁ ହୋମ୍ କ୍ବାରେଣ୍ଟିନ୍ରେ ଥିଲେ । ଏପ୍ରିଲ୍ 6ରୁ 30 ତାରିଖ ପର୍ଯ୍ୟନ୍ତ ଗ୍ରାମରେ ଥିଲେ । ସାଙ୍ଗ ସହ ବହୁ ଥର କ୍ରିକେଟ ଖେଳିଥିଲେ ବୋଲି ସୂଚନା ମିଳିଛି । ଗ୍ରାମରେ ରହିବା ଭିତରେ ସଲେଇପାଲିର ଏକ ସେଲୁନ୍ରେ ଚୁଟି କାଟିଥିଲେ । ଲକ୍ଷଣ ନଥିଲା, ଟ୍ରାଭେଲ୍ ହିଷ୍ଟ୍ରି ପାଇଁ ନମୁନା ସଂଗ୍ରହ ପରେ ପଜିଟିଭ୍ ମିଳିଛି । ମେ 1ରେ ନମୁନା ପଜିଟିଭ୍ ମିଳିବା ପରେ ବଲାଙ୍ଗିର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ନୂଆଦିଲ୍ଲୀ : ମହାମାରୀ କରୋନା ଯୋଗୁଁ ଲୋକପାଳ ସଦସ୍ୟ ଜଷ୍ଟିସ୍ ଅଜୟ କୁମାର ତ୍ରିପାଠୀଙ୍କ ଶନିବାର ଦିନ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 62 ବର୍ଷ ବୟସ ହୋଇଥିଲା। ଛତିଶଗଡର ହାଇକୋର୍ଟର ପୂର୍ବତନ ନ୍ୟାୟଧୀଶ ଏକେ ତ୍ରିପାଠୀଙ୍କୁ ଦୁଇ ଏପ୍ରିଲ୍ରେ ଏମସ୍ରେ ଭର୍ତ୍ତି କରାଯାଇଥିଲା। ସେ ଲୋକପାଳର ଚାରି ନ୍ୟାୟିକ ସଦସ୍ୟ ମଧ୍ୟରୁ ଅନ୍ୟତମ ରହିଥିଲେ। କରୋନା ଭାଇରସ୍ରେ ତାଙ୍କ ଝିଅ ମଧ୍ୟ ଏମ୍ସରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତ ତିନି ଦିନ ହେବ ଜଷ୍ଟିସ୍ ତ୍ରିପାଠୀ ଭେଣ୍ଟିଲେଟରରେ ରହିଥିଲେ। ଗତକାଲି ରାତ୍ରି ଆଠଟା ସମୟରେ ସେ ନିଃଶ୍ବାସ ତ୍ୟାଗ କରିଛନ୍ତି। ଜଷ୍ଟିସ୍ ତ୍ରିପାଠୀ ଗତବର୍ଷ ମାର୍ଚ୍ଚ ମାସରେ ଲୋକପାଳର ନ୍ୟାୟିକ ସଦସ୍ୟ ରୂପେ ନିଯୁକ୍ତ ହୋଇଥିଲେ। (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ ଚିହ୍ନଟ ହୋଇଥିବା ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 161ରେ ପହଞ୍ଚିଛି । ଚିହ୍ନଟଙ୍କ ବୟସ 34 ବର୍ଷ ଏବଂ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଯୁବକ ଜଣଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
ଭୁବନେଶ୍ବର: କଳିଙ୍ଗା ଘାଟିରେ ଦୁଇ ଦୁଇଟି ଦୁର୍ଘଟଣା ପରେ ବସ୍ ରୁଟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ବସ୍ ବୌଦ୍ଧ-ମାଧପୁର ଦେଇ ନୟାଗଡ଼-ଓଡ଼ଗାଁ-ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମ ଯିବ। ଗତକାଲି କଳିଙ୍ଗ ଘାଟିରେ ବସ୍ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜି ମଧ୍ୟ ସେହି ଘାଟି ନିକଟରେ ଆଉ ଏକ ବସ୍ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ହୋଇଥିବା ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଘାଟି ରାସ୍ତା ହୋଇଥିବାରୁ ଦୁର୍ଘଟଣା ହେଉଛି, ଡ୍ରାଭଭର ମାନେ ଅଭ୍ୟସ୍ତ ନୁହଁନ୍ତି। ଏଣିକି ସୁରତରୁ ଆସୁଥିବା ବସ୍ର ରୁଟ୍ ବଦଳାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ଗୁଡ଼ିକ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛି। ଗତ 24 ଘଣ୍ଟାରେ 3ଟି ବସ୍ ଦୁର୍ଘଟଣା ଘଟିଛି। ଗତକାଲି କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି…
ଖଲ୍ଲିକୋଟ : 2ଟି କ୍ବାରେଣ୍ଟିନ୍ କେନ୍ଦ୍ରରୁ ପଳାଇଲେ ଶତାଧିକ ସୁରତ ଫେରନ୍ତା। ବେଗୁନିଆପଡା ଜନତା ହାଇସ୍କୁଲ ଓ ଆଦର୍ଶ ବିଦ୍ୟାଳୟରୁ ପଳାଇଲେ । ଖାଦ୍ୟ ଓ ପାନୀୟ ନ ମିଳିବା ଅଭିଯୋଗ ଆଣି କ୍ବାରେଣ୍ଟିନ୍ କେନ୍ଦ୍ର ଛାଡିଥିବାର ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ଶ୍ରମିକଙ୍କୁ ବୁଝାସୁଝା ଚାଲିଥିବା ସୂଚନା ରହିଛି। କାଲି 2ଟି ବସ୍ରେ ପ୍ରାୟ 100 ସୁରତ ଫେରନ୍ତା ଦୁଇ ସ୍କୁଲରେ ରହିଥିଲେ। ଶ୍ରମିକ ପଳାଇବା ନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଆଜି ଗଞ୍ଜାମରୁ ଚିହ୍ନଟ ହୋଇଥିବା ଦୁଇ କରୋନା ପଜିଟିଭ୍ଙ୍କ ସୁରତ ଫେରନ୍ତା ରହିଛନ୍ତି ।
ଭୁବନେଶ୍ବର, ସେଦିନ ଥିଲା 3 ତାରିଖ 2019 ମସିହା, ପ୍ରତିଟି ଓଡିଆଙ୍କ ମନରେ ସ୍ମୃତି ହୋଇ ରହିବ ଫନି ବାତ୍ୟାର ତାଣ୍ଡବ ଲିଲା। କେହି କେବେ ଭାବି ନ ଥିବା ଯେ, ଓଡିଶାରେ ବିଶେଷ କରି ଭୁବନେଶ୍ବରରେ ଫନି ତାଣ୍ଡବ ସୃଷ୍ଟି କରିବ। ଯଦି ମନେ ପଡେ ଲାଇନ ବନ୍ଦ, ପାଣି ବନ୍ଦ, ଖାଇବା ନାହିଁ, ଘର ଭିତରେ ବସିରହିଥିଲେ ସମସ୍ତେ, ରୁମ ଟାଙ୍କୁଳି ଯାଉଛି। ଠିକ୍ ବର୍ତ୍ତମାନ କରୋନା ଭୟରେ ଯେପରି ସମସ୍ତେ ଚୁପଚାପ। ପାର୍ଥକ୍ୟ ଏତିକି ସେତେବେଳେ ସବୁ ବନ୍ଦ ହୋଯାଇଥିଲା, ବର୍ତ୍ତମାନ ଖାଇବା ପିଇବା ପାଣିର ଅଭାବ ନାହିଁ। ସେଦିନର ସ୍ମୃତିକୁ ମନେ ପକାଇବା ପାଇଁ ଉପସ୍ଥାପିତ କରୁଛି ଫନି ତାଣ୍ଡବଲିଲାର କିଛି ଫଟୋ
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଭାବରେ ବଢି ଚାଲିଛି। ମହାରାଷ୍ଟ୍ର ପରେ ଭାରତରେ ଦ୍ବିତୀୟ ହଟସ୍ପଟ୍ ଭାବରେ ଗୁଜୁରାଟ ଚିହ୍ନଟ ହୋଇଛି। ଦେଶରେ କରୋନା ସଂକ୍ରମିତ ମାମଲା 39 ହଜାର 980ରେ ପହଞ୍ଚିଛି। ସେହିପରି 1301ଜଣଙ୍କର ମୃତ୍ୟୁ ଘଟିଛ । ସେହିପରି ଦେଶରେ 10 ହଜାର 663 ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ 12,296ଜଣ ଆକ୍ରାନ୍ତ ହୋଇଥିବାବେଳେ ଦ୍ବିତୀୟ ସର୍ବାଧିକ ଗୁଜୁରାଟରୁ ଚିହ୍ନଟ ହୋଇଛନ୍ତି। ଗୁଜୁରାଟରେ 5054ଜଣ ଆକ୍ରାନ୍ତ ରହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ବିଗତ 24 ଘଣ୍ଟା ମଧ୍ୟରେ କରୋନାରେ 83 ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ 521ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 262, ମଧ୍ୟପ୍ରଦେଶରେ 151, ରାଜସ୍ଥାନରେ 65, ଦିଲ୍ଲୀରେ 64, ଉତ୍ତରପ୍ରଦେଶର 43, ଆନ୍ଧ୍ରପ୍ରଦେଶରେ 33, ପଶ୍ଚିମବଙ୍ଗରେ 33, ତାମିଲନାଡୁରେ 29, ତେଲେଙ୍ଗାନା 28, କର୍ଣ୍ଣାଟକରେ 25, ପଞ୍ଜାବରେ 20, ଜମ୍ମୁ-କାଶ୍ମୀରରେ 8, ହରିୟାଣାରେ 4, କେରଳରେ…
ଭୁବନେଶ୍ବର : ସୁରତରୁ ପ୍ରବାସୀ ଓଡ଼ିଆଙ୍କ ନେଇ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ରେ ସୋରଡା ଅଞ୍ଚଳର ସୁରତ ଫେରନ୍ତା ରହିଥିବାର ସୂଚନା ରହିଛି। ଭାରସାମ୍ୟ ହରାଇ ଗାର୍ଡ ଓ୍ବାଲରେ ପିଟି ହୋଇଛି ବସ୍ଟି । ଡ୍ରାଇଭର ସମେତ ତିନି ଜଣ ଯାତ୍ରୀ ଆହତ ସୂଚନା ରହିଛି । ଘଟଣାସ୍ଥଳରେ ଏସ୍ଡିପିଓ ଉପସ୍ଥିତ ରହିଥିବାବେଳେ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି । ଗତକାଲି ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ନିକଟରେ ସୁରତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଆଜି ସକାଳୁ ଏନ୍ଏଚ୍ ନାଗପୁରଠାରେ ଏକ ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପାଞ୍ଚ ଜଣ ଆହତ ହୋଇଥିଲା ।
ଭୁବନେଶ୍ବର: ସୁରତ ଫେରନ୍ତାଙ୍କଠାରେ କରେନା ପଜିଟିଭ୍ ମିଳିଛି। ଓଡ଼ିଶା ଫେରିଥିବା ଦୁଇ ସୁରତ୍ ଫେରନ୍ତାଙ୍କୁ କରୋନା। ଆଜି ଗଞ୍ଜାମରେ ଚିହ୍ନଟ ହୋଇଥିବା ଦୁଇ କରୋନା ବ୍ୟକ୍ତି ସୁରତ ଫେରନ୍ତା ବୋଲି ସୂଚନା ରହିଛି। ଦୁଇ କରୋନା ଆକ୍ରାନ୍ତଙ୍କ ବୟସ 17 ଓ 22 ବର୍ଷ। ପୂର୍ବରୁ କୌଣସି ଲକ୍ଷଣ ନଥିଲା, ସାମ୍ପଲ୍ ସଂଗ୍ରହ ପରେ ପଜିଟିଭ୍ ଜଣାପଡିଛି। ସମ୍ପ୍ରତି ରାଜ୍ୟରେ କୋଲକତା ଫେରନ୍ତା ଚିନ୍ତା ବଢାଉଥିବାବେଳେ ନିକଟରେ ତାମିଲନାଡୁର ଦୁଇ ଫେରନ୍ତାଙ୍କ ନିକଟରୁ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଆଜି ସକାଳୁ ରାଜ୍ୟରେ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ଦୁଇ ଜଣ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡାର ଆଉ ଜଣେ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 160ରେ ପହଞ୍ଚିଛି।
ଭୁବନେଶ୍ବର : ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନ୍ଏଚ୍ର ନାଗପୁର ଅମରାବତୀଠାରେ ପ୍ରବାସୀ ଓଡ଼ିଆ ବସ୍ ଓଲଟି ପଡିଛି । ବସ୍ରେ ଥିବା 50 ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ 5 ଆହତ । ସମସ୍ତ 5 ଆହତ ଅମରାବତୀ ନିକଟ କରଞ୍ଜା ମେଡିକାଲରେ ଭର୍ତ୍ତି କରାଯାଇଛି । ରାତିରେ ଏନ୍ଏଚ୍ ଉପରକୁ କୌଣସି ଜନ୍ତୁ ଆସିଯିବାରୁ ଦୁର୍ଘଟଣା ହୋଇଥିବାର ସୂଚନା ରହିଛି । ଗତକାଲି ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ନିକଟରେ ସୁରତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି । ସେହିପରି ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିରହିଥିବା ଶ୍ରମିକମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଲାଯାଉଛି । ଟ୍ରେନ୍ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ଅଣାଯାଉଛି । ଏହା ମଧ୍ୟରେ ଏକ ଅଘଟଣ ହୋଇଥିବାର ସୂଚନା ରହିଛି । କୋଟାରୁ ହଟିଆ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ସ୍ବତନ୍ତ୍ର ଟ୍ରେନ୍ରୁ ଜଣେ ବ୍ୟକ୍ତି ଡେଇଁପଡିଛନ୍ତି । ମିଳିଥିବା ସୂଚନା ଅନୁସାରେ ଲକ୍ ଡାଉନ୍ରେ ଫସିଥିବା ଶ୍ରମିକ, ଛାତ୍ର ଆଦିଙ୍କୁ ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କ ରାଜ୍ୟକୁ ପଠାଯାଉଛି । କୋଟାରୁ ହଟିଆ ଯାଉଥିବା ଏକ ସ୍ବତନ୍ତ୍ର ଟ୍ରେନ୍ରୁ ଓଡ଼ିଶାର ରାଉରକେଲା ଷ୍ଟେସନ ନିକଟରେ ଜଣେ ବ୍ୟକ୍ତି ଡେଇଁ ପଡିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରେନ୍ରୁ ଡେଇଁ ପଡିଥିବା ବ୍ୟକ୍ତି ଜଣକ ଭୁଲ୍ ପ୍ରକ୍ରିୟାରେ ପଞ୍ଜିକରଣ କରି…
ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣକ ଝାରସୁଗୁଡା ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରେ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 160କୁ ବୃଦ୍ଧି ହୋଇଛି। ଆକ୍ରାନ୍ତ ଜଣକ ଝାରସୁଗୁଡା ଜିଲ୍ଲାର 40 ବର୍ଷୀୟା ମହିଳା ବୋଲି ଜଣାପଡିଥିବାବେଳେ ସେ ପୂର୍ବ ଆକ୍ରାନ୍ତ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି। ପୂ୍ର୍ବରୁ ଗତ ବୁଧବାର ଦିନ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମ ଆକ୍ରାନ୍ତ ଜଣକ 18 ବର୍ଷୀୟା ଯୁବତୀ ଥିବାବେଳେ ସେ କୋଲକତାରୁ ଫେରିଥିଲେ। ସେହିପରି ରାଜ୍ୟର 16ଟି ଜିଲ୍ଲାରେ ଏବେ କରୋନା ବ୍ୟାପି ସାରିଲାଣି।
କେଦାର ମିଶ୍ର ଆମ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କ ନାମରେ ଶାସନ ଚାଲେ। ଯଦିଓ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମନ୍ତ୍ରୀମଣ୍ଡଳ ବାସ୍ତବ କ୍ଷମତାର ଅଧିକାରୀ, ହେଲେ ରାଷ୍ଟ୍ରପତିଙ୍କ ବିନା ଅନୁମୋଦନରେ କୌଣସି ବିଲ ଆଇନରେ ପରିଣତ ହୋଇପାରେ ନାହିଁ। ବାସ୍ତବରେ ରାଷ୍ଟ୍ରପତିଙ୍କର ହିଁ ସରକାର, ଯାହାକୁ ରାଷ୍ଟ୍ରପତିଙ୍କ ତରଫରୁ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନେଇ ମନ୍ତ୍ରୀମଣ୍ଡଳ ପରିଚାଳନା କରନ୍ତି। ଯେହେତୁ ଗଣତନ୍ତ୍ର ଲୋକଙ୍କର ଶାସନ ଲୋକ ପ୍ରତିନିଧିଙ୍କ ଦ୍ଵାରା ଗଠିତ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ମାନିବାକୁ ରାଷ୍ଟ୍ରପତି ବାଧ୍ୟ। ରାଷ୍ଟ୍ରପତିଙ୍କ ନାମରେ ସରକାର ଚାଲେ ବୋଲି ସଂସଦର ବଜେଟ ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ହିଁ ନିଜ ସରକାରର ଆଭିମୁଖ୍ୟ ଉପସ୍ଥାପନ କରିଥାନ୍ତି। କେନ୍ଦ୍ର ସରକାରର ଏହି ଢାଞ୍ଚା ରାଜ୍ୟ ଗୁଡିକରେ ମଧ୍ୟ ଲାଗୁ ହୋଇଥାଏ। ରାଷ୍ଟ୍ରପତିଙ୍କ ପରି ରାଜ୍ୟ ଶାସନରେ ରାଜ୍ୟପାଳ ମୁଖ୍ୟ। ତାଙ୍କ ନାମରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଦ୍ଵାରା ନିର୍ବାଚିତ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ରାଜ୍ୟ ଶାସନ କରନ୍ତି। ତେବେ ରାଷ୍ଟ୍ରପତି…
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ଦୁଇ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 159କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସୁଦ୍ଧା ଆକ୍ଟିଭ କେସ୍ 102 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 56ଜଣ ଓ ଜଣେ ମୃତ୍ୟୁ ବରଣ କରିଛନ୍ତି।ଏଯାବତ୍ ରାଜ୍ୟର 16ଟି ଜିଲ୍ଲାକୁ କରୋନା ବ୍ୟାପିସାରିଛି।
ନୂଆଦିଲ୍ଲୀ, କୋଭିଡ-19 ସଂକ୍ରମଣର ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରିବା ପରେ 4 ମେ’ 2020ରୁ ଆଉ ଦୁଇ ସପ୍ତାହ ଲାଗି ଲକଡାଉନ ଅବଧିକୁ ବୃଦ୍ଧି କରିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତକାଲି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅରେଞ୍ଜ ଜୋନରେ ଲୋକ ଏବଂ ଯାନବାହାନର ଚଳାଚଳ ନେଇ ସନ୍ଦେହକୁ ଦୂର କରିବା ଲାଗି ଗୃହ ବିଭାଗ ପୁଣି ଏକ ବିଜ୍ଞପ୍ତି ପ୍ରକାଶ କରିଛି। ତାହା ହେଲା ଅରେଞ୍ଜ ଜୋନଗୁଡିକରେ ଦେଶସାରା ବନ୍ଦ ରହୁଥିବା କାର୍ଯ୍ୟକଳାପ ସହିତ ଜିଲ୍ଲା ମଧ୍ୟରେ ଏବଂ ଜିଲ୍ଲା-ଜିଲ୍ଲା ଭିତରେ ବସ ଚଳାଚଳ ବନ୍ଦ ରହିବ । ଏଥିସହିତ ଆଉ ଦୁଇଟି କାର୍ଯ୍ୟକୁ ମଧ୍ୟ କଟକଣା ସହିତ ଅନୁମତି ଦିଆଯାଇଛି । ସେଗୁଡିକ ହେଉଛି – ଡ୍ରାଇଭର ଏବଂ ଦୁଇଜଣ ପାସେଞ୍ଜରଙ୍କୁ ନେଇ ଟାକସି ଓ କେବ ଚଳାଚଳକୁ ଅନୁମତି ଅନୁମତି ମିଳିଥିବା କାର୍ଯ୍ୟ ପାଇଁ ଉଭୟ ବ୍ୟକ୍ତି ଓ ଯାନବାହନକୁ ଆନ୍ତଃଜିଲ୍ଲା ଚଳାଚଳ ପାଇଁ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ :ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ପୌରପାଳିକା ଅନ୍ତର୍ଗତ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ତରଫରୁ କରୋନାର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫,୦୦୦ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି। ପାରାଦ୍ୱୀପଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାରାଦ୍ୱୀପ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟର ସଭାପତି ସଚିତ୍ର କୁମାର ରାଉତ ଚେକ୍ ପ୍ରଦାନ କରିଥିଲେ । ଏହି ଅବସରରେ ସେକ୍ରେଟାରୀ ସ୍ୟୋମ୍ୟକାନ୍ତ ମହାନ୍ତି, ମାର୍ଗଦର୍ଶକ ବରିଷ୍ଟ ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ ଓ ସଦସ୍ୟ ମାନଙ୍କ ମଧ୍ୟରେ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ମହାମାରୀ କରୋନା ଅବସରରେ ଟ୍ରଷ୍ଟର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିର ଉଚ୍ଚପ୍ରଶଂସା କରିବା ସହ ଟ୍ରଷ୍ଟର ସଭାପତିଙ୍କୁ ଧନ୍ୟବାଦ ଜଣାଇଥିଲେ।

