Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଜି 4330 ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଜି  4 ହଜାର 330କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2556ଜଣ ଚିହ୍ନଟ ହୋଇଥିବାବେଳେ 1774ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 79ହଜାର880କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 37 ହଜାର469ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 41ହଜାର 657ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 682ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 4ହଜାର 330ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 644ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 176, ବାଲେଶ୍ବରରୁ 121, ବରଗଡରୁ 99, ଭଦ୍ରକରୁ 74, ବଲାଙ୍ଗିରରୁ 79, ବୌଦ୍ଧରୁ 47, କଟକରୁ 549, ଦେବଗଡରୁ 12, ଢେଙ୍କାନାଳରୁ 67, ଗଜପତିରୁ 16, ଗଞ୍ଜାମରୁ 51, ଜଗତସିଂହପୁରରୁ 167, ଯାଜପୁରରୁ 158, ଝାରସୁଗୁଡାରୁ 153, କଳାହାଣ୍ଡିରୁ 100, କନ୍ଧମାଳରୁ 178, କେନ୍ଦ୍ରାପଡାରୁ 107, କେଉଁଝରରୁ 118, କୋରାପୁଟରୁ 94, ମାଲକାନଗିରିରୁ 63, ମୟୂରଭଞ୍ଜରୁ 152, ନବରଙ୍ଗପୁରରୁ 133, ନୟାଗଡରୁ 53, ନୂଆପଡାରୁ 62, ପୁରୀରୁ 292, ରାୟଗଡାରୁ 85,  ସମ୍ବଲପୁରରୁ 107, ସୋନପୁରରୁ 25, ସୁନ୍ଦରଗଡରୁ 123ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ 225ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି 12 ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 12 ଜଣଙ୍କ ଜୀବନ ନେଲା କରୋନା । ଗଞ୍ଜାମ, କନ୍ଧମାଳ, କେଉଁଝର ଓ ଖୋର୍ଦ୍ଧା ଜିଲ୍ଳାରୁ 2 ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ  ବାଲେଶ୍ବର, ବରଗଡ, ଗଜପତି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି ହୋଇଥିବାବେଳ ଗଞ୍ଜାମ ଜିଲ୍ଲାରେ ଏହା 125କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 33କୁ ବୃଦ୍ଧି ହୋଇଛି । ବାଲେଶ୍ବରରୁ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଥିବାବେଳେ ଗଜପତିରେ ଏହା 16କୁ ବୃଦ୍ଧି ହୋଇଛି । ସୁନ୍ଦରଗଡରେ ଏବେସୁଦ୍ଧା 17ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବରଗଡରେ ମୃତ୍ୟୁସଂଖ୍ୟା 2କୁ ବୃଦ୍ଧି ହୋଇଛି ।

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ(ଅନ୍ୟାନ୍ୟ)
ଗଞ୍ଜାମ 12633 9611 2889 125 8
ଖୋର୍ଦ୍ଧା 6103 2817 3244 33 9
କଟକ 2953 1915 1023 11 4
ସୁନ୍ଦରଗଡ 2110 1364 726 17 3
ଗଜପତି 1904 1299 588 16 1
ଯାଜପୁର 1563 1216 343 3 1
ରାୟଗଡା 1461 856 595 10 0
ବାଲେଶ୍ବର 1318 898 412 4 4
ପୁରୀ 1218 688 524 4 2
କୋରାପୁଟ 1144 524 620 0 0
କେଉଁଝର 1011 759 246 4 2
ସମ୍ବଲପୁର 987 426 559 2 0
ନୟାଗଡ 903 525 372 4 2
ମୟୂରଭଞ୍ଜ 861 594 263 1 3
ଜଗତସିଂହପୁର 858 680 176 2 0
ଭଦ୍ରକ 856 603 245 4 4
କନ୍ଧମାଳ 840 442 393 5 0
ମାଲ୍‌କାନଗିରି 836 414 417 2 3
କେନ୍ଦ୍ରାପଡା 649 467 178 3 1
ବଲାଙ୍ଗିର 631 399 232 0 0
ବରଗଡ 583 389 192 2 0
ଢେଙ୍କାନାଳ 531 317 213 1 0
କଳାହାଣ୍ଡି 463 171 290 2 0
ଅନୁଗୁଳ 427 303 122 2 0
ଝାରସୁଗୁଡା 385 309 75 1 0
ନବରଙ୍ଗପୁର 347 263 82 1 1
ବୌଦ୍ଧ 203 137 66 0 0
ନୂଆପଡା 163 125 38 0 0
ସୋନପୁର 156 93 63 0 0
ଦେବଗଡ 96 94 2 0 0
Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି 9ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 225କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରୁ କରୋନା 9ଜଣଙ୍କ ଜୀବନ ନେଇଛି । ଗଞ୍ଜାମରୁ ସର୍ବାଧିକ 5 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, ଗଜପତି, ସୁନ୍ଦରଗଡ, ଓ କେନ୍ଦୁଝରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗଞ୍ଜାମର ମୃତକଙ୍କ ମଧ୍ୟରେ ଚାରିଜଣ ପୁରୁଷ ଥିବାବେଳେ ଜଣେ ମହିଳା ରହିଛନ୍ତି । ଗଞ୍ଜାମର ମୃତକଙ୍କ ମଧ୍ୟରେ 42, 59, 53, 63 ବର୍ଷୀୟ ପୁରୁଷ ଥିବାବେଳେ ଜଣେ 52 ବର୍ଷୀୟ ମହିଳା ରହିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ 60 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । ସୁନ୍ଦରଗଡରୁ 55 ବର୍ଷୀୟ ପୁରୁଷ ଓ ଗଜପତିରୁ 27 ବର୍ଷୀୟ ଯୁବକ ମୃତ୍ୟୁବରଣ କରିଛନ୍ତି । ଆଜି କେନ୍ଦୁଝରର ପ୍ରଥମ କରୋନା ମୃତ୍ୟୁ ହୋଇଛି । କେନ୍ଦୁଝରରୁ 21 ବର୍ଷୀୟ ଯୁବକ କରୋନାରେ ମୃତ୍ୟୁବରଣ କରିଛନ୍ତି ।

ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା 117କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 225କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 31କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

28 ଜିଲ୍ଲାରୁ 1337 ପଜିଟିଭ୍‌, ଜାଣନ୍ତୁ କେଉଁ ଜିଲ୍ଲାରୁ ରହିଛନ୍ତି କେତେ

ଭୁବନେଶ୍ବର :  ଆଜି ରାଜ୍ୟର 28ଟି ଜିଲ୍ଲାରୁ ମୋଟ୍‌ 1337ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 201ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍‌ଲାରୁ 196, କଟକରୁ 168ଜଣ, ସୁନ୍ଦରଗଡରୁ 83, କେଉଁଝରରୁ 80, ଗଜପତିରୁ 75, ପୁରୀରୁ 73, ସମ୍ବଲପୁରରୁ 72, ନୟାଗଡରୁ 60, ମାଲ୍‌କାନଗିରିରୁ 38, କେନ୍ଦ୍ରାପଡାରୁ 37, କୋରାପୁଟ ଓ ବାଲେଶ୍ବରରୁ 31 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ଯାଜପୁରରୁ 24, ଭଦ୍ରକ ଓ ରାୟଗଡାରୁ 22ଜଣ ଲେଖାଏଁ ରହିଥିବାବେଳେ ଜଗତସିଂହପୁରରୁ 21, କନ୍ଧମାଳରୁ 20, ମୟୂରଭଞ୍ଜରୁ 15 ଜଣ ଚିହ୍ନଟ ହୋଇଛନ୍ତି ।  ବରଗଡରୁ 14, କଳାହାଣ୍ଡିରୁ 13, ବଲାଙ୍ଗିରରୁ 11, ଝାରସଗୁଡାରୁ 10, ନବରଙ୍ଗପୁରରୁ 7, ଢେଙ୍କାନାଳରୁ 5, ଅନୁଗୁଳୁରୁ 4, ସୋନପୁରରୁ 3 ଜଣ, ବୌଦ୍ଧରୁ ଜଣେ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ନୂତନ 136 ପଜିଟିଭ୍‌ ଚିହ୍ନଟ ପରେ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା 136 ଆକ୍ରାନ୍ତଙ୍କ ମଧ୍ୟରେ  ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଏନ୍‌ଡିଆର୍‌ଏଫ୍‌ / ଓଡିଆରଏଫ୍‌/ଫାୟାର ସର୍ଭିସ୍‌ର 54 ଜଣ କର୍ମଚାରୀ ରହିଛନ୍ତି ।

ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ 17 ଜଣ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ 15 ଜଣ,  ମୟୂରଭଞ୍ଜରୁ 9, କେଉଁଝରରୁ 8,  କଟକ ଓ ଗଜପତିରୁ 7 ଜଣ ଲେଖାଏଁ ରହିଛନ୍ତି ।   ଝାରସୁଗୁଡାରୁ 4,  ଢେଙ୍କାନାଳ, ଗଞ୍ଜାମ, ପୁରୀ ଜିଲ୍ଲାରୁ ତିନି ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆପଡା ଓ କଳାହାଣ୍ଡିରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ରହିଛନ୍ତି ।

ଜିଲ୍ଲା ପଜିିଟିଭ୍‌ ସୁସ୍ଥ ଆକ୍ରାନ୍ତ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 652 498 150 4 0
ଯାଜପୁର 326 287 39 0 0
ଖୋର୍ଦ୍ଧା 307 183 118 4 2
କଟକ 216 119 96 1 0
ବାଲେଶ୍ବର 197 159 37 0 1
କେନ୍ଦ୍ରାପଡା 171 161 10 0 0
ଭଦ୍ରକ 152 135 17 0 0
ଜଗତସିଂହପୁର 130 76 54 0 0
ବଲାଙ୍ଗିର 124 80 44 0 0
ପୁରୀ 118 92 26 0 0
ସୁନ୍ଦରଗଡ 118 69 49 0 0
NDRF-ODRF 115 0 115 0 0
ନୟାଗଡ 97 75 22 0 0
ମୟୂରଭଞ୍ଜ 92 16 76 0 0
ଗଜପତି 79 33 46 0 0
ନୂଆପଡା 74 57 17 0 0
କେଉଁଝର 54 25 29 0 0
କନ୍ଧମlଳ 52 22 30 0 0
ଢେଙ୍କାନାଳ 42 21 21 0 0
ଦେବଗଡ 38 32 6 0 0
କଳାହାଣ୍ଡି 38 15 23 0 0
ବୌଦ୍ଧ 35 34 1 0 0
ଅନୁଗୁଳ 33 25 8 0 0
ସୋନପୁର 29 7 22 0 0
ମାଲ୍‌କାନଗିରି 22 21 1 0 0
ବରଗଡ 18 11 7 0 0
ସମ୍ବଲପୁର 18 12 6 0 0
କୋରାପୁଟ 17 8 9 0 0
ଝାରସୁଗୁଡା 13 7 6 0 0
ରାୟଗଡା 7 0 7 0 0
ନବରଙ୍ଗପୁର 2 2 0 0 0
Categories
ଆଜିର ଖବର ରାଜ୍ୟ ଖବର

17ଟି ଜିଲ୍ଲାରୁ 146, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର : ଆଜି ଚିହ୍ନଟ 146 ଜଣ ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଓଡ଼ିଶା ଫେରିଥିବା 61 ଜଣ ଏନଡିଆର୍‌ଏଫ୍‌ ଯବାନ୍‌ ରହିଛନ୍ତି । ସେହିପରି ଆଜି 17ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 19 ଜଣ ରହିଥିବାବେଳେ ଗଞ୍ଜାମରୁ 18, ଜଗତସିଂହପୁରର 8, ସୁନ୍ଦରଗଡଓ ବାଲେଶ୍ବର 7, ଦେବଗଡରୁ 5, କଳାହାଣ୍ଡି, ନୟାଗଡ, ମୟୂରଭଞ୍ଜରୁ ତିନି ଜଣ ଲେଖାଏଁ ରହିଥିବାବେଳେ କେନ୍ଦ୍ରାପଡା, କନ୍ଧମାଳ, କଟକ, କେଉଁଝରରୁ 2 ଜଣ ଲେଖାଏଁ ରହିଛନ୍ତି । ସେହିପରି ଯାଜପୁର, ଢେଙ୍କାନାଳ, ବଲାଙ୍ଗିର, ମାଲ୍‌କାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ମାଲ୍‌କାନଗିରି ଜିଲ୍ଲା କରୋନାମୁକ୍ତ ହୋଇଥିବାବେଳେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର 63 ବର୍ଷୀୟ ବ୍ୟକ୍ତି ହୋଇଥିବାର ସୂଚନା ରହିଛି । ରାଜ୍ୟରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଛି ।

ଆଜି ରାଜ୍ୟରେ 130 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2608ରେ ପହଞ୍ଚିଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1117 ରହିଛି । ସେହିପରି ରାଜ୍ୟରେ 1481ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଛି । ସେହିପରି ଆଉ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

13 ଜିଲ୍ଲାରୁ 90 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଆଜି 13ଟି ଜିଲ୍ଲାରୁ 90 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 25 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ 22, ଢେଙ୍କାନାଳରୁ 10, ଭଦ୍ରକରୁ 9, ନୟାଗଡରୁ 7 ଓ ପୁରୀରୁ 2 ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ ଓ କଟକ ଜିଲ୍ଲାରୁ 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ, ବାଲେଶ୍ବର, କଳାହାଣ୍ଡି, ବରଗଡ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2478କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଆକ୍ଟିଭ୍‌ କେସ୍‌ 1053 ରହିଥିବାବେଳେ 1416 ଜଣ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ରାଜ୍ୟ ପଜିଟିଭ୍‌ ସୁସ୍ଥ ଆକ୍ଟିଭ୍‌ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 521 340 178 3 0
ଯାଜପୁର 290 240 50 0 0
ଖୋର୍ଦ୍ଧା 195 74 117 3 1
ବାଲେଶ୍ବର 179 132 46 0 1
କେନ୍ଦ୍ରାପଡା 161 85 76 0 0
ଭଦ୍ରକ 132 98 34 0 0
କଟକ 131 58 72 1 0
ବଲାଙ୍ଗିର 102 18 84 0 0
ପୁରୀ 98 81 17 0 0
ଜଗତସିଂହପୁର 86 31 55 0 0
ନୟାଗଡ 76 45 31 0 0
ସୁନ୍ଦରଗଡ 74 39 35 0 0
ନୂଆପଡା 60 0 60 0 0
ଗଜପତି 44 10 34 0 0
ମୟୂରଭଞ୍ଜ 35 14 21 0 0
ବୌଦ୍ଧ 34 33 1 0 0
ଦେବଗଡ 33 24 9 0 0
ଢେଙ୍କାନାଳ 31 3 28 0 0
ଅନୁଗୁଳ 30 24 6 0 0
କେଉଁଝର 30 11 19 0 0
ସୋନପୁର 25 3 22 0 0
କଳାହାଣ୍ଡି 22 15 7 0 0
କନ୍ଧମାଳ 22 5 17 0 0
ମାଲ୍‌କାନଗିରି 21 19 2 0 0
ସମ୍ବଲପୁର 16 5 11 0 0
ବରଗଡ 12 2 10 0 0
କୋରାପୁଟ 8 1 7 0 0
ଝାରସୁଗୁଡା 7 5 2 0 0
ନବରଙ୍ଗପୁର 2 1 1 0 0
ରାୟଗଡା 1 0 1 0 0
Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 271 ନୁହେଁ 270

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଦଳିଛି । ଖୋର୍ଦ୍ଧା ଜିଲ୍ଲାରେ 51 ଜଣ ଆକ୍ରାନ୍ତ ବୋଲି ଜଣାପଡିଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଦେଇଥିବା ତଥ୍ୟ ପରବର୍ତ୍ତୀ ଅବସ୍ଥାରେ ବଦଳିଛି । ଜଣେ ମହାରାଷ୍ଟ୍ର ଆକ୍ରାନ୍ତଙ୍କୁ ଓଡ଼ିଶାର ବୋଲି ଦର୍ଶାଯାଇଥିଲା । ମହାରାଷ୍ଟ୍ର ଆକ୍ରାନ୍ତ ଜଣକ ମୁମ୍ବାଇଣ ଜଣେ ଟ୍ରକ୍‌ ଡ୍ରାଇଭର ବୋଲି ସ୍ପଷ୍ଟ ହୋଇଛି । ଦୁର୍ଘଟଣାରେ ଆହତ ହୋଇ କିମ୍ସରେ ଭର୍ତ୍ତି ହୋଇଥିଲେ । ରିପୋର୍ଟ ପଜିଟିଭ୍‌ ମିଳିଥିଲା । ପୂର୍ବ ତଥ୍ୟରେ ଖୋର୍ଦ୍ଧା ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟା 51 ଦର୍ଶାଯାଇଥିଲା । ପରିବର୍ତ୍ତିତ ତଥ୍ୟରେ ଖୋର୍ଦ୍ଧା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା 50କୁ କମିଛି । ଆଜି ସନ୍ଧ୍ୟା ସମୟରେ 25 ଜଣ ଆକ୍ରାନ୍ତ ହୋଇଥିବାର ସୂଚନା ଦିଆଯାଇଥିଲା । ଏଥିରୁ 24 ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ରହିଥିଲା । ତେବେ ପରିବର୍ତ୍ତିତ ତଥ୍ୟ ଅନୁସାରେ ରାଜ୍ୟର ମୋଟ ଆକ୍ରାନ୍ତସଂଖ୍ୟା 270ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 71 ରହିଥିବାବେଳେ ଯାଜପୁରରେ 55, ଖୋର୍ଦ୍ଧା ଜିଲ୍ଲାରେ 50, ବାଲେଶ୍ବରରେ 27, ଭଦ୍ରକରେ 24, ସୁନ୍ଦରଗଡରେ 12, କେନ୍ଦ୍ରାପଡାରେ 8, ଜଗତସିଂହପୁରରେ 5, ମୟୂରଭଞ୍ଜରେ 4, ବଲାଙ୍ଗିରରେ 2, ଝାରସୁଗୁଡାରେ 2, କେଉଁଝରରେ 2, କଟକରେ 2, କଳାହାଣ୍ଡିରେ2, କୋରାପୁଟରେ , ଦେବଗଡ, ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରେଡ୍‌ ଜୋନ୍‌ରେ ଓଡ଼ିଶାର ତିନୋଟି ଜିଲ୍ଲା, ଅରେଞ୍ଜ ଜୋନ୍‌ରେ ଖୋର୍ଦ୍ଧା ଜିଲ୍ଲା

ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଦେଶରେ 40 ଦିନିଆ ଲକ୍‌ଡାଉନ ଜାରି କରାଯାଇଛି। ମେ ତିନି ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ସମାପ୍ତ ହେବ । ଏହି ଲକ୍‌ ଡାଉନ୍‌ ଯୋଗୁଁ  ଅନେକ ଜିଲ୍ଲାର ସ୍ଥିତିରେ ସୁଧାର ଆସିଛି । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ଥିତି ସମୀକ୍ଷା କରି ନୂତନ ତାଲିକା ଘୋଷଣା କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମଗ୍ର ଦେଶକୁ  3ଟି ଜୋନରେ ବିଭକ୍ତ କରିଛନ୍ତି। ଏହି ଜୋନର ତାଲିକା ଆଜି ଜାରି କରାଯାଇଛି । ଏହି  ତାଲିକା ସମସ୍ତ ରାଜ୍ୟର ଶାସନ ସଚିବଙ୍କ ନିକଟକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପଠାଇଛନ୍ତି।  ଏହି ତାଲିକାରେ  ଓଡ଼ିଶାର ତିନୋଟି  ଜିଲ୍ଲାକୁ ରେଡ୍‌ ଜୋନ ଘୋଷଣା କରାଯାଇଛି।

ଓଡ଼ିଶାର ରେଡ୍‌  ଜୋନରେ ରହିଛି  ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ସେହିପରି ଅରେଞ୍ଜ ଜୋନରେ ଖୋର୍ଦ୍ଧା ସମେତ 6ଟି ଜିଲ୍ଲା ଅଛନ୍ତି। ସେଗୁଡିକ ହେଲା ଖୋର୍ଦ୍ଧା, ସୁନ୍ଦରଗଡ଼, କୋରାପୁଟ, ଢେଙ୍କାନାଳ, କଳାହାଣ୍ଡି ଓ କେନ୍ଦ୍ରାପଡ଼ା। ଗ୍ରୀନ୍‌ ଜୋନରେ ରହିଛି 21ଟି ଜିଲ୍ଲା। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ସାମିଲ କରାଯାଇଥିଲା । କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ପରେ ଏହାକୁ ଅରେଞ୍ଜ ଜୋନ ତାଲିକାଭୁକ୍ତ କରାଯାଇଛି। ଦେଶରେ 130ଟି ଜିଲ୍ଲାକୁ ରେଡ ଜୋନ ଘୋଷଣା କରାଯାଇଥିବା ବେଳେ ଅରେଞ୍ଜ ଜୋନରେ ରହିଛନ୍ତି 284ଟି ଜିଲ୍ଲା । ସେହିପରି ଗ୍ରୀନ୍‌ ଜୋନ୍‌ରେ ରହିଛନ୍ତି 319ଟି ଜିଲ୍ଲା । (ଏଜେନ୍ସି)

Categories
ବିଶେଷ ଖବର

ଖୁର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ, ବର୍ତ୍ତମାନର ଗତିରେ କାମ ଚାଲିଲେ, ଏହା ସରିବାକୁ ଆହୁରି ୧୦୪ ବର୍ଷ ଲାଗିବ!!

କେଦାର ମିଶ୍ର

କାନ ଉଠିଲା ଦିନ ଠୁ ଆମେ ଶୁଣି ଆସୁଛୁ, ଆମ ସହର ବାଟ ଦେଇ ରେଳଗାଡି ଚାଲିବ। ଆମ ବାପା ଓ ଜେଜେବାପା ବି ସେ ସ୍ଵପ୍ନ ଦେଖିଥିଲେ। ପୁରୁଷ ପୁରୁଷ ଧରି ଗୋଟେ ରେଳପଥକୁ ଅପେକ୍ଷା କରି ରହିଥିବା ସୋନପୁର, ବୌଦ୍ଧ, ଫୁଲବାଣୀ, ପୁରୁଣା କଟକ, ଦଶପଲ୍ଲା ଓ ନୟାଗଡର ଜନ ସାଧାରଣ ବାରମ୍ବାର ପ୍ରତାରିତ ହୋଇ ଆସିଛନ୍ତି। ୧୯୪୫ ମସିହାରୁ ଖୁର୍ଦ୍ଧା ବଲାଙ୍ଗୀର ରେଳପଥର ସର୍ଭେ କାମ ସାରିଥିଲା। ୧୯୪୫ ରୁ ୧୯୯୪, ପୂରା ୪୯ ବର୍ଷର ଅପେକ୍ଷା ପରେ ଏହି ରେଳପଥ କାମ ଆରମ୍ଭ କରିବାକୁ ନରସିଂହ ରାଓ ସରକାର ଅମଳରେ ଅନୁମୋଦନ ମିଳିଥିଲା। ତାହାର କାରଣ ଥିଲା, ପ୍ରଥମଥର ଲାଗି କେନ୍ଦ୍ରରେ ଅଳ୍ପ ସମୟ ଲାଗି କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସ ରେଳ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ଵ ପାଇଥିଲେ ଓ ତାର ଅଳ୍ପ ଦିନ ପରେ ଆଉ ଜଣେ ଓଡିଆ କାହ୍ନୁ ଚରଣ ଲେଙ୍କା କେନ୍ଦ୍ରରେ ରେଳ ରାଷ୍ଟ୍ରମନ୍ତ୍ରୀ ପଦ ପାଇଥିଲେ। ଭକ୍ତବାବୁ ଓ କାହ୍ନୁବାବୁଙ୍କ ନେତୃତ୍ବରେ ଏହାର କାମ ଆରମ୍ଭ ହେଲା ସିନା, କଚ୍ଛପ ଗତିରେ ଏହାର କାମ ଚାଲିଛି ଯେ ଚାଲିଛି।

କାମ ଆରମ୍ଭ ହେବା ପରେ ୨୬ ବର୍ଷ ବିତି ଗଲାଣି। ୨୬ ବର୍ଷରେ ୩୦୬ କିଲୋମିଟର ରେଳପଥରୁ ମାତ୍ର ୬୦ କିଲୋମିଟର ରାସ୍ତା କାମ ସରିଛି। ଖୁର୍ଦ୍ଧା ରୋଡରୁ ମହୀପୁର ଏବଂ ବଲାଙ୍ଗୀରରୁ ବିଛୁପାଲି, ୨୬ ବର୍ଷରେ ଆମର ମହାନ ରେଳବିଭାଗ ଏତିକି କାମ ସାରିଛନ୍ତି। ବର୍ତ୍ତମାନର ପ୍ରଗତି କୁ ଦେଖିଲେ ଏହି ପୂରା ପ୍ରକଳ୍ପ ସାରିବାକୁ ଆହୁରି ୧୦୪ ବର୍ଷ ଲାଗିବ। ଇତି ମଧ୍ୟରେ ଏହି ରେଳପଥର ସ୍ଵପ୍ନ ଦେଖିଥିବା ଚାରି ପୁରୁଷ ଯାଇ ସାରିଲେଣି। ବୋଧେ ଏହା ସରିଲା ବେଳକୁ ଆହୁରି ଛଅ ପୁରୁଷ ଯାଇ ସାରିଥିବେ। ମାତ୍ର ୩୦୦ କିଲୋମିଟର ରେଳପଥ ପାଇଁ ୧୨୫ ବର୍ଷର ସମୟ ନେଉଥିବା ରେଳ ବିଭାଗ, ଆଧୁନିକ ଭାରତରେ ଅଛି ନା ଏହା ଆଜି ବି ଅଷ୍ଟାଦଶ ଶତାବ୍ଦୀରେ ରହିଛି, ସେ ପ୍ରଶ୍ନ ପଚାରିବ କିଏ?

ଠିକ ବର୍ଷେ ତଳେ, ଗତ ୧୫ ଜାନୁଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀରରୁ ବିଛୁ ପାଲି ମଧ୍ୟରେ ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ। ଏହା ଶୁଭାରମ୍ଭ ଥିଲା ନା ଏକ ସୁଆଙ୍ଗ, ତାହା ଲୋକେ ଏଯାଏ ବୁଝି ପାରୁନାହାନ୍ତି। ସାଢେ ଚଉଦ କିଲୋମିଟର ରେଳପଥରେ ରେଳ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀ ଧାଇଁ ଆସିଥିଲେ। କାରଣ ସେତେବେଳେ ସାଧାରଣ ନିର୍ବାଚନ ପାଖେଇ ଆସୁଥିଲା। ଲୋକେ ପ୍ରଧାନମନ୍ତ୍ରୀଙ୍କୁ ଦେଖି ପ୍ରଭାବିତ ମଧ୍ୟ ହୋଇଥିଲେ। ବହୁ ବର୍ଷ ପରେ ବଲାଙ୍ଗୀର ଲୋକସଭା ଆସନ ପୁଣିଥରେ ବିଜେପି ହାତକୁ ଯାଇଥିଲା। ତେବେ ଭୋଟଦାତାମାନେ ଆଜି ପ୍ରଧାନମନ୍ତ୍ରୀଙ୍କୁ ପଚାରିବେ କି, ବାସ୍ତବରେ ନରେନ୍ଦ୍ର ମୋଦୀଙ୍କ ଶାସନର କେତେବର୍ଷ ପରେ ଏହି ପ୍ରକଳ୍ପ ପୂରା ହେବ?

ଏହି ପ୍ରକଳ୍ପ ସମ୍ପର୍କରେ ଗୋଟେ ଭଲ ଖେଳ ବିଜେଡି-ବିଜେପି ଭିତରେ ଚାଲିଛି। ରେଳ ବିଭାଗ ଓ ବିଜେପି କହିବେ ରାଜ୍ୟ ସରକାର ଜମି ଯୋଗାଇ ଦେଉନାହାନ୍ତି। ଓଡିଶା ସରକାର ଓ ବିଜୁ ଜନତା ଦଳ କହିବେ କେନ୍ଦ୍ର ସରକାର ବଜେଟ ରେ ଅର୍ଥ ଦେଉନାହାନ୍ତି। ଦୁଇଟି ଯାକ କଥା ସତ। ହେଲେ ଅସଲ ଦାୟିତ୍ଵ କାହାର? ରାଜ୍ୟ ସରକାର ଯେତିକି ଜମି ଯୋଗାଇ ଦେଇସାରିଛନ୍ତି, ସେତିକିରେ ରେଳପଥ କାମ ସରିଲାଣି କି? ପ୍ରତି ବର୍ଷ ବଜେଟରେ ଏହି ରେଳପଥ ଲାଗି ଯେତିକି ଅର୍ଥ ବରାଦ ହେଉଛି ବାସ୍ତବରେ ତାର ଦଶ ଭାଗରୁ ଭାଗେ ବି ଖର୍ଚ୍ଚ ହେଉନାହିଁ। ଏହି ରେଳପଥ କାମ ସାରିବାକୁ କେନ୍ଦ୍ର ସରକାରଙ୍କର ଯେ ଆନ୍ତରିକତା ନାହିଁ, ଏହାର ପ୍ରମାଣ ଖୋଜିବାକୁ ବେଶୀ ଦୂର ଯିବାକୁ ପଡିବ ନାହିଁ। ୧୦୦୦ କିଲୋମିଟର ରେଳପଥ ପାଞ୍ଚ ବର୍ଷରେ ସାରୁଛୁ ବୋଲି ବାହାସ୍ଫୋଟ ମାରୁଥିବା ବିଜେପି ସରକାର ଖୁର୍ଦ୍ଧା-ବଲାଙ୍ଗୀର ରେଳପଥ କେବେ ସାରିବ, ସେକଥା ଆମକୁ କହିବେ କି?

ଏହି ରେଳପଥ ସହିତ ଚାରି ଜଣ ସାଂସଦଙ୍କର ନିର୍ବାଚନ ମଣ୍ଡଳୀ ଲାଭବାନ ହେବ। ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂ ଦେଓ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ପୁରୀ ସାଂସଦ ପିନାକୀ ମିଶ୍ର ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଭୂମିକା ଏ କ୍ଷେତ୍ରରେ କଣ ହେବା ଉଚିତ, ସେ ବିଷୟରେ ମଧ୍ୟ କେହି ପଚାରୁ ନାହାନ୍ତି। ସଂସଦରେ ଏହି ରେଳପଥ ସମ୍ପର୍କରେ କେବେ କେମିତି ଅବଶ୍ୟ ପ୍ରଶ୍ନ ଉଠିଛି। ହେଲେ କେନ୍ଦ୍ର ସରକାରଙ୍କ ପାଇଁ ଏହା କେବେବି ପ୍ରାଥମିକତା ନଥିଲା।

ଉପକୂଳ ଓଡିଶା ସହିତ ପଶ୍ଚିମ ଓଡିଶାର ଯୋଗାଯୋଗ ବ୍ୟବସ୍ଥା ସୁଧାରିବାରେ ଏହି  ରେଳପଥ ଜୀବନରେଖା ଭଳି କାମ କରିବ। ତେଣୁ ଏହାର ଆବଶ୍ୟକତା ରାଜ୍ୟର ସ୍ଵାର୍ଥ ଦୃଷ୍ଟିରୁ ସବୁଠୁ ଅଧିକ। ହେଲେ ରାଜ୍ୟ ସରକାର ମଧ୍ୟ ଏ ପ୍ରସଙ୍ଗରେ ମଝିରେ ମଝିରେ ଚିଠି ଲେଖି ଚୁପ ରହୁଛନ୍ତି। ଏହି ରେଳପଥ ଲାଗି ଶେଷରେ ଏକମାତ୍ର ବାଟ ଭାବରେ ଲୋକେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ। ବିନା ଜନ ଆନ୍ଦୋଳନରେ ଆସନ୍ତା ୧୦୦ ବର୍ଷ ଯାଏଁ ଏ ଏ ପ୍ରକଳ୍ପ ସରିବ, ତାର କୌଣସି ଗ୍ୟାରେଣ୍ଟି ନାହିଁ!!