Author: Samikhsya Bureau

ଶ୍ରୀନଗର : ଜମ୍ମୁ କାଶ୍ମୀରର ଅବନ୍ତୀପୁରାରେ ସୁରକ୍ଷା ବଳଙ୍କୁ ବଡ ସଫଳତା । ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଦକ୍ଷିଣ କାଶ୍ମୀରର ଅବନ୍ତୀପୁରା ଏବଂ ଶାହରାହଲିରେ ଏନ୍‌କାଉଣ୍ଟର ସଙ୍ଗଠିତ ହେବା ସହିତ ଦୁଇ ଆତଙ୍କୀ ପ୍ରାଣ ହରାଇଛନ୍ତି । ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ୍‌ ପକ୍ଷରୁ ମିଳିତ ଭାବରେ କରାଯାଇଥିବା ଏହି ଅପରେସନ୍‌କୁ ବଡ ସଫଳତା ମିଳିଥିବା କୁହାଯାଉଛି । ମୃତ ଆତଙ୍କୀଙ୍କ ମଧ୍ୟରେ ଜଣେ ହିଜବୁଲ କମାଣ୍ଡର ରହିଥିବା ନେଇ ସେନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଏନକାଉଣ୍ଟର ପରେ ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ମଙ୍ଗଳବାର ରାତିରୁ ଶାହରାହଲିରେ ଏନ୍‌କାଉଣ୍ଟର ଚାଲିଥିବା ବେଳେ ବୁଧବାର ସକାଳୁ ଅବନ୍ତୀପୁରାରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । (ଏଜେନ୍ସି)

Read More

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତୁମସିଙ୍ଗା ଥାନା ସେଗାର ଗ୍ରାମରେ ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି । ଘରେ ଗଚ୍ଛିତ ଥିବା ବାଣରେ ନିଆଁ ଲାଗିଯିବାରୁ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଯୋଗୁଁ ଘର ଜଳି ଯାଇଥିବାବେଳେ ଘରେ ଭିତରେ ଥିବା ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ 6 ବର୍ଷ ଓ ଆଠ ବର୍ଷ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଶିଶୁକୁ କଟକ ସ୍ଥାନାନ୍ତର କରାଯାଇଛି ।  ତେବେ ବାଣ କେମିତି ବିସ୍ଫୋରଣ ହେଲା ତାହା ଜଣାପଡିନାହିଁ। ପୋଲିସ୍‌ ଏହି ଘଟଣାର ତନାଘନା ଆରମ୍ଭ କରିଛି ।

Read More

ଭୁବନେଶ୍ୱର : ଆଜି ଗଞ୍ଜାମରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣକ ସୁରତ ଫେରନ୍ତା ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ଏବଂ ତାଙ୍କର ବୟସ 18 ବର୍ଷ। ସେ ଜଣେ ସୁରତ ଫେରନ୍ତା ଯୁବକ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯୁବକ ସରକାରୀ ସଙ୍ଗରୋଧରେ ଥିଲେ। ସେ କାହା ସଂସ୍ପର୍ଶରେ ଆସିଥିଲେ। କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ଏଯାଏଁ 4ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ଯୋଗୁଁ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 177ରେ ପହଞ୍ଚିବାବେଳେ ମୃତ୍ୟୁସଂଖ୍ୟା 2କୁ ବୃଦ୍ଧି ହୋଇଛି।

Read More

ନୟାଗଡ : ରଣପୁରଥାନା ଗୋପାଳପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଆଁରେ ପୋଡିଯାଇ ମା’ ଓ ଝିଅର ମୃତ୍ୟୁ ହୋଇଥିବାବେଳେ ପୁଅ ଗୁରୁତର ହୋଇଛି । ଝିଅଟିର ବୟସ 5ବର୍ଷ ହୋଇଥିବାର ସୂଚନା ରହିଛି । ସେହିପରି ତିନି ବର୍ଷର ପୁଅ ଏହି ଘଟଣାରେ ଗୁରୁତର ହୋଇଛି। ଗୁରୁତର ପୁଅକୁ କଟକ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ୍‌ ଏହାର ତଦନ୍ତ ଜାରି ରଖିଛି ।

Read More

ରମେଶ ମହାନ୍ତି ଜଗତସିଂହପୁର : କରୋନା ଭୂତାଣୁ କୋଭିଡ୍‌ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦେଶର ବିଭିନ୍ନ ରାଜ୍ୟର ଓଡ଼ିଆ ପ୍ରବାସୀମାନେ ରାଜ୍ୟକୁ ଫେରିବା ପାଇଁ ପଞ୍ଜିକରଣ କରିଛନ୍ତି। ଏହି କ୍ରମରେ ଜଗତସିଂହପୁର ଜିଲ୍ଲାକୁ ଗତ ମେ ତିନି ତାରିଖରେ 36 ଜଣ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀମାନେ ଜିଲ୍ଲାକୁ ଫେରିଥିଲେ। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ମେଡ଼ିକାଲ୍‌ ଟିମ୍‌ ଦ୍ବାରା ମ୍ୟୁନିସିପାଲିଟିର ସରଳା ଦେବୀ କଲ୍ୟାଣମଣ୍ଡପଠାରେ ସେମାନଙ୍କର ସ୍ବାବ ସଂଗୃହୀତ ହୋଇ ସେମାନଙ୍କୁ ନିଜ ନିଜ ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସା ଶିବିରରେ ସଙ୍ଗରୋଧ କରାଯାଇଛି। ଗତକାଲି ସେହି 36 ଜଣ ପ୍ରବାସୀଙ୍କର ସ୍ବାବ ନମୁନା ନେଗେଟିଭ୍‌ ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତକାଲି ଦ୍ବିତୀୟ ଦିବସରେ (ମେ ଚାରି ତାରିଖ)ଦିନ 48ଜଣ ପ୍ରବାସୀ ଓଡ଼ିଆ ଜିଲ୍ଲାକୁ ଆସିଛନ୍ତି। ସେମାନଙ୍କର ସ୍ବାବ ସଂଗ୍ରହ ପରେ ସମ୍ପୃକ୍ତ ବ୍ଲକ୍‌ ଓ ମ୍ୟୁନିସ୍‌ପାଲିଟିର କ୍ବାରେଣ୍ଟାଇନ୍‌ ଶିବିରରେ ରଖାଯାଇଛି। ଗତକାଲି…

Read More

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ 126ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ସର୍ବମୋଟ୍‌ 49 ହଜାର  391 ଜଣ ସଂକ୍ରମିତ ହୋଇଥିବାବେଳେ  33 ହଜାର 515 ଜଣ ଚିକିତ୍ସାଧୀନ ରହିଥିବାବେଳେ ସୁସ୍ଥ ହେଲେଣି 14 ହଜାର 183 । ମହାରାଷ୍ଟ୍ରରେ ସର୍ବାଧିକ 15 ହଜାର 525 ଆକ୍ରାନ୍ତ ରହିଥିବାବେଳେ 617ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗୁଜୁରାଟରେ 368 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ 176, ରାଜସ୍ଥାନରେ 89, ପଶ୍ଚିମବଙ୍ଗରେ 140, ଉତ୍ତରପ୍ରଦେଶରେ 56, ତାମିଲନାଡୁରେ 33, ଆନ୍ଧ୍ରପ୍ରଦେଶରେ 36, ତାମିଲନାଡୁରେ 33, ତେଲେଙ୍ଗାନାରେ 29, କର୍ଣ୍ଣାଟକରେ 29, ପଞ୍ଜାବରେ 25, ଜମ୍ମୁ-କାଶ୍ମୀରରେ 8, ହରିୟାଣାରେ 6, କେରଳରେ 4, ଝାଡଖଣ୍ଡରେ 3, ବିହାରରେ 4, ହିମାଚଳ ପ୍ରଦେଶରେ ଦୁଇ, ଓଡ଼ିଶାରେ ଦୁଇ ଚଣ୍ଡୀଗଡ, ଆସାମ, ମେଘାଳୟରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)

Read More

ତେଲେଙ୍ଗାନା : ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାରେ ଉଭୟ କେନ୍ଦ୍ର ଓ ରାଜସରକାର ପ୍ରଯତ୍ନ କରୁଛନ୍ତି। ଦେଶର ବିଭିନ୍ନ ବଡ ବଡ ସହରରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟ ଫେରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସେହିପରି ଓଡ଼ିଶା ସରକାର ମଧ୍ୟ ବାହାର ରାଜ୍ୟରେ ରହୁଥିବା ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିନିମେନ୍ତ ଓଡ଼ିଶା ଅନ୍‌ଲାଇନ୍‌ ପୋର୍ଟାଲ୍‌ରେ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଓଡ଼ିଶାକୁ ଫେରିବା ପାଇଁ ଓଡ଼ିଶା ବାହାରେ ଥିବା ଶ୍ରମିକମାନେ ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ ଲାଇନ ଜରିଆରେ ପଞ୍ଜିକରଣ କରୁଛନ୍ତି। ହାଇଦ୍ରାବାଦ ସିଟିରେ ହଜାର ହଜାର ପ୍ରବାସୀ ଓଡ଼ିଆ ଓଡ଼ିଶା ଫେରିବାକୁ ପଞ୍ଜିକରଣ କରିବା ପାଇଁ ସକାଳୁ ଧାଡିରେ ଛିଡା ହୋଇଛନ୍ତି। ତେବେ ଏହି ପଞ୍ଜିକରଣ ସମୟରେ ସାମାଜିକ ଦୂରତ୍ବ ତଥା କରୋନା ପାଇଁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍ସର…

Read More

ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟରେ ଲକ୍‌ ଡାଉନ୍‌ ଚାଲିଥିବାବେଳେ ପକ୍ଷୀ ଶିକାରୀମାନେ ମାତିଥିବାର ଦେଖାଯାଇଛି। ଚିଲିକାରେ ପକ୍ଷୀ ଶିକାର ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି ।  ସୋରଣପେଣ୍ଠ ନିକଟରେ ବନ୍ୟ ପ୍ରାଣୀ ବିଭାଗ ଚଢାଉ କରି ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟର ପରପଲ ମୋରେନ ପନ୍ଦରଟି ଓ ଲାର୍ଜ ଉତ୍ସଲିଂ ଟେଲ୍‌ ପାଞ୍ଚୋଟି ଜବତ କରିଛନ୍ତି।  ମୋଟ ୧୯ଟି ମୃତ ବିଦେଶୀ ପକ୍ଷୀ ସହ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ବାଇକ ଓ ଗୁଳି ଗନ୍ ପାଉଡର ଆଦି ଜବତ କରାଯାଇଛି। ଗିରଫ ଶିକାରୀଦ୍ବୟ ସୋରଣ ଗ୍ରାମର ମୋହସିନ ଖାଁ ଓ ସୋବିବ ଖାଁ ବୋଲି ଜଣାପଡିଛି। ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ତରଫରୁ ଫରେଷ୍ଟର ତ୍ରିନାଥ ବାରିକ, ଫରେଷ୍ଟ ଗାର୍ଡ ଲିପିକା ପାଇକରାୟ, ଛବିରାଣୀ ବେହେରା ସହ ଅନ୍ୟ କର୍ମଚାରୀମାନେ ଏହି ଚଢାଉ କରିଥିଲେ।

Read More

ଭୁବନେଶ୍ବର :  ଭୁବନେଶ୍ବର କଟକ ସହରରରେ କଡା କଟକଣା ଜାରି କରାଯାଇଛି। ଅଯଥା ଯାତାୟତ ଉପରେ କଠୋର ହେଲା କମିଶନରେଟ ପୋଲିସ୍‌। ସନ୍ଧ୍ୟା 7ଟାରୁ ସକାଳ 7ଟା ଯାଏଁ ବାହାରକୁ ବାହାରିବା ମନା କରାଯାଇଛି। ଭୁବନେଶ୍ବର –କଟକରେ ଅନାବଶ୍ୟକ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ପ୍ରତିବନ୍ଧକ ଲଗାଇଛନ୍ତି ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ। ସନ୍ଧ୍ୟା 7ଟାରୁ ସକାଳ 7ଟା ଯାଏଁ କର୍ଫ୍ୟୁ ଭଳି ସ୍ଥିତି ରହିବ ବୋଲି ସୂଚନା ରହିଛି। ଆସନ୍ତା 17 ତାରିଖ ଲକ୍‌ ଡାଉନ୍‌ ଶେଷ ଯାଏଁ  ଏହି କଟକଣା ବଳବତ୍ତର ରହିବ। କଟକଣା ଭଙ୍ଗ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।  କରୋନା ସଂକ୍ରମଣରୁ ମୁକ୍ତି ପାଇଁ କଟକଣା ମାନିବା ପରାମର୍ଶ ଦିଆଯାଇଛି।

Read More

ପଞ୍ଜାବ : ପଞ୍ଜାବ ସରକାର ଏବେ ମଦର ହୋମ୍‌ ଡେଲିଭରୀକୁ ଅନୁମତି ଦେଇଛନ୍ତି । ଗୁରବାର ଅର୍ଥାତ୍‌ ମେ 7 ତାରିଖରୁ ଆପଣ ଘରେ ବସି ମନପସନ୍ଦ ବ୍ରାଣ୍ଡର ଅର୍ଡର କରିପାରିବେ । ପଞ୍ଜାବ ସରକାର ମଦ ଦୋକାନ ଆଗରେ ଗହଳି ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଘରେ ବସି ମଦ ପାଇବା ପାଇଁ ପଞ୍ଜାବ ସରକାର କିଛି ନିୟମ ପ୍ରସ୍ତୁତ କରିଛନ୍ତି । ପଞ୍ଜାବରେ ମଦ ଦୋକାନ ଏବେ ମେ 7 ତାରିଖରୁ ସକାଳ 9ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲିବ । ଏହି ସମୟରେ ଯେକୌଣସି ବ୍ୟକ୍ତି ମଦ ପାଇଁ ଅର୍ଡର କରିପାରିବେ । ଦିନ ଗୋଟାଏରୁ ସନ୍ଧ୍ୟା 6ଟା ଭିତରେ ମଦର ହୋମ୍‌ ଡେଲିଭରୀ କରାଯିବ । ପଞ୍ଜାବ ସରକାର କେବଳ ମଦ ନୁହେଁ ଖାଦ୍ୟ ସାମଗ୍ରୀର ମଧ୍ୟ ହୋମ୍‌ ଡେଲିଭରୀ ପାଇଁ ଅନୁମତି ଦେଇଛନ୍ତି । ଦିନ ଗୋଟାଏରୁ ସନ୍ଧ୍ୟା…

Read More

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଦ୍ବିତୀୟ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। କରୋନାରେ ଦ୍ବିତୀୟ ମୃତ ବ୍ୟକ୍ତିଙ୍କ ତଥ୍ୟ ଦେଇଛନ୍ତି ସରକାର। ମୃତ ବ୍ୟକ୍ତିଙ୍କ ବୟସ 77 ବର୍ଷ ହୋଇଥିବାବେଳେ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବର ମଧୁସୂଦନ ନଗର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।  ମୃତ ବ୍ୟକ୍ତିଙ୍କ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଥିଲା ବୋଲି ସୂଚନା ରହିଛି। ତାଙ୍କର ହାଇପରଟେନସେନ, ଡାଇବେଟିସ୍‌ ଓ କିଡ୍‌ନୀଜନିତ ରୋଗ ରହିଥିଲା। କାଲି ଭୁବନେଶ୍ବର କିମସ୍‌ କୋଭିଡ୍‌ ହସ୍ପିଟାଲରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ପୂର୍ବରୁ ମଧ୍ୟ କରୋନା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିଲା । ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାରେ 47 ଜଣ ଆକ୍ରାନ୍ତ ରହିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ 31 ଜଣ ସୁସ୍ଥ ହୋଇଥିବାବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଖୋର୍ଦ୍ଧା ଜିଲ୍ଲାରେ 14ଟି ଆକ୍ଟିଭ୍‌ କେସ୍‌ ରହିଛି।…

Read More

କେଦାର ମିଶ୍ର ୩୦ ଏପ୍ରିଲ ପର୍ୟନ୍ତ ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ମାତ୍ର ୪୮୦। ଗତ ପାଞ୍ଚ ଦିନ ଭିତରେ ଏହି ସଂଖ୍ୟା ପ୍ରାୟ ୩ ଗୁଣରେ ପହଞ୍ଚି ଗତକାଲି ଅପରାହ୍ନ ସୁଦ୍ଧା ଏହା ୧୪୫୧ରେ ପହଞ୍ଚିଛି। ହଠାତ ଏ ପ୍ରକାର ଆକ୍ରାନ୍ତ ସଂଖ୍ୟା ବୃଦ୍ଧିର କାରଣ ହେଉଛି ମହାରାଷ୍ଟ୍ରର ନାନ୍ଦେଦଠାରେ ଥିବା ହଜୁର ସାହିବ ଗୁରୁଦ୍ଵାରରୁ ଫେରିଥିବା ତୀର୍ଥଯାତ୍ରୀଙ୍କ ଭିତରୁ ଅଧିକାଂଶ ଏବେ ସଂକ୍ରମିତ ହୋଇଛନ୍ତି। ପ୍ରାୟ ୫୦୦ରୁ ଅଧିକ ତୀର୍ଥଯାତ୍ରୀ ଓ ସେମାନଙ୍କର ସମ୍ପର୍କୀୟ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ପୂର୍ବରୁ ପଞ୍ଜାବକୁ ସର୍ବାଧିକ ପ୍ରବାସୀ ଭାରତୀୟ ଫେରିଥିଲେ। ହେଲେ ପଞ୍ଜାବ ସରକାର ସେମାନଙ୍କର ପଞ୍ଜୀକରଣ ଓ ସଙ୍ଗରୋଧ ବ୍ୟବସ୍ଥାକୁ ସୂଚାରୁ ଭାବରେ ଚଳାଇଥିବାରୁ ପଞ୍ଜାବରେ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରିତ ରହିଥିଲା। ହଠାତ ମହାରାଷ୍ଟ୍ରରୁ ଫେରିଥିବା ତୀର୍ଥଯାତ୍ରୀଙ୍କ ପାଇଁ ଏହି ସଂଖ୍ୟା ଏବେ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି। ତେବେ କେବଳ ପଞ୍ଜାବ ନୁହେଁ, ଆଗାମୀ ଦିନରେ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରୁ ସୂଚନା ମିଳିଛି । ମୃତ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାର ହୋଇଥିବାର ସୂଚନା ରହିଛି । ତେବେ କେତେ ନମ୍ବର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ସେକଥା ସ୍ପଷ୍ଟ ହୋଇନି । ପୂର୍ବରୁ ଜଣଙ୍କର ମୃତ୍ୟୁ ସହ ଓଡ଼ିଶାରେ କରୋନା ମୃତ୍ୟୁ 2କୁ ବୃଦ୍ଧି ହୋଇଛି। ସେହିପରି ରାଜ୍ୟର ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 177କୁ ବୃଦ୍ଧି ହୋଇଛି । ଆଜି ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 177କୁ ବୃଦ୍ଧି ପାଇଛି। ଚିହ୍ନଟ ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 4ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ…

Read More

ପୁଣେ : ତୃତୀୟ ପର୍ଯ୍ୟାୟ ଲକଡାଉନ ପରେ ମଦ ବିକ୍ରିକୁ ଅନୁମତି ମିଳିଛି । ଏହି କ୍ରମରେ ଦେଶରେ ବହୁ ସ୍ଥାନରେ ମଦ ବିକ୍ରି ହୋଇଛି । ମଦ ଦୋକାନ ଖୋଲିବା ପରେ ବହୁ ଅଜବ କଥା ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ପୁଣେଠାରେ ଜଣେ  ବ୍ୟକ୍ତି ମଦ କିଣିବାକୁ ଯାଇ ମହୁମାଛି ଦଂଶନରେ ମୃତ୍ୟୁବରଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପୁଣେରେ ଦେହୁ ଗ୍ରାମରେ ମଦ ଦୋକାନ ଖୋଲାଯିବା ପରେ ମଦ କିଣିବା ପାଇଁ ଦୋକାନ ସାମ୍ନାରେ ଏକ ଲମ୍ବା ଲାଇନ ଲାଗିଥିଲା । କିଛି ଘଣ୍ଟା ଧରି ଏହି ଲମ୍ବା ଲାଇନରେ ଛିଡା ହେବା ପରେ କିଛି ଲୋକଙ୍କ ଧକ୍କା ଓ କଥା କଟାକଟି ଆରମ୍ଭ ହୋଇଗଲା । ଏହା ପରେ ପୋଲିସ ଆସିଲା । ଏହା ମଧ୍ୟରେ ମଦ ଦୋକାନୀ ଦୋକାନର ସଟର ପକାଇଦେଲା । ମଦ ଦୋକାନ ବନ୍ଦ ହେବା ରାଗରେ ଜଣେ ଏହି…

Read More

ଅହମ୍ମଦାବାଦ : ଦେଶରେ କରୋନା ମାମଲା ବଢିବାରେ ଲାଗିଛି । ଦେଶରେ ମହରାଷ୍ଟ୍ରରେ ସର୍ବାଧିକ ମାମଲା ଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି । ମହାରାଷ୍ଟ୍ର ପରେ ଏବେ ଗୁଜୁରାଟ ଦ୍ବିତୀୟ ସର୍ବାଧିକ ଆକ୍ରାନ୍ତ ରାଜ୍ୟ ଭାବେ ଉଭା ହୋଇଛି । ଗୁଜୁରାଟର ଅହମ୍ମଦାବାଦରେ କରୋନା ମାମଲା ବୃଦ୍ଧି ହେଉଥିବାରୁ ପୋଲିସ୍‌ ଓ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ କରିବା ସହିତ ଲୋକଙ୍କୁ ଘରେ ରହିବାକୁ ଆଦେଶ ଦେଇଛନ୍ତି । ଗତ କିଛି ଦିନ ହେବ ପରିବା ବିକ୍ରି କରୁଥିବା ବିକାଳୀମାନଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଅହମ୍ମଦାବାଦର ଭାଇପୁରା ଓ ହରିପୁରାଠାରେ 21 ଜଣ ପରିବାବିକାଳୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଏହା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି ।  ଗୋଟିଏ ଅଞ୍ଚଳର ଏତେ ସଂଖ୍ୟକ ପରିବାବିକାଳୀଙ୍କଠାରେ କରୋନା ପଜିଟିଭ୍‌ ଆସିବା ପରେ ରାଜ୍ୟରେ ଚିନ୍ତା ବଢିଯାଇଛି । ହରିପୁରା ଅଞ୍ଚଳର ସମସ୍ତ…

Read More

ଗାଜିଆାବାଦ : ଉତ୍ତରପ୍ରଦେଶର ଗାଜିଆବାଦରେ ଲକ୍ ଡାଉନ୍‌ର ଗାଇଡ୍‌ଲାଇନ୍ସକୁ ଆସନ୍ତା ମଇ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ସହିତ କରୋନା ଭାଇରସ ଓ ଇଦ୍‌ ଚାଲିଥିବାରୁ ଧଶରା 144 ମଧ୍ୟ ଲାଗୁ କରାଯାଇଛି । ଗାଜିଆବାଦାର ଜିଲ୍ଲାଧିକାରୀ ଏହି ସମ୍ପର୍କରେ ସୂଚନା ଦେଇ ଆଦେଶ ଜାରି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସାର୍ବଜନିକ ସ୍ଥାନରେ ଛେପ ପକାଇବା ଦଣ୍ଡନୀୟ ଅପରାଧ ରୂପେ ବିବେଚନା ହେବ । ଏଥିପାଇଁ ଫାଇନ୍‌ ଆଦାୟ କରାଯିବ । ସେହିପରି ସାର୍ବଜନିକ ସ୍ଥାନକୁ ଆସିବାକୁ ହେଲେ ମୁହଁକୁ ଘୋଡାଇବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହି ନିୟମ ଉଲ୍ଲଂଘନ କଲେ ଏହା ଦଣ୍ଡନୀୟ ଅପରାଧ ରୂପେ ବିବେଚନା ହେବ । ସେହିପରି ସମସ୍ତ ଧାର୍ମିକସ୍ଥଳ ବନ୍ଦ ରହିବ । ସାର୍ବଜନିକସ୍ଥାନରେ କେହି ବି ଭିଡ ଲଗାଇ ପାରିବେ ନାହିଁ । ଗାଜିଆବାଦ ଅରେଞ୍ଜ ଜୋନ୍‌ରେ ରହିଛି । ଏଠାରେ କେନ୍ଦ୍ର ସରକାରଙ୍କ…

Read More

ନୂଆଦିଲ୍ଲୀ : ଦେଶରେ ଇପିଏଫଓ ଅଧୀନରେ ମୋଟ 65 ଲକ୍ଷ ପେନସନଭୋଗୀ ରହିଛନ୍ତି । କୋଭିଡ-19 ଲକଡାଉନ କାଳରେ ପେନସନଭୋଗୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିଲାଗି ଏପ୍ରିଲ ମାସରେ ଇପିଏଫଓର ସମସ୍ତ 135ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ଅଗ୍ରୀମ ପେନସନ ପ୍ରଦାନ କରିଛି । ଇପିଏଫଓର ଅଧିକାରୀ ଓ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ପେନସନ ପ୍ରଦାନ କରୁଥିବା ଦେଶର ସମସ୍ତ ନୋଡାଲ ବ୍ୟାଙ୍କ ଜରିଆରେ 764 କୋଟି ଟଙ୍କା ପ୍ରଦାନ କରିଛନ୍ତି ।  ପେନସନଭୋଗୀଙ୍କ ବ୍ୟାକ ଖାତାକୁ ସଠିକ ସମୟରେ ପେନସନ ରାଶି ପ୍ରଦାନ କରିବା ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ-19 ମହାମାରୀ ସମୟରେ ପେନସନଭୋଗୀଙ୍କ ସୁବିଧାକୁ ଅଗ୍ରାଧିକାର ଦେଇ ଇପିଏଫଓ ତାହାର ନିରନ୍ତର ସେବା ଜାରି ରଖିଛି ।

Read More

ବେଗୁନିଆପଡା: ଖରା ହେଉ କି ବର୍ଷା। ସବୁ ସମୟରେ ସବୁ ପରିସ୍ଥିତିରେ ଜଣେ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରିଥାଏ। ବିଶ୍ବ ମହାମାରୀ କରୋନା ଭୟ ଭିତରେ ବି ଘରୁ ବାହାରକୁ ଆସି  ନିଷ୍ଠାପର ଭାବେ ଅହରହ କର୍ତ୍ତବ୍ୟ କରି ଲୋକଙ୍କ ପାଖରେ ଖବର ପହଁଚାଉ ଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ବେଗୁନିଆପଡା ବ୍ଲକରେ କାର୍ଯ୍ୟରତ ଏକ ୱେବ ଚାନେଲର ସାମ୍ବାଦିକ ମୁନା ନାୟକଙ୍କୁ ଆକ୍ରମଣ ଘଟଣାରେ ବେଗୁନିଆପଡା ପୁଲିସ ଚାରିଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି।  ମିଳିଥିବା ସୂଚନା ଅନୁସାରେ ସାମ୍ବାଦିକ ଶ୍ରୀ ନାୟକ ଗତ ମେ ୧ ତାରିଖ ଦିନ ବୁରୁଝରୀ ପଞ୍ଚାୟତ ଅନ୍ତର୍ଗତ ପି. ନୂଆଗାଁ ବିଦ୍ୟାଳୟ ସ୍ଥିତ ସଙ୍ଗରୋଧ ଗୃହକୁ ଖବର ସଂଗ୍ରହ କରିବାକୁ ଯାଇ ଫେରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ସରପଞ୍ଚଙ୍କ ଦୁଇ ପୁଅ ଅନିଲ ପରିଡା ଓ ପିଣ୍ଟୁ ପରିଡା ଏବଂ ତାଙ୍କ ସହଯୋଗୀ ବିବେକା…

Read More

ନୂଆଦିଲ୍ଲୀ, ମଦଦୋକାନ ଖୋଲିଯିବା ପରେ ବୋତଲଟିଏ ପାଇବା ପାଇଁ ଲମ୍ବାଧାଡିରେ ସମାଜିକ ଦୂରତା ବଜାଇ ରଖି ଅପେକ୍ଷା କରିଛନ୍ତି ଗ୍ରାହକ। ଏହି ଫଟୋଟି ହେଉଛି ନୂଆଦିଲ୍ଲୀସ୍ଥିତ ଆନନ୍ଦ ବିହାର।

Read More

ତେଲେଙ୍ଗାନା : ଦେଶରେ କରୋନା ସ୍ଥିତି ଜଟିଳ ରହିଛି । କରୋନା ମୁକାବିଲା ପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ ଜାରି ରହିଛି । ମେ 4 ତାରିଖରୁ ଆରମ୍ଭ ହୋଇ ଏହା ମେ 17 ପର୍ଯ୍ୟନ୍ତ ଜାରି ରହିବ । ଏହା ମଧ୍ୟରେ ତେଲେଙ୍ଗାନା ସରକାର ମେ 29 ଯାଏଁ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ରାଜ୍ୟରେ 1000ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ରହିଥିବାବେଳେ 29ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହି ପର୍ଯ୍ୟାୟରେ କିଛି କିଛି କଟକଣାକୁ କୋହଳ କରାଯାଇଛି । ଦେଶକୁ ତିନୋଟି ଜୋନ୍‌ରେ ଭାଗ କରାଯାଇଛି । ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ଭାଗ କରାଯାଇ କଟକଣାକୁ କିଛିକାଂଶରେ କୋହଳ କରାଯାଇଛି ।ସୂଚନାଯୋଗ୍ୟ ଦେଶରେ 46,711 ଜଣ ସଂକ୍ରମିତ ହୋଇଥିବାବେଳେ 1583ଜଣଙ୍କର ମୃତ୍ୟୁ ହୋଇଛି ।  (ଏଜେନ୍ସି)

Read More

ହାଇଦ୍ରାବାଦ, ନିଜ ରାଜ୍ୟକୁ ଫେରିବା ପାଇଁ ଶ୍ରମିକମାନେ ହାଇଦ୍ରାବାଦର ବିକେ ରାଘବ ରେଡ୍ଡି ହଲ ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି । ପଣିଥରେ ଲକଡାଉନ ଘୋଷଣା ହୋଇଥିବାରୁ ଏମାନେ ନିଜ ରାଜ୍ୟକୁ ଫେରିପାରୁ ନାହାଁନ୍ତି।

Read More