ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 271 ନୁହେଁ 270

Published: May 8, 2020, 8:57 pm IST

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଦଳିଛି । ଖୋର୍ଦ୍ଧା ଜିଲ୍ଲାରେ 51 ଜଣ ଆକ୍ରାନ୍ତ ବୋଲି ଜଣାପଡିଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଦେଇଥିବା ତଥ୍ୟ ପରବର୍ତ୍ତୀ ଅବସ୍ଥାରେ ବଦଳିଛି । ଜଣେ ମହାରାଷ୍ଟ୍ର ଆକ୍ରାନ୍ତଙ୍କୁ ଓଡ଼ିଶାର ବୋଲି ଦର୍ଶାଯାଇଥିଲା । ମହାରାଷ୍ଟ୍ର ଆକ୍ରାନ୍ତ ଜଣକ ମୁମ୍ବାଇଣ ଜଣେ ଟ୍ରକ୍‌ ଡ୍ରାଇଭର ବୋଲି ସ୍ପଷ୍ଟ ହୋଇଛି । ଦୁର୍ଘଟଣାରେ ଆହତ ହୋଇ କିମ୍ସରେ ଭର୍ତ୍ତି ହୋଇଥିଲେ । ରିପୋର୍ଟ ପଜିଟିଭ୍‌ ମିଳିଥିଲା । ପୂର୍ବ ତଥ୍ୟରେ ଖୋର୍ଦ୍ଧା ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟା 51 ଦର୍ଶାଯାଇଥିଲା । ପରିବର୍ତ୍ତିତ ତଥ୍ୟରେ ଖୋର୍ଦ୍ଧା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା 50କୁ କମିଛି । ଆଜି ସନ୍ଧ୍ୟା ସମୟରେ 25 ଜଣ ଆକ୍ରାନ୍ତ ହୋଇଥିବାର ସୂଚନା ଦିଆଯାଇଥିଲା । ଏଥିରୁ 24 ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ରହିଥିଲା । ତେବେ ପରିବର୍ତ୍ତିତ ତଥ୍ୟ ଅନୁସାରେ ରାଜ୍ୟର ମୋଟ ଆକ୍ରାନ୍ତସଂଖ୍ୟା 270ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 71 ରହିଥିବାବେଳେ ଯାଜପୁରରେ 55, ଖୋର୍ଦ୍ଧା ଜିଲ୍ଲାରେ 50, ବାଲେଶ୍ବରରେ 27, ଭଦ୍ରକରେ 24, ସୁନ୍ଦରଗଡରେ 12, କେନ୍ଦ୍ରାପଡାରେ 8, ଜଗତସିଂହପୁରରେ 5, ମୟୂରଭଞ୍ଜରେ 4, ବଲାଙ୍ଗିରରେ 2, ଝାରସୁଗୁଡାରେ 2, କେଉଁଝରରେ 2, କଟକରେ 2, କଳାହାଣ୍ଡିରେ2, କୋରାପୁଟରେ , ଦେବଗଡ, ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

Related posts