ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ କୋଭିଡ୍19ର 790ଟି ମାମଲା ସାମ୍ନାକୁ ଆସିଥିବାବେଳେ 36ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଲଗାତାର ଭାବରେ ବଢୁଥିବା କରୋନା ମାମଲା ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୃତ୍ୟୁ ସଂଖ୍ୟା 521ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 12ହଜାର ଟପିସାରିଛି । ମହାରାଷ୍ଟ୍ରରେ କଣ୍ଟେନମେଣ୍ଟ, ହଟ୍ସ୍ପଟ୍ ଜୋନ୍ ଓ ଲକ୍ଡାଉନକୁ ଶକ୍ତ ରୂପେ ପାଳନ କରାଯିବା ପରେ ମଧ୍ୟ ଲଗାତାର ଭାବରେ ମାମଲା ବୃଦ୍ଧି ପାଉଛି । ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ 8351ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଏଠାରେ ମୃତ୍ୟୁସଂଖ୍ୟା 332 ରହିଛି । ଗତ 24 ଘଣ୍ଟା ମଧ୍ୟରେ ମୁମ୍ବାଇରୁ 539 କରୋନା ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ଦୁଇ ହଜାର ଲୋକେ ସୁସ୍ଥ ହୋଇଥିବାବେଳେ ଏହି ସୁସ୍ଥ…
Author: Samikhsya Bureau
ଚଣ୍ଡୀଗଡ : ପଞ୍ଜାବ-ହରିୟାଣାର ରାଜଧାନୀ ତଥା କେନ୍ଦ୍ରଶାସିତ ପ୍ରଦେଶ ଚଣ୍ଡୀଗଡ ପ୍ରଶାସନ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ କର୍ଫ୍ୟୁକୁ ହଟାଯାଇ ଅଡ୍ଇଭିନ୍କୁ ଜାରି କରାଯିବ। ରାଜ୍ୟରେ ଜାରି କରାଯାଇଥିବା କର୍ଫ୍ୟୁକୁ ଆସନ୍ତା ମେ ତିନି ତାରିଖରୁ ଉଠାଇଦିଆଯିବ । ମେ ତିନି ତାରିଖ ରାତ୍ରିରୁ କର୍ଫ୍ୟୁ ସମାପ୍ତ ହୋଇଯିବ କିନ୍ତୁ ଲକ୍ ଡାଉନ୍ ମେ 17 ପର୍ଯ୍ୟନ୍ତ ଚାଲୁ ରହିବ। ସେହିପରି ମେ 4 ତାରିଖରୁ ବଜାର ଓ ଗାଡିରେ ଅଡ୍ ଇଭିନ୍ ଫର୍ମୁଲା ଲାଗୁ କରାଯିବ । ମେ ଚାରି ତାରିଖଠାରୁ ଇଭିନ୍ ନମ୍ବର ଦୋକାନ ଓ ଇଭିନ୍ ନମ୍ବର ଗାଡି ଚାଲୁ ହେବ । ସେହିପରି ସକାଳ 7ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଏଥିପାଇଁ କୌଣସି ପାସ୍ ଆବଶ୍ୟକତା ପଡିବ ନାହିଁ ବୋଲି ସୂଚନା ଦିଆଯାଇଛି । ମେ 17 ପର୍ଯ୍ୟନ୍ତ ସପିଂ ମଲ୍ ବନ୍ଦ ରହିବ । ଚଣ୍ଡୀଗଡରେ ଏପର୍ଯ୍ୟନ୍ତ 88ଟି ମାମଲା…
ଭୁବନେଶ୍ବର : କଳିଙ୍ଗା ଘାଟି ଦୁର୍ଘଟଣାକୁ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ଦେଇ ଏହି ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ଘାଟିରେ 40ରୁ ଅଧିକ ବେଗରେ ଗାଡି ନ ଚଳାଇବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଛି । ଘାଟି ରାସ୍ତାରେ ଗାଡି ଚାଳନାର ଅଭିଜ୍ଞତା ଏମାନଙ୍କର ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ସୂଚନାଯୋଗ୍ୟ, ସୁରତରୁ 60ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆଙ୍କୁ ଧରି ଗଞ୍ଜାମ ଆସୁଥିବା ଏକ ବସ୍ ଆଜି କଳିଙ୍ଗା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଭଞ୍ଜନଗର ହସ୍ପିଟାଲରେ ଗୁରୁତରଙ୍କର ମୃତ୍ୟୁ ହୋଇଛି । ବସ୍ଟି ଗୁଜୁରାଟର ହୋଇଥିବାବେଳେ ବସ୍ ନମ୍ବର…
ବସ୍ତି: କରୋନା ମୁକାବିଲା ଲାଗି ଦେଶରେ ଜାରି ରହିଛି ଲକ୍ ଡାଉନ୍। ଏହା ମଧ୍ୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପଠାଇବା ଲାଗି ସ୍ପେଶାଲ୍ ଟ୍ରେନ୍ ଚଲାଯାଇଛି। ସେହିପରି ବସ୍ରେ ମଧ୍ୟ ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ତେବେ ସରକାରୀ ବସ୍ରେ ପଠାଯାଇଥିବା କିଛି ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାକୁ ଫେରିଥିବା 7 ପ୍ରବାସୀ ଶ୍ରମିକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବାର ବସ୍ତି ଜିଲ୍ଲା ଡିଏମ୍ ସୂଚନା ଦେଇଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଆଶୁତୋଷ ନିରଞ୍ଜନଙ୍କ ଅନୁସାରେ, କରୋନା ପଜିଟିଭ୍ ମିଳିଥିବା ସାତ ଜଣ ଶ୍ରମିକ ମହାରାଷ୍ଟ୍ରରୁ ସରକାରୀ ବସ୍ରେ ବସ୍ତିରେ ପହଞ୍ଚିଥିଲେ। ସେମାନଙ୍କୁ ହରୈୟା କ୍ଷେତ୍ରର ସେଲ୍ଟର ହୋମ୍ରେ କ୍ବାରେଣ୍ଟାଇନ୍ରେ ରଖାଯାଇଥିଲା। ସେମାନଙ୍କୁ ଏବେ ମୁଣ୍ଡରଓ୍ବା ଅଞ୍ଚଳରେ ଥିବା କମ୍ୟୁନିଟି ସେଣ୍ଟର ହେଲଥ ସେଣ୍ଟରକୁ ସ୍ଥାନାନ୍ତର ରଖାଯାଇଛି। ଜିଲ୍ଲାରେ ମୋଟ…
ବେଗୁନିଆପଡା :ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ପହଞ୍ଚିଛି । ଏହି ବସରେ ୭୦ ଜଣ ଓଡ଼ିଆ ଶ୍ରମିକ ଆସିଥିବାର ସୂଚନା ରହିଛି । ସମସ୍ତ ଶ୍ରମିକ ମାନେ ସୁରତ ଡାଇମଣ୍ଡ ନଗରରୁ ଆସିଛନ୍ତି । ଉକ୍ତ ଶ୍ରମିକ ମାନେ ବେଗୁନିଆପଡା ବ୍ଳକ ଚନ୍ଦନପୁର ପଞ୍ଚାୟତ ସ୍ଥିତ ସଂଗରୋଧ କେନ୍ଦ୍ରରେ ରହିବେ ବୋଲି ସୂଚନା ମିଳିଛି। ଚନ୍ଦନପୁର ସରପଞ୍ଚ ମଧୁସୁଦନ ସାହୁ, ନୋଡାଲ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ ।
ଫୁଲବାଣୀ : ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍ ଦୁର୍ଘଟଣାଗସ୍ତ ହୋଇଛି। ସୁରତରୁ ଗଞ୍ଜାମ ଆସୁଥିବାବେଳେ ବସ୍ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ବସ୍ ଓଲଟିଥିବାର ଖବର ରହିଛି। ଘାଟିର ଅନ୍ଧାରକୋଟ ନିକଟରେ ବସ୍ଟି ଓଲଟି ପଡିଛି। ଏହି ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ରହିଥିବାର ଖବର ରହିଛି। ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବସ୍ଟିରେ 60ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିଲେ। ପୋଲିସ୍ 40 ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ଚାପି ହୋଇ ରହିଥିବାର ଆଶଙ୍କା ରହିଛି। ଯାତ୍ରୀଙ୍କ ମଧ୍ୟରେ 4 ମହିଳା ଓ ଦୁଇ ଶିଶୁ ରହିଛନ୍ତି। ଗୁରୁତର ଆହତଙ୍କୁ ଭଞ୍ଜନଗର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବସ୍ଟି ଗୁଜୁରାଟର ହୋଇଥିବାବେଳେ ବସ୍ ନମ୍ବର ହେଉଛି ଜିଜେ18ଏକ୍ସ 2693 ।
ଭୁବନେଶ୍ବର : ରାଜ୍ୟରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଲାଗି କରୋନା ଆକ୍ରାନ୍ତ ବଢୁଥିବାବେଳେ ଏହା ସରକାରଙ୍କ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି । ଅପରପକ୍ଷରେ ରାଜ୍ୟ ସରକାର ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇବ ଆଣିବାର ବନ୍ଦୋବସ୍ତ କରିଛନ୍ତି । ପ୍ରବାସୀ ଓଡ଼ିଆ ଫେରିବା ପ୍ରସଙ୍ଗରେ ରାଜ୍ୟ ସରକାର ନିର୍ଦ୍ଦେଶାନାମା ଜାରି କରିଛନ୍ତି ରାଜ୍ୟ ସରକାର । ବାହାର ରାଜ୍ୟରୁ ଗାଡ଼ିରେ ଫେରୁଥିବା ପ୍ରବାସୀଙ୍କ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। 12ଟି ବର୍ଡର ଚେକ୍ ପଏଣ୍ଟ (ବିସିପି) ଲାଗି ଏସ୍ଓପି ଜାରି କରିଛନ୍ତି ସରକାର। କେବଳ ସ୍ଥିରୀକୃତ ବର୍ଡର ଚେକ୍ ପଏଣ୍ଟ ଦେଇ ଲୋକେ ପ୍ରବେଶ କରିପାରିବେ ବୋଲି ସୂଚନା ରହିଛି। ଅତିକମ୍ରେ ପୋଲିସ୍ ଇନସ୍ପେକ୍ଟର ରାଙ୍କର ଅଫିସର ଦାୟିତ୍ବରେ ରହିବେ । ଆରଟିଓ, ପରିବହନ କମିଶନରଙ୍କ କାର୍ଯ୍ୟାଳୟରେ ଷ୍ଟାଫ୍ ସହଯୋଗ କରିବେ। ଏଥିପାଇଁ ପରିବହନ କମିଶନର କମ୍ପ୍ୟୁଟର, ପ୍ରିଣ୍ଟର, ଡାଟା ଏଣ୍ଟ୍ରି ଅପରେଟର ଆଦି ଯୋଗାଇଦେବେ।…
ଭୁବନେଶ୍ବର : ମହିଳାଙ୍କ ସୁରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଚାରି ବର୍ଷ ବିତିଯାଇଛି । ଲକ୍ଡାଉନ୍ ସମୟରେ କେନ୍ଦ୍ର ସରକାର ତିନି ମାସ ପର୍ଯ୍ୟନ୍ତ ମାଗଣା ଉଜ୍ଜ୍ୱଳା ଗ୍ୟାସ୍ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚାରିବର୍ଷ ମଧ୍ୟରେ ସମଗ୍ର ଦେଶରେ ୨୭ କୋଟି ୮୫ ଲକ୍ଷ ଉଜ୍ଜ୍ବଳା ହିତାଧିକାରୀ ରହିଥିବା ବେଳେ ଓଡିଶାରେ ୨୬.୬ ଲକ୍ଷ ହିତାଧିକାରୀ ରହିଛନ୍ତି । ଲକ୍ଡାଉନ୍ ସମୟରେ ଏପ୍ରିଲ ୨୦୨୦ରେ ୪.୫୩ କୋଟି ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ପ୍ରଦାନ କରାଯାଇଛି ।
ନୂଆଦିଲ୍ଲୀ : ଦିଲ୍ଲୀର କାପସହେଡାର ଏକ ବିଲିଡିଂରେ 41ଜଣଙ୍କଠାରେ କରୋନା ସଂକ୍ରମିତ ମିଳିଛନ୍ତି । ଦକ୍ଷିଣ ପଶ୍ଚିମ ଜିଲ୍ଲାର ଜିଲ୍ଲାଧିକାରୀ ଅଫିସରୁ ଏହି ସୂଚନା ମିଳିଛି । ଏହି ବିଲିଡିଂରୁ ଅପ୍ରେଲ୍ 18ରୁ ପ୍ରଥମ କରୋନା ମାମଲା ଆସିଥିଲା । ପ୍ରାୟ 14 ଦିନ ପରେ ଶନିବାର ଦିନ ବଡ ସଂଖ୍ୟାରେ କରେନା ପଜିଟିଭ୍ ଏଠାରୁ ଚିହ୍ଟ ହୋଇଛନ୍ତି । ଏହି ଲୋକମାନଙ୍କର ସାମ୍ପଲ୍ ଅପ୍ରେଲ୍ 20 ଓ 21 ତାରିଖରେ ନିଆଯାଇଥିଲା । ଏଠାରୁ ପ୍ରଥମ କେସ୍ ଆସିବା ପରେ ଅପ୍ରେଲ୍ 19 ତାରିଖରୁ ଏହି ବିଲିଡିଂକୁ ସିଲ୍ କରିଦିଆଯାଇଥିଲା । ଏଠାରେ ଜନଂସଖ୍ୟା ଅଧିକ ରହିଥିବାରୁ ସଂକ୍ରମଣ ହେବାର ବହୁତ ବିପଦ ରହିଛି । ଅପ୍ରେଲ୍ 20 ତାରିଖରେ 95 ଜଣଙ୍କର ସାମ୍ପଲ୍ ଓ ଅପ୍ରେଲ 20 ତାରିଖରେ 80 ଜଣଙ୍କର ସାମ୍ପଲ୍ ପରୀକ୍ଷା ହେବାକୁ ନିଆଯାଇଥିଲା । ନୋଏଡାର ଏନ୍ଆଇବି ଲ୍ୟାବ୍ରେ ସାମ୍ପଲ୍ର ପରୀକ୍ଷା କରାଯାଉଛି ।…
ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଶନିବାର ଦିନ ସୁରତର ଭାଗଲ ଅଞ୍ଚଳରୁ ବେଗୁନିଆପଡା ବ୍ଲକକୁ 58 ଜଣ ପ୍ରବାସୀ ଓଡିଆ ଫେରିଛନ୍ତି। ସୁରତରୁ ବୁଧବାର ଦିନ ନିଜସ୍ଵ ଖର୍ଚ୍ଚରେ ବସରେ ବାହାରିଥିଲେ ଏହି 58 ପ୍ରବାସୀ ଓଡିଆ । ଏହି ପ୍ରବାସୀ ଶ୍ରମିକଙ୍କୁ ପୂର୍ବରୁ ପ୍ରସ୍ତୁତ ଥିବା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଧମେଖ ସ୍ଥିତ ହାଇସ୍କୁଲ କ୍ବାରେଣ୍ଟାଇନ୍ ସେଣ୍ଟରକୁ ଗଂଜାମ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷାରେ ଅଣାଯାଇଥିଲା। ଏମାନଙ୍କ ମଧ୍ୟରେ ବେଗୁନିଆପଡା ବ୍ଲକର 39ଜଣ, କବିସୂର୍ଯ୍ୟନଗର ବ୍ଲକର 3ଜଣ, ଖଲ୍ଲିକୋଟ ବ୍ଲକର 14 ଜଣ, ପୁରୁଷୋତ୍ତମ ବ୍ଲକ ଏବଂ ଗଂଜାମ ବ୍ଲକର ଜଣେ ଲେଖାଏଁ ପ୍ରବାସୀ ରହିଥିବା ଜଣାପଡିଛି। ସ୍କୁଲ ପରିସରରେ ସେମାନଙ୍କ ପଞ୍ଜିକରଣ ପରେ ରୁମକୁ ପଠାଯାଇଥିଲା। କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡିଓ ବେଦବର ପ୍ରଧାନ, ସରପଞ୍ଚ ହୃଷିକେଶ ମେହେଣ।, ନୋଡାଲ ଅଫିସର ମଳୟ କୁମାର ବେହେରା, ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କ ତତ୍ୱବାଧାନରେ ସମସ୍ତଙ୍କୁ…
ଭୁବନେଶ୍ବର : ଲକ୍ଡାଉନ୍ ପ୍ରଭାବରେ ଅନେକ ଲୋକ ଅନାହାରରେ ରହୁଥିବା ବେଳେ ଏହି ବ୍ୟକ୍ତିଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି ଭାରତୀୟ ସେନାର ଜନୈକ ଯବାନ୍ । ଭାରତୀୟ ସେନାର ଲେଫ୍ଟନାଣ୍ଟ କଲୋନେଲ୍ କପିଲ୍ ଜୋହରୀ ଏବଂ ଡିଆରଡିଓର ମିଳିତ ଉଦ୍ୟମରେ ଦୈନିକ 2 ଶହ ବ୍ୟକ୍ତିଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । କ୍ୟାପିଟାଲ ହସ୍ପିଟାଲ ପରିସରରେ ରହିଥିବା ରୋଗୀଙ୍କ ଆଟେଣ୍ଡାଣ୍ଟ ଏବଂ ଅନ୍ୟାନ୍ୟ କ୍ଷୁଦ୍ଧାର୍ଥ ବ୍ୟକ୍ତିଙ୍କୁ ଦୈନିକ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଲକ୍ଡାଉନ୍ ପରଠାରୁ ପ୍ରତ୍ୟେକ ଦିନ 200 ବ୍ୟକ୍ତିଙ୍କୁ ଖାଦ୍ୟପଦାର୍ଥ ପ୍ରଦାନ କରାଯାଉଥିବା ନେଇ ଲେଫ୍ଟନାଣ୍ଟ କଲୋନେଲ୍ କପିଲ୍ ଜୋହରୀ ପ୍ରକାଶ କରିଛନ୍ତି । ଡିଆରଡିଓ ବ୍ୟତିତ ଅନ୍ୟତମ ସଂସ୍ଥା ଡିଫେନ୍ସ ସିକ୍ୟୁରିଟି କର୍ପସ୍ (ଡିସିଏସ୍) ମଧ୍ୟ ରନ୍ଧାଖାଦ୍ୟ ପ୍ରଦାନରେ ସହାୟତା କରୁଥିବା ଜଣାପଡିଛି ।
ରଞ୍ଜିତ ପଣ୍ଡା କୁଜଙ୍ଗ : କୋଭିଡ ୧୯ ସମୟରେ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଥିବା ତିନିଟି ବ୍ଲକର ପ୍ରବାସୀ ଓଡ଼ିଆ ମାନଙ୍କ ସୁବିଧା ପାଇଁ ଆଗକୁ ବଢିଛନ୍ତି ବିଧାୟକ ବିଷ୍ଣୁ ଦାସ । ତିର୍ତ୍ତୋଲର ତିନି ବ୍ଲକ୍ର ବିଡିଓଙ୍କ ସହିତ ଏ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପ୍ରବାସୀ ଶ୍ରମିକଙ୍କୁ ଅଣାଯିବା ପରେ ସେମାନଙ୍କୁ କିଭଳି କ୍ବାରେଣ୍ଟାଇନ୍ରେ ରଖାଯିବ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ବିଧାୟକ ବିଡିଓଙ୍କ ସହିତ ଆଲୋଚନା କରିଥିଲେ । ସେହିପରି ସମସ୍ତ ପଞ୍ଚାୟତର କ୍ବାରେଣ୍ଟାଇନ୍ ବ୍ୟବସ୍ଥାର ତଦାରଖ ସ୍ବୟଂ ବିଧାୟକ ନିଜେ କରିବେ ବୋଲି ବିବୃତି ଦେଇଛନ୍ତି । ବିଧାୟକଙ୍କ ଏପରି ପଦକ୍ଷେପକୁ ଜିଲ୍ଲାର ବିଭିନ୍ନ ସାମାଜିକ କର୍ମୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିଜୁ ଜୟନ୍ତୀ ସମୟରେ ଏହି ତିନୋଟି ବ୍ଲକ୍ରେ ରକ୍ତଦାନ କାର୍ଯ୍ୟକ୍ରମ କରି ଚର୍ଚ୍ଚାକୁ ଆସିଥିଲେ ।
କଟକ, ରାଜ୍ୟର ମୁଖ୍ୟ ବ୍ୟବସାୟ ପେଣ୍ଠ ହେଉଛି କଟକ। ଦୀର୍ଘ ଦିନ ଧରି ଲକ ଡାଉନ ଯୋଗୁଁ ଏହି ସହର ଦୋକାନ ବଜାର ବନ୍ଦ ଥିଲା। ବର୍ତ୍ତମାନ ଖୋଲିବା ପାଇଁ ନିଷ୍ପତି ହୋଇଥିବାରୁ କିପରି ସତର୍କତା ସହ ଏହା କରାଯିବ ସେ ନେଇ ଚିନ୍ତା। ସେଥିପାଇଁ କଟକ କମିଶନରେଟ ପୋଲିସ ତରଫରୁ ବ୍ୟବସାୟୀ ମହାସଂଘ ସହିତ ଆଲୋଚନା କରୁଛନ୍ତି।
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ବରର ଜଣେ ଆକ୍ରାନ୍ତ ସୁସ୍ଥ ହେବା ସହିତ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 56ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 157ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 56 ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ସକ୍ରିୟ କେସ୍ ସଂଖ୍ୟା 100 ରହିଥିବା ଜଣାପଡିଛି ।
ଭୁବନେଶ୍ବର, ଓଡିଶାର ସରକାର କୋଭିଡ ମୁକାବିଲା ପାଇଁ ଯେଉଁ ସବୁ ପଦକ୍ଷେପ ନେଉଛନ୍ତି ତାହା ସାରା ଦେଶ ପାଇଁ ଏକ ଉଦାହରଣ ପାଲଟିଛି। ଅନ୍ୟ ରାଜ୍ୟ ଓଡିଶାର ଏହି ମୁକାବିଲା ପକ୍ରିୟାକୁ ବାଃ ବାଃ କରିବାରେ ଲାଗିଛି। ବିଭିନ୍ନ ପଦକ୍ଷେପ ଭିତରେ ବର୍ତ୍ତମାନ ଆଉ ଏକ ନୂଆ ତଥା ଅଭିନବ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି। ଏହାର ନାମ ରହିଛି ‘ଅପରେସନ ଶୁଭଯାତ୍ରା’। ବାହାର ରାଜ୍ୟରେ ଅଟକି ରହିଥିବା ହଜାର ହଜାର ଓଡିଆମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ସରକାର ଏହି ନୂଆ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଯୁକ୍ତିବିଦ୍ୟା ଓଏସଡି ଭାବେ କାର୍ଯ୍ୟ କରୁଥିବା ମନୋଜ ମିଶ୍ର କହିଛନ୍ତି। ଏଥିରେ ବିଭିନ୍ନ ରାଜ୍ୟରୁ ଟ୍ରେନ ଯୋଗେ ଓଡିଆମାନଙ୍କୁ ଆଣିବା ପାଇଁ ଲାଗୁ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କେରଳରୁ ଏହି ଅପରେସନ ଶୁଭଯାତ୍ରା ଆରମ୍ଭ କରାଯାଇଛି। କେରଳରୁ ଶୁକ୍ରବାର ଦିନ 11ଶହ 50 ଜଣ ଓଡିଆ ଏକ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା…
ଭୁବନେଶ୍ବର : ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଯାଜପୁରରୁ ଏହି ଆକ୍ରାନ୍ତ ଜଣକ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 157ରେ ପହଞ୍ଚିଥିବା ବେଳେକ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 48ରେ ପହଞ୍ଚିଛି । ଯାଜପୁରର ବରୀ ବ୍ଲକ୍ ଅନ୍ତର୍ଗତ ଏହି 62 ବର୍ଷୀୟ ବ୍ୟକ୍ତି ଜଣକ କୋଲକାତା ଫେରନ୍ତା ଏବଂ ସେ କ୍ବାରାଣ୍ଟାଇନ୍ରେ ରହିଥିଲେ । ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
ଲକ୍ଷ୍ନୌ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ସ୍ବତନ୍ତ୍ର ଟ୍ରେନ୍ ଚଳାଯାଇଥିଲେ ମଧ୍ୟ ଶ୍ରମିକ ମାନେ ଯିବା ପାଇଁ ଅଲଗା ରାସ୍ତା ବାଛୁଛନ୍ତି । ଶନିବାର ଏହିପରି ଏକ ଘଟଣା ଦେଖିବାକୁ ମିଳିଛି । ଏକ ମିକ୍ସଚର ମେସିନ୍ ଗାଡିରେ ଲୁଚି କରି ଯାଉଥିବା ସମୟରେ 18 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଉକ୍ତ ଶ୍ରମିକ ମାନଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଛି । ଉତ୍ତର ପ୍ରଦେଶର ସିପ୍ରା ଜିଲ୍ଲାରେ ଏହି ଘଟଣା ଘଟିଛି । ଇନ୍ଦୋର ଯାଉଥିବା ସମୟରେ ସାନଓ୍ବେର ପୋଲିସ୍ ପକ୍ଷରୁ କଣ୍ଟେନରକୁ ଜବତ କରାଯିବା ସହିତ ସମସ୍ତ ଶ୍ରମିକଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଥିଲା । (ଏଜେନ୍ସି)
ହାଇଦ୍ରାବାଦ : ଦେଶରେ ବିଗତ ଦୁଇ ମାସ ଧରି କରୋନା ଭାଇରସ୍ ଏହାର ପ୍ରଭାବ ବିସ୍ତାର କରି ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଲୋକଙ୍କ ମଧ୍ୟ ଲୋକ ସଚେତନ ହେବାର ନା ନେଉନାହାନ୍ତି । କରୋନାର ଭୟ ହାଇଦ୍ରାବାଦରେ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଏହି ବ୍ୟକ୍ତି ଜଣକ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । କରୋନା ସନ୍ଦେହରେ ଏହି 60 ବର୍ଷୀୟ ବ୍ୟକ୍ତି ଜଣକ ନିଜ ଆପାର୍ଟମେଣ୍ଟ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଗ୍ୟାଷ୍ଟ୍ରିକ୍ ସମସ୍ୟା ରହିଥିଲେ ମଧ୍ୟ କରୋନା ସନ୍ଦେହରେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । (ଏଜେନ୍ସି)
ବବ୍ଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କାଦୋପଡା ଅଞ୍ଚଳରେ ଏକ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଘଟି ଦୁଇ ମହିଳା ଅର୍ଦ୍ଧଦଗ୍ଧ ହୋଇଛନ୍ତି। ଉତକେଲା ଥାନା ଅନ୍ତର୍ଗତ କାଦୋପଡାରେ ଶନିବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ଉତକେଲା ଥାନା ନିକଟସ୍ଥ କାଦୋ ପଡ଼ା ଅଞ୍ଚଳର ରେବତୀ ମେହେର (୫୪) ଆଜି ସକାଳ ୫ଟା ସମୟରେ ଘରେ ଚା ତିଆରି କରିବାକୁ ଯାଇ ଗ୍ୟାସ ଚୁଲ୍ଲା ଜଳାଇବା ସମୟରେ କୌଣସି କାରଣରୁ ହଠାତ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାକ୍ଷଣି ଗ୍ୟାସ ଟାଙ୍କି ଫାଟି ଯିବା ଫଳରେ ଘର କାନ୍ଥ ଭାଙ୍ଗିବା ସହିତ ଘର ଛପର ଉଡି ଯାଇଥିଲା, ନିଆଁର ଝାସ ପାଇ ପାଖରେ ଛିଡା ହୋଇ ଥିବା ପୂର୍ଣ୍ଣମୀ ମେହେରଙ୍କ (୬୦) ଶରୀର ଶତକଡା ୨୦ ଭାଗ ଜଳି ଯାଇଥିଲା। ଏହା ସମ୍ପର୍କରେ ସୂଚନା ପାଇବା ପରେ ଉତକେଲା ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ଯାଇ ନିଆଁକୁ…
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଶନିବାର ସୁରକ୍ଷା ବଳ ଅଧିକାରୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନ୍କାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଜାମ୍ମୁ କାଶ୍ମୀରର ପୁଲଓ୍ବାମାରେ ଶନିବାର ଦିନ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା । ଦୁଇ ନିହତ ଆତଙ୍କବାଦୀ ଜୈସ ଏ ମହମ୍ମଦ ସଙ୍ଗଠନର ବୋଲି ଜଣାପଡିଛି । ଉକ୍ତ ଅଞ୍ଚଳରେ ଆହୁରି 4 ଜଣ ଆତଙ୍କବାଦୀ ଲୁଚି ରହିଥିବା ବେଳେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ଜଣାପଡିଛି । 10 ଘଣ୍ଟା ଧରି ଏନ୍କାଉଣ୍ଟର କରାଯିବା ପରେ ସେନା ପକ୍ଷରୁ ଦୁଇ ଆତଙ୍କୀଙ୍କୁ ନିପାତ କରାଯାଇଥିବା ଜଣାପଡିଛି । (ଏଜେନ୍ସି)

